ଓଡ଼ିଆରେ କୁମ୍ଭ ରାଶିର ଆସନ୍ତା ମାସର ରାଶିଫଳ - Aquarius Next Monthly Horoscope in Odia

April, 2025

ମଈ ମାସିକ ରାଶିଫଳ 2025 ଅନୁସାରେ ମଈ 2025 ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ଅନୁକୂଳ ପରିଣାମ ଦେବ। କିଛି ଗୋଟେ ମାମଲାରେ ଛୋଟମୋଟ ସମସ୍ଯାକୁ ଛାଡ଼ି କୌଣସି ବଡ଼ ସମସ୍ଯା ଏହି ମାସରେ ଆପଣଙ୍କୁ ହଇରାଣ କରିବ ନାହିଁ। ବହୁ ମାତ୍ରାରେ ଏହି ମାସରେ ଅନୁକୂଳ ପରିଣାମ ପ୍ରାପ୍ତ କରିବେ।
ଆପଣଙ୍କର କ୍ୟାରୀଅର ଘରର ସ୍ବାମୀ ଏହି ମାସ ଷଷ୍ଠ ଘରେ ରହିବେ କିନ୍ତୁ ନିଚ୍ଚ ଅବସ୍ଥାରେ ରହିବେ। ମଙ୍ଗଳ ଗ୍ରହଙ୍କର ଷଷ୍ଠ ଘରେ ରହିବା ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ ବୋଲି ସଙ୍କେତ କରୁଛି ।
ମଈ ମାସିକ ରାଶିଫଳ 2025 ଅନୁସାରେ ଶିକ୍ଷା ଦୃଷ୍ଟିରୁ ମଈ ମାସ ସାମାନ୍ଯ ଭାବରେ ହାରାହାରି ରୁ ଭଲ ପରିଣାମ ଦେଇପାରେ। ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଶୁକ୍ର ହେଇ ମାସରେ ଉଚ୍ଚ ଅବସ୍ଥାରେ ଦ୍ଵିତୀୟ ଘରେ ରହିବେ। ଯାହା ସାମାନ୍ଯ ଭାବରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବେ।
ମଈ ମାସିକ ରାଶିଫଳ 2025 ଅନୁସାରେ ପାରିବାରିକ ମାମଲାରେ ମଈ ମାସ ସାମାନ୍ଯ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ଗୋଟିଏ ପଟେ ଦ୍ଵିତୀୟ ଘରର ସ୍ବାମୀ ମାସର ପ୍ରଥମ ଭାଗରେ ଖରାପ ଓ ଅନ୍ୟ ପଟେ ଦ୍ବିତୀୟ ଭାଗରେ ବହୁତ ଭଲ ପରିଣାମ ଦେବା ଭଳି ପ୍ରତୀତ ହେଉଛନ୍ତି।
ମଈ ମାସିକ ରାଶିଫଳ ଅନୁସାରେ ମଈ ମାସ ପାଇଁ ଯଦି ପ୍ରେମ ସମ୍ବନ୍ଧ ବିଷୟରେ କଥା ହେବା ତେବେ ଏହି ମାସରେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୁଧ ଖରାପ ପାରୀଣାମ ଦେବା ଭଳି ପ୍ରତୀତ ହେଉଛନ୍ତି।
ଆର୍ଥିକ ମାମଲା ବିଷୟରେ କହିଲେ ଏହି ମାସରେ ଆପଣଙ୍କର ଲାଭ ଘରର ସ୍ବାମୀ ବୃହସ୍ପତି ମାସର ପ୍ରଥମ ଭାଗରେ ଖରାପ ପରିଣାମ ଦେବା ଭଳି ପ୍ରତୀତ ହେଉଛନ୍ତି। ମାସର ଦ୍ବିତୀୟ ଭାଗରେ ବୃହସ୍ପତିଙ୍କର ପଞ୍ଚମ ଘରେ ଗୋଚର କରିବା ଆପଣଙ୍କର ଲାଭର ଗ୍ରାଫକୁ ବଢ଼ାଇବାରେ ସାହାଜ୍ୟ କରିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଈ ମାସ ଆପଣଙ୍କୁ ଖରାପ ପରିଣାମ ଦେଇପାରେ। ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଗ୍ରହ ଶନି ବର୍ତ୍ତମାନ ଠିକ ନାହାନ୍ତି। ଯଦି ଆପଣ ବେପରୁଆ ହେବେ ନାହି ଓ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବେ ତେବେ ହାରାହାରିରୁ ଭଲ ପରିଣାମ ମଧ୍ୟ ମିଳିପାରେ।
ଉପାୟ :
ଆସ୍ଥାମା ରୋଗୀଙ୍କର ଔଷଧ କିଣିବାରେ ସାହାଜ୍ୟ କରନ୍ତୁ।
Talk to Astrologer Chat with Astrologer