Talk To Astrologers

ବୃହସ୍ପତି ମିଥୁନ ରାଶିରେ ମାର୍ଗୀ (04 ଫେବ୍ରୁୟାରୀ 2024)

Author: Monica Rajguru | Updated Mon, 13 Jan 2025 05:25 PM IST

ବୈଦିକ ଜ୍ଯୋତିଷରେ ବୃହସ୍ପତି ଦେବଙ୍କୁ ଜ୍ଞାନ ଓ ପ୍ରଗତିର ଗ୍ରହ କୁହଯାଏ ଯିଏ ଏବେ 04 ଫେବ୍ରୁୟାରୀ ଦ୍ଵିପ୍ରହର 01:46 re ମିଥୁନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଆଷ୍ଟ୍ରୋସେଜର ଏହି ଲେଖା ଆପଣଙ୍କୁ ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ସହିତ ଜଡ଼ିତ ସମସ୍ତ ସୂଚନା ପ୍ରଦାନ କରିବ। ଗୁରୁ ଗ୍ରହଙ୍କର ଚଳନରେ ହେବାକୁ ଥିବା ପରିବର୍ତ୍ତନ ରାଶି ଚକ୍ରର ସମସ୍ତ 12ti ରାଶି ସମେତ ଦେଶ ବିଦେଶକୁ ପ୍ରଭାବିତ କରିବ। ଏହା ବ୍ୟତୀତ, ଗୁରୁ ମାର୍ଗୀ ସମୟରେ ଆପଣ କେଉଁ ଉପାୟ କରି ଶୁଭ ପରିଣାମ ପ୍ରାପ୍ତ ଜରିବେ, ଏହା ମଧ୍ୟ ଆମେ ଜଣାଇବୁ। ତେବେ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଆର୍ଟିକଲ୍ ଓ ଜାଣିବା ଗୁରୁ ଗ୍ରହ ଓ ମିଥୁନ ରାଶି ବିଷୟରେ।

ବୃହସ୍ପତି ମିଥୁନ ରାଶିରେ ମାର୍ଗୀ 04 ଫେବ୍ରୁୟାରୀ 2025 ରେ ହେବାକୁ ଯାଉଛି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁଶୁକ୍ରଙ୍କର ମୀନ ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ

ଜ୍ଯୋତିଷରେ ବୃହସ୍ପତି ଗ୍ରହ ଓ ମିଥୁନ ରାଶି

ମିଥୁନ ରାଶି ବିଷୟରେ କହିଲେ ଏହା ରାଶି ଚକ୍ରର ଚତୁର୍ଥ ରାଶି ଓ ଏହି ରାଶିର ସ୍ବାମୀ ଗ୍ରହ ବୁଧ ଦେବ। ତାଙ୍କୁ ଗୁରୁ ଗ୍ରହଙ୍କର ଶତ୍ରୁ କୁହଯାଏ। ମିଥୁନ ରାଶିର ଲୋକଙ୍କ ବିଚାରରେ ଅନ୍ତର ଦେଖିବାକୁ ମିଳେ ଯେଉଁ କାରଣରୁ ଏହି ଲୋକ ନିଜର ଜୀବନରେ ବଡ଼ ନିଷ୍ପତି ନେବାରେ ଅସକ୍ଷମ ହୁଅନ୍ତି।

ଭଗବାନ ବୃହସ୍ପତି ତାଙ୍କ ଶତ୍ରୁ ରାଶିରେ ରହିବେ ଏବଂ ଏପରି ପରିସ୍ଥିତିରେ, ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭଲ ଫଳାଫଳ ଦେଇପାରିବେ ନାହିଁ। ତଥାପି, ମିଥୁନ ରାଶିରେ ବୃହସ୍ପତିଙ୍କ ମାର୍ଗୀ ଗୋଚର ସମୟରେ, ବ୍ୟକ୍ତିମାନେ ସେମାନଙ୍କର ବୁଦ୍ଧିକୁ ତୀକ୍ଷ୍ଣ କରିପାରିବେ। ଏହା ସହିତ, ଆପଣଙ୍କୁ ବହୁତ ଦୂର ଯାତ୍ରା କରିବାକୁ ପଡ଼ିପାରେ। ବୃହସ୍ପତିଙ୍କ ମାର୍ଗୀ ଗୋଚର ବ୍ୟକ୍ତିଙ୍କ ବ୍ୟବସାୟରେ ଆଗ୍ରହ ବୃଦ୍ଧି କରିବା ସହିତ ତାଙ୍କୁ ଲାଭ ଅର୍ଜନ କରିବାକୁ ପ୍ରେରଣା ଦେବ। ଆସନ୍ତୁ ଜାଣିବା ବୃହସ୍ପତି ମିଥୁନରେ ମାର୍ଗୀ ହୋଇ ସମସ୍ତ ରାଶି ଉପରେ କିପରି ପ୍ରଭାବ ପକାଇବେ।

To Read in English Click Here: Jupiter Direct in Gemini

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ଗୁରୁ ମିଥୁନ ରାଶିରେ ମାର୍ଗୀ:ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହ ଆପଣଙ୍କର ଜାତକରେ ନବମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ତୃତୀୟ ଘରେମାର୍ଗୀ ହେବାକୁ ଯାଉଛନ୍ତି। ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ସମୟରେ ଆପଣ ସହଜରେ କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ପ୍ରଗତି ହାସଲ କରିବେ। ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କର ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆସିପାରେ।

କ୍ୟାରିଅର କ୍ଷେତ୍ରରେ ଆପଣ ଯେଉଁ କଠିନ ପରିଶ୍ରମ କରିବେ ତାହା ଆପଣଙ୍କୁ ଅପାର ସଫଳତା ଆଣିଦେବ। ଏହା ସହିତ, ଆପଣଙ୍କୁ କାମ ପାଇଁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ। ଯେଉଁମାନଙ୍କର ନିଜସ୍ୱ ବ୍ୟବସାୟ ଅଛି, ସେମାନେ ଏହି ସମୟରେ ବ୍ୟବସାୟ ଚାପକୁ ଭଲ ଭାବରେ ପରିଚାଳନା କରିବା ସହିତ ଲାଭ ଅର୍ଜନ କରିପାରିବେ। ଆର୍ଥିକ ଜୀବନ ପାଇଁ ଏହି ସମୟ ବହୁତ ଭଲ ବୋଲି କୁହାଯାଇପାରିବ ନାହିଁ କାରଣ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି, ତେଣୁ ଆପଣଙ୍କୁ ବହୁତ ସତର୍କତାର ସହିତ ଆପଣଙ୍କ ଟଙ୍କା ଯୋଜନା କରିବାକୁ ପଡ଼ିବ।

ପ୍ରେମ ଜୀବନ ବିଷୟରେ କହିଲେ ଜୀବନସାଥୀ ସହିତ ସଞ୍ଚାରରେ ସମସ୍ଯା ହୋଇପାରେ। ଯାହା ଫଳରେ ସମ୍ପର୍କରେ ଚାପ ବଢ଼ିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁ ମାର୍ଗୀ ହୋଇ ଆପଣଙ୍କୁ କାନ୍ଧରେ ଦରଜ ଦେଇ ପାରନ୍ତି ଓ ଏହି କାରଣରୁ ଆପଣଙ୍କୁ ଚାପ ହୋଇପାରେ।

ଉପାୟ: ଶନିବାର ଦିନ ରାହୁଙ୍କ ପାଇଁ ଯଜ୍ଞ କରନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ହୋଇ ଆପଣଙ୍କର ବ୍ୟକ୍ତିଗତ ଜୀବନ ସହିତ ଆର୍ଥିକ ଜୀବନରେ ସାମଞ୍ଜସ୍ୟ ଆଣି ପାରନ୍ତି।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି ସମୟ ମଧ୍ୟରେ ଆପଣଙ୍କୁ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଏବଂ ସହକର୍ମୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାରେ ଉତ୍ଥାନ-ପତନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ସମୟରେ, ଆପଣଙ୍କର କଠିନ ପରିଶ୍ରମ ବ୍ୟର୍ଥ ହୋଇପାରେ କାରଣ ଆପଣଙ୍କୁ ପ୍ରଶଂସା ନ ମିଳିବାର ସମ୍ଭାବନା ଅଛି। ସେହି ସମୟରେ, ଯେଉଁମାନେ ବ୍ୟବସାୟ କରନ୍ତି, ସେମାନେ ଆଶା ଅନୁଯାୟୀ ଲାଭ ପାଇପାରିବେ ନାହିଁ। ଅନ୍ୟପକ୍ଷରେ, ଆପଣଙ୍କ ଆର୍ଥିକ ଜୀବନରେ, ଉପଯୁକ୍ତ ଯୋଜନାର ଅଭାବ ଏବଂ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆପଣଙ୍କର ଆୟ ବୃଦ୍ଧି କରିବାର ସୁଯୋଗ ସୀମିତ ହୋଇପାରେ।

ବୃଷ ରାଶିର ଲୋକଙ୍କ ପାଇଁ ସମ୍ପର୍କରେ ସାଥୀ ସହିତ କିଛି ସମସ୍ଯା ହୋଇପାରେ ଯାହାର ପ୍ରଭାବ ଆପଣଙ୍କର ଖୁସି ଉପରେ ପଡ଼ିପାରେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ। କାରଣ ଆପଣକୁ ଦାନ୍ତରେ ଦରଜ ଓ ଅକ୍ଷୟରେ ଇନଫେକ୍ଶନ ହୋଇପାରେ।

ଉପାୟ: ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ସପ୍ତମ ଓ ଦଶମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଲଗ୍ନ/ପ୍ରଥମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ହେବା ଦ୍ବାରା ଆପଣଙ୍କର ମନରେ ନକରାତ୍ମକ ବିଚାର ଜନ୍ମ ହୋଇପାରେ ସେଥିରୁ ଦୂରେଇ ରହିବା ଉଚିତ। ଆପଣଙ୍କୁ ମିଳିବାକୁ ଥିବା ଲାଭ କମ ହୋଇପାରେ।

ଯେବେ କଥା ଆସେ କ୍ୟାରୀଅରର ତେବେ ଗୁରୁଙ୍କର ମାର୍ଗୀ ଅବସ୍ଥା ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଣିପାରେ କିମ୍ବା ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଏହି ପ୍ରକାର ସୁଯୋଗ ଆପଣଙ୍କ ପାଇଁ ସେତିକି ଫଳଦାୟୀ ହେବ ନାହିଁ ଯେତେକି ଆପଣ ଭାବିଥିବେ। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ତେବେ ଆପଣଙ୍କୁ ଅଧିକ ଲାଭ ନ ହେବାର ସମ୍ଭାବନା ଅଛି। ଆପଣ ଚିନ୍ତିତ ନଜର ଆସିବେ। ଆର୍ଥିକ ଜୀବନରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ ଧନ ରୋଜଗାର କରିବା ଉପରେ କେନ୍ଦ୍ରିତ ରହିବ। କିନ୍ତୁ ଆପଣ ନିଜର ଆବଶ୍ୟକତାକୁ ପୂରଣ କରିବାରେ ଅସକ୍ଷମ ରହିବେ।

ପ୍ରେମ ଜୀବନରେ, ସାଥୀଙ୍କ ସହ ସମ୍ପର୍କରେ ଅହଂକାର ଯୋଗୁଁ ସମସ୍ୟା ଦେଖାଦେଇପାରେ, ଯାହା କାରଣରୁ ପ୍ରେମର ଅଭାବ ଦେଖାଯାଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ ଯୋଗ କିମ୍ବା ଧ୍ୟାନ କରିବାକୁ ପରାମର୍ଶ ଦିଆଯାଉଛି ଯାହା ଦ୍ଵାରା ଆପଣ ନିଜକୁ ଫିଟ୍ ରଖିପାରିବେ।

ଉପାୟ: ଗୁରୁବାର ଦିନ ବୁଧ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ, ବୃହସ୍ପତି ଆପଣଙ୍କ ଷଷ୍ଠ ଏବଂ ନବମ ଘରର ଅଧିପତି, ଯିଏ ଏବେ ଆପଣଙ୍କ ଦ୍ୱାଦଶ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଫଳସ୍ୱରୂପ, ଆପଣଙ୍କର ଦାୟିତ୍ୱ ବଢ଼ିବା ସହିତ ଆପଣଙ୍କୁ ଋଣ ନେବାକୁ ପଡ଼ିପାରେ, ଯାହାକୁ ପୂରଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ।

ମିଥୁନ ରାଶିରେ ବୃହସ୍ପତିଙ୍କ ମାର୍ଗୀ ସମୟରେ, ଆପଣଙ୍କ ଉପରେ ଚାପ ବଢ଼ିପାରେ, ତେଣୁ ଆପଣ ଚାକିରିରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନଙ୍କର ନିଜସ୍ୱ ବ୍ୟବସାୟ ଅଛି ସେମାନେ ଏହି ସମୟ ମଧ୍ୟରେ ନୂତନ ବ୍ୟବସାୟରେ ପ୍ରବେଶ କରିପାରିବେ ଏବଂ ଏହା ଆପଣଙ୍କର ଲାଭ ବୃଦ୍ଧି କରିବ। ତଥାପି, ବ୍ୟବସାୟରେ ସଫଳ ହେବା ପାଇଁ ଆପଣଙ୍କୁ ପୂର୍ବରୁ ଯୋଜନା କରିବାକୁ ପଡ଼ିବ। ଆର୍ଥିକ ଜୀବନରେ ଧନ ସହିତ ଜଡ଼ିତ ମାମଲାରେ ବହୁତ ଭାବି ଚିନ୍ତି କାମ କରନ୍ତୁ ନଚେତ କ୍ଷତି ହୋଇପାରେ।

ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ବୃହସ୍ପତିଙ୍କ ମାର୍ଗୀ ସ୍ଥିତିରେ, ଆପଣଙ୍କ ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ଯାହା ଆପଣଙ୍କୁ ଦୁଃଖ ଦେଇପାରେ। ଏପରି ପରିସ୍ଥିତିରେ, ଯେକୌଣସି ବିଷୟକୁ ବହୁତ ସତର୍କତାର ସହ ପରିଚାଳନା କରିବା ଏବଂ ଭୁଲ ବୁଝାମଣା ଦୂର କରିବା ଆପଣଙ୍କ ପାଇଁ ଭଲ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଲେ, ଏହି ସମୟରେ ତାନ୍ତ୍ରିକ ତନ୍ତ୍ର ସହ ଜଡ଼ିତ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ ଏବଂ ଆପଣଙ୍କର କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ ଯାହା ଯୋଗୁଁ ଆପଣ ଚାପଗ୍ରସ୍ତ ଦେଖାଯାଇପାରନ୍ତି। ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟ ଭଲ ରଖିବା ପାଇଁ ସଠିକ ପଦକ୍ଷେପ ନେବାକୁ ପଡ଼ିବ।

ଉପାୟ: ବୁଧବାର ଦିନ ଚନ୍ଦ୍ର ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦେବ ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଏକାଦଶ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ଆପଣଙ୍କୁ ଜୀବନରେ ବିଭିନ୍ନ କ୍ଷେତ୍ରରେ ହଠାତ ସକାରାତ୍ମକ ପରିଣାମ ମିଳିବ। ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ହୋଇ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ।

କ୍ୟାରିଅର କ୍ଷେତ୍ରରେ, ଏହି ରାଶିର ଲୋକମାନେ ସେମାନଙ୍କ ଚାକିରିରେ ସହଜରେ ଅଗ୍ରଗତି କରିବେ ଏବଂ ଏହିପରି, ଆପଣ ସଫଳତାର ପଥରେ ଆଗକୁ ବଢ଼ିବେ। ଗୁରୁ ମାର୍ଗୀ ସମୟରେ କାମରେ ଆପଣ କରିଥିବା ପ୍ରୟାସ ଆପଣଙ୍କୁ ଭଲ ପରିଚୟ ପାଇବାରେ ସାହାଯ୍ୟ କରିବ। ଯଦି ଆପଣ ବ୍ୟବସାୟ କରନ୍ତି, ବିଶେଷକରି ବାଣିଜ୍ୟ, ତେବେ ଆପଣଙ୍କୁ ଯଥେଷ୍ଟ ଲାଭ ସହିତ କିଛି ମହାନ ସୁଯୋଗ ମିଳିପାରେ। ଏହାର ଫଳସ୍ବରୂପ, ଆର୍ଥିକ ଜୀବନରେ ଆପଣ ଧନ ଲାଭ କରିବାରେ ବ୍ୟସ୍ତ ରହିବେ ଓ ଆପଣଙ୍କର ସଞ୍ଚୟ କରିବାର ସୁଯୋଗ ମିଳିବ।

ପ୍ରେମ ଜୀବନ ବିଷୟରେ କହିଲେ ଆପଣଙ୍କର ବ୍ୟବହାର ସାଥୀ ପ୍ରତି ମଧୁର ରହିବ ଓ ସକାରାତ୍ମକ ରହିବ ଯାହା ଫଳରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ପ୍ରେମ ଓ ପରସ୍ପରିକ ବୁଝାମଣାରେ ମଧ୍ୟ ବୃଦ୍ଧି ହେବ। ହୁରୁଙ୍କର ମାର୍ଗୀ ଚଳଣ ଆପଣଙ୍କୁ ଦୁଃସାହସିକ ଓ ସାହସୀ କରିବ। ଆପଣ ଫିଟ ରହିବା ପାଇଁ ଦୃଢ଼ ରହିବେ।

ଉପାୟ: ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ ଯଜ୍ଞ କରନ୍ତୁ।

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ, ବୃହସ୍ପତି ମହାରାଜ ଆପଣଙ୍କ ଚତୁର୍ଥ ଏବଂ ସପ୍ତମ ଘରର ପ୍ରଭୁ ଯିଏ ଏବେ ଆପଣଙ୍କ ଦଶମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଫଳସ୍ୱରୂପ, ଆପଣ ଜୀବନରେ ସୁବିଧା ଏବଂ ବିଳାସର ଅଭାବ ଅନୁଭବ କରିପାରନ୍ତି। ତଥାପି, ଆପଣଙ୍କର ସମସ୍ତ ଧ୍ୟାନ କ୍ୟାରିଅର ଏବଂ ସମ୍ପର୍କ ଉପରେ ରହିବ।

କ୍ୟାରିଅର ବିଷୟେରେ କହିଲେ ଏହି ଲୋକଙ୍କୁ ଚାକିରିରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ଓ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ରହିବ। ଏହାର ପରିଣାମ ଆପଣଙ୍କର ସପକ୍ଷରେ ରହିବ। ଅନ୍ୟ ପରେ ଯେଉଁ ଲୋକଙ୍କର ଆଗ୍ରହ ବ୍ୟବସାୟରେ ଅଛି ତାଙ୍କୁ ଗୁରୁଙ୍କର ମାର୍ଗୀ ଅବସ୍ଥା ଲାଭ କରିବାର ସୁଯୋଗ ଆଣିବ ଯାହା ଫଳରେ ଆପଣ ସଫଳତା ପାଇବାକୁ ସକ୍ଷମ ହେବେ। ଆର୍ଥିକ ଜୀବନରେ ଏହି ସମୟରେ ଆପଣଙ୍କର ବହୁତ ବୃଦ୍ଧି ହେବ କାରଣ ଆପଣଙ୍କୁ ପ୍ରତ୍ଯେକ ସ୍ଥିତିରେ ଭାଗ୍ୟ ସମର୍ଥନ କରିବ।

ଯଦି ଆମେ ପ୍ରେମ ଜୀବନକୁ ଦେଖିବା, ତେବେ ଏହି ଲୋକମାନେ ସେମାନଙ୍କ ସମ୍ପର୍କରେ ନିଜ ସାଥୀଙ୍କ ପ୍ରତି ସଚ୍ଚୋଟ ରହିବେ ଏବଂ ପାରସ୍ପରିକ ବୁଝାମଣା ମଧ୍ୟ ଭଲ ରହିବ। ଏହି କାରଣରୁ, ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଏକ ସକାରାତ୍ମକ ଦିଗରେ ଆଗକୁ ବଢ଼ିବ। ବୃହସ୍ପତି ମାର୍ଗୀ ଗତି କରିବା ସହିତ, ଏହି ଲୋକମାନେ ଭଲ ସ୍ୱାସ୍ଥ୍ୟ ଉପଭୋଗ କରୁଥିବାର ଦେଖାଯିବେ କାରଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ। ସାମଗ୍ରିକ ଭାବରେ, ଏହି ସମୟରେ ଆପଣ ଉତ୍ସାହରେ ପରିପୂର୍ଣ୍ଣ ରହିବେ।

ଉପାୟ: ମଙ୍ଗଳବାର ଦିନ ଶ୍ରୀ ଗଣେଶଙ୍କ ପାଇଁ ଯଜ୍ଞ କରନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ। ଏବେ ସେ ଆପଣଙ୍କର ନବମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ଏହି ଲୋକ କାର୍ଯ୍ୟରେ କରାଯାଇଥିବା ପ୍ରୟାସ ବଳରେ ଉନ୍ନତି କରିବେ। ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ଆପଣଙ୍କ ପାଇଁ ଯାତ୍ରାର ସୁଯୋଗ ଆଣିପାରେ। ଏହି ସମୟରେ ଆପଣଙ୍କର କଠିନ ପରିଶ୍ରମ ଫଳ ଆଣିପାରେ ଓ ଆପଣଙ୍କୁ ଭଲ ପରିଣାମ ମିଳିବାକୁ ଲାଗିବ।

କ୍ୟାରିଅର ବିଷୟରେ କହିଲେ, ଏହି ରାଶିର ଚାକିରି କରୁଥିବା ଲୋକ ବିଦେଶରେ କାମ କରିବାର ସୁଯୋଗ ପାଇବେ ଯାହା ଆପଣଙ୍କ ପାଇଁ ଫଳଦାୟୀ ହେବ। ଯେଉଁମାନେ ନିଜର ବ୍ୟବସାୟ କରନ୍ତି, ସେମାନେ ଏହି ସମୟରେ କିଛି ନୂତନ ନୀତି ପ୍ରସ୍ତୁତ କରୁଥିବାର ଦେଖାଯିବେ ଏବଂ ଏହି ଯୋଜନାଗୁଡ଼ିକ ଆପଣଙ୍କ ପାଇଁ ଲାଭ ଆଣିପାରେ। ତୁଳା ରାଶିର ଲୋକମାନେ ଆର୍ଥିକ ଜୀବନରେ ଭଲ ଟଙ୍କା ରୋଜଗାର କରିବେ। ଏହା ବ୍ୟତୀତ, ଭ୍ରମଣ ମାଧ୍ୟମରେ ମଧ୍ୟ ଆୟ ବୃଦ୍ଧି କରିବାର ସୁଯୋଗ ମିଳିବ।

ପ୍ରେମ ଜୀବନରେ ଏହି ଲୋକଙ୍କର ବ୍ୟବହାର ସାଥୀ ସହିତ ସଚ୍ଚୋଟ ରହିବ ଓ ଏପରି ସ୍ଥିତିରେ ଆଓନଙ୍କର ଏହି କଥା ପାର୍ଟନର କୁ ଖୁସି କରିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ବୃହସ୍ପତି ମାର୍ଗୀ ହୋଇ ଆପଣଙ୍କର ସ୍ବାସ୍ଥ୍ୟ ସ୍ଥିର ରଖିବା ପାଇଁ କାମ କରିବ। କିନ୍ତୁ ଆପଣଙ୍କୁ ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ: ବୁଧବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ, ବୃହସ୍ପତି ଆପଣଙ୍କ ଦ୍ୱିତୀୟ ଏବଂ ପଞ୍ଚମ ଘରର ଅଧିପତି ଅଟନ୍ତି ଯାହା ଏବେ ଆପଣଙ୍କ ଅଷ୍ଟମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ, ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ଗତି କରିବା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ। ଏହା ସହିତ, ଆପଣ କିଛି ଭଲ ଚାକିରି ସୁଯୋଗ ହରାଇ ପାରନ୍ତି, ଯାହା ଦ୍ଵାରା ଆପଣ ଆପଣଙ୍କ କ୍ୟାରିୟରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ, ଆପଣଙ୍କୁ କାମରେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସତର୍କ ରହିବାକୁ ପଡ଼ିବ ଏବଂ ଆପଣଙ୍କ ଶବ୍ଦକୁ ବହୁତ ଭାବିଚିନ୍ତି ବ୍ୟବହାର କରିବାକୁ ପଡ଼ିବ କାରଣ ଆପଣଙ୍କୁ କାମରେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଗୁରୁ ମାର୍ଗୀ ସମୟରେ ଆପଣଙ୍କୁ ମିଳିବାକୁ ଥିବା ଲାଭ ଓ sଉଜୋଗ କମ ହୋଇପାରେ। ଏହି ଲୋକଙ୍କୁ ନିଜର ମାର୍ଗରେ ଆସୁଥିବା ଏହି ସମସ୍ଯା ଉପରେ ବିଜୟୀ ହେବାକୁ ପଡ଼ିବ ଓ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ। ଆର୍ଥିକ ଜୀବନ ବିଷୟରେ କହିଲେ, ଏହି ଅବଧିରେ ଆପଣଙ୍କର ଧନ ଅର୍ଜନ କରିବାର କ୍ଷମତା ହରହାରି ରହିବାର ଆଶଙ୍କା ଅଛି। ଏହି ସମୟରେ ଆପଣ ଯେତେ ରୋଜଗାର କରିବେ ତାକୁ ସଞ୍ଚୟ କରିପାରିବେ ନାହିଁ। ଏହାର ଫଳସ୍ବରୂପ, ଆପଣଙ୍କୁ ସଞ୍ଚୟରେ ମଧ୍ୟ ସମସ୍ଯା ଅନୁଭବ ହୋଇପାରେ।

ପ୍ରେମ ଜୀବନକୁ ଦେଖିଲେ, ଗୁରୁ ମାର୍ଗୀ ସମୟରେ ନିଜର କଥାକୁ ଭାବିଚିନ୍ତି ବ୍ୟବହାର କରିବା ଉଚିତ କାରଣ ଆପଣଙ୍କର କୌଣସି କଥା ସାଥୀ କୁ ଖରାପ ଲାଗିପାରେ। ଏହାର ଫଳସ୍ବରୂପ, ଆପଣଙ୍କର ପାର୍ଟନର ଖୁସି ରହିବେ ନାହିଁ ଓ ଅସନ୍ତୁଷ୍ଟ ରହିବେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଅବଧିରେ ଆପଣଙ୍କର କାନ୍ଧରେ ଦରଜ ସମସ୍ଯା ବଢ଼ିପାରେ ଯାହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହୋଇପାରେ। ଏହି ରୋଗ ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ କମ ହୋଇପାରେ।

ଉପାୟ: ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କର ପୂଜା କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ବୃହସ୍ପତି ମହାରାଜ ଆପଣଙ୍କର ଜାତକରେ ପ୍ରଥମ/ଲଗ୍ନ ଘର ଓ ଚତୁର୍ଥ ଘରର ସ୍ବାମୀ। ଏବେ ସେ ଆପଣଙ୍କର ସପ୍ତମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ସମୟରେ ଆପଣଙ୍କର ଅଗ୍ରହା ଅଧ୍ୟାତ୍ମ ପ୍ରତି ବଢ଼ିବ ଓ ଆପଣ ଧର୍ମ-କର୍ମ କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ କରିପାରିବେ।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଆପଣଙ୍କୁ କାମ ପାଇଁ ବହୁତ ଯାତ୍ରା କରିବାକୁ ପଡ଼ିପାରେ। ତଥାପି, ଏହି ଯାତ୍ରାଗୁଡ଼ିକ ମଧ୍ୟରୁ କିଛି ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। ବ୍ୟବସାୟ ସହିତ ଜଡ଼ିତ ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ମଧ୍ୟରେ ସର୍ବାଧିକ ଲାଭ ଅର୍ଜନ କରିବା ସବୁଠାରୁ ବଡ଼ ପ୍ରାଥମିକତା ହେବ ଏବଂ ଏପରି ପରିସ୍ଥିତିରେ, ଆପଣଙ୍କର ଧ୍ୟାନ ଲାଭ ଅର୍ଜନ ଉପରେ ରହିବ। ଆର୍ଥିକ ଜୀବନରେ କରାଯାଇଥିବା ପ୍ରୟାସ ଓ ଯୋଜନା ପ୍ରସ୍ତୁତ କରି ଚାଲିବା ଆପଣଙ୍କ ପାଇଁ ଭଲ ଲାଭ ଆଣିପାରେ। ଏହାର ଫଳସ୍ବରୂପ, ଆପଣ ପଇସା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ।

ଆପଣଙ୍କ ପ୍ରେମ ଜୀବନ ବିଷୟରେ କହିଲେ, ଆପଣ ସମୟ ସମୟରେ ସାଥୀଙ୍କୁ ନିଜର ପ୍ରେମ ପ୍ରକାଶ କରିଚାଲିବା ଉଚିତ, ଯାହା ଦ୍ଵାରା ଆପଣ ଯେକୌଣସି ପ୍ରକାରର ବିବାଦକୁ ଏଡ଼ାଇ ପାରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ କାରଣ ସେ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି।

ଉପାୟ: ଗୁରୁବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ଗୁରୁ ଦେବ ଆପଣଙ୍କର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଷଷ୍ଠ ଘରେ ମାର୍ଗୀ ହେବେ। ଏହାର ଫଳସ୍ବରୂପ, ଏହା ଆପଣଙ୍କର ଆୟ ହଠାତ ବୃଦ୍ଧି କରିବ। ଏହା ବ୍ୟତୀତ, ଆପଣଙ୍କୁ ଋଣ ମାଧ୍ୟମରୁ ମଧ୍ୟ ଲାଭ ହୋଇପାରେ।

କ୍ୟାରିଅର ବିଷୟରେ କହିଲେ, ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ସମୟ ଆପଣ କାମ ପ୍ରତି ବହୁତ ସମର୍ପିତ ରହିବେ ଓ କାମକୁ ବହୁତ ମନ ଲଗାଇ କରିବେ। ଆପଣ ସନ୍ତୁଷ୍ଟ ଦେଖାଯିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ନିଜର କାର୍ଯ୍ୟରେ କରାଯାଇଥିବା ପ୍ରୟାସକୁ ସୀମିତ ରଖିବାକୁ ହେବ କାରଣ ଆପଣଙ୍କ ପାଇଁ ଲାଭ କରିବା କଷ୍ଟକର ହୋଇପାରେ। ଆର୍ଥିକ ଜୀବନରେ ଆପଣଙ୍କ ସାମ୍ନାରେ ଗୋଟିଏ ପରେ ଗୋଟିଏ ଖର୍ଚ୍ଚ ଆସିପାରେ ଓ କ୍ଷତି ମଧ୍ୟ ହୋଇପାରେ ଯାହାଫଳରେ ଅପଣ୍ଣକୁ ଋଣ ନେବାକୁ ପଡ଼ିପାରେ।

ପ୍ରେମ ଜୀବନରେ ଗୁରୁ ମାର୍ଗୀ ସମୟରେ କୌଣସି କଥାକୁ ପାର୍ଟନର ସହିତ ଅସହମତ ହୋଇପାରନ୍ତି ଓ ଆପଣ ଦୁହିଙ୍କ ମଧ୍ୟରେ ତାଳମେଳ ରଖିବାକୁ ହେବ। ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ଥଣ୍ଡା କାଶ ପରି ଋଗ ହଇରାଣ କରିପାରେ ଓ ଏହି କାରଣରୁ ଆପଣଙ୍କୁ ଜର ମଧ୍ୟ ହୋଇପାରେ।

ଉପାୟ: ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ବୃହସ୍ପତି ମହାରାଜ ଆପଣଙ୍କର ଜାତକରେ ଦ୍ଵିତୀୟ ଓ ଏକାଦଶ ଘରର ଅଧିପତି। ଏବେ ସେ ଆପଣଙ୍କର ପଞ୍ଚମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ହୋଇ ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ଆଣିବେ। ଆପଣଙ୍କର ଆତ୍ମବିଶ୍ବାସରେ ମଧ୍ୟ ବୃଦ୍ଧି ହେବ ଓ ଆପଣ ଆଶାବାଦୀ ରହିବେ।

କ୍ୟାରିଅର ବିଷୟରେ କହିଲେ, ଏହି ଅବଧିରେ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ମିଳିପାରେ ଯାହା ଫଳରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆପଣଙ୍କୁ ଭଲ କାମ ପାଇଁ ପ୍ରଶଂସା ମିଳିବାର ସମ୍ଭାବନା ଅଛି। ଏହି ରାଶିର ଯେଉଁ ଲୋକ ବିଜନେସ ଆରମ୍ଭ କରିଛନ୍ତି, ତାଙ୍କ ପାଇଁ ଏହି ସମୟ ଅପାର ସଫଳତା ସହିତ ଲାଭ ଆଣିବ, ବିଶେଷ ଭାବରେ ତାଙ୍କ ପାଇଁ ଯିଏ ଟ୍ରେଡ ସହିତ ସମ୍ବନ୍ଧ ରଖୁଛନ୍ତି। ଏହି ପ୍ରକାର ଆପଣଙ୍କର ଆୟ ବୃଦ୍ଧି ହେବ। ଆର୍ଥିକ ଜୀବନରେ ଆପଣଙ୍କୁ ଆୟ ବଢ଼ାଇବା ପାଇଁ ଅନେକ ସୁଯୋଗ ମିଳିବ ଓ ଆପଣ ସଞ୍ଚୟ କରିବାରେ ସଫଳ ହେବେ।

ପ୍ରେମ ଜୀବନରେ ଆପଣଙ୍କର ସମ୍ପର୍କ ପାର୍ଟନର ସହିତ ବଢ଼ିପାରେ। ପ୍ରେମ ଓ ପରସ୍ପରିକ ତାଳମେଳ ସମ୍ପର୍କକୁ ଦୃଢ଼ କରିବ। ଆପଣଙ୍କର ସାଥୀ ଆପଣଙ୍କ ସହିତ ଖୁସି ଦେଖାଯିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଗୁରୁ ମାର୍ଗୀ ସମୟରେ ଆପଣ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତିର ଆନନ୍ଦ ନେବେ ଓ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରଖିବାରେ ଏହା ସାହାଜ୍ୟ କରିବ।

ଉପାୟ: ଶନିବାର ଦିନ ଭଗବାନ ରୁଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ଲୋକଙ୍କ ପାଇଁ ଗୁରୁ ଦେବ ଆପଣଙ୍କର ପ୍ରଥମ/ଲଗ୍ନ ଘରର ସ୍ବାମୀ ଓ ଏବେ ଆପଣଙ୍କର ଚତୁର୍ଥ ଘରେ ମାର୍ଗୀ ହେବେ। ଏହାର ପରିଣାମସ୍ବରୂପ, ଆପଣଙ୍କର ଜୀବନରେ ସୁଖ-ସୁବିଧା ବଢ଼ିବାର ସମ୍ଭାବନା ଅଛି। ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ହେବା ଦ୍ବାରା ଆପଣଙ୍କର ଫୋକସ କାମ ପ୍ରତି ବଢ଼ିବ ଓ ଆପଣଙ୍କୁ ଯାତ୍ରାର ଅନେକ ସୁଯୋଗ ପ୍ରାପ୍ତ ହେବ। ଆପଣଙ୍କର ରହିବା ସ୍ଥାନରେ ପରିବର୍ତ୍ତନ ଦେଖିବାକୁ ମିଳିବ।

କ୍ୟାରିଅର ଦୃଷ୍ଟିରୁ ଏହି ଲୋକଙ୍କର ଆତ୍ମବିଶ୍ବାସ ଓ ଶୀଘ୍ର ଭାବିବାର କ୍ଷମତା ଆପଣଙ୍କୁ ଚାକିରିରେ ପ୍ରଗତି ଓ ସଫଳତା ଆଣିବ। ଯଦି ଆପଣଙ୍କର ନିଜାତ ବ୍ୟବସାୟ ଅଛି, ତେବେ ଆପଣ ଏକା ସାଥେ ଅନେକ ବିଜନେସ କରିପାରିବେ। ଆପଣ ଭଲ ଲାଭ କରିବେ ଯାହାର ଆନନ୍ଦ ନେଉଥିବା ଦେଖାଯିବେ। ଆର୍ଥିକ ଜୀବନରେ ଆପଣଙ୍କର ଆୟ ସହିତ ଖର୍ଚ୍ଚ ମଧ୍ୟ ବଢ଼ିବାର ଆଶଙ୍କା ଅଛି ବିଶେଷ ଭାବରେ ସ୍ବାସ୍ଥ୍ୟ ଓ ପରିବାରରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ଉପରେ।

ପ୍ରେମ ଜୀବନ ବିଷୟରେ କହିଲେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ ଓ ପାର୍ଟନର ପ୍ରତି ସ୍ଥିତିରେ ଆପଣଙ୍କର ସହଯୋଗ କରିବ। ସ୍ବାସ୍ଥ୍ୟ ମାମଲାରେ ଏହି ସମୟ ଅନୁକୂଳ ରହିବ ଓ ଆପଣ ଏକ ସନ୍ତୁଳିତ ଜୀବନଶୈଳୀ ଆପଣଇ ପାରିବେ।

ଉପାୟ: ମଙ୍ଗଳବାର ଦିନ ଦୂର୍ଗା ଦେବୀଙ୍କ ପାଇଁ ଯଜ୍ଞ କରନ୍ତୁ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ଗୁରୁ କେବେ ମାର୍ଗୀ ହେବେ?

ଗୁରୁ ଗ୍ରହ 04 ଜାନୁଆରୀ 2025 ରେ ମିଥୁନ ରାଶିରେ ମାର୍ଗୀ ହେବେ।

2. ମିଥୁନ ରାଶିର ସ୍ବାମୀ କିଏ?

ବୁଧ ଗ୍ରହ ମିଥୁ ରାଶିର ଅଧିପତି।

3. ବୃହସ୍ପତି ଗ୍ରହଙ୍କର ଗୋଚର କେତେ ସମୟରେ ହୋଇଥାଏ?

ଗୁରୁ ଦେବଙ୍କର ଗୋଚର ପାଖାପାଖି ଗୋଟିଏ ବର୍ଷ ପରେ ହୋଇଥାଏ।

Call NowTalk to Astrologer Chat NowChat with Astrologer