ବୁଧ ମୀନ ରାଶିରେ ଅସ୍ତ

Author: Monica Rajguru | Updated Wed, 05 Mar 2025 12:53 PM IST

ବୈଦିକ ଜ୍ଯୋତିଷରେ ବୁଧ ମହାରାଜଙ୍କୁ ବୁଦ୍ଧିର ଗ୍ରହ କୁହାଯାଇଛି। ଏବେ 17 ମାର୍ଚ୍ଚ 2025 ସନ୍ଧ୍ୟା 07:31 ରେ ବୁଧ ମୀନ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ତର୍କର କାରକ ବୁଧ ସ୍ତ୍ରୀ ସ୍ଵଭାବର ଗ୍ରହ। ସେ ଜାତକରେ ତୃତୀୟ ଏବଂ ଷଷ୍ଠ ଘରର ସ୍ବାମୀ। ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ଆମେ ବୁଧଙ୍କର ମୀନ ରାଶିରେ ଅସ୍ତ ହେବାର ସମସ୍ତ ସୂଚନା ପ୍ରଦାନ କରିବୁ। ସାଙ୍ଗରେ କହିବୁ ସମସ୍ତ ରାଶିକୁ ଏହା କିପରି ପ୍ରଭାବିତ କରିବ। ଏହା ବ୍ୟତୀତ, ବୁଧଙ୍କର ଅସ୍ତ ଅବସ୍ଥା ସମୟରେ ମିଳିବାକୁ ଥିବା ନକରାତ୍ମକ ପରିଣାମରୁ ବଞ୍ଚିବା ପାଇଁ ଆପଣ କି ପ୍ରତିକାର କରିବେ ତାହା ଜାଣିବେ।ତେବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କର ମହତ୍ବ।

ବୁଧ ମୀନ ରାଶିରେ ଅସ୍ତ 17 ମାର୍ଚ୍ଚ 2025 ରେ ହେବାକୁ ଯାଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମୀନ ରାଶିରେ ବୁଧ ଅସ୍ତ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆପଣଙ୍କୁ କହି ରଖୁଛୁ ଯେ ଯଦି ଭଗବାନ ବୁଧ ତାଙ୍କ ରାଶି କନ୍ୟା କିମ୍ବା ମିଥୁନ ରାଶିରେ ଅଛନ୍ତି, ତେବେ ସେ ଲୋକଙ୍କୁ ବହୁତ ଭଲ ଫଳ ​​ଦିଅନ୍ତି। ତଥାପି, ତାଙ୍କର ଉଚ୍ଚ ରାଶି କନ୍ୟା କିମ୍ବା ସ୍ଵାମିତ୍ୟ ଥିବା ରାଶି ମିଥୁନରେ ଉପସ୍ଥିତିକୁ ଏକ ଦୃଢ଼ ସ୍ଥିତି ଭାବରେ ବିବେଚନା କରାଯାଏ। ଏବେ ଆସନ୍ତୁ ଆଗକୁ ବଢ଼ିବା ଏବଂ ଏହି ଲେଖା ମାଧ୍ୟମରେ ବୁଧଙ୍କ ମୀନ ରାଶିରେ ଅସ୍ତ ହେବା ବିଷୟରେ ବିସ୍ତୃତରେ ଜାଣିବା।

हिंदी में पढ़ने के लिए यहां क्लिक करें: मीन राशि में बुध अस्त

ବୁଧ ଗ୍ରହ ଅସ୍ତ ହେଲ କ’ଣ ହୁଏ?

ବୁଧ ଦେବଙ୍କୁ ବୁଦ୍ଧି, ବାଣୀ ଓ ଶିକ୍ଷାର କାରକ ଗ୍ରହ କୁହାଯାଏ। ଏପରି ସ୍ଥିତିରେ ବୁଧ ଅସ୍ତ ହୋଇ ଦୁର୍ବଳ ହୋଇଯିବେ ଯାହା ଲୋକଙ୍କୁ ଅସୁରକ୍ଷା ଭାବନା, ଏକାଗ୍ରତା ହ୍ରାସ, ଶିଖିବାର କ୍ଷମତାରେ ଅଭାବ ଓ ସ୍ମରଣ ଶକ୍ତି ଦୁର୍ବଳ ହେବା ପରି ସମସ୍ଯା ହଇରାଣ କରିପାରେ। ଜ୍ୟୋତିଶାସ୍ତ୍ରରେ ଗ୍ରହ ଅସ୍ତ ହେବା ଯୋଗୁଁ ସେ ନିଜର ସମସ୍ତ ଶକ୍ତି ହରାଇ ବେସ ଓ ଦୁର୍ବଳ ଅବସ୍ଥାରେ ରୁହେ।

To Read in English Click Here: Mercury Combust in Pisces

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ

ମୀନ ରାଶିରେ ବୁଧ ଅସ୍ତ: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅର କ୍ଷେତ୍ରରେ, ଆପଣଙ୍କୁ ଚାକିରି ସମ୍ବନ୍ଧୀୟ ଅନାବଶ୍ୟକ ଯାତ୍ରା କରିବାକୁ ପଡ଼ିପାରେ ଏବଂ ଆପଣ ଏପରି ହଠାତ ଘଟଣାଗୁଡ଼ିକୁ ଅପସନ୍ଦ କରିବାର ସମ୍ଭାବନା ଅଛି। ବୁଧ ଗ୍ରହର ଅସ୍ତ ଯୋଗୁଁ, ଯୋଜନା ଅଭାବରୁ ବ୍ୟବସାୟୀମାନଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଉଛି।

ଆର୍ଥିକ ଜୀବନରେ ରହି ରଶିର ଲୋକ ଧନ ଋଣ ଦେଇପାରନ୍ତି ଯାହା ଫଳରେ ଧନ ହାନି ହୋଇପାରେ। ପ୍ରେମ ଜୀବନରେ ପାର୍ଟନର ସହିତ ଆପଣଙ୍କୁ କଥା ହେବା ସମୟରେ ଧର୍ଯ୍ୟ ରଖିବାକୁ କୁହାଯାଇଛି। ବୁଧ ଅସ୍ତ ସମୟରେ, ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ କାରଣ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ, ଆପଣ ଆପଣଙ୍କ ଗୋଡ଼ରେ ପ୍ରବଳ ଯନ୍ତ୍ରଣାର ଅଭିଯୋଗ କରିପାରନ୍ତି।।

ଉପାୟ: ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ। ଏବେ ସେ ଏକାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅର ବିଷୟରେ କହିଲେ ବୁଧ ମୀନ ରାଶିରେ ଅସ୍ତ ସମୟରେ ଆପଣ ନିଜର ଇଚ୍ଛା ପୂରଣ କରିବାକୁ ସକ୍ଷମ ହେବେ। ଏହି ଲୋକଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ। ଏହି ଅବଧି ବ୍ୟବସାୟୀ ଲୋକଙ୍କ ପାଇଁ ଅନୁକୂଳ କୁହାଯିବ ଓ ଏହାର ପରିଣାମସ୍ଵରୂପ, ଏହି ଲୋକଙ୍କୁ ବିଜନେସରେ ମାନ ସମ୍ମାନ ଓ ଲାଭ ମିଳିବାର ସୁଯୋଗ ମିଳିବ। ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ବୁଧ ଗ୍ରହର ଅସ୍ତ ସମୟରେ ଆପଣଙ୍କୁ ପ୍ରଚୁର ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ ଏବଂ ଏପରି ପରିସ୍ଥିତିରେ ଆପଣ ଟଙ୍କା ସଞ୍ଚୟ କରିପାରିବେ।

ପ୍ରେମ ଜୀବନରେ ଆପଣ ଜୀବନସାଥୀ ସହିତ ସମୟର ଆନନ୍ଦ ନେବେ ଓ ପରସ୍ପର ସହିତ ସମରଣୀୟ ସମୟ କାଟିବେ। ବୃଷ ରାଶିର ଲୋକଙ୍କ ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ସମୟରେ ସ୍ବାସ୍ଥ୍ୟ ଭଲ ରହିବ କାରଣ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୃଢ଼ ରହିବ। ଆପଣଙ୍କୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ହଇରାଣ କରିବ ନାହିଁ।

ଉପାୟ: ଗୁରୁବା ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଲଗ୍ନ/ପ୍ରଥମ ଘର ଓ ଚତୁର୍ଥ ଘରର ସ୍ବାମୀ। ବର୍ତ୍ତମାନ ସେ ଆପଣଙ୍କର ଦଶମ ଘରେ ଅସ୍ତ ହେବାକୁ ଯାଉଛନ୍ତି। କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି ଲୋକମାନେ ସେମାନଙ୍କର ଚାକିରି ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିପାରନ୍ତି ଏବଂ ଏହି ସମୟରେ ଆପଣଙ୍କୁ ଉଚ୍ଚ ଆଶା ରଖିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। ଏହା ସମ୍ଭବ ଯେ ଏହି ଲୋକମାନେ ଚାକିରିରେ ସେମାନଙ୍କ କାମରେ ସନ୍ତୁଷ୍ଟ ନ ହୋଇପାରନ୍ତି ଏବଂ ଆପଣଙ୍କ ପାଇଁ ସନ୍ତୋଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।

ବ୍ୟବସାୟ ଦୃଷ୍ଟିରୁ ବୁଧ ଅସ୍ତ ସମୟରେ ନୂଆ ବ୍ୟବସାୟ ସହିତ ନୂଆ ଡୀଲ କରିବା ଠାରୁ ଦୂରେଇ ରହିବା ଉଚିତ କାରଣ ଆପଣଙ୍କର କ୍ଷତି ହୋଇପାରେ। ଆପଣଙ୍କ ଆର୍ଥିକ ଜୀବନରେ, ଆପଣ ଏହି ସମୟ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରୋଜଗାର କରିବାରେ ବିଫଳ ହୋଇପାରନ୍ତି ଏବଂ ଏପରି ପରିସ୍ଥିତିରେ, ଆପଣ ଟଙ୍କା ସଞ୍ଚୟ ମଧ୍ୟ କରିପାରିବେ ନାହିଁ, ଯେଉଁ କାରଣରୁ ଆପଣ ନିରାଶ ହୋଇପାରନ୍ତି।

ପ୍ରେମ ଜୀବନ ବିଷୟରେ କହିଲେ ପାର୍ଟନର ସହିତ ଆପଣଙ୍କୁ କଥା ହେବା ସମୟରେ ଧର୍ଯ୍ୟ ରଖିବାକୁ ହେବ। ଅନ୍ୟଥା ସାଥୀ ସହିତ ଅଯଥା ବିବାଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକଙ୍କୁ ପାଣି ସହିତ ଜଡ଼ିତ ଏଲାର୍ଜି ହୋଇପାରେ।

ଉପାୟ: ପ୍ରତିଦିନ ନାରାୟଣୀୟମ ଜପ କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ, ବୁଧ ଗ୍ରହ ତୃତୀୟ ଏବଂ ଦ୍ୱାଦଶ ଘରର ସ୍ବାମୀ ଏବଂ ଏବେ ଆପଣଙ୍କ ନବମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିୟର କଥା ଆସିଲେ, ଏହି ସମୟ ମଧ୍ୟରେ ଆପଣଙ୍କୁ ଚାକିରିରେ ଭାଗ୍ଯର ସହଯୋଗ ମିଳିବ ନାହିଁ। ଫଳସ୍ୱରୂପ, ଆପଣ ଆପଣଙ୍କ କାମରେ ବହୁତ ଅସନ୍ତୁଷ୍ଟ ଅନୁଭବ କରିପାରନ୍ତି। ବ୍ୟବସାୟ କରୁଥିବା କର୍କଟ ରାଶିର ଲୋକଙ୍କୁ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହା ସହିତ, ଆପଣ ଏହି ସମୟ ମଧ୍ୟରେ ଭଲ ଲାଭ ଅର୍ଜନ କରିପାରିବେ।

ଆର୍ଥିକ ଜୀବନ ଦୃଷ୍ଟିରୁ ବୁଧ ଅସ୍ତ ଏତେ ଭଲ ହେବ ନାହିଁ କାରଣ ଏହି ସମୟ ଆପଣଙ୍କ ପାଇଁ କଠିନ ହୋଇପାର ଯାହା ଫଳରେ ଆପଣ ପର୍ଯ୍ୟାପ୍ତ ଧନ ରୋଜଗାର କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନକୁ ଦେଖିଲ, ଆପଣ ଓ ପାର୍ଟନର ମଧ୍ୟରେ ଅହଂକାର ସହିତ ଜଡ଼ିତ ସମସ୍ଯା ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ରାଶିର ଲୋକଙ୍କୁ ନିଜର ପିତାଙ୍କର ସ୍ବାସ୍ଥ୍ୟ ଉପରେ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ିବ।

ଉପାୟ: ପ୍ରତିଦିନ ସୌନ୍ଦର୍ଯ୍ୟ ଲହରୀ ପାଠ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ। ବର୍ତ୍ତମାନ ସେ ଆପଣଙ୍କର ଅଷ୍ଟମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିୟରକୁ ଦେଖିଲେ, ଏହି ରାଶିରେ ଜନ୍ମ ହୋଇଥିବା ଲୋକମାନେ ସେମାନଙ୍କର ଚାକିରି ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇପାରନ୍ତି, ଯାହା ଆପଣଙ୍କୁ ବହୁତ ପସନ୍ଦ ନ ଆସିପାରେ। ଏପରି ପରିସ୍ଥିତିରେ, ଆପଣଙ୍କର ଚିନ୍ତା ବଢ଼ିପାରେ।

ବ୍ୟବସାୟ ବିଷୟରେ କହିବାକୁ ଗଲେ, ବୁଧ ଅସ୍ତ ସମୟରେ, ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପଡ଼ିବ। ଯଦି ଆପଣ ଏହା କରନ୍ତି, ତେବେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିପାରେ।

ସିଂହ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଆର୍ଥିକ ଜୀବନରେ ସେମାନଙ୍କ ରୋଜଗାର ଠାରୁ ଅଧିକ ସଞ୍ଚୟ କରିପାରିବେ ନାହିଁ। ଏହା ସହିତ, ଆପଣ ଏହି ସମୟ ମଧ୍ୟରେ ହାରାହାରି ଟଙ୍କା ରୋଜଗାର କରିପାରିବେ।

ବ୍ୟକ୍ତିଗତ ଜୀବନରେ ଆପଣ ନିଜର ଧର୍ଯ୍ୟ ହରାଇ ପାରନ୍ତି କିନ୍ତୁ ଧର୍ଯ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ। ଜାଡ୍ୟ ଆପଣ ଏପରି କରିବେ, ତେବେ ଆପଣଙ୍କର ସମ୍ପର୍କ ମଧୁର ହେବ।

ବୁଧ ଅସ୍ତ ସମୟରେ, ଆପଣ ଆଖି ଯନ୍ତ୍ରଣାର ଅଭିଯୋଗ କରିପାରନ୍ତି ତେଣୁ ଆପଣଙ୍କ ଆଖି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

ଉପାୟ: ପ୍ରତିଦିନ ଓଁ ଭାସ୍କରାୟ ନମଃ 21 ଥର ଜପ କରନ୍ତୁ।

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ପ୍ରଥମ/ଲଗ୍ନ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଆପଣ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କରେ ଉତ୍ଥାନ-ପତନର ସମ୍ମୁଖୀନ ହୋଇପାରନ୍ତି ଏବଂ ଏପରି ପରିସ୍ଥିତିରେ, ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ପଛରେ ପଡ଼ିପାରନ୍ତି। ବ୍ୟବସାୟକୁ ଦୃଷ୍ଟିରୁ, ଏହି ସମୟ ମଧ୍ୟରେ ଆପଣ ବ୍ୟବସାୟ ସମ୍ବନ୍ଧୀୟ କିଛି ନିଷ୍ପତ୍ତି ନେଇପାରନ୍ତି, କିନ୍ତୁ ଆପଣ ଆଶା ଅନୁଯାୟୀ ଲାଭ ପାଇବାରେ ବିଫଳ ହୋଇପାରନ୍ତି।

ଆର୍ଥିକ ଜୀବନରେ ଆପଣଙ୍କୁ ବୁଧ ମୀନ ରାଶିରେ ଅସ୍ତ ହେବା ସମୟରେ ଧନ ଆବଶ୍ୟକ ପଡ଼ିପାରେ, କିନ୍ତୁ ଆପଣ ଅଧିକରୁ ଅଧିକ ପଇସା ରୋଜଗାର କରିବାକୁ ଅସଫଳ ରହିବେ। ପ୍ରେମ ଜୀବନରେ କନ୍ୟା ରାଶିର ଲୋକଙ୍କୁ ଏହି ସମୟରେ ନିଜର ପାର୍ଟନର ସହିତ ସମ୍ପର୍କରେ ତାଳମେଳ ରଖିବାର ଆବଶ୍ୟକତା ଅଛି କାରଣ ଏପରି କରିବା ଆପଣଙ୍କୁ ପ୍ରସନ୍ନ କରିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କର ସ୍ବାସ୍ଥ୍ୟ ହାରାହାରି ରହିବ ଓ ଏହି ଲୋକଙ୍କୁ ନିଜର ସାଥୀର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିବ।

ଉପାୟ: ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଦ୍ଵାଦଶ ଓ ନବମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଷଷ୍ଠ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅର ବିଷୟରେ କହିଲେ, ଆପଣ ଏହି ସମୟରେ କ୍ୟାରିଅରକୁ ନେଇ କିଛି ଯାତ୍ରାକରିବାକୁ ବାଧ୍ୟ ହୋଇ ପାରନ୍ତି। ବ୍ୟବସାୟକୁ ଦେଖିଲେ, ତୁଳା ରାଶିର ବ୍ୟବସାୟ କରୁଥିବା ଲୋକଙ୍କୁ ବିଜନେସରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ଟକ୍କର ମିଳିପାରେ। ଏହି କାରଣରୁ ଆପଣ ଭଲ ଲାଭ କରିବାରେ ପଛେଇ ଯାଇପାରନ୍ତି। ଆର୍ଥିକ ଜୀବନ ବିଷୟରେ କଥା ଆସିଲେ, ବୁଧ ଅସ୍ତ ହେବା ଦ୍ବାରା ଏହି ଲୋକଙ୍କର ଦାୟିତ୍ବ ବଢ଼ିପାରେ ଓ ଆପଣଙ୍କୁ ଲୋନ ନେବାକୁ ପଡ଼ିପାରେ।

ପ୍ରେମ ଜୀବନ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ସମ୍ପର୍କରେ ଖୁସି ରହିବ ନାହିଁ ଯାହାର କାରଣ ପାର୍ଟନର ସହିତ ଅଯଥା ବିବାଦ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ପିତାଙ୍କର ସ୍ବାସ୍ଥ୍ୟ ଉପରେ ବହୁତ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ: ପ୍ରତିଦିନ ଓଁ ଶ୍ରୀ ଲକ୍ଷ୍ମୀଭୟୋ ନମଃ 21 ଥର ଜପ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ଏକାଦଶ ଓ ଅଷ୍ଟମ ଘର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅରକୁ ଦେଖିଲେ ବୁଧ ମୀନ ରାଶିରେ ଅସ୍ତ ସମୟରେ ଆପଣଙ୍କର ପ୍ରଦର୍ଶନ ଯେତେ ଭଲ ହେଲେ ମଧ୍ୟ ଆପଣଙ୍କୁ ବରିଷ୍ଠଙ୍କର ସମର୍ଥନ ମିଳିବ ନାହିଁ। ଆପଣ ଚାପରେ ରହିବେ। ଯଦି ଆପଣଙ୍କର ବ୍ୟବସାୟ ଅଛୀ ତେବେ ଆପଣଙ୍କୁ ହାରାହାରି ଲାଭ ପ୍ରାପ୍ତ ହେବ। ଆର୍ଥିକ ଜୀବନରେ ବୁଧ ଅସ୍ତ ସମୟରେ ଆପଣଙ୍କ ସାମ୍ନାରେ ଏକ ବଡ଼ ଖର୍ଚ୍ଚ ଆସିପାରେ ସେଥିପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ କରି ଚାଲନ୍ତୁ।

ପ୍ରେମ ଜୀବନରେ ଆପଣଙ୍କର ବ୍ୟବହାର ସାଥୀ ସହିତ ମୁଡି ରହିବ ଓ ଆପଣଙ୍କର ସମ୍ପର୍କରେ ମଧୁରତା କମ ରହିବ। ସ୍ବାସ୍ଥ୍ୟ ବିଷୟରେ କହିଲେ, ବିଛା ରାଶିର ଲୋକଙ୍କୁ ନିଜର ସନ୍ତାନର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ହେବ।

ଉପାୟ: ପ୍ରତିଦିନ ଓଁ ଭୌମାୟ ନମଃ 27 ଥର ଜୟ କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିରେ ବୁଧ ଆପଣଙ୍କର ସପ୍ତମ ଓ ଦଶମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଚତୁର୍ଥ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅର ବିଷୟରେ କହିଲେ ବୁଧ ଅସ୍ତ ସମୟରେ ଆପଣଙ୍କ ଚାକିରିର ବୋଝ ବଢ଼ିପାରେ ଓ ଆପଣଙ୍କ ଦ୍ବାରା କାମରେ ଭୁଲ ହୋଇପାରେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଏହି ସମୟରେ ଠିକ ଭାବରେ ବିଜନେସ ଚଳାଇବାକୁ ନେଇ ଚାପଗ୍ରସ୍ତ ରହିବେ। ଆର୍ଥିକ ଜୀବନରେ ଆପଣଙ୍କ ପାଖରେ ଧନ ହାରାହାରି ଭାବରେ ଆସିବ ଯାହା ଆପଣ ସଞ୍ଚୟ କରିପାରିବେ ନାହିଁ।

ପ୍ରେମ ଜୀବନ ବିଷୟରେ କହିଲେ, ଧନୁ ରାଶିର ଲୋକଙ୍କୁ ସମ୍ପର୍କରେ ପ୍ରେମର ଅଭାବ ଅନୁଭବ ହେବ ଯାହାର କାରଣ ଘରେ ଚାଲିଥିବା ସମସ୍ଯା ହେବ। ବୁଧ ମୀନ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କର ଜୀବନସାଥୀ ଓ ମାତାଙ୍କର ସ୍ବାସ୍ଥ୍ୟ ଖରାୟ ହୋଇପାରେ ସେଥିପାଇଁ ତାଙ୍କର ଯତ୍ନ ନିଅନ୍ତୁ।

ଉପାୟ: ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ଷଷ୍ଠ ଓ ନବମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ତୃତୀୟ ଘରେ ଅସ୍ତ ହେବାକୁ ଯାଉଛନ୍ତି।

ଆପଣ ଚାକିରିରେ ସନ୍ତୁଷ୍ଟ ହେବେ ନାହିଁ ଯାହା ଆପଣଙ୍କର ଚିନ୍ତାର ବିଷୟ ହେବ। ବୁଧ ଅସ୍ତ ସମୟରେ ଆପଣଙ୍କୁ ବ୍ୟବସାୟରେ ହାରାହାରି ଲାଭ ପ୍ରାପ୍ତ ହେବ ଓ ଏହି ସମୟରେ ଆପଣଙ୍କୁ କୌଣସି ପ୍ରକାର ବଡ଼ ବିନିଯୋଗ କରିବା ଉଚିତ ନୁହେଁ ଅନ୍ୟଥା କ୍ଷତି ହେବ। ଆର୍ଥିକ ଜୀବନରେ ଆପଣ ଲାଭ କରିବାକୁ ସକ୍ଷମ ହେବେ କିନ୍ତୁ ଆପଣ ଯେତେ ଧନ ରୋଜଗାର କରିବେ ସେଥିରେ ନିଜର ଆବଶ୍ୟକତା ପୂରଣ କରି ପାରିବେ ନାହିଁ।

ପ୍ରେମ ଜୀବନକୁ ଦେଖିଲେ, ବୁଧ ଅସ୍ତ ସମୟରେ ଆପଣ ସାଥୀ ସାମ୍ନାରେ ନିଜର ଭାବନା କୁ ପ୍ରକାର କରିବେ। ଆପଣ ସାଥୀ ସହିତ ଖୁସି ଦେଖାଯିବେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କ ଭିତରେ ସାହସର ଅଭାବ ରହିବ ଓ ଆପଣଙ୍କର ଶୁଖା କାଶ ଓ ଛୋଟ-ମୋଟ ସମସ୍ଯା ହଇରାଣ କରିପାରେ।

ଉପାୟ: ପ୍ରତିଦିନ ଓଁ ବୁଧାୟ ନମଃ 41 ଥର ଜପ କରନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଅସ୍ତ ହୋଇ ଆପଣଙ୍କର ଦ୍ଵିତୀୟ ଘରେ ରହିବେ।

କ୍ୟାରିଅର କ୍ଷେତ୍ରରେ ଏହି ରାଶିର ଲୋକ ଭଲ ସୁଯୋଗ ଦେଖି ଚାକିରି ବଦଳାଇବା ବିଷୟରେ ଭାବି ପାରନ୍ତି। ଏହି ରାଶି ଯେଉଁ ଲୋକଙ୍କର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ଭଲ ଲାଭ ମିଳିବ ନାହିଁ। ଆର୍ଥିକ ଜୀବନରେ ଆପଣ ପର୍ଯ୍ୟାପ୍ତ ଧନ ରୋଜଗାର କରିପାରିବେ ନାହିଁ।

ପ୍ରେମ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ବିଶ୍ବାସର ଅଭାବ ଯୋଗୁଁ ସମ୍ପର୍କ ଭାଙ୍ଗି ପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ ଆପଣ ଟିକେ ଚିନ୍ତିତ ଦେଖାଯିବେ କାରଣ ଆଖିରେ ସଂକ୍ରମଣ ହୋଇପାରେ।

ଉପାୟ: ଶନିବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ପ୍ରଥମ/ଲଗ୍ନ ଘରେ ଅସ୍ତ ହେବାକୁ ଯାଉଛନ୍ତି।

କ୍ୟାରିଅର ବିଷୟରେ କହିଲେ ଏହି ସମୟରେ ଆପଣ ନିଜର କାର୍ଯ୍ୟ ପୂର୍ଣ କରିବାରେ ପଛେଇ ଯାଇପାରନ୍ତି, ଓ ଆପଣ ଚିନ୍ତିତ ରହିବେ। ବ୍ୟବସାୟକୁ ଦେଖିଲେ ମୀନ ରାଶିର ବ୍ୟବସାୟ କରୁଥିବା ଲୋକଙ୍କୁ ବିଜନେସରେ ହାରାହାରି ଲାଭ ପ୍ରାପ୍ତ ହେବ। ଆପଣଙ୍କର ପ୍ରତିଦ୍ଵନ୍ଦୀ ବ୍ୟବସାୟରେ ଆପଣଙ୍କୁ ଟକ୍କର ଦେଇପାରନ୍ତି।

ଆର୍ଥିକ ଜୀବନରେ ବୁଧ ମୀନ ରାଶିରେ ଅସ୍ତ ହେବା ଦ୍ବାରାା ଆପଣଙ୍କୁ ବହୁତ ଧନ ଘର-ପରିବାର ଉପରେ ଖର୍ଚ୍ଚ କରିବାକୁ ହେବ। ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ପ୍ରେମ ଜୀବନ ବିଷୟରେ କହିଲେ, ଘରେ ଚାଲିଥିବା ସମସ୍ଯା ଯୋଗୁଁ ପାର୍ଟନର ଓ ଆପଣଙ୍କ ମଧ୍ୟରେ ବିବାଦ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ ମୀନ ରାଶିର ଲୋକଙ୍କ ପାଇଁ ସନ୍ତାନର ସ୍ବାସ୍ଥ୍ୟ ଚିନ୍ତାର କାରଣ ହେବ। ଆପଣଙ୍କୁ ସନ୍ତାନର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ହେବ।

ଉପାୟ: ମଙ୍ଗଳବାର ଦିନ ଭଗବାନ ନରସିଂହଙ୍କର ପୂଜା କରନ୍ତୁ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ବୁଧ ଅସ୍ତ କ’ଣ?

ଯେବେ ବୁଧ ସୂର୍ଯ୍ୟଙ୍କର ନିକଟକୁ ଚାଲି ଯାଆନ୍ତି ତେବେ ସେ ନିଜର ଶକ୍ତି ହରାଇ ଦିଅନ୍ତି ଓ ଏହି ଅବସ୍ଥାକୁ ଅସ୍ତ ଅବସ୍ଥା କୁହାଯାଏ।

2. ବୁଧ ଅସ୍ତ ହୋଇ କ୍ୟାରିଅରକୁ କିପରି ପ୍ରଭାବିତ କରନ୍ତି?

ଲୋକଙ୍କ କ୍ୟାରିଅରରେ ସମସ୍ଯା ଓ ବାଧା ସାମ୍ନା କରିବାକୁ ପଡ଼ିପାରେ।

3. ବୁଧଙ୍କର ଅସ୍ତ ଅବସ୍ଥା ସମୟରେ କେଉଁ ପ୍ରତିକାର କରିବେ?

ବୁଧ ମନ୍ତ୍ର ଜପ କରନ୍ତୁ ଓ ନିଜର ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ।

Call NowTalk to Astrologer Chat NowChat with Astrologer