ମଙ୍ଗଳଙ୍କୁ ସାହସ ଏବଂ ପରାକ୍ରମର ଗ୍ରହ କୁହଯାଏ ଯିଏ 20 ଅକ୍ଟୋବର 2024 ଦ୍ଵିପ୍ରହର 03:04 ରେ କର୍କଟ ରାଶିରେ ଗୋଚର କରିବେ। ଆଷ୍ଟ୍ରୋସେଜର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବୁ। ସାଙ୍ଗରେ ମଙ୍ଗଳଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ 12 ଟି ରାଶିକୁ ପ୍ରଭାବିତ କରିବ। ଏହା ବ୍ୟତୀତ ଏହି ଗୋଚର ସମୟରେ କରାଯାଇଥିବା ପ୍ରତିକାର ବିଷୟରେ କହିବୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
ଜ୍ଯୋତିଷ ଶାସ୍ତ୍ରରେମଙ୍ଗଳ ପୁରୁଷ ସ୍ଵଭାବର ଗତିଶୀଳ ଓ ଆଜ୍ଞାକାରି ଗ୍ରହ ଓ ତାଙ୍କୁ ଯୁଦ୍ଧର ଦେବତା କୁହଯାଏ। ଏହି ଲେଖା ଦ୍ବାରା ଆମେ ଆପଣଙ୍କୁ କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ଦ୍ବାରା ପ୍ରାପ୍ତ ହେବାକୁ ଥିବା ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ବିଷୟରେ କହିବୁ। ଯେବେ ମଙ୍ଗଳ ଦେବ ନିଜର ମୂଳ ତ୍ରିକୋଣ ମେଷ ରାଶିରେ ରହିବେ ତେବେ ସେ ସକାରାତ୍ମକ ପରିଣାମ ପ୍ରଦାନ କରିବେ। ଏହି ପ୍ରକାର ଯେବେ ମଙ୍ଗଳ ଗ୍ରହ ନିଜର ରାଶି ମେଷରେ କିମ୍ବା ବିଛାରେ ରହିବେ ତେବେ ଲୋକଙ୍କ ବହୁତ ଶୁଭ ପରିଣାମ ଦେବେ। ଜାତକରେ ମଙ୍ଗଳ ଦେବ ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ। ପ୍ରଥମ ଘର ମେଷ ରାଶି ଓ ଅଷ୍ଟମ ଘର ବିଛା ରାଶିର। ଯେବେ ପଦ ଓ ଅଧିକାର କଥା ଆସେ ତେବେ ମଙ୍ଗଳ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହୁଅନ୍ତି।
To Read in English Click Here: Mars Transit In Cancer
ଆସନ୍ତୁ ଏବେ ଆମେ ଆଗକୁ ବଢ଼ିବା ଓ ଏହି ବିଶେଷ ଲେଖା ମାଧ୍ୟମରେ ଜାଣିବା ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ ଓ ଏହି ସମୟରେ ଆପଣ କେଉଁ ପ୍ରତିକାର କରିବା ଉଚିତ ହେବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମେଷ ରାଶି ଲୋକଙ୍କ ପାଇଁ ମଙ୍ଗଳ ମହାରାଜ ଆପଣଙ୍କର ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ। ଏବେ ମଙ୍ଗଳଙ୍କର କରକ୍ତ ରାଶିରେ ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ।
ଏହାର ପରିଣାମସ୍ବରୂପ ଏହି ଅବଧିରେ ଆପଣଙ୍କର ସୁଖ-ସୁବିଧା ହ୍ରାସ ପାଇବ ଓ ସାଙ୍ଗରେ ଆପଣ ଘର ପରିବାରକୁ ନେଇ ବହୁତ ଚିନ୍ତିତ ଦେଖାଯିବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କ ଉପରେ କାମର ବୋଝ ବଢ଼ିବା ସହିତ କାର୍ଯ୍ୟସ୍ଥଳରେ ବରିଷ୍ଠ ଓ ସହକର୍ମୀଙ୍କର ସମର୍ଥନ ନ ମିଳିବାର ଆଶଙ୍କା ଅଛି।
ବ୍ୟବସାୟ ବିଷୟରେ କହିଲେ ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ହାତରୁ ଅନେକ ଲାଭ କରିବାର ସୁଯୋଗ ଖସିଯିବ ସେଠୀପାଇଁ ଆପଣଙ୍କୁ ଯୋଜନା ତିଆରି କରି ଚାଲିବାକୁ ପରାମର୍ଶ ଦିଅଯାଇଛି।
ଆର୍ଥିକ ଜୀବନକୁ ଦେଖିଲେ ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କର ଖର୍ଚ୍ଚକୁ ବଢ଼ାଇବ ଓ ଏପରି ସ୍ଥିତିରେ ଆପଣ ଧନ ପ୍ରବନ୍ଧ କରିବାରେ ଅସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ପାର୍ଟନର ସହିତ ବିବାଦ କିମ୍ବା ମତଭେଦ ସାମ୍ନା କରିବା ପାଇଁ ପଡ଼ିବ ଯାହା ଫଳରେ ସମ୍ପର୍କରେ ଖୁସିର ଅଭାବ ଦେଖାଯିବ।
ମଙ୍ଗଳ ଗୋଚରର ଅବଧିରେ ଆପଣଙ୍କୁ ନିଜର ମାତାଙ୍କ ସ୍ବାସ୍ଥ୍ୟ ଉପରେ ଅନେକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ସେଠୀପାଇଁ ନିଜର ମାତାଙ୍କ ଯତ୍ନ ନିଅନ୍ତୁ।
ଉପାୟ : ପ୍ରତିଦିନ ଓଁ ଭୌମଏ ନମଃ 19 ଥର ଜପ କରନ୍ତୁ।
हिंदी में पढ़ने के लिए यहां क्लिक करें: मंगल का कर्क राशि में गोचर
ବୃଷ ରାଶି ଲୋକଙ୍କର ଜାତକରେ ମଙ୍ଗଳ ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ତୃତୀୟ ଘରେ ଗୋଚର କରିବେ।
ଏପରି ସ୍ଥିତିରେ ଏହି ସମୟରେ ଆପଣ ଦୃଢ଼ତା ସହିତ କରାଯାଇଥିବା ପ୍ରୟାସରେ ସଫଳତା ପ୍ରାପ୍ତ କରିପାରିବେ। ସାଙ୍ଗରେ ଆପଣଙ୍କ ଦ୍ବାରା କରାଯାଇଥିବା ଯୋଜନା ସଠିକ ଦିଗରେ ଆଗକୁ ବଢ଼ିବ।
କ୍ୟାରୀଅରକୁ ଦେଖିଲେ ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କ ପାଇଁ ସଫଳତା ଆଣିବେ ଓ ଏହାର ଫଳସ୍ବରୂପ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିବ କିମ୍ବା ଚାକିରି ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିବ।
ବ୍ୟବସାୟ ସମ୍ବନ୍ଧରେ ବୃଷ ରାଶି ଲୋକ ନିଜର ଯୋଗ୍ୟତା ବଳରେ ଭଲ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ସାଙ୍ଗରେ ଆପଣ ଆଉଟସୋର୍ସିଂ ବିଜନେସରେ ନିଜର ପରିଚୟ ସୃଷ୍ଟି କରିପାରିବେ।
ଆର୍ଥିକ ଜୀବନ ବିଷୟରେ କହିଲେ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ଏପରି ସ୍ଥିତିରେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧନ ରୋଜଗାର କରିପାରିବେ।
ପ୍ରେମ ଜୀବନରେ ଏହି ରାଶିର ଲୋକ ସମ୍ପର୍କରେ ଚାଲିଥିବା ପରିସ୍ଥିତି ଯୋଗୁଁ ପାର୍ଟନର ସହିତ ତାଳମେଳ ରଖିବାରେ ସମର୍ଥ ହେବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଙ୍ଗଳ ଗୋଚର ସମୟରେ ସ୍ବାସ୍ଥ୍ୟ ଭଲ ରହିବ ଓ ଏଥିପାଇଁ ଆପଣଙ୍କ ଭିତରେ ସାହସ ଏବଂ ସକାରାତ୍ମକତା ବଢ଼ିବ।
ଉପାୟ : ପ୍ରତିଦିନ ଲଳିତା ସହସ୍ରନାମ ପାଠ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି ଲୋକଙ୍କ ପାଇଁ ମଙ୍ଗଳ ମହାରାଜ ଆପଣଙ୍କର ଷଷ୍ଠ ଘର ଓ ଏକାଦଶ ଘରର ସ୍ବାମୀ ଓ ଏବେ କର୍କଟ ରାଶିରେ ଗୋଚର କରି ଆପଣଙ୍କର ଦ୍ଵିତୀୟ ଘରକୁ ଯିବେ।
ଏପରି ସ୍ଥିତିରେ ଆପଣ ପରିବାରର ପ୍ରଗତି ଓ ଧନ ସହିତ ଜଡ଼ିତ ମାମଲାକୁ ନେଇ ଚିନ୍ତିତ ଦେଖାଯିବେ।
ମଙ୍ଗଳ ଗୋଚର ସମୟରେ କାର୍ଯ୍ୟସ୍ଥଳରେ ଆପଣଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିଲା ବେଳେ ବହୁତ ସାବଧାନ ରହିବାକୁ ପଡ଼ିବ କାରଣ ଆପଣଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇପାରେ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ କ୍ଷତି ସାମ୍ନା କରିବା ପାଇଁ ପଡ଼ିବ ଓ ଏହାର ଫଳସ୍ବରୂପ ଆପଣ ଲାଭ ରୋଜଗାର କରିବାରେ ପଛରେ ରହିପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ।
ଆର୍ଥିକ ଜୀବନରେ ମଙ୍ଗଳ ମହାରାଜ ଆପଣଙ୍କର ଖର୍ଚ୍ଚ ବଢ଼ାଇବେ ଯାହାକୁ ପୂରଣ କରିବା କଷ୍ଟକର ହେବ।
ବ୍ୟକ୍ତିଗତ ଜୀବନରେ ଆପଣ ସମ୍ପର୍କକୁ ନେଇ ବହୁତ ଭାବୁକ ହେବେ ଯାହାର ପ୍ରଭାବ ଆପଣଙ୍କର ଖୁସି ଉପରେ ପଡ଼ିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ଦାନ୍ତରେ ଦରଜ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ ସେଠୀପାଇଁ ନିଜର ଧ୍ୟାନ ରଖନ୍ତୁ।
ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 21 ଥର ଜପ କରନ୍ତୁ।
କର୍କଟ ରାଶି ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ପଞ୍ଚମ ଓ ଦଶମ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କର ପ୍ରଥମ/ଲଗ୍ନ ଘରେ ଗୋଚର କରିବେ।
ଏପରି ସ୍ଥିତିରେ ଆପଣ ସନ୍ତାନର ପ୍ରଗତି ଦେଖି ଖୁସି ହେବେ। ସାଙ୍ଗରେ ଆପଣଙ୍କୁ କାମରେ ସଫଳତା ପ୍ରାପ୍ତ ହେବ।
କ୍ୟାରୀଅର କ୍ଷେତ୍ରରେ କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ଆପଣଙ୍କ ପାଇଁ ଏକ୍ ଚାକିରିର ନୂଆ ସୁଯୋଗ ଆଣିବ। ଅନ୍ୟ ପଟେ ଏହି ମାସ ଆପଣଙ୍କୁ ଅନ ସାଇଟ ଚାକିରି ସହିତ ଜଡ଼ିତ ସୁଯୋଗ ପ୍ରାପ୍ତ କରାଇବ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ଆପଣ ବିଜନେସ ତୁଳନାରେ ସ୍ଟକ ମାଧ୍ୟମରେ ଅଧିକ ଲାଭ କରିବେ।
ଆର୍ଥିକ ଜୀବନକୁ ଦେଖିଲେ ମଙ୍ଗଳ ଗୋଚର ସମୟରେ ଆପଣଙ୍କୁ ଭଲ ଲାଭ ପ୍ରାପ୍ତ ହେବ ଯାହା ଇଂସେନଟିଭ ରୂପରେ ଆପଣଙ୍କୁ ମିଳିପାରିବ।
ବ୍ୟକ୍ତିଗତ ଜୀବନରେ କର୍କଟ ରାଶିର ଲୋକ ପାର୍ଟନର ସାମ୍ନାରେ ଭାବନା ପ୍ରକାଶ କରିବେ ଓ ଆପଣ ଜୀବନସାଥୀ ସହିତ ପାରସ୍ପରିକ ତାଳମେଳ ରଖିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଲୋକ ସାହସ ଓ ଦୃଢ଼ତାରେ ଭରପୁର ରହିବେ ଯେଉଁ କାରଣରୁ ଆପଣ ଫିଟ ଦେଖାଯିବେ।
ଉପାୟ : ପ୍ରତିଦିନ ଓଁ ସୋମାୟ ନମଃ 21 ଥର ଜପ କରନ୍ତୁ।
ସିଂହ ରାଶି ଲୋକଙ୍କ ପାଇଁ ମଙ୍ଗଳ ମହାରାଜ ଆପଣଙ୍କର ଚତୁର୍ଥ ଓ ନବମ ଘରର ସ୍ବାମୀ। ଏବେ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ।
ଏହାର ଫଳସ୍ବରୂପ ଏହି ଲୋକମାନେ ନିଜର ଘର ଉପରେ ବହୁତ ପଇସା ଖର୍ଚ୍ଚ କରିବେ ଓ ଏହି ସମୟରେ କୌଣସି ତୀର୍ଥସ୍ଥଳକୁ ଯାତ୍ରା କରିପାରିବେ। ଏହି ଯାତ୍ରା ଆପଣଙ୍କ ଆଇନ ଫଳଦାୟୀ ହେବ।
କ୍ୟାରୀଅର କ୍ଷେତ୍ରରେ ମଙ୍ଗଳଙ୍କର ଗୋଚର ଆପଣଙ୍କର କାର୍ଯ୍ୟସ୍ଥଳରେ ଚାପ ସୃଷ୍ଟି କରିବ। ଏହି କାରଣରୁ କିଛି ଭଲ ସୁଯୋଗ ଆପଣ ହରାଇ ପାରନ୍ତି।
ବ୍ୟବସାୟକୁ ଦେଖିଲେ ଏହି ଲୋକଙ୍କର ବିଜନେସ ପାର୍ଟନର ସହିତ ଚିନ୍ତାଧାରା ମିଶିବ ନାହିଁ। ଏହା ପ୍ରଗତି ମାର୍ଗରେ ବାଧା ସୃଷ୍ଟି କରିପାରେ।
ଆର୍ଥିକ ଜୀବନରେ ଗୋଟିଏ ପରେ ଗୋଟିଏ ଖର୍ଚ୍ଚ ଆସିବ ଯାହାକୁ ସମ୍ଭାଳିବା କଷ୍ଟକର ହୋଇଯିବ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ପାର୍ଟନର ସହିତ ସମ୍ପର୍କ ମଧୁର ରଖିବାରେ ସମସ୍ଯା ହୋଇପାରେ ଯାହା ଆପଣଙ୍କର ଖୁସିକୁ ପ୍ରଭାବିତ କରିବ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ଲୋକଙ୍କୁ ନିଜର ମାତାଙ୍କର ସ୍ବାସ୍ଥ୍ୟ ଉପରେ ବହୁତ ଧନ ଖର୍ଚ୍ଚ କରିବା ପାଇଁ ପଡ଼ିବ। ଆପଣ ତାଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ଉପାୟ : ପ୍ରତିଦିନ ଓଁ ଭାସ୍କରାୟ ନମଃ 21 ଥର ଜପ କରନ୍ତୁ।
କନ୍ୟା ରାଶି ଲୋକଙ୍କ ପାଇଁ ମଙ୍ଗଳ ଦେବ ଆପଣଙ୍କର ତୃତୀୟ ଏବଂ ଅଷ୍ଟମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ।
ଏପରି ସ୍ଥିତିରେ ଲୋକଙ୍କୁ ହଠାତ କିମ୍ବା ପୈତୃକ ସମ୍ପତି ମାଧ୍ୟମରେ ଲାଭ ପ୍ରାପ୍ତଈ ହେବ। କେବଳ ଏତିକି ନୁହେଁ ଆପଣ ନିଜେ କରିଥିବା ପରିଶ୍ରମ ଦ୍ୱାରା ଆଗକୁ ବଢ଼ିବେ।
କ୍ୟାରୀଅର ଦୃଷ୍ଟିରୁ ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କ ପାଇଁ ଚାକିରିରେ ନୂଆ ସୁଯୋଗ ଆଣିବ ଯାହା ଫଳରେ ଆପଣ ଖୁସି ଓ ସନ୍ତୁଷ୍ଟ ଦେଖାଯିବେ। ସାଙ୍ଗରେ ଏହି ଅବଧିରେ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧି କନ୍ୟା ରାଶି ଲୋକଙ୍କ ପାଇଁ ଅନୁକୂଳ ରହିବ, ସେମାନେ ପରିଚିତ ହେବେ ଓ ଭଲ ଲାଭ ପାଇବେ।
ଆର୍ଥିକ ଜୀବନ ଦୃଷ୍ଟିରୁ ଏହି ଗୋଚର ଅନୁକୂଳ ରହିବ ଓ ଆପଣ ଅଧିକ ଧନ ସଞ୍ଚୟ କରିପାରିବେ।
ଏହି ଅବଧିରେ କନ୍ୟା ରାଶି ଲୋକ ଫିଟ ରହିବେ ଓ ସୁସ୍ଥ ରହିବେ। ଆପଣ ଶକ୍ତିଶାଳୀ ଅନୁଭବ କରିବେ ଯେଉଁଥିପାଇଁ ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ ନମୋ ନାରାୟଣ 21 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ଦ୍ବିତୀୟ ଓ ସପ୍ତମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ, ମଙ୍ଗଳ ଗୋଚର ସମୟରେ ଆପଣ ବନ୍ଧୁଙ୍କ ସହିତ ଲମ୍ବା ଯାତ୍ରା କରିପାରନ୍ତି। ସାଙ୍ଗରେ ଆପଣଙ୍କୁ କ୍ୟାରୀଅର ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରଦାନ କରିବ ଯାହା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ।
ତୁଳା ରାଶିର ବ୍ୟବସାୟୀମାନେ ବ୍ୟବସାୟରେ ଲାଭ କରିବା ପାଇଁ ନିଜର ବୁଦ୍ଧି ବ୍ୟବହାର କରିବେ ଓ ଏପରି ସ୍ଥିତିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବାର ସମ୍ଭାବନା ଅଛି।
ଆର୍ଥିକ ଜୀବନରେ ଏହି ଲୋକଙ୍କୁ ପୈତୃକ ସମ୍ପତି ମାଧ୍ୟମରେ ଲାଭ ମିଳିପାରିବ ଓ ଏହାର ଫଳସ୍ବରୂପ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ସଞ୍ଚୟ କରିପାରିବେ।
ବ୍ୟକ୍ତିଗତ ଜୀବନରେ ତୁଳା ରାଶିର ଲୋକ ପାର୍ଟନର ପ୍ରତି ପ୍ରତିବଦ୍ଧ ରହିବେ ଓ ଏପରି ସ୍ଥିତିରେ ପାରସ୍ପରିକ ତାଳମେଳ ଭଲ ରହିବ । ଆପଣ ଦୁହେଁ ପରସ୍ପର ସହିତ ଖୁସି ଦେଖାଯିବେ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହା ଆପଣଙ୍କ ଭିତରେ ଥିବା ସାହସର ପରିଣାମ ହେବ।
ଉପାୟ : ପ୍ରତିଦିନ ଓଁ ଭାର୍ଗବାୟ ନମଃ 21 ଥର ଜପ କରନ୍ତୁ।
ବିଛା ରାଶି ଲୋକଙ୍କ ଜାତଜରେ ମଙ୍ଗଳ ଦେବ ଆପଣଙ୍କର ପ୍ରଥମ/ଲଗ୍ନ ଘର ଓ ଷଷ୍ଠ ଘରର ସ୍ବାମୀ। ଏବେ ତାଙ୍କର ଗୋଚର ଆପଣଙ୍କର ନବମ ଘରେ ହେବାକୁ ଯାଉଛି।
କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ସମୟରେ ଆପଣ ଲମ୍ବା ଯାତ୍ରା କରିପାରିବେ ଓ ଏପରି ସ୍ଥିତିରେ ଆପଣ ସ୍ବୟଂ କରିଥିବା ପ୍ରୟାସକୁ ସଫଳତାରେ ବଦଳାଇ ପାରିବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକଙ୍କୁ କାମ ପାଇଁ ଲମ୍ବା ଯାତ୍ରା କରିବା ପାଇଁ ପଡ଼ିବ। ଏହି ପ୍ରକାର ଯାତ୍ରା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ।
ବ୍ୟବସାୟୀ ଲୋକଙ୍କ ପାଇଁ ଏହି ଗୋଚର ଭଲ କୁହାଯିବ କରଣ ଏହି ସମୟରେ ଆପଣ ଅଧିକରୁ ଅଧିକ ଲାଭ କରିବା ପାଇଁ ସକ୍ଷମ ହେବେ। ଆପଣଙ୍କୁ ଭାଗ୍ଯର ସାଥ ମିଳିବ ଓ ଏହା ଆପଣଙ୍କୁ କାର୍ଯ୍ୟରେ ତୁରନ୍ତ ସଫଳତା ଦେବ।
ଆର୍ଥିକ ଜୀବନରେ ଯେବେ ଆପଣଙ୍କୁ ପଇସା ଦରକାର ହେବ ସେହି ସମୟରେ ଆପଣଙ୍କୁ ଋଣ ଦ୍ବାରା ଧନ ମିଳିବ କିମ୍ବା ଇଂସେନଟିଭ ମଧ୍ୟ ପ୍ରାପ୍ତ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିରେ ଏହି ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ କରଣ ସେମାନେ ଖୁସି ରହିବେ।
ଉପାୟ : ପ୍ରତିଦିନ ଓଁ ଭୌମାୟ ନମଃ 21 ଥର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ପଞ୍ଚମ ଘର ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ।
ଏହାର ଫଳସ୍ବରୂପ ଏହି ଲୋକଙ୍କୁ ହଠାତ ଧନ ପ୍ରାପ୍ତ ହେବ କିମ୍ବା ପୈତୃକ ସମ୍ପତି ମାଧ୍ୟମରେ ଧନ ଲାଭ ହେବାର ସମ୍ଭାବନା ଅଛି।
କ୍ୟାରୀଅର କ୍ଷେତ୍ରରେ ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କ ଉପରେ କାମର ଚାପ ବଢ଼ାଇବ ଓ ସାଙ୍ଗରେ ଲାଭ ମଧ୍ୟ କମ ରହିବାର ଆଶଙ୍କା ଅଛି। ଏପରି ସ୍ଥିତିରେ ଆପଣ ଚାକିରିରେ ପରିବର୍ତ୍ତନ କରିବାକୁ ଚାହିଁବେ।
ବ୍ୟବସାୟ କ୍ଷେତ୍ରରେ ଏହି ଲୋକଙ୍କୁ ଲାଭ କରିବାରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ। ସମ୍ଭବାନା ଅଛି ଯେ ଏହି ସମୟରେ ଆପଣଙ୍କର କେହି ସାଙ୍ଗରେ ରହିବେ ନାହିଁ।
ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣଙ୍କୁ ପଇସା କ୍ଷତି ସହିବା ପାଇଁ ପଡ଼ିବ ଓ ଏପରି ସ୍ଥିତିତରେ ଏହି ଲୋକଙ୍କୁ ବଢ଼ୁଥିବା ଦାୟିତ୍ବ ସମ୍ପୂର୍ଣ କରିବା ପାଇଁ ଋଣ ନେବାକୁ ପଡ଼ିବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ମଙ୍ଗଳ ଗୋଚର ସମୟରେ ସମ୍ପର୍କରେ ସୁଖ ହ୍ରାସ ହେବ ଯେଉଁ କାରଣରୁ ସାଥୀର ସମର୍ଥନ ନ ମିଳିବାର ଆଶଙ୍କା ଅଛି।
ଧନୁ ରାଶି ଲୋକଙ୍କୁ ଏହି ସମୟରେ ଥଣ୍ଡା ଓ ଏଲାର୍ଜି ହୋଇପାରେ ସେଥିପାଇଁ ଯତ୍ନ ନିଅନ୍ତୁ।
ଉପାୟ : ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ଦାନ କରନ୍ତୁ।
ମକର ରାଶି ଲୋକଙ୍କ ପାଇଁ ମଙ୍ଗଳ ମହାରାଜ ଆପଣଙ୍କର ଏକାଦଶ ଘର ଓ ଚତୁର୍ଥ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ।
ଏହାର ପରିଣାମସ୍ବରୂପ, ଏହି ଲୋକମାନେ ନିଜର ବନ୍ଧୁ ଏବଂ ପରିବାରର ବିଶ୍ବାସ ପାଇବାରେ ସଫଳ ହେବେ।
କ୍ୟାରୀଅର କ୍ଷେତ୍ରରେ ଆପଣ ଲମ୍ବା ଯାତ୍ରା କରୁଥିବା ଦେଖାଯିବେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିବ।
ବ୍ୟବସାୟ ଦୃଷ୍ଟିରୁ କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ଆପଣଙ୍କୁ ଭଲ ଲାଭ ଦେବ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ।
ଆର୍ଥିକ ଜୀବନରେ ଏହି ସମୟରେ ଧନ ପ୍ରବାହ ସୁଗମ ରହିବ ଓ ଏପରି ସ୍ଥିତିରେ ଆପଣ ଧନ ସଞ୍ଚୟ କରିପାରିବେ।
ପ୍ରେମ ଜୀବନରେ ବିଷୟରେ କହିଲେ ପାର୍ଟନର ସହିତ ଆପଣଙ୍କର ସମ୍ପର୍କରେ ପ୍ରେମ ଓ ଆକର୍ଷଣ ରହିବ।
ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କର ସ୍ବାସ୍ଥ୍ୟକୁ ଭଲ ରଖିବ ଓ ଏହା ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ କ୍ଷମତା ଯୋଗୁଁ ସମ୍ଭବ ହେବ।
ଉପାୟ : ଶନିବାର ଦିନ ଗରିବଙ୍କୁ ଭୋଜନ ଦାନ କରନ୍ତୁ।
କୁମ୍ଭ ରାଶି ଲୋକଙ୍କ ପାଇଁ ତୃତୀୟ ଓ ଦଶମ ଘରର ଅଧିପତି ମଙ୍ଗଳ ଦେବ। ବର୍ତ୍ତମାନ କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ଷଷ୍ଠ ଘରେ ହେବାକୁ ଯାଉଛି।
ଏହାର ଫଳସ୍ବରୂପ, ଆପଣ କାର୍ଯ୍ୟରେ କରିଥିବା ପ୍ରୟାସରେ ସଫଳତା ପ୍ରାପ୍ତ କରିବାରେ ସକ୍ଷମ ହେବେ ଓ ଏପରି ସ୍ଥିତିରେ ଆପଣ ଆଗକୁ ବଢ଼ିବେ।
କ୍ୟାରୀଅର କ୍ଷେତ୍ରରେ ଆପଣ କାମରେ ସମର୍ପିତ ରହିବେ ଓ ମନ ଲଗାଇ କାମ କରୁଥିବା ଦେଖାଯିବେ।
କୁମ୍ଭ ରାଶିର ବ୍ୟବସାୟୀଙ୍କୁ ମଙ୍ଗଳଙ୍କର ଏହି ଗୋଚର ଲାଭ ଦେବ ଓ ଏହାର ପରିଣାମସ୍ବରୂପ ଆପଣ ଖୁସି ଓ ସନ୍ତୁଷ୍ଟ ଦେଖାଯିବେ।
ଆର୍ଥିକ ଜୀବନ ବିଷୟରେ କହିଲେ ଏହି ଲୋକ ଅଧିକରୁ ଅଧିକ ପଇସା ରୋଜଗାର କରିବାକୁ ସକ୍ଷମ ହେବେ। ସାଙ୍ଗରେ ଆପଣ ପଇସା ସଞ୍ଚୟ କରିପାରିବେ ମଧ୍ୟ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ବ୍ୟବହାର ପାର୍ଟନର ପ୍ରତି ଭଲ ରହିବ ଓ ଏହାକୁ ଆପଣ ନିଜର ଦାୟିତ୍ବ ବୋଲି ଭାବିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଙ୍ଗଳ ଗୋଚର ସମୟରେ ଆପଣ ସୁସ୍ଥ ଓ ଫିଟ ଦେଖାଯିବେ। ଏହାର ପରିଣାମସ୍ଵରୂପ ଆପଣ ଶକ୍ତିଶାଳୀ ଓ ଖୁସି ରହିବେ।
ଉପାୟ : ଶନିବାର ଦିନ ଦିବ୍ୟାଙ୍ଗଙ୍କୁ ଦହି ଚାଉଳ ଦାନ କରନ୍ତୁ।
ମୀନ ରାଶି ଲୋକଙ୍କର ଜାତକରେ ମଙ୍ଗଳ ମହାରାଜ ଆପଣଙ୍କର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଓ ଏବେ ପଞ୍ଚମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।।
କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର ସମୟରେ ଆପଣ ଭବିଷ୍ୟକୁ ଧ୍ୟାନରେ ରଖି ପ୍ରଗତି ବିଷୟରେ ବିଚାର କରୁଥିବା ଦେଖାଯିବେ। ଆପଣ ନିଜର ଜ୍ଞାନ ବଢ଼ାଇବା ପାଇଁ ଚେଷ୍ଟା କରୁଥିବା ଦେଖାଯିବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକଙ୍କ ଉପରେ କାମର ବୋଝ ବଢ଼ିପାରେ ଓ ଏହାର ପରିଣାମସ୍ବରୂପ ଆପଣ ଚିନ୍ତିତ ରହିପରନ୍ତି। ଏପରି ସ୍ଥିତିରେ ଆପଣଙ୍କ ଉପରେ ବଢ଼ୁଥିବା ଚାପ ଯୋଗୁଁ ଆପଣଙ୍କ ଦ୍ବାରା କାମରେ କିଛି ଭୁଲ ହୋଇଯାଇପାରେ।
ବ୍ୟବସାୟ ବିଷୟରେ କହିଲେ ଏହି ଲୋକଙ୍କୁ ବ୍ୟବସାୟ କ୍ଷେତ୍ରରେ ବିଜନେସ ପାର୍ଟନରର ସମର୍ଥନ ମିଳିବ ନାହିଁ। ବିରୋଧୀଙ୍କ ଯୋଗୁଁ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଆର୍ଥିକ ଜୀବନକୁ ଦେଖିଲେ ଏହି ଗୋଚର ସମୟରେ ଆପଣଙ୍କର ହାତରୁ ଧନ ରୋଜଗାର କରିବାର କିଛି ଭଲ ସୁଯୋଗ ଖସି ଯାଇପାରେ। ଏହାର ପରିଣାମସ୍ବରୂପ ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହୋଇପାରେ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ଏହି ଅବଧିରେ ଏହି ଲୋକଙ୍କୁ ପାର୍ଟନରର ସମର୍ଥନ ନ ମିଳିବାର ଆଶଙ୍କା ଅଛି ଓ ଏହି କାରଣରୁ ତାଙ୍କୁ ମନେଇବାରେ ଅସକ୍ଷମ ରହିବେ।
ସ୍ବାସ୍ଥ୍ୟ କ୍ଷେତ୍ରରେ ମଙ୍ଗଳ ଗୋଚର ଆପଣଙ୍କୁ ଆଖି ସହିତ ଜଡ଼ିତ ରୋଗ ଦେଇପାରେ ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ : ପ୍ରତିଦିନ ଓଁ ନମଃ ଶିବାୟ 21 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ମଙ୍ଗଳଙ୍କର ଗୋଚର କେବେ ହେବ?
କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର 20 ଅକ୍ଟୋବର 2024ରେ ହେବ।
2. କର୍କଟ ରାଶିର ସ୍ବାମୀ କିଏ?
ରାଶି ଚକ୍ରରେ କର୍କଟ ରାଶିର ସ୍ବାମୀ ହେଉଛନ୍ତି ଚନ୍ଦ୍ର ଦେବ।
3. କୁମ୍ଭ ରାଶି ପାଇଁ ମଙ୍ଗଳଙ୍କର ଗୋଚର କିପରି ରହିବ?
ଶନି ଦେବଙ୍କର ରାଶି କୁମ୍ଭ ପାଇଁ ଏହି ଗୋଚର ଅନୁକୂଳ ରହିବ।