ବୃହସ୍ପତିଙ୍କର ବୃଷ ରାଶିରେ ଉଦୟ

Author: Monica Rajguru | Updated Wed, 29 May, 2024 11:52 AM

ଏହି ବିଶେଷ ଲେଖାରେ ଆମେ ଆଜି ବୃହସ୍ପତିଙ୍କର ବୃଷ ରାଶିରେ ଉଦୟ ବିଷୟରେ ବିସ୍ତୃତରେ ଜାଣିବା। ଉଦୟ ହୋଇଥିବା ରାଶିକୁ ଆପଣଙ୍କର ଲଗ୍ନ ମଧ୍ୟ କୁହଯାଏ। ଏହା ଆପଣଙ୍କର ସାମାଜିକ ବ୍ଯକ୍ତିତ୍ବକୁ ଦର୍ଶାଏ। ଏହି ରାଶି ଆପଣଙ୍କର ଭୌତିକ ଶରୀରର ପ୍ରତିରୋଧ କରିଥାଏ। ଏହି ବର୍ଷ ବୃହସ୍ପତି ବୃଷ ରାଶିରେ 3 ଜୁନ 2024 3:21 ରେ ଉଦୟ ହେବାକୁ ଯାଉଛନ୍ତି।


ବୈଦିକ ଜ୍ଯୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଏକ ଲାଭକରି ଗ୍ରହ କୁହଯାଏ ଯାହା ଏକ ପୁରୁଷ ଗ୍ରହ ମଧ୍ୟ। ଆମର ଏହି ବିଶେଷ ଲେଖାରେ ବୃହସ୍ପତି ଉଦୟର ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ବିଷୟରେ ଜଣାଇବୁ। ଯେଉଁ ବ୍ୟକ୍ତିଙ୍କର ଜାତକରେ ବୃହସ୍ପତି ଧନୁ କିମ୍ବା ମୀନ ରାଶିରେ ଥାଆନ୍ତି ତାଙ୍କୁ ଭଲ ପରିଣାମ ମିଳିଥାଏ। ଶୁକ୍ରଙ୍କ ଦ୍ବାରା ଶାସିତ ବୃଷ ରାଶିରେ ବୃହସ୍ପତି ଉଦୟ ମଧ୍ୟମ ଧରଣରେ ଅନୁକୂଳ ହୋଇଥାଏ।

ଏହି ସମୟରେ ଅଧିକ ଧନ ପ୍ରାପ୍ତ ହେବାର ଯୋଗ ଅଛି, ସମାଜରେ ମହିଳାମାନଙ୍କର ଡୋମିନାନ୍ସ ବଢ଼ିବ ଇତ୍ୟାଦି। ତେବେ ଆସନ୍ତୁ ଆଗକୁ ବଢ଼ିବା ଓ ଏହି ବିଶେଷ ଲେଖା ମାଧ୍ୟମରୁ ଜାଣିବା 2024ରେ ବୃଷ ରାଶିରେ ବୃହସ୍ପତି ଉଦୟର ସମସ୍ତ 12 ଟି ରାଶି ଉପରେ କ’ଣ ପ୍ରଭାବ ପଡ଼ିବ ଓ ତାଙ୍କର ନକରାତ୍ମକ ପ୍ରଭାବରୁ ବଞ୍ଚିବା ପାଇଁ ପ୍ରତିକାର ବିଷୟରେ ଜାଣିବା।

Read In English: Jupiter Rise In Taurus

ବୈଦିକ ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତି ଗ୍ରହ

ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ କୁହଯାଏ ଓ ଏହା ଏକ ଆଧ୍ୟାତ୍ମିକ ଗ୍ରହ ହୋଇଥିବାରୁ ଏହା ସମସ୍ତ ଦିବ୍ୟ ଗୁଣର ଅଧିକାରୀ। ବୃହସ୍ପତିଙ୍କର ଆଶୀର୍ବାଦ ଓ ଶକ୍ତି ବିନା କୌଣସି ଶୁଭ ଜିନିଷ ଉପରେ ମିୟନ୍ତ୍ରଣ ରଖିବା କଷ୍ଟକର।

ରାଶିରେ ବୃହସ୍ପତି ଦୃଢ଼ ଥିଲେ କିମ୍ବା ଜନ୍ମ ସମୟରେ ଧନୁ ଓ ମୀନ ରାଶିରେ ବୃହସ୍ପତି ଥିଲେ ବ୍ୟକ୍ତିକୁ ସମସ୍ତ ଭଲ ଗୁଣ, ଭାଗ୍ୟ ଇତ୍ୟାଦି ପ୍ରାପ୍ତ ହୁଏ। ଯଦି ବୃହସ୍ପତି ନିଜର ଉଚ୍ଚ ରାଶିରେ କର୍କଟ ରାଶିରେ ସ୍ଥିତ ତେବେ ଏପରି ସ୍ଥିତିରେ ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ସଫଳତା ପାଇବାକୁ ସକ୍ଷମ ହୋଇଥାଏ। ଏପରି ଲୋକ ସମାଜରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଜଡ଼ିତ ଥାଆନ୍ତି।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ବୃହସ୍ପତି ଗୋଚର ଆପଣଙ୍କ ଜୀବନ ଉପରେ କ’ଣ ପ୍ରଭାବ ପକାଇବ

ବୃଷ ରାଶିରେ ବୃହସ୍ପତି ଉଦୟ - ରାଶି ଅନୁସାରେ ପ୍ରଭାବ ଓ ଉପାୟ

ଚଳାନ୍ତୁ ଏବେ ଦେଖିବା କି 2024ରେ ବୃହସ୍ପତି ବୃଷ ରାଶିରେ ଉଦୟ ହେବା ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ। ଆପଣଙ୍କ ସୂଚନା ପାଇଁ କହିଦେଉଛୁ ଯେ ଏଠାରେ ଦିଆ ଯାଇଥିବା ଭବିଷ୍ୟଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ।

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ବୃହସ୍ପତି ନବମ ଓ ଦ୍ଵାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବେ। ବୃହସ୍ପତିଙ୍କର ବୃଷ ରାଶିରେ ଉଦୟ ହେବା ଆପଣଙ୍କୁ ଧନ ଲାଭ ଓ ଭାଗ୍ୟ ବୃଦ୍ଧି ଦେବ ଓ କେତେକ ଲୋକ ବିଦେଶ ଯାତ୍ରାରେ ମଧ୍ୟ ଜୈପାରନ୍ତି ଯାହା ଦ୍ବାରା ତାଙ୍କୁ ଲାଭ ମିଳିବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନୂଆ ଚାକିରି ପ୍ରାପ୍ତ ହେବ ଯାହା ଆପଣଙ୍କୁ ଖୁସି ଦେବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନୂଆ ବ୍ୟବସାୟ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ବିଦେଶୀ ସ୍ରୋତରୁ ଲାଭ ହେବ। ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ଜୀବନସାଥୀ ସହିତ ଆନନ୍ଦମୟ ସମୟ ମିଳିବ ଓ ଅପାଣ ସମ୍ପର୍କରେ ଖୁସି ରହିବେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ନୀଦର ଅଭାବ କୁ ଛାଡ଼ି ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ପ୍ରତିଦିନ 19 ଥର 'ଓଁ ଗୁରବେ ନମଃ' ମନ୍ତ୍ର ଜପ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ବୃହସ୍ପତି ଅଷ୍ଟମ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପ୍ରଥମ ଘରେ ଗୋଚର କରିବା ଆଇନ ଯାଉଛନ୍ତି। ବୃହସ୍ପତିଙ୍କର ବୃଷ ରାଶିରେ ଉଦୟ ହେବା ହେତୁ ଆପଣଙ୍କୁ ଜୀବନରେ ହଠାତ ପରିବର୍ତ୍ତନ ସାମ୍ନା କରିବାକୁ ପଡ଼ିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ କାମର ଅଧିକ ଚାପ ରହିବ ଓ କାମରେ ଅଶାନ୍ତି ଅନୁଭବ ହେବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଉତ୍ଥାନ-ପତନ ଓ କ୍ଷତି ସହିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିପାରେ ଯାହା ଯୋଗୁଁ ବୋଝ ବଢ଼ିବ। ପାରିବାରିକ ସମସ୍ଯା ଚାଲିଥିବା ଯୋଗୁଁ ସାଥୀଙ୍କ ସହିତ ବିବାଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ମୁଣ୍ଡ ବିନ୍ଧା ହେବାର ସମ୍ଭାବନା ଅଛି।

ଉପାୟ : ପ୍ରତିଦିନ ଲଳିତା ସହସ୍ରନାମ ଜପ କରନ୍ତୁ ।

ବୃଷ ସାପ୍ତାହିକ ରାଶିଫଳ

କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ବୃହସ୍ପତି ସପ୍ତମ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ବୃହସ୍ପତି ବୃଷ ରାଶିରେ ଉଦୟ ହେବଅ ଯୋଗୁଁ ପାରିବାରିକ ସମସ୍ଯାର ସାମ୍ନା କରିବାକୁ ପଡ଼ିବ ଯାହା ଫଳରେ ଖୁସି ହ୍ରାସ ହେବ। କ୍ୟାରୀଅର ଦୃଷ୍ଟିରୁ ନିଜର ବରିଷ୍ଠ ଓ ସହକର୍ମୀନଙ୍କ ସହିତ ଅଶାନ୍ତି ସାମ୍ନା କରିବାକୁ ପଡ଼ିପାରେ। ଆଶା କରାଯାଇଥିବା ଠାରୁ ବ୍ୟବସାୟରେ କମ ଲାଭ ହେବ। ପଇସା ପତ୍ର ମାମଲାରେ ଆପଣଙ୍କୁ ଲାଭ ମିଳିପାରେ ଓ ପରିବାର ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ।

ସମ୍ପର୍କ ଦୃଷ୍ଟିରୁ ପରିବାରରେ ବାଦ ବିବାଦ ସ୍ଥିତି ଉପୁଜିପାରେ ଯାହା ଫଳରେ ପରିବାରରେ ତାଳମେଳ ରହିବ ନାହିଁ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ଜୀବନସାଥିଙ୍କ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ : ପ୍ରତଦିନ 21 ଥର 'ଓଁ ଶିବ ଓଁ ଶିବ ଓଁ' ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ସପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ବୃହସ୍ପତି ଷଷ୍ଠ ଓ ନବମ ଘରର ପ୍ରଭୁ ଓ ଏହା ଆପଣଙ୍କର ଏକାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି।

ବୃହସ୍ପତି ବୃଷ ରାଶିରେ ଉଦୟ ହେବା ହେତୁ ଆପଣଙ୍କୁ ନିଜର ଚେଷ୍ଟାରେ ଭଲ ରିଟାର୍ନ ମିଳିବ ଓ ସଫଳତା ମିଳିବାର ସମ୍ଭାବନଆ ଅଛି। କ୍ୟାରୀଅରରେ ଆପଣ ପଦୋନ୍ନତି ପାଇବେ।

ବ୍ୟବସାୟରେ ଆପଣ ପ୍ରତିସ୍ପର୍ଦ୍ଧୀଙ୍କ ପାଇଁ ବିପଦ ଆଣିପାରନ୍ତି ଓ ନିଜର ବ୍ୟବସାୟରେ ଉନ୍ନତ ପ୍ରଦର୍ଶନ କରିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ପର୍ଯ୍ୟାପ୍ତ ରୋଜଗାର କରିବାରେ ଓ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ।

ସମ୍ପର୍କ ଦୃଷ୍ଟିରୁ ଜୀବନସାଥୀ ସହିତ ଭଲ ତାଳମେଳ ରହିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ପ୍ରତିଦିନ 11 ଥର 'ଓଁ ଚନ୍ଦ୍ରାୟ ନମଃ' ମନ୍ତ୍ର ଜପ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ବୃହସ୍ପତି ପଞ୍ଚମ ଏବଂ ଅଷ୍ଟମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।

ବୃଷ ରାଶିରେ ବୃହସ୍ପତିଙ୍କର ଉଦୟ ହେବା ହେତୁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ ହେବ। କ୍ୟାରୀଅର ଦୃଷ୍ଟିରୁ ଚାକିରିରେ ଉତ୍ଥାନ -ପତନ ଆସିବ। ଏହି ସମୟରେ ଚାକିରି ପରିବର୍ତ୍ତନ କରିବା ପାଇଁ ପଡ଼ିପାରେ । ବ୍ୟବସାୟ ଦୃଷ୍ଟିରୁ ଆପଣ ଅଧିକ ଲାଭ ପାଇଁ ନିଜର ବ୍ୟବସାୟର କ୍ଷେତ୍ର ବଦଳାଇ ପାରନ୍ତି।

ନିଜ ପିଲାମାନଙ୍କ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ସମ୍ପର୍କ ରେ ସମସ୍ଯା ଚାଲୁଥିବା ଯୋଗୁଁ ଆପଣ ଅସୁରକ୍ଷିତ ଅନୁଭବ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଗଳାରେ ସଂକ୍ରମଣ ହୋଇପାରେ।

ଉପାୟ : ପ୍ରତିଦିନ 19 ଥର 'ଓଁ ଆଦିତ୍ୟାୟ ନମଃ’ ମନ୍ତ୍ର ଜପ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ବୃହସ୍ପତି ଚତୁର୍ଥ ଓ ସପ୍ତମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କର ନବମ ଘରେ ଉଦୟ ହେବାକୁ ଯାଉଛନ୍ତି। ବୃହସ୍ପତିଙ୍କର ବୃଷ ରାଶିରେ ଉଦୟର ପ୍ରଭାବ ସ୍ବରୂପ ଆପଣଙ୍କୁ ନିଜର ପ୍ରୟାସରେ ସଫଳତା ମିଳିବ। କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର ବରିଷ୍ଠଙ୍କର ସମର୍ଥନ ପାଇବେ ଓ ଲାଭ ପାଇବେ।

ଆର୍ଥିକ ଦୃଷ୍ଟିରୁ ଆପଣ ଅଧିକ ଧଂ ସଞ୍ଚୟ କରିବେ ଓ ଏହା କରିବାରେ ସଫଳତା ମିଳିବ। ସମ୍ପର୍କ ଦୃଷ୍ଟିରୁ ଦରକାର ପଡ଼ିଲେ ସାଥୀଙ୍କ ଠାରୁ ସମର୍ଥନ ମିଳିବ ଯାହା ଆପଣଙ୍କୁ ଖୁସି କରିବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଭଲ ସ୍ବାସ୍ଥ୍ୟ ପ୍ରାପ୍ତ ହେବ ଓ ଏହା ଆପଣଙ୍କର ଭଲ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ।

ଉପାୟ : ଶନିବାର ଦିନ ରାହୁ ଗ୍ରହଣକ ପାଇଁ ଯଜ୍ଞ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ବୃହସ୍ପତି ତୃତୀୟ ଓ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବାକୁ ଯାଉଛନ୍ତି।

ବୃହସ୍ପତି ବୃଷ ରାଶିରେ ଉଦୟ ହେବା ହେତୁ ଆପଣଙ୍କୁ ଲାଭ ମିଳିବ। କିନ୍ତୁ ଅନ୍ୟ ପକ୍ଷରେ ଆପଣଙ୍କୁ ନିଜର ବିକାଶରେ ବିଳମ୍ବର ସାମ୍ନା କରିବା ପାଇଁ ପଡ଼ିପାରେ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କ ଉପରେ କାମର ଚାପ ରହିବ। ଏହି ସମୟରେ ଆପଣ ଚାକିରି ଛାଡ଼ିବା ବିଷୟରେ ଭାବିପାରନ୍ତି।

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ କ୍ଷତି ହେବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଧନ ଲାଭ ହେବ କିନ୍ତୁ ଏଥିପାଇଁ ଆପଣଙ୍କୁ ବିଳମ୍ବର ସାମ୍ନା କରିବା ପାଇଁ ପଡ଼ିବ। ସମ୍ପର୍କ ଦୃଷ୍ଟିରୁ ଆପଣ ସାଥି ସହିତ ଅଯଥା କଥା ହେବେ ଏବଂ ଏହା ଆପଣଙ୍କ ମଧ୍ୟରେ ସମସ୍ଯା ମଧ୍ୟ କରିପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଗଳାରେ ଗମ୍ଭୀର ସଂକ୍ରମଣ କିମ୍ବା ଏଲାର୍ଜି ହେବାର ଡର ରହିଛି।

ଉପାୟ : ପ୍ରତିଦିନ 11 ଥର 'ଓଁ ଶ୍ରୀ ଦୂର୍ଗାୟ ନମଃ' ମନ୍ତ୍ର ଜପ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ବୃହସ୍ପତି ଦ୍ଵିତୀୟ ଓ ପଞ୍ଚମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ସପ୍ତମ ଘରେ ଉଦୟ ହେବାକୁ ଯାଉଛନ୍ତି। ବୃହସ୍ପତିଙ୍କର ବୃଷ ରାଶିରେ ଉଦୟ ପ୍ରଭାବ ସ୍ବରୂପ ଆପଣଙ୍କୁ ନୂଆ ମିତ୍ର ମିଲିବେ ଓ ନୂଆ ପାର୍ଟନର୍ଶିପ ହେବାର ସମ୍ଭାବନା ଅଛି। ଏହି ଅବଧିରେ ଆପଣ ଯାତ୍ରା ଉପରେ ଅଧିକ ଖର୍ଚ୍ଚ କରିପାରନ୍ତି। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କ ପକ୍ଷରେ ନିଜର ପରିଶ୍ରମ ପାଇଁ ପରିଚିତ ହେବେ।

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଲାଭ ଓ ନୂଆ ବ୍ୟବସାୟ ମିଳିପାରେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଶୁଭଚିନ୍ତକଙ୍କ ସାହାଜ୍ୟରେ ଧନ ଲାଭ ହେବ।

ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନସାଥି ସହିତ ଭଲ ମୂଲ୍ୟ ଓ ସଦ୍ଭାବ ଉପରେ କାର୍ଯ୍ୟ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ମୁଣ୍ଡ ବିନ୍ଧା ପରି ଛୋଟ ଛୋଟ ସମସ୍ଯା ଲାଗିରହିବ କିନ୍ତୁ ସ୍ବାସ୍ଥ୍ୟ ହାରାହାରି ଭଲ ରହିବ।

ଉପାୟ : ପ୍ରତିଦିନ 27 ଥର 'ଓଁ ଭୌମାୟ ନମଃ ' ମନ୍ତ୍ର ଜପ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ବୃହସ୍ପତି ପ୍ରଥମ ଓ ଚତୁର୍ଥ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବାକୁ ଯାଉଛନ୍ତି।

ବୃଷ ରାଶିରେ ବୃହସ୍ପତି ଉଦୟ ହେବଅ ହେତୁ ଆପଣଙ୍କୁ ପରିବାରରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ। କ୍ୟାରୀଅର ଦୃଷ୍ଟିରୁ ଆପଣ ଯାହା କାମ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଅଧିକ ଚିନ୍ତା କରିବାକୁ ପଡ଼ିବ ଓ କାମର ଚାପ ବଢ଼ିବ।

ବ୍ୟବସାୟରେ ଆପଣଙ୍କୁ କମ ଲାଭ ପ୍ରାପ୍ତ ହେବ ଓ ଏହି ସମୟରେ ପ୍ରତିସ୍ପର୍ଦ୍ଧୀମାନଙ୍କ ଠାରୁ ମଧ୍ୟ ସମସ୍ଯାର ଉଚ୍ଚ ସମ୍ଭାବନ ଅଛି। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଋଣ ମାଧ୍ୟମରେ ସାମାନ୍ଯ ଲାଭ ପ୍ରାପ୍ତ ହେବ। ଚେଷ୍ଟା କରିଲେ ଆପଣ ଧନ ସଞ୍ଚୟ ମଧ୍ୟ କରିପାରିବେ।

ସମ୍ପର୍କ ଦୃଷ୍ଟିରୁ ଆପଣଙ୍କର ଇଚ୍ଛା ଶକ୍ତି କମ ରହିବ ଓ ସାଥି ସହିତ ତାଳମେଳ ରହିବ ନାହିଁ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଗୋଡ଼ରେ ଯନ୍ତ୍ରଣା ହେବ ଓ ଚର୍ମ ରୋଗ ହୋଇପାରେ।

ଉପାୟ : ଗୁରୁବାର ଦିନ ବୃହସ୍ପତି ଗ୍ରହ ପାଇଁ ଯଜ୍ଞ କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ପାଇଁ ବୃହସ୍ପତି ତୃତୀୟ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବାକୁ ଯାଉଛନ୍ତି। ବୃହସ୍ପତିଙ୍କ ଉଦୟ ହେବ ସହିତ ଆପଣଙ୍କର ଚିନ୍ତା ଓ ସନ୍ତାନ ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିବ। କ୍ୟାରୀଅର ଦୃଷ୍ଟିରୁ ଚାକିରି ବଦଳିବା ଓ କାମରେ ଚାପର ପରିସ୍ଥିତି ଉପୁଜିପାରେ।

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ମଧ୍ୟମ ଧରଣର ଲାଭ ମିଳିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ କ୍ଷତି ହେବାର ସମ୍ଭାବନା କମ ଅଛି। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସନ୍ତାନର ଚିକିତ୍ସା ଉପରେ ଖର୍ଚ୍ଚ କରିବା ପାଇଁ ପଡ଼ିବ।

ଉପାୟ : ଶନିବାର ଦିନ ଭଗବାନ ରୁଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ବୃହସ୍ପତି ଦ୍ଵିତୀୟ ଓ ଏକାଦଶ ଘରର ପ୍ରଭୁ ଓ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବେ। ଆପଣଙ୍କୁ କାମରେ ଅଧିକ ସନ୍ତୁଷ୍ଟତା ମିଳିବ। ବ୍ୟବସାୟ ଦୃଷ୍ଟିରୁ ଲାଭ ମିଳିବ୍ ଯାହା ଜୀବନରେ ଖୁସି ଆଣିଦେବ।

ଆର୍ଥିକ ଦୃଷ୍ଟିରୁ ଆପଣ ଖୁସି ଖୁସି ନିଜର ପରିବାର ପାଇଁ ଖର୍ଚ୍ଚ କରୁଥିବା ଦେଖାଯିବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ମା’ଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ।

ଉପାୟ : ପ୍ରତିଦିନ 44 ଥର 'ଓଁ ମଣ୍ଡାୟ ନମଃ' ମନ୍ତ୍ର ଜପ କରନ୍ତୁ ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ବୃହସ୍ପତି ପ୍ରଥାମ ଓ ଦଶମ ଘର ପ୍ରଭୁ ଓ ତୃତୀୟ ଘରେ ଉଦୟ ହେବା କୁ ଯାଉଛନ୍ତି।

ବୃଷ ରାଶିରେ ବୃହସ୍ପତି ଉଦୟ ହେବା ହେତୁ ଆପଣ ନିଜର ବର୍ତ୍ତମାନର କାର୍ଯ୍ୟକ୍ଷେତ୍ର ବଦଳାଇ ପାରନ୍ତି କିମ୍ବା ଅପଣନଙ୍କର ସ୍ଥାନାନ୍ତର ହୋଇପାରେ। ଆପଣ ନିଜର ପ୍ରାୟାସ ଉପରେ କେନ୍ଦ୍ରିତ ଥିବା ନଜର ଆସିବେ।

କ୍ୟାରୀଅର ଦୃଷ୍ଟିରୁ ଚାକିରି ପରିବର୍ତନ କିମ୍ବା ଚାକିରିରେ ଅସନ୍ତୁଷ୍ଟତା ସହିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣ ଯାହା ରୋଜଗାର କରିବେ ତାହା ଖର୍ଚ୍ଚ ହୋଇଯିବାର ଆଶଙ୍କା ଅଛି।

ବ୍ୟବସାୟ ଦୃଷ୍ଟିରୁ ଏହି ସମୟରେ ଅଧିକ ଲାଭ ହେବାର ସମ୍ଭାବନା ନାହିଁ କିନ୍ତୁ ବେଶୀ କ୍ଷତି ମଧ୍ୟ ହେବ ନାହିଁ। ସମ୍ପର୍କ ଦୃଷ୍ଟିରୁ ଉଚିତ ଆଲୋଚନାର ଅଭାବ ହେତୁ ଜୀବନସାଥି ସହିତ ସମ୍ପର୍କରେ ଖୁଶିର ଅଭାବ ଅନୁଭବ ହେବ।ସ୍ବାସ୍ଥ୍ୟ ଦୃଷ୍ଟିରୁ ଅକ୍ଷୟ ସହିତ ଜଡ଼ିତ ଅସୁବିଧା ହୋଇପାରେ ଯେଉଥିପାଇଁ ଯଥାଶୀଘ୍ର ଚିକିସ୍ତା କରିବା ପାଇଁ ପରାମର୍ଶ ଦିଅଯାଇଛି।

ଉପାୟ : ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

Talk to Astrologer Chat with Astrologer