ବୁଧଙ୍କର ଅସ୍ତ ସ୍ଥିତିରୁ ବାହାରକୁ ଆସିବା କିମ୍ବା ଉଦୟ ହେବା ଏକ ଶୁଭ ଘଟନା ବୋଲି କୁହାଯାଏ। କିନ୍ତୁ ଏହି ଥର ବୁଧ ଉଦୟ ହେବା ଶୁଭ କୁହାଯିବ ନାହିଁ କାରଣ ତାଙ୍କର ଉଦୟ ନିଜର ନିଚ୍ଚ ରାଶିରେ ହେଉଛି। ଏହି କାରଣରୁ ବୁଧଙ୍କର ଉଦୟ ହେବା ପରେ ଅଶୁଭ ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। 31 ମାର୍ଚ୍ଚ ସନ୍ଧ୍ୟା 05:57 ରେ ବୁଧ ଗ୍ରହ ମୀନ ରାଶିରେ ଉଦୟ ହେବେ। ତେବେ ଚାଲନ୍ତୁ ଜାଣିବା ଯେ ବୁଧଙ୍କର ମୀନ ରାଶିରେ ଉଦୟ ହେବା ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ବୁଧ ଉଦୟ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
To Read in English Click Here: Mercury Rise in Pisces
ଆପଣଙ୍କର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବୁଧ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ଗ୍ରହ ନୁହନ୍ତି। ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଦ୍ଵାଦଶ ଘରେ ନିଚ୍ଚ ହୋଇ ରହିବେ ଯାହା ଅଶୁଭ ସ୍ଥିତି ଅଟେ। ଏହାର ପରିଣାମ ସ୍ଵରୂପ ବୁଧଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ବୁଧଙ୍କ ସମ୍ବନ୍ଧିତ ସମସ୍ତ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ।
କୌଣସି କନଟ୍ର୍ଯାକ୍ଟ କିମ୍ବା ଡୀଲ ସ୍ୱାକ୍ଷର କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଯଦି ସମ୍ଭବ ହୁଏ, ତେବେ ଏହାକୁ ସ୍ଥଗିତ ରଖିବା ଭଲ ହେବ କାରଣ ଏହି ସମୟ ମଧ୍ୟରେ ଆପଣଙ୍କର ବୁଦ୍ଧିମତା ଏବଂ ନିଷ୍ପତ୍ତି ନେବାର କ୍ଷମତା ହ୍ରାସ ପାଇପାରେ।
ତୃତୀୟ ଘରର ସ୍ବାମୀ ଦ୍ଵାଦଶ ଘରେ ନିଚ୍ଚ ହେବା ଯୋଗୁଁ ଏହି ସମୟରେ ଆପଣଙ୍କର ଛୋଟ ଭାଇ-ଭଉଣୀଙ୍କୁ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ତାଙ୍କ ସହିତ ଯୁକ୍ତି ହୋଇପାରେ କିମ୍ବା ତାଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିପାରେ।
ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଆପଣ ଆପଣଙ୍କର ଆଗ୍ରହ କିମ୍ବା ହବି ପାଇଁ ଟଙ୍କା ଖର୍ଚ୍ଚ କରିପାରିବେ। ବୁଧ ନିଜର ଉଚ୍ଚ ରାଶି କନ୍ୟା ଏବଂ ଷଷ୍ଠ ଘର ଉପରେ ଦୃଷ୍ଟି ପକାଉଛନ୍ତି, ତେଣୁ ଆପଣଙ୍କର ମାମୁଁଙ୍କ ସହିତ ସକାରାତ୍ମକ ସମ୍ପର୍କ ରହିବ। ଯଦି ଆପଣଙ୍କର ଆଇନ ସହିତ ଜଡ଼ିତ ବିବାଦ ଚକିଛି ତେବେ ତାହା ସମାଧାନ କରିବା ପାଇଁ ଏହା ଭଲ ସମୟ ହେବ।
ଉପାୟ: ଆପଣ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ଦୂବ ଅର୍ପଣ କରନ୍ତୁ।
हिंदी में पढ़ने के लिए यहां क्लिक करें: मीन राशि में बुध का उदय
ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଏକ ଶୁଭ ଗ୍ରହ କିନ୍ତୁ ବର୍ତ୍ତମାନ ନିଚ୍ଚ ସ୍ଥିତିରେ ରହିବା ଯୋଗୁଁ ଜିନିଷ ସମ୍ପୂର୍ଣ ଭାବରେ ଆପଣଙ୍କ ପକ୍ଷରେ ରହିବ ନାହିଁ। ବୁଧ ଗ୍ରହ ଉଦୟ ହେବା ପରେ, ଆପଣ କିଛି ଉନ୍ନତି ଦେଖିପାରିବେ। ମୀନ ରାଶିରେ ବୁଧଙ୍କ ଉଦୟ ସମୟରେ, ଯେତେବେଳେ ଆପଣଙ୍କର ଦ୍ୱିତୀୟ ଏବଂ ପଞ୍ଚମ ଘରର ସ୍ବାମୀ ଏକାଦଶ ଘରେ ଦୁର୍ବଳ ହୋଇ ରହିବେ, ଆପଣଙ୍କୁ ଭାବି-ଚିନ୍ତି ଭାବରେ ଆର୍ଥିକ ନିଷ୍ପତ୍ତି ନେବାକୁ ପଡ଼ିବ ଏବଂ ସତର୍କତାର ସହିତ ରିସ୍କ ନେବାକୁ ପଡ଼ିବ।
ଆପଣ ଆବେଗପୂର୍ଣ ନିଷ୍ପତି ନେବା ପାଇଁ ଚାପ ଅନୁଭବ କରିବେ। ଆପଣଙ୍କୁ ନିଜର ବନ୍ଧୁ କିମ୍ବା ପାଖାପାଖି ଲୋକଙ୍କ ଠାରୁ ଭୁଲ ପରାମର୍ଶ ମିଳିପାରେ। ଆପଣ ନିଜର ବୃତ୍ତି, ପ୍ରତିଷ୍ଠା, ସଚ୍ଚୋଟତା କିମ୍ବା ପରିବାରର ସଦସ୍ୟ ଓ ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧକୁ ନେଇ ସାବଧାନ ରହିବେ। ଏହି ସମୟରେ, ଆପଣ ଅଜାଣତରେ କିମ୍ବା ଜାଣିଶୁଣି ପରିବାରର କୌଣସି ସଦସ୍ୟଙ୍କ ସହିତ ଥଟ୍ଟା ମଜା କରିପାରନ୍ତି। ଆପଣଙ୍କର ଏହି ଆଚରଣକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।
ଏହି ସମୟରେବୁଧ ଆପଣଙ୍କର ପଞ୍ଚମ ଘର ଓ ନିଜର ଉଚ୍ଚ ରାଶି କନ୍ୟା ଉପରେ ଦୃଷ୍ଟି ପକାଇବେ। ଏହା ଦ୍ବାରା ଏହି ସମୟ ବୃଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ହେବ। ଗଣିତ, ଭାଷା କିମ୍ବା ଏକାଉନ୍ଟିଂ ଭଳି ବିଷୟଗୁଡ଼ିକ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସକାରାତ୍ମକ ସମୟ। ଯେଉଁ ଲୋକ ସିଂଗଲ ଅଛନ୍ତି, ତାଙ୍କୁ ନିଜର ପାଖାପାଖି କିମ୍ବା ସାମାଜିକ ସର୍କଲରେ କୌଣସି ବ୍ୟକ୍ତି ସହ ଭେଟ ହୋଇପାରେ। ଯଦି ଆପଣ ବିବାହିତ ଏବଂ ସନ୍ତାନ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କର ଏହି ଇଚ୍ଛା ଏହି ସମୟରେ ପୂରଣ ହୋଇପାରେ। ପଞ୍ଚମ ଘରର ଏହି ସକାରାତ୍ମକ ପ୍ରଭାବର ସର୍ବାଧିକ ଲାଭ ଉଠାଇବାକୁ ଆପଣ ଚେଷ୍ଟା କରିବା ଉଚିତ।
ଉପାୟ: ଆପଣ ନିଜର ପକେଟ କିମ୍ବା ପର୍ସରେ ସବୁଜ ରଙ୍ଗର ରୁମାଲ ରଖନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶିର ଲୋକଙ୍କୁ ବୁଧଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ନିଜ ସ୍ବାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ। ଆପଣଙ୍କର ଘରର ସମସ୍ଯାରୁ ମୁକ୍ତି ମିଳିପାରେ। ଆପଣଙ୍କୁ ନିଜର କ୍ୟାରିଅରରେ ମଧ୍ୟ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ। ଯଦି ଆପଣ ନିଜର କାମରେ ଅନୈତିକ କାର୍ଯ୍ୟ କିମ୍ବା ବେଇମାନି କରିଛନ୍ତି ତେବେ ଏହି ସମୟରେ ଆପଣଙ୍କୁ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିପାରେ କାରଣ ବୁଧ ଆପଣଙ୍କର ଲଗ୍ନ ଓ ଚତୁର୍ଥ ଘରର ସ୍ବାମୀ ହୋଇ ଦଶମ ଘରେ ନିଚ୍ଚ ସ୍ଥାନରେ ରହିବେ। ଏହି କାରଣରୁ ଆପଣଙ୍କୁ ସମାଜରେ ନିଜର ଛବିକୁ ନେଇ ସତର୍କ ରହିବାକୁ ପଡ଼ିବ।
ଯଦି ଆପଣ ନିଷ୍ପତ୍ତି ନେବା ଆବଶ୍ୟକ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି, ତେବେ ଆପଣଙ୍କ ରାସ୍ତାରେ ହଠାତ ବାଧା ଆସିପାରେ। ଏହି ସମୟରେ ଆପଣଙ୍କୁ ଅସଫଳତାରୁ ବଞ୍ଚିବା ପାଇଁ ଏକା ସହିତ ଅନେକ କାମ କରିବା, ମ୍ଯାନେଜମେନ୍ଟ ଓ ପ୍ରଶାସନ ସମ୍ବନ୍ଧିତ କାର୍ଯ୍ୟକୁ ନେଇ ଅଧିକ ସାବଧାନ ରହିବାର ଆବଶ୍ୟକତା ଅଛି। ବୁଧ ଆପଣଙ୍କ ଚତୁର୍ଥ ଘର ଏବଂ ନିଜର ଉଚ୍ଚ ରାଶି କନ୍ୟାକୁ ଦେଖୁଛନ୍ତି, ଯାହା ଅନୁସାରେ ଆପଣ ଆପଣଙ୍କ ପରିବାର, ବିଶେଷକରି ଆପଣଙ୍କ ମାଆଙ୍କଠାରୁ ସମର୍ଥନ ପାଇପାରନ୍ତି।
ଆପଣଙ୍କର ଘରର ପରିବେଶ ବହୁତ ଭଲ ରହିବ। ଆପଣଙ୍କର ପାରୁବାରର ସଦସ୍ୟଙ୍କ ନଜର ଆପଣଙ୍କ ଉପରେ ରହିବ।
ଉପାୟ: ଆପଣ ନିଜର ଘରେ ଓ କାର୍ଯ୍ୟକ୍ଷେତ୍ରରେ ବୁଧ ଜନ୍ତ୍ର ସ୍ଥାପନା କରନ୍ତୁ।
କର୍କଟ ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ। ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଆପଣଙ୍କର ନବମ ଘରେ ଦୁର୍ବଳ କିମ୍ବା ନିଚ୍ଚ ରହିବେ। ବୁଧଙ୍କର ଉଦୟ ହେବା ଦ୍ବାରା ଆପଣଙ୍କୁ ସାହସ ମିଳିବ କିନ୍ତୁ ଦ୍ଵାଦଶ ଘରର ସ୍ବାମୀଙ୍କର ନିର୍ବଳ ହେବା ଆପଣଙ୍କର ଖର୍ଚ୍ଚ ବଢ଼ାଇ ପାରେ।
ଏହି ସଂଯୋଗ ଯୋଗୁଁ ଯାତ୍ରା ସମ୍ବନ୍ଧିତ ମାମଲାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ ଆପଣ ଓ ଆପଣଙ୍କର ପିତା, ପ୍ରୋଫେସର କିମ୍ବା ମେନ୍ଟରଙ୍କ ସହିତ ଭୁଲ ବୁଝାମଣା ଉତ୍ପନ୍ନ ହେବାର ଆଶଙ୍କା ଅଛି। ବର୍ତ୍ତମାନ ବୁଧଙ୍କର ଆପଣଙ୍କର ତୃତୀୟ ଓ ନିଜର ଉଚ୍ଚ ରାଶି କନ୍ୟା ଉପରେ ଦୃଷ୍ଟି ପଡ଼ୁଛି। ଏହା ଦ୍ବାରା ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ ଓ ଆପଣଙ୍କର ଛୋଟ ଭାଇ-ଭଉଣୀଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ଆପଣ ତାଙ୍କର ସହଯୋଗ କରିବେ କିନ୍ତୁ ତାଙ୍କ ସାମ୍ନାରେ କିଛି ଚୈଲେଂଜ୍ ଆସିପାରେ ଯାହା ଫଳରେ ତାଙ୍କୁ ଆପଣଙ୍କର ସହଯୋଗ ଆବଶ୍ୟକ ପଡ଼ିପାରେ।
ଉପାୟ: ଆପଣ ନିଜର ପିତାଙ୍କୁ ସବୁଜ ରଙ୍ଗର କୌଣସି ବସ୍ତୁ ଉପହାର ଦିଅନ୍ତୁ।
ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ। ବୁଧଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ଆପଣଙ୍କର ବୃତିଗତ ମାମଲାରେ ସୁଧାର ଆସିବାର ସମ୍ଭାବନା ଅଛି। ବୁଧ ଆପଣଙ୍କର ଅଷ୍ଟମ ଘରେ ନିଚ୍ଚ ହେବା ଯୋଗୁଁ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ସାମାନ୍ଯ ଭାବରେ ଯେତେବେଳେ ଆପଣଙ୍କର ବୃତ୍ତିକୁ ନିୟନ୍ତ୍ରଣ କରିବା ବାଲା ଗ୍ରହ ଅଷ୍ଟମ ଘରେ ଥାଆନ୍ତି ତେବେ ଲୋକଙ୍କୁ ହଠାତ ପୈତୃକ ସମ୍ପତିରୁ ଆର୍ଥିକ ଲାଭ ମିଳିଥାଏ। ମୀନ ରାଶିରେ ବୁଧଙ୍କ ଦୁର୍ବଳ ସ୍ଥିତିରେ ଉଦୟ ହେବା ସହିତ, ଆପଣ ଭୁଲ ଆର୍ଥିକ ନିଷ୍ପତ୍ତି ନେଇପାରନ୍ତି କିମ୍ବା ଏପରି ଜିନିଷରେ ଟଙ୍କା ଖର୍ଚ୍ଚ କରିପାରନ୍ତି ଯାହା ଆପଣଙ୍କୁ କୌଣସି ଲାଭ ଦେବ ନାହିଁ।
ବର୍ତ୍ତମାନ ବୁଧ ନିଜର ଉଚ୍ଚ ରାଶି କନ୍ୟା ଓ ଆପଣଙ୍କର ଦ୍ଵିତୀୟ ଘର ଉପରେ ଦୃଷ୍ଟି ପକାଉଛନ୍ତି। ଏହା ଦ୍ବାରା ଆପଣଙ୍କର ଚିନ୍ତାଧାରା ସ୍ପଷ୍ଟ ରହିବ, ଆପଣ ଭଲ ଭାବରେ କଥା ହେବେ ଓ ଆପଣଙ୍କୁ ନିଜର ପରିବାରର ସହଯୋଗ ମିଳିବ। ଏହାର ଆପଣଙ୍କ ସଞ୍ଚୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ କିମ୍ବା ନାହିଁ ତାହା ଆପଣଙ୍କର କୁଣ୍ଡଳୀରେ ଚାଲୁଥିବା ଦଶା ଉପରେ ନିର୍ଭର କରେ। ଏହି କାରଣରୁ ସିଂହ ରାୟର ଲୋକଙ୍କୁ ବୃତ୍ତିଗତ ମାମଲା କୁ ନେଇ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ କିନ୍ନରଙ୍କର ଆଦର କରନ୍ତୁ ଓ ଯଦି ସମ୍ଭବ ହୁଏ ତେବେ ତାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି ବିଷୟରେ କହିଲେ ବୁଧ ଏହି ରାଶିର ଲଗ୍ନ ଓ ଦଶମ ଘରର ସ୍ବାମୀ। ବୁଧଙ୍କର ମୀନ ରାଶିରେ ଉଦୟ ହେବା ଆପଣଙ୍କର ସ୍ବାସ୍ଥ୍ୟ ଓ କ୍ୟାରିଅରରେ ସୁଧାର ଆଣିବ। ବୁଧ ମୀନ ରାଶିରେ ନିଚ୍ଚ ଅବସ୍ଥାରେ ଆପଣଙ୍କର ସପ୍ତମ ଘରେ ଉଦୟ ହେବାକୁ ଯାଉଛନ୍ତି ସେଥିପାଇଁ ସାମସ୍ୟାର ସମ୍ପୂର୍ଣ ସମାଧାନ କରିବା କଷ୍ଟକର ହେବ। ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଭୁଲ ବୁଝାମଣା ବଢ଼ିପାରେ କିମ୍ବା ଆପଣଙ୍କର ବିଜନେସ ପାର୍ଟନର କିମ୍ବା ଜୀବନସାଥୀ ଦ୍ବାରା ଭୁଲ ନିଷ୍ପତି ନେବା ଯୋଗୁଁ ଆପଣଙ୍କୁ ବୃତ୍ତିଗତ କ୍ଷତି ହୋଇପାରେ।
ଆପଣଙ୍କୁ ଏହି ସମୟରେ ବହୁତ ଅଧିକ ସତର୍କ ରହିବାକୁ ପଡ଼ିବ କାରଣ ଆପଣଙ୍କର ପାର୍ଟନର ଦ୍ବାରା କୌଣସି ବଡ଼ ଭୁଲ ହୋଇକାଇପାରେ। ବୁଧଙ୍କର ଉଦୟ ହେବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ ଏହା ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ହଇରାଣ କରିପାରେ। ଆପଣଙ୍କୁ ଚର୍ମ ସମ୍ବନ୍ଧିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଉପାୟ: ଆପଣ ପାଞ୍ଚ କ୍ୟାରେଟର ପନ୍ନା ରତ୍ନ ପିନ୍ଧନ୍ତୁ। ଆପଣ ଏହାକୁ ରୂପା କିମ୍ବା ସୁନାର ମୁଦିରେ ବୁଧବାର ଦିନ ପିନ୍ଧି ପାରିବେ। ଏହା ଦ୍ବାରାା କନ୍ୟା ରାଶିର ଲୋକଙ୍କୁ ବୁଧଙ୍କର ଶୁଭ ପରିଣାମ ପ୍ରାପ୍ତ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶିର ନବମ ଓ ଦ୍ଵାଦଶ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ। ନବମ ଘରର ସ୍ବାମୀଙ୍କର ଉଦୟ ହେବା ଆପଣଙ୍କର ଭାଗ୍ୟରେ ବୃଦ୍ଧି ଆଣିବ କିନ୍ତୁ ଏହା ସହିତ ଦ୍ଵାଦଶ ଘରର ସ୍ବାମୀଙ୍କର ଉଦୟ ହେବା ଯୋଗୁଁ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଓ କ୍ଷତି ହେବାର ସଙ୍କେତ ଅଛି। ବୁଧ ଆପଣଙ୍କର ଷଷ୍ଠ ଘରେ ନିଚ୍ଚ ସ୍ଥିତିରେ ଅଛନ୍ତି ସେଥିପାଇଁ ସହକର୍ମୀଙ୍କ ସହିତ ଭୁଲ ବୁଝାମଣା ଉତ୍ପନ୍ନ ହୋଇପାରେ।
ଏହି କାରଣରୁ ତୁଳା ରାଶିର ଲୋକଙ୍କୁ ନିଜର କାମରେ ଅତ୍ୟଧିକ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଆପଣ ଅନ୍ୟ ମାମଲାରେ ଅଯଥାରେ ଭାଗ ନିଅନ୍ତୁ ନାହିଁ ଓ ବିବାଦରୁ ଦୂରେଇ ରୁହନ୍ତୁ। ଗ୍ରହଙ୍କର ଏହି ସ୍ଥିତି ରୁ ଜଣା ପାରୁଛି ଯେ ଆପଣ ପ୍ରାଥମରୁ ସମସ୍ଯାର ସାମ୍ନା କରୁଛନ୍ତି। ଏହି ସମୟରେ ଆପଣଙ୍କ ନବମ ଘରର ସ୍ବାମୀ ଦୁର୍ବଳ ଅଛନ୍ତି, ତେଣୁ ଏହି ସମୟରେ ଆପଣଙ୍କ ପରାମର୍ଶଦାତା କିମ୍ବା ଗୁରୁଙ୍କଠାରୁ ମିଳୁଥିବା ପରାମର୍ଶ ପ୍ରତ୍ୟେକ ଥର ନିର୍ଭରଯୋଗ୍ୟ ନ ହୋଇପାରେ। ବର୍ତ୍ତମାନ, ବୁଧ ନିଜର ଉଚ୍ଚ ରାଶି କନ୍ୟା ଏବଂ ଦ୍ୱାଦଶ ଘରକୁ ଦେଖୁଛନ୍ତି, ଯାହା ଏକ ଭଲ ସଙ୍କେତ ନୁହେଁ। ଏହା ବ୍ୟତୀତ ଖର୍ଚ୍ଚ ବଢ଼ିବ ଓ ଆର୍ଥିକ ଚାପ ରହିବ।
ଉପାୟ: ଆପଣ ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।
ବିଛା ରାଶିର ଲୋକଙ୍କ ପାଇଁ ବୁଧ ବହୁତ ଅନୁକୂଳ ଗ୍ରହ ନୁହନ୍ତି କାରଣ ଏହା ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ଅଷ୍ଟମ ଘରର ସ୍ବାମୀଙ୍କର ପ୍ରଭାବ ଅଶୁଭ ହୋଇଥାଏ ଓ ଜୀବନରେ ଅସ୍ଥିରତା ଆଣିଥାଏ। ଏହା ବ୍ୟତୀତ ବୁଧଙ୍କର ମୀନ ରାଶିରେ ଉଦୟ ହେବା ସମୟରେବୁଧ ଗ୍ରହ ଆପଣଙ୍କର ପଞ୍ଚମ ଘରେ ନିଚ୍ଚ ଅବସ୍ଥାରେ ରହିବେ ଯାହା ଫଳରେ ଆପଣଙ୍କୁ ପଞ୍ଚମ ଘର ସମ୍ବନ୍ଧିତ ମାମଲାରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ବିଛା ରାଶିର ଛାତ୍ରଙ୍କୁ ନିଜର ପଢ଼ାରେ ଖାସକରି ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଟ୍ରେଡିଂ କିମ୍ବା ସ୍ଟକ ମାର୍କେଟ ସମ୍ବନ୍ଧିତ କାର୍ଯ୍ୟରେ ବୃତ୍ତିଗତ କ୍ଷତି ହେବାର ଆଶଙ୍କା ଅଛି। ଏହା ବ୍ଯତୀତ ଯୁବକଙ୍କର କଥା ବାର୍ତ୍ତା କରିବା ସମୟରେ ଭୁଲ ବୁଝାମଣା ଉତ୍ପନ୍ନ ହୋଇପାରେ।
ବର୍ତ୍ତମାନ ବୁଧଙ୍କର ଆପଣଙ୍କର ଏକାଦଶ ଘର ଓ ନିଜର ଉଚ୍ଚ ରାଶି କନ୍ୟା ଉପରେ ଦୃଷ୍ଟି ପଡ଼ୁଛି। ଏହା ଦ୍ବାରା ବିଛା ରାଶିର ବୃତ୍ତିଗତ ଲୋକଙ୍କୁ ପ୍ରଭାବୀ ଲୋକଙ୍କ ସହିତ ସମ୍ପର୍କ ରଖିବାର ସୁଯୋଗ ମିଳିବ। ବୁଦ୍ଧଙ୍କର ବର୍ତ୍ତମାନର ସ୍ଥିତି ଦେଖିବା ଯଦି ଏହି ସମୟରେଆପଣଙ୍କର ସମାଜରେ ଲୋକପ୍ରିୟତା ବଢ଼ିପାରେ। ଏହା ସହିତ କକା ଓ ବଡ଼ ଭାଇଙ୍କ ସହିତ ସମ୍ପର୍କ ଭଲ ରହିବ।
ଉପାୟ: ଆପଣଙ୍କ ପାଇଁ ଅଭବ୍ୟ ପିଲା ଓ ଛାତ୍ରଙ୍କୁ ବହି ଦାନ ଦେବା ଲାଭକାରୀ ସିଦ୍ଧ ହେବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶିର ସପ୍ତମ ଓ ଦଶମ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି। ସପ୍ତମ ଓ ଦଶମ ଘରର ସ୍ବାମୀ ଉଦୟ ହେବା ବ୍ଯବସାୟିକ ଦୃଷ୍ଟିରୁ ଅନୁକୂଳ ରହିବ। ବର୍ତ୍ତମାନ ବୁଧ ଚତୁର୍ଥ ଘରେ ନୀଚ ଅବସ୍ଥାରେ ଅଛନ୍ତି। ଗ୍ରହମାନଙ୍କର ଏହି ସ୍ଥିତି ଅନୁସାରେ, ଆପଣଙ୍କ ଭିତରେ କିମ୍ବା ଆପଣଙ୍କ ପାରିବାରିକ ଜୀବନରେ ଯାହା ଘଟୁଛି ତାହା ଆପଣଙ୍କ ପ୍ରତିଛବି, କ୍ୟାରିଅର, ବ୍ୟକ୍ତିଗତ ଜୀବନ କିମ୍ବା ଘରୋଇ ବିଷୟକୁ ପ୍ରଭାବିତ କରିପାରେ।
ଆପଣଙ୍କୁ ବୁଦ୍ଧିମାନ ଭାବରେ ନିଜର କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନ ଉଭୟକୁ ସନ୍ତୁଳିତ କରିବାକୁ ପଡ଼ିବ ଏବଂ ଉଭୟକୁ ପ୍ରାଥମିକତା ଦେବାକୁ ପଡ଼ିବ। ବିବାହିତ ଲୋକ ନିଜକୁ ନିଜର ପାର୍ଟନର ଓ ମା’ଙ୍କ ମଧ୍ୟରେ ପଶି ରହିଥିବା ଅନୁଭବ କରିବେ। ଏହି ସମୟରେଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ କୁ ନେଇ ଚିନ୍ତା ହୋଇପାରେ ଓ ତାଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ।
ବୁଧ ନିଚ୍ଚ ଅବସ୍ଥାରେ ରହିବା ଯୋଗୁଁ ଆପଣଙ୍କୁ ନିଜର କ୍ୟାରିଅର ଓ ବୃତ୍ତିଗତ ଜୀବନକୁ ନେଇ ଟିକେ ଚିନ୍ତା ହୋଇପାରେ। ଲଗାତାର ପ୍ରୟାସ କରିବା ଓ ପ୍ରତ୍ୟବଦ୍ଧ ରହି ଆପଣ ଏହି ସମୟକୁ ଭଲ ଭାବରେ ସମ୍ଭାଳି ପାରିବେ।
ଉପାୟ: ଆପଣ ପ୍ରତିଦିନ ତେଲର ଦୀପ ଜାଳନ୍ତୁ ଓ ତୁଳସୀ ଗଛର ପୂଜା କରନ୍ତୁ।
ମକର ରାଶି ପାଇଁ ବୁଧ ବହୁତ ଶୁଭ ଓ ଅତ୍ୟନ୍ତ ଅନୁକୂଳ ଗ୍ରହ କାରଣ ସେ ଏହି ରାଶିର ନବମ ଏବଂ ଷଷ୍ଠ ଘରର ସ୍ବାମୀ। ବୁଧ ଆପଣଙ୍କର ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି ଯାହା ତାଙ୍କ ପାଇଁ ଅନୁକୂଳ ସ୍ଥାନ ଅଟେ। କିନ୍ତୁ ବୁଧ ନିଚ୍ଚ ରାଶିରେ ଥିବା ଯୋଗୁଁ ଏହାର ସମ୍ପୂର୍ଣ ପ୍ରଭାବରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର ପରିଣାମସ୍ଵରୂପ ଭୁଲ ବୁଝମଣା ଉତ୍ପନ୍ନ ହେବାର ଅଧିକ ସମ୍ଭାବନା ଅଛି। ଭାଇ ଭଉଣୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ।
ଏହି ସମୟରେ, ସାର୍ବଜନୀନ ସ୍ତରରେ କିଛି ପୋଷ୍ଟ କରିବା ବିଷୟରେ ବହୁତ ସତର୍କ ରହିବାର ଆବଶ୍ୟକତା ଅଛି କାରଣ ଯଦି ଆପଣ କୌଣସି ଭୁଲ କରନ୍ତି, ତେବେ ଆପଣଙ୍କୁ ପରିଣାମ ଭୋଗ କରିବାକୁ ପଡ଼ିପାରେ। ଏହା ବ୍ୟତୀତ କୌଣସି ଏଗ୍ରୀମେଣ୍ଟ, ଲୀଜ କିମ୍ବା କନଟ୍ର୍ଯାକ୍ଟରେହସ୍ତାକ୍ଷର କରିବା ବେଳେ ସତର୍କ ରୁହନ୍ତୁ।
ବର୍ତ୍ତମାନ, ବୁଧ ଆପଣଙ୍କ ନବମ ଘରେ ଦୃଷ୍ଟି ପକାଉଛନ୍ତି, ଯାହା ସୂଚାଇ ଦିଏ ଯେ ଆପଣ ଆପଣଙ୍କ ପିତାମାତା, ପରାମର୍ଶଦାତା ଏବଂ ଗୁରୁଙ୍କଠାରୁ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ପାଇବେ। ଏହି ସମୟରେଭାବି ଚିନ୍ତି ନିଷ୍ପତି ନେବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ ନିଜର ଛୋଟ ଭାଇ-ଭଉଣୀ କିମ୍ବା କକାଙ୍କର ପୁଅ ଝିଅଙ୍କୁ କୌଣସି ଉପହାର ଦିଅନ୍ତୁ।
କୁମ୍ଭ ରାଶିର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ବୁଧ ଗ୍ରହ ଯେଉଁଥିପାଇଁ ଆପଣଙ୍କର ବୈଜ୍ଞାନିକ ଭାବରେ ଭାବିବାର କ୍ଷମତା ବୃଦ୍ଧି ହୋଇଥାଏ।ବୁଧ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେଉଥିବା ଯୋଗୁଁ ଆପଣଙ୍କୁ ବହୁତ ଭାବି-ଚିନ୍ତି କଥା କହିବାକୁ ପଡ଼ିବ।
ଆପଣ ନିଜର ଆହାର ଓ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ କାରଣ ଖାଇବା ପିଇବାରେ ଖରାପ ଅଭ୍ଯାସ ଯୋଗୁଁ ଆପଣ ରୋଗିଣା ହୋଇପାରନ୍ତି। ଏହି ସମୟରେ ଆର୍ଥିକ ସ୍ତରରେ ସାବଧାନ ରହିବା ମଧ୍ୟ ଆବଶ୍ୟକ।
ବର୍ତ୍ତମାନ ବୁଧ ଆପଣଙ୍କର ଅଷ୍ଟମ ଘର ଓ ନିଜର ଉଚ୍ଚ ରାଶି କନ୍ୟା ଉପରେ ଦୃଷ୍ଟି ପକାଉଛନ୍ତି ସେଥିପାଇଁ ଯିଏ କୁମ୍ଭ ରାଶିରେ ପିଏଚଡ଼ି କରୁଛନ୍ତି ତାଙ୍କ ପାଇଁଏହି ସମୟ ଭଲ ହେବ।
ବିବାହିତ ଲୋକଙ୍କୁ ନିଜର ଶାଶୁ ଘର ଲୋକଙ୍କର ସହଯୋଗ ମିଳିବା ଯୋଗୁଁ ସକାରାତ୍ମକ ପରିଣାମ ମିଳିବାର ଆଶା ଅଛି। ବୁଧଙ୍କର ମୀନ ରାଶିରେ ଉଦୟ ହେବା ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନରଙ୍କର ସଂଯୁକ୍ତ ସମ୍ପତି ବୃଦ୍ଧି ପାଇବ।
ଉପାୟ: ଆପଣ ପ୍ରତିଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ପ୍ରତିଦିନ ଏକ ତୁଳସୀ ପତ୍ର ଖାଆନ୍ତୁ।
ମୀନ ରାଶିର ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ପ୍ରଥମ ଘରେ ଉଦୟ ହେବାକୁ ଯାଉଛନ୍ତି।
ବୃତ୍ତିଗତ ଜୀବନରେ ଏହି ଗୁଣର ବହୁତ ଆବଶ୍ୟକତା ଅଛି। ବୁଧଙ୍କର ଲଗ୍ନ ଘରେ ନିଚ୍ଚ ହେବା ଯୋଗୁଁ ଆପଣଙ୍କୁ ମହତ୍ୱପୂର୍ଣ ନିଷ୍ପତି ନେବା ସମୟରେ ଚିନ୍ତା ହୋଇପାରେ।
ଯଦି ଆପଣଙ୍କୁ ନିଜର ଜୀବନ ପାଇଁ ମହତ୍ୱପୂର୍ଣ ନିଷ୍ପତି ନେବା ଆବଶ୍ୟକ ତେବେ କଥା ବାର୍ତ୍ତା କରିବାା ସମୟରେଭୁଲ ଶବ୍ଦ ବହରିବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ବର୍ତ୍ତମାନ ବୁଧଙ୍କର ଆପଣଙ୍କର ସପ୍ତମ ଘର ଓ ନିଜର ଉଚ୍ଚ ରାଶି କନ୍ୟା ଉପରେ ଦୃଷ୍ଟି ପାରୁଛି। ବୁଧ ମୀନ ରାଶିରେ ଉଦୟ ହେବା ଯୋଗୁଁ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଭଲ ସମୟ କଟିବାର ସୁଯୋଗ ମିଳିପାରେ ଓ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନରେ ତାଙ୍କର ସହଯୋଗ ପ୍ରାପ୍ତ ହେବ। ଅବିବାହିତ ଲୋକଙ୍କୁ ବିବାହ ପାଇଁ ଜୀବନସାଥୀ ମିଳିପାରେ।
ଉପାୟ: ଆପଣ ପ୍ରତିଦିନ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ବୁଧଙ୍କର ମୀନ ରାଶିରେ ଉଦୟ କେବେ ହେବ?
31 ମାର୍ଚ୍ଚ, 2025 ଦିନ 05:57 ରେ ବୁଧ ଉଦୟ ହେବେ।
2. ମୀନ ରାଶିର ସ୍ବାମୀ ଗ୍ରହ କିଏ?
ମୀନ ରାଶିର ସ୍ବାମୀ ବୃହସ୍ପତି।
3. ବୁଧ କେଉଁ ରାଶିର ସ୍ବାମୀ ଅଟନ୍ତି?
କନ୍ୟା ରାଶି ଓ ମିଥୁ ରାଶିର ସ୍ବାମୀ ବୁଧ ଗ୍ରହ।