ଶୁକ୍ରଙ୍କର ବିଛା ରାଶିରେ ଗୋଚର (13 ଅକ୍ଟୋବର 2024)

Author: Monica Rajguru | Updated Fri, 27 Sep 2024 03:31 PM IST

ଜ୍ଯୋତିଷଶାସ୍ତ୍ରରେ ଶୁକ୍ରଙ୍କୁ ଏକ ସ୍ତ୍ରୀ ଗ୍ରହ କୁହଯାଏ ଯିଏ ପ୍ରେମ ଏବଂ ସୁନ୍ଦରତାର କାରକ ଗ୍ରହ। ଏବେ ଶୁକ୍ରଙ୍କର ବିଛା ରାଶିରେ ଗୋଚର 13 ଅକ୍ଟୋବର 2024 ସକାଳ 5:49ରେ ହେବ। ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଶୁକ୍ର ଗୋଚର ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରାଯିବ। ସାଙ୍ଗରେ ଆପଣଙ୍କୁ ଜଣାଇବୁ ଯେ ଶୁକ୍ରଙ୍କର ବିଛା ରାଶିରେ ଗୋଚର ସମସ୍ତ 12ଟି ରାଶି କୁ କିପରି ଶୁଭ-ଅଶୁଭ ପରିଣାମ ଦେବ।


ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ଜୀବନ ଉପରେ ପ୍ରଭାବ

ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହର ମହତ୍ଵ

ବୈଦିକ ଜ୍ଯୋତିଷରେ ଶୁକ୍ର ଗ୍ରହ ମନୁଷ୍ୟକୁ ଭଲ ସ୍ବାସ୍ଥ୍ୟ, ବୁଦ୍ଧି ଓ ସୁଖ ସୁବିଧା ପ୍ରଦାନ କରନ୍ତି। ଜାତଜରେ ଶୁକ୍ର ଦେବଙ୍କର ଦୃଢ଼ ସ୍ଥିତି ଲୋକଙ୍କୁ ଜୀବନରେ ଭଲ ସଫଳତା ଦେଇଥାଏ ଓ ଆନନ୍ଦ ଏବଂ ଖୁସି ଆଣିଥାଏ।

ଅନ୍ୟ ପଟେ, ଯେତବେଳେ ବୁଧ ମହାରାଜ ମଙ୍ଗଳ କିମ୍ବା ରାହୁ/କେତୁ ପରି ଅଶୁଭ କିମ୍ବା ପାପୀ ଗ୍ରହଙ୍କ ସହିତ ଉପସ୍ଥିତ ରହିବେ ସେତବେଳେ ବ୍ୟକ୍ତିଙ୍କୁ ସମସ୍ଯା ଓ ବାଧାର ସାମ୍ନା କରିବା ପାଇଁ ପଡ଼ିବ। ଶୁକ୍ର ମଙ୍ଗଳ ଦେବଙ୍କ ସହିତ ବସିବା ଯୋଗୁଁ ବ୍ୟକ୍ତିର ସ୍ଵଭାବରେ ଆକ୍ରାମକତା ଓ କ୍ରୋଧରେ ବୃଦ୍ଧି ହୁଏ। ଶୁକ୍ର ଗ୍ରହ ରାହୁ/କେତୁଙ୍କ ପରି ପାପୀ ଗ୍ରହ ସହିତ ରହିବା ଆପଣଙ୍କୁ ଚର୍ମ ରୋଗ ଦେଇପାରେ କିମ୍ବା ନିଦ ସମ୍ବନ୍ଧିତ ସମସ୍ଯା ହଇରାଣ କରିପାରେ। ଶୁକ୍ର ମହାରାଜଙ୍କର ଶୁଭ ଗ୍ରହ ବୃହସ୍ପତିଙ୍କ ସହିତ ରହିବା ଆପଣଙ୍କୁ ବ୍ୟବସାୟ, ଟ୍ରେଡ, ଧନ ଲାଭ ଓ ଆୟରେ ବୃଦ୍ଧି ଜଡ଼ିତ ମାମଲାରେ ମିଳିବାକୁ ଥିବା ପରିଣାମ ଦ୍ଵିଗୁଣ କରିବ।

To Read in English Click Here: Venus Transit in Scorpio

ଆସନ୍ତୁ ଏବେ ଆମେ ଆଗକୁ ବଢ଼ିବା ଓ ଜାଣିବା ଶୁକ୍ରଙ୍କର ବିଛା ରାଶିରେ ଗୋଚର ସମସ୍ତ 12ଟି ରାଶି ପାଇଁ କିପରି ପରିଣାମ ଆଣିବ।

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ବିଛା ରାଶିରେ ଶୁକ୍ରଙ୍କର ଗୋଚର: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ଏହାର ପରିଣାମସ୍ବରୂପ ଆପଣ ଏହି ଧନ ରୋଜଗାର କରିବା ସହିତ ନିଜ ଜୀବନରେ ଆଗକୁ ବଢ଼ିବା ବେଳେ ଭାବି-ଚିନ୍ତି ବଢ଼ିବା ପାଇଁ ପଡ଼ିବ।

କ୍ୟାରୀଅର କ୍ଷେତ୍ରରେ ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁଁ ଆପଣଙ୍କୁ କାର୍ଯ୍ୟ ପୂରଣ କରିବାରେ ସମସ୍ଯା ହୋଇପାରେ।

ଶୁକ୍ର ଗୋଚର ସମୟରେ ବ୍ୟବସାୟ କରୁଥିବା ଲୋକଙ୍କୁ ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିପାରେ ଓ ଆପଣଙ୍କର ହାତରୁ ଲାଭର ସୁଯୋଗ ଖସିଯାଇ ପାରେ।

ଆର୍ଥିକ ଜୀବନରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ଯାହାର କାରଣ ବନ୍ଧୁଙ୍କୁ ଋଣ ଦେଇଥିବା ପଇସା ହୋଇପାରେ। ଧନ ସହିତ ଜଡ଼ିତ ମାମଲାରେ ବେପରୁଆ ହୋଇପାରନ୍ତି।

ଜିନର ଜୀବନରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କରେ ସମସ୍ଯା ହୋଇପାରେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କୁ ଅକ୍ଷୟର ଯାଞ୍ଚ କରାଇବାକୁ ପଡ଼ିବ କାରଣ ଆଖି ପୋଡ଼ିବା ସମସ୍ଯା ହଇରାଣ କରିପାରେ।

ଉପାୟ : ପ୍ରତିଦିନ ଓଁ ନରସିଂହାୟ ନମଃ 11 ଜପ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଲଗ୍ନ ଘର ଓ ଷଷ୍ଠ ଘରର ସ୍ବାମୀ। ଏବେ ସେ ଆପଣଙ୍କର ସପ୍ତମ ଓ ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ଏପରି ସ୍ଥିତିରେ ଶୁକ୍ରଙ୍କର ବିଛା ରାଶିରେ ଗୋଚର ଲମ୍ବା ଯାତ୍ରା କରାଇପାରେ ଓ ସାଙ୍ଗରେ ଏହି ଅବଧିରେ ଆପଣଙ୍କୁ ବନ୍ଧୁଙ୍କର ସମର୍ଥନ ନ ମିଳିବାର ଆଶଙ୍କା ଅଛି ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରି ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ ଓ ଏହି ପ୍ରକାର ଯାତ୍ରା ଆପଣଙ୍କର ପାଇଁ ଫଳଦାୟୀ ହେବ।

ବ୍ୟବସାୟ ଦୃଷ୍ଟିରୁ ଏହି ଲୋକଙ୍କୁ ବିଜନେସରେ ମିଳିବାକୁ ଥିବା ଲାଭ ହଠାତ ଆସିବ। ଆପଣଙ୍କୁ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପଡ଼ିବ। ।

ଆର୍ଥିକ ଜୀବନରେ ଆପଣଙ୍କୁ ଧନ ସହିତ ଜଡ଼ିତ ମମାଳାରେ ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିପାରେ ସେଠୀ ଧନ ସଞ୍ଚୟ ହୋଇପାରିବ ନାହିଁ।

ପ୍ରେମ ଜୀବନ ଦୃଷ୍ଟିରୁ ଏହି ଗୋଚର ସମୟରେ ଜୀବନସାଥୀ ସହିତ ପାରସ୍ପରିକ ବୁଝାମଣା ହ୍ରାସ ପାଇବ ଯେଉଁଥିପାଇଁ ବିବାଦ ହୋଇପାରେ। ସେଥିରୁ ଦୂରେଇ ରହବା ଭଲ ହେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିରେ ଆପଣଙ୍କୁ ଅଣ୍ଟା ଦରଜ ସମ୍ବନ୍ଧିତ ସମସ୍ଯା ହୋଇପାରେ ସେଥିପାଇଁ ନିଜର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛଈ ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ଦ୍ଵାଦଶ ଓ ପଞ୍ଚମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ଏହାର ପରିଣାମସ୍ବରୂପ ଏହୋ ଲୋକଙ୍କୁ ନିଜର କାର୍ଯ୍ୟରେ ସଫଳତା ପାଇବା ପାଇଁ ବହୁତ ଚେଷ୍ଟା କରିବା ପାଇଁ ପଡ଼ିବ। ଗୋଟିଏ ପଟେ ଆପଣଙ୍କର ଖର୍ଚ୍ଚ ବଢ଼ିବ ଓ ଅନ୍ୟ ପଟେ ଆପଣଙ୍କର ଆୟ ବଢ଼ିବ।

କ୍ୟାରୀଅର କ୍ଷେତ୍ରରେ ଆପଣଙ୍କର କାମର ବୋଝ ଅଧିକ ରହିବ ଓ ତାହାକୁ ସମ୍ଭାଳିବା ଆପଣଙ୍କ ପାଇଁ କଠିନ ହୋଇପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ ବିଛା ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କୁ ହଠାତ ଲାଭ ଦେଇପାରେ ଯାହା ପୈତୃକ ରୂପରେ ପ୍ରାପ୍ତ ହେବ।

ଆର୍ଥିକ ଜୀବନକୁ ଏକହିଲେ ଏହି ଅବଧିରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବ ଓ ତାହାକୁ ପୂରଣ କରିବା ପାଇଁ ଆପଣଙ୍କୁ କଷ୍ଟ ଅନୁଭବ ହେବ।

ଶୁକ୍ରଙ୍କର ଗୋଚର ସମୟରେ ଜୀବନସାଥୀ ପ୍ରତି ଆପଣଙ୍କର ମନରେ ବିଚାର ଅସ୍ପଷ୍ଟ ରହିବା ଯୋଗୁଁ ଆପଣଙ୍କର ସମ୍ପର୍କରେ ପ୍ରେମର ଅଭାବ ରହିବ।

ସ୍ବାସ୍ଥ୍ୟ ବିଷୟରେ କହିଲେ ଶୁକ୍ରଙ୍କର ବିଛା ରସିରେ ଗୋଚର ସମୟରେ ଆପଣଙ୍କୁ ସନ୍ତାନର ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବା ପାଇଁ ପଡ଼ିବ ସେଥିପାଇଁ ତାଙ୍କର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ହେବ।

ଉପାୟ : ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଏକାଦଶ ଓ ଚତୁର୍ଥ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ।

ଏହାର ପରିଣାମସ୍ବରୂପ ଆପଣ ଏହି ଅବଧିରେ ନିଜର ପରିବାର ଓ ସନ୍ତାନର ବିକାଶକୁ ନେଇ ଚିନ୍ତିତ ଦେଖାଯିବେ।

କ୍ୟାରୀଅର ବିଷୟରେ କହିଲେ ଆପଣ କାର୍ଯ୍ୟକ୍ଷେତ୍ରରେ ନିଜର ସ୍କିଲର ପ୍ରଦର୍ଶନ କରିବା ପାଇଁ ସକ୍ଷମ ହେବେ କିନ୍ତୁ ଅଧିକ ସଫଳତା ପ୍ରାପ୍ତ କରିବା ଆପଣଙ୍କ ପାଇଁ ସମ୍ଭବ ହେବ ନାହିଁ। ଶୁକ୍ରଙ୍କର ବିଛା ରାଶିରେ ଗୋଚର ଆପଣଙ୍କୁ ବିଜନେସରେ ହଠାତ ଲାଭ ଦେଇପାରେ ଓ ଆପଣଙ୍କୁ ବ୍ୟବସାୟରେ ସମସ୍ଯା ସାମ୍ନା କରିବାକୁ ପଡ଼ିବ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ଭଲ ଲାଭ କରିବେ କିନ୍ତୁ ଏହି ଲାଭକୁ ଠିକ ଭାବରେ ବ୍ୟବହାର କରିବା ପାଇଁ ସମର୍ଥ ହେବେ ନାହିଁ।

ପ୍ରେମ ଜୀବନରେ ଆପଣଙ୍କର ସମ୍ପର୍କରେ ପାର୍ଟନର ସହିତ କନଫିଉଶନ ରହିବ ଓ ଦୁହେଁ ଖୁସି ରହିବେ ନାହିଁ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ପାଇଁ ଅଣ୍ଟା ଦରଜ ଓ ଥଣ୍ଡା-କାଶ ସମସ୍ଯା ଆଣିବ। ଏହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।

ଉପାୟ : ସୋମବାର ଦିନ ଦିବ୍ୟାଙ୍ଗ ମହିଳାଙ୍କୁ ଦହି ଭାତ ଦାନ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ଦଶମ ଓ ତୃତୀୟ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ।

ଏହାର ପରିଣାମସ୍ବରୂପ ଏହି ଲୋକ ଘରେ ସୁକଗ ସୁବିଧା ବିସ୍ତାର କରିବା ପାଇଁ ଚେଷ୍ଟା କରିବେ।

ଶୁକ୍ରଙ୍କର ଏହି ଗୋଚର କ୍ୟାରୀଅରରେ ଆପଣଙ୍କ ପାଇଁ ଲମ୍ବା ଯାତ୍ରା ଆଣିବ ଓ ଏହି ପ୍ରକାର ଯାତ୍ରାରେ ଆପଣଙ୍କର ଆଗ୍ରହ ରହିବ।

ଏହି ରାଶିର ବ୍ୟବସାୟ କରୁଥିବା ଲୋକ ଭଲଅ ଲାଭ କରିବାରେ ସକ୍ଷମ ହେବେ। ଏହି ଅବଧିରେ ଆପଣଙ୍କ ଦ୍ବାରା କରାଯାଇଥିବା କମ ବିନିଯୋଗ ମଧ୍ୟ ଅଧିକ ରିଟାର୍ନ ଦେବ।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ଏହି ସମୟରେ ଆପଣ ପାର୍ଟନର ସହିତ ସମ୍ପର୍କରେ ଖୁସି ଦେଖାଯିବେ ଓ ଆପଣଙ୍କର ସମ୍ପର୍କ ମଧୁର ରହିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣ ଫିଟ ରହିବେ। ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କୁ କୌଣସି ବଡ଼ ସମସ୍ଯା ହଇରାଣ କରିବ ନାହିଁ।

ଉପାୟ : ରବିବାର ଦିନ କୌଣସି ବୃଦ୍ଧ ମହିଳାଙ୍କୁ ଦହି ଭାତ ଦାନ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର ନବମ ଓ ଦ୍ଵିତୀୟ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ତୃତୀୟ ଘରେ ଗୋଚର କରିବେ।

ଏହାର ଫଳସ୍ବରୂପ ଆପଣ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରିବେ। ସାଙ୍ଗରେ ଆପଣଙ୍କର ଜୀବନ ଖୁସିରେ ଭରି ଉଠିବ ଓ ଆପଣଙ୍କର ରୁଚି ଅଧ୍ୟାତ୍ମ ପ୍ରତି ବଢ଼ିବ।

କ୍ୟାରୀଅର କ୍ଷେତ୍ରରେ ଶୁକ୍ରଙ୍କର ବିଛା ରାଶିରେ ଗୋଚର ଆପଣଙ୍କ ପାଇଁ ବିଦେଶରେ ଚାକିରି ସୁଯୋଗ ଆଣିପାରେ ଯାହା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ। ଏହି ସୁଯୋଗ ଆପଣଙ୍କର ଲକ୍ଷକୁ ପୂରଣ କରିବାର କାମ କରିବ।

ବ୍ୟବସାୟ ଦୃଷ୍ଟିରୁ ଏହି ରାଶିର ଲୋକ ଆଉଟସୋର୍ସ ବିଜନେସ ମାଧ୍ୟମରେ ଭଲ ଲାଭ ପ୍ରାପ୍ତ କରିବେ ଓ ଏହି ଅବଧି ଆପଣଙ୍କ ପାଇଁ ଅନୁକୂଳ ରହିବ।

ଆର୍ଥିକ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣଙ୍କ ପାଖରେ ଭଲ ମାତ୍ରାରେ ପଇସା ଆସିବ ଓ ଏହା ଆପଣଙ୍କର ପ୍ରୟାସର ପରିଣାମ ହବେ। ସାଙ୍ଗରେ ଆପଣ ଧନ ସଞ୍ଚୟ ମଧ୍ୟ କରିପାରିବେ।

ପ୍ରେମ ଜୀବନରେ ଜୀବନସାଥୀ ସହିତ ମନ ଖୋଲି କଥାବାର୍ତ୍ତା କରିବା ଦ୍ବାରା ଅପନମକର ସମ୍ପର୍କ ସୁଖମୟ ରହିବ ଓ ଆପଣଙ୍କର ପାର୍ଟନର ପ୍ରସନ୍ନ ଦେଖାଯିବେ।

ସ୍ବାସ୍ଥ୍ୟ ବିଷୟରେ କହିଲେ ଶୁକ୍ରଙ୍କର ଏହି ଗୋଚର ସମୟରେ ଆପଣ ସ୍ବାସ୍ଥ୍ୟର ଭଲ ଯତ୍ନ ନେବେ ଓ ଶକ୍ତିଶାଳୀ ରହିବେ। ଏହି ଅନାଧିରେ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ।

ଉପାୟ : ବୁଧବାର ଦିନ ଗରିବ ପିଲାଙ୍କୁ ନୋଟ୍ବୁକ୍ ଦାନ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଲଗ୍ନ/ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ ଯାହା 13 ଅକ୍ଟୋବର ରେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ।

ଏପରି ସ୍ଥିତିରେ ଏହି ଲୋକଙ୍କୁ ନିଜର ସମ୍ପୂର୍ଣ ଧ୍ୟାନ ଅଧିକରୁ ଅଧିକ ଧନ ରୋଜଗାର କରିବାରେ ରହିବ କାରଣ ଏହି ସମୟ ଆପଣଙ୍କ ପାଇଁ ଟିକେ କଠିନ ରହିପାରେ।

ଯଦି କ୍ୟାରୀଅର ବିଷୟରେ କହିବା ତେବେ କାର୍ଯ୍ୟକ୍ଷେତ୍ରର କାମରେ ପରିଶ୍ରମ କରିବା ପରେ ମଧ୍ୟ ଆପଣଙ୍କୁ ବରିଷ୍ଠ ଓ ସହକର୍ମୀଙ୍କର ସମର୍ଥନ ନ ମିଳିପାରେ।

ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଶୁକ୍ରଙ୍କର ଗୋଚର ଆପଣଙ୍କୁ ବ୍ୟବସାୟରେ ହଠାତ ଲାବ ପ୍ରଦାନ କରିପାରେ ଓ ଆଶଙ୍କା ଅଛି ଏହା ବିଜନେସରେ କ୍ଷତି ମଧ୍ୟ କରାଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

ଆର୍ଥିକ ଜୀବନରେ କୌଣସି ଯାତ୍ରା ସମୟରେ ବେପରୁଆ ହୋଇ ଆପଣଙ୍କୁ ଧନ ହାନି ସାମ୍ନା କରିବା ପାଇଁ ପଡ଼ିପାରେ।

ଶୁକ୍ରଙ୍କର ଗୋଚର ହେବା ଦ୍ବାରା ଆପଣଙ୍କୁ ସମ୍ପର୍କରେ ସାବଧାନ ରହିବାକୁ ହେବ କାରଣ ଆପଣ ଦୁହେଁ ଯୁକ୍ତି କରିପାରନ୍ତି। ଏହି ପରିସ୍ଥିତିରୁ ବଞ୍ଚିବା ପାଇଁ ଆପଣ ସାଥୀ ଠାରୁ ଦୂରେଇ ରହିବେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିକୁ କଠିନ କୁହାଯିବ କାରଣ ଆପଣଙ୍କୁ ଆଖିରେ ପୋଡ଼ା ଓ ଦରଜ ହୋଇପାରେ ଯାହା ଫଳରେ ଆପଣ ଚିନ୍ତିତ ଦେଖାଯିବେ।

ଉପାୟ : ପ୍ରତିଦିନ ଓଁ ମହାଲକ୍ଷ୍ମୀ ନମଃ 24 ଥର ଜପ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ଜାତକରେ ଶୁକ୍ର ଗ୍ରହ ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଏହି ଗୋଚର ଆପଣଙ୍କର ପ୍ରଥମ ଘରେ ହେବ।

ଏହାର ଫଳସ୍ବରୂପ ଶୁକ୍ର ଦେବଙ୍କର ଏହି ଗୋଚର ଆପଣଙ୍କ ପାଇଁ ଲମ୍ବା ଯାତ୍ରା ଆଣିପାରେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ଭଲ କୁହଯିବ ନାହିଁ।

କ୍ୟାରୀଅର କ୍ଷେତ୍ରରେ ସହକର୍ମୀ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରାଇପାରନ୍ତି ଓ ଏହାର ପ୍ରଭାବ ଆପଣଙ୍କର ପ୍ରଗତି ଉପରେ ପଡ଼ିବ।

ଶୁକ୍ରଙ୍କର ଗୋଚର ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ବ୍ୟବସାୟ ସୁଯୋଗ ଦେଇପାରନ୍ତି କିନ୍ତୁ ଏହି ସମୟରେ ଆପଣଙ୍କୁ ଅଧିକ ସଫଳତା ନ ମିଳିବାର ଆଶଙ୍କା ଅଛି।

ଆର୍ଥିକ ଜୀବନରେ ଧନ ଯିବା ଆସିବା ଲାଗି ରହିବ। ଆପଣଙ୍କୁ ଧଂ ପ୍ରାପ୍ତଈ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ହେବ। ସାଙ୍ଗରେ କାମରେ ସହଜରେ ସଫଳତା ମିଳିବ ନାହିଁ।

ପ୍ରେମ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣଙ୍କର ସମ୍ପର୍କରେ ପ୍ରେମ ଏବଂ ଆକର୍ଷଣର ଅଭାବ ରହିପାରେ। ଏପରି ସ୍ଥିତିରେ, ଆପଣଙ୍କର ସମ୍ପର୍କରେ ସୁଖ ହ୍ରାସ ହୋଇପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କର ସ୍ବାସ୍ଥ୍ୟ ସାମାନ୍ଯ ରହିବ। କିନ୍ତୁ ଅଣ୍ଟା ତଥା ପାଦ ଦରଜ ହୋଇପାରେ।

ଉପାୟ : ପ୍ରତିଦିନ ଓଁ ଶିବ ଓଁ ଶିବ ଓଁ 24 ଥର ଜପ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ପ୍ରବେଶ କରିବେ।

ଏହାର ଫଳସ୍ବରୂପ ଶୁକ୍ରଙ୍କର ବିଛା ରାଶିରେ ଗୋଚର ଆପଣଙ୍କୁ ହଠାତ ସଫଳତା ଦେଇପାରେ। ଆପଣ ଲୋନ କିମ୍ବା ପୈତୃକ ସମ୍ପତିରୁ ଲାଭ ପାଇପାରନ୍ତି।

କ୍ୟାରୀଅରରେ ଏହି ସମୟରେ କାମର ଚାପ ବଢ଼ିବାର ଆଶଙ୍କା ଅଛି କାରଣ ଆପଣଙ୍କର କାମ ବହୁତ ରହିବ।

ବ୍ୟବସାୟ ବିଷୟରେ କହିଲେ, ଆପଣଙ୍କୁ ବିଜନେସ ପାର୍ଟନର ସହିତ କିଛି ସମସ୍ଯା ହୋଇପାରେ।

ଶୁକ୍ର ଗୋଚର ସମୟରେ ବେପରୁଆ ହୌ ଧନ ହାନି ସହିବାକୁ ପଡ଼ିପାରେ ଓ ଏପରି ସ୍ଥିତିରେ ସମସ୍ଯା ବଢ଼ିପାରେ।

ବ୍ୟକ୍ତିଗତ ଜୀବନରେ ଧନଉ ରାଶି ଲୋକଙ୍କୁ ଅସୁରକ୍ଷିତ ଅନୁଭବ ହେବ ଓ ପାର୍ଟନର ଠାରୁ ଦୂରତା ବଢ଼ିପାରେ ଓ କଥାବାର୍ତ୍ତା କମ ହୋଇପାରେ।

ପ୍ରେମର କାରଣ ଗ୍ରହ ଶୁକ୍ର ବିଛା ରାଶିରେ ପ୍ରବେଶ କରି ଆପଣଙ୍କର ଗୋଡ଼ରେ ଦରଜ ସମସ୍ଯା ଦେବେ।

ଉପାୟ : ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଦହି ଭାତ ଦାନ କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ଲୋକଙ୍କର ଜାତକରେ ଶୁକ୍ର ଗ୍ରହ ଦଶମ ଓ ପଞ୍ଚମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ।

ଏହି ଅବଧିରେ ଆପଣ ବ୍ୟକ୍ତିଗତି ବିକାଶ ସମ୍ବନ୍ଧରେ ସଫଳତା ପ୍ରାପ୍ତ କରିପାରିବେ ଓ ସାଙ୍ଗରେ ଧନ ଲାଭ କରିବେ।

କ୍ୟାରୀଅର ବିଷୟରେ କହିଲେ ଏହି ଲୋକଙ୍କ ପାଇଁ ଶୁକ୍ରଙ୍କର ବିଛା ରାଶିରେ ଗୋଚର ବିଦେଶରୁ ଚାକିରି ସୁଯୋଗ ଆଣିପାରେ ଓ ଏହା ପରିବର୍ତ୍ତେ ଆପଣ ଆର୍ଥିକ ଭାବରେ ସଫଳତା ପ୍ରାପ୍ତ କରିପାରିବେ।

ବ୍ୟବସାୟକୁ ଦେଖିଲେ, ଏହି ରାଶିର ବ୍ୟବସାୟ କରୁଥିବା ଲୋକ ନିଜର ପରିଶ୍ରମ ଓ ପରାୟସ ସାହାଜ୍ୟରେ ଲାଭ କରିପାରିବେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଏହି ଅବଧିରେ କରାଯାଇଥିବା ଯାତ୍ରା ଆପଣଙ୍କ ପାଇଁ ଫଳଦାୟୀ ରହି କାରଣ ଏହା ଦ୍ବାରା ଆପଣ ଲାଭ ପାଇବେ।

ପ୍ରେମ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣ ସମ୍ପର୍କରେ ପାର୍ଟନର ସହିତ ପାରସ୍ପରିକ ତାଳମେଳ ରଖିବାକୁ ସକ୍ଷମ ହେବେ ଓ ପରିଣାମସ୍ବରୂପ ଆପଣଙ୍କର ସମ୍ପର୍କ ସୁଖମୟ ହେବ।

ମକର ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଢ଼ ରହିବ। ଆପଣ ଭିତରେ ଆତ୍ମବିଶ୍ଵାସ ଭରି ରହିବ।

ଉପାୟ : ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ନବମ ଓ ଚତୁର୍ଥ ଘରର ସ୍ବାମୀ ଓ ଏବେ ଆପଣଙ୍କର ଦଶମ ଘରେ ଗୋଚର କରିବେ।

ଏହାର ଫଳସ୍ବରୂପ ଶୁକ୍ର ବିଛା ରାଶିରେ ଗୋଚର କରିବା ଆପଣଙ୍କର ଜୀବନରେ ସୁଖ ସୁବିଧା ଆଣିଦେବ ଓ ଏହି ସମୟରେ ଆପଣ ସିଦ୍ଧାନ୍ତ କୁ ନେଇ ଚାଲିବା ପସନ୍ଦ କରିବେ।

କ୍ୟାରୀଅରରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତି ହେବ ଓ ଆପଣ ସନ୍ତୁଷ୍ଟ ଦେଖାଯିବେ।

ବ୍ୟବସାୟ ଦୃଷ୍ଟିରୁ ଶୁକ୍ର ଗୋଚର ସମୟରେ ଆପଣ ବିଜନେସରେ ବିରୋଧୀଙ୍କ ପାଇଁ ଏକ ବିପଦ ହେବେ। କିନ୍ତୁ ଆନେ ପଟେ ଆପଣଙ୍କର ଲାଭ କମ ହୋଇପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧନ ରୋଜଗାର କରିବା ସହିତ ସଞ୍ଚୟ ମଧ୍ୟ କରିପାରିବେ। ରୋଜଗାର ବୃଦ୍ଧି ହେବାର ସୁଯୋଗ ପ୍ରାପ୍ତ ହେବ।

ପ୍ରେମ ଜୀବନକୁ ଦେଖିଲେ ଶୁକ୍ର ଗୋଚର ସମୟରେ ପାର୍ଟନର ସହିତ ଆପଣଙ୍କର ସମ୍ପର୍କରେ ତାଳମେଳ ରହିବା ସମ୍ଭବ ହେବ ଓ ଆପଣଙ୍କର ସମ୍ପର୍କ ଅନ୍ୟମାନଙ୍କ ପାଇଁ ଏକ୍ ଉଦାହରଣ ହେବ।

ଏହି ସମୟରେ ଏହି ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହାର କାରଣ ଆପଣଙ୍କ ଭିତରେ ଥିବା ସାହସ ହେବ।

ଉପାୟ : ଶନିବାରରୁ ଆରମ୍ଭ କରି ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଶନି ଗ୍ରହଙ୍କର ପୂଜା କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କର ରାଶିରେ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ଆପଣଙ୍କର ନବମ ଘରେ ଗୋଚର କରିବେ।

ଏହା ସମ୍ଭବ ଯେ ଏହି ଅବଧିରେ ଆପଣଙ୍କୁ ଭାଗ୍ୟ ସମର୍ଥନ ନ କରିପାରେ ଓ ଏହାର ପରିଣାମସ୍ବରୂପ ଆପଣଙ୍କୁ ଲମ୍ବା ଯାତ୍ରା ସମୟରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରି ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ଅଧିକ ଅନୁକୂଳ ରହିବ ନାହିଁ ବୋଲି ଆଶଙ୍କା ଅଛି।

ଶୁକ୍ରଙ୍କର ଏହି ଗୋଚର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବିଜନେସରେ ବିରୋଧୀଙ୍କ ଆଡ଼ୁ ଟକ୍କର ଦେଇପାରେ ଯେଉଁ କାରଣରୁ ଆପଣଙ୍କୁ କ୍ଷତି ସହିବା ପାଇଁ ପଡ଼ିପାରେ ସେଥିପାଇଁ ସାବଧାନ ରୁହନ୍ତୁ।

ଆର୍ଥିକ ଜୀବନ ଦୃଷ୍ଟିରୁ ବେପରୁଆ ହୋଇ ଆପଣ କ୍ଷତି ସାହିପାରନ୍ତି। ସେଥିପାଇଁ ସତର୍କ ରୁହନ୍ତୁ।

ପ୍ରେମ ଜୀବନରେ ପାରସ୍ପରିକ ତାଳମେଳର ଅଭାବ ଓ ପାର୍ଟନର ସହିତ ବିବାଦ ହୋଇପାରେ। ଏହାର ଫଳସ୍ବରୂପ ଆପଣ ସମ୍ପର୍କରେ ମଧୁରତା ରଖିବାରେ ଅସଫଳ ହେବେ।

ଏହି ଗୋଚର ସମୟରେ ଆପଣଙ୍କୁ ପିତାଙ୍କର ସ୍ବାସ୍ଥ୍ୟ ପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଚିନ୍ତା ବଢ଼ିବ।

ଉପାୟ : ପ୍ରତିଦିନ ଓଁ ବୃଂ ବୃହସ୍ପତୟେ ନମଃ 21 ଥର ଜପ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ଶୁକ୍ରଙ୍କର ଗୋଚର କେଉଁ ରାଶିରେ ହେବ?

ପ୍ରେମ ଏବଂ ବିଳାସର କାରକ ଗ୍ରହ ଶୁକ୍ରଙ୍କର ଗୋଚର ବିଛା ରାଶିରେ ହେବ।

2.ବିଛା ରାଶିର ସ୍ବାମୀ କିଏ?

ରାଶି ଚକ୍ରର ଅଷ୍ଟମ ରାଶି ବିଛାର ସ୍ବାମୀ ହେଉଛନ୍ତି ମଙ୍ଗଳ ଗ୍ରହ।

3.ଶୁକ୍ରଙ୍କର ଗୋଚର କେବେ ହେବ?

ଶୁକ୍ରଙ୍କର ବିଛା ରାଶିରେ ଗୋଚର 13 ଅକ୍ଟୋବର 2024ରେ ହେବ।

Talk to Astrologer Chat with Astrologer