ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର

Author: Monica Rajguru | Updated Wed, 29 May, 2024 11:52 AM

ଏହି ବିଶେଷ ଲେଖାରେ ଆମେ ଆଜି ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ବିଷୟରେ ବିସ୍ତୃତରେ ଜାଣିବା। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଏକ ସ୍ତ୍ରୀ ଗ୍ରହ ଭାବରେ ପରିଗଣିତ ହୁଅନ୍ତି ଏବଂ ଏହା ସୌନ୍ଦର୍ଯ୍ୟକୁ ସୂଚାଇଥାଆନ୍ତି। ବର୍ତ୍ତମାନ ଏହା ମିଥୁନ ରାଶିରେ 12 ଜୁନ୍ 2024 ରେ 18:15 ରେ ଗୋଚର କରିବେ। ଆମର ଏହି ବିଶେଷ ଆର୍ଟିକିଲ୍ ଶୁକ୍ରଙ୍କ ଗୋଚର ସହିତ ଜଡ଼ିତ ସୂଚନା ଦେବ। ଯେହେତୁ ଶୁକ୍ର ପ୍ରେମ ଏବଂ ବିବାହକୁ ପ୍ରତିନିଧିତ୍ୱ କରନ୍ତି ଏହି ସ୍ତ୍ରୀ ଗ୍ରହ ପ୍ରତି ଅଧିକ ଧ୍ୟାନ ଦିଆଯାଏ।


ଏହି ବିଶେଷ ଆର୍ଟିକିଲ୍ ମାଧ୍ୟମରେ, ଆମେ ଜାଣିବା ମିଥୁନ ରାଶିରେ ଶୁକ୍ରଙ୍କ ଗୋଚର 12 ଟି ରାଶି ଉପରେ ଏହାର ସକରାତ୍ମକ ଏବଂ ନକାରାତ୍ମକ ଫଳାଫଳ କିପରି ପକାଇବ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କ ବିଷୟରେ କହିବାକୁ, ରାଶିରେ ଶକ୍ତିଶାଳୀ ଶୁକ୍ର ଜୀବନରେ ସମସ୍ତ ଆବଶ୍ୟକୀୟ ସନ୍ତୁଷ୍ଟତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୃଢ଼ ମନ ପ୍ରଦାନ କରିଥାଆନ୍ତି। ଯଦି ଶୁକ୍ର ରାଶିରେ ଶକ୍ତିଶାଳୀ ତେବେ ଏହିପରି ବ୍ୟକ୍ତି ସୁଖ ଏବଂ ଆନନ୍ଦ ପାଇବା ସହିତ ଜୀବନରେ ସମସ୍ତ ସକରାତ୍ମକ ଫଳାଫଳ ପାଇଥା’ନ୍ତି। ଯେଉଁମାନଙ୍କର ରାଶିରେ ଶକ୍ତିଶାଳୀ ଶୁକ୍ର ଅଛନ୍ତି, ସେମାନେ ଆରାମଦାୟକ ଜୀବନ ପାଆନ୍ତି ଏବଂ ଖୁସିରେ ବଞ୍ଚନ୍ତି। ଏହିପରି ଲୋକମାନେ ଟଙ୍କା ରୋଜଗାର କରିବାରେ ଏବଂ ସେମାନଙ୍କ ଆରାମ ବୃଦ୍ଧି କରିବାରେ ସଫଳ ହୁଅନ୍ତି।

ଅନ୍ୟପକ୍ଷରେ, ଯଦି ଶୁକ୍ର ରାହୁ, କେତୁ ଏବଂ ମଙ୍ଗଳ ଭଳି ଗ୍ରହମାନଙ୍କ ସହିତ ଖରାପ ଅବସ୍ଥାରେ ରୁହନ୍ତି, ତେବେ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ଏବଂ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଶୁକ୍ର ମଙ୍ଗଳ ଗ୍ରହ ସହିତ ମିଳିତ ଅବସ୍ଥାରେ ରୁହନ୍ତି, ତେବେ ବ୍ୟକ୍ତି ଇମ୍ପୁଲସିଭ୍ ହୋଇଥାଆନ୍ତି। ଯଦି ଏହି ଗ୍ରହର ଗୋଚର ସମୟରେ ଶୁକ୍ର ରାହୁ ଏବଂ କେତୁ ଭଳି ଗ୍ରହମାନଙ୍କ ସହିତ ମିଶି ରୁହନ୍ତି, ତେବେ ବ୍ୟକ୍ତିଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଭଲ ନିଦ୍ରା ଅଭାବ ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Read In English: Venus Transit In Gemini

ମିଥୁନ ରାଶିରେ ଶୁକ୍ର ଗୋଚର - ସମସ୍ତ 12ଟି ରାଶି ଉପରେ କ’ଣ ପ୍ରଭାବ ପଡ଼ିବ

ଆସନ୍ତୁ ବର୍ତ୍ତମାନ ସମସ୍ତ 12 ଟି ରାଶି ଉପରେ ମିଥୁନ ରାଶି ରେ ଶୁକ୍ରଙ୍କ ଗୋଚର ସମ୍ବନ୍ଧୀୟ ରାଶିଫଳ ବିଷୟରେ ଜାଣିବା। ଏହା ବ୍ୟତୀତ ଏଠାରେ ଆମେ ଶୁକ୍ରଙ୍କ ନକାରାତ୍ମକ ପ୍ରଭାବକୁ ଏଡ଼ାଇବା ପାଇଁ ଉପାୟ ମଧ୍ୟ କହିବାକୁ ଯାଉଛୁ।

ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ।

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କର ତୃତୀୟ ଘରେ ଗୋଚର କରିବେ।

ଏହି ଗୋଚର ସମୟରେ ଆପଣଙ୍କର ଧନ ହାନି ହୋଇପାରେ। ଆପଣ ନିଜର ବନ୍ଧୁଙ୍କର ସମର୍ଥନ ହରାଇ ପାରନ୍ତି। କ୍ୟାରୀଅର ଦୃଷ୍ଟିରୁ ଏହି ସମୟରେ ଆପଣ ଭଲ ସୁଯୋଗ ପାଇବେ ଚାକିରି ବଦଳାଇବା ପାଇଁ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ବ୍ୟବସାୟରେ ଆପଣ ସଫଳତା ପାଇଁ କିଛି ପରିବର୍ତ୍ତନ କରିବେ। ଆର୍ଥିକ ଦୃଷ୍ଟିରୁ ଯାତ୍ରା ସମୟରେ ଧନହାନୀ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସାଥୀ ସହିତ ଅହଂକାର ସମ୍ବନ୍ଧିତ ସମସ୍ଯା ସାମ୍ନା କରୟବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଗୋଚର ସମୟରେ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ।

ଉପାୟ : ପ୍ରତିଦିନ 'ଓଁ ଶୁକ୍ରାୟ ନମଃ' ମନ୍ତ୍ର ଜପ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ଶୁକ୍ରଙ୍କର ଏହି ଗୋଚର ସମୟରେ ଆପଣ ଅଧିକ ଖର୍ଚ୍ଚ ସହିବେ। ପାରିବାରିକ ମୂଲ୍ୟରେ ପତନ ଦେଖିବାକୁ ମିଳିବ। କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର କ୍ୟାରୀଅରରେ ସଫଳତା ପାଇବେ।

ବ୍ଯବସାୟିକ ଦୃଷ୍ଟିରୁ ଆପଣ ଅଧିକ ବ୍ୟବସାୟ ଆରମ୍ଭ କରିବେ ଓ ଏଥିରୁ ଆପଣଙ୍କୁ ଲାଭ ମିଳିବ।

ଆପଣ ଭଲ ପଇସା ରୋଜଗାର କରିବେ ଓ ସଞ୍ଚୟ କରିପାରିବେ।

ଆପଣ ନିଜର ଜୀବନସାଥୀ ସହିତ ଭଲ ବ୍ୟବହାର କରିବାରେ ସକ୍ଷମ ରହିବେ ଆପଣଙ୍କ ମଧ୍ୟରେ ପ୍ରେମ ବଢ଼ିବ। ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଆପଣଙ୍କୁ ସୁସ୍ଥ ରଖିବ।

ଉପାୟ : ପ୍ରତିଦିନ 33 ଥର 'ଓଁ ଭାର୍ଗବାୟ ନମଃ' ମନ୍ତ୍ର ଜପ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କର ପ୍ରଥମ ଘରେ ଗୋଚର କରିବେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ସମୟରେ ଆପଣ ନିଜର ପ୍ରୟାସ ଓ ସୁଖରେ ବୃଦ୍ଧି ଦେଖିବେ। ଆପଣ ଏହି ସମୟରେ ଅଧିକ ଯାତ୍ରା କରିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ କାମ ସମ୍ବନ୍ଧରେ ଅଧିକ ପ୍ରସିଦ୍ଧ ହେବେ ଓ ଏହାର ଲାଭ ଉଠାଇବେ। ବ୍ୟବସାୟ କ୍ଷେତ୍ରରେ ଆପଣ ଉଚ୍ଚ ଲାଭ ପ୍ରାପ୍ତ କରିବେ ଓ ଏକ ଭଲ ବ୍ୟବସାୟୀ ରୂପରେ ପରିଚିତ ହେବେ। ଏହି ଗୋଚର ସମୟରେ ଆପଣ ଆର୍ଥିକ ଦୃଷ୍ଟିରୁ ଭଲ ଲାଭ ପାଇବେ।

ଜୀବନସାଥୀ ସହିତ ଆପଣ ନିଜର ସମ୍ପର୍କରେ ସାମଞ୍ଜସ୍ୟ ରଖିବାରେ ସକ୍ଷମ ହେବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣ ସୁସ୍ଥ ରହିବେ।

ଉପାୟ : ପ୍ରତିଦିନ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ସପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ଶୁକ୍ରଙ୍କର ମିଥୁନ ରାଶି ରାଶିରେ ଗୋଚର ଆପଣଙ୍କର ପାରିବାରିକ ସମସ୍ଯା ଓ କ୍ଷତି ଆଣିପାରେ। ଏଥିପାଇଁ ଆପଣଙ୍କର ଚିନ୍ତା ବଢ଼ିପାରେ। କ୍ୟାରୀଅର ଦୃଷ୍ଟିରୁ ଆପଣ ବରିଷ୍ଠମାନଙ୍କ ମଧ୍ୟରେ ପ୍ରତିଷ୍ଠା ହରାଇବେ ଯାହାଫଳରେ ଆପଣଙ୍କର ଆହୁରୁ ଚିନ୍ତା ବଢ଼ିବ।

ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି କାରଣ ଏହି ସମୟରେ କମ ଲାଭ ମିଳିବ। ଆପଣଙ୍କୁ ହଠାତ ଧନ ହାନି ସହିବାକୁ ପଡ଼ିବ। ସାଙ୍ଗରେ ଆପଣଙ୍କର ଖର୍ଚ୍ଚ ବଢ଼ିବ।

ସମ୍ପର୍କ ବିଷୟରେ କହିବାକୁଗଲେ ଆପଣ ନିଜର ସାଥୀ ସହିତ ଭଲ ମୂଲ୍ୟ ରଖି ପାରିବେ ନାହିଁ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର କାନ୍ଧ, ଆଁଠୁ ଓ ଗୋଡ଼ରେ ଦରଜ ହୋଇପାରେ।

ଉପାୟ : ଶନିବାର ଦିନ ରାହୁ ଗ୍ରହ ପାଇଁ ଯଜ୍ଞ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ସମୟରେ ଆପଣ ନିଜର ପ୍ରୟାସରେ ସଫଳ ହେବେ ଓ ଆପଣଙ୍କର ବିକାଶ ହେବ।

ଏହି ଗୋଚର ସମୟରେ ଆପଣ ନିଜର କ୍ୟାରୀଅରରେ ବଡ଼ ସଫଳତା ପାଇବେ। ସାଙ୍ଗରେ ଆପଣ ପରିଚିତ ହେବେ।

ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ଲାଭ ହେବ ଓ ଏହି ପ୍ରକାର ଆପଣ ସଞ୍ଚୟ କରିପାରିବେ। ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନସାଥୀ ସହିତ ଭଲ ତାଳମେଳ ରଖିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଉତ୍ସାହ ଓ ଊର୍ଜା ସହିତ ସୁସ୍ଥ ରହିବେ।

ଉପାୟ : ରବିବାର ଦିନ ସୂର୍ଯ୍ୟ ଗ୍ରହ ପାଇଁ ଯଜ୍ଞ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ନବମ ଘରର ପ୍ରଭୁ ଓ ଏହା ଆପଣଙ୍କର ଦଶମ ଘରେ ଗୋଚର କରିବେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ଅଧିକ ଧନ ପ୍ରାପ୍ତ କରାଇବ ଓ ସୌଭାଗ୍ୟ ଦେବ। କ୍ୟାରୀଅର ଦୃଷ୍ଟିରୁ ଆପଣ କାମରେ ସିଦ୍ଧାନ୍ତ ରଖୁଥିବାର ବ୍ୟକ୍ତି ପରି ନିଜର ଛବି ତିଆରି କରିବେ ଓ ନୂଆ ସୁଯୋଗ ପାଇବେ।

ବ୍ୟବସାୟ ଦୃତିରୁ ଆପଣଙ୍କୁ ନିଜର ବ୍ୟବସାୟରେ ଅଧିକ ଲାଭ ମିଳିବ୍ ଓ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ। ଆପଣଙ୍କୁ ପ୍ରୋତ୍ସାହନ ଓ ଭତ୍ତା ରୂପରେ ଅଧିକ ଲାଭ ମିଳିପାରେ। ଚେଷ୍ଟା କରିଲେ ଆପଣ ଧନ ସଞ୍ଚୟ କରିପାରିବେ।

ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ସାଥି ସହିତ ଅଧିକ ମିଶିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଉତ୍ସାହ ସହିତ ଭଲ ସ୍ବାସ୍ଥ୍ୟ ଉପଭୋଗ କରିବେ।

ଉପାୟ : ମଙ୍ଗଳବାର ଦିନ କେତୁ ଗ୍ରହ ପାଇଁ ଯଜ୍ଞ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକନଙ୍କ ପାଇଁ ଶୁକ୍ର ପ୍ରଥମ ଓ ଅଷ୍ଟମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ନବମ ଘରେ ଗୋଚର କରିବାକୁ ଯାଉଛନ୍ତି।

ଶୁକ୍ରଙ୍କର ଗୋଚର ଆପଣଙ୍କୁ ଆଧ୍ୟାତ୍ମିକ ସହିତ ସମ୍ବନ୍ଧିତ ଯାତ୍ରାରେ ଯିବାକୁ ସୁଯୋଗ ପ୍ରଦାନ୍ କରିବ। କ୍ୟାରୀଅର ଦୃଷ୍ଟିରୁ ଏହି ଗୋଚର ସମୟରେ ଆପଣଙ୍କୁ ଭଲ ଚାକିରି ବଦଳାଇବାକୁ ଚିନ୍ତା ଆସିବ। ଆପଣଙ୍କୁ ନୂଆ ଅନ ସାଇଟ ସୁଯୋଗ ମିଳିପାରେ।

ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ମଧ୍ୟମ ଧରଣର ଅଛି। ସମ୍ପର୍କରେ ଆପଣ ନିଜର ଜୀବନସଥୀ ସହିତ ଭଲ ମୂହୁର୍ତ୍ତ ବିତାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ଭିତରେ ଦୃଢ଼ ସଂକଳ୍ପ ସହିତ ଆତ୍ମବିଶ୍ଵାସ ମଧ୍ୟ ନଜର ଆସିବ।

ଉପାୟ : ମଙ୍ଗଳବାର ଦିନ ରାହୁ ଗ୍ରହ ପାଇଁ ଯଜ୍ଞ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପିଅନ ଶୁକ୍ର ସପ୍ତମ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ସମୟରେ ସାଙ୍ଗମାଙ୍କ ସହିତ ଝଗଡ଼ା ହୋଇପାରେ। ଏହି ସମୟରେ କିଛି ନ ଚାହୁଁଥିବା ଯାତ୍ରା କରିବାକୁ ପଡ଼ିପାରେ।

କ୍ୟାରୀଅରରେ ଆପଣଙ୍କୁ ଅଧିକ କାମର ଚାପ ରହିବ ଓ କାର୍ଯ୍ୟକ୍ଷେତ୍ରରେ ଆପଣ ପରିଚିତ ହେବେ ନାହିଁ। ବ୍ୟବସାୟରେ ବେପରୁଆ ହେବା ଓ ଭୁଲ ଦୃଷ୍ଟିକୋଣ ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ।

ଯାତ୍ରା ସମୟରେ ଅର୍ଥ ଖର୍ଚ୍ଚ ହେବ ତେଣୁ ସାବଧାନ ରୁହନ୍ତୁ। ସମ୍ପର୍କ ଦୃଷ୍ଟିରୁ ଜୀବନସାଥୀ ସହିତ ବିବାଦ ହୋଇପାରେ। ଆପଣଙ୍କୁ ଆଖିରେ ଦରଜ କିମ୍ବା ସଂକ୍ରମଣ ହୋଇପାରେ।

ଉପାୟ : ପ୍ରତିଦିନ 41 ଥର 'ଓଁ ମଣ୍ଡାୟ ନମଃ' ମନ୍ତ୍ର ଜପ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ଶୁକ୍ର ଷଷ୍ଠ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ସପ୍ତମ ଘରେ ଗୋଚର କରିବାପାଇଁ ଯାଉଛନ୍ତି।

ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ପାର୍ଟନର କିମ୍ବା ସାଙ୍ଗମାନଙ୍କ ସହିତ ସମ୍ପର୍କରେ ଅଶାନ୍ତି ଦେଇପାରେ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ କାମ ସମୟରେ ଅଧିକ ଚାପ କିମ୍ବା ଭ୍ରମର ସାମ୍ନା କରିବାକୁ ପଡ଼ିପାରେ। ବ୍ୟବସାୟରେ ପାର୍ଟନର ଯୋଗୁଁ ଚିନ୍ତା ଓ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଏହି ସମୟରେ ସଞ୍ଚୟ ହେବ ନାହିଁ।

ଜୀବନସାଥୀ ସହିତ କମ ସମନ୍ବୟ ଯୋଗୁଁ ସୁଖର ଅଭାବ ରହିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ କାନ୍ଧ ଓ ଗଣ୍ଠିରେ ଦରଜ ହେବ।

ଉପାୟ : ପ୍ରତିଦିନ 41 ଥର 'ଓଁ ନମଃ ଶିବାୟ' ମନ୍ତ୍ର ଜପ କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦଶମ ଘରର ପ୍ରଭୁ ଓ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ଭବିଷ୍ୟ ପାଇଁ ଚିନ୍ତା ଆଣିବ। ଏହି ସମୟରେ ଆପଣଙ୍କର ଏକାଗ୍ରତାରେ ହ୍ରାସ ଘଟିବ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ସନ୍ତୁଷ୍ଟିରେ ଅଭାବ ହେତୁ ଚାକିରି ବଦଳାଇବାକୁ ପଡ଼ିପାରେ।

ବ୍ୟବସାୟରେ ବେପରୁଆ ହେବା ହେତୁ ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ଏହି ଅବଧିରେ ଆପଣ ନିଜର ସନ୍ତାନ ଉପରେ ଅଧିକ ଖର୍ଚ୍ଚ କରିବେ। ବିଶ୍ବାସର ଅଭାବ ହେତୁ ଜୀବନସାଥି ସହିତ ବିବାଦ ହୋଇପାରେ। ଆପଣଙ୍କୁ ତାନ୍ତ୍ରିକ ସମ୍ବନ୍ଧିତ କଷ୍ଟ ଅନୁଭବ ହୋଇପାରେ।

ଉପାୟ : ଶନିବାର ଦିନ ଭଗବାନ କାଳ ଭୈରବଙ୍କ ପାଇଁ ଯଜ୍ଞ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ନବମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ସମୟରେ ଆପଣ ନିଜର ବୁଦ୍ଧିର ବ୍ୟବହାର କରି ନିଜର ବିକାଶ କରିପାରିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ ଭଲ ପ୍ରଗତି ହାସଲ କରିବେ ଓ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ ଆପଣ ନିଜର ବୁଦ୍ଧି ବଳରେ ଭଲ ଲାଭ ପାଇବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ପ୍ରୋତ୍ସାହନ ଓ ଭତ୍ତା ରୂପରେ ଅଧିକ ଲାଭ ମିଳିବ।

ଆପଣ ନିଜର ଜୀବନସାଥି ସହିତ ଅଧିକ ପ୍ରେମରେ ଥିବା ଦେଖଯିବେ। ଏହା ଆପଣଙ୍କୁ ଖୁସି ଦେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଊର୍ଜା ସହିତ ସ୍ବାସ୍ଥ୍ୟ ବଜାୟ ରଖିବାକୁ ସକ୍ଷମ ହେବେ।

ଉପାୟ : ପ୍ରତିଦିନ 19 ଥର 'ଓଁ ଭାସ୍କରାୟ ନମଃ' ମନ୍ତ୍ର ଜପ କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ପ୍ରଭୁ ଓ ଏହା ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି।

ଶୁକ୍ରଙ୍କର ଗୋଚର ସମୟରେ ପରିବାରରେ ସୁଖର ହ୍ରାସ ଓ ସମସ୍ଯା ହେବାର ସମ୍ଭାବନା ଅଛି। କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ବର୍ତ୍ତମାନର ଚାକିରି ବଦଳାଇ ନୂଆ ଚାକିରି ଖୋଜିବେ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ ନାହିଁ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଲାଭ ଓ ହାନି ଉଭୟ ସାମ୍ନା କରିବା ପାଇଁ ପଡ଼ିବ। ଏହା ବ୍ୟତୀତ ଆପଣଙ୍କୁ କିଛି ପ୍ରତିକୂଳ ପରିସ୍ଥିତି ସାମ୍ନା କରିବା ପାଇଁ ପଡ଼ିବ।

ଆପଣ ପରିବାର ପାଇଁ ପଇସା ଖର୍ଚ୍ଚ କରୁଥିବା ଦେଖାଯିବେ। ସମ୍ପର୍କରେ ବୁଝାମଣା କମ ହେତୁ ସାଥୀ ସହିତ ସନ୍ତୁଷ୍ଟ ରହିବେ ନାହିଁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଓ ଆପଣ ଚିକିତ୍ସା ଅଧିକ ଖର୍ଚ୍ଚ କରିବେ।

ଉପାୟ: ଗୁରୁବାର ଦିନ ବୃହସ୍ପତି ଗ୍ରହଣକ ପାଇଁ ପୂଜା କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

Talk to Astrologer Chat with Astrologer