ବୁଧଙ୍କର କୁମ୍ଭ ରାଶିରେ ଗୋଚର

Author: Monica Rajguru | Updated Tue, 04 Feb 2025 10:01 AM IST

ଆଷ୍ଟ୍ରୋସେଜ ଏଆଇର ସବୁ ବେଳେ ଏହା ଚେଷ୍ଟା ରହିଛି ଯେ ଏହି ବର୍ଷ ହେଉଥିବା ଯେ କୌଣସି ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟଣାର ଅପଡେଟ୍ ଆମେ ଆପଣଙ୍କୁ ସମୟ ଥାଇ ଦେଇପାରୁ ଓ ଏହି ଥର ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ବୁଧଙ୍କର କୁମ୍ଭ ରାଶିରେ ଗୋଚର 2025 ସମ୍ବନ୍ଧିତ ଏହି ବିଶେ ଲେଖା।


11 ଫେବ୍ରୁୟାରୀ, 2025 ରେ ବୁଧ ଗ୍ରହ ଶନିଙ୍କର ରାଶି କୁମ୍ଭରେ ପ୍ରବେଶ କରିବେ। ତେବେ ଚାଲନ୍ତୁ ଜାଣିବା ଯେ ବୁଧଙ୍କର ଗୋଚର କରିବା କେଉଁ ରାଶିର ଲୋକଙ୍କଊ ଲାଭ ଦେବ ଓ କେଉଁ ରାଶିର ଲୋକଙ୍କୁ ନକରାତ୍ମକ ପରିଣାମ ମିଳିବାର ସମ୍ଭାବନା ଅଛି।

ଗ୍ରହଙ୍କର ରାଜକୁମାରବୁଧ ଗ୍ରହ ଦେବତାଙ୍କର ସନ୍ଦେଶବାହକ ବୋଲି କୁହାଯାଏ। ଏହି ଗ୍ରହର ସମ୍ବନ୍ଧ ବୁଦ୍ଧିମାନୀ ଓ ତର୍କ ସହିତ ଅଛି। ଆମର କଥାକୁ ବୁଧ ନିୟନ୍ତ୍ରଣ କରନ୍ତି। ଯଦି ଜାତକରେ ବୁଧ ଶୁଭ ସ୍ଥାନରେ ଅଛନ୍ତି ତେବେ ସେହି ଲୋକ ନିଜର କଥାା ଦ୍ବାରା ଲୋକଙ୍କଊ ପ୍ରଭାବିତ କରିବାରେ ସକ୍ଷମ ହେବେ। ଯଦି ବୁଧ ଦୁର୍ବଳ କିମ୍ବା ନକରାତ୍ମକ ସ୍ଥିତିରେ ଥାଆନ୍ତି ତେବେ ଲୋକ ବିକ୍ଷିପ୍ତ, ମନ୍ଦବୁଦ୍ଧି କିମ୍ବା ମୂର୍ଖ ହୋଇ ପାରନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

କୁମ୍ଭ ରାଶିରେ ବୁଧ ଗୋଚର: ସମୟ

ତେବେ ଚାଲନ୍ତୁ ଏବେ ଜାଣିବା ଫେବ୍ରୁୟାରୀରେ ବୁଧ ଗ୍ରହ କେଉଁ ସମୟ ଓ ତିଥିରେ ଗୋଚର କରିବେ। ବୁଦ୍ଧି ଓ ଜ୍ଞାନର ଦେବତା ବୁଧ ଗ୍ରହ 11 ଫେବ୍ରୁୟାରୀ 2025 ଦ୍ଵିପ୍ରହର 12:41ରେ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

କୁମ୍ଭ ରାଶିରେ ବୁଧ: ବିଶେଷ କଥା

କୁମ୍ଭ ରାଶିରେ ବୁଧଙ୍କର ରହିବା ଏକ ଆକର୍ଷଣୀୟ ଏବଂ ଗତିଶୀଳ ସ୍ଥିତି। ବ୍ୟକ୍ତିର କଥା କହିବା, ସୂଚନା କୁ ବୁଝିବାର ଢଙ୍ଗ ଉପରେ ଏହାର ପ୍ରଭାବ ପଡ଼ିଥାଏ। କୁମ୍ଭ ବାୟୁ ତତ୍ଵର ରାଶି ଓ ଏହାର ସ୍ବାମୀ ଗ୍ରହ ଶନି ଦେବ ଅଟନ୍ତି। ଏହି ରାଶିର ସମ୍ବନ୍ଧ ବାସ୍ତବତା ଏବଂ ନୂତନ ଚିନ୍ତାଧାରା ସହିତ ଅଛି। ଯେବେ ବୁଦ୍ଧି ଓ ସଂଚାରର ଦେବତା ବୁଧ ଗ୍ରହ କୁମ୍ଭ ରାଶିରେ ଉପସ୍ଥିତ ରୁହନ୍ତି ତବେ ବ୍ୟକ୍ତିର ସ୍ଵଭାବରେ ନିମ୍ନଲିଖିତ ବିଶେଷ ଗୁଣ ଦେଖିବାକୁ ମିଳିଥାଏ::

  1. ଭିନ୍ନ ଚିନ୍ତାଧାରା ଯେଉଁ ଲୋକଙ୍କ ଜାତକରେ କୁମ୍ଭ ରାଶିରେ ବୁଧ ଥାଆନ୍ତି, ସେମାନେ ବହୁତ ସୃଜନଶୀଳ ଏବଂ ପ୍ରଗତିଶୀଳ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ଭାବରେ ଚିନ୍ତା କରନ୍ତି ଏବଂ ସମସ୍ୟାର ଅନନ୍ୟ ସମାଧାନ ଖୋଜନ୍ତି। ଏମାନେ ପାରମ୍ପରିକ ବିଚାରକୁ ଚୈଲେଂଜ୍ କରିବାରେ ଦରନ୍ତି ନାହିଁ ଓ ଏମାନେ ପ୍ରଗତିଶୀଳ କିମ୍ବା ଅପାରମ୍ପରିକ ବିଷୟଗୁଡ଼ିକରେ ଆଗ୍ରହୀ ହୋଇପାରନ୍ତି।
  2. ତଥ୍ୟ ଉପରେ ବିଚାର କରିବା ଏହି ଲୋକ ବାସ୍ତବିକତାରେ ବଞ୍ଚିବା ପସନ୍ଦ କରନ୍ତି ଓ ଏମାନଙ୍କର ବିଚାର ପ୍ରାୟତଃ ତର୍କ ଉପରେ ଆଧାରିତ ହୋଇଥାଏ। ସେମାନେ ସମଗ୍ର ପରିସ୍ଥିତିକୁ ଭଲ ଭାବରେ ବୁଝିବା ପରେ ବିଶ୍ଳେଷଣାତ୍ମକ ଭାବରେ ଚିନ୍ତା କରନ୍ତି। ଏହି ଲୋକମନେ ବୌଦ୍ଧିକ ଭାବରେ ସ୍ୱାଧୀନ ହେବାକୁ ମୂଲ୍ୟ ଦିଅନ୍ତି ଏବଂ ଭାବପ୍ରବଣତା କିମ୍ବା ପରମ୍ପରା ଅପେକ୍ଷା ତଥ୍ୟ ଏବଂ ପ୍ରମାଣ ଆଧାରରେ ନିଷ୍ପତ୍ତି ନେବାକୁ ପସନ୍ଦ କରନ୍ତି।
  3. ଭବିଷ୍ୟ ବିଷୟରେ ଭାବିବା କୁମ୍ଭ ରାଶିରେ ବୁଧ ଥିବା ଯୋଗୁଁ ପ୍ରାୟତଃ ଲୋକ ଭବିଷ୍ୟ ବିଷୟରେ ଭାବନ୍ତି। ଏମାନେ ଟେକ୍ନୋଲୋଜି, ବିଜ୍ଞାନ ଓ ଭବିଷ୍ୟବାଦୀ ଜିନିଷରେ ରୁଚି ରଖନ୍ତି। ସେମାନେ ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ, ମହାକାଶ ଅନୁସନ୍ଧାନ ଏବଂ ସାମାଜିକ ସଂସ୍କାର ଭଳି ନୂତନ ଚିନ୍ତାଧାରାର ଅନୁସନ୍ଧାନ କରିବାକୁ ପସନ୍ଦ କରନ୍ତି।
  4. ତାର୍କିକ ହେବା ଏହି ଲୋକଙ୍କେ କଥାବାର୍ତ୍ତାରେ ଭାବନାର ଅଭାବ ଦେଖିବାକୁ ମିଳେ। ସେମାନେ ଭାବନା ଅପେକ୍ଷା ତର୍କକୁ ଅଧିକ ପସନ୍ଦ କରିପାରନ୍ତି ଏବଂ ସେମାନଙ୍କ ପାଇଁ ଭାବନାକୁ ପ୍ରକାଶ କରିବା କଷ୍ଟକର ହୋଇପାରେ। ସେମାନେ ବ୍ୟକ୍ତିଗତ ପ୍ରସଙ୍ଗ ଅପେକ୍ଷା ବୌଦ୍ଧିକ ଜିନିଷ ଏବଂ କାଳ୍ପନିକ ବିଷୟରେ କଥା ହେବାକୁ ପସନ୍ଦ କରନ୍ତି।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

କୁମ୍ଭ ରାଶିରେ ବୁଧ ଗୋଚର: ଏହି ରାଶିର ଲୋକଙ୍କୁ ହେବ ଲାଭ

ମେଷ ରାଶି

ମେଷ ରାଶିର ଲୋକଙ୍କ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ବୁଧ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ଗୋଚର ସମୟରେ ନିଜର ପ୍ରୟାସରେ ସହଜରେ ସଫଳତା ମିଳିବାର ସୁଯୋଗ ଅଛି। କୁମ୍ଭ ରାଶିରେ ବୁଧ ଗୋଚର ସମୟରେ ଆପଣଙ୍କୁ କୌଣସି ଦୁର୍ଗମ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଓ ଆପଣଙ୍କର ଜୀବନରେ ପରିବର୍ତ୍ତନ ଆସିପାରେ।

ଚାକିରି ମାମଲାରେ ଆପଣଙ୍କର ପ୍ରୟାସ ସଫଳତା ଆଣିବ ଓ ଆପଣଙ୍କୁ କାମ ପାଇଁ ବିଦେଶ ଯିବାକୁ ପଡ଼ିପାରେ। ବ୍ୟବସାୟୀଙ୍କୁ ନିଜର ବ୍ୟବସାୟରେ ଚାପକୁ ସମ୍ଭାଳିବା ଜରୁରୀ ହେବ ଯାହା ଫଳରେ ସେ ନିଜର ଲାଭ ବଢ଼ାଇ ପାରିବେ। ଖର୍ଚ୍ଚ ବଢ଼ିବା ଯୋଗୁଁ ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ହ୍ରାସ ପାଇବ।

ମେଷ ରାଶିଫଳ 2025

ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମିଥୁନ ରାଶି

ବୁଧ ମିଥୁନ ରାଶିର ନବମ ଘରେ ଗୋଚର କରିବାକୁ ଯାଉଛନ୍ତି ଓ ସେ ଏହି ରାଶିର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ଏହି ଗୋଚର ସମୟରେ ଆପଣଙ୍କୁ ନିଜର ବଡ଼ଙ୍କ ଠାରୁ ଅଧିକ ସୁଖ ଓ ସକାରାତ୍ମକ ସହଯୋଗ ମିଳିବ। କ୍ୟାରୀଅର ମାମଲାରେ ଆପଣଙ୍କୁ ଲମ୍ବା ଯାତ୍ରା କିମ୍ବା ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭକରି ସିଦ୍ଧ ହେବ।ବୁଧଙ୍କର କୁମ୍ଭ ରାଶିରେ ଗୋଚରସମୟରେ ବ୍ୟବସାୟୀଙ୍କୁ ନିଜର ଭାଗ୍ୟର ସମର୍ଥନ ମିଳିବ ଯେଉଁ କାରଣରୁ ଅଧିକ ଅର୍ଡର ମିଳିବାର ଆଶା ଅଛି। ଭାଗ୍ୟର ସମର୍ଥନ ମିଳିବା କାରଣରୁ ଆପଣଙ୍କୁ ବୃତ୍ତିଗତ କ୍ଷେତ୍ରରେ ଭଲ ପରିଣାମ ମିଳିପାରେ। ଏହା ଦ୍ବାରା ଆପଣ ଅଧିକ ପଇସା ସଞ୍ଚୟ କରି ପାରିବେ।

ମିଥୁନ ରାଶିଫଳ 2025

ସିଂହ ରାଶି

ବୁଧ ସିଂହ ରାଶିର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି । ଏହି ସମୟରେ ଆପଣ ସ୍ମରଣୀୟ ଯାତ୍ରା କରିବେ ଓ ଆପଣଙ୍କୁ ସୁଖ ଅନୁଭବ ହେବ। ଆପଣଙ୍କୁ ନିଜର କଠିନ ପରିଶ୍ରମ ଯୋଗୁଁ ନିଜର କ୍ୟାରୀଅରରେ ପ୍ରଗତି କୁ ନେଇ ସକାରାତ୍ମକ ପରିଣାମ ମିଳିବାର ଆଶା ଅଛି। ଆପଣଙ୍କର କାମର ମଧ୍ୟ ପ୍ରଶଂସା ହେବ। କଠିନ ପରିଶ୍ରମ କରିବା ଯୋଗୁଁ ବ୍ୟବସାୟୀ ଏହି ସମୟରେ ଭଲ ପଇସା ରୋଜଗାର କରି ପାରିବେ। ବୃତ୍ତିଗତ ସ୍ତରରେ ଖୁବ ଧନ ଲାଭ କରିବେ ପଇସା ସଞ୍ଚୟ କରିବା ଯୋଗୁଁ ଆପଣ ପ୍ରସନ୍ନ ଓ ସକାରାତ୍ମକ ଅନୁଭବ କରିବେ।

ସିଂହ ରାଶିଫଳ 2025

ତୁଳା ରାଶି

ତୁଳା ରାଶିର ପଞ୍ଚମ ଓ ନବମ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି ଓ ଏବେ ସେ ଗୋଚର ସମୟରେ ଆପଣଙ୍କର ପଞ୍ଚମ ଘରେ ରହିବେ। ଏହି ସମୟ ଆପଣଙ୍କର ଆଧ୍ୟାତ୍ମିକ ବିଷୟରେ ରୁଚି ବଢ଼ାଇବା। ଏହା ଦ୍ବାରା ଆପଣଙ୍କୁ ସଫଳତା ପାଇବାରେ ସାହାଜ୍ୟ ମିଳିବ। ଆପଣଙ୍କୁ ଏହି କାରଣରୁ ଯାତ୍ରା କରିବାକୁ ପଡ଼ିପାରେ।

କ୍ୟାରୀଅର କ୍ଷେତ୍ରରେ ଯଦି ଆପଣ ସକାରାତ୍ମକ ପରିଣାମ କିମ୍ବା ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଆପଣଙ୍କର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ଼ ରହିବା ଜରୁରୀ। ବ୍ୟବସାୟୀମାନେ ବାଣିଜ୍ୟ ଏବଂ ସେୟାର ବଜାରରେ ସଫଳ ହୋଇ ଭଲ ଟଙ୍କା ରୋଜଗାର କରିପାରିବେ। ଏହା ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବ ବୋଲି ମଧ୍ୟ ଆଶା କରାଯାଉଛି। ଟଙ୍କା ଦୃଷ୍ଟିରୁ, ଆପଣ ଏହି ସମୟରେ ପ୍ରଚୁର ଟଙ୍କା ରୋଜଗାର କରିବେ ଏବଂ ଏହାକୁ ସଞ୍ଚୟ ମଧ୍ୟ କରିପାରିବେ।

ତୁଳା ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କୁମ୍ଭ ରାଶିରେ ବୁଧ ଗୋଚର: ଏହି ରାଶିର ଲୋକଙ୍କ ହେବ କ୍ଷତି

ବୃଷ ରାଶି

ବୁଧ ବୃଷ ରାଶିରେ ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ଲାଭ ହେବାର ମଧ୍ୟ ଆଶା ଅଛି। କ୍ୟାରୀଅର ମାମଲାରେ ଆପଣଙ୍କୁ ଇଜାର ସହକରମ୍ୟ ଓ ଉଚ୍ଚ ଅଧିକାରୀଙ୍କର ସହିତ ସକାରାତ୍ମକ ସମ୍ବନ୍ଧ ରଖିବାରେ ଅସୁବିଧା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ଓ ପ୍ରୟାସ କୁ ଅଣଦେଖା କରାଯାଇ ପାରେ।

ଏହି ସମୟରେ ବ୍ୟବସାୟୀମାନେ ସେମାନଙ୍କ ଆଶା ଅନୁଯାୟୀ ଆୟ ପାଇପାରିବେ ନାହିଁ। ଆର୍ଥିକ ଯୋଜନାର ଅଭାବ ଏବଂ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ପାଇଁ ଟଙ୍କାର ଅଭାବ ସୃଷ୍ଟି କରିପାରେ। ଏହା ବ୍ୟତୀତ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣଙ୍କ ହାତରୁ ଅତିରିକ୍ତ ଧନ ରୋଜଗାର ଆରିବାର ସୁଯୋଗ ଖସି ଯାଇ ପାରେ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କର୍କଟ ରାଶି

ବୁଧ କର୍କଟ ରାଶିରେ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏହି ଗୋଚର ସମୟରେ ଏହି ରାଶିର ଅଷ୍ଟମ ଘରେ ରହିବେ। ଆପଣଙ୍କୁ ଯାତ୍ରା ସମୟରେ ହଠାତ ଲାଭ ହେବାର ସମ୍ଭାବନା ଅଛି କିନ୍ତୁ ଆପଣଙ୍କର କୌଣସି ମୁଲ୍ୟବାନ ଜିନିଷ ହଜିଯାଇ ପାରେ। ଆପଣଙ୍କୁ ଏହି ସମୟରେ ସକାରାତ୍ମକ ଓ ନକରାତ୍ମକ ଦୁଇ ପ୍ରକାର ଅନୁଭବ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ କାମ କୁ ନେଇ ବହୁତ ନିର୍ଦେଶ ମିଳିବା ଯୋଗୁଁ ଆପଣ ଅତ୍ୟଧିକ ଚାପ ଅନୁଭବ କରି ପାରନ୍ତି।

ବ୍ୟବସାୟରେ ଲାଭ ବୃଦ୍ଧି କରିବା ଏବଂ ନୂତନ ରଣନୀତି ଗ୍ରହଣ କରିବା ପାଇଁ, ଆପଣଙ୍କୁ ଆପଣଙ୍କ କମ୍ପାନୀରେ କିଛି ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିବାକୁ ପଡ଼ିବ। ବୁଧ କୁମ୍ଭ ରାଶିରେ ଗୋଚର କଲେ ଆପଣଙ୍କର ହଠାତ ଟଙ୍କା କ୍ଷତି ହେବାର ସମ୍ଭାବନା ଥିବାରୁ ଆପଣଙ୍କୁ ଟଙ୍କା ମାମଲାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

କର୍କଟ ରାଶିଫଳ 2025

କନ୍ୟା ରାଶି

ବୁଧ କନ୍ୟା ରାଶିର ପ୍ରଥମ ଓ ଦଶମ ଘରର ସ୍ବାମୀ ଓ ଏବେ ଗୋଚର ସମୟରେ ଆପଣଙ୍କର ଦଶମ ଘରେ ରହିବେ। ଏହି ସମୟରେ ଆପଣଙ୍କୁ ଦୁଃଖ ଓ ଧନ ସମ୍ବନ୍ଧିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ଋଣ ବଢ଼ିବାର ଆଶଙ୍କା ଅଛି। କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ସହିତ ଭଲ ସମ୍ବନ୍ଧ ରଖିବାରେ ସଂଘର୍ଷ କରିବାକୁ ପଡ଼ିପାରେ।

ଆପଣଙ୍କ ଦ୍ବାରା ବାରମ୍ବାର ଭୂଲ ହୋଇପାରେ। ବ୍ୟବସାୟୀଙ୍କୁ ଅଧିକ ଲାଭ କରିବାରେ ସମସ୍ଯା ହୋଇପାରେ ଓ ଏହି ସମୟରେ ଏହି କାମ ଆପଣଙ୍କ ପାଇଁ ସହଜ ହେବ ନାହିଁ। ଆପଣ ବଡ଼ କ୍ଷତି କିମ୍ବା ପତନର ସମ୍ମୁଖୀନ ହୋଇପାରନ୍ତି। କୁମ୍ଭ ରାଶିରେ ବୁଧଙ୍କ ଗୋଚର ସମୟରେ, ଆପଣ ଟଙ୍କା ରୋଜଗାର କରିବା ସତ୍ତ୍ୱେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା ରାଶିଫଳ 2025

ବିଛା ରାଶି

ବୁଧ ବିଛା ରାଶିର ଚତୁର୍ଥ ଘରେ ଗୋଚର କରିବେ ଓ ସେ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ଏହି ସମୟରେ ଆପଣଙ୍କର ପରିବାରରେ ସମସ୍ଯା ହେବାର ଆଶଙ୍କା ଅଛି କିମ୍ବା ଆପଣ କୌଣସି ଅଜାଣତ ଜାଗାକୁ ସ୍ଥାନାନ୍ତର ହୋଇ ପାରନ୍ତି। ଏହି କାରଣରୁ ଆପଣ ଚିନ୍ତିତ କରିବେ। କ୍ୟାରୀଅର କ୍ଷେତ୍ରରେ ଅଧିକ କାମ ଯୋଗୁଁ ଆପଣ ଚାପ ଅନୁଭବ କରିବେ।

ସମ୍ଭାବନା ଅଛି ଯେ ଏହି ସମୟରେ ବ୍ୟବସାୟୀଙ୍କର ରୋଜଗାର ତାଙ୍କ ଆଶା ଠାରୁ ଅଧିକ ହେବ ନାହିଁ। ବୃତ୍ତିଗତ ସ୍ତରରେ ଯୋଜନାର ଅଭାବ ଯୋଗୁଁ ଆବଶ୍ୟକ ଖର୍ଚ୍ଚ ଯୋଗୁଁ ଆପଣଙ୍କୁ ପଇସାର ଅଭାବ ହେବାର ଆଶଙ୍କା ଅଛି। ଏହା ବ୍ୟତୀତ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣଙ୍କ ହାତରୁ ଅତିରିକ୍ତ ଧନ ରୋଜଗାର କରିବାର ସୁଯୋଗ ଖସି ଯାଇପାରେ।

ବିଛା ରାଶିଫଳ 2025

କୁମ୍ଭ ରାଶିର ବୁଧ ଗୋଚର କରିବା ସମୟରେ ପ୍ରତିକାର

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ବୁଧ କେଉଁ ରାଶିରେ ଉଚ୍ଚ ?

କନ୍ୟା ରାଶିରେ ବୁଧ ଉଚ୍ଚ ହୋଇଥାଆନ୍ତି।

2. କ’ଣ କୁମ୍ଭ ବୁଧଙ୍କର ମିତ୍ର ରାଶି?

ହଁ, କୁମ୍ଭ ରାଶିର ସ୍ବାମୀ ଶନିଙ୍କ ସହିତ ବୁଧ ମିତ୍ରତା ରଖନ୍ତି।

3. ବୁଧ ଗ୍ରହ କେଉଁ ଦୁଇଟି ରାଶିର ସ୍ବାମୀ?

ମିଥୁନ ଓ କନ୍ୟା ରାଶି।

Talk to Astrologer Chat with Astrologer