ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ

Author: Monica Rajguru | Updated Wed, 26 Feb 2025 04:06 PM IST

ବୈଦିକ ଜ୍ଯୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସ୍ତ୍ରୀ ସୌନ୍ଦର୍ଯ୍ୟର କାରକ ଓ ସବୁଠାରୁ ଆକର୍ଷକ ଗ୍ରହ କୁହାଯାଇଛି। ନିଜର ସ୍ଵରାଶି ବୃଷ କିମ୍ବା ତୁଳାରେ ରହିବା ଯୋଗୁଁ କିମ୍ବା ନିଜର ଉଚ୍ଚ ରାଶି ମୀନ ରେ ରହିବା ଯୋଗୁଁ, ଏହି ଗ୍ରହ ଭଲ ପରିଣାମ ପ୍ରଦାନ କରେ। ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ବ୍ୟକ୍ତିକୁ ଧନ ଓ ସମ୍ପର୍କ ଇତ୍ୟାଦିରେ ଶୁଭ ପରିଣାମ ଦେଇଥାଏ।

ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ 02 ମାର୍ଚ୍ଚ, 2025 ରେ ହେବାକୁ ଯାଉଛି।

ଏବେଶୁକ୍ର ଗ୍ରହ ବକ୍ରୀ କରିବାକୁ ଯାଉଛନ୍ତି ଯାହାର ଅର୍ଥ ଶୁକ୍ରଙ୍କର ଶୁଭ ପ୍ରଭାବରେ ହ୍ରାସ ଘଟିବ। ଏହା ବ୍ଯତୀତ ଶୁକ୍ର ବକ୍ରୀ ହେଲେ ଶୁକ୍ରଙ୍କ ସମ୍ବନ୍ଧିତ କ୍ଷେତ୍ରରେ ଲାଭ ପ୍ରାପ୍ତ କରିବାର ଗତି ମଧ୍ୟ ଧୀର ହୋଇପାରେ। ଏହି କାରଣଋ ଆପଣଙ୍କୁ ଇଚ୍ଛାନୁଯାୟୀ ପରିଣାମ ନ ମିଳିପାରେ।

ଶୁକ୍ର ମୀନ ରାଶିରେ ବକ୍ରୀ ଗତି କରୁଥିବା ବେଳେ, ମେଷ, ବୃଷ, କନ୍ୟା ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କୁ ସକାରାତ୍ମକ ଫଳାଫଳ ମିଳିବ। ଏହି ସମୟ ମଧ୍ୟରେ ମିଥୁନ, କର୍କଟ, ସିଂହ ଏବଂ ବିଛା ରାଶିର ଲୋକମାନେ ମଧ୍ୟମ ଫଳ ପାଇବେ ବୋଲି ସୂଚନା ରହିଛି। ଏହି ରାଶିର ଲୋକଙ୍କୁ କିଛି ନକରାତ୍ମକପରିନାମ ମଧ୍ୟ ମିଳିପାରେ ଓ ଖାସ କରି ତାଙ୍କୁ ନିଜର କାର୍ଯ୍ୟରେ ବିଶେଷ ସାବଧାନ ରହିବାକୁ ହେବ।

02 ମାର୍ଚ୍ଚ , 2025 ସକାଳ ୦୫:୧୨ ରେ ଶୁକ୍ର ମୀନ ରାଶିରେ ବକ୍ରୀ କରିବେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମୀନ ରାଶିରେ ବୁଧ ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

To Read in English Click Here: Venus Retrograde in Pisces

ମୀନ ରାଶିରେ ଶୁକ୍ର ବକ୍ରୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଶୁକ୍ର ଅଟନ୍ତି ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି।

ଶୁକ୍ରଙ୍କର ମୀନ ରାଶିରେ ବକରୀ ହେବା ଯୋଗୁଁ ଆପଣଙ୍କୁ ଅଧ୍ୟାତ୍ମ ଋ ଲାଭ ହେବ। ଏହା ସହିତ ଆପଣଙ୍କୁ ବନ୍ଧୁ ଓ ସହଯୋଗ ଏବଂ ଲାଭ ପ୍ରାପ୍ତ ହେବାର ଆଶା ଅଛି।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ନିଜର ଚାକିରି ଋ ଅଧିକ ଲାଭ ପ୍ରାପ୍ତ ହେବ। ଏହି କାରଣଋ ଆପଣ ନିଜର କ୍ୟାରିଅରରେ ନିଜର ଛାପ ଛାଡ଼ିବାରେ ସକ୍ଷମ ହେବେ ଓ ନିଜର କ୍ୟାରିଅରରେ ଆଗକୁ ବଢ଼ିବେ।

ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଜର ବିଜନେସ କୁ ନେଇ ବିଦେଶରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହା ସହିତ ଆପଣ ଅଧିକ ଲାଭ କରିବେ।

ଧନ ମାମଲାରେ ଆପଣଙ୍କୁ ବିଦେଶ ଓ ଯାତ୍ରା ମାଧ୍ୟମଋ ପଇସା ରୋଜଗାର କରିବାର ସୁଯୋଗ ମିଳିପାରେ। ଅନ୍ୟ ପଟେ, ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିପାରେ।

ପ୍ରେମ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ସୁଖ-ଶାନ୍ତି ରହିବ ଓ ଆପଣଙ୍କୁ ତାଙ୍କ ସହିତ ସମୟ କାଟିବାର ସୁଯୋଗ ମିଳିବ।

ଶୁକ୍ରଙ୍କର ମୀନ ରାଶିରେ ବକରୀ ହେବା ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଆପଣଙ୍କୁ ନିଦ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଉପାୟ: ଆପଣ ପ୍ରତିଦିନ ୪୧ ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ପ୍ରଥମ ଓ ଷଷ୍ଠ ଘର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ହେବା ସମୟରେ ଆପଣଙ୍କୁ ପ୍ରଗତି ସହିତ ନିଜର ପ୍ରୟାସଋ ସନ୍ତୋଷ ମିଳିବ। ଏହା ସହିତ ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ।

କ୍ୟାରିଅର ମାମଲାରେ କାର୍ଯ୍ୟକ୍ଷେତ୍ରରେ ଲୋକ ଆପଣଙ୍କର ପ୍ରୟାସ ଉପରେ ଧ୍ୟାନ ଦେବେ ଓ ଆପଣଙ୍କୁ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ତାହା ପରେ ଆପଣଙ୍କୁ ଭଲ ପରିଣାମ ମିଳିବ।

ବିଜନେସ କ୍ଷେତ୍ରରେ ଆପଣଙ୍କୁ ହାରାହାରି ଲାଭ ମିଳିବାର ଯୋଗ ଅଛି। ଏହା ସହିତ ଆପଣଙ୍କୁ ଏହି ସମୟରେ ନିଜର ବିଜନେସ ଉପରେ ନିୟନ୍ତ୍ରଣ ରଖିବାରେ ସମସ୍ଯା ହେବ।

ବୃତ୍ତିଗତ ମାମଲାରେ ଆପଣଙ୍କୁ ଭଲ ମାତ୍ରାରେ ଧନ ପ୍ରାପ୍ତ ହେବ କିନ୍ତୁ ଆପଣ ପଇସା ସଞ୍ଚୟ କରିବାକୁ ଅସମର୍ଥ ହେବେ।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଭଲ ପାରସ୍ପରିକ ବୁଝାମଣା ରହିବା ଯୋଗୁଁ ଆପଣଙ୍କର ସମ୍ପର୍କ ଦୃଢ଼ ରହିବ।

ଏହି ସମୟରେ ନିଜର ସାହାସ ଓ ଦୃଢ଼ sଅଙ୍କଳ୍ପ ଦୃଢ଼ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।

ଉପାୟ: ଆପଣ ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ଦଶମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ହେବା ସମୟରେ ଆପଣଙ୍କୁ ନିଜର କାମ ଓ କ୍ୟାରିଅରରେ ପ୍ରଗତି କୁ ନେଇ ଚିନ୍ତା ହୋଇପାରେ। ଏହା ବ୍ୟତୀତ ଆପଣ ନିଜର ପିଲାଙ୍କର ବିକାଶକୁ ନେଇ ମଧ୍ୟ ଚାପରେ ରହି ପାରନ୍ତି।

କ୍ୟାରିଅର ମାମଲାରେ ଆପଣଙ୍କ ଉପରେ କାମର ଚାପ ବହୁତ ଅଧିକ ବଢ଼ିବ। ଏହି କାରଣ ଯୋଗୁଁ ଆପଣ ଚିନ୍ତିତ ରହି ପାରନ୍ତି ଏବଂ ଆପଣଙ୍କୁ ନିଜର ଭବିଷ୍ୟକୁ ନେଇ ଚିନ୍ତା ହୋଇପାରେ।

ବୃତ୍ତିଗତ ଜୀବନରେ ଆପଣଙ୍କୁ ଅଧିକ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କ ପାଇଁ ଏହି ଖର୍ଚ୍ଚ ସମ୍ଭାଳିବା ଟିକେ କଷ୍ଟକର ହୋଇପାରେ।

ସମ୍ପର୍କ ବିଷୟରେ କହିଲେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହି ସମସ୍ଯା ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କର କାରଣ ହୋଇପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ବହୁତ ଜୋରରେ ଥଣ୍ଡା ଓ କାଶ ହେବାର ସଙ୍କେତ ଅଛି।

ଉପାୟ: ଆପଣ ନିୟମିତ ରୂପରେ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଶୁକ୍ର ଆପଣଙ୍କର ନବମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ହେବା ଦ୍ବାରା ଆପଣଙ୍କୁ ନିଜର ଭାଗ୍ଯର ସମର୍ଥନ ମିଳିବ। ଏହି କାରଣଋ ଆପଣଙ୍କୁ ଚିନ୍ତା ହୋଇପାରେ। ସଫଳତା ପାଇବା ପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପଡ଼ିବ।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କର ନିଜର ବରିଷ୍ଠ ଅଧିକ୍କାରୀଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ। ଆପଣଙ୍କର ତାଙ୍କ ସହିତ ଯୁକ୍ତି ହେବାର ଆଶଙ୍କା ଅଛି।

ବୃତ୍ତିଗତ ସ୍ତରରେ ଆପଣଙ୍କର ଖର୍ଚ୍ଚ ବହୁତ ଅଧିକ ବଢ଼ିବ। ମୀନ ରାଶିରେ ଶୁକ୍ରଙ୍କର ବକ୍ରୀ ହେବା ଦ୍ବାରା ଆପଣ ଏହି ଖର୍ଚ୍ଚ ସମ୍ଭାଳିବାକୁ ଅସମର୍ଥ ହେବେ।

ପ୍ରେମ ଜୀବନ ବିଷୟରେ କହିଲେ, ମୀନ ରାଶିରେ ଶୁକ୍ରଙ୍କର ବକ୍ରୀ ସମୟରେ ଆପଣଙ୍କୁ ନିଜର ସମ୍ପର୍କରେ ସୁଖ-ଶାନ୍ତି ଓ ମଧୁରତା ରଖିବା ପାଇଁ ନିଜର ପାର୍ଟନର ସହିତ ତାଳମେଳ ରଖିବାକୁ ପଡ଼ିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏହି ସମୟରେ ନିଜର ପିତାଙ୍କର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି କାରଣଋ ଆପଣ ଚାପରେ ଆସିପାରନ୍ତି।

ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଦୂର୍ଗାୟ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ତୃତୀୟ ଓ ଦଶମ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଯିଏ ଏବେ ବକ୍ରୀ ହୋଇ ଆପଣଙ୍କର ଅଷ୍ଟମ ଘରେ ରହିବେ।

ମୀନ ରାଶିରେ ଶୁକ୍ରଙ୍କ ବକ୍ରୀ ସମୟରେ, ଆପଣ ଆପଣଙ୍କ ପ୍ରୟାସରେ ହଠାତ୍ ବାଧାର ସମ୍ମୁଖୀନ ହୋଇପାରନ୍ତି।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି ସମୟରେ ଆପଣ ଆପଣଙ୍କ କାମ ପ୍ରତି ଅସନ୍ତୋଷ ହେବା ହେତୁ ଚାକିରି ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିପାରିବେ।

ଆପଣଙ୍କ ଆର୍ଥିକ ଜୀବନରେ, ଟଙ୍କାର ଅଭାବ ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଅନ୍ୟପକ୍ଷରେ, ପୈତୃକ ସମ୍ପତ୍ତି ପାଇବାର ମଧ୍ୟ ସମ୍ଭାବନା ଅଛି।

ପ୍ରେମ ଜୀବନ ବିଷୟରେ କହିଲେ ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ସମୟରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଆର୍ଥିକ ମତଭେଦ ଏବଂ ଯୁକ୍ତି ହେବାର ଆଶଙ୍କା ଅଛି। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଭାବି-ଚିନ୍ତି କହିବାକୁ ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏହି ସମୟରେ ନିଜର ପିତାଙ୍କର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି କାରଣଋ ଆପଣ ଚାପରେ ମଧ୍ୟ ଆସି ପାରନ୍ତି।

ଉପାୟ: ଆପଣ ପ୍ରତିଦିନ 44 ଥର ଓଁ ମନ୍ଦାୟ ନମଃ ମନ୍ତ୍ର ଜପ କରନ୍ତୁ।

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଗ୍ରହ ଯିଏ ଏବେ ଆପଣଙ୍କର ରାଶିର ସପ୍ତମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଆପଣଙ୍କୁ ଶୁକ୍ର ମୀନ ରାଶିରେ ବକ୍ରୀ ହେବା ସମୟରେ ବନ୍ଧୁଙ୍କୁ ସହିତ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ତାଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ଯାହାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି।

କ୍ୟାରିଅର ବିଷୟରେ କହିଲେ, ଏହି ସମୟରେ ଆପଣଙ୍କ ଉପରେ କାମର ଚାପ ବହୁତ ଅଧିକ ରହିବ ଓ ଏହି କାରଣଋ କ୍ୟାରିଅର କ୍ଷେତ୍ରରେ ଆପଣଙ୍କର ହାତଋ ଭଲ ସୁଯୋଗ ଖସି ଯାଇପାରେ।

ଆପଣ ନିଜର ବନ୍ଧୁଙ୍କୁ ଅଧିକ ପଇସା ଉଧାର ଦେଇ ପାରନ୍ତି ଓ ଏହି କଥାର ମଧ୍ୟ ସମ୍ଭାବନା ଅଛି ଯେ ଉଧାର ଦେଇ ଥିବା ପଇସା ଫେରସ୍ତ ନ ମିଳିପାରେ।

ପ୍ରେମ ଜୀବନରେ, ଏହି ସମୟରେ ଆପଣଙ୍କ ସମ୍ପର୍କକୁ ଭଲ ଏବଂ ମଜବୁତ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ସହ ସମନ୍ୱୟ ରଖି କାମ କରିବାକୁ ପଡ଼ିବ। ଏଥିରୁ ଆପଣ ଭଲ ଫଳାଫଳ ପାଇପାରିବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି।

ଉପାୟ: ଆପଣ ନିୟମିତ ଭାବରେ ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ପ୍ରଥମ ଓ ଦ୍ଵାଦଶ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଯେତେବେଳେ ଶୁକ୍ର ମୀନ ରାଶିରେ ବକ୍ରୀ କରନ୍ତି, ସେତେବେଳେ ଆପଣ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ସହିତ ଅପାନଙ୍କୁ ଋଣ ନେବାକୁ ମଧ୍ୟ ପଡ଼ିପାରେ। ଅନ୍ୟ ପଟେ ଆପଣଙ୍କୁ ଲୋନ ଓ ପୈତୃକ ସମ୍ପତିଋ ମଧ୍ୟ ହଠାତ ଧନ ଲାଭ ହୋଇପାରେ।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କର ଚାକିରିରେ କୌଣସି ପରିବର୍ତ୍ତନ ଆସିବାର ସଙ୍କେତ ଅଛି କିନ୍ତୁ ହୋଇପାରେ ଯେ ଆପଣଙ୍କୁ ଏହି ପରିବର୍ତ୍ତନ ଆସିବ ନାହିଁ।

ଧନ ମାମଲାରେ ଏହି ସମୟ ଆପଣଙ୍କର ଖର୍ଚ୍ଚ ବହୁତ ବଢ଼ିପାରେ ଓ ହୋଇପାରେ ଆପଣ ଏହି ଖର୍ଚ୍ଚକୁ ସମ୍ଭାଳି ନ ପାରନ୍ତି। ଏହି ମାମଲାରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ।

ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ, ସମ୍ପର୍କରେ ଶାନ୍ତି ଏବଂ ଖୁସି ହ୍ରାସ ହୋଇପାରେ। ଏହି କାରଣରୁ, ଆପଣ ଚିନ୍ତିତ ରହିପାରନ୍ତି।

ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଯେତେବେଳେ ଶୁକ୍ର ମୀନ ରାଶିରେ ବକ୍ରୀ ଗତି କରନ୍ତି, ସେତେବେଳେ ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଥାଏ। ଏହା ଆଲର୍ଜି ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ମନ୍ତ୍ର ଜପ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି।

ଯେବେ ଶୁକ୍ରଙ୍କର ମୀନ ରାଶିରେ ବକ୍ରୀ ହେବ, ତେବେ ଆପଣଙ୍କୁ ନିଜର ସନ୍ତାନର ପ୍ରଗତି ଓ ନିଜର ଭବିଷ୍ୟକୁ ନେଇ ଚିନ୍ତା ହୋଇପାରେ। ଆପଣଙ୍କୁ ଭବିଷ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରି ଚାଲିବା ଆବଶ୍ୟକ।

କ୍ୟାରିଅର କ୍ଷେତ୍ରରେ ଚାକିରିଆ ଲୋକଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଟ୍ରାନ୍ସଫର ହୋଇପାରେ। ଆପଣଙ୍କୁ ଏହି ଜିନିଷ ପସନ୍ଦ ଆସିବ ନାହିଁ।

ଅର୍ଥ ଦୃଷ୍ଟିରୁ, ଆପଣ ବ୍ୟବସାୟ କିମ୍ବା ସେୟାର ବଜାର ସହ ଜଡ଼ିତ ଅନାବଶ୍ୟକ କାର୍ଯ୍ୟକଳାପରେ ଜଡ଼ିତ ହୋଇପାରନ୍ତି। ଏହି କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ସମ୍ପର୍କ ବିଷୟରେ କହିବାକୁ ଗଲେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଅହଂକାରକୁ ନେଇ ସମସ୍ୟା ହୋଇପାରେ। ଏହି କାରଣରୁ, ଆପଣଙ୍କ ସମ୍ପର୍କରେ ଖୁସି ହ୍ରାସ ପାଇପାରେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆପଣଙ୍କୁ ଆପଣଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଚିନ୍ତିତ ରହିପାରନ୍ତି।

ଉପାୟ: ଆପଣଙ୍କୁ 41 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ବକ୍ରୀ ହେଉଛନ୍ତି।

ମୀନ ରାଶିରେ ଶୁକ୍ରଙ୍କ ବକ୍ରୀ ଅବସ୍ଥା ଆପଣଙ୍କୁ ଚାପଗ୍ରସ୍ତ କରିପାରେ। ଏହା ବ୍ୟତୀତ, ଆପଣଙ୍କର ଆରାମ ଏବଂ ସୁବିଧାରେ ହ୍ରାସ ହେବାର ସମ୍ଭାବନା ଅଛି।

କ୍ୟାରିଅର କ୍ଷେତ୍ରରେ, ଆପଣଙ୍କ ଉପରେ ଅନାବଶ୍ୟକ କାମର ଚାପ ବଢ଼ିପାରେ ଏବଂ ଏଥି ଯୋଗୁଁ ଆପଣ ଚିନ୍ତିତ ହୋଇପାରନ୍ତି। ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ରାଗି ପାରନ୍ତି।

ଧନ ମାମଲାରେ ଆପଣଙ୍କୁ ନିଜର ପରିବାର ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି ଖର୍ଚ୍ଚ ଯୋଗୁଁ ଆପଣଙ୍କୁ ସମସ୍ଯା ହୋଇପାରେ।

ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ଅଛି। ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାର ଅଭାବ ରହିପାରେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆପଣଙ୍କୁ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ତାଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ରହିଛି।

ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଗୁରବେ ନମଃ ମନ୍ତ୍ର ଜପ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦଶମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଶୁକ୍ର ମୀନ ରାଶିରେ ବକ୍ରୀ ହେବା ଯୋଗୁଁ ଆପଣଙ୍କୁ ନିଜର ଭାଇ-ଭଉଣୀଙ୍କ ସହିତ ସମସ୍ଯା ହୋଇପାରେ। ସେ ଆପଣଙ୍କର ମାର୍ଗରେ ବାଧା ଉତ୍ପନ୍ନ କରି ପାରନ୍ତି।

କ୍ୟାରିଅର କ୍ଷେତ୍ରରେ ଚାକିରିଆ ଲୋକଙ୍କର ଟ୍ରାନ୍ସଫର ହେବାର ସଙ୍କେତ ଅଛି। ହୋଇପାରେ ଆପଣ ନିଜର କାମରେ ସନ୍ତୁଷ୍ଟ ନ ଥାଇ ପାରନ୍ତି।

ଯୋଜନାର ଅଭାବ ଏବଂ ଆର୍ଥିକ ମାମଲାରେ ଅସାବଧାନତା ହେତୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଆପଣ ଅଧିକ ଟଙ୍କା ରୋଜଗାର କରିବାର ମୂଲ୍ୟବାନ ସୁଯୋଗ ହରାଇ ପାରନ୍ତି।

ସମ୍ପର୍କ ବିଷୟରେ କହିବାକୁ ଗଲେ, ଆପଣଙ୍କ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ଖୁସିରେ ହ୍ରାସ ହୋଇପାରେ। ଏହା ଆପଣଙ୍କୁ ଚିନ୍ତାର କାରଣ ହୋଇପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ମାଆଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ତାଙ୍କୁ ଚର୍ମ ସମ୍ବନ୍ଧିତ ସମସ୍ଯା ହେବାର ସଙ୍କେତ ଅଛି।

ଉପାୟ: ଆପଣଙ୍କୁ ଶନିବାର ଦିନ ଗରିବ ଲୋକଙ୍କୁ ଦାନ କରିବା ଉଚିତ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶିର ଚତୁର୍ଥ ଓ ନବମ ଘର ସ୍ବାମୀ ଶୁକ୍ର ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ମୀନ ରାଶିରେ ଶୁକ୍ରଙ୍କ ବକ୍ରୀ ସମୟରେ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କୁ ଏକ ବ୍ୟବସ୍ଥିତ ଉପାୟରେ ନିଜର ଜୀବନ ପାଇଁ ଯୋଜନା କରିବାକୁ ପଡ଼ିବ।

କ୍ୟାରିଅର କ୍ଷେତ୍ରରେ ଆପଣ ଓ ଆପଣଙ୍କର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇପାରେ। ଏହାକୁ ନେଇ ଆପଣ ଚିନ୍ତାରେ ଆସିପାରନ୍ତି।

ଆର୍ଥିକ ସ୍ଥିତି ଦୃଷ୍ଟିରୁ, ଏହି ସମୟ ମଧ୍ୟରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଏହି କାରଣରୁ ଆପଣ ଅସନ୍ତୁଷ୍ଟ ଅନୁଭବ କରିପାରନ୍ତି।

ପ୍ରେମ ଜୀବନ ଦୃଷ୍ଟିରୁ, ଆପଣ ଏବଂ ଆପଣଙ୍କ ସାଥୀଙ୍କ ସମ୍ପର୍କରେ ଶାନ୍ତି ଏବଂ ଖୁସି ହ୍ରାସ ପାଇପାରେ। ଏହି କାରଣରୁ ଆପଣ ଚିନ୍ତିତ ଅନୁଭବ କରିବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଆପଣଙ୍କୁ ନିଜର ମାଙ୍କର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଆପଣ ତାଙ୍କ ପାଇଁ ଚିନ୍ତିତ ରହି ପାରନ୍ତି।

ଉପାୟ: ମଙ୍ଗଳବାର ଦିନ ଭଗବାନ ଗଣେଶଙ୍କ ପାଇଁ ଯଜ୍ଞ କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଦେବ ଓ ଏବେ ସେ ଆପଣଙ୍କର ପ୍ରଥମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।

ଶୁକ୍ର ମୀନ ରାଶିରେ ବକ୍ରୀ କରୁଥିବା ସମୟରେ, ଆପଣ ହଠାତ୍ କିଛି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି କାରଣରୁ ଆପଣ ଅସନ୍ତୁଷ୍ଟ ରହିପାରନ୍ତି। ଆପଣ ତୁମର ଭବିଷ୍ୟତ ବିଷୟରେ ଚିନ୍ତିତ ହୋଇପାର।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କର ଚାକିରିରେ ହଠାତ ପରିବର୍ତ୍ତନ ଆସିପାରେ ଯାହା ଆପଣ ପସନ୍ଦ କରିବେ ନାହିଁ। ଆଓନ ଚାକିରି ବଦଳାଇବା ପାଇଁ ବାଧ୍ୟ ହେବେ।

ଆର୍ଥିକ ମାମଲାରେ, ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ପାଇଁ ଅନାବଶ୍ୟକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଚିନ୍ତିତ ରହିପାରନ୍ତି ଏବଂ ଆପଣଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଆପଣଙ୍କର ଟଙ୍କା ବ୍ୟବହାର କରିପାରିବେ ନାହିଁ।

ପ୍ରେମ ଜୀବନ ବିଷୟରେ କହିଲେ ଏହି ସମୟରେ ଆପଣ ଓ ଅପଣକ୍ଣର ଜୀବନସାଥୀ ମଧ୍ୟରେ ସୁଖ ଓ ସନ୍ତୋଷରେ ଅଭାବ ଦେଖାଦେଇ ପାରେ। ଏହାକୁ ନେଇ ଆପଣ ଚିନ୍ତିତ ରହିବେ।

ଆପଣଙ୍କୁ ଗଳା ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଏହା ଦୁର୍ବଳ ରୋଗ ପ୍ରତିରୋଧଳ ଶକ୍ତି ଯୋଗୁଁ ହୋଇପାରେ।

ଉପାୟ: ଆପଣ ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଶୁକ୍ର ମୀନ ରାଶିରେ ବକ୍ରୀ ହେବା ସମୟରେ କ’ଣ ହୁଏ?

ଏହି ସମୟରେ କିଛି ସମୟ ପାଇଁ ଶୁକ୍ରଙ୍କର ପ୍ରଭାବ ହ୍ରାସ ହୋଇଯାଏ।

2. ଶୁକ୍ରଙ୍କର ବକ୍ରୀ ହେବା ଦ୍ବାରା କେଉଁ ରାଶିର ଲୋକଙ୍କୁ ଲାଭ ହେବ?

ମେଷ, ବୃଷ, କନ୍ୟା ଓ ଧନୁ ରାଶିର ଲୋକଙ୍କୁ ଲାଭ ହେବାର ଆଶା ଅଛି।

3. ବକ୍ରୀ ଶୁକ୍ରଙ୍କର ଅଶୁଭ ପ୍ରଭାବକୁ କେଉଁ ପ୍ରକାର କମ କରା ଯାଇ ପାରିବ?

ଶୁକ୍ରଙ୍କର ବକ୍ରୀ ହେବା ସମୟରେ ବିଶେଷ ମନ୍ତ୍ର ଜପ କରନ୍ତୁ ଏବଂ ପ୍ରତିକାର କରନ୍ତୁ।

Call NowTalk to Astrologer Chat NowChat with Astrologer