ସୂର୍ଯ୍ୟଙ୍କୁ ଗ୍ରହଙ୍କର ରାଜର ଉପାଧି ଦିଅଯାଇଛି ଓ ଏବେ ଏହି ମହତ୍ଵପୂର୍ଣ୍ଣ ଗ୍ରହ ରାଶି ଚକ୍ରର ତୃତୀୟ ରାଶି ମିଥୁନ ରାଶିରେ ଗୋଚର କରିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର 15 ଜୁନ 2024 00:16 ରେ ହେବ। ସୂର୍ଯ୍ୟଙ୍କର ଊର୍ଜାର ମୁଖ୍ୟ ସ୍ରୋତ କୁହଯାଏ ଓ ଅନ୍ୟ ଆଠଟୀ ଗ୍ରହ ମଧ୍ୟରୁ ଏହା ସବୁଠାରୁ ମହତ୍ଵପୂର୍ଣ୍ଣ ହୋଇଥାନ୍ତି। ସୂର୍ଯ୍ୟଙ୍କର ବିନା ଜୀବନ ସମ୍ଭବ ନୁହେଁ। ସୂର୍ଯ୍ୟ ପୁରୁଷ ପ୍ରକ୍ରତୀର ଗ୍ରହ ଓ ଜଟିଳ କାର୍ଯ୍ୟ ସମ୍ଭାଳିବା ପାଇଁ ଏହା ମଣିଷକୁ ଦୃଢ଼ ସଂକଳ୍ପ ପ୍ରଦାନ୍ କରନ୍ତି। ଏହା ବ୍ୟତୀତ ବ୍ୟତି ଭିତରେ ନେତୃତ୍ବ ଗୁଣର ପ୍ରତିନିଧିତ୍ବ କରନ୍ତି। ଯେଉଁ ଲୋକଙ୍କର କୁଣ୍ଡଳୀରେ ସୂର୍ଯ୍ୟ ମେଶ ରାଶି କିମ୍ବା ସିଂହ ରାଶିରେ ଥାଆନ୍ତି ତାଙ୍କୁ ଅଧିକ ଲାଭ, କ୍ୟାରୀଅରରେ ସଫଳତା, ସମ୍ପର୍କରେ ଖୁସି, ପିତାଙ୍କର ସହଯୋଗ ପ୍ରାପ୍ତ ହୁଏ।
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଉଚ୍ଚ ଅଧିକାର ପ୍ରାପ୍ତ ଗତିଶୀଳ ଗ୍ରହ ରୂପରେ ବିବେଚନା କରାଯାଏ। ଏହି ଗ୍ରହ ପ୍ରଭାବି ପ୍ରଶାସନ ଓ ସିଦ୍ଧାନ୍ତକୁ ଦର୍ଶାଏ। ସୂର୍ଯ୍ୟ ଏକ ଗରମ ଗ୍ରହ। ଶକ୍ତିଶାଳୀ ସୂର୍ଯ୍ୟ ଥିବା ଲୋକମାବେ ଅଧିକ ଉଗ୍ର ସ୍ଵଭାବର ହୋଇଥାନ୍ତି ଓ ଅନ୍ୟ ପ୍ରତି ଏପରି ବ୍ୟବହାର କରନ୍ତି ଜହକ କିଛି ଲୋକ ସ୍ଵୀକାର କରନ୍ତି ଓ କିଛି ଲୋକ କରନ୍ତି ନାହିଁ। ସେଥିପାଇଁ ଉଗ୍ର ବ୍ୟବହାର କରୁଥିବା ଲୋକମାନେ ଜୀବନରେ ଅଧିକ ସଫଳତା ପାଇବାକୁ ବିବେକ ଦ୍ବାରା କାମ କରିବା ଉଚିତ। ସୂର୍ଯ୍ୟଙ୍କର କୃପା ବିନା କୌଣସି ବ୍ୟକ୍ତି ଜୀବନରେ କ୍ୟାରୀଅରରେ ଶୀର୍ଷରେ ପହଞ୍ଚି ପାରିବେ ନାହିଁ ଓ ଅଧିକ ପଇସା ରୋଜଗାର କରିପାରିବେ ନାହିଁ।
Click Here To Read In English: Sun Transit In Gemini
ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ
ସୂର୍ଯ୍ୟ ମେଷ ରାଶି ଲୋକଙ୍କ ପାଇଁ ପଞ୍ଚମ ଘରର ସ୍ବାମୀ ଓ ତୃତୀୟ ଘରେ ଗୋଚର କରିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ପ୍ରଗତି ଦେବ ଓ ଏହି ପ୍ରଗତି ଓ ସଫଳତା ଆପଣଙ୍କର ଆତ୍ମବିଶ୍ଵାସ ଯୋଗୁଁ ସମ୍ଭବ ହେବ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଅଧିକ ବିକାଶ ପ୍ରାପ୍ତ ହେବ ଓ ଏହା ଆପଣଙ୍କୁ ମିଳିବାକୁ ଥିବା ନୂଆ ଚାକିରିର ସୁଯୋଗ ଯୋଗୁଁ ସମ୍ଭବ ହେବ। ଆପଣଙ୍କୁ ନୂଆ ଅନସାଇଟ ଚାକିରି ମଧ୍ୟ ମିଳିପାରେ। ବ୍ୟବସାୟ ଦୃଷ୍ଟିରୁ ଆପଣ ନିଜର ପ୍ରୟାସ ଓ ବ୍ଯବସାୟିକ ରଣନୀତି ଦ୍ବାରା ଅଧିକ ଧନ ଲାଭ ପ୍ରାପ୍ତ କରିବେ।
ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଆଉଟସୋର୍ସିଂରୁ ଧନ ଲାଭ ହେବ ଓ ଆପଣଙ୍କର ଆୟ ବଢ଼ିବ। ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ସାଥି ସହିତ ଅନୁକୂଳ ସମ୍ପର୍କ ରଖି ପାରିବେ ଓ ନିଜର ସମ୍ପର୍କ ଦୃଢ଼ ରଖିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଭଲ ସ୍ବାସ୍ଥ୍ୟର ଲାଭ ଉଠାଇବେ। ଆପଣଙ୍କୁ ଅନେକ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ଣହିଁ କିନ୍ତୁ ମୁଣ୍ଡ ବିନ୍ଧା ଭଳି ଛୋଟ ଅସୁବିଧା ହୋଇପାରେ।
ପ୍ରତିକାର : ପ୍ରତିଦିନ 19 ଥର 'ଓଁ ଆଦିତ୍ୟାୟ ନମଃ' ମନ୍ତ୍ର ଜପ କରନ୍ତୁ।
ବୃଷ ଆରସି ଲୋକଙ୍କ ପାଇଁ ସୂର୍ଯ୍ୟ ଚତୁର୍ଥ ଘରର ପ୍ରଭୁ ଓ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ। ସୁର୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ଭଲ ପଇସା ରୋଜଗାର କରିବା ଉଓରେ ଧ୍ୟାନ କେନ୍ଦ୍ରିତ କରାଇବ। ଆପଣ ନିଜର ପରିବାର ପାଇଁ ପଇସା ଖର୍ଚ୍ଚ କରିବେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ସଂଚାର ମାଧ୍ୟମରେ ନିଜର ଚାକିରିରେ କୌଶଳ ଦେଖେଇବେ ଯାହା ଦ୍ବାରା ଆପଣଙ୍କୁ ଲାଭ ମିଳିବ। ବ୍ଯବସାୟ ଦୃଷ୍ଟିରୁ ଆପଣ ଲାଭ ପାଇବେ ଓ ପ୍ରତିସ୍ପର୍ଦ୍ଧୀଙ୍କ ସହିତ ପ୍ରତିସ୍ପର୍ଦ୍ଧା କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଭଲ ଧନରାଶି ପ୍ରାପ୍ତ ହେବ ଓ ଏହି ଧନର ଉପଯୋଗ ଆପଣ ନିଜର ପରିବାର ପାଇଁ କରୁଥିବା ଦେଖାଯିବେ।
ସମ୍ପର୍କ ବିଷୟରେ କହିବାକୁ ଗଲେ ଆପଣ ନିଜର ସାଥିର ପରିବାରରେ ଥିବା ମାମଲାକୁ ସମାଧାନ କରିବାରେ ଅଧିକ ସମୟ ଦେବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ଅନେକ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ କିନ୍ତୁ ଆଖିରେ ଜଳାପୋଡ଼ା ହୋଇପାରେ।
ପ୍ରତିକାର : ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କର ପୂଜା କରନ୍ତୁ।
କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ
ମିଥୁନ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ତୃତୀୟ ଘରର ସ୍ବାମୀ ଓ ଆପଣଙ୍କର ଲଗ୍ନ ଘରେ ଅର୍ଥାତ ପ୍ରଥମ ଘରେ ରହିବେ। ସୂର୍ଯ୍ୟଙ୍କର ମିଥୁ ରାଶିରେ ଗୋଚର ଆପଣଙ୍କୁ ନିଜର କ୍ୟାରୀଅର ସମ୍ବନ୍ଧରେ ବିକାଶ ଆଣିଦେବ।
କ୍ୟାରୀଅର ଦୃଷ୍ଟିରୁ ଯଦି ଆପଣ ଚାକିରି କରିଛନ୍ତି ତେବେ ଆପଣ ନିଜର ଦୃଢ଼ ସଂକଳ୍ପ ଓ ଯୋଜନା ଦ୍ବାରା ସଫଳତା ପାଇବେ। ବ୍ଯବସାୟ ଦୃଷ୍ଟିରୁ ଆପଣ ନିଜର ଯୋଜନାବଦ୍ଧତା ଦ୍ବାରା ଲାଭ ପାଇବେ। ବ୍ୟବସାୟ ପାଇଁ ଯାତ୍ରାର ଯୋଗ ତିଆରି ହେଉଛି। ଆର୍ଥିକ ଦୃଷ୍ଟିରୁ ଆପଣ ଆଉଟସୋର୍ସିଂ ମାଧ୍ୟମ ରୁ ଅଧିକ ଧନ ଅର୍ଜନ କରିବେ କିମ୍ବା ଆପଣଙ୍କୁ ଯାତ୍ରାରୁ ଲାଭ ହେବ।
ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ସାଥି ସହିତ ଖୁସି ରହିବେ। ଆପଣ ଜୀବନସାଥୀ ସହିତ ଏହି ଅବଧିରେ କୌଣସି ଆକସ୍ମିକ ଯାତ୍ରାରେ ଯାଇପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜର ଉତ୍ସାହ ଦ୍ବାରା ଭଲ ସ୍ବାସ୍ଥ୍ୟ ଆପଣାଇବା ପାଇଁ ଆପଣ ପର୍ଯ୍ୟାପ୍ତ ରୂପରେ ସୁସ୍ଥ ଦେଖାଯିବେ।
ପ୍ରତିକାର : ପ୍ରତିଦିନ 21 ଥର 'ଓଁ ଗୁରବେ ନମଃ' ମନ୍ତ୍ର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦ୍ଵିତୀୟ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ସୂର୍ଯ୍ୟଙ୍କର ଗୋଚର ଆପଣଙ୍କୁ ଅଧିକ ଚିନ୍ତା ଦେବ ଓ ଏହା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନିଜର କାମରେ ଅସଫଳତା ସାମ୍ନା କରିବାକୁ ପଡ଼ିପାରେ। ସାଙ୍ଗରେ ଏହି ସମୟରେ ଆପଣଙ୍କ ଉପରେ ଚାକିରିର ଚାପ ଅଧିକ ରହିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ପାଇଁ କ୍ଷତି ସହିବାକୁ ପଡ଼ିପାରେ। ଏହା ବ୍ୟତୀତ ଏହି ଅବଧିରେ ଆପଣଙ୍କୁ ନିଜର ବ୍ଯବସାୟିକ ରଣନୀତି ବଦଳାଇବା ପାଇଁ ପଡ଼ିପାରେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କର ଖର୍ଚ୍ଚ ବଢ଼ିବ ଯାହା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ହେବ। ବେପରୁଆ ହୋଇ ଧନ ହାନି ହୋଇପାରେ।
ସମ୍ପର୍କ ଦୃଷ୍ଟିର ଏହି ଅବଧିରେ ଆପଣଙ୍କୁ ଜୀବନସାଥି ସହିତ କଥାବାର୍ତ୍ତାର ଅଭାବ ସାମ୍ନା କରିବାକୁ ପଡ଼ିବ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣକୁ ଆଖିରେ ପୋଡ଼ାଜଳା ସହିବାକୁ ପଡ଼ିପାରେ। ଏଥି ପ୍ରତି ସାବଧାନ ରୁହନ୍ତୁ।
ପ୍ରତିକାର : ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ପ୍ରଥମ ଘରର ପ୍ରଭୁ ଓ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି।ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କ ପାଇଁ ଭଲ ପରିଣାମ ଆଣିବ ଓ ଦୃଢ଼ ସଂକଳ୍ପ ସହିତ ଭଲ ଅଧିକାର ମଧ୍ୟ ଦେବ। ସମ୍ଭାବନା ଅଛି ଯେ ଆପଣଙ୍କ ପକ୍ଷରେ ଭଲ କମାଣ୍ଡ ଦେଖିବାକୁ ମିଳିବ।
କ୍ୟାରୀଅର ଦୃଷ୍ଟିରୁ ଆପଣ ଅଧିକ ପରିଶ୍ରମ ପାଇଁ ପରିଚିତ ହେବେ ଓ ଆପଣଙ୍କର ପ୍ରୋମୋସନ ମଧ୍ୟ ହୋଇପାରେ। ବ୍ୟବସାୟ ଆପଣଙ୍କୁ ଅନେକ ଲାଭ ମିଳିବ୍ ଓ ସଫଳତା ପ୍ରାପ୍ତ ହେବ। ଆପଣ କଠିନ ପ୍ରତିସ୍ପର୍ଦ୍ଧା କରୁଥିବା ଦେଖାଯିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଅଧିକ ଲାଭ ହେବ ଓ ଆପଣ ଧନ ସଞ୍ଚୟ କରିପାରିବେ।
ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ସାଥି ସହିତ ଭଲ ତାଳମେଳ ରଖିବେ ଓ ଖୁସି ରହିବେ ଓ ଏକ ଉଦାହରଣ ସ୍ଥାପନ କରିବେ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ କିନ୍ତୁ ଗରମ ସମ୍ବନ୍ଧିତ ଅସୁବିଧା ହୋଇପାରେ।
ପ୍ରତିକାର : ଶନିବାର ଦିନ ଗରିବଙ୍କୁ ଭୋଜନ ଦାନ କରନ୍ତୁ।
କନ୍ୟା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦ୍ଵାଦଶ ଘରର ପ୍ରଭୁ ଓ ଆପଣଙ୍କର ଦଶମ ଘରେ ରହିବେ। ସୂର୍ଯ୍ୟ ଗୋଚର ଆପଣଙ୍କୁ ସମ୍ପତି ମାଧ୍ୟମରେ ଲାଭ ପ୍ରାପ୍ତ କରିବା ସ୍ଥିତିରେ ରଖିବ।
କ୍ୟାରୀଅର ଦୃଷ୍ଟିରୁ ଆପଣ ଅଯଥା କାରଣ ଯୋଗୁଁ ଚାକିରି ବଦଳାଇ ପାରନ୍ତି କିମ୍ବା ବିଦେଶ ଯାଇପାରନ୍ତି। ଏହି ବିଦେଶ ଯାତ୍ରାରୁ ଆପଣଙ୍କୁ ଲାଭବ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ସହଜ ହେବ ନାହିଁ। ଆପଣଙ୍କୁ ନିଜର ପ୍ରତିସ୍ପର୍ଦ୍ଧୀ ଠାରୁ ବିପଦ ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ କ୍ଷତି ହୋଇପାରେ ଓ ଏହା ଏକାଗ୍ରତାର ଅଭାବ ଯୋଗୁଁ ହୋଇପାରେ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ସମ୍ପର୍କରେ ଅସହଜ ହୋଇପାରେ। ଆପଣ ଏହି ସମୟରେ ଅସହଜ ଅନୁଭବ କରିପାରନ୍ତି। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବ ଓ ଆପଣଙ୍କୁ ଚିନ୍ତା ହୋଇପାରେ।
ପ୍ରତିକାର : ବୁଧବାର ଦିନ ବୁଧ ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଏକାଦଶ ଘରର ସ୍ବାମୀ ଓ ଆପଣଙ୍କର ନବମ ଘରେ ଗୋଚର କରିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ବିଦେଶୀ ସ୍ରୋତରୁ ଲାଭ ଦେବ। ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ।
ଚାକିରି ଦୃଷ୍ଟିରୁ ଆପଣ ଭାଗ୍ୟଶାଳୀ ହେବେ କାରଣ ଆପଣଙ୍କୁ କାମରେ ଲାଭ ହେବ ଓ ନୂଆ ଚାକିରିର ସୁଯୋଗ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଆପଣ ଆଉଟସୋର୍ସିଂ ବ୍ୟବସାୟ କିମ୍ବା ବିଦେଶୀ ମୁଦ୍ରା ମାଧ୍ୟମରୁ ଭଲ ଲାଭ ପାଇବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ସମୟରେ ଆପଣଙ୍କୁ ଧନ ଲାଭ ହେବ ଯାହା ଫଳରେ ଭଲ ତାଳମେଳ ରଖିବାରେ ସକ୍ଷମ ହେବେ। ବିଦେଶୀ ସ୍ରୋତରୁ ଲାଭ ହେବ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ଜୀବନସାଥୀ ଠାରୁ ଭଲ ସହଯୋଗ ମିଳିବ୍ ଯାହା ଫଳରେ ଆପଣ ଭଲ ତାଳମେଳ ରଖିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ବଡ଼ ସ୍ବାସ୍ଥ୍ୟ ସମସ୍ଯା କିଛି ହେବ ନାହିଁ କିନ୍ତୁ ଆଣ୍ଠୁ ଓ କାନ୍ଧରେ ଅସୁବିଧା ହୋଇପାରେ।
ପ୍ରତିକାର : ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ।
ବିଛା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦଶମ ଘରର ପ୍ରଭୁ ଓ ଏହି ଗୋଚର ସମୟରେ ଅଷ୍ଟମ ଘରେ ରହିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ଚାକିରି ଛାଡ଼ିବାକୁ ସଙ୍କେତ ଦେଇପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ଚାକିରିରେ କମ କୌଶଳ ଦେଖିବେ। ଏଥି ଯୋଗୁଁ ଚାକିରି ହରେଇବାକୁ ପଡ଼ିବ। ବ୍ୟବସାୟ ଦୃଷ୍ଟିରୁ, ଆପଣଙ୍କୁ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ସହିତ ଟକ୍କର ଦେବାକୁ ପଡ଼ିବ ଯେଉଁଥିପାଇଁ କ୍ଷତି ସହିବାକୁ ପଡ଼ିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଧ୍ୟାନ ଓ ଯୋଜନାର ଅଭାବ ଯୋଗୁଁ ଧନହାନୀ ହୋଇପାରେ। ଏଠିପାଇଁ ଧ୍ୟାନ ଏକାଗ୍ର କରିବା ଆବଶ୍ୟକ।
ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନରେ ଭଲ ମୂଲ୍ୟ ନେଇ କାମ କରିପାରିବେ ନାହିଁ। ଅଯଥା ଅହଂକାରର ସମସ୍ଯା ସମ୍ପର୍କକୁ ଖରାପ କରିପାରେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର୍ ପ୍ରତିରକ୍ଷା ଶକ୍ତି କମ ରହିବ ଯେଉଁଥିପାଇଁ ଦରଜ ଇତ୍ୟାଦି ହୋଇପାରେ।
ପ୍ରତିକାର : ଗୁରୁବାର ଦିନ ବୃହସ୍ପତିଙ୍କ ପାଇଁ ଯଜ୍ଞ କରନ୍ତୁ ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ନବମ ଘରର ସ୍ବାମୀ ଓ ଆପଣଙ୍କର୍ ସପ୍ତମ ଘରେ ଗୋଚର କରିବେ। ସୂର୍ଯ୍ୟ ଗୋଚର ଆପଣଙ୍କୁ ନୂଆ ମିତ୍ର ଓ ସହଯୋଗୀ ଦେବ। ଆପଣ ନିଜ ବନ୍ଧୁଙ୍କ ସମର୍ଥନ ପାଇବେ ଓ ତାଙ୍କୁ ମହତ୍ଵ କରିବେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ଚାକିରି ସମ୍ବନ୍ଧରେ ଯାତ୍ରା କରିପାରନ୍ତି। ଏପରି ଯାତ୍ରା ଆପଣଙ୍କ ପାଇଁ ଅନୁକୂଳ ହେବ। ବ୍ୟବସାୟ ଦୃଷ୍ଟିରୁ ଆପଣ ନିଜର ଦାନ ଉପରେ ନିୟନ୍ତ୍ରଣ ରଖିବେ ଓ ଏହି ପ୍ରକାର ଅଧିକ ଧନ ଲାଭ ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଓ ଧନ ସଞ୍ଚୟ କରିବାରେ ସଫଳ ହେବେ। ଏହି ଅବଧିରେ ସମ୍ପତି ଇତ୍ୟାଦିରୁ ଲାଭ ମିଳିବାର ସମ୍ଭାବନା ଅଛି।
ସମ୍ପର୍କ ଦୃଷ୍ଟିରୁ ଆପଣ ଭଲ ମୂଲ୍ୟ ରଖିବେ, ଆପଣଙ୍କ ଭିତରେ ନୈତିକତା ଦେଖାଯିବ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଏହା ଆପଣଙ୍କ ଭିତରେ ଥିବା ଊର୍ଜା ଯୋଗୁଁ ସମ୍ଭବ ହେବ।
ପ୍ରତିକାର : ଗୁରୁବାର ଦିନ ଭଗବାନ ଶିବଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶି ଲୋକଙ୍କ ପାଇଁସୂର୍ଯ୍ୟ ଅଷ୍ଟମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଷଷ୍ଠ ଘରେ ରହିବେ। ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କୁ ଲାଭ ଦେବ ଓ ସମ୍ପତିରୁ ମଧ୍ୟ ଲାଭ ମିଳିବ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରିରେ ପରିବର୍ତ୍ତନ କିମ୍ବା ଭିବାଗରେ ସ୍ଥାନାନ୍ତରଣ ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କର ପ୍ରତିସ୍ପର୍ଦ୍ଧାଙ୍କ ସହିତ ପ୍ରତିସ୍ପର୍ଦ୍ଧା କରିବାକୁ ପଡ଼ିବ ଓ ଏହା ଆପଣଙ୍କ ପକ୍ଷରେ ଅନୁକୂଳ ହେବ ନାହିଁ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ମିଳି ନ ପାରେ କାରଣ ଆପଣଙ୍କୁ ଆପଣଙ୍କର୍ ପରିବାର ପାଇଁ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିବ ଯେଉଁଥିପାଇଁ ଆପଣ ଋଣ ନେବେ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ନିଜର ପ୍ରିୟ ସାଥି ସହିତ ଯୁକ୍ତିତର୍କ ସାମ୍ନା କରିବାକୁ ପଡ଼ିବ। ଯଦି ଆପଣ କାହାକୁ ଭଲ ପାଉଛନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ତେବେ ରହିଯିବାକୁ ପରାମର୍ଶ ଦିଅଯାଇଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ତାନ୍ତ୍ରିକ ସମ୍ବନ୍ଧିତ ଦରଜ ଓ କାନ୍ଧରେ ଦରଜ ସାମ୍ନା କରିବାକୁ ପଡ଼ିପାରେ ଓ ଏହି ସବୁ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ପ୍ରତିକାର : ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତ।
ସୂର୍ଯ୍ୟ କୁମ୍ଭ ରାଶି ଲୋକଙ୍କ ପାଇଁ ସପ୍ତମ ଘରର ପ୍ରଭୁ ଓ ଆପଣଙ୍କର ପଞ୍ଚମ ଘରେ ରହିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ମିତ୍ର ଓ ସହଯୋଗୀ ପ୍ରାପ୍ତ କରିବାରେ ସାହାଜ୍ୟ କରିବ। ଆପଣ ବ୍ୟବସାୟ କ୍ଷେତ୍ରରେ ସଫଳତାର ସହିତ ଲାଭ ପାଇବେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନିଜର ଚାକିରି ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ ଓ ଏହି ଯାତ୍ରା ଆପଣଙ୍କ ପାଇଁ ଅନୁକୂଳ ହେବ। ଏହି ଅବଧିରେ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ପ୍ରାପ୍ତ ହେବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନୂଆ ବିଚାର ଆପଣାଇବାକୁ ପଡ଼ିବ ଓ ଏଥିରୁ ଆପଣଙ୍କୁ ଲାଭ ମିଳିବ୍। ଆପଣ ଏହି ଅବଧିରେ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ସହିତ ଭଲ ପ୍ରତିସ୍ପର୍ଦ୍ଧା କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଭଲ ଧନ ଲାଭ ହେବ ଓ ସଞ୍ଚୟ କରିବାରେ ସକ୍ଷମ ହେବେ।
ସମ୍ପର୍କ ଦୃଷ୍ଟିରୁ ଅହଂକାର ଯୋଗୁଁ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଯୁକ୍ତି ସାମ୍ନା କରିବାକୁ ପଡ଼ିପାରେ ଓ ଏହାର ସିଧା ପ୍ରଭାବ ଆପଣଙ୍କର ସମ୍ପର୍କ ଉପରେ ପଡ଼ିବ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ପାଇଁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଚିନ୍ତାର ବିଷୟ ହେବ।
ପ୍ରତିକାର : ପ୍ରତିଦିନ 108 ଥର 'ଓଁ ମନ୍ଦାୟ ନମଃ' ମନ୍ତ୍ର ଜପ କରନ୍ତୁ।
ମୀନ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ଚତୁର୍ଥ ଘରେ ରହିବେ। ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ଆପଣଙ୍କୁ ଆରାମର ଅଭାବ ଅନୁଭବ କରାଇପରେ। ଭବିଷ୍ୟରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଯେଉଁଥି ପାଇଁ ଆପଣଙ୍କୁ ଋଣ ନେବାକୁ ପଡ଼ିପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନିଜର ଚାକିରି ପସନ୍ଦ ନ ଆସିପାରେ ଓ ବର୍ତ୍ତମାନ ଥିବା ସ୍ଥିତି ଯୋଗୁଁ ନୂଆ ଚାକିରି କରିବାକୁ ପଡ଼ିପାରେ। ଆପଣଙ୍କ ଉପରେ କାମର ଚାପ ଅଧିକ ରହିବ ଯେଉଁଥିପାଇଁ ଆପଣଙ୍କର ଚିନ୍ତା ବଢ଼ିବ। ବ୍ଯବସାୟ ଦୃଷ୍ଟିରୁ ଆପଣଙ୍କୁ କଠିନ ପ୍ରତିଯୋଗିତା କରିବାକୁ ପଡ଼ିବ। ଆପଣ ନିଜକୁ ଅସୁବିଧାରେ ଘେରି ରହିଥିବା ଦେଖିବେ ଓ କେବେଳ ମଧ୍ୟମ ଧରଣର ଲାଭ ମିଳିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ମଧ୍ୟମ ଧରଣର ଧନ ଲାଭ ହେବ ଓ ସଞ୍ଚୟ ହେବ ନାହିଁ। ପଇସା ଦେବାନେବାରେ ସାବଧାନ ରୁହନ୍ତୁ।
ସମ୍ପର୍କ ଦୃଷ୍ଟିରୁ ଆପଣକୁ ପରିବାରରେ ନ ଚାହୁଁଥିବା ମାମଲାରେ ପଶିବାକୁ ପଡ଼ିପାରେ ଓ ଏହା ଆଇନଗତ ସମସ୍ଯା ଯୋଗୁଁ ହୋଇପାରେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ କାନ୍ଧ, ଗୋଡ଼ ଓ ଆଣ୍ଠୁରେ ଦରଜ ହୋଇପାରେ।
ପ୍ରତିକାର : ଶୁକ୍ରବାର ଦିନ ଲକ୍ଷ୍ମୀଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!