ଶୁକ୍ରଙ୍କର କର୍କଟ ରାଶିରେ ଉଦୟ (11 ଜୁଲାଇ, 2024)

Author: Monica Rajguru | Updated Fri, 5 July, 2024 12:30 PM

ଶୁକ୍ର ଗ୍ରହ ସ୍ଵଭାବରେ ସ୍ତ୍ରୀ ତତ୍ଵର ବୋଲି କୁହଯାଏ। କର୍କଟ ରାଶି ପାଇଁ ଶୁକ୍ର ଶତ୍ରୁ ରାଶି। କୌଣସି ଗ୍ରହର ଉଦୟ ହେବାର ଅର୍ଥ ତାହାର ଅସ୍ତ ଅବସ୍ଥାରୁ ବାହାରକୁ ଆସିବା। ଶୁକ୍ରଙ୍କର କର୍କଟ ରାଶିରେ ଉଦୟ ଲୋକଙ୍କର ଭୌତିକ ସୁବିଧା ବଢ଼ାଇବା, ଲମ୍ବ ଯାତ୍ରାରେ ରୁଚି ବିକଶିତ କରିବା, ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବା ଓ ପାରିବାରିକ ଖୁସି ବଢ଼ାଇବା ପାଇଁ ପ୍ରେରଣା ଦିଏ।


ସ୍ତ୍ରୀ ଗ୍ରହ ଶୁକ୍ର 11 ଜୁଲାଇ 2024 7: 59 ରେ କର୍କଟ ରାଶିରେ ଉଦୟ ହେବେ। ଏହି ଉଦୟ ଲୋକଙ୍କ ପାଇଁ ଖୁସି ଓ ଶୁଭ ଜିନିଷ ଆଣିବ ଓ ବିବାହ ପରି ଶୁଭ ପରିଣାମ ଲୋକଙ୍କୁ ମିଳିବ। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ଦର୍ଶାଉଛି ଯେ ଲୋକଙ୍କ ପ୍ରେମ ଜୀବନରେ ଭଲ ସମୟ ଆସିବ।

ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଏକ ଦୃଢ଼ ଗ୍ରହ ଯାହା ଜୀବନରେ ସନ୍ତୁଷ୍ଟି, ଉତ୍ତମ ସ୍ବାସ୍ଥ୍ୟ ଓ ଏକ ଦୃଢ଼ ମସ୍ତିଷ୍କ ପ୍ରଦାନ କରିଥାଆନ୍ତି। ଜାତକରେ ଶୁକ୍ର ଗ୍ରହ ଦୃଢ଼ ସ୍ଥିତିରେ ଥିଲେ ଖୁସି ଓ ଆନନ୍ଦ ପ୍ରାପ୍ତ କରିବା ପାଇଁ ଉଚ୍ଚ ସଫଳତା ସହିତ ଜୀବନରେ ସମସ୍ତ ପ୍ରକାରର ସକାରାତ୍ମକ ପରିଣାମ ପ୍ରାପ୍ତ ହୁଏ।

ବିଦ୍ବାନ ଜ୍ୟୋତିଶଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କର୍କଟ ରାଶିରେ ଶୁକ୍ରଙ୍କର ଗୋଚରର ଆପଣଙ୍କର ଜୀବନ ଉପରେ ପ୍ରଭାବ

Click Here To Read In English: Venus Rise In Cancer

ଏହାର ବିପରୀତ ଯଦି ଶୁକ୍ର ରାହୁ କେତୁ ଓ ମଙ୍ଗଳ ପରି ଗ୍ରହଙ୍କ ସହିତ ଖରାପ ସମ୍ବନ୍ଧ ରଖନ୍ତି ତେବେ ଲୋକଙ୍କୁ ବହୁତ ସଂଘର୍ଷ ଓ ବାଧାର ସାମ୍ନା କରିବାକୁ ପଡ଼ିବ। ଯଦି ଶୁକ୍ର ମଙ୍ଗଳଙ୍କ ସହିତ ରୁହନ୍ତି ତେବେ ଲୋକ ଅଗ୍ରେସିଭ୍ ହୁଅନ୍ତି ଓ ଯଦି ଏହି ଗ୍ରହ ଚଳନ ସମୟରେ ଶୁକ୍ର ରାହୁ କେତୁ ପରି ଅଶୁଭ ଗ୍ରହ ସହିତ ରୁହନ୍ତି ତେବର ଲୋକଙ୍କୁ ଚର୍ମ ରୋଗ, ନିଦ ସମସ୍ଯା, ଅତ୍ୟାଧିକ ଦରଜର ସମସ୍ଯା ପରି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ।

କର୍କଟ ରାଶିରେ ଶୁକ୍ରଙ୍କର ଉଦୟ: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଓ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଉଦୟ ହେବା ଆପଣଙ୍କର ଜୀବନରେ ଖୁସି ଆଣିଦେବ। ଆପଣା ନିଜର ପରିବାର ସହିତ ଖୁସିର ସମୟ ଅତିବାହିତ କରିପାରିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ଚାକିରି ପାଇଁ ଲମ୍ବା ଯାତ୍ରା କରିବେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ଅନୁକୂଳ ହେବ। ବ୍ଯବସାୟିକ କ୍ଷେତ୍ରରେ ଯଦି ଆପଣ ବୁଦ୍ଧି ବ୍ୟବହାର କରିବେ ତେବେ ଭଲ ଲାଭ ପାଇବେ। ଆର୍ଥିକ ଦୃଷ୍ଟିରୁ ଆପଣ ନିଜର ପରିବାର ପାଇଁ ଭଲ ଜିନିଷ ଉପରେ ଖର୍ଚ୍ଚ କରୁଥିବାର ନଜର ଆସିବେ। ଏହି ଅବଧିରେ ଆପଣ ନିଜର ସଞ୍ଚୟ ବଢ଼ାଇବାରେ ସଫଳ ହେବେ।

ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ସାଥି ସହିତ ଭଲ ସମ୍ପର୍କ ରଖିବାରେ ସଫଳ ହେବେ ଓ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆଖିରେ କିଛି ଅସୁବିଧା ହୋଇପାରେ।

ପ୍ରତିକାର : ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଷଷ୍ଠ ଘରର ସ୍ବାମୀ ଓ ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ହେବା ଯୋଗୁଁ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଆପଣ ନିଜର ପ୍ରୟାସରେ ସଫଳତା ପାଇବେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କର ପ୍ରୟାସକୁ ଉଚ୍ଚ ସଫଳତା ପ୍ରାପ୍ତ ହେବ ଓ ଆପଣଙ୍କର ବରିଷ୍ଠ ଆପଣଙ୍କର ପ୍ରଶଂସା କରିବେ। ସାଙ୍ଗରେ ଏହି ସମୟରେ ଆପଣଙ୍କୁ ଉଚିତ ପରିଚୟ ମଧ୍ୟ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନିଜର ବ୍ୟବସାୟ ସମ୍ବନ୍ଧରେ ଅଧିକ ଯାତ୍ରା କରିବାକୁ ପଡ଼ିବ ଯାହା ଦ୍ବାରା ଆପଣଙ୍କୁ ଉଚିତ ପରିଚୟ ମିଳିପାରିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ହଠାତ ଧନ ଲାଭ ହେବ ଓ ସେଥିରେ ସଫଳତା ମିଳିବ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସାଥୀ ସହିତ ନୂଆ ମୂଲ୍ୟର ବିକାଶ କରୁଥିବା ଦେଖାଯିବେ ଓ ଏହା ଆପଣଙ୍କୁ ଖୁସି ଦେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ ଓ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ପ୍ରତିକାର : ପ୍ରତିଦିନ 33 ଥର ଓଁ ଶ୍ରୀ ଲକ୍ଷ୍ମୀଭ୍ୟୋ ନମଃ ମନ୍ତ୍ର ଜପ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵିତୀୟ ଘରରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ଭଲ ଧନ ପ୍ରାପ୍ତ କରିବାକୁ ଲକ୍ଷ ଦେବ। ଆପଣ ନିଜର ପରିବାର ଉପରେ ଧ୍ୟାନ ଦେବେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ପ୍ରତିଷ୍ଠା ସହିତ ବରିଷ୍ଠଙ୍କ ଠାରୁ ମାନ୍ୟତା ମିଳିବା ସହିତ ସଫଳତା ମଧ୍ୟ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଆପଣ ପ୍ରତିସ୍ପର୍ଦ୍ଧୀଙ୍କ ଉପରେ ବିଜଯ କରିବେ ଓ ନିଜର ବ୍ୟବସାୟରେ ସକାରାତ୍ମକ ଶକ୍ତି ଆଣିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ସଞ୍ଚୟ କରିବାର କ୍ଷମତା ବଢ଼ିବ ଓ ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।

ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଖୁଶିର ସମୟ ବିତେଇବାକୁ ସୁଯୋଗ ମିଳିବ ଓ ଆପଣଙ୍କ ଭିତରେ ପାରସ୍ପରିକ ବୁଝାମଣା ମଧ୍ୟ ବଢ଼ିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଉଚ୍ଚ ସ୍ତରର ଶକ୍ତି ଆପଣଙ୍କର ସ୍ବାସ୍ଥ୍ୟକୁ ଉତ୍ତମ ରଖିବ।

ପ୍ରତିକାର : ପ୍ରତିଦିନ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ସପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ଏକାଦଶ ଘରର ପ୍ରଭୁ ଓ ଆପଣଙ୍କର ପ୍ରଥମ ଘରେ ଉଦୟ ହେବାକୁ ଯାଉଛନ୍ତି। ଶୁକ୍ରଙ୍କର କର୍କଟ ରାଶିରେ ଉଦୟ ହେବା ଆପଣଙ୍କ ଜୀବନରେ ଆରାମ ଓ ଖୁସି ଆଣିଦେବ। ଏହି ଅବଧିରେ ଆପଣଙ୍କର ସମସ୍ତ ଇଚ୍ଛା ପୁରାଣ ହେବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଅନେକ ନୂଆ ଚାକିରି ସୁଯୋଗ ପ୍ରାପ୍ତ ହେବ। ସାଙ୍ଗରେ ଆପଣଙ୍କର ଜୀବନରେ ଆତ୍ମ ସନ୍ତୁଷ୍ଟି ଦେଖିବାକୁ ମିଳିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କର ଲକ୍ଷ ଭଲ ଲାଭ ରୂପରେ ଆପଣଙ୍କ ଜୀବନରେ ଆସିବ। ବିଜନେସ ପାର୍ଟନର ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ଆର୍ଥିକ ସ୍ଥିତି ଅନୁସାରେ ଆପଣ ଖୁସି ଦେଖାଯିବେ କରଣ ଏହି ଅବଧିରେ ଜୀବନରେ ପ୍ରଚୁର ମାତ୍ରାରେ ଧନ ରହିବ। ଆପଣ ମଜା ମସ୍ତିରେ ପଇସା ଖର୍ଚ୍ଚ କରିପାରନ୍ତି।

ସମ୍ପର୍କ ଦୃଷ୍ଟିରୁ ଆପଣ ଖୁସି ଅନୁଭବ କରିବେ କରଣ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଶାନ୍ତି ଓ ଉଚିତ ତାଳମେଳ ଅନୁଭବ ହେବ। ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଚର୍ମ ସମ୍ବନ୍ଧିତ ଏଲାର୍ଜି ହୋଇପାରେ। ଏହା ବ୍ୟତୀତ କୌଣସି ବଡ଼ ସମସ୍ଯା ହେବ ନାହିଁ।

ପ୍ରତିକାର : ଶନିବାର ଦିନ ଶନି ଗ୍ରହନକଂ ପାଇଁ ଯଜ୍ଞ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

Click Here To Read In Hindi: कर्क राशि में शुक्र का उदय (11 जुलाई)

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଦଶମ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ହେବା ଆପଣଙ୍କର ପ୍ରୟାସରେ ବାଧା ଓ ଅଧିକ ଖର୍ଚ୍ଚ ଆଣିପାରେ। ଆପଣଙ୍କ ଜୀବନରେ ସନ୍ତୁଷ୍ଟି ଟିକେ କମ ରହିବ।

କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ଚାକିରିରେ କିଛି ଭଲ ସୁଯୋଗ ହରାଇ ପାରନ୍ତି ଯାହା ଫଳରେ ଆପଣଙ୍କର ଆତ୍ମବିଶ୍ଵାସ କମ ହେବ। ବ୍ୟବସାୟ ମାମଲାରେ ଆପଣଙ୍କୁ ଆଉଟସୋର୍ସିଂ ବ୍ୟବସାୟ ଓ ଯାତ୍ରାରେ ଲାଭ ମିଳିବ। ଏହା ବ୍ୟତୀତ ସାମାନ୍ଯ ବ୍ୟବସାୟ ପାଇଁ ସମୟ ଅଧିକ ଅନୁକୂଳ ଦେଖାଯାଉ ନାହିଁ। ପଇସା ମାମଲାରେ ଆପଣଙ୍କୁ ଅଧିକ ଖର୍ଚ୍ଚ ଓ ଧନ ହାନୀ ସହିବାକୁ ପଡ଼ିପାରେ।

ସମ୍ପର୍କ ଦୃଷ୍ଟିରୁ ଆପଣଙ୍କର ଜୀବନସାଥୀ ସହିତ ବାଦ-ବିବାଦ ପରିସ୍ଥିତି ଆସିପାରେ। ଏହା ଦ୍ବାରା ଆପଣଙ୍କର ଖୁସି ବହୁତ କମ ହେବାର ଆଶଙ୍କା ଅଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିରେ ଚିନ୍ତା ହୋଇପାରେ ଯାହା ଫଳରେ ଆପଣ ଅନୁକୂଳ ଅନୁଭବ କରିବେ ନାହିଁ।

ପ୍ରତିକାର : ଶନିବାର ଦିନ ରାହୁଙ୍କ ପାଇଁ ଯଜ୍ଞ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଓ ଆପଣଙ୍କର ଏକାଦଶ ଘରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଭଲ ଧନ ଓ ଭାଗ୍ଯ ଆଣିବ। ଆପଣ ବହୁତ ପରିମାଣରେ ନିଜର ଇଚ୍ଛା ପୁରାଣ କରିବାରେ ସକ୍ଷମ ହେବେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନୂଆ ଚାକିରି ସୁଯୋଗ ମିଳିବ ଓ ଜୀବନରେ ଅଧିକ ଖୁସି ଆସିବ। ଏହି ସମୟରେ ଆପଣ ବିଚାରର ଆଦାନ-ପ୍ରଦାନ କରିବେ। ବ୍ଯବସାୟିକ ମାମଲାରେ ଆପଣଙ୍କ ପାଇଁ ନୂଆ ବ୍ୟବସାୟର ସମ୍ଭାବନା ଅଛି ଯାହା ଆପଣଙ୍କର ଲକ୍ଷ ପୁରୁଣ କରିବାରେ ସାହାଜ୍ୟ କରିବ। ଆର୍ଥିକ ମାମଲାରେ ଆପଣ ଏକ ଶୁଖି ବ୍ୟକ୍ତି ଭାବରେ ନଜର ଆସିବେ କାରଣ ଆପଣଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଓ ସଞ୍ଚୟ କରିବା ପାଇଁ ଭଲ ଧନରାଶି ରହିବ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସାଥୀ ସହିତ ଭଲ ମୂଲ୍ୟ ରଖିବେ ଓ ସ୍ଥିରତା ରଖିବାରେ ସଫଳ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଫିଟ ରହିବେ ଓ ଭିତରୁ ସକାରାତ୍ମକ ଭାବନା ଆସିବ।

ପ୍ରତିକାର : ମଙ୍ଗଳବାର ଦିନ ଭଗବାନ ଗଣେଶଙ୍କ ପାଇଁ ଯଜ୍ଞ କରନ୍ତୁ ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ଦଶମ ଘରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଉଦୟ ହେବା ଆପଣଙ୍କୁ କାମ ପ୍ରତି ଅଧିକ ସଚେତନ କରିବ ଯାହା ଦ୍ବାରା ଆପଣ ଅଧିକ ସଫଳତା ପ୍ରାପ୍ତ କରିବେ।

ଚାକିରି ମାମଲାରେ ଆପଣଙ୍କୁ ନିଜର କାମ ପାଇଁ ଅନ ସାଇଟ ଯାତ୍ରା କରିବାକୁ ପଡ଼ିବ ଓ ଏହା ଆପଣଙ୍କ ପାଇଁ କଷ୍ଟକର ହେବ। ବ୍ଯବସାୟିକ ମାମଲାରେ ଆପଣଙ୍କୁ ଭଲ ଲାଭ ମିଳିବ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ଆର୍ଥିକ ମାମଲାରେ ଆପଣଙ୍କୁ ଚାକିରିରେ ପ୍ରୋତ୍ସାହନ ରୂପରେ ଭଲ ଧନ ପ୍ରାପ୍ତ ହେବ। ଅଧିକ ରୋଜଗାର କରି ଆପଣ ଧନ ସଞ୍ଚୟ କରିବାକୁ ସକ୍ଷମ ହେବେ।

ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ଭଲ ପରିଣାମ ମିଳିବ ନାହିଁ କାରଣ ଆପଣଙ୍କ ଜୀବନରୁ ଖୁସି ହଜିଯାଉଥିବାର ନଜର ଆସିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଫ୍ଲୁ ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହା ବ୍ୟତୀତ ଆପଣ ଠିକ ରହିବେ।

ପ୍ରତିକାର : ମଙ୍ଗଳବାର ଦିନ କେତୁଙ୍କ ପାଇଁ ଯଜ୍ଞ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ଶୁକ୍ର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଆପଣଙ୍କର ନବମ ଘରେ ଉଦୟ ହେବେ। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ହେବା ଆପଣଙ୍କୁ ଯାତ୍ରା ସମୟରେ ଭାଗ୍ଯର ଅଭାବ ହେବ ଓ କିଛି ସମସ୍ଯା ହେବ।

କ୍ୟାରୀଅର ମାମଲାରେ ଆପଣଙ୍କୁ ସହକର୍ମୀଙ୍କ ଠାରୁ ସମସ୍ଯା ଓ ସନ୍ତୁଷ୍ଟିର ହ୍ରାସ ସହିବାକୁ ପଡ଼ିବ। ବ୍ଯବସାୟିକ ମାମଲାରେ ଆପଣ ଆଉଟସୋର୍ସିଂ ବ୍ୟବସାୟରେ ଭଲ ପ୍ରଦର୍ଶନ କରିବେ କିନ୍ତୁ ସାମାନ୍ଯ ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିବ ନାହିଁ। ଆର୍ଥିକ ମାମଲାରେ ଆପଣଙ୍କୁ ପିତାଙ୍କ ପାଇଁ ଧନ ଖର୍ଚ୍ଚ କରିବାକୁ ପଡ଼ିବ ଓ ଏହା ଆପଣଙ୍କୁ ଚିନ୍ତିତ କରିପାରେ।

ସମ୍ପର୍କ ଦୃଷ୍ଟିରୁ ଭୁଲ ବୁଝାମଣା ଯୋଗୁଁ ଜୀବନସାଥୀ ସହିତ କିଛି ଅହଂକାର ସମ୍ବନ୍ଧିତ ସମସ୍ଯା ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ପିତାଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଆପଣଙ୍କର ଜୀବନରେ ଚିନ୍ତା ବଢ଼ାଇବ।

ପ୍ରତିକାର : ଶନିବାର ଦିନ ଶନିଙ୍କ ପାଇଁ ଯଜ୍ଞ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ଶୁକ୍ର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଓ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କୁ ହଠାତ ଲାଭ ଓ ଋଣ ରୂପରେ ଧନ ଲାଭ କରାଇବ।

କ୍ୟାରୀଅର ମାମଲାରେ ଆପଣଙ୍କୁ କାର୍ଯ୍ୟସ୍ଥଳରେ ଅଧିକ ଚାପ ଓ ସହକର୍ମୀଙ୍କ ସହିତ କିଛି ସମସ୍ଯା ହୋଇପାରେ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଶେୟାର ଇତ୍ୟାଦି ମଧ୍ୟମରୁ ଧନ ଲାଭ ହେବ। ସାମାନ୍ଯ ବ୍ୟବସାୟରେ ଅଧିକ ଲାଭ ମିଳିବ ନାହିଁ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଅଧିକ ଧନର ଆବଶ୍ୟକତା ପଡ଼ିପାରେ ଯେଉଁଥିପାଇଁ ଆପଣ ଋଣ ନେବେ।

ସମ୍ପର୍କ ଦୃଷ୍ଟିରୁ ନିଜର ଜୀବନସାଥୀ ସହିତ ଖୁସି ଅନୁଭବ କରିବେ ନାହିଁ ଯାହା ଆପଣଙ୍କୁ ଚିନ୍ତା ଦେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ କାରଣ ଏହି ଅବଧିରେ ଜର ହେବାର ଆଶଙ୍କା ଅଛି।

ପ୍ରତିକାର : ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ପୂଜା କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦଶମ ଘରର ସ୍ବାମୀ ଓ ଆପଣଙ୍କର ସପ୍ତମ ଘରେ ଉଦୟ ହେବେ। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ହେବା ଆପଣଙ୍କୁ ନୂଆ ବନ୍ଧୁ ଦେବ, ପ୍ରେମରେ ଲାଭ ହେବ ଓ ଯାତ୍ରାରେ ଲାଭ ମିଳିବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଅନେକ ନୂଆ ଚାକିରି ମିଳିବ ଯାହା ଆପଣଙ୍କୁ ଖୁସି ଦେବ ଓ ଜୀବନରେ ଅନୁକୂଳତା ଆସିବ। ବ୍ୟବସାୟ ଦୃଷ୍ଟିରୁ ଆପଣ ନୂଆ ବ୍ଯବସାୟିକ କୌଶଳ ଦ୍ବାରା ବହୁତ ଭଲ ବ୍ୟବସାୟ ରୂପରେ ନିଜର ପରିଚୟ ସୃଷ୍ଟି କରିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଲମ୍ବା ଯାତ୍ରା ଦ୍ବାରା ଧନ ପ୍ରାପ୍ତ ହେବ। ଆପଣ ପଇସାକୁ ନିଜ ପକ୍ଷରେ କରିବାକୁ ସମର୍ଥ ହେବେ।

ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରଖିବେ ଯାହା ଜୀବନରେ ଖୁସି ଆଣିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଏହି ଅବଧିରେ ଉତ୍ତମ ରହିବ ଓ କିଛି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ପ୍ରତିକାର : ଶନିବାର ଦିନ ଗରିବଙ୍କୁ ଦହି ଭାତ ଦାନ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ନବମ ଘରର ସ୍ବାମୀ ଓ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବେ। ଶୁକ୍ରଙ୍କର କର୍କଟ ରାଶିରେ ଉଦୟ ହେବା ଆପଣଙ୍କୁ ନିଜର ପରିବାରରେ ସମସ୍ଯା ଓ ଭାଗ୍ୟର ଅଭାବର ସଙ୍କେତ ଦେଉଛି।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କ ଜୀବନରେ କାମର ଚାପ ଅଧିକ ବଢ଼ିବ ଯାହା ଆପଣଙ୍କୁ ଚିନ୍ତିତ କରିବ। ବ୍ଯବସାୟିକ ମାମଲାରେ ଆପଣଙ୍କୁ ଲାଭ ଜାଗାରେ ଅଧିକ କ୍ଷତି ସହିବାକୁ ପଡ଼ିପାରେ ଓ ଏହାତ ଆପଣଙ୍କ ଜୀବନରେ ହଠାତ ଆସିବ। ପଇସା ମାମଲାରେ ଋଣ ନେବା ଆପଣଙ୍କ ପାଇଁ ଜରୁରୀ ହେବ କାରଣ ଏହି ସମୟରେ ଆପଣଙ୍କର ସବୁ ପଇସା ଖର୍ଚ୍ଚ ହୋଇଯିବ।

ସମ୍ପର୍କ ଦୃଷ୍ଟିରୁ ଉଚିତ ତାଳମେଳ ନ ରହିବା ଯୋଗୁଁ ଆପଣଙ୍କୁ ଜୀବନସାଥୀ ସହିତ ଖୁସିର ଅଭାବ ଅନୁଭବ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିବ।

ପ୍ରତିକାର : ଓଁ ନମଃ ଶିବାୟ ମନ୍ତ୍ର ପ୍ରତିଦିନ 41 ଥର ଜପ କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବେ। କର୍କଟ ରାଶିରେ ଶୁକ୍ରଙ୍କର ଉଦୟ ହେବା ଆପଣଙ୍କର ବିକାଶରେ ଟିକେ ଡେରି କରିପାରେ ଯାହା ଚିନ୍ତା ବଢ଼ାଇବ।

କ୍ୟାରୀଅର ଦୃଷ୍ଟିରୁ ଆପଣ ଭଲ ସମ୍ଭାବନା ପାଇଁ ଚାକିରି ବଦଳାଇବା ବିଷୟରେ ଚିନ୍ତା କରିପାରନ୍ତି ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ବ୍ଯବସାୟିକ ମାମଲାରେ ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ସହିତ କଡ଼ା ପ୍ରତିସ୍ପର୍ଦ୍ଧାର ସାମ୍ନା କରିବେ ଯାହା ଦ୍ବାରା କ୍ଷତି ହୋଇପାରେ। ଆର୍ଥିକ ମାମଲାରେ ରୋଗ ପ୍ରତିରୋଧକ କ୍ଷମତାର ଅଭାବ ଆପଣଙ୍କର ଫିଟନେସ ଉପରେ ନକରାତ୍ମକ ପ୍ରଭାବ ପକାଇବ। ଏହା ସହିତ ସନ୍ତାନ ଉପରେ ମଧ୍ୟ ମୋଟା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ।

ସମ୍ପର୍କ ଦୃଷ୍ଟିରୁ ଜୀବନସଥୀ ସହିତ ପ୍ରେମର ଅଭାବ ଅନୁଭବ କରିବେ ଓ ଏହା ଦୁହିଙ୍କ ଭୁଲ ଯୋଗୁଁ ହେବାର ସମ୍ଭାବନା ଅଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ଭିତରେ ପ୍ରତିରକ୍ଷା ସ୍ତରର ହ୍ରାସ ଘଟିବ ଯାହା ଫଳରେ ଆପଣ ରୋଗରେ ପଡ଼ିପାରନ୍ତି।

ପ୍ରତିକାର : ଓଁ ବୃଂ ବୃହସ୍ପତୟେ ନମଃ ପ୍ରତିଦିନ 41 ଥର ଜପ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

Talk to Astrologer Chat with Astrologer