ବୁଧଙ୍କର ମିଥୁନ ରାଶିରେ ଗୋଚର (14 ଜୁନ 2024)

Author: Monica Rajguru | Updated Mon, 3 June, 2024 5:13 PM

ଏହି ବିଶେଷ ଲେଖାରେ ଆମେ ଆଜି ବୁଧଙ୍କର ମିଥୁନ ରାଶିରେ ଗୋଚର ବିଷୟରେ ବିସ୍ତୃତରେ ଜାଣିବା। ଜ୍ଯୋତିଷଶାସ୍ତ୍ରରେ ବୁଧ ମଣିଷକୁ ସନ୍ତୁଷ୍ଟି, ଭଲ ସ୍ବାସ୍ଥ୍ୟ ଓ ଦୃଢ଼ ମସ୍ତିଷ୍କ ପ୍ରଦାନ କରେ ବୋଲି ବିବେଚନା କରାଯାଏ। ଜାତକରେ ଦୃଢ଼ ବୁଧ ବ୍ୟକ୍ତିକୁ ଅଧିକ ଜ୍ଞାନ ଓ ସଫଳତା ସହିତ ସମସ୍ତ ସକାରାତ୍ମକ ପରିଣାମ ପ୍ରଦାନ କରେ। ସାଙ୍ଗରେ ଏହି ଜ୍ଞାନ ବ୍ୟକ୍ତିକୁ ବ୍ୟବସାୟରେ ଭଲ ନିଷ୍ପତି ନେବାରେ ମରହଦର୍ଶନ କରାଇଥାଏ। ଯାହାର ଜାତକରେ ବୁଧ ଦୃଢ଼ ଥାଆନ୍ତି ସେ ବେଟିଂ ଓ ବ୍ୟବସାୟରେ ଭଲ ପ୍ରଦର୍ଶନ କରେ। ଏହି ଲୋକମାନେ ଜ୍ଯୋତିଷଶାସ୍ତ୍ର, ରହସ୍ୟବାଦ, ଗୁପ୍ତ ବିଦ୍ୟାରେ ଅଧିକ ନିପୁଣ ହୋଇଥାନ୍ତି। ଅନ୍ୟ ପଟେ ବୁଧ ରାହୁ-କେତୁ କିମ୍ବା ମଙ୍ଗଳ ଗ୍ରହ ସହିତ ଥିଲେ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ। ଯଦି ବୁଧ ମଙ୍ଗଳ ସହିତ ଥାଆନ୍ତି ତେବେ ବୁଦ୍ଧିରେ ହ୍ରାସ ଘଟେ ଓ ଏହା ବ୍ୟତୀତ ସେମାନେ ଅଗ୍ରେସିଭ୍ ହୁଅନ୍ତି!


ଯଦି ବୁଧ ଗୋଚର ବିଷୟରେ କଥା ହେବେ ତେବେ ବୁଧ କୁମ୍ଭ ରାଶିରେ କେତୁ ପରି ଅଶୁଭ ଗ୍ରହ ସହି ଥିଲେ ଲୋକଙ୍କୁ ଚରମ ରୋଗ ହୋଇଥାଏ। ନୀଦରେ ହ୍ରାସ ହୋଇଥାଏ ଓ ତାନ୍ତ୍ରିକ ସମ୍ବନ୍ଧୀୟ ସମସ୍ଯା ହୋଇଥାଏ। ଏହି ଲୋକଙ୍କର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇବ ଯେଉଁଥିପାଇଁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଯଦି ବୁଧ ବୃହସ୍ପତି ପରି ଶୁଭ ଗ୍ରହ ସହିତ ଥାଆନ୍ତି ତେବେ ଲୋକମାନେ ବ୍ୟବସାୟ, ଓ ବେଟିଂ ରେ ସକାରାତ୍ମକ ଫଳ ପାଆନ୍ତି।

Read In English: Mercury Transit in Gemini

14 ଜୁନ କୁ ହେବାକୁ ଥିବା ମିଥୁନ ରାଶିରେ ବୁଧଙ୍କର ଗୋଚର ସମୟରେ 22:55 ରେ ବୁଧ ମିଥୁନ ରାଶିରେ ପ୍ରବେଶ କରିବେ। ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ

ମିଥୁନ ରାଶିରେ ବୁଧଙ୍କର ଗୋଚର 2024: ରାଶି ଅନୁସାରେ ଭବିଷ୍ୟବାଣୀ

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ବୁଧ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ। ବର୍ତ୍ତମାନ ଏହା ଆପଣଙ୍କର ତୃତୀୟ ଘରେ ଗୋଚର କରିବେ। ବୁଧ ମିଥୁନ ରାଶିରେ ଗୋଚର କରିବା ସମୟରେ ଆପଣ ଯାତ୍ରା ସମୟରେ ଧନ ହାନି ସାହିପାରନ୍ତି। ଚୋରୀ ହେବାର ସମ୍ଭାବନା ଅଛି। ଆପଣଙ୍କ ଭିତରେ ସଂଚାର ହ୍ରାସ ପାଇ ପାରେ।

କ୍ୟାରୀଅରରେ ଆପଣ ଚାକିରିରେ ପରିବର୍ତ୍ତନ ଦେଖିବେ ଯାହା ଆପଣଙ୍କୁ ପସନ୍ଦ ନ ଆସିପାରେ ଓ ଆପଣଙ୍କୁ ନିଜର ପ୍ରୟାସରେ ଅଶାନ୍ତି ସାମ୍ନା କରିବାକୁ ପଡ଼ିପାରେ। ବ୍ୟବସାୟରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ ଅନ୍ୟଥା ଆପଣଙ୍କର ଲାଭ ହ୍ରାସ ହୋଇପାରେ। ଆପଣଙ୍କର ଧନ ଲାଭ ହେବ.

ଆପଣଙ୍କର ଭଲ ଧନ ଲାଭ ହେବ କିନ୍ତୁ ଖର୍ଚ୍ଚ ବଢ଼ିବ। ସେଥିପାଇଁ ଋଣ ନେବାକୁ ପଡ଼ିପାରେ।

ଜୀବନସଥୀ ସହିତ ଉଚିତ କଥାବାର୍ତ୍ତା କରିବା ଆବଶ୍ୟକ ରହୁଛି। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିବ ସେଥିପାଇଁ କାନ୍ଧ ଓ ଆଣ୍ଠୁରେ ଦରଜ ହେବ।

ଉପାୟ: ପ୍ରତିଦିନ 21 ଥର 'ଓଁ ଶିବ ଓଁ ଶିବ ଓଁ ' ଜପ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ପଞ୍ଚମ ଘରର ପ୍ରଭୁ ଓ ଏହି ଗୋଚର ସମୟରେ ଦ୍ଵିତୀୟ ଘରେ ଗୋଚର କରିବେ। ବୁଧଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ଧନ ପ୍ରାପ୍ତି କରାଇବ। ଆପଣ ଭଲ ସଞ୍ଚୟ କରିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ କାମ ଯୋଗୁଁ ନିଜର ପରିଚୟ ତିଆରି କରିପାରିବେ ଓ ଆପଣ ନିଜର ପ୍ରତିଷ୍ଠା ସ୍ଥାପନ କରିପାରିବେ। ଏହି ସମୟରେ ନୂଆ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଅଧିକ ଲାଭ ମିଳିବ, ଆପଣ ଅଧିକ ରୋଜାଗର କରିବେ। କିଛି ଲୋକ ବେଟିଂରୁ ଲାଭ ପାଇବେ ଓ ଏଥିରେ ରୁଚି ରଖିବେ।

ସମ୍ପର୍କ ଦୃଷ୍ଟିରୁ ଆପଣ ନିଜର ଜୀବନସାଥୀ ସହିତ ପ୍ରେମପୂର୍ଣ ସମୟ ବିତାଇବେ ଓ ଭଲଅ ବନ୍ଡିଂ କରିପାରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସ୍ବାସ୍ଥ୍ୟ ସମସ୍ଯା ଭୋଗିପରନ୍ତି। ମୁଣ୍ଡବିନ୍ଧା ଆପଣଙ୍କୁ ହଇରାଣ କରିପାରେ।

ଉପାୟ: ପ୍ରତିଦିନ ଲଳିତା ସହସ୍ରନାମ ଜପ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ବୁଧ ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପ୍ରଥମ ଘରେ ଗୋଚର କରିବେ। ବୁଧଙ୍କର ଏହି ରାଶିରେ ଗୋଚର ଆପଣଙ୍କୁ ଆରମ ଓ ଖୁସି ଦେବ। ଏହି ସମୟରେ ଆପଣଙ୍କର ବ୍ୟବସାୟରେ ଅଧିକ ସମସ୍ଯା ଆସିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣକୁ ପରିଚୟ ଓ ପ୍ରତିଷ୍ଠା ମିଳିବ। ଏଥିରେ ଆପଣଙ୍କର ହିତ ହେବ। ବ୍ୟବସାୟରେ ଆପଣ କୌଶଳର ଲାଭ ଉଠାଇବେ ଓ ଭଲ ଲାଭ ପାଇବେ। ଆର୍ଥିକ ସ୍ଥିତି ବିଷୟରେ କହିବାକୁ ଗଲେ ଅଧିକ ପଇସା ରୋଜଗାର କରିବେ ଓ ଆପଣଙ୍କର ସୁଖ ସୁବିଧା ବୃଦ୍ଧି ହେବ।

ସମ୍ପର୍କରେ ଆପଣ ସାମଞ୍ଜସ୍ୟ ସ୍ଥାପନ କରିବା ଉପରେ ଧ୍ୟାନ ଦେବେ ଓ ସାଥୀ ସହିତ ସମ୍ପର୍କ ଦୃଢ଼ କରିବେ। ଏହା ଆପଣଙ୍କର ସାଥୀକୁ ଖୁସି କରିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଊର୍ଜା ଓ ଉତ୍ସାହ ରେ ପୁରୀୟ ରହିବେ ସେଥିପାଇଁ ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ: ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ମନ୍ତ୍ର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ସପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ପାଇଁ ବୁଧ ତୃତୀୟ ଓ ଦ୍ଵାଦଶ ଘରର ପ୍ରଭୁ ଓ ଏହି ସମୟରେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ବୁଧଙ୍କର ଗୋଚର ସମୟରେ ଆପଣ ଅଜ୍ଞାତ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବେ ଯେଉଁଥିପାଇଁ ଆପଣଙ୍କ ଜୀବନରେ ସୁଖ ଶାନ୍ତି କମିଯିବ। ଆପଣ ବାଦ ବିବାଦରେ ଫସି ଯାଇପାରନ୍ତି।

ଆପଣ ବର୍ତ୍ତନମ କାମରେ ସନ୍ତୁଷ୍ଟ ରହିବେନି ଯେଉଁଥିପାଇଁ ଆପଣ ଚାକିରି ବଦଳାଇବା ବିଷୟରେ ଭାବି ପାରନ୍ତି। ବରିଷ୍ଠଙ୍କ ସହିତ ବିବାଦ ହୋଇପାରେ। କ୍ଷତି ହେଉଥିବା ଯୋଗୁଁ ଆପଣ ବର୍ତ୍ତମାନର ବ୍ୟବସାୟ ଛାଡ଼ି ବିକଳ୍ପ ବାଛି ପାରନ୍ତି। ବ୍ୟବସାୟ କୌଶଳରେ ପରିବର୍ତ୍ତନ ଆଣିବାକୁ ହେବ। ଅଧିକ ଖର୍ଚ୍ଚ ହେବ ଓ ବେପରୁଆ ହେବା ଯୋଗୁଁ ଧନ ହାନି ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସାଥୀ ଉପରେ ବିରକ୍ତ ହୋଇପାରନ୍ତି ଯେଉଁଥିପାଇଁ ସମ୍ପର୍କରୁ ସଦ୍ଭାବ ହଜିଯାଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ କାନ୍ଧରେ ଦରଜ ହୋଇପାରେ।

ଉପାୟ: ପ୍ରତିଦିନ 11 ଥର ଓଁ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ଏକାଦଶ ଘରର ପ୍ରଭୁ ଓ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ। ବୁଧଙ୍କର ଏହି ଗୋଚର ସମୟରେ ନିଜର ଇଚ୍ଛା ପୁରା କରିବା, ଧନ ଲାଭ ଓ ପରିବାର ଓ ଜୀବନସାଥୀ ସହିତ ସୌହାର୍ଦପୂର୍ଣ ସମ୍ପର୍କ ରଖିବାରେ ସଫଳ ହେବେ। ଏହି ଅବଧିରେ ଆପଣ କୌଣସି ନୂଆ ବିନିଯୋଗରେ ଯୋଗ ଦେବେ ଓ ସେଥିରୁ ଲାଭ ହେବ।

କ୍ୟାରୀଅର ବିଷୟରେ କହିବାକୁ ଗଲେ ଆପଣଙ୍କୁ କାମରେ ଲାଭ ମିଳିବ ଓ ଆପଣ ଅଧିକ ପରିଶ୍ରମ କରିବେ ଓ ମହତ୍ୱପୂର୍ଣ କାର୍ଯ୍ୟ କରିବେ। ଆପଣଙ୍କୁ ବରିଷ୍ଠଙ୍କ ଠାରୁ ମାନ୍ୟତା ମିଳିବ।

ବ୍ୟବସାୟରେ ଆପଣ ଭଲ କୌଶଳ ବ୍ୟବହାର କରିବେ ଓ ଏହି ପ୍ରକାର ଆପଣ ଭଲ ଜିନିଷର ଲାଭ ଉଠାଇବେ। ଆର୍ଥିକ ସ୍ଥିତି ବିଷୟରେ କହିଲେ ଆପଣ ଅଧିକ ଧନ ପ୍ରାପ୍ତ କରିବେ, ସଞ୍ଚୟ କରିବେ। ବ୍ୟବସାୟରୁ ଲାଭ ମିଳିବ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସଥୀ ସହିତ ଭଲ ସମ୍ପର୍କ ଗଢ଼ିବେ। ଏହି ସ୍ଥିତିରେ ପରିପକ୍ଵତା ସମ୍ଭବ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିଏଉ ଆପଣଙ୍କ ଭିତରେ ଊର୍ଜା ଦେଖାଜୀବ ଓ ଆପଣ ଫିଟ ରହିବେ।

ଉପାୟ: ପ୍ରତିଦିନ ଆଦିତ୍ୟ ହୃଦୟମ ଜପ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ବୁଧ ପ୍ରଥାମ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ଗୋଚର କରିବେ। ବୁଧଙ୍କର ମିଥୁନ ରାଶିରେ ଗୋଚର ବ୍ୟବସାୟରେ ଉତ୍କୃଷ୍ଟତା ପ୍ରାପ୍ତ କରିବାରେ, ବ୍ୟବସାୟ ସମ୍ବନ୍ଧ ଯାତ୍ରାରେ ଓ ନେତୃତ୍ବ କୌଶଳ ପ୍ରଦର୍ଶନ କରିବାରେ ସଫଳ କରିବ। ଆପଣଙ୍କର ଆତ୍ମବିଶ୍ଵାସ ବଢ଼ିବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନୂଆ ଚାକିରି ସୁଯୋଗ ମିଳିବ ଓ ଆପଣଙ୍କର ଲକ୍ଷ ଓ ଆକାଂକ୍ଷା ପୁରାଣ ହେବ। ବ୍ୟବସାୟରେ ଆପଣ ସହଜରେ ନିଜର ଲକ୍ଷ ପୁରାଣ କରିବେ ଓ ଭଲ ଲାଭ ପାଇବେ। ଆପଣ ଏହି ଗୋଚର ସମୟରେ ଅଧିକ ପଇସା ରୋଜଗାର କରିବେ ଓ ସଞ୍ଚୟ ମଧ୍ୟ କରିପାରିବେ।

ସମ୍ପର୍କରେ ଆପଣ ନୂଆ ମୂଲ୍ୟ ସ୍ଥାପନ କରିବେ ଓ ସମ୍ପର୍କରେ ପ୍ରେମ ଦୃଢ଼ ହେବ। ସ୍ବାସ୍ଥ୍ୟ ଉପରେ ଆପଣ ଅଧିକ ଖର୍ଚ୍ଚ କରିବେ ଓ ଉତ୍ସାହ ଯୋଗୁଁ ଫିଟ ରହିବେ।

ଉପାୟ: ଭଗବାନ ବିଷ୍ଣୁଙ୍କ ପାଇଁ ବୁଧବାର ଦିନ ଯଜ୍ଞ କରନ୍ତୁ ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ବୁଧ ନବମ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ନବମ ଘରେ ଗୋଚର କରିବେ। ବୁଧଙ୍କର ଏହି ଗୋଚର ସମୟରେ ଆପଣ ଲମ୍ବା ଯାତ୍ରା କରିବେ। ଅଧ୍ୟତାମିକତାରେ ରୁଚି ବଢ଼ିବ ଓ ଭାଗ୍ୟର ସାଥ ମିଳିବ। କ୍ୟାରୀଅର ଦୃଷ୍ଟିରୁ ନୂଆ ସୁଯୋଗ ମିଳିବ ଓ ଉଚିତ ପରିଚୟ ମିଳିବ।

ବ୍ୟବସାୟ ଦୃଷ୍ଟିରୁ ବହୁତ ନୂଆ ଅନସାଇଟ ବ୍ୟବସାୟ ଆରମ୍ଭ ହୋଇପାରେ ଓ ସେଥିରୁ ଭଲ ଲାଭ ମିଳିବ। ଅର୍ଥିତୟ ସ୍ଥିତି ବିଷୟରେ କହିବାକୁ ଗଲେ ଅଧି ଧନ ରୋଜଗାର, ଧନ ସଞ୍ଚୟ ଓ ଧନ ବଢ଼ାଇବାରେ ସଫଳ ହେବେ।

ସମ୍ପର୍କରେ ଆପଣ ଜୀବନସାଥୀ ଓ ଶୁଭଚିନ୍ତକଙ୍କ ସହିତ ଅନୁକୂଳ ସମୟ ବିତାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆପଣ ସୁସ୍ଥ ରହିବେ।

ଉପାୟ: ପ୍ରତିଦିନ 11 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ବୁଧ ଅଷ୍ଟମ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବ। ବୁଧଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ଆତ୍ମବିଶ୍ଵାସ କମ କରିପାରେ ଓ ଆପଣ ସ୍ଵାର୍ଥୀ ହୋଇଯାଇପରନ୍ତି। ଏହି ସମୟରେ ଆପଣଙ୍କ ଭିତରେ ଉତ୍ସାହ ମଧ୍ୟ କମ ରହିବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କର ଚାକିରି ଅଧିକ ଚାପ ରହିବ ଯାହା ଆପଣଙ୍କୁ ଚିନ୍ତିତ କରିପାରେ। ସାଙ୍ଗରେ ଆପଣ ଚାକିରି ବଦଳିବା ବିଷୟରେ ଭାବି ପାରନ୍ତି। ବ୍ୟବସାୟରେ ଅଧିକ ପରିଶ୍ରମ କରିବା ସତ୍ବେ ଲାଭ କମ ହେବ। ଆପଣଙ୍କର ଧନହାନୀ ହୋଇପାରେ ଓ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିପାରେ।

ସମ୍ପର୍କ ଦୃଷ୍ଟିରୁ ଆପଣ ଜୀବନସଥୀ ସହିତ ତାଳମେଳ ରଖିବା ଆବଶ୍ୟକ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଆଖିରେ ପୋଡ଼ା ଅନୁଭବ ହେବ ଯାହା ଆପଣଙ୍କର ଚିନ୍ତାର କାରଣ ହେବ।

ଉପାୟ: ପ୍ରତିଦିନ 11 ଥର ଓଁ ଭୂମିପୁତ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ବୁଧ ସପାତ୍ମ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ। ମିଥୁନ ରାଶିରେ ବୁଧଙ୍କର ଗୋଚର ଆପଣଙ୍କୁ ନୂଆ ମିତ୍ର ଓ ସହଯୋଗୀ ଗଢ଼ିବାରେ ଓ ବ୍ୟବସାୟରେ ଉତ୍କୃଷ୍ଟ ଫଳ ପ୍ରାପ୍ତ କରିବାରେ ସାହାଜ୍ୟ କରିବ।

କ୍ୟାରୀଅର ଦୃଷ୍ଟିସକରାତ୍ମକକରାତ୍ମକ ସ୍ଥିତିରେ ରହିବେ। ଆପଣଙ୍କୁ ଚାକିରିରେ ଆଶାଜନକ ସୁଯୋଗ ମିଳିବ। ବ୍ୟବସାୟ ଦୃଢ଼ତୟରୁ ଆପଣ ଭଲ ଲାଭ ପାଇବେ, ଧନ ସଞ୍ଚୟ କରିବେ। ଆର୍ଥିକ ସ୍ଥିତି ବିଷୟରେ କହିଲେ ଆପଣ ଭଲ ରୋଜଗାର କରିବେ ଓ ସଞ୍ଚୟ କରିବେ।

ଆପଣଙ୍କର ମିଶାଣିଆ ସ୍ଵଭାବ, ଓ ପ୍ରେମ ସାଥୀର ହୃଦୟ କିଣି ନେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ରୋଗ ପ୍ରତିରୋଷକ ଶକ୍ତି ଭଲ ରହିବ ଓ ଆପଣ ଶକ୍ତିଶାଳୀ ଦେଖାଯିବେ।

ଉପାୟ: ଗୁରୁବାର ଦିନ ଭଗବାନ ଶିବମଳ ପାଇଁ ଯଜ୍ଞ କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ଲୋକଙ୍କ ପାଇଁ ବୁଧ ଷଷ୍ଠ ଓ ନବମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ବୁଧଙ୍କର ମିଥୁନ ରାଶିରେ ଗୋଚର ସମୟରେ ଆପଣଙ୍କୁ ଆର୍ଥିକ ଅସୁବିଦ୍ଧା ସାମ୍ନା କରିବାକୁ ପଡ଼ିବ ଓ ଏଠି ପାଇଁ ଋଣ ନେବାକୁ ପଡ଼ିପାରେ।

ଏହି ଗୋଚର ସମୟରେ ଆପଣ ଚାକିରିରେ ପଦୋନ୍ନତି ପାଇବେ। କିଛି ଲୋକ ଚାକିରି ବଦଳାଇ ପାରନ୍ତି। ବ୍ୟବସାୟରେ ପ୍ରତିଯୋଗିତା ସାମ୍ନା କରିବାକୁ ପଡ଼ିପାରେ ଓ ଏହା ଆପଣଙ୍କ ପାଇଁ ବିପଦ ଠାରୁ କମ ନୁହେଁ। ଆପଣଙ୍କୁ ଋଣ ଅନେବାକୁ ପଡ଼ିପାରେ କାରଣ ଆପଣଙ୍କ ଜୀବନରେ ଧନର ହ୍ରାସ ହେବ।

ସମ୍ପର୍କ ଦୃଷ୍ଟିରୁ ସାଥି ସହିତ ଭଲ ତାଳମେଳ ରହିବ ନାହିଁ। ଏହି ଗୋଚର ସମୟରେ କାନ୍ଧ ଓ ଆଣ୍ଠୁରେ ଦରଜ ରହିବ।

ଉପାୟ: ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ। ମିଥୁନ ରାଶିରେ ବୁଧଙ୍କ ଗୋଚର ସମୟରେ ବିକାଶରେ ହ୍ରାସ ହେବ କାରଣ ଅଷ୍ଟମ ଘରର ସ୍ବାମୀ ବୁଧ ପଞ୍ଚମ ଘରେ ରହିବେ। ସକାରାତ୍ମକ ଦିଗରୁ ଆପଣଙ୍କୁ ଯାତ୍ରା ଓ ସଫଳତା ପ୍ରାପ୍ତ ହେବ। କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ପ୍ରଗତି ସହିତ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। କିଛି ଲୋକ ଚାକିରି ହରାଇପାରନ୍ତି କିମ୍ବା ଚାକିରି ପରିବର୍ତ୍ତନ କରିପାରନ୍ତି।

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ମଧ୍ୟମ ଧରଣର ଲାଭ ମିଳିବ। ଶେୟାର ବଜାରରେ ବିନିଯୋଗ ଆପଣଙ୍କୁ ସଫଳତା ଆଣିପାରେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ମଧ୍ୟମ ମାତ୍ରାରେ ଧନ ଲାଭ ହେବ। ବେପରୁଆ ହୋଇ ଧନୀ ହାନି ସହିବାକୁ ପଡ଼ିପାରେ।

ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ସାଥି ସହିତ ଅଶାନ୍ତି ସାମ୍ନା କରିବାକୁ ପଡ଼ିବ ସେଥିପାଇଁ ସାବଧାନ ରୁହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବାକୁ ପଡ଼ିବ।

ଉପାୟ: ପ୍ରତିଦିନ ଓଁ ହନୁମତେ ନମଃ ଜପ କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ବୁଧ ଚତୁର୍ଥ ଓ ସପ୍ତମ ଘରର ପ୍ରଭୁ ଓ ଛୁତୁର୍ଥ ଘରେ ଗୋଚର କରିବେ। ବୁଧଙ୍କର ଏହି ଗୋଚର ଆପଣଙ୍କୁ ନିଜର ପରିବାରର ଭବିଷ୍ୟ ପାଇଁ ଚିନ୍ତିତ କରାଇବ। ଆପଣ ବନ୍ଧୁଙ୍କ ସହିତ କିଛି ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ କାମରେ ଆରମ ମିଳିବ ନାହିଁ। ସମ୍ଭାବନା ଅଛି ଯେ ଚାପ ବଢ଼ିପାରେ। ବ୍ୟବସାୟ ଦୃଷ୍ଟିରୁ ମଧ୍ୟମ ଧରଣର ଲାଭ ମିଳିବ ଯାହା ଆପଣଙ୍କୁ ଚିନ୍ତିତ କରିବ। ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ଅସୁବିଧା ସାମ୍ନା କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ସଞ୍ଚୟ କରିପାରିବେ ନାହିଁ।

ସମ୍ପର୍କ ଦୃଷ୍ଟିରୁ ପାରିବାରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଯାହା ଫଳରେ ଜୀବନସାଥୀ ସହିତ ଭଲ ତାଳମେଳ ରହିବ ନାହିଁ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ମା’ଙ୍କର ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଆପଣଙ୍କୁ ଚିନ୍ତିତ କରିବ।

ଉପାୟ: ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଦାନ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

Talk to Astrologer Chat with Astrologer