ଓଡ଼ିଆରେ ବିଛା ରାଶିର ଆସନ୍ତା ମାସର ରାଶିଫଳ - Scorpio Next Monthly Horoscope in Odia
April, 2025
ମି ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ଆପଣଙ୍କୁ ବହୁ ପରିମାଣରେ ଅନୁକୂଳ ପରିଣାମ ଦେବ। ଏହି ପରିଣାମ ହାରାହାରିରୁ ଭଲ ମଧ୍ୟରେ ରହିପାରେ। ଅଳ୍ପ ପ୍ରୟାସ ଓ କର୍ମ କରି ଆପଣ ଭଲ ପରିଣାମ ପ୍ରାପ୍ତ କରିପାରିବେ। ସୂର୍ଯ୍ୟଙ୍କର ଗୋଚର ମାସର ପ୍ରଥମ ଭାଗରେ ଆପଣଙ୍କ ପାଇଁ ଅନୁକୂଳ ରହିବ କିନ୍ତୁ ଦ୍ଵିତୀୟ ଭାଗରେ ଦୁର୍ବଳ ହୋଇପାରେ।
କାର୍ଯ୍ୟକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଆପଣ ଏହି ମାସ ଏଭାରେଜରୁ ଭଲ ପରିଣାମ ପ୍ରାପ୍ତ କରିପାରିବେ। ବିଶେଷକରି ମାସର ପ୍ରତଢ଼ମ ଭାଗରେ ଆପଣଙ୍କୁ ଭଲ ପରିଣାମ ମିଳିପାରେ।
ମଈ ମାସିକ ରାଶିଫଳ ଅନୁସାରେ ଶିକ୍ଷା ଦୃଷ୍ଟିରୁ ମଈ ମାସ ସାମାନ୍ଯ ଭାବରେ ଏଭାରେଜ ରୁ ଭଲ ପରିଣାମ ଦେଇପାରେ। ଚତୁର୍ଥ ଘରର ସ୍ବାମୀ ଶନି ବହୁତ ଭଲ ସ୍ଥିତିରେ ନାହାନ୍ତି କିନ୍ତୁ ପଞ୍ଚମ ଘରର ସ୍ବାମୀ ବୃହସ୍ପତି ମାସର ପ୍ରଥମ ଭାଗରେ ବହୁତ ଭଲ ସ୍ଥିତିରେ ରହିବେ, ଯାହା ଶିକ୍ଷା ମାମଲାରେ ଆପଣଙ୍କୁ ଭଲ ସହଯୋଗ କରିବେ।
ପାରିବାରିକ ମାମଲାରେ ମଈ ମାସରେ ସାମାନ୍ଯ ଭାବରେ ଆପଣଙ୍କୁ ଏଭାରେଜରୁ ଭଲ ପରିଣାମ ମିଳିପାରେ। ଚତୁର୍ଥ ଘର ଏହି କଥାର ସଙ୍କେତ ଦେଉଛଇ ଯେ ଏହ ମାସ ଗୃହସ୍ଥ ମାମଲାରେ ସବୁ କିଛି ଅନୁକୂଳ ରହିବ, ଏହା ସନ୍ଦେହଜନକ। ଅର୍ଥାତ ଘର ଗୃହସ୍ଥ ସହିତ ଜଡ଼ିତ ମାମଲାରେ ଏହି ମାସରେ କିଛି ସମସ୍ଯା ଦେଖିବାକୁ ମିଳିପାରେ।
ମଈ ମାସିକ ରାଶିଫଳ 2025 ଅନୁସାରେ ମଈ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କହିବା ତେବେ ଏହି ମାସ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୃହସ୍ପତିଙ୍କର ସ୍ଥିତି ମାସର ପ୍ରଥମ ଭାଗରେ ବହୁତ ଭଲ ଅଛି। ପ୍ରେମର କାରକ ଗ୍ରହ ଶୁକ୍ର ମଧ୍ୟ ଆପଣଙ୍କର ପଞ୍ଚମ ଘରେ ଉଚ୍ଚ ଅବସ୍ଥାରେ ରହିବେ। ଏହି ଦୁଇଟି ସ୍ଥିତି ବହୁତ ଅନୁକୂଳ କୁହାଯିବ।
ମାସର ପ୍ରଥମ ପକ୍ଷରେ ବୃହସ୍ପତିଙ୍କର ଗୋଚର ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର ଫାଇଦା ଦେବାର ସଙ୍କେତ ଦେଉଛି। କହିବାର ତାତ୍ପର୍ଯ୍ୟ ଏହା ଯେ ଯଦି ବ୍ୟବସାୟ କରନ୍ତି ତେବେ ମାସର ପ୍ରଥମ ଭାଗରେ ଆପଣ ଭଲ ଲାଭ କରିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଈ ମାସ ଆପଣଙ୍କୁ ହାରାହାରିରୁ ଦୁର୍ବଳ ପରିଣାମ ଦେଇପାରେ। ଏହି ମାସରେ ଆପଣଙ୍କର ଲଗ୍ନ କିମ୍ବ ରାଶିର ସ୍ବାମୀ ଗ୍ରହ ମଙ୍ଗଳ ନିଚ୍ଚ ଅବସ୍ଥାରେ ଭାଗ୍ୟ ଘରେ ରହିବେ। ମଙ୍ଗଳଙ୍କ ପାଇଁ ଏହା ଅନୁକୂଳ ଗୋଚର ନୁହେଁ।
ଉପାୟ :
ପ୍ରତ୍ଯେକ ସୋମବାର ଦିନ ମନ୍ଦିରରେ ଚାଉଳ ଓ କ୍ଷୀର ଦାନ କରନ୍ତୁ।