ଆଷ୍ଟ୍ରୋସେଜ ଏଆଇ ସମୟ ସମୟରେ ନିଜର ପାଠକଙ୍କୁ ଦୁନିଆରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ସୂଚନା ଦେଉଥାଏ। ଆଜିର ଏହି ବିଶେଷ ଲେଖାରେ ଆନେ ବର୍ଷ 2025ର ପ୍ରଥମ ସୂର୍ଯ୍ୟ ପରାଗ ବିଷୟରେ ବିସ୍ତୃତରେ ଚର୍ଚା କରିବା। କହି ରଖୁଛୁ ଯେ ବର୍ଷର ପ୍ରଥମସୂର୍ଯ୍ୟ ପରାଗ 29 ମାର୍ଚ୍ଚ 2025ରେ ଲାଗିବାକୁ ଯାଉଛି ଓ ଏହି ଦିନ ଜ୍ଯୋତିଷ ଦୁନିଆର ସବୁଠାରୁ ମହତ୍ୱପୂର୍ଣ ଗୋଚର ବୋଲି ବିବେଚନା କରାଯାଉଥିବା ଶନିଙ୍କର ମୀନ ରାଶିରେ ଗୋଚର ମଧ୍ୟ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ସୂର୍ଯ୍ୟ ପରାଗ 2025 ବିଷୟରେ ସବୁ କିଛି ତେବେ ଏହି ଲେଖା ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ସୂର୍ଯ୍ୟ ପରାଗକୁ ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟନା ରୂପରେ ବିବେଚନା କରାଯାଏ। ଯେବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସିଧା ରେଖାରେ ଆସି ଯାଆନ୍ତି, ସେତେବେଳେ ଏହି ଘଟଣାକୁ ସୂର୍ଯ୍ୟ ପରାଗ କୁହାଯାଏ। ଯେପରି ଆମେ ଜାଣୁ ଯେ ପୃଥିବୀ ନିଜର ଅକ୍ଷରେ ବୁଲି ସୂର୍ଯ୍ୟଙ୍କର ପରିକ୍ରମା କରେ। ଏହି କ୍ରମରେ ଚନ୍ଦ୍ର ପୃଥିିର ଉପଗ୍ରହ ହେବା ଯୋଗୁଁ ପୃଥିବୀର ପରିକ୍ରମା କରେ। ଆମେ ସମସ୍ତେ ଜାଣୁ ଯେ ପୃଥିବୀରେ ଜୀବନ କେବଳ ସୂର୍ଯ୍ୟ ଦେବଙ୍କ ଆଲୋକ ଯୋଗୁଁ ସମ୍ଭବ ଏବଂ କେବଳ ସୂର୍ଯ୍ୟକିରଣ ପୃଥିବୀ ଏବଂ ଚନ୍ଦ୍ର ଉପରେ ପଡ଼େ। ପୃଥିବୀ ଏବଂ ଚନ୍ଦ୍ର ନିଜ ନିଜ କକ୍ଷପଥରେ ଗତି କରନ୍ତି ଏବଂ ଏପରି ପରିସ୍ଥିତିରେ, କେତେବେଳେ ଚନ୍ଦ୍ର ପୃଥିବୀର ଏତେ ନିକଟତର ହୋଇଯାନ୍ତି ଯେ ସୂର୍ଯ୍ୟକିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ, ତେବେ ଏହି ପରିସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ ଯାହା ସମ୍ପୂର୍ଣ୍ଣ କିମ୍ବା ଆଂଶିକ ହୋଇପାରେ।
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ପରାହକୁ ଏକ ବିଶେଷ ଘଟଣା ବୋଲି କୁହାଯାଇଛି। ଏହା ଏପରି ଏକ ଅବଧିକୁ ଦର୍ଶାଏ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସିଧା ରେଖାରେ ଆସି ଯାଆନ୍ତି। ଏପରି ପରିସ୍ଥିତିରେ, ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସିଯାଏ ଏବଂ କିଛି ସମୟ ପାଇଁ ସୂର୍ଯ୍ୟକିରଣକୁ ପୃଥିବୀରେ ପହଞ୍ଚି ପାରେ ନାହିଁ ଏବଂ ଏହି ଘଟଣାକୁ ପରିବର୍ତ୍ତନକାରୀ ବୋଲି ବିବେଚନା କରାଯାଏ। ବିଶ୍ବାସ ଅଛି ଯେ ସୂର୍ଯ୍ୟ ପରାଗ ସଂସାରରେ ନୂଆ ଆରମ୍ଭ ଆଣି ଆସେ ଓ ଏହାର ପ୍ରଭାବ କୌଣସି ବ୍ୟକ୍ତିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ସକ୍ଷମ ହୁଏ। ସୂର୍ଯ୍ୟ ଗ୍ରହ ସଙ୍କେତ କରୁଛି ଯେ ଆପଣ ନିଜ ଜୀବନରେ ଯାହା କିଛି ପାଇବାକୁ ଚାହୁଁଛନ୍ତି, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ କାରଣ ଆପଣଙ୍କ ସାମ୍ନାରେ ନୂଆ ସୁଯୋଗ ଆସିପାରେ। କହି ରଖୁଛୁ ଯେ ସୂର୍ଯ୍ୟପରାଗର ପ୍ରଭାବ ମଣିଷ ଜୀବନ ଏବଂ ବିଶ୍ୱ ଉପରେ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ। ଏହା ସହିତ, ଏହାର ପ୍ରଭାବ ମଧ୍ୟ ଅନୁଭବ କରାଯାଇପାରିବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଯାହା 29 ମାର୍ଚ୍ଚ 2025ରେ ଲାଗୁଛି ତାହା ଆଂଶିକ ସୂର୍ଯ୍ୟ ପରାଗ ହେବ।
ତିଥି | ଦିନ ତଥା ଦିନାଙ୍କ | ସୂର୍ଯ୍ୟ ପରାଗ ଆରମ୍ଭ ହେବାର ସମୟ | ସୂର୍ଯ୍ୟ ପରାଗ ସମାପ୍ତ ହେବାର ସମୟ | କେଉଁଠି-କେଉଁଠି ଦେଖାଯିବ |
ଚୈତ୍ର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି |
29 ମାର୍ଚ୍ଚ 2025, ଶନିବାର |
ଦ୍ଵିପ୍ରହର 14:21 ରୁ |
ସନ୍ଧ୍ୟା 18:14 ପର୍ଯ୍ୟନ୍ତ |
ବରମୁଡା, ବାରବାଡୋସ , ଡେନମାର୍କ, ଅସ୍ଟ୍ରୀୟା, ବେଲ୍ଜିୟମ, ଉତ୍ତର ବ୍ରାଜିଲ, ଫିନଲାଣ୍ଡ, ଜର୍ମାନୀ, ଫ୍ରାଂସ୍, ହଙ୍ଗାରୀ , ଆୟାରଲ୍ଯାଣ୍ଡ, ମୋରୋକ୍କୋ, ଗ୍ରୀନଲାଣ୍ଡ, କାନାଡାର ପୂର୍ବ ଭାଗ, ଲିଥୁଆନିଆ, ହୋଲଣ୍ଡ, ପର୍ତୁଗାଲ, ଊତର ଋସ, ସ୍ପେଇନ, ସୁରିନାମ, ସ୍ଵୀଡେନ, ପୋଲାଣ୍ଡ, ୟୁକ୍ରେନ, ସ୍ଵୀଜରଲ୍ଯାନ୍ଡ, ଇଂଲ୍ଯାନ୍ଡ ଓ ଆମେରିକାର ପୂର୍ବ କ୍ଷେତ୍ର (ଭାରତରେ ଦେଖା ଯିବ ନାହିଁ ) |
ନୋଟ: ଯେବେ କଥା ଆସେ 2025ରେ ଲାଗୁଥିବା ସୂର୍ଯ୍ୟ ପରାଗର ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସୂର୍ଯ୍ୟ ପରାଗର ସମୟ ଭାରତୀୟ ସମୟ ଅନୁସାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମେଷ ରାଶିର ଲୋକଙ୍କୁ ସୂର୍ଯ୍ୟ ପରାଗ ସବୁଠାରୁ ଅଧିକ ପ୍ରଭାବିତ କରିବ। ଏହା ବ୍ଯତୀତ, ଏହି ଲୋକଙ୍କୁ ନିରାଶ, ମୁଡ ସ୍ଵିଙ୍ଗ, ମୁଣ୍ଡ ବିନ୍ଧା, ବାନ୍ତି ଓ ମାଇଗ୍ରେନ ପରି ସମସ୍ଯା ହଇରାଣ କରିପାରେ। ସୂର୍ଯ୍ୟ ପରାଗ 2025 ର ପ୍ରଭାବ ଯୋଗୁଁ, ଆପଣଙ୍କ ଘର ଏବଂ ପରିବାରର ବାତାବରଣ ଅସ୍ଥିର ରହିପାରେ, ଯାହା ଦ୍ଵାରା ଆପଣ ଅସ୍ଥିର ଦେଖାଯାଇପାରନ୍ତି। ଗ୍ରହଣ ପୂର୍ବରୁ, ଗ୍ରହଣ ସମୟରେ ଏବଂ ଗ୍ରହଣ ପରେ, ଏହି ରାଶିର ଛାତ୍ରମାନଙ୍କୁ ସେମାନଙ୍କ ପାଠପଢ଼ାରେ ଧ୍ୟାନ ଦେବାରେ ଅସୁବିଧା ହୋଇପାରେ। ମାତାଙ୍କ ସହିତ ବିବାଦ କିମ୍ବା ମତଭେଦ ହେବାର ଆଶଙ୍କା ଅଛି। ଏହାର ପରିଣାମସ୍ଵରୂପ, ଆପଣଙ୍କ ପାଇଁ ଧ୍ୟାନ କରିବା ସର୍ବୋତ୍ତମ ହେବ। ଯେଉଁ ଲୋକଙ୍କ ଜାତକରେ ସୂର୍ଯ୍ୟ ମହାରାଜଙ୍କର ସ୍ଥିତି ଦୁର୍ବଳ ଅଛି, ତାଙ୍କ ପାଇଁ ଏହି ସମୟରେ ପ୍ରତିଯୋଗୀ ପରୀକ୍ଷା ପାର କରିବା ସହଜ ହେବ ନାହିଁ।
ତୁଳା ରାଶିର ଲୋକଙ୍କ ଜାତକରେ ସୂର୍ଯ୍ୟ ଦେବ ଆପଣଙ୍କର ଏକାଦଶ ଘରର ସ୍ବାମୀ ଯିଏ ଏବେ ଷଷ୍ଠ ଘରେ ରହୁଙ୍କ ସହିତ ରହିବେ ଯାହା ରୋଗର ଘର ଅଟେ। ଆପଣଙ୍କୁ କହି ରଖୁଛୁ ଯେ ଜାତକରେ ଷଷ୍ଠ ଘର ସରକାରକୁ ମଧ୍ୟ ଦର୍ଶାଏ ଓ ଏପରି ସ୍ଥିତିରେ ସରକାରୀ ଚାକିରି କରିଥିବା ଲୋକଙ୍କୁ ପଚରା ଉଚରା କିମ୍ବା ବସ ସହିତ କିଛି ସମସ୍ଯା ହୋଇପାରେ। ଏହି ଅବଧିରେ ଆପଣଙ୍କର ସାମାଜିକ ଜୀବନରେ, ପରିବାରର ସଦସ୍ୟ କିମ୍ବା ସହକର୍ମୀଙ୍କ ସହିତ କିଛି ମତଭେଦ ହୋଇପାରେ ଯାହା ଯୋଗୁଁ ଆପଣ ଅନ୍ୟମାନଙ୍କ ପ୍ରତି କଠୋର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କ ବ୍ୟକ୍ତିଗତ ପ୍ରଗତି ପଥରେ ସମସ୍ୟା ଦେଖାଦେଇପାରେ ଯାହା ଦ୍ଵାରା ଆପଣ ସୃଜନଶୀଳ ଭାବରେ ଚିନ୍ତା କରିବାରେ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇପାରନ୍ତି। ସୂର୍ଯ୍ୟପରାଗର ସମୟ ଆପଣଙ୍କ କଥା, କାର୍ଯ୍ୟ ଏବଂ ନିଜକୁ ବୁଝିବାର ସମୟ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ
ବିଛା ରାଶିର ଲୋକଙ୍କୁ ସୂର୍ଯ୍ୟ ଗ୍ରହ 2025 ସମୟରେ ବହୁତ ସତର୍କ ରହିବାକୁ ହେବ କାରଣ ଏହି ସମୟରେ ଆପଣଙ୍କୁ ଅଜ୍ଞାତ ଶତ୍ରୁ, ଋଣ କିମ୍ବା ଚୋରୀ ଇତ୍ୟାଦିର ଭୟ ରହିପାରେ। ସୂର୍ଯ୍ୟ ଆପଣଙ୍କର ଦଶମ ଘରର ସ୍ବାମୀ ଅଟନ୍ତି ଓ ଆପଣଙ୍କୁ ନିଶ୍ଚିତ ଭାବରେ ଭାଗ୍ୟର ସମର୍ଥନ ନ ମିଳିବାର ଆଶଙ୍କା ଅଛି। ଏହି ଲୋକଙ୍କର ଋଣ ଲଗାତାର ବଢ଼ି ଚାଲିବ ଯାହା ଫଳରେ ଆପଣ ଆର୍ଥିକ ସମସ୍ଯା ପାଇଁ ଚିନ୍ତିତ ଦେଖାଯିବେ। କ୍ୟାରିଅର କ୍ଷେତ୍ରରେ ସହକର୍ମୀ କିମ୍ବା ପ୍ରତିଦ୍ଵନ୍ଦୀ ଆପଣଙ୍କର ଚିନ୍ତା ବଢ଼ାଇ ପାରନ୍ତି। କେବଳ ଏତିକି ନୁହେଁ ବିଛା ରାଶିର ଲୋକଙ୍କର ସୂର୍ଯ୍ୟ ପରାଗ 2025 ସମୟରେ ନିଜର ପିତା, ଟୀଚର କିମ୍ବା ମେନ୍ଟର ସହିତ ଯୁକ୍ତି ହେବାର ଆଶଙ୍କା ଅଛି ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ କୁହାଯାଇଛି।
ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ କରନ୍ତୁ ଏହି ପ୍ରତିକାର
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ସୂର୍ଯ୍ୟ ପରାଗ କେବେ ହୁଏ?
ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସନ୍ତି , ଏପରି ପରିସ୍ଥିତିରେ, ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିପାରେ ନାହିଁ ଏବଂ ଏହାକୁ ସୂର୍ଯ୍ୟ ପରାଗ କୁହାଯାଏ।
2. 29 ମାର୍ଚ୍ଚ 2025 ରେ କେଉଁ ଜ୍ଯୋତିଷୀୟ ଘଟଣା ଘଟିବାକୁ ଯାଉଛି?
ଶନି 29 ମାର୍ଚ୍ଚ, 2025 ରେ ମୀନ ରାଶିରେ ଗୋଚର କରିବେ।
3. କେଉଁ ପକ୍ଷରେ ସୂର୍ଯ୍ୟଗ୍ରହଣ ହେବ?
କୃଷ୍ଣ ପକ୍ଷ ।