ସୂର୍ଯ୍ୟ ମହାରାଜ 14 ଜାନୁଆରୀ 2025 ସକାଳ 08ଟା 41 ମିନିଟରେ ନିଜର ପୁତ୍ର ଶନି ଗ୍ରହଙ୍କର ମକର ରାଶିରେ ଗୋଚର କରିବେ। ଏହା ସୂର୍ଯ୍ୟ ଦେବଙ୍କର ଶତ୍ରୁ ରାଶି ସେଥିପାଇଁ କିଛି ରାଶି ପାଇଁ ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ଶୁଭ ହେବା ସତ୍ବେ ଇଚ୍ଛାନୁଯାୟୀ ପରିଣାମ ଦେବ ନାହିଁ। ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ମକର ରାଶିରେ ସୂର୍ଯ୍ୟଙ୍କର ଗୋଚର ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମୟରେ ଆପଣଙ୍କୁ କେଉଁ ଉପାୟ କରିବା ଉଚିତ, ତାହା ମଧ୍ୟ ଆମେ ଆପଣଙ୍କୁ କହିବୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
ଯଦି ଜାତକରେ ସୂର୍ଯ୍ୟ ଦେବଙ୍କର ସ୍ଥିତି ସରୂଢ଼ ଥାଏ, ତେବେ ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ଓ ତିକ୍ଷ୍ଣ ବୁଦ୍ଧି ମିଳିଥାଏ। ଏହା ଏକ ସୁଖମୟ ଜୀବନ ପାଇଁ ସମସ୍ତ ପ୍ରକାରର ସୁଖ-ସୁବିଧା ପ୍ରଦାନ କରନ୍ତି।ସୂର୍ଯ୍ୟ ଗ୍ରହ ଙ୍କର ଶୁଭ ଅବସ୍ଥା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସକାରାତ୍ମକ ପରିଣାମ ଦେବା ସହିତ ଉଚ୍ଚ ସଫଳତା ଦେଇଥାଏ ଓ ଏଥିପାଇଁ ଲୋକ ଜୀବନରେ ମହତ୍ଵପୂରଣ ନିଷ୍ପତି ନେବାକୁ ସକ୍ଷମ ହୁଅନ୍ତି ଯାହା ତାଙ୍କୁ ପ୍ରଗତିର ମାର୍ଗରେ ଆଗକୁ ନେଇଯାଏ। ଏହି ଲୋକ ଏଡମିନିଷ୍ଟ୍ରେସନ ଓ ନେତୃତ୍ବ ସହିତ ଜଡ଼ିତ କ୍ଷେତ୍ରରେ ପ୍ରତିଷ୍ଠିତ ହୁଅନ୍ତି। ଏହି ଲୋକ ଧ୍ୟାନ ଓ ଅଧ୍ୟାତ୍ମକ ସହିତ ସମ୍ବନ୍ଧିତ କ୍ଷେତ୍ରରେ ପାରଦର୍ଶିତା ହାସଲ କରନ୍ତି।
To Read in English Click Here: Sun Transit in Capricorn
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ପଞ୍ଚମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ଏହି ଲୋକଙ୍କର ସମ୍ପୂର୍ଣ ଧ୍ୟାନ ନିଜ ଦ୍ବାରା କରାଯାଉଥିବା ପ୍ରୟାସ ଉପରେ ରହିବ। ଏହି ସମୟରେ ଆପଣ ଉନ୍ନତିର ମାର୍ଗରେ ଆଗକୁ ବଢ଼ିଥିବା ଦେଖାଯିବେ।
କ୍ୟାରିଅର କକ୍ଷେତ୍ରରେ ଏହି ଲୋକଙ୍କୁ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହାର କାରଣ କାମରେ ଥିବା ବୋଝ ହୋଇପାରେ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଏହି ଅବଧିରେ ଆପଣଙ୍କୁ ମିଳିବାକୁ ଥିବା ଲାଭ କମ ହୋଇପାରେ ସେଥିପାଇଁ ଆପଣଙ୍କୁ ବହୁତ ସାବଧାନ ହୋଇ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିପାରେ। ଆର୍ଥିକ ଜୀବନରେ ଆପଣଙ୍କୁ ଲାଭ ଓ କ୍ଷତି ଦୁଇଟି ଯାକ ସାମ୍ନା କରିବାକୁ ପଡ଼ିପାରେ ଓ ଏହାର କାରଣ ଧ୍ୟାନର ଅଭାବ ହୋଇପାରେ।
ପ୍ରେମ ଜୀବନରେ ସମ୍ପର୍କରେ ଭୁଲ ବୁଝାମଣା ଓ କଥାବାର୍ତାରେ ଅଭାବ ଯୋଗୁଁ ଆପଣ ଓ ଆପଣଙ୍କର ସାଥୀ ମଧ୍ୟରେ ମତଭେଦ କିମ୍ବା ବିବାଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ପାଦ ଓ ଗଣ୍ଠିରେ ଦରଜ ସମସ୍ଯା ହଇରାଣ କରିପାରେ ଯାହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ: ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
हिंदी में पढ़ने के लिए यहां क्लिक करें: सूर्य का मकर राशि में गोचर
ବୃଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଓ ଏବେ ଆପଣଙ୍କର ନବମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ ଆପଣଙ୍କୁ ଆର୍ଥିକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ଲୋକଙ୍କର ଜୀବନରେ ସମସ୍ଯା ବଢ଼ିପାରେ କିନ୍ତୁ ଅନ୍ୟ ପରେ ଆପଣଙ୍କୁ ହଠାତ ଧନ ଲାଭ ହେବାର ଯୋଗ ମଧ୍ୟ ସୃଷ୍ଟି ହେବ।
କ୍ୟାରିୟର ବିଷୟରେ କହିଲେ, ବୃଷ ରାଶି ଲୋକଙ୍କ ଉପରେ କାର୍ଯ୍ୟ ଚାପ ବଢ଼ିପାରେ ଯେଉଁଥିପାଇଁ ଧ୍ୟାନର ଅଭାବ ହୋଇପାରେ। ଫଳସ୍ୱରୂପ, ଆପଣ କାର୍ଯ୍ୟରେ ପ୍ରଶଂସା ପାଇବା ପାଇଁ ସଂଘର୍ଷ କରିପାରନ୍ତି। ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ସେମାନେ ଉଭୟ ଲାଭ ଏବଂ କ୍ଷତି ସହିବାର ସମ୍ଭାବନା ଅଛି | ଯଦି ଆପଣ ଷ୍ଟକ୍ ମାର୍କେଟ୍ ସହିତ ଜଡ଼ିତ, ତେବେ ଆପଣ ଲାଭ ପାଇବେ। ଅନ୍ୟ ପଟେ, ଅର୍ଥ ରୋଜଗାର କରିବାରେ ରେ ଆର୍ଥିକ ଜୀବନରେ ଉତ୍ଥାନ-ପତନ ହୋଇପାରେ ଏବଂ ଆପଣ ଯେତେ ଟଙ୍କା ପରିଚାଳନା କଲେ ମଧ୍ୟ ଆପଣ ଟଙ୍କା ସଞ୍ଚୟ କରିବାରେ ବିଫଳ ହୋଇପାରନ୍ତି।
ଆପଣଙ୍କର ପ୍ରେମ ଜୀବନରେ କିଛି ବିଷୟରେ ମତଭେଦ ଆପଣ ଏବଂ ଆପଣଙ୍କର ସାଥୀ ମଧ୍ୟରେ ପାର୍ଥକ୍ୟ ଆଣିପାରେ, ଯାହା ଆପଣଙ୍କର ଖୁସି ଉପରେ ପ୍ରଭାବ ପକାଇପାରେ। ଯଦି ଆମେ ସ୍ୱାସ୍ଥ୍ୟକୁ ଦେଖିବା, କିଛି ଆଲର୍ଜି ହେତୁ ଆପଣଙ୍କର ଆଖି ଇନଫେକ୍ଶନ ହୋଇପାରେ।
ଉପାୟ: ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ତୃତୀୟ ଘର ସ୍ବାମୀ ଯିଏ ଏବେ ଆପଣଙ୍କର ଅଷ୍ଟମ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ ନଜିର ଭାଇ ଭଉଣୀଙ୍କ ସହିତ କଥା ହେବା ବେଳେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଆପଣଙ୍କର ବିଚାର ପରସ୍ପର ଠାରୁ ଅଲଗା ହୋଇପାରେ।
ଯେବେ କଥା ଆସେ କ୍ୟାରୀଅରର, ତେବେ ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ଆପଣଙ୍କ ଉପରେ କାମର ବ୍ୟଜଗ ବଢ଼ାେ ଓ ଏହା ଆପଣଙ୍କ ପାଇଁ ସମସ୍ଯାର କାରଣ ହୋଇପାରେ। ଯେଉଁ ଲୋକ ବ୍ୟବସାୟ ସହିତ ଜଡ଼ିତ, ତାଙ୍କୁ ଏହି ଅବଧିରେ କ୍ଷତି ସହିବାକୁ ପଡ଼ିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ହୋଇ ଆଗକୁ ବଢ଼ିବାକୁ ପରାମର୍ଶ ଦିଅଯାଇଛି। ଆର୍ଥିକ ଜୀବନରେ ଆପଣଙ୍କୁ ଧନ ବହୁତ ଧ୍ୟାନରେ ସମ୍ଭାଳିବାକୁ ହେବ କାରଣ ଏହା ଚୋରୀ କିମ୍ବା ହଜିଯାଇ ପାରେ।
ପ୍ରେମ ଜୀବନରେ ଆପଣ ଓ ପାର୍ଟନର ମଧ୍ୟରେ ପରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ଖୁସି ହ୍ରାସ ପାଇପାରେ। ଆପଣଙ୍କର ସମ୍ପର୍କ ପ୍ରଭାବିତ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଗଳା ସହିତ ଜଡ଼ିତ ରୋଗ ହଇରାଣ କରିପାରେ ଓ ଏହାର କାରଣ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହୋଇପାରେ।
ଉପାୟ: ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଦ୍ଵିତୀୟ ଘରର ସ୍ବାମୀ ଓ ଏବେ ଆପଣଙ୍କର ସପ୍ତମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ଫଳସ୍ବରୂପ, ଏହି ସମୟ ଆପଣଙ୍କର ସମ୍ପର୍କ ପାଇଁ ଅନୁକୂଳ ରହିବ ଓ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣ ସାମ୍ନା ରେ ଥିବା ବ୍ୟକ୍ତିକୁ ଏକ ମିତ୍ର ଭାବରେ ଦେଖିବେ।
ଯଦି ଆମେ କ୍ୟାରିଅରକୁ ଦେଖିବା, ଏହି ଲୋକମାନେ ସେମାନଙ୍କ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ଏବଂ ସଚ୍ଚୋଟ ରହିବେ, ଯେଉଁଥିପାଇଁ ଆପଣ କର୍ମକ୍ଷେତ୍ରରେ କୃତିତ୍ୱ ହେବେ। ଯଦି ଆପଣ ବର୍ତ୍ତମାନ ବ୍ୟବସାୟ ଆରମ୍ଭ କରିଛନ୍ତି, ତେବେ ଆପଣ ଯଥେଷ୍ଟ ସଫଳତା ହାସଲ କରିବେ ଏବଂ ଆପଣଙ୍କର ବ୍ୟବସାୟ ସାଥୀଙ୍କ ସମର୍ଥନ ମଧ୍ୟ ପାଇବେ | ଆର୍ଥିକ ଜୀବନରେ କମ୍ ଖର୍ଚ୍ଚ ହେତୁ, ଆପଣ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରୋଜଗାର କରିବାରେ ସଫଳ ହେବେ।
ପ୍ରେମ ଜୀବନ ବିଷୟରେ କହିଲେ, ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କର ସମ୍ପର୍କରେ ସନ୍ତୁଷ୍ଟତା ଆଣିବ ଏବଂ ଏଭଳି ପରିସ୍ଥିତିରେ ସମ୍ପର୍କରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ହେବ ଏବଂ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବେ | ଏହା ବ୍ୟତୀତ, ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ଼ ରହିବ।
ଉପାୟ: ଶନିବାର ଦିନ ରାଷୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଲଗ୍ନ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ଲୋକଙ୍କୁ ସୂର୍ଯ୍ୟ ଗୋଚର ସମୟରେ ଧନ ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହାର ଫଳସ୍ବରୂପ, ଆପଣଙ୍କୁ ଲୋନ ନେବା ପାଇଁ ବାଧ୍ୟ କରିପାରେ। ଏହା ଆପଣଙ୍କ ପାଇଁ ଏକ ବୋଝ ହୋଇପାରେ।
କ୍ୟାରିୟର ବିଷୟରେ କଥାବାର୍ତ୍ତା କରିଲେ, ଏହି ଲୋକଙ୍କ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତତା ସକରାତ୍ମକ ଫଳାଫଳ ଆଣିପାରେ। ଯେଉଁମାନେ ବ୍ୟବସାୟ କରନ୍ତି ସେମାନଙ୍କୁ ଏହି ସମୟ ମଧ୍ୟରେ କ୍ଷତି ସହିତ ଲାଭ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଆର୍ଥିକ ଜୀବନରେ, ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର ଉତ୍ଥାନ-ପତନ ଆଣିପାରେ, ଯଦିଓ ଆପଣ ଟଙ୍କା ରୋଜଗାର କରନ୍ତି, ତାହାକୁ ସଞ୍ଚୟ କରିବା କଷ୍ଟକର ହୋଇପାରେ।
ଏହି ଅବଧି ମଧ୍ୟରେ, ଆପଣଙ୍କର ଜୀବନସାଥୀ ସହିତ ଆପଣଙ୍କର ଯୁକ୍ତିତର୍କ ହୋଇପାରେ, ଯେଉଁ କାରଣରୁ ସମ୍ପର୍କର ଉତ୍ତେଜନା ବଢ଼ିପାରେ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ, ସିଂହ ରାଶିର ଲୋକମାନେ ସୂର୍ଯ୍ୟ ଗୋଚର ସମୟରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଗୋଡ଼ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ଉପାୟ: ରବିବାର ଦିନ ସୂର୍ଯ୍ୟ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ ଏବେ ତାଙ୍କର ଗୋଚର ଆପଣଙ୍କର ପଞ୍ଚମ ଘରେ ହେବାକୁ ଯାଉଛି। ଏହାର ଫଳସ୍ବରୂପ, ଏହି ଲୋକ ନିଜର ସନ୍ତାନର ସ୍ବାସ୍ଥ୍ୟ ଓ ତାଙ୍କର ପ୍ରଗତିକୁ ନେଇ ଟିକେ ଚିନ୍ତିତ ରହିବେ। ଗୋଟିଏ ପଟେ, ଆପଣ ସୂର୍ଯ୍ୟ ଗୋଚର ସମୟରେ ଧର୍ଯ୍ୟ ହରାଇ ପାରନ୍ତି, ଅନ୍ୟ ପଟେ ଆପଣଙ୍କର ଆଗ୍ରହ ଅଧ୍ୟାତ୍ମକ ପ୍ରତି ବଢ଼ିବ। ଏପରି ସ୍ଥିତିରେ ଆପଣଙ୍କର ମନରେ ଧାର୍ମିକ ବିଚାର ଆସିବ।
କ୍ୟାରିୟର କ୍ଷେତ୍ରରେ, କନ୍ୟା ରାଶିର ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ଏବଂ ଏହି କାରଣରୁ ଆପଣଙ୍କର ସ୍ଥାନାନ୍ତର ହେବାର ସମ୍ଭାବନା ଅଛି। ଯେଉଁମାନଙ୍କର ବ୍ୟବସାୟ ଅଛି, ଆପଣଙ୍କୁ ବ୍ୟବସାୟକୁ ଅତି ଯତ୍ନର ସହିତ ଚଳାଇବାକୁ ପଡ଼ିବ। ଏହି ଲୋକମାନଙ୍କୁ ସେମାନଙ୍କର ଲାଭ ବଢ଼ାଇବା ପାଇଁ ବହୁତ ଭାବିଚିନ୍ତି ଯୋଜନା କରିବାକୁ ପଡ଼ିବ | ଆର୍ଥିକ ଜୀବନରେ, ଆପଣ ରୋଜଗାର କରିବାରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଏଥିସହ, ଆପଣ ଯାହା ରୋଜଗାର କରିବେ ତାହା ସଞ୍ଚୟ କରିବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ପ୍ରେମ ଜୀବନ ଦୃଷ୍ଟିରୁ, ଏହି ଲୋକମାନଙ୍କର ସାଥୀ ସହିତ ଯୁକ୍ତିତର୍କ କିମ୍ବା ବିବାଦ ହେବାର ସମ୍ଭାବନା ଅଛି, ଯେଉଁ କାରଣରୁ ଆପଣଙ୍କ ସମ୍ପର୍କରେ ସୁଖ କମିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି କାରଣରୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଉପାୟ: ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଏକାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏପରି ସ୍ଥିତିରେ ଆପଣଙ୍କର ସୁଖ ସୁବିଧା ସହିତ ଖୁସି ମଧ୍ୟ ବଢ଼ିବ। ଏହା ବ୍ୟତୀତ, ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ ଆପଣଙ୍କର ଘରେ ଅନେକ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଆପଣଙ୍କୁ ସନ୍ତୁଷ୍ଟ ଓ ସଫଳତା ଦେବାର କାମ କରିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ନିଜର ବିଜନେସରେ ନୂଆ ନୀତି ଆପଣାଇବା ଯୋଗୁଁ ଭଲ ଲାଭ ପ୍ରାପ୍ତ ହେବ। ଆର୍ଥିକ ଭାବରେ ସୂର୍ଯ୍ୟ ଗୋଚର ଆପଣଙ୍କ ପାଇଁ ଧନ ଲାଭ ଆଣିବ। ଆପଣଙ୍କର ପଇସା ରୋଜଗାର କରିବାର କ୍ଷମତା ଦୃଢ଼ ହେବା ଯୋଗୁଁ ଆପଣ ସଞ୍ଚୟ ମଧ୍ୟ କରି ପାରିବେ।
ପ୍ରେମ ଜୀବନରେ ପାର୍ଟନର ପ୍ରତି ଆପଣଙ୍କର ଭଲ ବ୍ୟବହାର ରହିବ ଓ ଆପଣ ଦୁହିଙ୍କ ସମ୍ପର୍କରେ ଖୁସି ବଢ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ ନିଜର ମାଙ୍କର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ଆପଣଙ୍କୁ ତାଙ୍କ ସ୍ବାସ୍ଥ୍ୟ ଉପରେ କିଛି ଖର୍ଚ୍ଚ କରିବା ପାଇଁ ପଡ଼ିବ।
ଉପାୟ: ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଦଶମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ ଭାଇ ଭଉଣୀଙ୍କ ସହିତ ଆପଣଙ୍କର ସମ୍ପର୍କରେ ସମସ୍ଯା ସୃଷ୍ଟି ହୋଇପାରେ। ଏହି ଅବଧିରେ ଆପଣଙ୍କୁ ଯାତ୍ରା ମାଧ୍ୟମରୁ ମଧ୍ୟ ଲାଭ ମିଳିପାରେ।
କ୍ୟାରୀଅରକୁ ଦେଖିଲେ, ବିଛା ରାଶିର ଲୋକ ଏହି ସମୟରେ ପ୍ରଗତି ହାସଲ କରିବା ସହିତ ଲାଭ ମଧ୍ୟ ପ୍ରାପ୍ତ କରିବେ ଯାହା ଆପଣଙ୍କର ପରିଶ୍ରମ ଓ ପ୍ରୟାସର ପରିଣାମ ହେବ। ବ୍ୟବସାୟ କରୁଥିବା ଲୋକ ସୂର୍ଯ୍ୟ ଗୋଚର ସମୟରେ ବିଜନେସକୁ ବିନା କୌଣସି ଚିନ୍ତାରେ ଚଳେଇ ପାରିବେ। ସାଙ୍ଗରେ, ଆପଣ ଲାଭ ପ୍ରାପ୍ତ କରିବେ। ଆର୍ଥିକ ଜୀବନରେ ଆପଣଙ୍କର ଆୟ ବହୁତ ବଢ଼ିବ ଓ ଏହାର ପରିଣାମସ୍ବରୂପ, ଆପଣ ସଞ୍ଚୟ ମଧ୍ୟ କରିପାରିବେ।
ପ୍ରେମ ଜୀବନରେ ଆପଣ ଜୀବନସାଥୀ ସାମ୍ନାରେ ନିଜର ବିଚାରକୁ ରଖିବାକୁ ସକ୍ଷମ ହେବେ। ଆପଣ ପରସ୍ପର ସହିତ ମନ ଖୋଲି କଥା ହେଉଥିବା ଦେଖାଯିବେ। ଯେବେ କଥା ଆସେ ଆପଣଙ୍କର ସ୍ବାସ୍ଥ୍ୟର, ତେବେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତି ଭଲ ପରିଣାମ ଦେବାର କାମ କରିବ।
ଉପାୟ: ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ନବମ ଘରର ସ୍ବାମୀ ଓ ଏବେ ସେ ଏହି ଗୋଚର କରି ଆପଣଙ୍କର ଦ୍ଵିତୀୟ ଘରକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ଘର ପରିବାରରେ ହେବାକୁ ଥିବା ଖର୍ଚ୍ଚ ବଢ଼ିବ। ମକର ରାଶିରେ ସୂର୍ଯ୍ୟଙ୍କର ଗୋଚର ସମୟରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ।
କ୍ୟାରୀଅର ସମ୍ବନ୍ଧରେ କହିଲେ, ଏହି ଲୋକ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଗତି ହାସଲ କରୁଥିବା ଦେଖାଯିବେ। ସାଙ୍ଗରେ, ନିଜର ବ୍ୟସ୍ତ ସିଡିଉଲକୁ ମଧ୍ୟ ଠିକ ଭାବରେ ମ୍ୟାନେଜ କରିବାକୁ ସକ୍ଷମ ହେବେ ନାହିଁ। ଯେଉଁ ଲୋକ ବ୍ୟବସାୟ ସହିତ ଜଡ଼ିତ, ସେ ନିଜ ଦ୍ବାରା କରାଯାଇଥିବା ପ୍ରୟାସ ବଳରେ ବହୁତ ଧନ ଲାଭ କରିପାରିବେ। ଆର୍ଥିକ ଭାବରେ ଭାବି ଚିନ୍ତି ଧନ ଯୋଜନା କରିବା ସହିତ ପଇସା ଖର୍ଚ୍ଚ କରିବା ଦ୍ବାରା ଆପଣଙ୍କର ଆୟରେ ବୃଦ୍ଧି ହେବ।
ପ୍ରେମ ଜୀବନକୁ ଦେଖିଲେ, ସୂର୍ଯ୍ୟ ଗୋଚର ସମୟରେ ପାର୍ଟନର ସହିତ ଆପଣଙ୍କର ସମ୍ପର୍କ ଖୁସିରେ ଭରି ରହିବ ଓ ଏହାର କାରଣ ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକ ଭଲ ସ୍ବାସ୍ଥ୍ୟର ଆନନ୍ଦ ନେବେଓ ଏହା ଆପଣଙ୍କର ଦୃଢ଼ roଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ: ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଲଗ୍ନ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏପରି ସ୍ଥିତିରେ ଆପଣଙ୍କୁ ପ୍ରିୟଜନଙ୍କ ସହିତ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ହଠାତ ଧନ ଲାଭ ହେବାର ଯୋଗ ଅଛି।
ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ କ୍ୟାରୀଅର କ୍ଷେତ୍ରରେ ଆପଣଙ୍କ ଉପରେ ଚାପ ବଢ଼ିପାରେ। ସାଙ୍ଗରେ, ଆପଣଙ୍କୁ ସମସ୍ଯା ଦେଇ ମଧ୍ୟ ଗତି କରିବାକୁ ପଡ଼ିପାରେ। ଏହାର ଫଳସ୍ବରୂପ, ଆପଣ ଭଲ ପ୍ରଦର୍ଶନ ନ କରି ପାରନ୍ତି। ଏହା ବ୍ୟତୀତ, କାମରେ ଆପଣଙ୍କୁ ବରିଷ୍ଠଙ୍କ ସହିତ କିଛି ସମସ୍ଯା ଅନୁଭବ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ। ଏହି ରାଶିର ବ୍ୟବସାୟୀଙ୍କୁ ବିଜନେସ ସହିତ ଜଡ଼ିତ ମାମଲା ଠିକ ଭାବରେ ନ ସମ୍ଭାଳି ପଡ଼ିବାରୁ କିମ୍ବା ବେପରୁଆ ହୋଇ କାମ କରିବାରୁ କମ ଲାଭ ମିଳିପାରେ। ଆର୍ଥିକ ଜୀବନ ରେ ଆପଣଙ୍କର ଦ୍ବାରା କରାଯାଇଥିବା ଯାତ୍ରା ଆପଣଙ୍କ ପାଇଁ କ୍ଷତି ଆଣିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।
ପ୍ରେମ ଜୀବନରେ ଆପଣଙ୍କୁ ସମ୍ପର୍କରେ ଉତ୍ପନ୍ନ ହେଉଥିବା ଭୁଲ ବୁଝାମଣା ଯୋଗୁଁ ସାଥୀ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ମକା ରାଶିର ଲୋକଙ୍କୁ ଆଖି ଓ ପାଦରେ ଦରଜ ହୋଇପାରେ।
ଉପାୟ: ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।
କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ସପ୍ତମ ଘରର ଅଧିପତି ଦେବ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ସୂର୍ଯ୍ୟଙ୍କର ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବା ଦ୍ବାରା ଆପଣଙ୍କୁ ବନ୍ଧୁଙ୍କ ସହିତ କିଛି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ, ଆପଣଙ୍କୁ ତାଙ୍କ ସହିତ କଥା ହେବା ସମୟରେ ସମସ୍ଯା ଅନୁଭବ ହୋଇପାରେ। ଏହି ସମୟରେ ଆପଣଙ୍କୁ ଲମ୍ବା ଯାତ୍ରା ନ କରିବା ପାଇଁ ପରାମର୍ଶ ଦିଆଯାଇଛି।
କ୍ୟାରୀଅର ବିଷୟରେ କହିଲେ, ଏହି ଲୋକଙ୍କ ଉପରେ କାମର ଚାପ ବଢ଼ିପାରେ, ଓ ଏହି କାରଣରୁ ଆପଣଙ୍କୁ ସହକର୍ମୀଙ୍କ ଏବଂ ବରିଷ୍ଠଙ୍କ ସହିତ ସମୟ କଟିବାକୁ ସୁଯୋଗ ମିଳିବ ନାହିଁ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ବିଜନେସ ଉପରେ ଆପଣଙ୍କର ନିୟନ୍ତ୍ରଣ ଦୁର୍ବଳ ହୋଇପାରେ ଓ ଆପଣଙ୍କୁ ବ୍ୟବସାୟ ଚଳାଇବା ପାଇଁ ଟିକେ ପରିଶ୍ରମ କରିବାକୁ ପଡ଼ିବ। ବିଜନେସ ପାର୍ଟନର ସହିତ ସମସ୍ଯା ହୋଇପାରେ। ଆର୍ଥିକ ଜୀବନରେ ଆପଣଙ୍କର ଖର୍ଚ୍ଚ ଏହି ପରି ବଢ଼ିବ ଯେ ଆପଣ ତାହାକୁ ସମ୍ଭାଳିବାକୁ ସକ୍ଷମ ହେବେ ନାହିଁ।
ପ୍ରେମ ଜୀବନ ପାଇଁ ସୂର୍ଯ୍ୟଙ୍କର ଏହି ଗ୍ରହ କଠିନ ରହିପାରେ କାରଣ ଆପଣଙ୍କର ସାଥୀ ସହିତ ଯୁକ୍ତି ହେବାର ଆଶଙ୍କା ଅଛି ଓ ଏହାର ପ୍ରଭାବ ସମ୍ପର୍କ ଉପରେ ପଡ଼ିପାରେ। ସ୍ବାସ୍ଥ୍ୟକୁ ଦେଖିଲେ, ଏହି ଲୋକଙ୍କର ପାଦରେ ଦରଜ ହୋଇପାରେ ଯାହାର କାରଣ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେବ।
ଉପାୟ: ପ୍ରତିଦିନ ଓଁ ମନ୍ଦାୟ ନମଃ 41 ଥର ଜପ କରନ୍ତୁ।
ମୀନ ରାଶିରେ ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ଫଳସ୍ବରୂପ, ଆପଣଙ୍କ ଦ୍ବାରା କାର୍ଯ୍ୟରେ କରାଯାଇଥିବା ପ୍ରୟାସରୁ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ ଯାହା ଆପଣଙ୍କର ଭଲ ଯୋଜନାର ପରିଣାମ ହେବ।
କ୍ୟାରୀଅର କ୍ଷେତ୍ରରେ ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ସମୟରେ ଆପଣଙ୍କୁ ଭଲ କାମ ପାଇଁ ଭଲ ସଫଳତା ପ୍ରାପ୍ତ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେ ଏହି ଅବଧିରେ ନିଜର ନେତୃତ୍ବ କ୍ଷମତା ବଳରେ ସକାରାତ୍ମକ ପରିଣାମ ପାଇବାର ଆଶା ରଖି ପାରିବେ। ଆର୍ଥିକ ଜୀବନରେ ଆପଣଙ୍କର ଆୟରେ ବୃଦ୍ଧି ହେବ ଓ ଆପଣ ଧନ ଅଧିକରୁ ଅଧିକ ସଞ୍ଚୟ କରିପାରିବେ। ଏହା ବ୍ୟତୀତ, ଆପଣଙ୍କୁ ଆୟ ବଢ଼ାଇବାର ସ୍ରୋତ ମଧ୍ୟ ପ୍ରାପ୍ତ ହେବ।
ପ୍ରେମ ଜୀବନରେ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କର ସମ୍ପର୍କକୁ ଦୃଢ଼ କରିବାର କାମ କରିବ ଓ ସମ୍ପର୍କକୁ ସୁଖରେ ଭରି ଦେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଅବଧିରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ଯାହା ଫଳରେ ଆପଣଙ୍କର ଫିଟନେସ ଭଲ ରହିବ।
ଉପାୟ: ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ସୂର୍ଯ୍ୟଙ୍କର ଗୋଚର କେବେ ହେବ?
ସୂର୍ଯ୍ୟ ଦେବ ନିଜର ଶତ୍ରୁ ରାଶି ମକରରେ 14 ଜାନୁଆରୀ 2025 ସକାଳ 08ଟ 41 ମିନିଟରେ ଗୋଚର କରିବେ ଯାହାର ସ୍ବାମୀ ଶନି ଅଟନ୍ତି।
2. ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ କାହାର କାରକ ଅଟନ୍ତି?
ସୂର୍ଯ୍ୟ ଗ୍ରହ ସ୍ବୟଂ, ଅହଂକାର, ଜୀବନର ଲକ୍ଷକୁ ଦର୍ଶାନ୍ତି।
3. ମକର ରାଶିର ସ୍ବାମୀ କିଏ?
ଜ୍ଯୋତିଷଶାସ୍ତ୍ରରେ ମକର ରାଶିର ସ୍ବାମୀ ଶନି ଦେବ ଅଟନ୍ତି ଯିଏ ଅନୁଶାସନ ଓ ଦାୟିତ୍ବକୁ ଦର୍ଶାନ୍ତି।