ଶୁକ୍ରଙ୍କର କର୍କଟ ରାଶିରେ ଗୋଚର (7 ଜୁଲାଇ, 2024)
ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ସ୍ତ୍ରୀ ଗ୍ରହ ଓ ସୁନ୍ଦରତାର ସୂଚକ କୁହଯାଏ ଓ ଏବେ ଶୁକ୍ର 07 ଜୁଲାଇ 2024 4:15 ରେ କର୍କଟ ରାଶିରେ ଗୋଚର କରିବେ। ଆମ ଏହି ବିଶେଷ ଲେଖା ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ସମ୍ବନ୍ଧିତ। ଯେହେତୁ ଶୁକ୍ର ପ୍ରେମ ଓ ବିବାହକୁ ଦର୍ଶାନ୍ତି ସେଥିପାଇଁ ଏହି ସ୍ତ୍ରୀ ଗ୍ରହ ଉପରେ ଅଧିକ ଧ୍ୟାନ ଦିଆଯାଏ।
ଶୁକ୍ରଙ୍କର ଏହି ଗୋଚର ବିଷୟରେ ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଯେ ଶୁକ୍ରଙ୍କର କର୍କଟ ରାଶିରେ ହେବାକୁ ଥିବା ମହତ୍ଵପୂର୍ଣ ଗୋଚର କେଉଁ ପ୍ରକାର ନିଜ ସହିତ ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ଆଣିବ ଓ କେଉଁ ରାଶିକୁ ପ୍ରଭାବିତ କରିବ। ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଏକ୍ ଦୃଢ଼ ଜୀବନରେ ସମସ୍ତ ଆବଶ୍ୟକ ସନ୍ତୁଷ୍ଟି, ଉତ୍ତମ ସ୍ବାସ୍ଥ୍ୟ ଓ ଏକ୍ ଦୃଢ଼ ମସ୍ତିଷ୍କ ପାଇଁ ଆବଶ୍ୟକ ବୋଲି କୁହାଯାଏ। ଜାତକରେ ଶୁକ୍ର ଦୃଢ଼ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କୁ ଖୁସି ପ୍ରାପ୍ତ ହୁଏ, ଉଚ୍ଚ ସଫଳତା ପ୍ରାପ୍ତ ହୁଏ ଓ ଜୀବନରେ ସମସ୍ତ ସକାରାତ୍ମକ ପରିଣାମ ପ୍ରାପ୍ତ ହୁଏ।
ବିଦ୍ବାନ ଜ୍ୟୋତିଶଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କର୍କଟ ରାଶିରେ ଶୁକ୍ରଙ୍କର ଗୋଚରର ଆପଣଙ୍କର ଜୀବନ ଉପରେ ପ୍ରଭାବ
ଅନ୍ୟ ପଟେ ଯଦି ଶୁକ୍ର ରାହୁ, କେତୁ ଓ ମଙ୍ଗଳ ପରି ଗ୍ରହ ସହିତଖରାପ ସମ୍ବନ୍ଧ ତିଆରି କରନ୍ତି ତେବେ ଲୋକଙ୍କୁ ଅନେକ ସଂଘର୍ଷ ଓ ବାଧାବିଘ୍ନ ସାମ୍ନା କରିବାକୁ ପଡ଼େ। ଯଦି ଶୁକ୍ର ମଙ୍ଗଳ ସହିତ ଯୁତି କରନ୍ତି ତେବେ ଲୋକଙ୍କ ଭିତରେ ଆବେଗ ଓ ଆକ୍ରାମକତା ବଢ଼ିପାରେ। ଯଦି ଶୁକ୍ର ରାହୁ ଓ କେତୁ ପରି ଅଶୁଭ ଗ୍ରହ ସହିତ ରୁହନ୍ତି ତେବେ ଚର୍ମ ସମ୍ବନ୍ଧୀୟ ସମସ୍ଯା, ଭଲ ନିଦ ନହେବା ଓ ଅଧିକ ଦରଜ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଯଦି ଶୁକ୍ର ବୃହସ୍ପତି ପରି ଶୁଭ ଗ୍ରହ ସହିତ ରୁହନ୍ତି ଡ଼େବେ ବ୍ୟକ୍ତି ବ୍ୟବସାୟ , ଅଧିକ ଧନ ପ୍ରାପ୍ତି ସମ୍ବନ୍ଧରେ ସକାରାତ୍ମକ ପରିଣାମ ପାଆନ୍ତି।
Click Here To Read In English: Venus Transit In Cancer
କର୍କଟ ରାଶିରେ ଶୁକ୍ରଙ୍କର ଗୋଚର: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଓ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ଜୀବନରେ ଅଧିକ ଚିନ୍ତା ଓ ଖୁଶିର ହ୍ରାସ ଆଣିବ। ଆପଣଙ୍କୁ ଏହି ଅବଧିରେ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେଥିରୁ ଆପଣଙ୍କୁ ଲାଭ ହେବ। କ୍ୟାରିୟର ଦୃଷ୍ଟିରୁ ଆପଣଙ୍କୁ କାମର ଚାପ ଅନୁଭବ ହେବାର ଆଶଙ୍କା ଅଛି। ଆପଣଙ୍କ ଦ୍ବାରା କରାଯାଇଥିବା କଠିନ ପରିଶ୍ରମ ସତ୍ବେ ଆପଣଙ୍କୁ ପରିଚୟ ମିଳିବ ନାହିଁ।
ବ୍ୟବସାୟୀ ଲୋକମାନେ ଏହି ସମୟରେ ଲାଭ କରିବେ। ପାର୍ଟନର୍ଶିପରେ ବ୍ୟବସାୟ ଅସଫଳ ହେବ। ଆର୍ଥିକ ମାମଲାରେ ନିଜର ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ସଞ୍ଚୟ କମ ହେବ। ସମ୍ପର୍କ ଦୃଷ୍ଟିରୁ ପରିବାର ସହିତ ଅହଂକାରର ପରିସ୍ଥିତି ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ସମ୍ପର୍କରେ ଚାପ ବଢ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିରେ ଆପଣଙ୍କୁ ଆଖି ସମ୍ବନ୍ଧିତ ସମସ୍ଯା ସହିବାକୁ ପଡ଼ିବ।
ପ୍ରତିକାର : ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଷଷ୍ଠ ଘରର ସ୍ବାମୀ ଓ ଆପଣଙ୍କର ତୃତୀୟ ଘରେ ଗୋଚର କରିବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ନିଜର ପ୍ରୟାସରେ ସଫଳତା ଦେବ। ଆପଣ ଏହି ସମୟରେ ସ୍ଥାନ ପରିବର୍ତନ ଓ ଯାତ୍ରା କରୁଥିବା ଦେଖାଯିବେ। କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର କାମ ପାଇଁ ଲମ୍ବା ଯାତ୍ରା କରିବେ ଯେଉଁଥିରୁ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟ ମାମଲାରେ ଆପଣଙ୍କୁ ଉଚ୍ଚ ପ୍ରତିଷ୍ଠିତ ହେବାର ସମ୍ଭାବନା ସହିତ ଲାଭ ମିଳିବାର ସମ୍ଭାବନା ଅଛି। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିବ ଓ କ୍ଷତି ହେବାର ଆଶଙ୍କା ଅଛି। ସମପପର୍କ ଦୃଷ୍ଟିରୁ ଆପଣଙ୍କ ସାଥି ସହିତ କଥାବାର୍ତ୍ତା ଏହି ସମୟରେ କମ ରହିବ ଯାହା ସମ୍ପର୍କରେ ଚାପ ଆଣିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏଲାର୍ଜି ହୋଇପାରେ ଯାହା ଋଗ ପ୍ରତିରୋଧକ ଶକ୍ତି କମ ହେବାରୁ ହୋଇପାରେ।
ପ୍ରତିକାର : ପ୍ରତିଦିନ 33 ଥର ଓଁ ଭାର୍ଗବାୟ ନମଃ ମନ୍ତ୍ର ଜପ କରନ୍ତୁ ।
କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ସନ୍ତାନ ସହଯୋଗ ଦେବ। ସାଙ୍ଗରେ ଆପଣ ଯାତ୍ରା ମଧ୍ୟ କରିପାରନ୍ତି ଓ ତାହା ମଧ୍ୟମରେ ଧନ ସମ୍ପତି ଅର୍ଜନ କରିପାରନ୍ତି। କ୍ୟାରିଆର ଦୃଷ୍ଟିରୁ ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଚାକିରିରେ ଏକ୍ ସୁଯୋଗ ଆପଣଙ୍କୁ ସଫଳତା ଦେବ ଓ ଆପଣ ଅନେକ ଅନ ସାଇଟ ସୁଯୋଗ ମଧ୍ୟ ମିଳିପାରେ। ବ୍ୟବସାୟ ଦୃଷ୍ଟିରୁ ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ତେବେ ପର୍ଯ୍ୟାପ୍ତ ଧନ ମିଳିବ ଯାହା ଫଳରେ ଆତ୍ମବିଶ୍ବାସ ବଢ଼ିବ। ଆର୍ଥିକ ମାମଲାରେ ଆପଣଙ୍କୁ ଭଲ ଧନ ଲାଭ ହେବ ଓ ଶେୟାର ଇତ୍ୟାଦିରୁ ଲାଭ ହେବ। ସମ୍ପର୍କରେ ଜୀବନସାଥୀ ସହିତ ଭଲ କଥାବର୍ତ୍ତା ହେବେ ଯାହା ଫଳରେ ସମ୍ପର୍କରେ ସୁଧାର ଓ ଦୃଢ଼ତା ଆସିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।
ପ୍ରତିକାର : ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ଓ ଆପଣଙ୍କର ପ୍ରଥମ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ଅଧିକ ଯାତ୍ରା କରାଇବ। ଏହା ବ୍ୟତୀତ ଘରେ ସୁଖ ସୁବିଧା ବଢ଼ାଇବାର ଉତ୍ସୁକତା ଆପଣଙ୍କ ଭିତରେ ଦେଖାଯିବ। କ୍ୟାରୀଅର ଦୃଷ୍ଟିରୁ ଆପଣ ଲମ୍ବା ଯାତ୍ରା କରିବେ ଯାହା ଫଳରେ ଆପଣଙ୍କର ଉଦ୍ଦେଶ୍ୟ ଓ ଲକ୍ଷ ପୁରଣ ହେବ ଓ ଲାଭ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଭଲ ଲାଭ ମିଳିବ ଓ ଆପଣ ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ କମ ପ୍ରତିସ୍ପର୍ଦ୍ଧା ସାମ୍ନା କରିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ଅବଧିରେ ନିଜର ସୁଖ ସବିଧ ଉପରେ ଅଧିକ ଖର୍ଚ୍ଚ କରିବେ ଯାହା ଆପଣଙ୍କୁ ଖୁସି ଦେବ। ସମ୍ପର୍କରେ ଆପଣ ନିଜର ଜୀବନସାଥୀ ସହି ଭଲ ଅନୁଭବ କରିବେ ଓ ଏହା ଆପଣଙ୍କର ସମ୍ପର୍କକୁ ସୁଖମୟ କରିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। କିନ୍ତୁ ମାତାଙ୍କ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ।
ପ୍ରତିକାର : ଗୁରୁବାର ଦିନ ରୁଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ।
Click Here To Read In Hindi: शुक्र का कर्क राशि में गोचर
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଦଶମ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ନିଜର ପ୍ରୟାସ ସମ୍ବନ୍ଧରେ ସମସ୍ଯା ଦେବ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରିରେ ପରିବର୍ତ୍ତନ ସାମ୍ନା କରିବାକୁ ପଡ଼ିପାରେ ଓ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ହେବ ନାହିଁ। ବ୍ଯବସାୟିକ ଦୃଷ୍ଟିରୁ ଆପଣଙ୍କୁ କ୍ଷତି ରୂପରେ କିଛି ବଧ ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଲାଭ ଓ ଖର୍ଚ୍ଚ ରୂପରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। ସାଙ୍ଗରେ ଏହି ଅବଧିରେ ଆପଣ ସଞ୍ଚୟ କରିପାରିବେ ନାହିଁ। ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନସାଥୀ ସହିତ ଭଲ ତାଳମେଳ ରଖିପାରିବେ ନାହିଁ। ଏହି ସମୟରେ ବ୍ୟତିବ୍ୟସ୍ତ ଲାଗିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଫ୍ଲୁ କିମ୍ବା ଅଲେରଗୀ ହେବାର ଆଶଙ୍କା ଅଛି ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।
ପ୍ରତିକାର : ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ ଯଜ୍ଞ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଓ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ଉତ୍ପାଦକତା ପ୍ରାପ୍ତ କରିବାରେ ଓ ଭଲ ପରିଣାମ ପ୍ରାପ୍ତ କରିବାରେ ସଫଳ କରିବ। କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ଲକ୍ଷ ପୁରଣ କରିବାରେ ସଫଳ ହେବେ ଓ ସଫଳତା ପ୍ରାପ୍ତ କରିବେ। ବ୍ଯବସାୟିକ ମାମଲାରେ ଆପଣଙ୍କ ଦ୍ବାରା କରାଯାଇଥିବା ଲାଭରେ ସନ୍ତୁଷ୍ଟ ହେବେ। ଏହି ଅବଧିରେ ଆପଣଙ୍କୁ ବ୍ୟବସାୟର ଏକ ନୂଆ ସୁଯୋଗ ମିଳିବ। ଆର୍ଥିକ ଦୃଷ୍ଟିରୁ ଆପଣ ଲାଭ ପାଇବେ ଓ ସଞ୍ଚୟ କରିବାରେ ସକ୍ଷମ ହେବେ। ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଅନୁକୂଳ ରହିବ ଓ ଆପଣ ନିଜର ପାର୍ଟନର ସହିତ ତାଳମେଳ ରଖିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ ଓ ସ୍ବାସ୍ଥ୍ୟ ଉତ୍ତମ ରହିବ।
ପ୍ରତିକାର : ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ଦଶମ ଘରେ ଗୋଚର କରିବେ। ଶୁକ୍ରଙ୍କର ଗୋଚର କ୍ୟାରୀଅରର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉପରେ ଆପଣଙ୍କର ମାର୍ଗଦର୍ଶନ କରିବ। ଏହି ସମୟରେ ଆପଣ ଅଧିକ ଯାତ୍ରା କରୁଥିବାର ଦେଖାଯିବେ। କ୍ୟାରୀଅର ଦୃଷ୍ଟିରୁ ଆପଣ ବର୍ତ୍ତମାନ ଚକିରୀରେ ସନ୍ତୁଷ୍ଟ ଦେଖାଯିବେ ନାହିଁ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଲାଭ ଓ ହାନି ସହିବାକୁ ପଡ଼ିବ ଓ ଏହି ଅବଧି ଆପଣଙ୍କ ପାଇଁ ଅଧିକ ଅନୁକୂଳ ହେବ ନାହିଁ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ମଧ୍ୟମ ଧରଣର ଧନ ଲାଭ ହେବ ଓ କିଛି ସଞ୍ଚୟ କରିପାରିବେ। ସମ୍ପର୍କରେ ଆପଣ ବର୍ତ୍ତମାନର ପରିସ୍ଥିତିରେ ଖୁସି ଦେଖାଯିବେ ନାହିଁ। ଆପଣଙ୍କୁ ପାର୍ଟନର ସହିତ ଚାପ ସହିବାକୁ ପଡ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଆଣ୍ଠୁରେ ଦରଜ ସମସ୍ଯା ହୋଇପାରେ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ।
ପ୍ରତିକାର : ମଙ୍ଗଳବାର ଦିନ କେତୁଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ଶୁକ୍ର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଆପଣଙ୍କର ନବମ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ସମ୍ପର୍କରେ ଅଶାନ୍ତି ଆଣିବ ଓ ଆପଣଙ୍କୁ ନିଜର ସମ୍ପର୍କରେ ଏହି ସମୟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପଡ଼ିବ। କ୍ୟାରୀଅର ଦୃଷ୍ଟିରୁ ଏହି ସମୟରେ ଆପଣଙ୍କୁ କାମରେ ଭାଗ୍ୟର ସମର୍ଥନ କମ ପ୍ରାପ୍ତ ହେବ ଓ ଆପଣ କମ ସନ୍ତୁଷ୍ଟ ଦେଖାଯିବେ। ବ୍ଯବସାୟିକ ମାମଲାରେ ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଅଧିକ ଲାଭର ସମ୍ଭାବନା ନାହିଁ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। ଆପଣଙ୍କର ଜୀବନସାଥୀ ସହିତ ବିବାଦ ହେବାର ଆଶଙ୍କା ଅଛି ଓ ଦୁହିଙ୍କ ମଧ୍ୟରେ ମତଭେଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପିତାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।
ପ୍ରତିକାର : ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ଶୁକ୍ର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଓ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବେ। ଶୁକ୍ରଙ୍କର ଗୋଚର ଆପଣଙ୍କର ପ୍ରୟାସକୁ ଆଗକୁ ବଢ଼ାଇବାରେ ବାଧା ସୃଷ୍ଟି କରିବ। ଏହି ସମୟରେ ଭାଗ୍ୟର ସମର୍ଥନ ରହିବ ନାହିଁ।
କ୍ୟାରୀଅର ମାମଲାରେ ଆପଣଙ୍କୁ ନିଜର ବରିଷ୍ଠଙ୍କ ଠାରୁ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ସମ୍ଭାବନା ଆଚ ଯେ ଆପଣ ଯାହା ପରିଶ୍ରମ କରିଛନ୍ତି ସେଥିପାଇଁ ଆପଣଙ୍କୁ ଉଚିତ ପ୍ରଶଂସା ନ ମିଳିପାରେ। ବ୍ୟବସାୟ ଏହି ସମୟରେ କମ ହେବ ଓ କ୍ଷତି ସହିବାକୁ ପଡ଼ିପାରେ। ଏହି ରାଶିର କିଛି ଲୋକଙ୍କଊ ଏହି ଅବଧିରେ ନା କାଭ ମିଳିବ ନା କ୍ଷତି ହେବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଯାହା ଆପଣଙ୍କୁ ଚିନ୍ତିତ କରିବ ଓ ନିରାଶ କରିବ। ସମ୍ପର୍କ ଦୃଷ୍ଟିରୁ ପରିବାରରେ ଚାଲୁଥିବା ସମସ୍ଯା ଯୋଗୁଁ ଜୀବନସାଥୀ ସହିତ ଆପଣଙ୍କର ବିବାଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଆପଣଙ୍କୁ ଚିନ୍ତିତ କରିବ।
ପ୍ରତିକାର : ଗୁରୁବାର ଦିନ ବୃହସ୍ପତିଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦଶମ ଘରର ପ୍ରଭୁ ଓ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ଏକ ନୂଆ ବନ୍ଧୁ କରିବା ପାଇଁ, ଆଧ୍ୟାତ୍ମିକ କଥାରେ ରୁଚି ବିକଶିତ କରିବା ପାଇଁ ଓ ଚାକିରିରେ ମଧ୍ୟମ ଧରଣର ଲାଭ ପ୍ରାପ୍ତ କରିବା ପାଇଁ ଅନୁକୂଳ ହେବ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନୂଆ ଓ ଭଲ ଚକକିରୀ ସୁଯୋଗ ପ୍ରାପ୍ତ ହେବ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ବ୍ଯବସାୟ ଦୃଷ୍ଟିରୁ ଆପଣଙ୍କୁ ଭଲ ଲାଭ ମିଳିବ। ବିଜନେସ ଆଉଟସୋର୍ସିଂରୁ ଲାଭ ମିଳିବ। ଆର୍ଥିକ ମାମଲା ବିଷୟରେ କହିଲେ ଅଧିକ ମାତ୍ରାରେ ଧନ ଲାଭ ହେବ ଓ ଭଲ ସଞ୍ଚୟ ହେବ। ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ଜୀବନସାଥୀ ସହିତ ପ୍ରତିକୁଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିପାରେ। ଦୁହିଙ୍କ ମଧ୍ୟରେ ବିବାଦ ହୋଇପାରେ କିମ୍ବା ମତଭେଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପିତାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।
ପ୍ରତିକାର : ଶନିବାର ଦିନ ଶନିଙ୍କ ପାଇଁ ପୂଜା କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ନବମ ଘରର ସ୍ବାମୀ ଓ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ। ଶୁକ୍ରଙ୍କର ଗୋଚର ଆପଣଙ୍କର ପରିବାରରେ ସମସ୍ଯାର ସଙ୍କେତ ଦେଉଛି ଓ ଏହି ପରିସ୍ଥିତି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରମାଣିତ ହେବ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରିରେ ପ୍ରତିଷ୍ଠାର କ୍ଷତି ସହିବାକୁ ପଡ଼ିପାରେ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କର ବ୍ୟବସାୟରେ ମଧ୍ୟମ ଧରଣର ଲାଭ ହେବ ଓ ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ସମସ୍ଯା ହୋଇପାରେ। ଆର୍ଥିକ ସ୍ଥିତି ବିଷୟରେ କହିବାକୁ ଗଲେ ବଢ଼ୁଥିବା ଖର୍ଚ୍ଚ ପାଇଁ ଋଣ ନେବାକୁ ପଡ଼ିପାରେ ଯାହା ଆପଣଙ୍କ ପାଇଁ ଅତିରିକ୍ତ ଚାପ ସୃଷ୍ଟି କରିବ। ସମ୍ପର୍କ ଦୃଷ୍ଟିରୁ ଆପଣଙ୍କର ଜୀବନସାଥୀ ସହିତ ବିବାଦ ସାମ୍ନା କରିବାକୁ ପଡ଼ିପାରେ। ସମ୍ଭାବନା ଅଛି ଯେ ଦୁହିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା କମ ରହିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ପିତାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।
ପ୍ରତିକାର : ପ୍ରତିଦିନ 41 ଥର ଓଁ ଶିବ ଓଁ ଶିବ ଓଁ ମନ୍ତ୍ର ଜପ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ସନ୍ତାନର ବିକାଶକୁ ନେଇ ଚିନ୍ତିତ କରିବ। ଆପଣଙ୍କ ତରଫରୁ କିଛି ବାଧା ଆସିପରେ। କ୍ୟାରୀଅର ଦୃଷ୍ଟିରୁ ଆପଣ ଉଚ୍ଚ ସମ୍ଭାବନା ପାଇଁ ଚାକିରି ବଦଳାଇ ପାରନ୍ତି ଯାହା ଆପଣଙ୍କ ପାଇଁ ସହଜ ହେବ ନାହିଁ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନା କ୍ଷତି ହେବ ନା ଲାଭ। ସାଙ୍ଗରେ ଆପଣଙ୍କୁ ବଢ଼ିଥିବା ପ୍ରତିସ୍ପର୍ଦ୍ଧା ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ନିଜର ସନ୍ତାନର ସ୍ବାସ୍ଥ୍ୟ ଉପରେ ପଇସା ଖରକକ କରିବାକୁ ପଡ଼ିପାରେ। ଆପଣ ନିଜର ଜୀବନସାଥୀ ସହିତ ସମସ୍ଯା ସାମ୍ନା କରିବେ ଯାହା ସମ୍ପର୍କରେ ସମସ୍ଯା ଆଣିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ କିଛି ଚର୍ମ ସମ୍ବନ୍ଧିତ ସମସ୍ଯା ହୋଇପାରେ।
ପ୍ରତିକାର : ପ୍ରତିଦିନ 41 ଥର ଓଁ ଗୁରବେ ନମଃ ମନ୍ତ୍ର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚାରଯାଉଥିବା ପ୍ରଶ୍ନ
ପ୍ରଶ୍ନ 1: କର୍କଟ ରାଶିରେ ଶୁକ୍ରଙ୍କର ଗୋଚର କେବେ ହେବ?
ଉତ୍ତର : ଶୁକ୍ର ଗ୍ରହ 7 ଜୁଲାଇ 2024 4:15 ରେ କର୍କଟ ରାଶିରେ ଗୋଚର କରିବେ।
ପ୍ରଶ୍ନ 2: ଜ୍ଯୋତିଷଶାସ୍ତ୍ରରେ ଶୁକ୍ରଙ୍କର ମହତ୍ଵ କ’ଣ?
ଉତ୍ତର : ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ଏକ ଦୃଢ଼ ଜୀବନରେ ସମସ୍ତ ଆବଶ୍ୟକ ସନ୍ତୁଷ୍ଟି, ଉତ୍ତମ ସ୍ବାସ୍ଥ୍ୟ ଓ ଏକ୍ ଦୃଢ଼ ମସ୍ତିଷ୍କ ପାଇଁ ଆବଶ୍ୟକ ବୋଲି କୁହଯାଏ।
ପ୍ରଶ୍ନ 3: କନ୍ୟା ରାଶି ଲୋକଙ୍କୁ ଶୁକ୍ର ଗୋଚର କିପରି ପ୍ରଭାବିତ କରିବ?
ଉତ୍ତର : ଶୁକ୍ରଙ୍କର ଗୋଚର କନ୍ୟା ରାଶି ଲୋକଙ୍କୁ ଅନୁକୂଳ ପରିଣାମ ଦେବ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Rashifal 2025
- Horoscope 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025