ଶୁକ୍ର ମୀନ ରାଶିରେ ଅସ୍ତ

Author: Monica Rajguru | Updated Wed, 12 Mar 2025 03:26 PM IST

ଶୁକ୍ର ସ୍ତ୍ରୀ ତତ୍ଵର ଗ୍ରହ ଓ ବୈଦିକ ଜ୍ଯୋତିଷ ଅନୁସାରେ ତାଙ୍କୁ ସୌନ୍ଦର୍ଜ୍ୟର କାରକ କୁହାଯାଇଛି। ଏବେ 18 ମାର୍ଚ୍ଚ 2025 ସକାଳ 07:34 ରେ ଶୁକ୍ର ମୀନ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି।

ଶୁକ୍ର ମୀନ ରାଶିରେ ଅସ୍ତ 18 ମାର୍ଚ୍ଚ 2025 ରେ ହେବାକୁ ଯାଉଛନ୍ତି।

ଏହି ଲେଖାରେ କୁହାଯାଇଛି ଯେ ମୀନ ରାଶିରେ ଶୁକ୍ର ଅସ୍ତ ହେବା ଯୋଗୁଁ ସମସ୍ତ 12 ଟି ରାଶି ଉପରେ କିପରି ପ୍ରଭାବ ପଡ଼ିବ ଓ ଏହି ସମୟରେ ଶୁକ୍ରଙ୍କର ନକରାତ୍ମକ ପ୍ରଭାବକୁ କମ କରିବା ପାଇଁ କ’ଣ ଜ୍ୟୋତିଶୀୟ ଉପାୟ କରାଯାଇ ପାରିବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମୀନ ରାଶିରେ ଶୁକ୍ର ଅସ୍ତ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ବୈଦିକ ଜ୍ଯୋତିଷରେ ଶୁକ୍ର ଗ୍ରହ

ଯଦିକୁଣ୍ଡଳୀରେ ଶୁକ୍ର ଗ୍ରହ ଦୃଢ଼ ଅଛନ୍ତି ତେବେ ବ୍ୟକ୍ତିକୁ ନିଜର ଜୀବନରେ ସନ୍ତୋଷ, ଉତ୍ତମ ସ୍ବାସ୍ଥ୍ୟ ଓ ଦୃଢ଼ ବୁଦ୍ଧି ମିଳିପାରେ। ଦୃଢ଼ ଶୁକ୍ର ଲୋକଙ୍କୁ ଖୁସି ଓ ଆନନ୍ଦ ପ୍ରାପ୍ତ କରିବାରେ ଉଚ୍ଚ ସଫଳତା ସହିତ ସକାରାତ୍ମକ ପରିଣାମ ପ୍ରଦାନ କରିବ।

हिंदी में पढ़ने के लिए यहां क्लिक करें: मीन राशि में शुक्र अस्त

ଅନ୍ୟ ପଟେ, ଯଦି ଶୁକ୍ର କୌଣସି ଅଶୁଭ ଗ୍ରହ ଯେପରି କେତୁ ଓ ମଙ୍ଗଳଙ୍କ ସହିତ ବସିଥାନ୍ତି ତେବେ ଲୋକଙ୍କୁ ସଂଘର୍ଷ ଓ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ମଙ୍ଗଳ ଙ୍କ ସହିତ ଶୁକ୍ର ରହିବା ଦ୍ବାରା ଲୋକ ଅବେଗଶୀଳ ଓ ଆକ୍ରାମକ ହୋଇ ପାରନ୍ତି। ଶୁକ୍ର ରାହୁ-କେତୁଙ୍କ ପରି ଅଶୁଭ ଗ୍ରହଙ୍କ ସହିତ ରହିବା ଯୋଗୁଁ ବ୍ୟକ୍ତିକୁ ଚର୍ମ ସମ୍ବନ୍ଧିତ ସମସ୍ଯା, ନୀଦରେ ଅଭାବ ଓ ଦରଜ ପରି ସମସ୍ଯା ହୋଇପାରେ।

ଯଦି ଶୁକ୍ର କୌଣସି ଶୁଭ ଗ୍ରହ ଯେପରି ବୃହସ୍ପତିଙ୍କ ସହିତ ରୁହନ୍ତି ତେବେ ଲୋକଙ୍କୁ ନିଜର ବ୍ୟବସାୟ, ଟ୍ରେଡ, ଅଧିକ ଧନ ରୋଜଗାର କରିବାର କ୍ଷମତାକୁ ବଢ଼ାଇବା ମାମଲାରେ ଅଧିକ ସକାରାତ୍ମକ ପରିଣାମ ମିଳିପାରେ।

Click Here To Read in English: Venus Combust in Pisces

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ

ମୀନ ରାଶିରେ ଶୁକ୍ର ଅସ୍ତ: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଏହି ସମୟରେ ଆପଣଙ୍କୁ ନିଜର ପରିବାରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହା ସହିତ ଆପଣଙ୍କୁ ଧନ ହାନି ହେବାର ସଙ୍କେତ ଅଛି। ଆପଣ ଋଣରେ ଦବି ହୋଇଯିବେ।

ଶୁକ୍ର ମୀନ ରାଶିରେ ଅସ୍ତ ହେବା ସମୟରେ କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟରେ ଅଧିକ ସଫଳତା ପ୍ରାପ୍ତ କରିବା ପାଇଁ ହାରାହାରି ସୁଯୋଗ ମିଳିବାର ଆଶା ଅଛି।

ଯେଉଁ ଲୋକ ପାର୍ଟନର୍ଶିପରେ ବ୍ୟବସାୟ କରୁଛନ୍ତି, ତାଙ୍କୁ କିଛି ସମସ୍ଯା ଦେଖିବାକୁ ପଡ଼ିପାରେ। ଆପଣଙ୍କର ଲାଭରେ ହ୍ରାସ ଆସିପାରେ ଓ ଏହା ଆପଣଙ୍କର ଆଶା ବିରୁଦ୍ଧରେ ଯାଇପାରେ।

ଧନ ମାମଲାରେ ଆପଣଙ୍କୁ ନିଜର ପରିବାର ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ ଓ କେବେ କେବେ ଆପଣଙ୍କର ଖର୍ଚ୍ଚ ଅଧିକ ବଢ଼ି ପାରେ।

ପ୍ରେମ ଜୀବନ ବିଷୟରେ କହିଲେ, ଆପଣଙ୍କର ପରିବାର ସଦସ୍ୟଙ୍କ ମଧ୍ୟରେ ଯୁକ୍ତି ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ସୁଖ ଶାନ୍ତି ଭଙ୍ଗ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ହଜମ ଜନିତ ସମସ୍ଯା ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ଶୁକ୍ର ବୃଷ ରାଶିର ପ୍ରଥମ ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ରହିବେ। ଏହି ସମୟରେ ଆପଣଙ୍କୁ ନିଜର ସନ୍ତାନର ପ୍ରଗତିକୁ ନେଇ ବହୁତ ଚିନ୍ତା ରହିବ। କ୍ୟାରିଅର ବିଷୟରେ କହିଲେ, କାମରେ ଆପଣଙ୍କର କୌଶଳର ଠିକ ଉପଯୋଗ ନ ହେବା ଯୋଗୁଁ ଆପଣଙ୍କୁ ଚିନ୍ତା ହୋଇପାରେ।

ବ୍ୟବସାୟ କ୍ଷେତ୍ରରେ ଅବହେଳା କରିବା ଯୋଗୁଁ ଆପଣଙ୍କର ଲାଭ ହ୍ରାସ ପାଇପାରେ। ଧନ ମାମଲାରେ ଭାଗ୍ଯର ସମର୍ଥନ ନ ମିଳିବ ଯୋଗୁଁ ଆପଣଙ୍କୁ ଧନ ହାନି ହେବାର ଆଶଙ୍କା ଅଛି ଓ ଶୁକ୍ର ମୀନ ରାଶିରେ ଅସତ ହେବା ଯୋଗୁଁ ଆପଣଙ୍କର ମାର୍ଗରେ ବାଧା ଆସିପାରେ।

ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ କଥାବାର୍ତ୍ତା କମ ହେବା ଯୋଗୁଁ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିପାରେ। ଏହି କାରଣରୁ ଆପଣ ଖୁସି ରହିବେ ନାହିଁ। ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ନିଜର ସନ୍ତାନର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ: ବୃହସ୍ପତିବାର ଦିନ ବୃହସ୍ପତିଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ପଞ୍ଚମ ଓ ଦ୍ୱାଦଶ ଘରର ସ୍ୱାମୀ ଶୁକ୍ର ଅଟନ୍ତି ଓ ଏବେ ଅସ୍ତ ହୋଇ ଆପଣଙ୍କର ଦଶମ ଘରେ ରହିବେ। ଶୁକ୍ର ମୀନ ରାଶିରେ ଅସ୍ତ ସମୟରେ ଆପଣଙ୍କୁ ପରିବାରରେ ସମସ୍ୟା ଦେଖିବାକୁ ପଡ଼ିପାରେ। ଏହା ସହିତ ଆପଣଙ୍କୁ ହଠାତ ଘର ପରିବର୍ତ୍ତନ କରିବାକୁ ପଡ଼ିପାରେ।

କ୍ୟାରିଅର କ୍ଷେତ୍ରର ଚାକିରୀ କରିଥିବା ଲୋକଙ୍କର ଟ୍ରାନ୍ସଫର ହେବାର ସମ୍ଭାବନା ଅଛି। ହୋଇପାରେ ଆପଣ ଏହି ଚାକିରୀରେ ସନ୍ତୁଷ୍ଟ ନାହାନ୍ତି।

ବୃତ୍ତିଗତ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରି ନ ଚାଲିବା ଓ ଅବହେଳା କରିବା ଯୋଗୁଁ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କର ହାତରୁ ଅଧିକ ଧନ ରୋଜଗାର କରିବାର ସୁଯୋଗ ଖସିଯାଇ ପାରେ।

ପ୍ରେମ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀର ସମ୍ପର୍କରେ ତିକ୍ତତା ଆସିପାରେ ଓ ଏହି କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

ସ୍ୱାସ୍ଥ୍ୟ ବିଷୟରେ କହିଲେ ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କୁ ନିଜର ମା'ଙ୍କ ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ତାଙ୍କୁ ଚର୍ମ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଉପାୟ: ଆପଣ ମଙ୍ଗଳାବର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ନବମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଏହି ସମୟରେ ଆପଣଙ୍କୁ ନିଜର ଭାଗ୍ୟର ସାଥ ମିଳିବ ନାହିଁ । ଶୁକ୍ର ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବାରେ ଡେରି ହେବ। ସଫଳତା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଅତ୍ୟଧିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କ ଉପରେ ଚାପ ବଢ଼ିପାରେ ଯାହା ଫଳରେ ଆପଣଙ୍କୁ ଚିନ୍ତା ହୋଇପାରେ। ବ୍ୟବସାୟ ସ୍ତରରେ ଏହି ସମୟରେ ଆପଣଙ୍କୁ ହାରାହାରି ଲାଭ ମିଳିବ। ଆପଣଙ୍କୁ ନିଜର ବିରୋଧୀଙ୍କ ଠାରୁ କଡ଼ା ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ବିଶ୍ବାସର ଅଭାବ ଯୋଗୁଁ ବିବାଦ ବଢ଼ିପାରେ। ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ନିଜର ପିତାଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଫଳରେ ଆପଣ ଚିନ୍ତିତ ରହିବେ।

ଉପାୟ: ଆପଣ ନିୟମିତ ରୂପରେ 11 ଥର ଓଁ ଚନ୍ଦ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ତୃତୀୟ ଓ ଦଶମ ଘରର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି ଓ ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଏହି ସମୟରେ ଆପଣଙ୍କର ସାହାସ ଓ ଦୃଢ଼ ସଂକଳ୍ପରେ୩ ହ୍ରାସ ହୋଇପାରେ। ଏହା ଆପଣଙ୍କର ବିକାଶ ଓ ପ୍ରଗତି ପାଇଁ ଭଲ ହେବ ନାହିଁ।

କ୍ୟାରିଅର କ୍ଷେତ୍ରରେ ଚାକିରି କରିଥିବା ଲୋକଙ୍କର ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଏହି ପରିବର୍ତ୍ତନ ପସନ୍ଦ ଆସିବ ନାହିଁ।

ବ୍ୟବସାୟ ସ୍ତରରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଠାରୁ ଅଧିକ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ। ଏହି କାରଣରୁ ଶୁକ୍ରଙ୍କର ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କର ଅଧିକ ଲାଭ କରିବାର ସମ୍ଭାବନା କମ ରହିବ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ବିଶ୍ବାସ କମ ରହିବା ଯୋଗୁଁ ସମ୍ପର୍କ ଦୁର୍ବଳ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ହଜମ ଜନିତ ସମସ୍ଯା ହେବାର ସଙ୍କେତ ଅଛି। ଏହି କାରଣରୁ ପେଟ ଖରାପ ହୋଇପାରେ।

ଉପାୟ: ଆପଣ ନିୟମିତ ରୂପରେ 11 ଥର ଓଁ ଭାସ୍କରାୟ ନମଃ ମନ୍ତ୍ର ଜପ କରନ୍ତୁ।

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଶୁକ୍ର ଦେବ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ମୀନ ରାଶିରେ ଶୁକ୍ର ଅସ୍ତ ହେବା ସମୟରେ ଆପଣଙ୍କୁ ପଇସାର ଚିନ୍ତା ହେବ ନାହିଁ। ହୋଇପାରେ ଆପଣଙ୍କର ସଞ୍ଚାର ପ୍ରଭାବଶାଳୀ ନ ହୋଇପାରେ ଓ ଏହି କାରଣରୁ ଆପଣଙ୍କର ମନରେ ଅସୁରକ୍ଷା ଭାବନା ସୃଷ୍ଟି ହୋଇପାରେ।

କ୍ୟାରିଅର କ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ। ଏହି ସମୟରେ କାମକୁ ନେଇ ଆପଣଙ୍କର ଆତ୍ମବିଶ୍ବାସ ହ୍ରାସ ହୋଇପାରେ।

ବ୍ୟବସାୟ କ୍ଷେତ୍ରରେ ହୋଇପାରେ ଆପଣଙ୍କୁ ଭାଗ୍ୟର ସାଥ ନ ମିଳିପାରେ ଓ ଏହି କାରଣରୁ ଆପଣଙ୍କର ଉଚ୍ଚ ଲାଭ କରିବାର ସମ୍ଭାବନା କମ ରହିବ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭଲ ଭାବରେ କଥାବାର୍ତ୍ତା ନ ହେବା ଯୋଗୁଁ ଆପଣ ନିଜର ଜୀବନସାଥୀ ସହିତ ସମ୍ବନ୍ଧ ରଖିବାରେ ଅସମର୍ଥ ହୋଇପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ନିଜର ବନ୍ଧୁର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ।

ଉପାୟ: ଆପଣ ନିୟମିତ ରୂପରେ 11 ଥର ଓଁ ନମୋ ଭାଗବତେ ବସୁଦେବାୟ ଜପ କରନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ପ୍ରଥମ ଇ ଅଷ୍ଟମ ଘରର ସ୍ବାମୀ ଶୁକ୍ର ଦେବ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଶୁକ୍ର ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବ ଓ ଏଥିପାଇଁ ଆପଣଙ୍କୁ ଲୋନ ନେବାକୁ ପଡ଼ିପାରେ ଯାହା ଫଳରେ ଆପଣ ଋଣରେ ବୁଡ଼ି ରହିବେ। କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ନିଜର କଠିନ ପରିଶ୍ରମ ପାଇଁ ହଠାତ ଲାଭ ମିଳିପାରେ। କିନ୍ତୁ କେବେ କେବେ ଆପଣଙ୍କୁ ଚିନ୍ତା ମଧ୍ୟ ହୋଇପାରେ।

ବ୍ୟବସାୟ ସ୍ତରରେ ବିଜନେସରେ ଅବହେଳା କରିବା ଯୋଗୁଁ ଆପଣଙ୍କ ହାତରୁ ଲାଭ ଖସିଯାଇ ପାରେ। ଆପଣଙ୍କ ଭିତରେ ନେତୃତ୍ବ କରିବାର କ୍ଷମତା କମ ହେବା ଯୋଗୁଁ ଏପରି ହୋଇପାରେ। ଶୁକ୍ରଙ୍କର ମୀନ ରାଶିରେ ଅସ୍ତ ସମୟରେ ପାରସ୍ପରିକ ବୁଝାମଣା କମ ହେବା ଯୋଗୁଁ ଆପଣ ଓ ଆପଣଙ୍କର ଜୀବନସାଥୀର ସମ୍ପର୍କରେ ତିକ୍ତତା ଆସିପାରେ।

ସ୍ବାସ୍ଥ୍ୟ ମାମଲାରେ ଏହି ସମୟରେ ଆପଣଙ୍କୁ ଫ୍ଲୁ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଏପରି ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଏପରି ହୋଇପାରେ।

ଉପାୟ: ଆପଣ ପ୍ରତିଦିନ ଲଳିତା ସହସ୍ରନାମ ପାଠ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଶୁକ୍ରଙ୍କର ମୀନ ରାଶିରେ ଅସ୍ତ ହେବା ଯୋଗୁଁ ଆପଣଙ୍କୁ ଅତ୍ୟାଧିକ ଚାପ ହୋଇପାରେ। ଆପଣଙ୍କର ମନ ଅସୁରକ୍ଷ ଭାବନାରେ ଭାରି ରହିପାରେ ଓ ଆପଣଙ୍କୁ ନିଜର ସନ୍ତାନଙ୍କର ପ୍ରଗତି ଏବଂ ବିକାଶ କୁ ନେଇ ଚିନ୍ତା ହୋଇପାରେ।

କ୍ୟାରିଅର ବିଷୟରେ କହିଲେ, ହୋଇପାରେ ଏହି ସମୟରେ ଆପଣଙ୍କୁ ନିଜର କଠିନ ପରିଶ୍ରମ ପାଇଁ ପ୍ରଶଂସା ନ ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହି କାରଣରୁ ଅଧିକ ଲାଭ ନ ହେବାର ସମ୍ଭାବନା ଅଛି।

ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ଜୀବନସାଥୀ ସହିତ କଥା ହେବାରେ ଅସହଜ ଅନୁଭବ ହୋଇପାରେ ଓ ଏହି କାରଣରୁ ଆପଣ ଖୁସି ନ ରହି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ଶୁକ୍ରଙ୍କର ମୀନ ରାଶିରେ ଅସ୍ତ ହେବା ସମୟରେ ସୁଗାର ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କୁ ଫିଟ ରହିବା ପାଇଁ ଉପଚାର କରିବାର ଆବଶ୍ୟକତା ଅଛି।

ଉପାୟ: ଆପଣ ନିୟମିତ ଭାବରେ ହନୁମାନ ଚାଳିସା ପାଠ କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଶୁକ୍ର ମୀନ ରାଶିର ଅସ୍ତ ହେବା ସମୟରେ ଆପଣଙ୍କୁ ନିଜର ପରିବାରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ସୁଖ-ସୁବିଧାରେ ହ୍ରାସ ହୋଇପାରେ ଓ ଅପନଙ୍କର ଋଣ ବଢ଼ିପାରେ। ଆପଣଙ୍କ ପାଇଁ ସ୍ଥାନ ପରିବର୍ତ୍ତନର ଯୋଗ ମଧ୍ୟ ସୃଷ୍ଟି ହେଉଛି।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ଅନେକ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କ ଉପରେ କାମର ଚାପ ପଡ଼ିବ। ବିଜନେସ ବିଷୟରେ କହିଲେ ଶୁକ୍ରଙ୍କର ମୀନ ରାଶିରେ ଅସ୍ତ ସମୟରେ ଆପଣଙ୍କୁ ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ। ଏହା ଦ୍ବାରା ଆପଣଙ୍କର ଲାଭ ହ୍ରାସ ପାଇବ।

ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କ ପାର୍ଟନର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ହେବାର ସଙ୍କେତ ଅଛି। ଏହି କାରଣରୁ ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତି ହୋଇପାରେ। ସ୍ବାସ୍ଥ୍ୟ ସ୍ତରରେ ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କୁ ଚିନ୍ତା ହେବ।

ଉପାୟ: ଆପଣ ବୃହସ୍ପତିବାର ଦିନ ଗରିବ ବ୍ରାହ୍ମଣଙ୍କୁ ଅନ୍ନ ଦାନ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ପଞ୍ଚମ ଓ ଦଶମ ଘରର ସ୍ବାମୀ ଶୁକ୍ର ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଶୁକ୍ର ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କୁ ଦୈନିକ କାର୍ଯ୍ୟରେ ସମସ୍ଯାର ଅନୁଭବ ହୋଇପାରେ ଓ ଏହି କାରଣରୁ ଆପଣ ପଛରେ ରହି ଯାଇ ପାରନ୍ତି।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ନିଜର କାର୍ଯ୍ୟ ସମ୍ବନ୍ଧିତ ଯାତ୍ରାରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ସେଥିପାଇଁ ଆପଣଙ୍କୁ ଏହି ଅନୁସାରେ ଯୋଜନା ପ୍ରସ୍ତୁତ କରି ଚାଳିବାର ଆବଶ୍ୟକତା ଅଛି।

ଶୁକ୍ରଙ୍କର ଅସ୍ତ ସମୟରେ ବ୍ୟବସାୟୀଙ୍କୁ ଅଧିକ ଲାଭ ନ ମିଳିବାର ସଙ୍କେତ ଅଛି। ଏହି କାରଣରୁ ଆପଣ ପଛେଇ ଯାଇ ପାରନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ବିବାଦ ହୋଇପାରେ ଓ ଏହି କାରଣରୁ ଆପଣଙ୍କର ସମ୍ପର୍କରେ ପ୍ରେମ ହ୍ରାସ ହୋଇପାରେ। ସ୍ବାସ୍ଥ୍ୟ ମାମଲାରେ ଏହି ସମୟରେ ସୁଗାର ସମସ୍ଯା ହେବାର ଅଶଙ୍କା ଅଛି ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ କୁହାଯାଇଛି।

ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ବୃହସ୍ପତୟେ ନମଃ ଜପ କରନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶିର ଚତୁର୍ଥ ଓ ନବମ ଘରର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି ଓ ଏବେ ମୀନ ରାଶିରେ ଶୁକ୍ର ଅସ୍ତ ହେବା ସମୟରେ ଆପଣଙ୍କର ଦ୍ଵିତୀୟ ଘରେ ରହିବେ।

ଏହି ସମୟରେ ଆପଣଙ୍କୁ ପଇସା ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଆପଣଙ୍କୁ ପାରିବାରିକ ସମସ୍ଯା ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହର ଅଭାବ ସାମ୍ନା କରିବାକୁ ପଡ଼ିପାରେ। କ୍ୟାରିଅର କ୍ଷେତ୍ରରେ ଆପଣଙ୍କ ଉପରେ ବୋଝ ବଢ଼ିପାରେ। ଏହା ସହିତ ଆପଣଙ୍କୁ ନିଜର ସହକର୍ମୀଙ୍କ ଯୋଗୁଁ ସମସ୍ଯା ଦେଖିବାକୁ ପଡ଼ିପାରେ ଯାହା ଫଳରେ ଆପଣ ଦୁଃଖ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଏହି ସମୟରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଆଡ଼ୁ ଅଧିକ ସମସ୍ଯା ଦେଖିବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଅଧିଳ ଲାଭ କରି ପାରିବେ ନାହିଁ।

ବ୍ୟକ୍ତିଗତ ଜୀବନରେ ଆପଣଙ୍କର ପାର୍ଟନର ଦୃଷ୍ଟିରେ ଆପଣଙ୍କର ଛବି ଦୁର୍ବଳ ହେବା ଯୋଗୁଁ ଆପଣଙ୍କର ସମ୍ପର୍କରେ ସମସ୍ଯା ଆସିପାରେ ଓ ଆପଣ ସମ୍ପର୍କରେ ଫସି ରହିଥିବା ଅନୁଭବ କରିବେ। ସ୍ବାସ୍ଥ୍ୟ ସ୍ତରରେ ଆପଣଙ୍କୁ ଆଖିରେ ଜଳା, ଦାନ୍ତ ଦରଜ ଓ କୌଣଶୀ ପ୍ରକାରର ଏଲାର୍ଜି ହେବାର ଆଶଙ୍କା ଅଛି।

ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଶିବାୟ ନମଃ ମନ୍ତ୍ର ଜପ କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଏହି ରାଶିର ପ୍ରଥମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଆପଣ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଆଳସ୍ୟ ଅନୁଭବ କରିବେ ଏବଂ ଏହା ଆପଣଙ୍କ ପ୍ରଗତିକୁ ଧୀର କରିପାରେ। ଏହି କାରଣରୁ, ଆପଣ ନିଜକୁ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯାଇଥିବା ଅନୁଭବ କରିପାରନ୍ତି।

କ୍ୟାରିଅର କ୍ଷେତ୍ରରେ, ଶୁକ୍ର ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କ ଉପରେ କାମର ଚାପ ବଢ଼ିପାରେ, ତେଣୁ ଏହି ସମୟରେ ଆପଣଙ୍କୁ ଆପଣଙ୍କ କାମକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସତର୍କ ରହିବାକୁ ପଡ଼ିବ। ବ୍ୟବସାୟ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କ ହାତରୁ ଅଧିକ ଲାଭ ଖସି ଯାଇପାରେ ଓ ଏହାର କାରଣ ପ୍ରତିଦ୍ଵନ୍ଦୀଙ୍କ ଠାରୁ ମିଳୁଥିବା କଠିନ ପ୍ରତିସ୍ପର୍ଦ୍ଧା ହୋଇପାରେ।

ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ବିବାଦର ସମ୍ଭାବନା ଅଛି। ଏହି କାରଣରୁ, ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣ ଆପଣଙ୍କ ଗୋଡ଼ ଏବଂ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏପରି ସମସ୍ୟା ହୋଇପାରେ।

ଉପାୟ: ଆପଣ ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୀନ ରାଶିରେ ଶୁକ୍ର ଅସ୍ତ ହେବାର ଅର୍ଥ କ’ଣ?

ଏହାର ଅର୍ଥ ଏହା ଯେ ସୂର୍ଯ୍ୟଙ୍କର ପାଖାପାଖି ହେବା ଯୋଗୁଁ ଶୁକ୍ର ନିଜର ଶକ୍ତି ହରାଇ ଦିଅନ୍ତି।

2. ଶୁକ୍ର ଅସ୍ତ ସମ୍ବନ୍ଧ ଉପରେ କ’ଣ ପ୍ରଭାବ ପକାଇ ପାରେ?

ଏହି କାରଣରୁ ଭୁଲ ବୁଝାମଣା ଓ ଭାବନାତ୍ମକ ଦୂରତା ବଢ଼ିପାରେ।

3. ଶୁକ୍ରଙ୍କର ନକରାତ୍ମକ ପ୍ରଭାବକୁ କମ କରିବା ପାଇଁ କ’ଣ ଉପାୟ ଅଛି?

ନିୟମିତ ରୂପରେ ମନ୍ତ୍ର ଜପ କରନ୍ତୁ ଓ ଯଜ୍ଞ କରନ୍ତୁ।

Call NowTalk to Astrologer Chat NowChat with Astrologer