ମାସିକ ଅଙ୍କଫଳ 2025- ଫେବ୍ରୁୟାରୀ

Author: Monica Rajguru | Updated Fri, 31 Jan 2025 09:28 AM IST

ଏହି ମାସିକ ଅଙ୍କଫଳ 2025 ଆଣିଛି ଆପଣଙ୍କ ପାଇଁ ଫେବ୍ରୁୟାରୀ ମାସ ପାଇଁ ସମ୍ପୂର୍ଣ ଭବିଷ୍ୟବାଣୀ। ଅଙ୍କ ଜ୍ଯୋତିଷ ଅନୁସାରେ ଫେବ୍ରୁୟାରୀ ମାସ ବର୍ଷର ଦ୍ଵିତୀୟ ମାସ ହେବା ଯୋଗୁଁ ଅଙ୍କ 2ର ପ୍ରଭାବ ନେଇ ଆସିଥାଏ ଅର୍ଥାତ ଏହି ମାସ ଉପରେ ଚନ୍ଦ୍ରଙ୍କର ଅଧିକ ପ୍ରଭାବ ରହିବ। ଆପଣଙ୍କୁ କହି ରଖୁଛୁ ଯେ ଏହି ବର୍ଷର ଅଙ୍କ 9 ଅଟେ, ଏପରି ସ୍ଥିତିରେ ଫେବ୍ରୁୟାରୀ 2025 ମାସ ଉପରେ ଚନ୍ଦ୍ରଙ୍କ ବ୍ୟତୀତମଙ୍ଗଳଙ୍କର ପ୍ରଭାବ ମଧ୍ୟ ରହିବ।

ମାସିକ ଅଙ୍କଫଳ 2025: ଫେବ୍ରୁୟାରୀ

ମୂଳାଙ୍କ ଅନୁସାରେ ଅଲଗା ଅଲଗା ଲୋକଙ୍କ ଉପରେ ଚନ୍ଦ୍ରଙ୍କର ଅଲଗା ଅଲଗା ପ୍ରଭାବ ପଡ଼ିବ କିନ୍ତୁ ଫେବ୍ରୁୟାରୀ 2025 ମାସ ସାମାନ୍ଯ ଭାବରେ ଲୋକଙ୍କର ଭାବନାକୁ ଉତ୍ତେଜିତ କରିବ। କେବେ କେବେ ଲୋକ କୌଣସି କଥାକୁ ନେଇ ପ୍ରସନ୍ନ ରହିବେ ଓ କେବେ କେବେ କୌଣସି କଥାକୁ ନେଇ ବିଚଳିତ କିମ୍ବା ଚିନ୍ତିତ ରହିବେ।

ଏହା ବ୍ୟତୀତ ଯାତ୍ରା, ରଚନାତ୍ମକତା, ବିଦେଶୀ ସମ୍ବନ୍ଧ ଓ ସଞ୍ଚାର ବିଭାଗ ସହିତ ସମ୍ବନ୍ଧିତ ମାମଲା ପାଇଁ ଏହି ମାସ ଉଲ୍ଲେଖନିୟ ରହିପାରେ।

ଆସନ୍ତୁ ଜାଣିବା ଯେ ଆପଣଙ୍କର ମୂଳାଙ୍କ ପାଇଁ ଫେବ୍ରୁୟାରୀ 2025 ମାସ କିପରି ରହିବ ଅର୍ଥାତ ଫେବ୍ରୁୟାରୀ 2025 ଆପଣଙ୍କ ପାଇଁ କିପରି ପରିଣାମ ଆଣି ଆସିବ?

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ ଭବିଷ୍ୟ ସମ୍ବନ୍ଧିତ ସମସ୍ତ ସୂଚନା

ମୂଳାଙ୍କ 1

ଯଦି ଆପଣ ଯେକୌଣସି ମାସର ୧, ୧୦, ୧୯ କିମ୍ବା ୨୮ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୧ ହେବ ଏବଂ ମୂଳାଙ୍କ ସଂଖ୍ୟା ୧ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୩, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ରହିଛି। ଏପରି ସ୍ଥିତିରେ ଫେବ୍ରୁୟାରୀ 2025 ମାସ ଆପଣଙ୍କୁ ବହୁ ପରିମାଣରେ ଅନୁକୂଳ ପରିଣାମ ଦେଇପାରେ। ଅଙ୍କ 8 ବ୍ୟତୀତ ଏହି ମାସରେ କୌଣସି ଅଙ୍କ ମଧ୍ୟ ଆପଣଙ୍କର ବିରୁଦ୍ଧରେ ପ୍ରଭାବ ପକାଇବ ନାହିଁ। ଏହି କରଣରୁ ଏହି ମାସରେ ସାମାନ୍ଯ ଭାବରେ ଆପଣଙ୍କର ଜୀବନର କୌଣସି କ୍ଷେତ୍ରରେ କୌଣସି ବଡ଼ ସଂଘର୍ଷ ଦେଖିବାକୁ ମିଳିବ ନାହିଁ। ସାମାନ୍ଯ ଭାବରେ ଆପଣ ପ୍ରତ୍ଯେକ କ୍ଷେତ୍ରରେ ଭଲ ପରିଣାମ ପ୍ରାପ୍ତ କରିବେ।ମାସିକ ଅଙ୍କଫଳ 2025 ଅନୁଯାୟୀଆପଣଙ୍କୁ ନିଜର ପରିଶ୍ରମ ଯୋଗୁଁ ସଫଳତା ହାସଲ ହେବ। ବ୍ୟକ୍ତିଗତ ଜୀବନରେ ଆପଣ ବହୁତ ଭଲ କରିପାରିବେ। ସାମାଜିକ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ଦେଖିବାକୁ ମିଳିପାରେ। ସାଙ୍ଗରେ ପାରିବାରିକ ମାମଲାରେ ମଧ୍ୟ ଆପଣ ବହୁତ ଭଲ କରୁଥିବା ଦେଖାଯିବେ।

ଅଙ୍କ 3 ଏହି ମାସରେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଲାଭବାନ କରିବ। ଏହା ସତ୍ବେ ଅଙ୍କ 2ର ଓ 9ର ପ୍ରଭାବ ଯୋଗୁଁ ଧର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ରହିବ। ଓଭର କଅଁଫଇଡେଣ୍ଟ ହେବାରୁ ଦୂରେଇ ରୁହନ୍ତୁ। ବରିଷ୍ଠ ଲୋକଙ୍କ ସହିତ ଭଲ ତାଳମେଳ ରଖି ଆପଣ ଏହି ମାସରେ ପରିଣାମକୁ ଆହୁରି ଭଲ କରିପାରିବେ। ଆର୍ଥିକ ରୂପରେ ସମୃଦ୍ଧି ଦେବାରେ ଏହି ମାସ ଆପଣଙ୍କର ସାହାଜ୍ୟ କରିବ।

ଉପାୟ: କୌଣସି ମନ୍ଦିରରେ କ୍ଷୀର ଓ କେସର ଦାନ କରନ୍ତୁ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହ ଚଳନର ସମ୍ପୂର୍ଣ ବିବରଣୀ

ମୂଳାଙ୍କ 2

ଯଦି ଆପଣ ଯେକୌଣସି ମାସର ୨, ୧୧, ୨୦ କିମ୍ବା ୨୯ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୨ ହେବ ଏବଂ ମୂଳାଙ୍କ ସଂଖ୍ୟା ୨ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୪, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ରହିବ। ଅଙ୍କ ଜ୍ଯୋତିଷ ଦୁନିଆରେ 4 ଅଙ୍କକୁ ଅଙ୍କ 2ର ପ୍ରତ୍ୟେକ୍ଷ ବିରୋଧୀ କୁହଯାଏ ନାହିଁ କିନ୍ତୁ ଏହା ସତ୍ବେ ମଧ୍ୟ 4 ଅଙ୍କର ପ୍ରଭାବ ଦେଖିଲେ ଏହି ମାସରେ ସନ୍ତୁଳିତ ଓ ଠିକ ନିଷ୍ପତି ନେବାର ଆବଶ୍ୟକ ପଡ଼ିପାରେ। ଅତ୍ୟଧିକ ଆବେଗରେ କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ଏହି ମାସରେ ପୁରୁଣା ଅନୁଭବରୁ ଶିଖି ଉଚିତ କାମରେ ସଂଲଗ୍ନ ହେବ ବୁଦ୍ଧିମାନୀର କାମ ହେବ। କାହା କଥାରେ ଆସନ୍ତୁ ନାହିଁ। ମାମଲା ଆର୍ଥିକ ରିସ୍କର ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ରିସ୍କ ହେଉ, ସତର୍କତା ସହିତ କରିବା ଉଚିତ। ଏହି ସତର୍କତା ଅବଲମ୍ବନ କରିଲେ ଆପଣ ଏହି ମାସରେ ଭଲ ପରିଣାମ ପ୍ରାପ୍ତ କରିବେ। ରଚନାତ୍ମକ କାର୍ଯ୍ୟ ସହିତ ଜଡ଼ିତ ଥିବା ଲୋକଙ୍କର କ୍ରୀୟେଟିଭିଟି ବହୁତ ଭଲ ରହିବ। ଯଦି ଆପଣ କଳା, ସାହିତ୍ୟ କିମ୍ବା ଡିଜିଟାଲ୍ ପ୍ଲୈଟ୍ଫର୍ମ୍ ସହିତ ଜଡ଼ିତ କୌଣସି କାମ କରୁଛନ୍ତି ତେବେ ସେହି ମାମଲାରେ ଏହି ମାସରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବ। ଏହି ସବୁ ପରିବର୍ତ୍ତେ ଏହି ମାସରେ ବିଶେଷଜ୍ଞଙ୍କର ପରାମର୍ଶ ଅନୁଯାୟୀ ଟିକେ ଅଧିକ ପ୍ରୟାସ କରିବାର ଆବଶ୍ୟକତା ଅଛି।

ଉପାୟ: ମଥାରେ ନିୟମିତ ଭାବରେ କେସର ଟୀକା ଲଗାନ୍ତୁ।

ମୂଳାଙ୍କ 3

ଯଦି ଆପଣ ଯେକୌଣସି ମାସର 3, 12, 21 କିମ୍ବା 30 ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା 3 ହେବ ଏବଂ ମୂଳାଙ୍କ ସଂଖ୍ୟା 3 ଉପରେ, ଫେବୃଆରୀ ମାସରେ ଯଥାକ୍ରମେ 5, 9, 2, 2, 8 ଏବଂ 3 ସଂଖ୍ୟାର ପ୍ରଭାବ ରହିବ। ଏପରି ସ୍ଥିତି ରେ ଜାନୁଆରୀ 2025 ମାସ ଆପଣଙ୍କୁ ବହୁ ପରିମାଣରେ ଅନୁକୂଳ ପରିଣାମ ଦେଇପାରେ। ଅଙ୍କ 5ର ମୂଳାଙ୍କ 3 ସହିତ ଭଲ ତାଳମେଳ ନାହିଁ। ଏପରି ସ୍ଥିତିରେ କିଛି ଲୋକଙ୍କ ସହିତ ମତଭେଦ ମଧ୍ୟ ଦେଖିବାକୁ ମିଳିପାରେ ଅର୍ଥାତ, ସେମାନଙ୍କ ପଦ୍ଧତି ଏବଂଆପଣଙ୍କର ପଦ୍ଧତି ମଧ୍ୟରେ କିଛି ପାର୍ଥକ୍ୟ ଥାଇପାରେ। ତେଣୁ, କିଛି ବିଷୟରେ କିଛି ବିଳମ୍ବ କିମ୍ବା ଜଟିଳତା ହୋଇପାରେ କିନ୍ତୁ ଶେଷରେ ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ ଏବଂ ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ବଜାୟ ରଖିପାରିବେ। ଏହି ମାସ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବ ଓ ସେହି ପରିବର୍ତ୍ତନ ସକାରାତ୍ମକ ହେଉ ସେଥିପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ସେହି ମାମଲାରେ କାମ କରିବାକୁ ହେବ। ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ସେହି କ୍ଷେତ୍ରରେ ମଧ୍ୟ ଫେବୃଆରୀ 2025 ମାସ ଆପଣଙ୍କ ପାଇଁ ସହାୟକ ହୋଇପାରେ।ମାସିକ ଅଙ୍କଫଳ 2025 ଅନୁଯାୟୀଏହି ମାସ ଆପଣଙ୍କ ପାଇଁ ମନୋରଞ୍ଜନ, ବନ୍ଧୁମାନଙ୍କୁ ଭେଟିବା ଏବଂ ଗପସପ ପାଇଁ ମଧ୍ୟ ସହାୟକ ହୋଇପାରେ। ଯଦି ଆପଣ ଆପଣଙ୍କର ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଛନ୍ତି, ତେବେ ଏହି ମାସ ସେହି କ୍ଷେତ୍ରରେ ମଧ୍ୟ ଆପଣଙ୍କ ପାଇଁ ସହାୟକ ହୋଇପାରେ।

ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରିବା ଶୁଭ ରହିବ।

ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ବିବରଣୀ

ମୂଳାଙ୍କ 4

ଯଦି ଆପଣ ଯେକୌଣସି ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୪ ହେବ ଏବଂ ମୂଳାଙ୍କ ସଂଖ୍ୟା ୪ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୬, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ରହିବ। ଏପରି ସ୍ଥିତିରେ ଏହି ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ପରିଣାମ ମିଶ୍ରିତ କିମ୍ବା କେବେ କେବେ ଦୁର୍ବଳ ମଧ୍ୟ ହୋଇପାରେ। ଏହି ମାସରେ ସ୍ତ୍ରୀଙ୍କ ସହିତ ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ ହେବ। ବିଶେଷକରି ଯଦି ଆପଣଙ୍କର ବିବାଦ କୌଣସି ସ୍ତ୍ରୀ ରହିତ ଅଛି ତେବେ ତାହାକୁ ନେଇ ସଚେତନ ରହିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ କୌଣସି ସ୍ତ୍ରୀ ସହିତ ବିବାଦ କରିବା ଉଚିତ ହେବ ନାହିଁ।ମାସିକ ଅଙ୍କଫଳ 2025 ଅନୁଯାୟୀଯଦି ଆପଣ କୌଣସି ସ୍ତ୍ରୀ କୁ ପ୍ରେମ କରନ୍ତି ତେବେ ପ୍ରେମରେ ପାରଦର୍ଶିତା ଦେଖାଇବାର ଆବଶ୍ୟକତା ରହିବ। ଏହି ସତର୍କତା ଅବଲମ୍ବନ କରି ଆପଣ ଆପଣଙ୍କ ପରିବାରର ଉନ୍ନତି କରିପାରିବେ। ଘରେ ଏକ ସୁସଜ୍ଜିତ ବାତାବରଣ ସୃଷ୍ଟି କରିବା ପାଇଁ ଆପଣଙ୍କୁ ଆହୁରି ଟିକିଏ ପ୍ରୟାସ କରିବାକୁ ପଡ଼ିପାରେ। ଆପଣଙ୍କୁ ଏହି ପ୍ରୟାସରେ ସଫଳତା ମିଳିବାର ଭଲ ଯୋଗ ଅଛି। ବିବାହ ଇତ୍ୟାଦି ସହିତ ସମ୍ବନ୍ଧିତ କଥାକୁ ଭାବିଚିନ୍ତି ଆଗକୁ ବଢ଼ାଇବା ଅନୁକୂଳ ପରିଣାମ ଦେଇପାରେ।

ଉପାୟ: କନ୍ୟାଙ୍କର ପୂଜା କରିବା ଓ ତାଙ୍କର ଆଶୀର୍ବାଦ ନେବା ଶୁଭ ରହିବ।

ମୂଳାଙ୍କ 5

ଯଦି ଆପଣ ଯେକୌଣସି ମାସର ୫, ୧୪ କିମ୍ବା ୨୩ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ୫ ହେବ ଏବଂ ମୂଳାଙ୍କ ୫ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୭, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ଥାଏ। ଏପରି ସ୍ଥିତିରେ ଫେବ୍ରୁୟାରୀ ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ଏହି ପରିଣାମ ହାହାହାରୀ ରହିବ କିମ୍ବା କିଛି ପରିମାଣରେ ଦୁର୍ବଳ ମଧ୍ୟ ରହିପାରେ। ସେଥିପାଇଁ ଏହି ମାସରେ ସାବଧାନ ରହିବା ଆବଶ୍ୟକ ହେବ। ଏହି ମାସ ଆପଣଙ୍କୁ ଭଲ ଓ ଖରାପ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ସାହାଜ୍ୟ କରିବ। ଆପଣ ଏହି କଥାକୁ ସହଜରେ ବୁଝି ପାରିବେ ଯେ କେଉଁ ବ୍ୟକ୍ତିର ଉଦ୍ଦେଶ୍ୟ କ’ଣ। ଧର୍ମ ଏବଂ ଆଧ୍ୟାତ୍ମିକତା ଦୃଷ୍ଟିରୁ, ଏହି ମାସଟି ସାଧାରଣତଃ ଅନୁକୂଳ ବୋଲି ବିବେଚନା କରାଯିବ। ତଥାପି, କାମରେ କିଛି ବାଧା ଆସିବ କିନ୍ତୁ ଯଦି ଆପଣ ଆନ୍ତରିକତାର ସହ କାମ ଜାରି ରଖନ୍ତି, ତେବେ ଆପଣ ସେହି କାମଗୁଡ଼ିକରେ ମଧ୍ୟ ସଫଳତା ପାଇପାରିବେ। ବ୍ୟବସାୟରେ କୌଣସି ନୂତନ ନିବେଶ କରିବା ପାଇଁ ସମୟ ବହୁତ ଅନୁକୂଳ ହେବ ନାହିଁ, କିନ୍ତୁ ଯଦି ନୂତନ ନିବେଶ କରିବା ଆବଶ୍ୟକ ହୁଏ ତେବେ ବିଶେଷଜ୍ଞଙ୍କ ମତ ନେଇ ଓ ଭାବି ଚିନ୍ତି କାମ କରିବା ଠିକ ହେବ।

ଉପାୟ: ଗୁରୁବାର ଦିନ କୌଣସି ମନ୍ଦିରରେ ଚଣା ଡାଲି ଦାନ କରନ୍ତୁ।

ମୂଳାଙ୍କ 6

ଯଦି ଆପଣ ଯେକୌଣସି ମାସର 6, 15 କିମ୍ବା 24 ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ 6 ହେବ ଏବଂ ମୂଳାଙ୍କ 6 ଉପରେ, ଫେବୃଆରୀ ମାସରେ ଯଥାକ୍ରମେ 8, 9, 2, 2, 8 ଏବଂ 3 ସଂଖ୍ୟାର ପ୍ରଭାବ ଥାଏ। ଏହି ମାସ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ନିଜର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏହି ମାସରେ ଆପଣଙ୍କୁ କିଛି ସଂଘର୍ଷ କରିବାକୁ ପଡ଼ିପାରେ। ଅନେକ ଥର ହଠାତ କିଛି ବାଧା ମଧ୍ୟ ଆସିପାରେ। ଏହା ସତ୍ବେ ଏହି ମାସ ଆର୍ଥିକ ମାମଲାରେ କିଛି ସୁଯୋଗ ମଧ୍ୟ ମିଳିବ। ସାବଧାନ ହୋଇ ଆପଣ ବ୍ୟବସାୟରେ କିଛି ନୂଆ ପ୍ରୟୋଗ ମଧ୍ୟ କରିପାରିବେ ଓ ସେଥିରେ ସଫଳ ହେବେ। କୌଣସି ପୁରୁଣା ବୟବସାୟରେ କିଛି ନୂଆନ ପ୍ରୟୋଗ ଏହି ମାସରେ କରାଯାଇ ପାରିବ। ହି ମାସରେ ନିଜକୁ ଆଳସ୍ୟରୁ ଦୂରେଇ ରଖିବାର ଆବଶ୍ୟକତା ରହିବ। ଯଦି ସମ୍ଭବ ହୁଏ, ତେବେ ଅନାବଶ୍ୟକ ବିବାଦକୁ ଏଡ଼ାଇବା ବୁଦ୍ଧିମାନର କାର୍ଯ୍ୟ ହେବ, ବିଶେଷକରି କୋର୍ଟ କଚେରୀ ମାମଲା ଇତ୍ୟାଦି ସହିତ ଜଡ଼ିତ ବିବାଦ। ଗରିବ ଲୋକଙ୍କ ପ୍ରତି ଭଲ ବ୍ୟବହାର ଆପଣଙ୍କ ଜୀବନରେ ପ୍ରଗତିର ପଥ ଖୋଲିପାରେ।

ଉପାୟ: ଗରିବ ଓ ଅଭବ୍ୟ ଲୋକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଭୋଜନ କରାନ୍ତୁ କିମ୍ବା ତାଙ୍କର ସହଯୋଗ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 7

ଯଦି ଆପଣ ଯେକୌଣସି ମାସର ୭, ୧୬ କିମ୍ବା ୨୫ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ୭ ହେବ ଏବଂ ମୂଳାଙ୍କ ୭ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୯, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ଥାଏ। ଏହି ମାସ ମଝିରେ ମଝିରେ କିଛି ସମସ୍ଯା ଦେଇପାରେ। ଏହି ମାସରେ କ୍ରୋଧରୁ ବଞ୍ଚିବା ଆବଶ୍ୟକ ହେବ। କୌଣସି କାମ ଉତ୍ସାହରେ ନ ଆସି ଧର୍ଯ୍ୟ ଓ ବୁଝାମଣା ସହିତ କରିବା ଉଚିତ। ଯଦିଓ ଏହି ମାସ ଆପଣଙ୍କର ଅଟକି ଥିବା କାମକୁ ସମ୍ପୂର୍ଣ କରିବାରେ ସାହାଜ୍ୟ କରିବ କିନ୍ତୁ ଏଥିପାଇଁ ଆପଣଙ୍କୁ ଠିକ ଭାବରେ ଯୋଜନା ପ୍ରସ୍ତୁତ କରିନ କାମ କରିବାକୁ ପଡ଼ିବ।ମାସିକ ଅଙ୍କଫଳ 2025 ଅନୁଯାୟୀସାନ ଭାଇ ଏବଂ ବନ୍ଧୁମାନଙ୍କ ସହିତ ସମ୍ପର୍କ ଯେପରି ଖରାପ ନ ହୁଏ, ସେଥିପ୍ରତି ସତର୍କ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହା କରନ୍ତି, ତେବେ ଆପଣ ଏହି ଲୋକମାନଙ୍କଠାରୁ ଭଲ ସାହାଯ୍ୟ ପାଇପାରିବେ ଯଥା ସାନ ଭାଇ କିମ୍ବା ସାନ ଭାଇ ପରି ଲୋକ କିମ୍ବା ଅତି ନିକଟତର ବନ୍ଧୁ ଏବଂ ଆପଣ ଆପଣଙ୍କର ପଡ଼ି ରହିଥିବା କାମକୁ ସମାପ୍ତ କରିପାରିବେ। ଏପରି ସହକର୍ମୀ ଯାହା ସହିତ ଆପଣଙ୍କର ଆତ୍ମୀୟ ସମ୍ବନ୍ଧ ଅଛି, ତାଙ୍କର ମଧ୍ୟ ସହଯୋଗ ମିଳିବା ଯୋଗୁଁ ଆପଣ ନିଜର କାମକୁ ସମ୍ପୂର୍ଣ କରି ପାରିବେ କିନ୍ତୁ ମନେ ରଖିବାକୁ ହେବ ଏହି ଲୋକଙ୍କ ସହିତ ବେଳେ ବେଳେ ମତଭେଦ ହୋଇପାରେ। ନିଜେ ବିନମ୍ର ରହିବା ବୁଝାମଣାର କାମ ହେବ।

ଉପାୟ: ନିୟମିତ ଭାବରେ ହନୁମାନ ଚାଲିସା ପାଠ କରନ୍ତୁ।

ମୂଳାଙ୍କ 8

ଯଦି ଆପଣ ଯେକୌଣସି ମାସର 8, 17 କିମ୍ବା 26 ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ 8 ହେବ ଏବଂ ମୂଳାଙ୍କ 8 ଉପରେ, ଫେବୃଆରୀ ମାସରେ ଯଥାକ୍ରମେ 1, 9, 2, 2, 8 ଏବଂ 3 ସଂଖ୍ୟାର ପ୍ରଭାବ ଥାଏ। ଏହି ମାସର ଅଙ୍କ ଆପଣଙ୍କୁ ହରହାରି ପରିଣାମ ଦେଉଥିବା ପ୍ରତୀତ ହେଉଛନ୍ତି କିନ୍ତୁ ଏହି ମାସରେ ସବୁଠାରୁ ଅଧିକପ୍ରଭାବିତ କରୁଥିବା ଅଙ୍କ ହେଉଛି 1 ଓ 1 ଅଙ୍କର ର୍ପଭାବ ଆପଣଙ୍କର ମୂଳାଙ୍କ ଅର୍ଥାତ 8 ପାଇଁ ବହୁତ ଭଲ କୁହାଯିବ ନାହିଁ। ଏହି ମାସରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ବିଶେଷକରି ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ କିଛି ସମସ୍ଯା ରହିପାରେ। ପିତା କିମ୍ବା ପିତାଙ୍କ ସହିତ ଜଡ଼ିତ ମାମଲାରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଯଦି ଆପଣଙ୍କର ପିତାଙ୍କର ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଅଛି ତେବେ ଏହି ମାସରେ ତାଙ୍କର ଚିକିତ୍ସା ଇତ୍ୟାଦିକୁ ନେଇ ଅଧିକ ବୁଝାମଣା ଦେଖାଇବାକୁ ପଡ଼ିବ। ସଂଖ୍ୟା 1 ର ପ୍ରଭାବ ଏକ ନୂତନ ଆରମ୍ଭ କରିବାରେ ସହାୟକ ହୋଇପାରେ କିନ୍ତୁ ଆପଣଙ୍କର ମୂଲାଙ୍କ 8 ଶତ୍ରୁ ସଂଖ୍ୟା ହୋଇଥିବାରୁ, ଆପଣଙ୍କୁ ନୂତନ ଆରମ୍ଭ ପାଇଁ କୌଣସି ରିସ୍କ ନେବା ଉଚିତ୍ ନୁହେଁ। ଯଦି ଆପଣ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ଏବଂ ଏହି ମାସରେ ଏହାକୁ ଆରମ୍ଭ କରିବାର ସମ୍ଭାବନା ଅଛି, ତେବେ ଆପଣଙ୍କୁ ଯୋଜନାବଦ୍ଧ ଭାବରେ କାମ କରି ଆଗକୁ ବଢ଼ିବାକୁ ପଡ଼ିବ। ମିତ୍ରଙ୍କ ସହିତ ସମ୍ପର୍କ ଖରାପ ନ ହେଉ ସେହି କଥାର ଧ୍ୟାନ ରଖନ୍ତୁ। ଘର ଲୋକଙ୍କ ସହିତ ଭଲ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ମା ଓ ମା ତୁଲ୍ୟ ସ୍ତ୍ରୀଙ୍କ ସହିତ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ।

ଉପାୟ: ସୂର୍ଯ୍ୟ ଭଗବାନଙ୍କୁ କୁକୁମ ମିଶ୍ରିତ ଜଳ ଚଢ଼ାନ୍ତୁ।

ମୂଳାଙ୍କ 9

ଯଦି ଆପଣ ଯେକୌଣସି ମାସର ୯, ୧୮ କିମ୍ବା ୨୭ ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ୯ ହେବ ଏବଂ ମୂଳାଙ୍କ ୯ ଉପରେ, ଫେବୃଆରୀ ମାସରେ ଯଥାକ୍ରମେ ୨, ୯, ୨, ୨, ୮ ଏବଂ ୩ ସଂଖ୍ୟାର ପ୍ରଭାବ ଥାଏ। ଏହି କାରଣରୁ ଏହି ମାସରେ ଆପଣଙ୍କର ଜୀବନରେ କୌଣସି ବିଶେଷ ସମସ୍ଯା ଅସୁଥିବାର ପ୍ରତୀତ ହେଉ ନାହିଁ। ଆପଣଙ୍କୁ ଏହି ମାସରେ ଭଲ ସୁଯୋଗ ମିଳୁ ନ ମିଳୁ କୌଣସି ଚିନ୍ତା ମଧ୍ୟ ଆସିବ ନାହିଁ।ମାସିକ ଅଙ୍କଫଳ 2025 ଅନୁଯାୟୀଏହି ସମୟରେ ଆପଣଙ୍କ ପାଇଁ ସୁନିୟୋଜିତ ଢଙ୍ଗରେ ଆଗକୁ ବଢ଼ିବା ବହୁତ ଭଲ ପରିଣାମ ଦେବ। କିନ୍ତୁ କାର୍ଯ୍ୟକ୍ଷେତ୍ର ପାଇଁ ଏହି ମାସ ଭଲ ହେବ ନାହିଁ ବୋଲି ଆମେ କହୁ ନାହୁଁ। ମାସଟି କାମ ପାଇଁ ଭଲ ରହିବ, କିନ୍ତୁ ଯଦି ଆପଣ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼ନ୍ତି, ତେବେ ଆପଣ ଭଲ ସଫଳତା ହାସଲ କରିପାରିବେ। ଯଦି କାହା ସହିତ ଆପଣଙ୍କର ସମ୍ପର୍କ ଭଲ ନାହିଁ ଏବଂ ଆପଣ ଏହାକୁ ଉନ୍ନତ କରିବାକୁ ଚାହୁଁଛନ୍ତି, ତେବେ 2025 ଫେବୃଆରୀ ମାସ ଏହି କ୍ଷେତ୍ରରେ ଆପଣଙ୍କୁ ବହୁତ ସାହାଯ୍ୟ କରିପାରିବ। ଏହି ମାସରେ ଧର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି।

ଉପାୟ: ମା ଭଗବତୀ ଦେବୀ ଦୂର୍ଗାଙ୍କର ପୂଜା ଅର୍ଚନା କରିବା ଶୁଭ ରହିବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୂଳାଙ୍କ କିପରି କଢ଼ା ଯାଏ?

ଆପଣଙ୍କର ଜନ୍ମ ତିଥି ଯଦି 23, ତେବେ 2 ଓ 3 କୁ ଯୋଡ଼ିଲେ 5 ହେବ ଯାହା ଆପଣଙ୍କର ମୂଳାଙ୍କ।

2. କେଉଁ ମୂଳାଙ୍କ ଭାଗ୍ୟଶାଳୀ ଅଟେ?

ମୂଳାଙ୍କ 7 କୁ ବହୁତ ଭାଗ୍ୟଶାଳୀ କୁହଯାଏ ।

3. କେଉଁ ମୂଳାଙ୍କ ଲକି ହୋଇଥାଏ?

1 ମୂଳାଙ୍କକୁ ଲକି କୁହାଯାଏ।

Call NowTalk to Astrologer Chat NowChat with Astrologer