ମଙ୍ଗଳ କର୍କଟ ରାଶିରେ 07 ଡିସେମ୍ବର 2024 ସକଳ 04:56 ରେ ବକ୍ରୀ ହେବାକୁ ଯାଉଛନ୍ତି। ବୈଦିକ ଜ୍ଯୋତିଷରେ ମଙ୍ଗଳ ଦେବଙ୍କୁ ସାହାସର ଗ୍ରହ କୁହାଯାଏ ସେଥିପାଇଁ ତାଙ୍କର ଚଳନ, ଦିଗ କିମ୍ବା ସ୍ଥିତିରେ ହେବାକୁ ପରିବର୍ତ୍ତନ ରାଶି ସହିତ ଦେଶ ବିଦେଶକୁ ମଧ୍ୟ ପ୍ରଭାବିତ କରିବ। ଆଷ୍ଟ୍ରୋସେଜର ଏହି ଆର୍ଟିକଲ୍ ମଙ୍ଗଳ କର୍କଟ ରାଶିରେ ବକ୍ରୀ ବିଶେଷ ଭାବରେ ଆପଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ମାଧ୍ୟମରେ ଆପଣଙ୍କୁ ବକ୍ରୀ ମଙ୍ଗଳଙ୍କ ସହିତ ଜଡ଼ିତ ସମସ୍ତ ସୂଚନା ପ୍ରାପ୍ତ ହେବ। ସାଙ୍ଗରେ ମଙ୍ଗଳଙ୍କର ବକ୍ରୀ ଚଳନ ରାଶି ଚକ୍ରର ସମସ୍ତ 12 ଟି ରାଶିକୁ କି ପ୍ରକାର ପ୍ରଭାବିତ କରିବ ଓ ଏହି ସମୟରେ କେଉଁ ପ୍ରତିକା କରିବା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ?ଏହି ସମସ୍ତ କଥା ଆମେ ଆପଣଙ୍କୁ କହିବୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ବିଶେ ଲେଖା ଓ ସର୍ବପ୍ରଥମେ ଜାଣିବା ମଙ୍ଗଳଙ୍କର ଜ୍ଯୋତିଷଶାସ୍ତ୍ରରେ ମହତ୍ଵ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ କର୍କଟ ରାଶିରେ ମଙ୍ଗଳ ବକ୍ରୀ ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
ବୈଦିକ ଜ୍ଯୋତିଷରେ ମଙ୍ଗଳ ସାହସମ୍ ଦୃଢ଼ତା ଓ ପରାକ୍ରମର ଗ୍ରହ। ରାଶି ଚକ୍ରରେ ଏହା ଲଗ୍ନ ଘର ଓ ଷଷ୍ଠ ଘରକୁ ନିୟନ୍ତ୍ରିତ କରନ୍ତି। ଯଦି ମଙ୍ଗଳ ମହାରାଜ ନିଜ ରାଶି ମେଷ ଓ ବୃଷରେ ବିରାଜମାନ ହୁଅନ୍ତି ତେବେ ସେ ଆପଣଙ୍କୁ ବହୁତ ଶୁଭ ପରିଣାମ ପ୍ରଦାନ କରିବେ। ଏହି କ୍ରମରେ ମଙ୍ଗଳ ଦେବ ଯେବେ ଶନି ମହାରାଜଙ୍କର ରାଶି ମକରରେ ରହିବେ ଯାହା ତାଙ୍କର ଉଚ୍ଚ ରାଶି ତେବେ ବହୁତ ଦୃଢ଼ ସ୍ଥିତିରେ ରହିବେ। ମଙ୍ଗଳ ବ୍ୟକ୍ତିକୁ କ୍ୟାରୀଅର, ଧନ ଓ ପ୍ରେମ ସହିତ ଜଡ଼ିତ ମାମଲାରେ ସକାରାତ୍ମକ ପରିଣାମ ଦେବା ସହିତ ଅପାର ସଫଳତା, ଆଶୀର୍ବାଦ ମଧ୍ୟ ଦିଅନ୍ତି। ଏବେ ମଙ୍ଗଳ ଗ୍ରହଙ୍କର ବକ୍ରୀ ହେବା ଦ୍ବାରା କିଛି ଲୋକଙ୍କୁ ପ୍ରେମ ସମ୍ବନ୍ଧରେ ଶୁଭ ଫଳ ପ୍ରାପ୍ତ ହୋଇପାରେ। ମଙ୍ଗଳ ମହାରାଜ କର୍କଟ ରାଶିରେ ରହିବେ ଓ ଏହାର ପରିଣାମସ୍ବରୂପ, ଲୋକଙ୍କୁ ଧନ ଲାଭ ମାର୍ଗରେ ସମସ୍ଯା ଓ କ୍ୟାରୀଅରରେ ଅଧିକ ସଫଳତା ନ ମିଳିବା ପରି ଚିନ୍ତାର ସାମ୍ନା କରିବାକୁ ପଡ଼ିବ। ଏହା ସମ୍ପର୍କରେ ନକରାତ୍ମକତା ଆଣିବ।
हिंदी में पढ़ने के लिए यहां क्लिक करें:मंगल कर्क राशि में वक्री
ମଙ୍ଗଳ ଗ୍ରହ ମେଷ ରାଶି ପାଇଁ ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ତାଙ୍କର ଚତୁର୍ଥ ଘରେ ବକ୍ରୀ ହେବାକୁ ଯାଉଛି। ମଙ୍ଗଳ ଦେବ ଆପଣଙ୍କୁ ସକାରାତ୍ମକ ଓ ନକରାତ୍ମକ ଦୁଇ ପ୍ରକାର ପରିଣାମ ଦେବେ। ମଙ୍ଗଳଙ୍କର କର୍କଟ ରାଶିରେ ବକ୍ରୀ ଯୋଗୁଁ ଆପଣଙ୍କୁ ପ୍ରେମ ସମ୍ବନ୍ଧରେ ଶାନ୍ତି ମିଳିବ ଓ ପାରସ୍ପରିକ ସାମଞ୍ଜସ୍ୟକୁ ଭଲ କରିପାରିବେ।
ଯେଉଁ ଲୋକଙ୍କର ଜାତକରେ ମଙ୍ଗଳ ଦୃଢ଼ ସ୍ଥିତିରେ ଥାଆନ୍ତି ତାଙ୍କୁ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରଦାନ କରନ୍ତି, ବିଶେଷକରି ଉତ୍ତମ ସ୍ବାସ୍ଥ୍ୟ ଓ ତିକ୍ଷ୍ଣ ବୁଦ୍ଧି ପ୍ରାପ୍ତ ହୁଏ। ଏହାର ବିପରୀତ, ମଙ୍ଗଳ ମହାରାଜଙ୍କର ଅଶୁଭ ଗ୍ରହ ଯେପରି ଶନି କିମ୍ବା ରାହୁ/କେତୁଙ୍କ ସହିତ ରହିଲେ ଲୋକଙ୍କୁ ସମସ୍ଯା ଓ ବାଧା ସାମ୍ନା କରିବାକୁ ପଡ଼ିପାରେ। ସାଙ୍ଗରେ ନିଦ ନ ହେବା, ଚର୍ମ ଓ ତାନ୍ତ୍ରିକ ତଅଁର ସହିତ ଜଡ଼ିତ ସମସ୍ଯା ମଧ୍ୟ ହଇରାଣ କରିପାରେ। ମଙ୍ଗଳ ଓ ବୁଧଙ୍କ ସହିତ ଉପସ୍ଥିତ ରହିବା ଯୋଗୁଁ ବ୍ୟକ୍ତି ବୁଦ୍ଧିମାନ ହୁଏ ନାହିଁ ଓ ତାଙ୍କର ସ୍ଵଭାବରେ ରାଗ ବଢ଼େ। କିନ୍ତୁ ଯଦି ମଙ୍ଗଳ ଦେବ ଶୁଭ ଗ୍ରହ ବୃହସ୍ପତିଙ୍କ ସହିତ ରୁହନ୍ତି ତେବେ ବ୍ୟକ୍ତିକୁ ବହୁତ ଭଲ ପରିଣାମ ପ୍ରାପ୍ତ ହୁଏ।
ଆସନ୍ତୁ ଏବେ ଆମେ ଆଗକୁ ବଢ଼ିବା ଓ ଏହି ବିଶେଷ ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବା ଯେ ମଙ୍ଗଳ କର୍କଟ ରାଶିରେ ବକ୍ରୀ ହୋଇ ସମସ୍ତ 12 ଟି ରାଶିକୁ କେଉଁ ପ୍ରକାର ପରିଣାମ ଦେବେ ଓ ଏହି ସମୟରେ କେଉଁ ପ୍ରତିକାର କରିବା ଉଚିତ।
To Read in English Click Here: Mars Retrograde In Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମେଷ ରାଶି ଲୋକଙ୍କ ପାଇଁ ମଙ୍ଗଳ ଦେବ ଆପଣଙ୍କର ପ୍ରଥମ ଓ ଅଷ୍ଟମ ଘରର ସ୍ବାମୀ। ସେ ଏବେ ଆପଣଙ୍କର ଚତୁର୍ଥ ଘରେ ବକ୍ରୀ କରିବେ।
ଏହାର ପରିଣାମସ୍ବରୂପ, ମଙ୍ଗ କର୍କଟ ରାଶିରେ ବକ୍ରୀ ସମୟରେ ଆପଣଙ୍କର ଖୁସି ଓ ସୁଖ ସୁବିଧାରେ ଅଭାବ ଆସିପାରେ। ଆପଣଙ୍କୁ ଘରେ ମଧ୍ୟ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ, ଏହି ଅବଧିରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଓ ସହକର୍ମୀଙ୍କ ସହିତ ସମ୍ପର୍କରେ ଉତ୍ଥାନ-ପତନ ସହିବାକୁ ପଡ଼ିପାରେ।
ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦୀଙ୍କ ସହିତ କଠିନ ଟକ୍କର ମିଳିବାର ସମ୍ଭାବନା ଅଛି ଓ ବିଜନେସରେ ଆପଣଙ୍କର ଯୋଜନା ମଧ୍ୟ ପୁରୁଣା ହୋଇପାରେ।
ଆର୍ଥିକ ଜୀବନରେ ଏହି ଲୋକଙ୍କର ଖର୍ଚ୍ଚ ବଢ଼ିପାରେ ଓ ଏହାର ଫଳସ୍ବରୂପ, ଆପଣଙ୍କୁ ଧନ ସଞ୍ଚୟ କରିବାର ସମସ୍ଯା ଅନୁଭବ ହୋଇପାରେ।
ପ୍ରେମ ଜୀବନରେ ଆପଣଙ୍କର ଓ ପାର୍ଟନର ମଧ୍ୟରେ କଥାବାର୍ତା ବହୁତ କମ ହେବାର ଆଶଙ୍କା ଅଛି ଯାହା ଫଳେର ଆପଣଙ୍କର ସମ୍ପର୍କରେ ପ୍ରେମ ଏବଂ ସୁଖ ହ୍ରାସ ପାଇବ।
ମଙ୍ଗଳଙ୍କର ବକ୍ରୀ ଅବସ୍ଥାରେ ଆପଣଙ୍କୁ ଅଣ୍ଟା ଦରଜ ଓ ଫୁସଫୁସରେ ସମସ୍ଯା ହଇରାଣ କରିପାରେ ସେଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ।
ଉପାୟ : ଶନିବାର ଦିନ ଶନି ଗ୍ରହଙ୍କର ପୂଜା କରନ୍ତୁ।
ବୃଷ ରାଶି ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ତୃତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କ ଭିତରେ ସାହସ ଓ ଦୃଢ଼ତାର ଅଭାବ ରହିପାରେ। ସାଙ୍ଗରେ, ଏହି ସମୟରେ କରାଯାଇଥିବା ଯାତ୍ରାରେ ମଧ୍ୟ ଆପଣଙ୍କୁ ସମସ୍ଯା ହୋଇପାରେ। ଏହା ବ୍ୟତୀତ, ଆପଣଙ୍କର ସମ୍ପର୍କରେ ବାଧା ରହିପାରେ ଯାହାର କାରଣ କଥାବାର୍ତାର ଅଭାବ ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ ମଙ୍ଗଳ କର୍କଟ ରାଶିରେ ବକ୍ରୀ ସମୟରେ ଆପଣଙ୍କର ଟ୍ରାନ୍ସଫର କୌଣସି ଅଜଣା ଜାଗାକୁ ହୋଇପାରେ। ଆପଣ ଦୁଃଖିତ ଦେଖାଯାଇ ପାରନ୍ତି।
ବ୍ୟବସାୟ ବିଷୟରେ କହିଲେ ବିଜନେସରେ ଜ୍ଞାନ ଓ ବୁଦ୍ଧି ଅଭାବ ଯୋଗୁଁ ଆପଣ ଲାଭ କରିବାରେ ପଛରେ ରହିଯାଇ ପାରନ୍ତି।
ଆର୍ଥିକ ଜୀବନରେ ଯାତ୍ରା ସମୟରେ ବେପରୁଆ ହେବଅ ଯୋଗୁଁ ଆପଣଙ୍କୁ ଧନ ହାନି ସହିବା ପାଇଁ ପଡ଼ିପାରେ।
ବ୍ୟକ୍ତିଗତ ଜୀବନରେ ଆପଣ ପାର୍ଟନର ସହିତ ସମ୍ପର୍କକୁ ମଧୁର ରଖିବାକୁ ଅସକ୍ଷମ ରହିବେ ଓ ଆପଣଙ୍କର ସମ୍ପର୍କରେ ଖୁସି ହ୍ରାସ ପାଇପାରେ କାରଣ ଆପଣ ଦୁହିଁଙ୍କ ମଧ୍ୟରେ ବୁଝାମଣା କମ ରହିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଭିଟାମିନର ଅଭାବ ଯୋଗୁଁ ଫ୍ଲୁ ସହିତ ଜଡ଼ିତ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ।
ଉପାୟ : ପ୍ରତିଦିନ ଓଁ ଭୌମାୟ ନମଃ 21 ଥର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି ଲୋକଙ୍କ ପାଇଁ ମଙ୍ଗଳ ଦେବ ଆପଣଙ୍କର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ମଙ୍ଗଳ ବକ୍ରୀ ଅବସ୍ଥାରେ ଆପଣଙ୍କୁ ଋଣ ଓ ପରିବାର ସହିତ ଜଡ଼ିତ ସମସ୍ଯା ଦେଇ ଚିନ୍ତିତ କରି ପରାନ୍ତ। ସାଙ୍ଗରେ ଲମ୍ବା ଯାତ୍ରା କରିବା ପାଇଁ ପଡ଼ିପାରେ।
କ୍ୟାରୀଅରକୁ ଦେଖିଲେ ମିଥୁନ ରାଶି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଓ ସେନୀୟର୍ସଙ୍କ ସହିତ କିଛି ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଯାହାର ପ୍ରଭାବ ଆପଣଙ୍କର ପ୍ରଦର୍ଶନ ଉପରେ ଦେଖାଯିବ।
ବ୍ୟବସାୟ ସମ୍ବନ୍ଧରେ କର୍କଟ ରାଶିରେ ମଙ୍ଗଳ ବକ୍ରୀ ହୋଇ ଆପଣଙ୍କୁ ଆର୍ଥିକ କ୍ଷତି ଦେଇପାରନ୍ତି ଯାହା ଆପଣଙ୍କର ବ୍ୟବସାୟ ନୀତି ପୁରୁଣା ହେବା ଯୋଗୁଁ ହେବ।
ଆର୍ଥିକ ଜୀବନ ରେ ଏହି ସମୟରେ ଯୋଜନାର ଅଭାବ ଯୋଗୁଁ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବାର ସମ୍ଭାବନା ଅଛି ସେଥିପାଇଁ ଯେତେ ହୋଇପାରୁଛି ତାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରନ୍ତୁ।
ପ୍ରେମ ଜୀବନରେ ଆପଣ ପାର୍ଟନର ସହିତ କଥା ହେବା ସମୟରେ କଠୋର ଶବ୍ଦର ଉପଯୋଗ କରିପାରନ୍ତି ଓ ଏହାର ସିଧା ପ୍ରଭାବ ଆପଣଙ୍କର ସମ୍ପର୍କରେ ପଡ଼ିପାରେ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଙ୍ଗଳଙ୍କର ବକ୍ରୀ ଚଳନ ସମୟରେ ଆପଣଙ୍କୁ ଆଖି ଓ ଦାନ୍ତର ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କୁ କିଛି ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଉପାୟ : ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
କର୍କଟ ରାଶି ଲୋକଙ୍କପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ପଞ୍ଚମ ଓ ଦଶମ ଘରର ପ୍ରଭୁ। ଏହା ଏବେ ଆପଣଙ୍କର ଲଗ୍ନ/ପ୍ରଥମ ଘରେ ବକ୍ରୀ କରିବେ।
ଏହାର ପରିଣାମସ୍ବରୂପ, ଆପଣଙ୍କୁ କାର୍ଯ୍ୟସ୍ଥଳରେ କାମ ପ୍ରତି ସଚେତନ ରହିବ ଓ ବହୁତ ଭାବି ଚିନ୍ତି କାମ କରିବାକୁ ହେବ। ଏହି ଲୋକଙ୍କର ରୁଚି ସନ୍ତାନର ଉନ୍ନତି ଦେଖିବାରେ ରହିବ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକ ଜୀବନରେ ସନ୍ତୁଷ୍ଟ ରହିବା ପାଇଁ ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି ଓ ଆପଣଙ୍କୁ ଲାଭ ପ୍ରାପ୍ତ ହେବ।
ବ୍ୟବସାୟ କରୁଥିବା ଲୋକ ମଙ୍ଗଳ କର୍କଟ ରାଶିରେ ବକ୍ରୀ ସମୟରେ ନୂଆ ବ୍ୟବସାୟରେ ପ୍ରବେଶ କରିପାରିବେ କାରଣ ପୂରଣା ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିବ ନାହିଁ।
ଆର୍ଥିକ ଜୀବନରେ ଆପଣଙ୍କୁ ଟ୍ରେଡ ମାଧ୍ୟମରେ ଲାଭ ମିଳିବାର ଯୋଗ ସୃଷ୍ଟି ହେବ ଓ ଏହି ପ୍ରକାର ଆପଣ ଧନ ସଞ୍ଚୟ କରିପାରିବେ।
ପ୍ରେମ ଜୀବନରେ ପାର୍ଟନର ପ୍ରତି ଆପଣଙ୍କର ମନରେ ଅସୁରକ୍ଷ ଭାବନା ମଧ୍ୟ ଆସିପାରେ ସେହି କାରଣରୁ ଆପଣଙ୍କର ସମ୍ପର୍କରେ ପ୍ରେମର ଅଭାବ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଙ୍ଗଳଙ୍କର ବକ୍ରୀ ଅବସ୍ଥା ସମୟରେ ଆପଣଙ୍କୁ ଥଣ୍ଡା କାଶ ସହିତ ଜଡ଼ିତ ରୋଗ ହଇରାଣ କରିପାରେ ଯାହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତାର ପରିଣାମ ହେବ।
ଉପାୟ : ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି ଲୋକଙ୍କ ପାଇଁ ମଙ୍ଗଳ ଦେବ ଚତୁର୍ଥ ଓ ନବମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଏହି ଲୋକ ଧାର୍ମିକ ଯାତ୍ରା କରୁଥିବା ଦେଖାଯିବେ ଓ ଲାମ୍ବା ଯାତ୍ରା କରିପାରନ୍ତି।
କ୍ୟାରୀଅର କ୍ଷେତ୍ରରେ ଏହି ସମୟରେ ଆପଣ ଚାକିରି ହରାଇ ପାରନ୍ତି ଓ ଆପଣଙ୍କୁ ନୂଆ ଚାକିରି ପାଇଁ ବାହାରକୁ ଯିବାକୁ ପଡ଼ିପାରେ।
ସିଂହ ରାଶିର ବ୍ୟବସାୟ କରୁଥିବା ଲୋକଙ୍କର ଯୋଜନାରେ ଅଭାବ ଓ ବୃତ୍ତିଗତ ଭାବରେ କାମ ନ କରିବା ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ।
ଆର୍ଥିକ ଯିବାନରେ ଏହି ସମୟରେ ଆପଣଙ୍କୁ ଭାଗ୍ୟର ସାଥ ନ ମିଳିବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣଙ୍କର ଲାଭ କମ ରହିପାରେ।
ବ୍ୟକ୍ତିଗତ ଜୀବନରେ ଆପଣ ଚାପରେ ବୁଡ଼ି ରହିବେ ଓ ଏପରି ସ୍ଥିତିରେ ଆପଣ ସାଥୀ ସହିତ କଥା ହେବାରେ ଅସମର୍ଥ ହେବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ, ଏହି ଲୋକଙ୍କୁ ପାଦ ଓ ଆଣ୍ଠୁରେ ଦରଜ ହୋଇପାରେ ସେଥିପାଇଁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ।
ଉପାୟ : ପ୍ରତିଦିନ ଓଁ ଆଦିତ୍ୟ ନମଃ 21 ଥର ଜପ କରନ୍ତୁ।
କନ୍ୟା ରାଶି ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ତୃତୀୟ ଓ ଅଷ୍ଟମ ଘରର ଅଧିପତି ଓ ଏବେ ଆପଣଙ୍କର ଏକାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, କର୍କଟ ରାଶିରେ ମଙ୍ଗଳ ବକ୍ରୀ ସମୟରେ ଏହି ଲୋକଙ୍କର ଇଚ୍ଛା ପୂରଣ ହେବ କିନ୍ତୁ ଆପଣ ହାରାହାରି ଭାବରେ ସନ୍ତୁଷ୍ଟ ରହିବେ। ଆପଣଙ୍କର ସଂଚାର କୌଶଲ ଭଲ ରହିବ।
କ୍ୟାରୀଅର ବିଷୟରେ କହିଲେ ଏହି ଅବଧିରେ ଆପଣ ନିଜର କଠିନ ପରିଶ୍ରମ ଓ ଲଗାତାର ପ୍ରୟାସ ବଳରେ କ୍ୟାରୀଅରରେ ସଫଳତା ପ୍ରାପ୍ତ କରିବେ।
ବ୍ୟବସାୟ କ୍ଷେତ୍ରରେ ଏହି ଲୋକଙ୍କୁ ପୈତୃକ ସମ୍ପତି ଓ ଜୁଆ ମାଧ୍ୟମରେ ଲାଭ ମିଳିବାର ଯୋଗ ଅଛି।
ଆର୍ଥିକ ଜୀବନ ବିଷୟରେ କହିଲେ ମଙ୍ଗଳଙ୍କର ବକ୍ରୀ ଅବସ୍ଥା ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ପ୍ରାପ୍ତ ହେବ କିନ୍ତୁ ସାଙ୍ଗରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ହେବ।
ବ୍ୟକ୍ତିଗତ ଜୀବନରେ ଆପଣ ସାଥୀ ସହିତ ମନ ଖୋଲି କଥା ହେବେ ଓ ଆପଣଙ୍କର ସମ୍ପର୍କ ମଧୁର ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କନ୍ୟା ରାଶିର ଲୋକ ସାହସ ଓ ଊର୍ଜାରେ ଭରପୁର ରହିବେ ଯାହା ଫଳରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ କେତବେ ନମଃ 21 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶିଲୋକଙ୍କର ଜାତକରେ ମଙ୍ଗଳ ଦେବ ଆପଣଙ୍କର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦଶମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ ଓ ଆପଣ ସଫଳତା ପ୍ରାପ୍ତ କରିବେ । ସାଙ୍ଗରେ ଆପଣ ଧନ ସଞ୍ଚୟ କରିବା ପାଇଁ ସକ୍ଷମ ହେବେ।
କ୍ୟାରୀଅରକୁ ଦେଖିଲେ, କର୍କଟ ରାଶିରେ ମଙ୍ଗଳ ବକ୍ରୀ ହୋଇ ଆପଣଙ୍କ ପାଇଁ ନୂଆ ଚାକିରି ସୁଯୋଗ ଆଣିବେ ଯାହା ଫଳରେ ଆପଣ ସନ୍ତୁଷ୍ଟ ହେବେ।
ବ୍ୟବସାୟ କରୁଥିବା ତୁଳା ରାଶିର ଲୋକ ନୂଆ ବିଜନେସ ପାର୍ଟନର୍ଶିପରେ ପ୍ରବେଶ କରିବେ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ ଓ ଆପଣ ଭଲ ଲାଭ କରିବାରେ ସଫଳ ହେବେ।
ଆର୍ଥିକ ଜୀବନରେ ଆପଣ ବହୁତ ପଇସା ରୋଜଗାର କରିବେ ଓ ଏହାର ପରିଣାମସ୍ବରୂପ, ଆପଣଙ୍କର ଧନ ରୋଜଗାର କରିବାର କ୍ଷମତା ବୃଦ୍ଧି ହେବ।
ପ୍ରେମ ଜୀବନରେ ଏହି ଲୋକଙ୍କର ବ୍ୟବହାର ପାର୍ଟନର ପ୍ରତି ମଧୁର ହେବ ଓ ଆପଣ ସାଥୀ ସହିତ ମନ ଖୋଲି କଥା ହେବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ବକ୍ରୀ ମଙ୍ଗଳ ସମୟରେ ଏହି ଲୋକ ଶକ୍ତିଶାଳୀ ଓ ଆତ୍ମବିଶ୍ବାସୀ ରହିବେ ଯାହା ଫଳରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।
ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି ଲୋକଙ୍କ ପାଇଁ ମଙ୍ଗଳ ମହାରାଜ ପ୍ରଥମ/ଲଗ୍ନ ଘର ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ମଙ୍ଗଳଙ୍କର କର୍କଟ ରାଶିର ବକ୍ରୀ ହେବା ଦ୍ବାରା ଆପଣ କାର୍ଯ୍ୟରେ ନୂଆ ପ୍ରୟାସ କରୁଥିବା ଦେଖାଯିବେ। ଏହି ସମୟରେ କରାଯାଇଥିବା ଯାତ୍ରାରେ ଭାଗ୍ୟ ଆପଣଙ୍କର ସାଥ ଦେବ ଓ ଆପଣଙ୍କୁ ଧାର୍ମିକ କାର୍ଯ୍ୟରେ ମିଶି ଖୁସି ପ୍ରାପ୍ତ ହେବ।
କ୍ୟାରୀଅର ବିଷୟରେ କହିଲେ ଏହି ଅବଧିରେ ଆପଣଙ୍କୁ କାର୍ଯ୍ୟସ୍ଥଳରେ ଗୋଟିଏ ପରେ ଗୋଟେ କାମ ମିଳିପାରେ। ଏପରି ସ୍ଥିତିରେ ଆପଣଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ ତେବେ ଯାଇ ଆପଣ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।
ମଙ୍ଗଳଙ୍କର ବକ୍ରୀ ଅବସ୍ଥାରେ ଏହି ରାଶିର ବ୍ୟବସାୟ ଜରୁଥିବା ଲୋକଙ୍କୁ କାମ ପାଇଁ ଲମ୍ବା ଯାତ୍ରା କରିବା ପାଇଁ ପଡ଼ିବ ଓ ଏହା କରି ଆପଣଙ୍କୁ ନୂଆ ବ୍ୟବସାୟ ମାଧ୍ୟମରେ ଲାଭ କରିବାର ସୁଯୋଗ ମିଳିବ।
ଆର୍ଥିକ ଜୀବନକୁ ଦେଖିଲେ, ଆପଣ ଟ୍ରାଭେଲ ଦ୍ବାରା ଧନ ଲାଭ କରିବେ ଓ ଆପଣ ପଇସା ରୋଜଗାର କରିବା ପାଇଁ ବିଦେଶ ଯାଇପାରିବେ।
ପ୍ରେମ ଜୀବନରେ ବିଛା ରାଶି ଲୋକଙ୍କୁ ପ୍ରତିଟି ସମୟରେ ପାର୍ଟନର ଓ ଗୁରୁଜନଙ୍କର ସାଥ ମିଳିବ। ଏହି କାରଣରୁ ସାଥୀ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହା ଫଳରେ ଆପଣ ନିର୍ଭୀକ ହୋଇ ପାରିବେ।
ଉପାୟ : ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି ଲୋକଙ୍କ ଜାତକରେ ମଙ୍ଗଳ ଦେବ ଆପଣଙ୍କର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବେ।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଓ ସାଙ୍ଗରେ ଆପଣଙ୍କୁ ଲାମ୍ବା ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ମଙ୍ଗଳ କର୍କଟ ରାଶିରେ ବକ୍ରୀ ହୋଇ ଆପଣଙ୍କୁ ହଠାତ ଲାଭ ପ୍ରଦାନ କରିବେ ଯାହା ଫଳରେ ଆପଣ ସନ୍ତୁଷ୍ଟ ଦେଖାଯିବେ। ଏହି ଅବଧିରେ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ମିଳିବ ଯାହା ଆପଣଙ୍କର ପସନ୍ଦ ଅନୁସାରେ ହୋଇଥିବ।
ଧନୁ ରାଶିର ବ୍ୟବସାୟ କରୁଥିବା ଲୋକଙ୍କର ଯଦି ଫ୍ଯାମିଲି ବିଜନେସ ଅଛି କିମ୍ବା ସେ ଜୁଆ ସହିତ ଜଡ଼ିତ କୌଣସି ବ୍ୟବାସଏ କରନ୍ତି ତେବେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ଏହି ଲୋକଙ୍କୁ ଭଲ ରିଟାର୍ନ ମିଳିବ।
ଆର୍ଥିକ ଜୀବନରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପରାମର୍ଶ ଦିଅଯାଇଛି କାରଣ ବକ୍ରୀ ମଙ୍ଗଳ ସମୟରେ ଲାଭ ସହିତ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିବାର ସମ୍ଭାବନା ଅଛି।
ପ୍ରେମ ଜୀବନରେ ଏହି ଲୋକଙ୍କର ମନରେ ଅସୁରକ୍ଷା ଭାବନା ଜନ୍ମ ହୋଇପାରେ ଓ ଏହି କାରଣରୁ ଆପଣ ସାଥୀର ପ୍ରତ୍ଯେକ କଥାକୁ ବିରୋଧ କରିପାରନ୍ତି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଧନୁ ରାଶି ଲୋକଙ୍କୁ ଏହି ଅବଧିରେ ଅକ୍ଷୟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ ଓ ଆପଣଙ୍କୁ ଆଖିରେ ଦରଜ ହୋଇପାରେ।
ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ମକର ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଅପଣକ୍ଣର ଏକାଦଶ ଓ ଚତୁର୍ଥ ଘରର ସ୍ବାମୀ। ଏବେ ସେ ଆପଣଙ୍କର ସପ୍ତମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ମଙ୍ଗଳ ଆପଣଙ୍କର ସପ୍ତମ ଘରେ ବକ୍ରୀ ହେବା ଦ୍ବାରା ଆପଣଙ୍କର ସମ୍ପୂର୍ଣ ଧ୍ୟାନ ନୂଆ ବନ୍ଧୁ ଓ ସମ୍ପର୍କ ଗଢ଼ିବାରେ କେନ୍ଦ୍ରିତ ହେବ ଓ ଆପଣ ଏଥିରେ ବହୁତ ପରିମାଣରେ ସଫଳ ହେବେ।
କ୍ୟାରୀଅର ବିଷୟରେ କହିଲେ ଏହି ଅବଧିରେ ଆପଣଙ୍କୁ ଲାମ୍ବା ଯାତ୍ରା କରିବାକୁ ପଡ଼ିପାରେ ଓ ଏହି ପ୍ରକାର ଯାତ୍ରା ଆପଣଙ୍କ ପାଇଁ ପ୍ରଗତି ଆଣିବ।
କର୍କଟ ରାଶିରେ ମଙ୍ଗଳ ବକ୍ରୀ ସମୟରେ ମକର ରାଶି ଲୋକଙ୍କ ଦ୍ବାରା ବ୍ୟବସାୟ ପାଇଁ କରାଯାଇଥିବା ଯାତ୍ରାରେ ଲାଭ ମିଳିବ। ଆପଣ ଲାଭ ପ୍ରାପ୍ତ କରିବେ ଓ ନିଜର ବିଜନେସକୁ ପ୍ଲାନ କରିପାରିବେ।
ଆର୍ଥିକ ଜୀବନ ବିଷୟରେ କହିଲେ, ଏହି ଲୋକ ନିଜର ବନ୍ଧୁଙ୍କୁ ଧନ ଋଣ ଦେଇପାରନ୍ତି ଓ ଏହି କାରଣରୁ ଆପଣଙ୍କୁ ଧନ ହାନି ହୋଇପାରେ କାରଣ ସମ୍ଭାବନା ଅଛି ଯେ ତାଙ୍କ ଠାରୁ ଆପଣଙ୍କୁ ଧନ ଫେରସ୍ତ ନ ମିଳିପାରେ। ଆପଣଙ୍କର ଚିନ୍ତା ବଢ଼ିବ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ପାର୍ଟନର ସହିତ ସମ୍ପର୍କରେ ସାବଧାନ ରହିବା ସହିତ ଉଚ୍ଚ ମୂଲ୍ୟ ରଖି ଚାଲିବାକୁ ହେବ ଓ ଖୁସି ରହିବା ପାଇଁ ପ୍ରୟାସ କରିବାକୁ ହେବ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ଖାଇବା ପିଇବାର ଧ୍ୟାନ ରଖିବାକୁ ପଡ଼ିବ କାରଣ ଆପଣଙ୍କୁ ହଜମ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ।
ଉପାୟ : ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
କୁମ୍ଭ ରାଶି ଲୋକଙ୍କ ପାଇଁ ମାଂକ ମହାରାଜ ଆପଣଙ୍କର ତୃତୀୟ ଓ ଦଶମ ଘରର ସ୍ବାମୀ ଯାହା ଏବେ ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ କାର୍ଯ୍ୟରେ କରାଯାଇଥିବା କଠିନ ପରିଶ୍ରମ ଓ ଦୃଢ଼ତା ବଳରେ ସଫଳତା ମିଳିବ କିନ୍ତୁ ଆପଣ ତଥାପି ଅସନ୍ତୁଷ୍ଟ ରହିବେ।
କ୍ୟାରୀଅର ବିଷୟରେ କହିଲେ ମଙ୍ଗଳ କର୍କଟ ରାଶିର ବକ୍ରୀ ସମୟରେ ଆପଣ ଭଲ ସୁଯୋଗ ଦେଖି ଚାକିରି ପରିବର୍ତ୍ତନ କରିପାରନ୍ତି ଓ ଆପଣଙ୍କୁ ବହୁତ ଲାଭ ମିଳିବ ଯାହା ଦ୍ବାରା ଆପଣ ସନ୍ତୁଷ୍ଟ ଦେଖାଯିବେ।
ବ୍ୟବସାୟ ବିଷୟରେ କହିଲେ, ଏହି ଲୋକଙ୍କ ହାତରୁ କିଛି ଠିକ ଓ ଯୋଗ୍ୟ ଲୋକ ସହିତ ବିଜନେସ ପାର୍ଟନର୍ଶିପ କରିବାର ସୁଯୋଗ ଖସିଯାଇ ପାରେ। ଏହାର ଫଳସ୍ବରୂପମ୍ ଆପଣଙ୍କର ଲାଭର ହ୍ରାସ ଘାଟିପାରେ।
ଆର୍ଥିକ ଜୀବନରେ ଆପଣଙ୍କର ଖର୍ଚ୍ଚ ବଢ଼ିବାର ଆଶଙ୍କା ଅଛି ଯାହାର ପରିଣାମସ୍ବରୂପ, ଆପଣଙ୍କୁ ଲୋନ ନେବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କ ଉପରେ ଆର୍ଥିକ ବୋଝ ବଢ଼ିପାରେ।
ବ୍ୟକ୍ତିଗତ ଜୀବନରେ ବକ୍ରୀ ମଙ୍ଗଳ ସମୟରେ ଆପଣ ପାର୍ଟନର ସହିତ ଖୁସି ରହିବେ ନାହିଁ ସେଥିପାଇଁ ଆପଣଙ୍କୁ ସମ୍ପର୍କ ଉପରେ ଧ୍ୟାନ ଦେବାକୁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶିର ଲୋକଙ୍କୁ ଚର୍ମ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ ଓ ଆପଣ କୌଣସି ଏଲାର୍ଜିର ଶିକାର ହୋଇପାରନ୍ତି।
ଉପାୟ ”: ଶନିବାର ଦିନ ଦିବ୍ୟାଙ୍ଗଙ୍କୁ ଭୋଜନ ଦାନ କରନ୍ତୁ।
ମୀନ ରାଶି ଲୋକଙ୍କ ପାଇଁ ମଙ୍ଗଳ ଦେବ ଆପଣଙ୍କର ଦ୍ଵିତୀୟ ଓ ନବମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ପଞ୍ଚମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ମଙ୍ଗଳ କର୍କଟ ରାଶିରେ ବକ୍ରୀ ହେବା ସମତେ ଏହି ଲୋକଙ୍କର ରୁଚି ଅଧ୍ୟାତ୍ମ ପ୍ରତି ବଢ଼ିପାରେ ଓ ଆପଣ ଧର୍ମ କର୍ମ କାର୍ଯ୍ୟ କରୁଥିବା ଦେଖାଯିବେ।
କ୍ୟାରୀଅରକୁ ଦେଖିଲେ, ଏହି ଲୋକଙ୍କୁ ଏହି ଅବଧିରେ ଅନ୍ୟ ଲାଭ ସହିତ ପ୍ରୋମୋସନ ମିଳିବାର ଯୋଗ ସୃଷ୍ଟି ହେଉଛି ଯାହା ଆପଣଙ୍କର ପରିଶ୍ରମର ପରିଣାମ ହେବ।
ବ୍ୟବସାୟ କ୍ଷେତ୍ରରେ ମୀନ ରାଶି ଲୋକଙ୍କୁ ନିଜର ଭୁଲ ଯୋଜନା ଓ ନୀତି ଯୋଗୁଁ ଆର୍ଥିକ ସମସ୍ଯା ସହିବାକୁ ପଡ଼ିପାରେ।
ଆର୍ଥିକ ଜୀବନରେ ମଙ୍ଗଳଙ୍କର ବକ୍ରୀ ଚଳନ ସମୟରେ ସନ୍ତାନର ପ୍ରଗତି ଓ ବିକାଶ ଉପରେ ବହୁତ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସାଥୀ ସହିତ ସନ୍ତାନ ବିଷୟରେ କଥା ହେଉଥିବା ଦେଖାଯିବେ ଯାହା ତାଙ୍କର ଭବିଷ୍ୟ ଏବଂ ବିକାଶ ସମ୍ବନ୍ଧରେ ହେବ ବୋଲି ସମ୍ଭାବନା ଅଛି।
ଯେବେ କଥା aଆସେ ସ୍ବାସ୍ଥ୍ୟର ତେବେ ଏହି ଲୋକଙ୍କୁ ହାଇପରଟେନ୍ସନ ଯୋଗୁଁ ମୁଣ୍ଡ ବିନ୍ଧା ହୋଇପାରେ ସେଥିପାଇଁ ଆପଣଙ୍କୁ ଯୋଗ କରିବାକୁ ପରାମର୍ଶ ଦିଅଯାଇଛି।
ଉପାୟ : ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ମଙ୍ଗଳ କେବେ ବକ୍ରୀ ହେବେ?
କର୍କଟ ରାଶିରେ ମଙ୍ଗଳ ଗ୍ରହ 07 ଡିସେମ୍ବର 2024 ରେ ବକ୍ରୀ ହେବେ।
2. ମଙ୍ଗଳ କେଉଁ ରାଶିର ଅଧିପତି?
ରାଶି ଚକ୍ରରେ ମଙ୍ଗଳ ଦେବ ମେଷ ରାଶି ଓ ବିଛା ରାଶିର ସ୍ବାମୀ ଅଟନ୍ତି।
3. ବକ୍ରୀ କାହାକୁ କୁହନ୍ତି?
ଜ୍ଯୋତିଷଶାସ୍ତ୍ରରେ ଜେବ କାଉଅଂଶୀ ଗ୍ରହ ଓଲଟା ଅର୍ଥାତ ପଛ ଆଡ଼କୁ ଚାଲିବା ଭଳି ପ୍ରତୀତ ହୁଏବ ତାକୁ ବକ୍ରୀ ଅବସ୍ତା କୁହଯାଏ।