ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର (01 ମଈ 2024)

ବୃହସ୍ପତି ବୃଷ ରାଶିରେ 01 ମଇ 2024ର ଅପରାହ୍ନ 02: 29 ରେ ଗୋଚର ହେବେ।ଆଷ୍ଟ୍ରୋସେଜର ଏହି ଆର୍ଟିକିଲ୍ ଆପଣଙ୍କୁ ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବ | ଏହା ବ୍ୟତୀତ ବୃହସ୍ପତିଙ୍କ ଗୋଚର ସ୍ଥିତି କିପରି ସମସ୍ତ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ ସେ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇବୁ। ଆହୁରି ମଧ୍ୟ, ଆମେ ସରଳ ପଦକ୍ଷେପ ବିଷୟରେ ଆଲୋଚନା କରିବୁ ଯାହା ସାହାଯ୍ୟରେ ଆପଣ ବୃହସ୍ପତି ଗୋଚରର କୁପ୍ରଭାବକୁ ହ୍ରାସ କରିପାରିବେ |

ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର 01 ମଈ 2024 ରେ ହେବ।

ବୈଦିକ ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତିଙ୍କ ମହତ୍ଵ

ଦେବତାଙ୍କ ଗୁରୁ କୁହାଯାଉଥିବା ବୃହସ୍ପତିଙ୍କର ବୃଷ ରାଶିରେ 01 ମଇ 2024 ରେ ହେବାକୁ ଯାଉଛି ଏହା ବୃଷ ଆରସି ଲୋକଙ୍କ ପାଇଁ ବିଶେଷ ବିବେଚିତ ହେଉଛି। ଗୁରୁ ଗ୍ରହଙ୍କୁ ବିସ୍ତାର, ପ୍ରଗତି ଓ ଜ୍ଞାନର କାରକ ଗ୍ରହ କୁହଯାଏ ଓ ବୃଷ ରାଶିରେ ଏହା ସ୍ଥିରତା ଆଣନ୍ତି। ବୈଦିକ ଜ୍ଯୋତିଷଶାସ୍ତ୍ରରେ ତାଙ୍କ ପ୍ରଭାବକୁ ବହୁତ ଶକ୍ତିଶାଳୀ କୁହଯାଏ। ଗୁରୁ ଗ୍ରହ କୌଣସି ବ୍ୟକ୍ତିର କ୍ୟାରୀଅରରୁ ନେଇ ଅଧ୍ୟାତ୍ମ ସମେତ ଅନେକ କ୍ଷେତ୍ରକୁ ପ୍ରଭାବିତ କରନ୍ତି। ବୃହସ୍ପତି ଗୋଚର ସ୍ବୟଂ କୁ ଜାଣିବାର ଅବଧି ହେବ ଓ ଏହାର ପରିଣାମସ୍ବରୂପ, ଆପଣ କଳା କ୍ଷେତ୍ରରେ ନିଜର ରୁଚିକୁ ଜାଣିବା ଓ ବୁଝିବାକୁ ସକ୍ଷମ ହେବେ। ଆପଣ ନିଜର ଆଖପାଖ ଲୋକଙ୍କ ସହିତ ସମ୍ପର୍କ ଦୃଢ଼ କରିବେ।

ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ଯେବେ ଗୁରୁ ଗ୍ରହ ନିଜର ରାଶି ପରିବର୍ତ୍ତନ ତେବେ ଏହା ଜୀବନର ବିଭିନ୍ନ କ୍ଷେତ୍ର ଯେପରି ପ୍ରଗତି, ପ୍ରେମ ଜୀବନ, ସ୍ବାସ୍ଥ୍ୟ, ପରିବାର ଓ ସନ୍ତାନ ଠାରୁ ମିଳିବାକୁ ସମର୍ଥନକୁ ପ୍ରଭାବିତ କରନ୍ତି। ଏହି ଅବଧି ଆନନ୍ଦ ଓ ବୃଦ୍ଧି ଦୃଷ୍ଟିରୁ ଭଲ ରହିବ କାରଣ ଏହା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଜୀବ ଗୁରୁ ଗ୍ରହ ଶୁକ୍ର ଦେବଙ୍କ ରାଶି ତୁଳା କିମ୍ବା ବୃଷ ରାଶିରେ ଗୋଚର କରିବେ, ତାଙ୍କର ପ୍ରବାଭ ବହୁତ ଶକ୍ତିଶାଳୀ ହେବ ଓ ମହତ୍ୱପୂର୍ଣ ହେବ।

ତଥାପି, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଅବସ୍ଥା ସର୍ବଦା ଭଲ ନୁହେଁ | ବୃହସ୍ପତି ଯେଉଁ ଘରେ ରୁହନ୍ତି, ତାଙ୍କର ଦୃଷ୍ଟି ସେହି ଘରୁ ପଞ୍ଚମ, ସପ୍ତମ ଏବଂ ନବମ ଘରେ ପଡ଼େ। କିନ୍ତୁ, ଯଦି ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କ ଷଷ୍ଠ ଘରେ ଅଛି, ତେବେ ସେହି ସମୟରେ ବ୍ୟକ୍ତିଙ୍କୁ ଆଇନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ପରିବ। ଏପରି ପରିସ୍ଥିତିରେ, ଆପଣ ବହୁତ ଭାବିଚିନ୍ତି ଆଗକୁ ବଢ଼ିବା ଆବଶ୍ୟକ | ଏହା ସହିତ ଅଷ୍ଟମ ଘରେ ଗୁରୁ ଦେବଙ୍କ ଦୃଷ୍ଟି ଆପଣଙ୍କ ପାଇଁ ମାନସିକ ଏବଂ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ | ଅପରପକ୍ଷେ, ଦ୍ୱାଦଶ ଘରେ ବୃହସ୍ପତିଙ୍କର ପ୍ରଭାବ ହେତୁ ବ୍ୟକ୍ତିଙ୍କୁ ବ୍ୟୟ ବୃଦ୍ଧି ଏବଂ ଭାବପ୍ରବଣତାର ପରିବର୍ତ୍ତନକୁ ସାମ୍ନା କରିବାକୁ ପଡ଼ିବ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ବୃହସ୍ପତି ଗୋଚର ଆପଣଙ୍କ ଜୀବନ ଉପରେ କ’ଣ ପ୍ରଭାବ ପକାଇବ

ବୃହସ୍ପତିଙ୍କର ବୃଷ ରାଶିରେ ପ୍ରଭାବ

ବୃଷ ରାଶିରେ ବୃହସ୍ପତିଙ୍କର ଗୋଚର ବ୍ୟକ୍ତିଙ୍କ ପାଇଁ ଅପାର ଅଭିବୃଦ୍ଧି ଆଣିଥାଏ | ଏପରି ପରିସ୍ଥିତିରେ, ଏହି ରାଶିର ପ୍ରତ୍ୟେକ ରାଶି ଉପରେ ଭିନ୍ନ ପ୍ରଭାବ ପଡ଼ିଥାଏ | ଆପଣଙ୍କୁ ଭୌତିକ ସୁଖରୁ ଦୂର କରି ଏହା ଆଧ୍ୟାତ୍ମିକ ଏବଂ ଦାର୍ଶନିକ କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢ଼ାଇଥାଏ। ଏହି ଲୋକମାନେ କ୍ୟାରିୟର କ୍ଷେତ୍ରରେ ଏପରି ଅନେକ ସୁଯୋଗ ପାଇବେ ଯାହା ମାଧ୍ୟମରେ ପ୍ରଗତି ପଥରେ ଆଗକୁ ବଢ଼ିବାକୁ ସମର୍ଥ ହେବେ।

ଯେତେବେଳେ ଗୁରୁ ମହାରାଜ ବୃଷରେ ବକ୍ରୀ କରନ୍ତି, ସେତେବେଳେ ବ୍ୟକ୍ତି ହଜିଯାଇଥିବା ପରି ଦେଖାଯାଏ | ଏହି ସମୟରେ, ନିଜକୁ ଜାଣିବାର ଇଚ୍ଛା ବ୍ୟକ୍ତି ଭିତରେ ଶକ୍ତିଶାଳୀ ହୁଏ, ଯେଉଁଥିପାଇଁ ସେ ନିଜର ଇଚ୍ଛା ବିଷୟରେ ଜାଣିବାର ସୁଯୋଗ ପାଏ। ବୃହସ୍ପତି ବକ୍ରୀ ସହିତ, ଆପଣ ପ୍ରିୟଜନଙ୍କ ସମର୍ଥନ, ଆର୍ଥିକ ପ୍ରଗତି ଏବଂ ବ୍ୟକ୍ତିଗତ ବିକାଶ ବିଷୟରେ ଅନେକ ସୁଯୋଗ ପାଇବେ।

ସମାନ କ୍ରମରେ, ଯେତେବେଳେ ବୃହସ୍ପତି ଏବଂ ଶୁକ୍ର ଏକତ୍ର ବୃଷ ରାଶିରେ ଅବସ୍ଥିତ ହେବେ, ସେତେବେଳେ ଏହି ଅବଧି ଲୋକଙ୍କ ଟଙ୍କା ସମ୍ବନ୍ଧୀୟ ସମସ୍ୟା ଏବଂ ପୈତୃକ ସମ୍ପତ୍ତି ସହିତ ଜଡ଼ିତ ଆଇନଗତ ବିବାଦର ସମାଧାନ ପାଇଁ କାର୍ଯ୍ୟ କରିବ | ଅର୍ଥନୈତିକ ସମୃଦ୍ଧତା ପାଇଁ ଏହି ସମୟ ସର୍ବୋତ୍ତମ ବୋଲି କୁହାଯାଏ | ଏହା ବ୍ୟତୀତ ବିବାହ ଏବଂ ସମ୍ପତ୍ତି ଇତ୍ୟାଦି ପାଇଁ ମଧ୍ୟ ଏହା ଅନୁକୂଳ ଅଟେ।

ରାଶିଫଳରେ ବୃହସ୍ପତି ବାରଟି ଘର ମଧ୍ୟରୁ ନଅଟି କୁ ପ୍ରଭାବିତ କରନ୍ତି, ବିଶେଷ କରି ଦ୍ୱିତୀୟ, ନବମ ଏବଂ ଏକାଦଶ ଘର। ରାଶିଫଳର ଏହି ଘରଗୁଡ଼ିକ ଜଣେ ବ୍ୟକ୍ତିଙ୍କ ଜୀବନର ବିଭିନ୍ନ ଦିଗକୁ ପ୍ରତିନିଧିତ୍ୱ କରେ ଏବଂ ଏଥିରେ ସନ୍ତାନ, ଭାଗ୍ୟ ଏବଂ ଆୟ ଇତ୍ୟାଦି ଅନ୍ତର୍ଭୁକ୍ତ।

ମୋଟ ଉପରେ, ବୃଷ ରାଶିରେ ବୃହସ୍ପତି ଗୋଚର ରାଜନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ | ବୃହସ୍ପତି ବିସ୍ତାରକୁ ଦର୍ଶାନ୍ତି ଯେତେବେଳେ ବୃଷ ରାଶି ସ୍ଥିରତା ଏବଂ ବସ୍ତୁକୁ ପ୍ରତିପାଦିତ କରେ। ଏଭଳି ପରିସ୍ଥିତିରେ, ଏହି ଗୋଚର ବ୍ୟକ୍ତିଙ୍କୁ ପ୍ରଗତି ପାଇଁ ଅନେକ ସୁଯୋଗ ପ୍ରଦାନ କରିବ | ଏହି ସମୟ ମଧ୍ୟରେ, ଆପଣ ସାହସର ସହିତ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧାର ସମ୍ମୁଖୀନ ହେବେ। ଏହା ବ୍ୟତୀତ ଆପଣ ବ୍ୟକ୍ତିଗତ ଜୀବନରେ ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହାସଲ କରିବେ।

ତଥାପି, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଜଣେ ବ୍ୟକ୍ତିଙ୍କ ଜୀବନରେ ସ୍ଥିରତା ଏବଂ ସୁରକ୍ଷା ଆଣିଥାଏ | ଧୀରେ ଧୀରେ ଗତି କରି ଆପଣ ନିଜର ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବେ। ଏପରି ପରିସ୍ଥିତିରେ, ଆପଣ ନିଜର ଜୀବନକୁ ଉପଭୋଗ କରିବେ ଏବଂ ଆପଣଙ୍କର ଆବଶ୍ୟକତା ଏବଂ ଇଚ୍ଛା ପୂରଣ ଉପରେ ଧ୍ୟାନ ଦେବେ। ଏହି ଅବଧି ଆପଣଙ୍କୁ ବୁଦ୍ଧିମାନ କରିବ ଏବଂ ଫଳସ୍ୱରୂପ, ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଅତି ଯତ୍ନର ସହିତ କରୁଥିବା ଦେଖାଯିବେ | ଏହି ଅବଧିରେ ଆପଣ ଯାହା ବି ନିଷ୍ପତ୍ତି ନିଅନ୍ତି, ଇମ୍ପୁଲ୍ସିଭ୍ ହୋଇ ନେବା ଅପେକ୍ଷା ଭାବିଚିନ୍ତି ଗ୍ରହଣ କରିବା ଉଚିତ।

କିନ୍ତୁ, ଏହି ଲୋକଙ୍କୁ ଆତ୍ମସନ୍ତୋଷରୁ ଦୂରେଇ ରହିବାକୁ ପଡ଼ିବ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃଷ ରାଶିରେ ବୃହସ୍ପତିଙ୍କର ଉପସ୍ଥିତି ଡିଜାଇନ୍ ସହିତ ଜଡ଼ିତ କ୍ଷେତ୍ରଗୁଡ଼ିକୁ ମଧ୍ୟ ସୂଚିତ କରେ ଯାହା ଶୁକ୍ର ଗ୍ରହ ଦ୍ୱାରା ପରିଚାଳିତ। ଏହା ସହିତ, ଏହା ସୌନ୍ଦର୍ଯ୍ୟ, ଇଚ୍ଛା, ବିଳାସ, ପ୍ରକୃତି ସହିତ ସଂଯୋଗ, କଠୋର ମନୋଭାବ, ବେଳେବେଳେ ଅଳସୁଆମି ଏବଂ ନିଷ୍ଠା ଇତ୍ୟାଦିକୁ ମଧ୍ୟ ଦର୍ଶାଏ | ଏହି ଗୋଚର ସମୟରେ, ବ୍ୟକ୍ତି ଜୀବନରେ ସ୍ଥିରତା ହାସଲ କରିବାକୁ ଇଚ୍ଛା କରିପାରନ୍ତି ଏବଂ ଏପରି ପରିସ୍ଥିତିରେ, ଆପଣ ଅନାବଶ୍ୟକ ରିସ୍କ ନେବା ପରିବର୍ତ୍ତେ ସ୍ଥିରତା ହାସଲ କରିବାରେ ବିଶ୍ୱାସ କରିବେ।

ତେବେ ଆସନ୍ତୁ ଆଗକୁ ବଢ଼ିବା ଏବଂ ବିଭିନ୍ନ ରାଶି ଉପରେ ଏହି ଗୋଚରର ପ୍ରଭାବ ବିଷୟରେ ଜାଣିବା

To Read in English Click Here: Jupiter Transit In Taurus (01 May 2024)

ଏହି ରାଶିଫଳ ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ବୃଷ ରାଶିରେ ବୃହସ୍ପତିଙ୍କ ଗୋଚର: ରାଶି ଅନୁସାରେ ରାଶିଫଳ ଓ ଉପାୟ

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ଦେବ ଗୁରୁ ବୃହସ୍ପତି ଆପଣଙ୍କ ନବମ ଓ ଦ୍ଵାଦଶ ଘର ପ୍ରଭୁ ଓ ଏହା ଆପଣଙ୍କ ଦ୍ବିତୀଯ ଘରେ ଗୋଚର ହେବାକୁ ଯାଉଛନ୍ତି। ଜାତକରେ ନବମ ଘର ବିଦେଶ ଯାତ୍ରା ଓ ଉଚ୍ଚ ଶିକ୍ଷା ସହିତ ଜଡ଼ିତ ଓ ଦ୍ଵାଦଶ ଘର ଖର୍ଚ୍ଚ, ମୋକ୍ଷ ଇତ୍ୟାଦିକୁ ଦର୍ଶାଏ। ଗୁରୁ ଗ୍ରହଙ୍କର ଗୋଚର ଆପଣଙ୍କ ଧନ, ବାଣୀ ଓ ପରିବାରର ଦ୍ଵିତୀୟ ଘରେ ହେବ।

କ୍ୟାରିୟର କ୍ଷେତ୍ରରେ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ପାଇଁ ଯଥେଷ୍ଟ ଅଗ୍ରଗତି ଆଣିବ | ଆପଣଙ୍କର କଠିନ ପରିଶ୍ରମ ଆଧାରରେ ଚାକିରିରେ ଅଗ୍ରଗତି ଏବଂ ସଫଳତା ହାସଲ କରିବାର ସୁଯୋଗ ପାଇବେ | ଯଦି ଆପଣ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅତି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଯତ୍ନର ସହ ବିଚାର କରିବା ପରେ ହିଁ ଟଙ୍କା ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତୁ | ଜୀବନରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ଧର୍ଯ୍ୟ ବଜାୟ ରଖିବାକୁ ପଡ଼ିବ।

ଆର୍ଥିକ ଜୀବନ ବିଷୟରେ କଥାବାର୍ତ୍ତା କରିଲେ, ଏହି ଅବଧି ମଧ୍ୟରେ ଆପଣ ନିଜର ଆୟ ଏବଂ ସଞ୍ଚୟରେ ବୃଦ୍ଧି ଦେଖିବେ | ଏପରି ପରିସ୍ଥିତିରେ, ଆପଣ ଆର୍ଥିକ ଦୃଷ୍ଟିରୁ ନିରାପଦ ଅନୁଭବ କରିବେ ଏବଂ ଟଙ୍କା ସଞ୍ଚୟ କରିବା ସହିତ ଆପଣ ଯେକୌଣସି ଦୀର୍ଘକାଳୀନ ବିନିଯୋଗ ମଧ୍ୟ କରିପାରିବେ ଯେଉଁଠାରୁ ଆପଣ ଭଲ ଲାଭ ପାଇବାକୁ ସକ୍ଷମ ହେବେ | ତଥାପି, ଆପଣ ଅତି ଭାବିଚିନ୍ତି ଭାବରେ ଟଙ୍କା ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବେ।

ପ୍ରେମ ଜୀବନ ଦୃଷ୍ଟିରୁ, ବୃଷ ରାଶିରେ ବୃହସ୍ପତିଙ୍କର ଗୋଚର ଆପଣଙ୍କ ପାରିବାରିକ ଜୀବନରେ ପାରସ୍ପରିକ ସମନ୍ୱୟକୁ ଦୃଢ଼ କରିବ | ଏହି ଅବଧି ମଧ୍ୟରେ, ଆପଣ ବିବାହ କିମ୍ବା ସନ୍ତାନ ଜନ୍ମ ଭଳି ଭଲ ଖବର ଶୁଣିପାରନ୍ତି, ଯାହା ଘରର ପରିବେଶକୁ ଖୁସି ରଖିବ ଏବଂ ପରିବାରରେ ଏକତା ମଧ୍ୟ ଦେଖାଯିବ। ବୃହସ୍ପତି ଗୋଚର କାଳରେ, ନିଜର ଶାଶୁଘର ଲୋକମାନଙ୍କ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ଼ ହେବ ଏବଂ ଏପରି ପରିସ୍ଥିତିରେ, ସାଥୀ ସହିତ ସମ୍ପର୍କରେ ପ୍ରେମ ବଢ଼ିବ। ଯଦି ଆପଣ ବିବାଦ କିମ୍ବା ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପରସ୍ପର ସହିତ ଖୋଲାଖୋଲି କଥା ହେବାକୁ ପଡ଼ିବ | କିନ୍ତୁ, ଏହି ସମୟ ମଧ୍ୟରେ ସମ୍ପର୍କରେ ପ୍ରେମ ବଜାୟ ରଖିବା ଆପଣଙ୍କ ପାଇଁ ଟିକେ କଷ୍ଟକର ହୋଇପାରେ |

ସ୍ୱାସ୍ଥ୍ୟ ଦୃଷ୍ଟିରୁ, ବୃଷ ରାଶିରେ ବୃହସ୍ପତିଙ୍କ ଗୋଚର ସମୟରେ, ମେଷ ରାଶି ଲୋକମାନଙ୍କ ପାଇଁ ସେମାନଙ୍କର ଜୀବନଶୈଳୀକୁ ସନ୍ତୁଳିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଓଜନ ବୃଦ୍ଧି କିମ୍ବା ହଜମ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା କିମ୍ବା ତେଲିଆ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବାକୁ ପଡ଼ିବ। ଏହା ବ୍ୟତୀତ ନିୟମିତ ବ୍ୟାୟାମ କରିବା ଏବଂ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଯାହା ଦ୍ବାରା ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ: ପ୍ରତିଦିନ କପାଳରେ ହଳଦୀର ଟୀକା ଲଗାନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ଆରସି ପାଇଁ ଦେବ ଗୁରୁ ବୃହସ୍ପତି ଅଷ୍ଟମ ଓ ଏକାଦଶ ଗୃହର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ପ୍ରଥମ ଘରେ ଗୋଚର କରିବାକୁ ଯାଉଛନ୍ତି। ଜାତକରେ ଅଷ୍ଟମ ଘର ହଠାତ ଲାଭ/ହାନୀ ଓ ଦୀର୍ଘାୟୁର ଗୃହ ଓ ଏକାଦଶ ଗୃହ ଭୌତିକ ସୁଖ ଓ ଇଚ୍ଛାର ଗୃହ। ଜାତକର ପ୍ରଥମ ଘର ସ୍ବୟଂ ଓ ବ୍ଯକ୍ତିତ୍ବକୁ ଦର୍ଶାଏ।

କ୍ୟାରିୟର ଦୃଷ୍ଟିରୁ ବୃହସ୍ପତିଙ୍କ ବୃଷ ରାଶି ଗୋଚର ଆପଣଙ୍କ ପ୍ରଥମ ଘରେ ହେବ। ଏପରି ପରିସ୍ଥିତିରେ, ଏହା ଆପଣଙ୍କର ବୃତ୍ତିଗତ ଜୀବନରେ ଅପାର ସଫଳତା ଏବଂ ଅଗ୍ରଗତି ଆଣିବ। ବୃହସ୍ପତିଙ୍କର ଏହି ଶୁଭ ସ୍ଥିତି କ୍ୟାରିୟରର ପ୍ରଗତିର ପଥରେ ଆସୁଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ଏବଂ ଏପରି ପରିସ୍ଥିତିରେ, ଏହି ଅବଧି ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ। ଏହି ସମୟରେ, କ୍ୟାରିଅର ଆପଣଙ୍କୁ ପ୍ରଗତିର ପଥରେ ନେଇଯିବ ଏବଂ ଆପଣ ନିଜର ଜ୍ଞାନ ଏବଂ ନିଷ୍ଠାର ଶକ୍ତି ସହିତ ଏହି ସମୟ ମଧ୍ୟରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ସମାଧାନ କରିବାରେ ସକ୍ଷମ ହେବେ। ଆପଣ ସାହସରେ ପରିପୂର୍ଣ୍ଣ ହେବେ ଏବଂ ଏହି ସମୟରେ, ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା ମଧ୍ୟ ଦୃଢ଼ ହେବ | କିନ୍ତୁ, ଆପଣ ତଥାପି ଭାବିଚିନ୍ତି ନିଷ୍ପତ୍ତି ନେବାକୁ ସକ୍ଷମ ହେବେ

ଆପଣଙ୍କର ପ୍ରଥମ ଘରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଆର୍ଥିକ ଜୀବନରେ ସମୃଦ୍ଧତା ଆଣିବ କାରଣ ବର୍ତ୍ତମାନ ଆପଣ ଟଙ୍କାକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହେବେ | ଆହୁରି ମଧ୍ୟ, ଆପଣ ଟଙ୍କା ସହିତ ଜଡ଼ିତ କିଛି ବଡ଼ ନିଷ୍ପତ୍ତି ନେଉଥିବାର ଦେଖାଯିବେ। ଆପଣଙ୍କ ବିବେକ ଆପଣ ପାଇଥିବା ସୁଯୋଗର ଲାଭ ଉଠାଇବାକୁ ପ୍ରେରଣା ଦେବ, ଯାହା ଆପଣଙ୍କୁ ଆର୍ଥିକ ଲାଭ ଆଣିବ। କିନ୍ତୁ, ଜୀବନରେ ସନ୍ତୁଳନ ବଜାୟ ରଖିବା କଷ୍ଟକର ହୋଇପାରେ ଏବଂ ଏପରି ପରିସ୍ଥିତିରେ ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ପଡ଼ିବ। ଯଦି ଆପଣ ଚାହାଁନ୍ତି, ଆପଣ ବିନିଯୋଗ ପାଇଁ ଜଣେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବେ ଯାହା ଦ୍ବାରା ଟଙ୍କା ସଞ୍ଚୟ କରିବା ସହିତ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ସ୍ଥିରତା ପାଇପାରିବେ।

ପ୍ରେମ ଜୀବନକୁ ଦେଖିବାକୁ ଗଲେ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ କାରଣ ଏହି ଅବଧି ଆପଣଙ୍କ ପାଇଁ ଅନୁକୂଳ ହେବ। ଯଦି ଆପଣ ଏକ ଗମ୍ଭୀର ସମ୍ପର୍କରେ ଅଛନ୍ତି ତେବେ ଏହି ସମୟରେ ନିଜର ସମ୍ପର୍କକୁ ଆଗକୁ ନେଇପାରିବେ। ପରିବାର ସହିତ ସମୟ ବିତାଇବା ଏବଂ ଏକ ତୀର୍ଥଯାତ୍ରା ସ୍ଥାନକୁ ଯିବା ସଦସ୍ୟମାନଙ୍କ ସହିତ ଆପଣଙ୍କର ସମ୍ପର୍କକୁ ଦୃଢ଼ କରିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ବୃଷ ରାଶିରେ ଗୋଚର ସମୟରେ ଆପଣଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଆପଣଙ୍କର ପ୍ରାଥମିକତା ହେବା ଉଚିତ। ଯଦି ଆପଣ ଏକ ସନ୍ତୁଳିତ ଜୀବନଶୈଳୀ ଆପଣେଇବା ପାଇଁ ଚାହୁଁଛନ୍ତି ଓ ଖାଦ୍ଯପେୟ ଠିକ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ଦୂର କରିବା ପାଇଁ ପଡ଼ିବ। ପ୍ରଥମ ଘରେ ବସିଥିବା ବୃହସ୍ପତି ଆପଣଙ୍କ ଭିତରେ ଅଧ୍ୟାତ୍ମିକତା ବୃଦ୍ଧି କରିବେ ଯାହା ଫଳରେ ଆପଣ ଧର୍ମ-କର୍ମ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

ଉପାୟ: ଗଳାରେ ସୁନା ଧାରଣ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

ମିଥୁନ ରାଶି

ଦେବ ଗୁରୁ ବୃହସ୍ପତି ଆପଣଙ୍କ ସପ୍ତମ ଓ ଦଶମ ଘରର ପ୍ରଭୁ ଓ ଏହି ଅବଧିରେ ଆପଣଙ୍କ ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଜାତକରେ ସପ୍ତମ ଘର ବିବାହ ଓ ଦଶମ ଘର ନାମ, ଲୋକପ୍ରିୟତା ଇତ୍ୟାଦିକୁ ଦର୍ଶାଏ। ଦ୍ଵାଦଶ ଘର ହାନି, ବିଦେଶ ଜେଟର ଓ ଅଧ୍ୟାତ୍ମକୁ ଦର୍ଶାଏ।

ବୃହସ୍ପତିଙ୍କର ଗୋଚର ଆପଣଙ୍କ କ୍ୟାରୀଅରରେ ସକାରାତ୍ମକ ପରିବର୍ତ୍ତନ ଆଣିବ, ବିଶେଷରୂପରେ ତାଙ୍କ ପାଇଁ ଯାହାର ସମ୍ବନ୍ଧ ରିସର୍ଚ କିମ୍ବା ଶିକ୍ଷା ଇତ୍ୟାଦି ସହିତ ଅଛି। ଗୁରୁ ଗ୍ରହ ଆପଣଙ୍କ ବୁଦ୍ଧିକୁ ତୀକ୍ଷଣ କରିବେ ଯାହା ଫଳରେ ଆପଣ ଶିକ୍ଷା କ୍ଷେତ୍ରରେ କରୁଥିବା ପ୍ରୟାସରେ ସଫଳ ହେବେ। ରିସର୍ଚ କରୁଥିବା ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ଅପାର ସଫଳତା ହାସଲ କରିବେ। ଫଳସ୍ୱରୂପ, ଆପଣଙ୍କର କାର୍ଯ୍ୟ ପ୍ରକାଶିତ ହେବା କିମ୍ବା ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ସୁଯୋଗ ପାଇବେ। ଦ୍ଵାଦଶ ଘରେ ବୃହସ୍ପତି ବସି ତାଙ୍କ ଦୃଷ୍ଟି ଆପଣଙ୍କ ଷଷ୍ଠ ଘରେ ପକାଇବେ ଓ ଏହା ଫଳରେ ଆପଣ କ୍ୟାରୀଅର ରେ ଆସିବାକୁ ଥିବା ଅସୁବିଧା ଓ ସମସ୍ଯା ଦୂର କରିବା ପାଇଁ ସମର୍ଥ ହେବେ। ନିଜର ବୁଦ୍ଧି ଓ ଧାର୍ଯ୍ୟ ବଳର ଏହା କରିପାରିବେ। ଏହି ଗୁଣ ଯୋଗୁଁ କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ନଜରରେ ଆପଣଙ୍କ ପ୍ରତି ମାନ-ସମ୍ମାନ ବଢ଼ିବ। ଆପଣ ଅନୁଭବ କରିବେ ଯେ ଆପଣଙ୍କ ଚକିରୀରେ ଆସୁଥିବା ସମସ୍ଯା ଆପେ ଦୂର ହେଇଯାଉଛି।

ଯଦି ଆମେ ଆର୍ଥିକ ଜୀବନକୁ ଦେଖିବା, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ଖର୍ଚ୍ଚ ବଢ଼ାଇପାରେ | ଯଦିଓ ଏହି ଖର୍ଚ୍ଚ ଧାର୍ମିକ କାର୍ଯ୍ୟକଳାପ ସହିତ ଜଡ଼ିତ ହେବ, ଆପଣ ଏହି କାର୍ଯ୍ୟକଳାପରେ ଯାହା ବି ଖର୍ଚ୍ଚ କରନ୍ତି ସେଥିରେ ଆପଣ ସନ୍ତୁଷ୍ଟ ହେବେ। ଏହି ଲୋକମାନେ ଧାର୍ମିକ କାର୍ଯ୍ୟକଳାପ କରି ସୁଖ ପାଇବେ, କିନ୍ତୁ ଏହା ସମ୍ଭବ ଯେ ଏହି ଖର୍ଚ୍ଚ ଆପଣଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇପାରେ | ଏଭଳି ପରିସ୍ଥିତିରେ ବୃହସ୍ପତି ଗୋଚର ସମୟରେ ନିଜର ଟଙ୍କାକୁ ଅତି ଚତୁରତାର ସହ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ, ଚତୁର୍ଥ ଘରେ ଗୁରୁ ମହାରାଜଙ୍କ ଦୃଷ୍ଟି ଯୋଗୁଁ, ଆପଣ ପରିବାର ପାଇଁ କିମ୍ବା ଏପରି କିଛି ଜିନିଷ ପାଇଁ ଟଙ୍କା ଖର୍ଚ୍ଚ କରିବେ ଯାହା ଆପଣଙ୍କୁ ଖୁସି ଆଣିଦେବ

ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିଲେ, ବୃହସ୍ପତିଙ୍କର ବୃଷ ରାଶିରେ ପ୍ରବେଶ ଆପଣଙ୍କ ସାଥୀ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ | ଏହି ସମୟ ମଧ୍ୟରେ, ଆପଣଙ୍କ ସାଥୀ ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଏବଂ ପ୍ରତ୍ୟେକ ନିଷ୍ପତ୍ତିରେ ସମର୍ଥନ କରିବେ, ଯେଉଁଥିପାଇଁ ଆପଣ ଆରାମ ଅନୁଭବ କରିବେ। ଏହା ବ୍ୟତୀତ, ଆପଣ ନିଜର ବୃତ୍ତିଗତ ଜୀବନରେ ନୂତନ ଲୋକଙ୍କୁ ଭେଟି ପାରିବେ ଏବଂ ଏହା ଆପଣଙ୍କର କ୍ୟାରିୟର ପାଇଁ ଫଳପ୍ରଦ ପ୍ରମାଣିତ ହେବ | ଯଦି ଆପଣ ବିବାହିତ, ତେବେ ଆପଣଙ୍କର ବିବାହିତ ଜୀବନ ସାଥୀଙ୍କ ସହିତ ମଧୁର ହେବ ଏବଂ ସେମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ | ଏହା ବ୍ୟତୀତ ସାଥୀ ସହିତ ପାରସ୍ପରିକ ସମନ୍ୱୟ ମଧ୍ୟ ବୃଦ୍ଧି ପାଇବ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦ୍ୱାଦଶ ଘରେ ବୃହସ୍ପତିଙ୍କର ସ୍ଥିତି ଆପଣଙ୍କୁ ଆଧ୍ୟାତ୍ମିକ ପ୍ରଗତି ଏବଂ ଆତ୍ମ-ଆବିଷ୍କାର ପାଇଁ ସୁଯୋଗ ଆଣିପାରେ। ଏପରି ପରିସ୍ଥିତିରେ, ନିଜର ବ୍ୟସ୍ତବହୁଳ ଜୀବନରୁ ନିଜ ପାଇଁ କିଛି ସମୟ ବାହାର କରିବାକୁ ପଡ଼ିବ | ମୋଟ ଉପରେ, ମିଥୁନ ରାଶି ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଅତ୍ୟଧିକ ଚିନ୍ତା ହେତୁ ଆପଣ ଶୋଇବା ସହ ଜଡ଼ିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।ଏପରି ସ୍ଥିରେ ନିଜର୍ବା ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ହେବ।

ଉପାୟ: ଗୁରୁବାର ଦିନ ଗାଈକୁ ଗୁଡ଼ ଖୁଆନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ସପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ବୃହସ୍ପତି ନବମ ଓ ଷଷ୍ଠ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ଏକାଦଶ ଘରେ ହେବ ଯାହା ଭୌତିକ ସୁଖ ଓ ଐଶ୍ଵର୍ଯ୍ୟର ଗୃହ। ଜାତକରେ ଷଷ୍ଠ ଘର ଋଣ, ରୋଗ ଇତ୍ୟାଦିକୁ ଦର୍ଶାଏ ଓ ନବମ ଘର ଅଧ୍ୟାତ୍ମିକତା ଏବଂ ଧର୍ମକୁ ଦର୍ଶାଏ।

ଫଳସ୍ୱରୂପ, ବୃହସ୍ପତିଙ୍କର ଏହି ଗୋଚର ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସମର୍ଥନ ଆଣିବ ଏବଂ ଆପଣ କାର୍ଯ୍ୟରେ ଉଭୟ ପ୍ରଶଂସା ଏବଂ ପଦୋନ୍ନତି ହାସଲ କରିବାକୁ ସମର୍ଥ ହେବେ | ଏହି ସମୟ ମଧ୍ୟରେ, ଆପଣ କର୍ମକ୍ଷେତ୍ରରେ ନିଜର ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ପ୍ରିୟ ହୋଇ ରହିବେ ଏବଂ ଏପରି ପରିସ୍ଥିତିରେ, ଅଫିସରେ ନିଜର ସ୍ଥିତିକୁ ମଜବୁତ କରିବାରେ ସୁଯୋଗ ପାଇବେ | ବୃହସ୍ପତି ଗୋଚର ସମୟରେ ଆପଣ ଯାହା ବି ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରନ୍ତି ତାହା ଆପଣଙ୍କ ପାଇଁ ଫଳପ୍ରଦ ହେବ। ଫଳସ୍ୱରୂପ, ବ୍ୟବସାୟରେ ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ଆପଣ ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ | ତଥାପି, ତୃତୀୟ ଘରେ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କ ସାନ ଭାଇଭଉଣୀ ଏବଂ ସହକର୍ମୀମାନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ସୁଦୃଢ଼ କରିବ ଯେଉଁଥିପାଇଁ କାର୍ଯ୍ୟରେ ଆପଣଙ୍କ କାର୍ଯ୍ୟଦକ୍ଷତା ଉନ୍ନତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଶକ୍ତି ବୃଦ୍ଧି ପାଇବ ଏବଂ ଏପରି ପରିସ୍ଥିତିରେ, ଆପଣ କମ୍ପାନୀରେ ଜଣେ ନେତାର ଭୂମିକା ନେଇଥିବାର ଦେଖାଯିବେ।

ଆର୍ଥିକ ଜୀବନ ଦୃଷ୍ଟିରୁ, ଏକାଦଶ ଘରେ ବୃହସ୍ପତିଙ୍କର ସ୍ଥିତି କର୍କଟ ରାଶିର ଲୋକଙ୍କ ପାଇଁ ଅନୁକୂଳ ବୋଲି କୁହାଯିବ କାରଣ ଆପଣ ଏହି ସମୟ ମଧ୍ୟରେ ଲାଭ ପାଇବେ | ବ୍ୟବସାୟ କ୍ଷେତ୍ରରେ ଆପଣ ଯାହା ଯୋଜନା କରିଛନ୍ତି ତାହା ଆପଣଙ୍କ ଆୟ ବୃଦ୍ଧି କରିବ। ଏଥିସହ, ଆପଣ ଆପଣଙ୍କର ବ୍ୟବସାୟକୁ ବିସ୍ତାର କରିବାକୁ ସୁଯୋଗ ପାଇବେ ଏବଂ ଆପଣ ଯାହା ବି ବିନିଯୋଗ କରିବେ, ଆପଣ ଭଲ ରିଟର୍ଣ୍ଣ ପାଇବେ। ଏହି ସମୟ ମଧ୍ୟରେ, ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସାବଧାନ ରହିବାକୁ ଏବଂ ବେଟିଂରେ ବିନିଯୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ, ଟଙ୍କାକୁ ଅତି ଭାବିଚିନ୍ତି ପରିଚାଳନା କରିବାକୁ ପଡ଼ିବ ଏବଂ ସେହି ସୁଯୋଗଗୁଡ଼ିକର ଲାଭ ଉଠାଇବାକୁ ପଡ଼ିବ ଯାହା ଦ୍ବାରା ଆପଣଙ୍କର ଆର୍ଥିକ ଲକ୍ଷ୍ୟ ହାସଲ ହୋଇପାରିବ।

ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିଲେ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର, ବନ୍ଧୁ, ସହକର୍ମୀ ଏବଂ ପାର୍ଟନର ସହିତ ସମ୍ପର୍କକୁ ପ୍ରେମପୂର୍ଣ୍ଣ କରିବ। ଆପଣ ଅନ୍ୟ ଜଣଙ୍କ ସହିତ କିପରି କଥାବାର୍ତ୍ତା କରିବେ ତାହା ସମ୍ପୁର୍ଣ୍ଣ ଭାବରେ ଆପଣଙ୍କ ହାତରେ ରହିବ ଏବଂ ଏପରି ପରିସ୍ଥିତିରେ, ନିଜ କଥାକୁ ସଠିକ୍ ଭାବରେ ବ୍ୟବହାର କରି ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ଏବଂ ନୂତନ ସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହେବେ। ଏହି ଅବଧି ମଧ୍ୟରେ, ଆପଣଙ୍କର ସମ୍ପର୍କ ପ୍ରେମରେ ପରିପୂର୍ଣ୍ଣ ହେବ ଯେଉଁଥିପାଇଁ ପ୍ରେମ ବିବାହ ହେବାର ସମ୍ଭାବନା ଦୃଢ଼ ହେବ | ଆହୁରି ମଧ୍ୟ, ଆପଣ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିପାରିବେ। କର୍କଟ ରାଶିର ବିବାହିତ ବ୍ୟକ୍ତିଙ୍କ ପାଇଁ ବୃହସ୍ପତି ଗୋଚର ସମୟ ସକରାତ୍ମକ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେବ | ସନ୍ତାନର ପ୍ରଗତି ପାଇଁ ସମ୍ଭାବନା ମଧ୍ୟ ଅଛି।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ବୃହସ୍ପତିଙ୍କର ଏହି ଗୋଚର ଆପଣଙ୍କ ଜୀବନର ବିଭିନ୍ନ ଦିଗରେ ପ୍ରଗତି ଆଣିବ ତେଣୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଏହାକୁ ପ୍ରାଥମିକତା ଦେବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କର୍କଟ ରାଶି ଥିବା ଲୋକଙ୍କୁ ନିୟମିତ ଦିନଚର୍ଯ୍ୟା ଅନୁସରଣ କରିବାକୁ ପଡ଼ିବ ଏବଂ ଯୋଗ ଏବଂ ଧ୍ୟାନ ଇତ୍ୟାଦି କରିବାକୁ ପଡ଼ିବ ଯାହା ଦ୍ବାରା ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ।

ଉପାୟ: ଗୁରୁବାର ଦିନ ବ୍ରତ ରଖନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ବୃହସ୍ପତି ପଞ୍ଚମ ଓ ଅଷ୍ଟମ ଘରର ପ୍ରଭୁ। ବର୍ତ୍ତମାନ ଏହା ଆପଣଙ୍କ ଦଶମ ଘରେ ଗୋଚର କରିବେ ଯାହା ନାମ, ଲୋକପ୍ରିୟତା ଓ ପରିଚୟ ସହିତ ଜଡ଼ିତ। ପଞ୍ଚମ ଘର ପ୍ରେମ, ରୋମାନ୍ସ, ଓ ଶାନ୍ତ ସହିତ ଜଡ଼ିତ। ଅଷ୍ଟମ ଘର ହଠାତ ଲାଭ/କ୍ଷତି ସହିତ ଜଡ଼ିତ।

କ୍ୟାରିୟର ବିଷୟରେ କହିବାକୁ ଗଲେ, ବୃଷ ରାଶିରେ ବୃହସ୍ପତିଙ୍କ ଗୋଚର ଆପଣଙ୍କ ପାଇଁ ଅନୁକୂଳ ହେବ କାରଣ ଏହି ସମୟ ମଧ୍ୟରେ ଆପଣ ବ୍ୟବସାୟ କ୍ଷେତ୍ରରେ ନୂତନ ସୁଯୋଗ ପାଇବା, ଚାକିରିରେ ପଦୋନ୍ନତି ଏବଂ କାର୍ଯ୍ୟରେ କରାଯାଇଥିବା କଠିନ ପରିଶ୍ରମ ପାଇଁ ପ୍ରଶଂସା ପାଇବେ। କାର୍ଯ୍ୟ ସମାପ୍ତ କରିବାରେ ଏହି ଲୋକମାନେ ଯାହା ଅବଦାନ ଦିଅନ୍ତି, ତାହା ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷ ଗ୍ରହଣ କରିବେ। ଆହୁରି ମଧ୍ୟ, ଏହାକୁ ପ୍ରଶଂସା କରାଯିବ। ଏଭଳି ପରିସ୍ଥିତିରେ ଆପଣଙ୍କ ଦରମା ଏବଂ ପଦୋନ୍ନତି ବୃଦ୍ଧି ହେବାର ସମ୍ଭାବନା ଅଛି। କିନ୍ତୁ, ଯଦି ଆପଣ ସହକର୍ମୀ ଏବଂ ମ୍ଯାନେଜମେନ୍ଟ ସହିତ ଆନ୍ତରିକ ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କର୍ମକ୍ଷେତ୍ରରେ ଅହଂକାରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଅବଶ୍ୟ, ଦଶମ ଘରେ ଥିବା ବୃହସ୍ପତି ଦ୍ୱିତୀୟ ଘର ଉପରେ ଦୃଷ୍ଟି ରଖିବେ ଏବଂ ଫଳସ୍ୱରୂପ, ଆପଣଙ୍କର ଯୋଗାଯୋଗ ଶୈଳୀ ଉତ୍କୃଷ୍ଟ ହେବ ଯେଉଁଥିପାଇଁ ଆପଣ ଉତ୍କୃଷ୍ଟ ଫଳାଫଳ ପାଇବେ। ଏହି ଅବଧି ମଧ୍ୟରେ, ଆପଣ ପୈତୃକ ସମ୍ପତ୍ତି ମାଧ୍ୟମରେ ଅପ୍ରତ୍ୟାଶିତ ଲାଭ ପାଇପାରନ୍ତି।

ଆର୍ଥିକ ଜୀବନ ଦୃଷ୍ଟିରୁ ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କୁ ଉତ୍କୃଷ୍ଟ ବିନିଯୋଗ ସୁଯୋଗ ଏବଂ ଅପାର ଲାଭ ଆଣିବ। ଏହି ଅବଧି ମଧ୍ୟରେ, ଆପଣଙ୍କର ପୈତୃକ ସମ୍ପତ୍ତି କିମ୍ବା ହଠାତ୍ ଲାଭ ପାଇବା ସମ୍ଭାବନା ଅଛି ଏବଂ ଫଳସ୍ୱରୂପ, ଆପଣ ଆର୍ଥିକ ସ୍ଥିରତା ହାସଲ କରିବାକୁ ସମର୍ଥ ହେବେ। କିନ୍ତୁ, ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସତର୍କ ରହିବାକୁ ପଡ଼ିବ ଏବଂ ଯଥାସମ୍ଭବ ଋଣ ନେବାକୁ ଏଡ଼ାଇବାକୁ ପଡ଼ିବ।

ପ୍ରେମ ଜୀବନ ଦୃଷ୍ଟିରୁ ବୃହସ୍ପତିଙ୍କ ବୃଷ ରାଶିରେ ଗୋଚର ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରେମ ଏବଂ ସମୃଦ୍ଧି ବୃଦ୍ଧି କରିବ। ଏହି ଅବଧି ମଧ୍ୟରେ, ସାଥୀ ସହିତ ଏକ ଦୂର ଦୂରାନ୍ତ ଯାତ୍ରା କରିବାକୁ ଯୋଜନା କରୁଥିବା ଦେଖାଯିବେ ଏବଂ ଏପରି ପରିସ୍ଥିତିରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବ | ଆହୁରି ମଧ୍ୟ, ଆପଣଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ, ସାଥୀଙ୍କ ସହିତ ଖୋଲାଖୋଲି କଥା ହେବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ଦୃଷ୍ଟିରୁ, ସିଂହ ରାଶି ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ଏବଂ ଅନାବଶ୍ୟକ ଚାପରୁ ଦୂରେଇ ରହିବାକୁ ପଡ଼ିବ | ଏହି ଅବଧି ମଧ୍ୟରେ, ଆପଣ ଧ୍ୟାନ କିମ୍ବା ଯୋଗ ଇତ୍ୟାଦି କରିପାରିବେ କାରଣ ଏହା ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଚାପକୁ ଦୂର କରିବାରେ ଲାଭଦାୟକ ହେବ।

ଉପାୟ: ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ଗୁରୁ ଚତୁର୍ଥ ଓ ସପତମ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କ ନବମ ଘରେ ଗୋଚର କରିବେ। ଜାତକରେ ଚତୁର୍ଥ ଘର ସୁଖ-ସୁବିଧା ଓ ସପ୍ତମ ଘର ବିଳାସକୁ ଦର୍ଶାଏ। ନବମ ଘର ଧର୍ମ, ଅଧ୍ୟାତ୍ମ ଓ ଉଚ୍ଚ ଶିକ୍ଷାର ଘର।

ବୃହସ୍ପତିଙ୍କର ଗୋଚର ଏହି ରାଶିର ଲୋକନ କ୍ୟାରୀଅର ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏହି ଗୋଚର ଏହି ଲୋକଙ୍କୁ କ୍ୟାରୀଅରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ନବମ ଘରେ ହେବା ଯୋଗୁଁ ଆପଣଙ୍କ ଭିତରେ ଅଧ୍ୟାତ୍ମ ପ୍ରତି ଆଗ୍ରହ ବଢ଼ିବ। ସାଙ୍ଗରେ, ବୃତ୍ତିଗତ ଜୀବନରେ ଆପଣ ଉନ୍ନତି କରିବେ। ଏହି ଲୋକଙ୍କୁ ପରିବାର ସହିତ ଧାର୍ମିକ ଯାତ୍ରା କିମ୍ବା ବିଦେଶ ଯାତ୍ରାରେ ଯିବାର ଯୋଗ ଅଛି। ଏହି ସମୟରେ ଆଟୋମୋବାଇଲ ପରି ବଡ଼ କ୍ଷେତ୍ରରେ କରାଯାଇଥିବା ବିନିଯୋଗ ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। କିନ୍ତୁ, ଆପଣଙ୍କୁ ବାଧା ଓ ଅସଫଳତା ସମ୍ବନ୍ଧରେ କରାଯାଉଥିବା କଠିନ ପରିଶ୍ରମ ପ୍ରତି ସାବଧାନ ରହିବାକୁ ପଡ଼ିବ। ସରଳ ଅର୍ଥରେ, କେଉଁ କାମରେ କେତେ ପରିଶ୍ରମ କରିବା ଉଚିତ, ଏହି କଥା ଉପରେ ଧ୍ୟାନ ଦେବେ।

ଗୁରୁ ଗ୍ରହର ଏହି ଗୋଚର ସମୟରେ ଆପଣଙ୍କୁ ବହୁତ ସାବଧାନ ରହିବାକୁ କୁହାଯାଇଛି। ଏହି ଅବଧିରେ ଆପଣଙ୍କୁ ଉନ୍ନତିର ସୁଯୋଗ ପ୍ରାପ୍ତ ହେବ। ଏହାର ବ୍ୟବହାର କରି ଲାଭ କମେଇବା ପାଇଁ ଭାବିଚିନ୍ତି ନିଜର ରଣନୀତି ପରିବର୍ତ୍ତନ କରନ୍ତୁ। ଯଦି ଆପଣ ନିଜର ସମ୍ପତି ବିସ୍ତାର କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ଏକ ସକରାତ୍ମକ ମନୋଭାବ ଗ୍ରହଣ କରିବାକୁ ପଡ଼ିବ, କେବଳ ସେତେବେଳେ ଆପଣ ନକାରାତ୍ମକ ଚିନ୍ତାଧାରାକୁ ହଟାଇବାକୁ ସମର୍ଥ ହେବେ | ଆପଣ ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଓ ସଫଳତା ପ୍ରାପ୍ତ କରିବେ।

ପ୍ରେମ ଜୀବନ ଦୃଷ୍ଟିରୁ, ବୃଷ ରାଶିରେ ବୃହସ୍ପତିଙ୍କ ଗୋଚର କାଣୀ ରାଶି ଲୋକଙ୍କ ଜୀବନରେ ଏକ ସକରାତ୍ମକ ମୋଡ଼ ଆଣିପାରେ ଯାହା ସାଥୀ ଏବଂ ପରିବାର ସହିତ ସମ୍ପର୍କରେ ପ୍ରେମ ଏବଂ ପାରସ୍ପରିକ ସମନ୍ୱୟକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ। କେବଳ ଏତିକି ନୁହେଁ, ଘନିଷ୍ଠ ଲୋକମାନଙ୍କ ସହିତ ସ୍ମରଣୀୟ ସମୟ ବିତାଇବା ଏବଂ ସେମାନଙ୍କ ସହିତ କୌଣସି ସ୍ଥାନକୁ ଯିବା ମଧ୍ୟ ସେମାନଙ୍କ ସହିତ ସମ୍ପର୍କକୁ ଦୃଢ଼ କରିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକମନେ ଶାରୀରିକ ଓ ମାନସିକ ସ୍ତରରେ ଅଧ୍ୟାତ୍ମ ପ୍ପ୍ରାପ୍ତ କରିବେ। ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ ତୀର୍ଥ ସ୍ଥଳ ଯାତ୍ରା କରି ନିଜକୁ ଖୋଜିବାରେ ବ୍ୟସ୍ତ ରହିବେ। ଆପଣଙ୍କୁ କାମ, ଦାୟିତ୍ବ ଓ ସ୍ବାସ୍ଥ୍ୟ ମାଧରେ ସଂତୁଳା ବଜାୟ ରଖିବାକୁ ପଡ଼ିବ। ନିଜର ଧ୍ୟାନ ରଖି ଆପଣ ନିଜର ସୀମା ଭିତରେ କାମ କରି ଚିନ୍ତା ରୁ ମୁକ୍ତି ପାଇପାରିବେ।

ଉପାୟ: ବୃହସ୍ପତିଙ୍କ କୁପ୍ରଭାବରୁ ବଞ୍ଚିବା ପାଇଁ ଶିବଲିଂ ଉପରେ ଦେଶି ଘିଅ ଚଢ଼ାନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ଦେବ ଗୁରୁ ବୃହସ୍ପତି ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କ ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। କୁଣ୍ଡଳୀରେ ତୃତୀୟ ଘର ଛୋଟ ଯାତ୍ରା ଓ ଭାଇ-ଭଉଣୀ କୁ ଦର୍ଶାଏ ଓ ଷଷ୍ଠ ଘର ଋଣ, ଆଇନ ବିବାଦ ଇତ୍ୟାଦିକୁ ଦର୍ଶାଏ। ଅଷ୍ଟମ ଘର ଦୁଃଖ ସହିତ ଜଡ଼ିତ।

ଗୁରୁଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ କ୍ୟାରୀଅର ପାଇଁ ସମସ୍ଯା ଆଣିପାରେ କାରଣ ଆପଣଙ୍କ ସହକର୍ମୀଙ୍କ ସହିତ ଅସହମତି ଇତ୍ୟାଦି ସାମନା କରିବାକୁ ପଡ଼ିପାରେ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। ସାଙ୍ଗରେ, ଆପଣଙ୍କୁ କଥା ହେଉଥିବା ସମୟରେ ବହୁତ ସାବଧାନ ରହିବାକୁ ପଡ଼ିବ ଓ ଯେତେ ପାରିବେ ଅଯଥା କଥାରେ ମୁଣ୍ଡ ପୁରନ୍ତୁ ନାହିଁ ନଚେତ ଅଫିସର ଏହା ଆପଣଙ୍କୁ ନକରାତ୍ମକ ଭାବରେ ପ୍ରଭାବିତ କରିବ। ବୃତ୍ତିଗତ ଜୋବନରେ ଆପଣଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ ଓ ଯୋଜନାକୁ ବହୁତ ଭାବିଚିନ୍ତି ନେବାକୁ ପଡ଼ିବ।

ଆର୍ଥିକ ଜୀବନ ଦୃଷ୍ଟିରୁ, ତୁଳା ରାଶି ଲୋକଙ୍କୁ ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ସମୟରେ ସମସ୍ଯା ସାମ୍ନା କରିବାକୁ ପଡ଼ିବ କାରଣ ଏହି ସମୟରେ ଆପଣଙ୍କ ଖର୍ଚ୍ଚ ବଢ଼ିପାରେ। ଆପଣକୁ ଋଣ ନେବାକୁ ପଡ଼ିପାରେ ଯାହା ଆପଣଙ୍କ ଆର୍ଥିକ ବୋଝ କମ କରିବ। କିନ୍ତୁ ସମସ୍ଯା ସତ୍ବେ ଆପଣଙ୍କୁ ଧନ ଅର୍ଜନ କରିବାକୁ ସୁଅଗ ମିଳିବ ଯାହା ଆପଣ ପୈତୃକ ସମ୍ପତି କିମ୍ବା ଆଇନ ସାହାଜ୍ୟରେ ପାଇବେ।

ପ୍ରେମ ଜୀବନ ବିଷୟରେ କହିଲେ, ତୁଳା ରାଶି ଲୋକଙ୍କ ସମ୍ପର୍କା ଗୁରୁ ଗୋଚର ସମୟରେ ଉତ୍ଥାନ-ପତନ ଦେଇ ଗତି କରିବ। ଆପଣ ଧର୍ଯ୍ୟ ରଖି ପରିବାରରେ ଚାଲିଥିବା ସମସ୍ୟା ଓ ବିବାଦକୁ ସମାଧାନ କରିବାକୁ ଚେସ୍ଟ କରିବେ। ପାରସ୍ପରିକ ସମାପର୍କକୁ ଦୃଢ଼ କରିବା ପାଇଁ ସମୟ ବାହାର କରିବାକୁ ପଡ଼ିବ। ଏହି ସମୟରେ ଆପଣଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡ଼ିବ, କିନ୍ତୁ ପରିବାର ସଦସ୍ୟ ଓ ଜୀବନସାଥି ଆପଣଙ୍କ ସାଙ୍ଗରେ ଥିବେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ତୁଳା ରାଶି ଲୋକଙ୍କ ଗଳା ଓ ପେଟ ସମ୍ବନ୍ଧିତ ସମସ୍ଯା ହୋଇପାରେ ସେଥିପାଇଁ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ପଡ଼ିବ। ଦରକାର ପଡ଼ିଲେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।

ଉପାୟ: ଗୁରୁଙ୍କ ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ବୃହସ୍ପତି ଦ୍ବିତୀୟ ଓ ପଞ୍ଚମ ଘରର ପ୍ରଭୁ ଏବଂ ଏହା ଆପଣଙ୍କ ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। କୁଣ୍ଡଳୀରେ ପଞ୍ଚମ ଘର ପ୍ରେମ, ରୋମାନ୍ସ ଏବଂ ସନ୍ତାନ ଇତ୍ୟାଦି କୁ ଦର୍ଶାଏ। ଦ୍ବିତୀୟ ଘର ପରିବାର, ଧଂ ଓ ବାଣୀକୁ ଦର୍ଶାଏ। ସପ୍ତମ ଘରେ ଗୁରୁଙ୍କ ଗୋଚର ହେବା କାରଣରୁ ବିଛା ରାଶି ଲୋକମାନେ ଜୀବନର ବିଭିନ୍ନ ଦିଗରେ ଉନ୍ନତି କରିବେ।

କ୍ୟାରୀଅର ଦୃଷ୍ଟିରୁ ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ସପ୍ତମ ଘରେ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ବ୍ୟବସାୟ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ ଓ ଆପଣ ନିଜର କାମ ବିସ୍ତାର କରିପାରିବେ। ଯେଉଁ ଲୋକଙ୍କର ବ୍ୟବସାୟ ସହଭାଗୀତା ଅଛି ସେମାନଙ୍କ ପାଇଁ ଏହି ସମୟ ଅନୁକୂଳ ହେବ। ଏହି ଲୋକଙ୍କ ଜୀବନରେ ଚାଲିଥିବା ସମସ୍ଯା ଏବେ ଦୂର ହେବ ଓ ଆପଣ କ୍ୟାରୀଅର କ୍ଷେତ୍ରରେ ସ୍ଥିରତା ଓ ଉନ୍ନତି ପାଇବେ। ଏହି ସମୟରେ କୌଣସି ଅଭିଜ୍ଞ ଓ ପ୍ରଭାବଶାଳି ବ୍ୟକ୍ତି ସହିତ କାମ କରିବାକୁ ସୁଯୋଗ ମିଳିବ। ବିଛା ରାଶି ଲୋକମାନେ ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି , ସେମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। କିନ୍ତୁ ଏଥିରେ ସଫଳ ହେବାକୁ ହେଲେ ଆପଣକୁ ଦୃଢ଼ ନିଶ୍ଚୟି ହେବାକୁ ପଡ଼ିବ।

ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଗୁରୁଙ୍କର ଏହି ଗୋଚର ଆପଣଙ୍କ ପାଇଁ ସୁଯୋଗ ଓ ଆୟରେ ବୃଦ୍ଧି ଆଣିବ।ଏହି ସମୟରେ କରାଯାଇଥିବା ବିନିଯୋଗ ଭଲ ରିଟାର୍ନ ଆଣିବ ଯାହା ଆପଣଙ୍କ ଆୟ ସୁଧାରିବା ପାଇଁ ସାହାଜ୍ୟ କରିବ। ଧନ ସହିତ ଜଡ଼ିତ ବିଷୟରେ ଆପଣଙ୍କ ମାର୍ଗଦର୍ଶନ କୌଣସି ଅଭିଜ୍ଞ ବ୍ୟକ୍ତି ହି କରିପାରିବ।

ବୃହସ୍ପତିଙ୍କର ଏହି ଗୋଚର ସମୟରେ ପାର୍ଟନର ସହିତ ଆପଣଙ୍କ ସମ୍ପର୍କ ପ୍ରେମରେ ପୂର୍ଣ୍ଣ ରହିବ। ଦୁହିଁଙ୍କ ସମ୍ପର୍କ ଦୃଢ଼ ହେବ। ଗୁରୁ ଗୋଚର ସମ୍ପର୍କରେ ସମର୍ପଣର ଭାବନା ବଢ଼ାଇବ ଯାହା ପାର୍ଟନର ସହିତ ପାରସ୍ପରିକ ବୁଝାମଣା ବଢ଼ାଇବ। ଏହି ସମୟରେ ପ୍ରେମ ବିବାହ ହେବାର ସମ୍ଭାବନା ଅଛି। ଆପଣ ଜୀବନ ସାଥି ସହିତ ଯେଉଁ ସମୟ ବିତାଇବେ ସେଥିରେ ଖୁସି ଓ ସନ୍ତୁଷ୍ଟ ଦେଖାଯିବେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଅବଧି ଆପଣଙ୍କ ପାଇଁ କିଛି ନୂଆ ଅସୁବିଧା ଆସିବ। ଏହାର ଫଳସ୍ବରୂପ, ଆପଣଙ୍କୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ସନ୍ତୁଳିତ ଜୀବନ ବଞ୍ଚିବା ଟିକେ କଷ୍ଟସାଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ, ନିୟମିତ ଭାବରେ, ସ୍ବଚ୍ଛ ଖାଦ୍ୟପେୟ ଅଭ୍ଯାସ କରନ୍ତୁ ଓ ଯୋଗ କରନ୍ତୁ।

ଉପାୟ: ବୃହସ୍ପତିବାର ଦିନ ହଳଦିଆ ବସ୍ତୁ ଦାନ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ବୃହସ୍ପତି ଲଗ୍ନ ଓ ଚତୁର୍ଥ ଘରର ସ୍ବାମୀ ଅଟନ୍ତି ଓ ବର୍ତ୍ତମାନ ଏହା ଆପଣଙ୍କ ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି ଯାହା ଋଣ, ରୋଗ ଓ ଶତ୍ରୁ ଘର। ଜାତକରେ ପ୍ରଥମ ଘର ସ୍ବୟଂ ଓ ବ୍ଯକ୍ତିତ୍ବର ଘର ଓ ଚତୁର୍ଥ ଘର ସୁଖ ସୁବିଧା, ମାତା ଓ ଖୁସିର ଘର।

ବୃହସ୍ପତି ଗୋଚର ଏହି ଲୋକଙ୍କ ପାଇଁ ଉନ୍ନତି ଆଣିବ। ଆପଣଙ୍କର କ୍ରୀୟେଟିଭିଟି ବଢ଼ିବ୍ ଓ ନୂଆ ନୂଆ ଆଇଡିୟା ଆସିବ ଯାହା ଫଳରେ ଆପଣ ଭଲ ଅବସର ପାଇବେ। କିନ୍ତୁ, ଏହି ସମୟରେ ଆପଣକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ସେଥିପେନ ସାବଧାନ ରୁହନ୍ତୁ। କ୍ୟାରୀଅରରେ ଉନ୍ନତି ହେବ ଓ ଅସୁବିଧା ସତ୍ବେ ବୃହସ୍ପତିଙ୍କ ଶୁଭ ପ୍ରଭାବ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପଡ଼ିବ।

ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ସମୟରେ ଆପଣଙ୍କୁ ଉତ୍ଥାନ-ପତନ ଦେଇ ଯିବାକୁ ପଡ଼ିବ। ଯଦିଓ, ଗୁରୁ ଗୋଚର ସମୟରେ, ବିନିଯୋଗ କରିବା ଓ ଲାଭ ଉଠାଇବା ପାଇଁ ସମ୍ଭାବନା ରହିବ,ତଥାପି ଆପଣଙ୍କୁ ଭାବି-ଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ। ଖର୍ଚ୍ଚ ବହୁତ ବଢ଼ି ପାରେ। ଧାର୍ଯ୍ୟ ସହିତ ଯୋଜନା କରି ବିନିଯୋଗ କରନ୍ତୁ।

ଯେବେ ପ୍ରେମ ଜୀବନ କଥା ଆସେ, ତେବେ ଧନୁ ରାଶି ଲୋକଙ୍କ ସମ୍ପର୍କ ପାର୍ଟନର ସହିତ ଦୃଢ଼ ହେବ। ଏହି ରାଶିର ଲୋକମାନେ ପାର୍ଟନର ସହିତ ଭଲ ସମୟ ବିଟାଉଥିବାର ନଜର ଆସିବେ ଯାହା ଫଳରେ ପାରସ୍ପରିକ ବୁଝାମଣା ବଢ଼ିବ। ସାଙ୍ଗରେ, ଆପଣଙ୍କ ସମ୍ପର୍କ ତାଙ୍କ ସହିତଦୃଢ଼ ହେବ। କିନ୍ତୁ ଆପଣକୁ ପରସ୍ପରର ଆବଶ୍ୟକତାକୁ ନେଇ ସତର୍କ ରହିବାକୁ ପଡ଼ିବ। ପରସ୍ପର ସହିତ ଖୋଲାଖୋଲି ଭାବରେ କଥା ହେବା ଉଚିତ ରହିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ଧନୁ ରାଶି ଲୋକଙ୍କ ପାଇଁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ଏହାର ଫଳସ୍ବରୂପ, ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ହେବ କାରଣ ଏହି ଅବଧିରେ ଆପଣଙ୍କୁ କୋଲେଷ୍ଟ୍ରୋଲ ଓ ପେଟ ସହିତ ଜଡ଼ିତ ସମସ୍ଯାର ସାମ୍ନା କରାଇବାକୁ ପଡ଼ିବ।

ଉପାୟ: ପ୍ରେତଏକ ଗୁରୁବାର ମନ୍ଦିର ଯାଆନ୍ତୁ ଓ ନିଜ ଭୋଜନରେ ହଳଦୀ ବ୍ୟବହାର କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ପାଇଁ ଦେବ ଗୁରୁ ବୃହସ୍ପତି ଆପଣଙ୍କ ତୃତୀୟ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ଜାତକରେ ତୃତୀୟ ଘର ଭାଇ-ଭଉଣୀ ଓ ଯାତ୍ରାର ଘର; ଦ୍ଵାଦଶ ଘର ଖର୍ଚ୍ଚ ଓ ମୋକ୍ଷର ଘର। ପଞ୍ଚମ ଘର ପ୍ରେମ, ରୋମାନ୍ସ, ଓ ସନ୍ତାନ ଘର ହୋଇଥାଏ।

କ୍ୟାରୀଅର ଦୃଷ୍ଟିରୁ, ମକର ରାଶି ଲୋକମାନେ କୌଣସି ପାଠ୍ୟକ୍ରମରେ ଦାଖଲ ହୋଇ କିମ୍ବା ଶିକ୍ଷା କ୍ଷେତ୍ରରେ ମିଳୁଥିବା ଅବସରର ଫାଇଦା ଉଠାଇ ନିଜର କ୍ଷମତା ଓ ଜ୍ଞାନ ବୃଦ୍ଧି କରିବେ। ଏହୟ ଲୋକମନେ ନିଜର ବୁଦ୍ଧି ବଳରେ ଚାକିରିରେ ପଦୋନ୍ନତି ପାଇବା ପାଇଁ ସକ୍ଷମ ହେବେ ଯାହା ଚାକିରିରେ ପରିବର୍ତ୍ତନ କିମ୍ବା ବେତନ ବୃଦ୍ଧି ଆକାରରେ ଆପଣଙ୍କ ପାଖକୁ ଆସିପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ, ଗୁରୁ ଗୋଚର ସମୟରେ ଏହି ଲୋକମାନଙ୍କୁ ଆୟ ବୃଦ୍ଧି କରିବା ପାଇଁ ଅନେକ ସୁଯୋଗ ପ୍ରାପ୍ତି ହେବ କାରଣ ଏହି ଅବଧିରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି। ଧନ ସହିତ ଜଡ଼ିତ ବିଷୟରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ ଓ ଭାବି-ଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ।

ପ୍ରେମ ଜୀବନ ଦୃଷ୍ଟିରୁ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ଆପଣଙ୍କ ପାଇଁ ଅନୁକୂଳ ହେବ କାରଣ ଏହି ସମୟରେ ଆପଣ ପରସ୍ପର ସହିତ ଭଲ ସମୟ ବିତାଇବେ ଯାହା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ। ଯେଉଁ ଲୋକମାନେ ସନ୍ତାନ ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଖୁସି ଖବର ମିଳିବ। ଏହି ଲୋକଙ୍କର ଘରର ପରିବେଶ ପିଲାମାନଙ୍କ ଉପସ୍ଥିତି ଯୋଗୁଁ ସୌହାର୍ଦ୍ଦ୍ୟପୂର୍ଣ ରହିବ। ମାତା-ପିତା ନିଜର ସନ୍ତାନ ପାଇଁ ଗର୍ବିତ ଅନୁଭବ କରିବେ। ମକର ରାଶିର ଯେଉଁ ଲୋକ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ବିବାହ କରିବାକୁ ପ୍ରସ୍ତୁତ ହେବେ।

ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଗୁରୁ ବୃଷ ରାଶିରେ ଗୋଚର କରିବା ସମୟରେ ଏହି ଲୋକମାନେ ମାନସିକ ଶାନ୍ତି ଅନୁଭବ କରିବେ। ସାଙ୍ଗରେ ଆପଣଙ୍କ ଏକାଗ୍ରତା ରଖିବାର କ୍ଷମତା ବଢ଼ିବ। ଏହି ସମୟ ସ୍ବାସ୍ଥ୍ୟ ସହିତ ଜଡ଼ିତ କୌଣସି ଭଲ ଗୁଣ ଆପଣେଇବା କିମ୍ବା ସ୍ବାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଭଲ ହେବ। କିନ୍ତୁ ଆପଣଙ୍କୁ କୋଲେଷ୍ଟ୍ରୋଲ ସହିତ ଖାଦ୍ଯର ଯତ୍ନ ନେବାକୁ ପଡ଼ିବ।

ଉପାୟ: ବେଲ ଗଛର ପୂଜା କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ଦେବ ଗୁରୁ ଆପଣଙ୍କ ଦ୍ବିତୀୟ ଓ ଏକାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କ ଚତୁର୍ଥ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଜାତକରେ ଦ୍ଵିତୀୟ ଘର ଧନ, ପରିବାର ଏବଂ ବାଣୀ ସହିତ ସମ୍ବନ୍ଧିତ ଯେତେବେଳେ କି ଏକାଦଶ ଘର ଭୌତିକ ସୁଖ ଓ ଇଚ୍ଛାର ହୋଇଥାଏ। ଚତୁର୍ଥ ଘର ସୁଖ ସୁବିଧା, ଲକ୍ସରି ଓ ମାତା ଙ୍କ ଗୃହ।

ବୃହସ୍ପତିଙ୍କର ଗୋଚର ଆପଣଙ୍କ ଚତୁର୍ଥ ଘରେ ହେବା ଯୋଗୁଁ ଏହି ଲୋକଙ୍କ ଧ୍ୟାନ କ୍ୟାରୀଅର ଉପରେ ରହିବ। ଏହି ଲୋକମନେ ଯେଉଁ କାମ କରିବେ ତାକୁ ମାନ ଦେଇ କରିବେ। ଏହାର ପରିଣାମସ୍ବରୂପ ଆପଣ ଉନ୍ନତି ପାଇପାରିବେ।

ଆର୍ଥିକ ଜୀବନ ବିଷୟରେ କଥା ଆସିଲେ, ଏହି ଲୋକଙ୍କର ଧ୍ୟାନ ଘର ସହିତ ଜଡ଼ିତ ଖର୍ଚ୍ଚ ଯେପରି ଘରର ମରାମତି କିମ୍ବା ନବୀକରଣ ଓ ସମ୍ପତି ଇତ୍ୟାଦିରେ ନିବେଶ ଉପରେ ରହିବ। କିନ୍ତୁ, ବହୁତ ଗୁଡ଼ିଏ ଖର୍ଚ୍ଚ ଆପଣଙ୍କ ସାମନାକୁ ଆସିପାରେ। ସେଥିପାଇଁ ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନ ରେ ରଖି ଚଳିବାକୁ ପଡ଼ିବ।

ସମ୍ପର୍କ ଦୃଷ୍ଟିରୁ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ପାରିବାରିକ ସମ୍ପର୍କକୁ ଦୃଢ଼ କରିବ ଓ ପରିବାରର ପରିବେଶ ସୁଖରେ ପରିପୂର୍ଣ ରହିବ। ଏହି ଲୋକଙ୍କୁ ପରିବାର ଦାହିତ ସମୟ ଅତିବାହିତ କରିବାକୁ ସମୟ ମିଳିବ, ବିଶେଷ ଭାବରେ ମାତାଙ୍କ ସହିତ। ଏପରି ପରିସ୍ଥିତିରେ ଆପଣ ସୁଖ ଓ ଭାବନାତ୍ମକ ରୂପରେ ସୁନ୍ତୁଷ୍ଟ ଦେଖାଯିବେ। ଯଦି ଆପଣ ନିଜର ସମ୍ପର୍କରେ ଭୁଲବୁଝାମଣାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସାଥି ସହିତ ଖୋଲାଖୋଲି ଭାବରେ କଥା ହୁଅନ୍ତୁ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ସମୟରେ ଆପଣଙ୍କ ପରିବାରରେ ଖୁସି ଥିବା ଯୋଗୁଁ ଆପଣ ମଧ୍ୟ ଖୁସି ଦେଖାଯିବେ। କିନ୍ତୁ, ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ କୁହାଯାଇଛି। ନିୟମିତ ବ୍ୟାୟମ କରି ଓ ସନ୍ତୁଳିତ ଜୀବନଶୈଳୀ ଆପଣେଇ ଆପଣ ସୁସ୍ଥ ରହିପରିବେ।

ଉପାୟ: ଅନାଥ ଓ ବୃଦ୍ଧଙ୍କୁ ମିଠା ଏବଂ କଦଳୀ ଦାନ କରନ୍ତୁ ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କ ଲଗ୍ନ ଓ ଦଶମ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କ ତୃତୀୟ ଘରେ ଗୋଚର କରିବେ। ଜାତକରେ ପ୍ରଥମ ଗୃହ ସ୍ବୟଂ ଓ ବ୍ଯକ୍ତିତ୍ବର ଓ ଦଶମ ଘର ନାମ, ପ୍ରସିଦ୍ଧି ଓ ପରିଚୟର। ତୃତୀୟ ଘର ପଡ଼ୋଶୀ ଓ ଛୋଟ ଯାତ୍ରାର ଗୃହ।

ଗୁରୁଙ୍କର ବୃଷ ରାଶିରେ ଗୋଚର ମୀନ ରାଶି ଲୋକଙ୍କ କ୍ୟାରୀଅର କ୍ଷେତ୍ରରେ ଉନ୍ନତି ଆଣିବ କାରଣ ଗୁରୁ ମହାରାଜ ଆପଣଙ୍କୁ ସାହସୀ ଓ ଦୃଢ଼ ସଙ୍କଳ୍ପବଦ୍ଧ କରିବେ ଯେଉଁଥିପାଇଁ ଆପଣ ବୃତ୍ତିଗତ ଜୀବନରେ ଲକ୍ଷ ହାସିଲ କରିବେ। ସାଙ୍ଗ ଓ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ଅପାଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ, ଆପଣ ପ୍ରୋଜେକ୍ଟରେ ସଫଳତା ପାଇବେ। ବ୍ୟବସାୟ କରୁଥିବା କିଛି ପ୍ରଭାବଶାଳୀ ଲୋକଙ୍କର ସମର୍ଥନ ମିଳିବ ଓ ନୂଆ ଆଇଡିୟା ଆସିବା ପରେ ଆପଣ ବ୍ୟବସାୟରେ ପ୍ରଗତି କରିବେ। କିନ୍ତୁ ଆପଣଙ୍କୁ ଅଳସୁଆମୀ ଛାଡ଼ିବାକୁ ପଡ଼ିବ, ନଚେତ ଆପଣ ସଫଳତା ପାଇବା ରାସ୍ତାରେ ସମସ୍ଯାର ସମ୍ମୁଖିନ ହେବେ। କିନ୍ତୁ ଆପଣ ନିଜର ପରିଶ୍ରମ ଓ ବୁଦ୍ଧି ବଳରେ ସଫଳତା ପାଇପାରିବେ।

ଗୁରୁ ଗ୍ରହର ଏହି ଗୋଚର ଆପଣଙ୍କ ଜୀବନ ପାଇଁ ଭଲ କୁହାଯାଇପାରିବ କାରଣ ଭାଇ-ଭଉଣୀ ଓ ପଡ଼ୋଶୀଙ୍କ ସହିତ ଆପଣଙ୍କର ମଧୁର ସମ୍ପର୍କ ତିଆରି ହେବ। ବ୍ୟବହିକ ଜୀବନରେ ସମସ୍ଯା କଥା-ବାର୍ତ୍ତା ହୋଇ ଓ ପାରସ୍ପରିକ ବୁଝାମଣା ଦ୍ବାରା ଦୂର ହେବ। ପରିବାରରେ ପାରସ୍ପରିକ ବୁଝାମଣା ଭଲ ହେବା କାରଣରୁ ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କରେ ପ୍ରେମ ବଢ଼ିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ, ବୃହସ୍ପତିଙ୍କର ବୃଷ ରାଶିରେ ଗୋଚର ମୀନ ରାଶି ଲୋକଙ୍କ ଶକ୍ତି ଓ ଦୃଢ଼ତା ବଢ଼ାଇବ। ଏହି ସମୟରେ ଆପଣଙ୍କୁ ବେଳେ-ବେଳେ ନିଜର ରୂଟୀନ ଚେକ ଅପ୍ କରିବାକୁ ପଡ଼ିବ। ଯଦି ଆପଣ ଆଜିରର କାମ କାଲି ପାଇଁ ନ ରଖି ସକ୍ରିୟ ରହୁଛନ୍ତି ତେବେ ଆପଣ ସୁସ୍ଥ ରହିବେ।

ଉପାୟ: ଆଠ ଜିନ ଯାଏଁ ନିୟମିତ ଭାବରେ ମନ୍ଦିରରେ ହଳଦୀ ଦାନ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer