ଆଷ୍ଟ୍ରୋସେଜ ଏଆଇର ଏହା ସବୁବେଲେ ଚେଷ୍ଟା ରହିଛି ଯେ ଜ୍ଯୋତିଷ ଦୁନିଆ ରେ ହେଉଥିବା ଯେ କୌଣସି ଘଟଣାର ଅପଡେଟ୍ ନିଜର ପାଠକଙ୍କ ପାଖରେ ପହଞ୍ଚାଇବ। ଏହି ଥର ଆମେ ଆପଣଙ୍କ ପାଇଁ ଆଣି ଆସିଛିମଙ୍ଗଳ ମିଥୁନ ରାଶିରେ ମାର୍ଗୀ ହେବା ସମ୍ବନ୍ଧିତ ଏହି ବିଶେଷ ଲେଖା। ଏହି ଲେଖାରେ 24 ଫେବ୍ରୁୟାରୀ 2025 ସକାଳ 05:17 ରେ ମଙ୍ଗଳଙ୍କର ମିଥୁନ ରାଶିରେ ମାର୍ଗୀ ହେବାର ସମ୍ପୂର୍ଣ ସୂଚନା ମିଳିବ। ସାଙ୍ଗରେ ଆପଣ ଜାଣିପାରିବେ ଯେ ଏହି ମାର୍ଗୀର ରାଶି ଉପରେ କିପରି ପ୍ରଭାବ ପଡ଼ିବ, ଦେଶ ବିଦେଶ ଉପରେ କି ପ୍ରଭାବ ପଡ଼ିବ ଓ ସ୍ଟକ ମାର୍କେଟର ଅବସ୍ଥା କ;ଣ ରହିବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୈଦିକ ଜ୍ଯୋତିଷ ଅନୁସାରେମିଥୁନରାଶିରେ ମଙ୍ଗଳଙ୍କର ଉପସ୍ଥିତି ଲୋକଙ୍କର ଊର୍ଜା, ପ୍ରେରଣା ଓ କରି କରିବାର ଉପାୟକୁ ପ୍ରଭାବିତ କରେ। ଯେବେ କ୍ରିୟା, ଆକ୍ରାମକତା ଓ ଇଚ୍ଛାର କାରକ ମଙ୍ଗଳ ଗ୍ରହ ବାୟୁ ତତ୍ଵର ରାଶି ମିଥୁନରେ ପ୍ରବେଶ କରନ୍ତି, ତେବେ ଲୋକ ମାନସିକ ରୂପରେ ପ୍ରେରିତ, ଜିଜ୍ଞାସୁ ଓ ପ୍ରତିଭାଶାଳୀ ହୁଅନ୍ତି।
ବୁଦ୍ଧିମାନ ହୋଇଥାଆନ୍ତି: ଯଦିମଙ୍ଗଳମିଥୁନ ରାଶିରେ ରୁହନ୍ତି, ତେବେ ବ୍ୟକ୍ତିଙ୍କ ମନ ତୀକ୍ଷ୍ଣ ହୋଇଥାଏ। ସେମାନେ ନିଜ କାମରେ ବହୁତ ବୁଦ୍ଧି ପ୍ରୟୋଗ କରନ୍ତି ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ସେ ନିଜର କାମ ଓ ଚୈଲେଂଜର ସାମ୍ନା କରିବାରେ ଅତ୍ୟଧିକ ମୁଣ୍ଡ ଲଗାନ୍ତି। ସେମାନେ ଶାରୀରିକ କାମ କରିବା ଅପେକ୍ଷା ନିଜ ମସ୍ତିଷ୍କ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ସେମାନେ ବହୁତ ଶୀଘ୍ର ବିରକ୍ତ ହୋଇଯାଆନ୍ତି, ତେଣୁ ଯଦି କିଛି ସେମାନଙ୍କୁ ଆଗ୍ରହୀ କରେ ନାହିଁ, ତେବେ ସେମାନେ ସେମାନଙ୍କର ଦିଗ ପରିବର୍ତ୍ତନ କରିବାରେ ବିଳମ୍ବ କରନ୍ତି ନାହିଁ।
କହିବାରେ ପାରଙ୍ଗମ: ମଙ୍ଗଳଙ୍କର ମିଥୁ ରାଶିରେ ରହିବା ଯୋଗୁଁ ବ୍ୟକ୍ତି କଥାବର୍ତ କରିବାରେ ନିପୁଣ ହୋଇଥାଏ,’ସେ ଯୁକ୍ତି ଓ ବାଦ-ବିବାଦ କରିବା ବ୍ୟତୀତ ଏପରି କୌଣସି କାର୍ଯ୍ୟକୁ କରିବାକୁ ଇଚ୍ଛା କରେ ଯେଉଁଥିରେ ବିଚାର କରିବା ଓ କଥା କହବାରେ ନିପୁଣତା ଆବଶ୍ୟକ। ସେ ନିଜର କଥା କହି ବିଚାର କୁ ବ୍ୟକ୍ତ କରେ।
ବ୍ୟସ୍ତ-ବିବ୍ରତ ରୁହନ୍ତି: ମଙ୍ଗଳ ମିଥୁନ ରାଶିରେ ଥିବା ଯୋଗୁଁ ବ୍ୟାକୁଳତା ଆଣିଥାଆନ୍ତି। ଏହି ଲୋକଙ୍କଊ ଜୀବନର ପ୍ରତ୍ଯେକ କ୍ଷେତ୍ରରେ ବିବିଧତା ଆବଶ୍ୟକ ଥାଏ। ସେମାନଙ୍କର ଜିଜ୍ଞାସୁ ସ୍ୱଭାବ ସେମାନଙ୍କୁ ବିଭିନ୍ନ ଧାରଣା, ଆଗ୍ରହ ଏବଂ ଅଭିଜ୍ଞତା ବିଷୟରେ ଜାଣିବାକୁ ପ୍ରେରଣା ଦିଏ। ମଙ୍ଗଳ ମିଥୁନ ରାଶିରେ ରହିବା ଯୋଗୁଁ ବ୍ୟକ୍ତିକୁ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ କାମ ଉପରେ ଫୋକସ ରଖିବାକୁ ଅସୁବିଧା ହୁଏ। ଏହି କାରଣରୁ ସେମାନେ ଅନ୍ୟ ପ୍ରୋଜେକ୍ଟ କିମ୍ବା କାମକୁ ବହୁତ ଶୀଘ୍ର ବଦଳି କରନ୍ତି କିମ୍ବା ନୂଆ ଅନୁଭବ ସନ୍ଧାନ କରନ୍ତି। ସେମାନେ ମାନସିକ ଭାବରେ ଉତ୍ସାହଜନକ ଜିନିଷ କିମ୍ବା କାର୍ଯ୍ୟ ଉପଭୋଗ କରନ୍ତି, ଏବଂ ଫଳସ୍ୱରୂପ, ସେମାନଙ୍କର ଏକ ବିଶୃଙ୍ଖଳିତ କିମ୍ବା ବହୁକାର୍ଯ୍ୟ କରିବାର ପଦ୍ଧତି ଥାଇପାରେ।
ପରିବର୍ତ୍ତନକୁ ସ୍ଵୀକାର କରନ୍ତି: ମିଥୁନ ଏକ ପରିବର୍ତ୍ତନଶୀଳ ରାଶି ଏବଂ ଏହା ମଙ୍ଗଳଙ୍କୁ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଉତ୍ସାହିତ କରେ। ଏହା ନୂଆ ପରିସ୍ଥିତି ସହିତ ସୁଖ ଆଣିଥାଏ ଓ ପରିବର୍ତ୍ତନକୁ ସହଜରେ ସ୍ଵୀକାର କରିଥାଏ।
ଜିଜ୍ଞାସୁ ହୋଇଥାନ୍ତି: ମଙ୍ଗଳ ମିଥୁନ ରାଶିରେ ରହିବା, ବ୍ୟକ୍ତିକୁ ଅଲଗା ଅଲଗା ବିଚାର ଓ ଜାଗା ବିଷୟରେ ଜାଣିବା ପାଇଁ ପ୍ରେରିତ କରିପାରେ। ଏମାନେ ଜିଜ୍ଞାସୁ ପ୍ରକୃତିର ହୋଇଥାଆନ୍ତି ଏବଂ ସର୍ବଦା ନୂତନ ଅଭିଜ୍ଞତା ଏବଂ ସୂଚନା ସନ୍ଧାନରେ ଥାଆନ୍ତି।
ସଂଘର୍ଷ କରିବାକୁ ପଡ଼ିଥାଏ: ମିଥୁନ ଏକ ପରିବର୍ତ୍ତନଶୀଳ ରାଶି ହୋଇଥିବାରୁ, ଏହି ରାଶିରେ ମଙ୍ଗଳଙ୍କ ଉପସ୍ଥିତି କାର୍ଯ୍ୟ ସମାପ୍ତ କରିବା କିମ୍ବା ଦାୟିତ୍ୱ ପୂରଣ କରିବା ପାଇଁ ସଂଘର୍ଷ କରାଇପାରେ।
ଅବେଗପୂର୍ଣ ହୋଇଥାଆନ୍ତି: ଏହି ଲୋକମାନେ କେତେକ ସମୟରେ ଆବେଗପୂର୍ଣ୍ଣ କାର୍ଯ୍ୟ କିମ୍ବା ନିଷ୍ପତ୍ତି ନେଇପାରନ୍ତି। ବେଳେ ବେଳେ ସେମାନେ ପରିଣାମ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଯଦି କାହାରିଜାତକରେ ମଙ୍ଗଳ ମିଥୁନ ରାଶିରେ ଉପସ୍ଥିତି ଅଛନ୍ତି ତେବେ ସେହି ଲୋକଙ୍କର ଶକ୍ତି ଓ ପ୍ରେରଣା ବିଚାର ବାଣ୍ଟିବା, ସଂଚାର ଓ ଶିଖିବା ସହିତ ଜଡ଼ିତ। ଏମାନଙ୍କୁ ଏହି ପ୍ରକାର କାମ କରିବାକୁ ମଜା ଲାଗେ ଯେଉଁଥିରେ ମସ୍ତିଷ୍କ ବ୍ୟବହାର ହେବ ବୌଦ୍ଧିକ ଚୈଲେଂଜ୍ ଯେପରି ପଜଳ ସଲ୍ଭ କରିବା, ଉତ୍ତେଜିତ କରିବା ଭଳି କଥାବାର୍ତ୍ତା କିମ୍ବା ଅଲଗା ଅଲଗା ବୌଦ୍ଧିକ ଜିନିଷରେ ରୁଚି ରଖିବା।
ମଙ୍ଗଳ ସିଂହ ରାଶିର ନବମ ଓ ଚତୁର୍ଥ ଘରର ସ୍ବାମୀ ସେଥିପାଇଁ ଏହି ରାଶି ପାଇଁ ଯୋଗକାରକ ଅଟନ୍ତି। ଏହି ଯୋଗ କାରକ ଗ୍ରହ ଏବେ ଆପଣଙ୍କ ଏକାଦଶ ଘରେ ମାର୍ଗୀ ହେବାକୁ ଯାଉଛନ୍ତି ଯାହା ଇଚ୍ଛା ଓ ଲାଭର ଘର ଅଟେ। ମଙ୍ଗଳଙ୍କର ଆପଣଙ୍କର ଏକାଦଶ ଘରେ ମାର୍ଗୀ ହେବା ଯୋଗୁଁ ଆପଣଙ୍କର ଭୌତିକ ସୁଖ-ସୁବିଧା ପ୍ରାପ୍ତ କରିବାର ଇଚ୍ଛା ପ୍ରବଳ ହେବ।
ଏହା ଆର୍ଥିକ ଲାଭ ପାଇଁ ଏକ ଭଲ ସମୟ, କାରଣ ଆପଣଙ୍କ ପୁରୁଣା ନିବେଶରୁ ଆପଣଙ୍କୁ ବହୁତ ଲାଭ ମିଳିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, ଆପଣ କମିଶନରୁ ମଧ୍ୟ କିଛି ଆୟ କରିପାରିବେ। ଦୀର୍ଘକାଳୀନ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହା ଏକ ଅନୁକୂଳ ସମୟ। ଏହା ବ୍ୟତୀତ, ଆପଣଙ୍କୁ ଆପଣଙ୍କ କାକା ଏବଂ ବଡ଼ ଭାଇ ଭଉଣୀଙ୍କଠାରୁ ସମର୍ଥନ ମିଳିବ। ମଙ୍ଗଳ ଏକାଦଶ ଘରୁ ଆପଣଙ୍କର ଦ୍ୱିତୀୟ, ପଞ୍ଚମ ଏବଂ ଷଷ୍ଠ ଘକୁ ଦେଖୁଛନ୍ତି। ଏକାଦଶ ଏବଂ ଦ୍ୱିତୀୟ ଘର ସହିତ ମଙ୍ଗଳ ଗ୍ରହର ସମ୍ପର୍କ ଆପଣଙ୍କ ପାଇଁ ଆର୍ଥିକ ଲାଭ ଏବଂ ଦରମା ବୃଦ୍ଧିକୁ ସୂଚିତ କରୁଛି।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମଙ୍ଗଳ ଗ୍ରହ କନ୍ୟା ରାଶିର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ। ତୃତୀୟ ଘର ଭାଇଓ ଅଷ୍ଟମ ଘର ରହସ୍ୟର ହୋଇଥାଏ। ଏବେ ମଙ୍ଗଳ ଆପଣଙ୍କର ଦଶମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି ଯାହା କ୍ୟାରୀଅରର ଘର। ଦଶମ ଘରେ ମଙ୍ଗଳଙ୍କର ମାର୍ଗୀ ହେବା ଶୁଭ ସଙ୍କେତ ଅଟେ କାରଣ ଏହା ଦ୍ବାରା ଆପଣଙ୍କର ଫୋକସ ବଢ଼ିବ। ଏହା ଦ୍ବାରା ଆପଣଙ୍କୁ ନିଜର କ୍ୟାରୀଅର ଆଗକୁ ବଢ଼ିବାରେ ସାହାଜ୍ୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଶକ୍ତି ରେ ଭରପୁର ରହିବେ ଓ କାମ କରିବା ପାଇଁ ପ୍ରସ୍ତୁତ ରହିବେ।ମଙ୍ଗଳ ମିଥୁନ ରାଶିରେ ମାର୍ଗୀ ସମୟରେଆପଣଙ୍କର ବସ ଓ ଅନ୍ୟ ଅଧିକାରୀ ଆପଣଙ୍କ ଭିତରେ ଆସୁଥିବା ସୁଧାର ଦେଖିବେ ଓ ତାହାକୁ ମହତ୍ଵ ଦେବେ। ଏହା ସହିତ ସେମାନେ ଆପଣଙ୍କୁ ଅଧିକ କାମ ଏବଂ ଦାୟିତ୍ୱ ମଧ୍ୟ ଦେଇପାରନ୍ତି। ଏହି ସମୟ ମଧ୍ୟରେ, ଆପଣଙ୍କର ଲୋକପ୍ରିୟତା ଏବଂ ସମ୍ମାନ ବୃଦ୍ଧି ପାଇବାର ସମ୍ଭାବନା ଅଛି।
ବ୍ୟବସାୟୀମାନେ ସେମାନଙ୍କର ଆୟ ବୃଦ୍ଧି କରିବା ଏବଂ ସେମାନଙ୍କର କମ୍ପାନୀକୁ ବୃଦ୍ଧି କରିବା ପାଇଁ ଅଧିକ ପ୍ରେରଣା ପାଇବେ। ଏହା ବ୍ୟତୀତ, ମଙ୍ଗଳ ଦଶମ ଘରୁ ଆପଣଙ୍କର ପ୍ରଥମ, ଚତୁର୍ଥ ଏବଂ ପଞ୍ଚମ ଘକୁ ଦେଖୁଛନ୍ତି। ତେଣୁ, ମିଥୁନ ରାଶିରେ ମଙ୍ଗଳଙ୍କର ମାର୍ଗୀ ଗତି ଆପଣଙ୍କୁ ଆପଣଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସାହସ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ମୀନ ରାଶିର ଦ୍ଵିତୀୟ ଓ ନବମ ଘର ଉପରେ ମଙ୍ଗଳ ଗ୍ରହଙ୍କର ଆଧିପତ୍ୟ ଅଛି। ଏବେ ମଙ୍ଗଳ ମିଥୁନ ରାଶିରେ ମାର୍ଗୀ ହେବା ଦ୍ବାରା ଏହି ରାଶିର ଚତୁର୍ଥ ଘରେ ରହିବେ। ଏହି ଘର ମା, ଘର, ଘର ପରିବାର, ପ୍ରପର୍ଟି ଓ ଯାନ କୁ ଦର୍ଶାଏ।ବୃହସ୍ପତିଓ ମୀନ ରାଶିର ମଙ୍ଗଳଙ୍କ ସହିତ ମିତ୍ରତା ଓ ଚତୁର୍ଥ ଘରେ ମଙ୍ଗଳ ମାର୍ଗୀ ହେବା ଦ୍ବାରା ଆପଣଙ୍କୁ କୌଣସି ଲାଭ ମିଳିବାର ଆଶା ଅଛି। ମୀନ ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କ ପିତାମାତା ଏବଂ ପରିବାର ସଦସ୍ୟଙ୍କଠାରୁ ସମର୍ଥନ ମିଳିବ। ଏହି ସମୟରେ, ଆପଣଙ୍କୁ ପୈତୃକ ସମ୍ପତ୍ତି ପାଇବାର ସମ୍ଭାବନା ମଧ୍ୟ ଅଛି କିମ୍ବା ଆପଣ ଏକ ନୂତନ ଯାନ କିମ୍ବା ସମ୍ପତ୍ତି କିଣି ପାରିବେ। ମଙ୍ଗଳ ଗ୍ରହ ଆକ୍ରମଣାତ୍ମକ ଏବଂ ଶତ୍ରୁ ସ୍ୱଭାବର ହୋଇଥିବାରୁ, ଆପଣ ଆପଣଙ୍କ ପାରିବାରିକ ଜୀବନରେ ସମସ୍ୟା ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଅହଂକାର ଯୋଗୁଁ ଆପଣଙ୍କର ମାଙ୍କ ସହିତ ମତଭେଦ ହୋଇପାରେ। ମାଂକଙ୍କର ଚତୁର୍ଥ ଘରୁ ଆପଣଙ୍କର ସପ୍ତମ ଘର, ଦଶମ ଘର ଓ ଏକାଦଶ ଘରେ ଦୃଷ୍ଟି ପକାଇବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଏହା ଅନୁକୂଳ ସମୟ ଅଟେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମଙ୍ଗଳ ବୃଷ ରାଶିର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଦ୍ଵିତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। କୁଣ୍ଡଳୀର ଦ୍ଵିତୀୟ ଘର ବାଣୀ, ସଞ୍ଚୟ ଓ ପରିବାରର କାରକ ଅଟେ। ମଙ୍ଗଳଙ୍କର ମାର୍ଗୀ ହେବା ଆପଣଙ୍କର କଥାରେ କଠୋରତା ଆଣିପାରେ। ଏହି କାରଣରୁ, ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ନରମ ଏବଂ ଚିନ୍ତାଶୀଳ ଭାବରେ କଥା ହେବାକୁ ପରାମର୍ଶ ଦିଆଯାଉଛି।
ଧନୁ ରାଶିର ଲୋକଙ୍କ ପାଇଁ ମଙ୍ଗଳ ପଞ୍ଚମ ଘର ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। କୁଣ୍ଡଳୀର ସପ୍ତମ ଘର ବିବାହ ଓ ବିଜନେସ ପାର୍ଟନରର ହୋଇଥାଏ। ମଙ୍ଗଳଙ୍କର ଆପଣଙ୍କର ସପ୍ତମ ଘରେ ରହିବା ଆପଣଙ୍କର ପାର୍ଟନରର ଅହଙ୍କାରୀ ହେବା ଓ ଖରାପ ବ୍ୟବହାର ଯୋଗୁଁ ଆପଣ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇପାରେ।
ମଙ୍ଗଳଙ୍କର ଦଶମ ଘର ଉପରେ ଦୃଷ୍ଟି ପଡ଼ିବା ଯୋଗୁଁ ଆପଣ ନିଜର କ୍ୟାରୀଅରକୁ ନେଇ ଅସୁରକ୍ଷିତ ଅନୁଭବ କରିବେ କିନ୍ତୁ ଏହା ଭୁଲ ନୁହେଁ। ଆପଣଙ୍କର ବ୍ୟବହାର ଉଗ୍ର ଓ ଗର୍ବି ହୋଇପାରେ। ମଙ୍ଗଳ ଦ୍ଵିତୀୟ ଘରେ ନବମ ଦୃଷ୍ଟି ପକାଇବା ଯୋଗୁଁ ଆପଣଙ୍କର ପରିବାରରେ କୌଣସି ସଦସ୍ୟଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଏହା ବ୍ୟତୀତ ଆପଣଙ୍କର ପରିବାରର କୌଣସି ସଦସ୍ୟଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଆପଣଙ୍କର ସମ୍ପର୍କରେ ସନ୍ଦେହର ସ୍ଥିତି ଉତ୍ପନ୍ନ ହୋଇପାରେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ମଙ୍ଗଳ କେଉଁ ଘରେ ଶକ୍ତିଶାଳୀ ହୁଅନ୍ତି?
ଦଶମ ଘରେ ମଙ୍ଗଳ ଶକ୍ତିଶାଳୀ ହୁଅନ୍ତି ।
2. କେଉଁ ରାଶିରେ ମଙ୍ଗଳ ଦୁର୍ବଳ ହୋଇଥାଆନ୍ତି?
କର୍କଟ ରାଶିରେ ମଙ୍ଗଳ ଦୁର୍ବଳ ହୋଇଥାଆନ୍ତି ।
3. କ’ଣ ମିଥୁନ ରାଶି ମଙ୍ଗଳଙ୍କ ପାଇଁ ଲାଭକାରି?
ମିଥୁନ ବୁଧଙ୍କର ରାଶି ଅଟେ ଓ ମଙ୍ଗଳ ଏବଂ ବୁଧଙ୍କ ମଧ୍ୟରେ ମିତ୍ରତା ନାହିଁ।