ଉପନୟନ ମୂହୁର୍ତ୍ତ 2025 ର ସମ୍ପୂର୍ଣ ସୂଚୀ - ତିଥି ଓ ସମୟ

ଆଜି ଆପଣ ପଢ଼ିବେ ଉପନୟନ ମୂହୁର୍ତ୍ତ 2025 ବିଷୟରେ ଆଷ୍ଟ୍ରୋସେଜର ଏହି ଲେଖାରେ। ସନାତନ ଧର୍ମ ଦ୍ବାରା ନିର୍ଧାରିତ କାର୍ଯାଇଥିବା 16 ଟି ସଂସ୍କାର ମଧ୍ୟରୁ ଦଶମ ସଂସ୍କାର ହେଉଛି ଉପନୟନ ସଂସ୍କାର। ସନାତନ ଧର୍ମରେ ପୁରୁଷ ମାନେ ପଇତା ପିନ୍ଧିବାର ପରମ୍ପରା ବହୁ କାଳରୁ ଚାଲି ଆସୁଛି। ଉପନୟନ ଶବ୍ଦର ଅର୍ଥ ହେଉଛି ନିଜକୁ ଅନ୍ଧାରରୁ ଦୂର କରି ଆଲୋକ ଆଡ଼କୁ ବଢ଼ିବା। ବିଶ୍ବାସ ଅଛି ଯେ ଉପନୟନ ସଂସ୍କାର ହେବା ପାରେ ବାଳକ ଧର୍ମୀ କାର୍ଯ୍ୟରେ ଅଂଶ ଗ୍ରହଣ କରିଥାଏ। ଏହି କାରଣରୁ ହିନ୍ଦୁ ଧର୍ମରେ ଉପନୟନ ସଂସ୍କାର ବହୁତ ମହତ୍ଵପୂର୍ଣ। ଆଜି ଆପଣ ଏହି ବିଶେଷ ଲେଖାରେ ଜାଣିବେ ଶୁଭ ଉପନୟନ ମୂହୁର୍ତ୍ତ 2025 ବର୍ଷ ପାଇଁ। ଏହା ବ୍ୟତୀତ ଜାଣିବେ ଉପନୟନ ସଂସ୍କାର ସହିତ ଜଡ଼ିତ କିଛି କଥା।

ଆଷ୍ଟ୍ରୋସେଜରେ ପଢ଼ନ୍ତୁ ଉପନୟନ ମୂହୁର୍ତ୍ତ 2025 ବିଷୟରେ।

ଉପନୟନ ସଂସ୍କାର କ’ଣ ?

ଉପନୟନ ସଂସ୍କାରରେ ବାଳକ ପଇତା ଧାରଣ କରେ। ପଇତା ତିନିଟା ସୂତାର ଗୋଟିଏ ସୂତ୍ର ଯାହା ପୁରୁଷ ନିଜର ବାଁ କାନ୍ଧ ଉପରୁ ଡାହାଣ କାନ୍ଧ ଯାଏଁ ଧାରଣ କରେ। ଯଦି ଆପଣ ଏହି ବର୍ଷ ପଇତା ଧାରଣ କରିବା ପାଇଁ ଚାହୁଁଛନ୍ତି କିମ୍ବା କରେଇବା ପାଇଁ ଚାହୁଁଛନ୍ତି ତେବେ ଉପନୟନ ମୂହୁର୍ତ୍ତ 2025 ର ସବୁଠାରୁ ସଠିକ ଓ ବିସ୍ତୃତ ସୂଚନା ପ୍ରାପ୍ତ କରିବା ପାଇଁ ଆମର ଏହି ଲେଖା ଶେଷ ଯାଏଁ ପଢ଼ନ୍ତୁ।

ଉପନୟନ ଦୁଇଟି ଶବ୍ଦ ମିଶିକ୍ୟ ତିଆରି ହୋଇଛି। ଉପ ଅର୍ଥ ହେଉଛି ନିକଟ ଓ ନୟନ ଅର୍ଥ ହେଉଛି ଦୃଷ୍ଟି ଅର୍ଥାତ ଏହାର ଶବ୍ଦାର୍ଥ ହେଉଛି ନିଜକୁ ଅନ୍ଧକାର (ଅଜ୍ଞାନତା) ରୁ ଦୂରରେ ରଖି ପ୍ରକାଶ (ଆଧ୍ୟାତ୍ମିକ ଜ୍ଞାନ) ଆଡ଼କୁ ବଢ଼ିବା। ଏହି ସଂସ୍କାରକୁ ସବୁଠାରୁ ପବିତ୍ର ଓ ପ୍ରସିଦ୍ଧ କୁହଯାଏ। ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମଧ୍ୟ ବିବାହ ପୂର୍ବରୁ ପଇତା ଧାରଣ କରନ୍ତି। ଏହି ସଂସ୍କାର ଯଜ୍ଞୋପବିତ ନାମରେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମରେ ଶୂଦ୍ରଙ୍କୁ ଛାଡ଼ି ଅନ୍ୟ kଏହି ଏହାକୁ ଧାରଣ କରିପାରିବେ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଉପନୟନ ପାଇଁ ଶୁଭ ମୂହୁର୍ତ୍ତ ବିଷୟରେ

Read in English: Upnayana Muhurat 2025

ଏହାର ମହତ୍ଵ

ଏହି ପରମ୍ପରା ହିନ୍ଦୁ ଧର୍ମ ଅନୁସରଣ କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପବିତ୍ର ଉପନୟନ ସମାରୋହ ପାରେ ପିଲାଟି ବାଲ୍ୟବସ୍ଥାରୁ ଯୌନ ଅବସ୍ଥା କୁ ଆସେ। ଏହି ସମୟରେ ପୁରୋହିତ ପଇତାକୁ ବାଳକର ବାମ କାନ୍ଧରୁ ଡାହାଣ ହାତର ତଳ ଯାଏଁ ବାନ୍ଧନ୍ତି। ପଇତା ରେ ମୁଖ୍ୟତଃ ତିନୋଟି ସୂତା ଅଛି, ଏହି ତିନୋଟି ସୂତା ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କୁ ପ୍ରତିନିଧିତ୍ୱ କରେ। ଏହି ସୂତା ଦେବଋଣ, ପିତୃଋଣ ଓ ଋଷିଋଣକୁ ଦର୍ଶାଏ।

ଏହା ବ୍ୟତୀତ, କୁହାଯାଏ ଯେ ଏହି ସୂତାଗୁଡ଼ିକ ସତ୍ଵ, ରହା ଏବଂ ତମକୁ ପ୍ରତିନିଧିତ୍ୱ କରେ। ଅନ୍ୟ ମତ ଅନୁଯାୟୀ ଏହି ସୂତାଗୁଡ଼ିକ ଗାୟତ୍ରୀ ମନ୍ତ୍ରର ତିନୋଟି ପର୍ଯ୍ୟାୟକୁ ପ୍ରତୀକ କରିଥାଏ। କୁହଯାଏ, ଏହି ସୂତାଗୁଡ଼ିକ ଆଶ୍ରମର ପ୍ରତୀକ ବୋଲି କୁହାଯାଏ | ପଇତା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଅଛି,

ନଅ ଖିଅ: ଏଥରେ 9 ଖିଅ ଥାଏ। ପଇତାର ପ୍ରତ୍ଯେକ ଭାଗରେ ତିନୋଟି ଖିଅ ଥାଏ ଯାହା ଯୋଡ଼ିଲେ 9 ହୁଏ।

ପାଞ୍ଚ ଗଣ୍ଠି: ପଇତାରେ ପଞ୍ଚୋଟି ଗଣ୍ଠି ପଡ଼ିଥାଏ। ଏହି ପଞ୍ଚୋଟି ଗଣ୍ଠି ବ୍ରହ୍ମା, ଧର୍ମ, କର୍ମ, କାମ୍ ଓ ମୋକ୍ଷ କୁ ଦର୍ଶାଏ।

ପଇତାର ଦୈର୍ଘ୍ୟ: ପଇତା 96 ଆଙ୍ଗୁଠି ଲମ୍ବା ହେବା ଉଚିତ। ଏହାକୁ ଧାରଣ କରିବା ବୀକଟିକୁ 64ଟି କଳା ଓ 32 ଟି ବିଧିକୁ ଶିଖିବା ଉଚିତ।

ପଇତା ଧାରଣ କରିବା: ଯେବେ ବାଳକ ପଇତା ଧାରଣ କରେ ସେତେବଲେ ଗୋଟିଏ ବାଡ଼ି ଧରେ।

ଯଜ୍ଞ: ପଇତା ଧାରଣ କରିବା ସମୟରେ ବାଳକ ଓ ତା’ର ପରିବାର ଲୋକ ଏକାଠି ହୁଅନ୍ତି। ଏହା ପାରେ ପଣ୍ଡିତକୁ ଗୁରୁ ଦକ୍ଷିଣା ଦିଆ ଯାଏ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନର ସମସ୍ତ ସୂଚନା।

ଗାୟତ୍ରୀ ମନ୍ତ୍ର: ପଇତା ଗାୟତ୍ରୀ ମନ୍ତ୍ରରୁ ଆରମ୍ଭ | ଗାୟତ୍ରୀ ମନ୍ତ୍ରର ତିନୋଟି ପର୍ଯ୍ୟାୟ ଅଛି ।

ତତ୍ସବିତୁର୍ବରେନିୟମ- ଏହା ହେଉଛି ପ୍ରଥମ ପର୍ଯ୍ୟାୟ |

ଭର୍ଗୋ ଦେବଶ୍ୟ ଧୀମହୀ- ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଏବଂ |

ଧିୟୋ ୟୋ ନଃ ପ୍ରଚୋଦୟାତ ॥ ତୃତୀୟ ପର୍ଯ୍ୟାୟ କୁହାଯାଏ

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଉପନୟନ ସଂସ୍କାର ପାଇଁ ମନ୍ତ୍ର

ଯଜ୍ଞୋପବୀତଂ ପରମ ପବିତ୍ରଂ ପ୍ରଜାପତର୍ୟତ୍ସହଜଂ ପୂରସ୍ତାତ ।

ଆୟୁଧଗ୍ରଂ ପ୍ରତିମୁଞ୍ଚ ଶୁଭ୍ରଂ ଯଜ୍ଞୋପବୀତଂ ବଲମସ୍ତୁ ତେଜଃ ।।

ଉପନୟନ ସଂସ୍କାର 2025

ଯଦି ଆପଣ ମଧ୍ୟ ନିଜର ପିଲା କିମ୍ବା ନିଜର ନିକଟତମ ବ୍ୟକ୍ତିଙ୍କ ପାଇଁ ଉପନୟନ ସଂସ୍କାର ମୂହୁର୍ତ୍ତ ଖୋଜୁଛନ୍ତି ଖୋଜୁଛନ୍ତି, ତେବେ ଆମେ ଆପଣଙ୍କର ସମସ୍ୟାର ସମାଧାନ ଆଣିଛୁ କାରଣ ଏହି ବିଶେଷ ଆର୍ଟିକିଲରେ ଆମେ ଉପନୟନ ମୂହୁର୍ତ୍ତ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଯାଉଛୁ ଯାହା ଆମ ପାଖରେ ଉପଲବ୍ଧ। ନକ୍ଷତ୍ର ଏବଂ ଗ୍ରହମାନଙ୍କର ଗତିବିଧି ଏବଂ ସ୍ଥିତିକୁ ଧ୍ୟାନରେ ରଖି ଏହି ମୁହୁର୍ତ୍ତଗୁଡିକ ପ୍ରସ୍ତୁତ ହୋଇଛି। ବିଶ୍ବାସ କରାଯାଏ ଯେ ଯଦି କୌଣସି ଶୁଭ କାର୍ଯ୍ୟ ଏକ ଶୁଭ ସମୟ ମଧ୍ୟରେ କରାଯାଏ ତେବେ ଏହା ଫଳପ୍ରଦ ହୋଇଥାଏ, ଯଦି ଆପଣ ଉପନୟନ ସଂସ୍କାର କିମ୍ବା କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଏହା ପାଇଁ ଶୁଭ ସମୟ ଦେଖିବା ପରେ ହିଁ ଆଗକୁ ବଢ଼ନ୍ତୁ | ଏହା ଆପଣଙ୍କ ଜୀବନରେ ଶୁଭକାମନା ଆଣିବ ଏବଂ କରାଯାଇଥିବା କାର୍ଯ୍ୟ ମଧ୍ୟ ସଫଳ ହେବ।

हिंदी में पढ़े : उपनयन मुर्हत २०२५

ଜୀବନର କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ

ଜାନୁଆରୀ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ଜାନୁଆରୀ 2025

07:45-10:22

11:50-16:46

2 ଜାନୁଆରୀ 2025

07:45-10:18

11:46-16:42

4 ଜାନୁଆରୀ 2025

07:46-11:38

13:03-18:48

8 ଜାନୁଆରୀ 2025

16:18-18:33

11 ଜାନୁଆରୀ 2025

07:46-09:43

15 ଜାନୁଆରୀ 2025

07:46-12:20

13:55-18:05

18 ଜାନୁଆରୀ 2025

09:16-13:43

15:39-18:56

19 ଜାନୁଆରୀ 2025

07:45-09:12

30 ଜାନୁଆରୀ 2025

17:06-19:03

31 ଜାନୁଆରୀ 2025

07:41-09:52

11:17-17:02

ଫେବ୍ରୁୟାରୀ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ଫେବ୍ରୁୟାରୀ 2025

07:40-09:48

11:13-12:48

2 ଫେବ୍ରୁୟାରୀ 2025

12:44-19:15

7 ଫେବ୍ରୁୟାରୀ 2025

07:37-07:57

09:24-14:20

16:35-18:55

8 ଫେବ୍ରୁୟାରୀ 2025

07:36-09:20

9 ଫେବ୍ରୁୟାରୀ 2025

07:35-09:17

10:41-16:27

14 ଫେବ୍ରୁୟାରୀ 2025

07:31-11:57

13:53-18:28

17 ଫେବ୍ରୁୟାରୀ 2025

08:45-13:41

15:55-18:16

ମାର୍ଚ୍ଚ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ମାର୍ଚ୍ଚ 2025

07:17-09:23

10:58-17:29

2 ମାର୍ଚ୍ଚ 2025

07:16-09:19

10:54-17:25

14 ମାର୍ଚ୍ଚ 2025

14:17-18:55

15 ମାର୍ଚ୍ଚ 2025

07:03-11:59

14:13-18:51

16 ମାର୍ଚ୍ଚ 2025

07:01-11:55

14:09-18:47

31 ମାର୍ଚ୍ଚ 2025

07:25-09:00

10:56-15:31

ଅପ୍ରିଲ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

2 ଅପ୍ରିଲ 2025

13:02-19:56

7 ଅପ୍ରିଲ 2025

08:33-15:03

17:20-18:48

9 ଅପ୍ରିଲ 2025

12:35-17:13

13 ଅପ୍ରିଲ 2025

07:02-12:19

14:40-19:13

14 ଅପ୍ରିଲ 2025

06:30-12:15

14:36-19:09

18 ଅପ୍ରିଲ 2025

09:45-16:37

30 ଅପ୍ରିଲ 2025

07:02-08:58

11:12-15:50

ମଈ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ମଈ 2025

13:29-20:22

2 ମଈ 2025

06:54-11:04

7 ମଈ 2025

08:30-15:22

17:39-18:46

8 ମଈ 2025

13:01-17:35

9 ମଈ 2025

06:27-08:22

10:37-17:31

14 ମଈ 2025

07:03-12:38

17 ମଈ 2025

07:51-14:43

16:59-18:09

28 ମଈ 2025

09:22-18:36

29 ମଈ 2025

07:04-09:18

11:39-18:32

31 ମଈ 2025

06:56-11:31

13:48-18:24

ଜୁନ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

5 ଜୁନ 2025

08:51-15:45

6 ଜୁନ 2025

08:47-15:41

7 ଜୁନ 2025

06:28-08:43

11:03-17:56

8 ଜୁନ 2025

06:24-08:39

12 ଜୁନ 2025

06:09-13:01

15:17-19:55

13 ଜୁନ 2025

06:05-12:57

15:13-17:33

15 ଜୁନ 2025

17:25-19:44

16 ଜୁନ 2025

08:08-17:21

26 ଜୁନ 2025

14:22-16:42

27 ଜୁନ 2025

07:24-09:45

12:02-18:56

28 ଜୁନ 2025

07:20-09:41

30 ଜୁନ 2025

09:33-11:50

ଶନି ରିପୋର୍ଟ୍ ମାଧ୍ୟମରୁ ଜାଣନ୍ତୁ ନିଜର ଜୀବନରେ ଶନିଙ୍କର ପ୍ରଭାବ

ଜୁଲାଇ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

5 ଜୁଲାଇ 2025

09:13-16:06

7 ଜୁଲାଇ 2025

06:45-09:05

11:23-18:17

11 ଜୁଲାଇ 2025

06:29-11:07

15:43-20:05

12 ଜୁଲାଇ 2025

07:06-13:19

15:39-20:01

26 ଜୁଲାଇ 2025

06:10-07:51

10:08-17:02

27 ଜୁଲାଇ 2025

16:58-19:02

ଅଗସ୍ଟ 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

3 ଅଗସ୍ଟ 2025

11:53-16:31

4 ଅଗସ୍ଟ 2025

09:33-11:49

6 ଅଗସ୍ଟ 2025

07:07-09:25

11:41-16:19

9 ଅଗସ୍ଟ 2025

16:07-18:11

10 ଅଗସ୍ଟ 2025

06:52-13:45

16:03-18:07

11 ଅଗସ୍ଟ 2025

06:48-11:21

13 ଅଗସ୍ଟ 2025

08:57-15:52

17:56-19:38

24 ଅଗସ୍ଟ 2025

12:50-17:12

25 ଅଗସ୍ଟ 2025

06:26-08:10

12:46-18:51

27 ଅଗସ୍ଟ 2025

17:00-18:43

28 ଅଗସ୍ଟ 2025

06:28-12:34

14:53-18:27

ସେପ୍ଟେମ୍ବର 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

3 ସେପ୍ଟେମ୍ବର 2025

09:51-16:33

4 ସେପ୍ଟେମ୍ବର 2025

07:31-09:47

12:06-18:11

24 ସେପ୍ଟେମ୍ବର 2025

06:41-10:48

13:06-18:20

27 ସେପ୍ଟେମ୍ବର 2025

07:36-12:55

ଅକ୍ଟୋବର 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

2 ଅକ୍ଟୋବର 2025

07:42-07:57

10:16-16:21

17:49-19:14

4 ଅକ୍ଟୋବର 2025

06:47-10:09

12:27-17:41

8 ଅକ୍ଟୋବର 2025

07:33-14:15

15:58-18:50

11 ଅକ୍ଟୋବର 2025

09:41-15:46

17:13-18:38

24 ଅକ୍ଟୋବର 2025

07:10-11:08

13:12-17:47

26 ଅକ୍ଟୋବର 2025

14:47-19:14

31 ଅକ୍ଟୋବର 2025

10:41-15:55

17:20-18:55

ନଭେମ୍ବର 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ନଭେମ୍ବର 2025

07:04-08:18

10:37-15:51

17:16-18:50

2 ନଭେମ୍ବର 2025

10:33-17:12

7 ନଭେମ୍ବର 2025

07:55-12:17

9 ନଭେମ୍ବର 2025

07:10-07:47

10:06-15:19

16:44-18:19

23 ନଭେମ୍ବର 2025

07:21-11:14

12:57-17:24

30 ନଭେମ୍ବର 2025

07:42-08:43

10:47-15:22

16:57-18:52

ଡିସେମ୍ବର 2025- ଶୁଭ ମୂହୁର୍ତ୍ତ 2025

ତାରିଖ

ସମୟ

1 ଡିସେମ୍ବର 2025

07:28-08:39

5 ଡିସେମ୍ବର 2025

07:31-12:10

13:37-18:33

6 ଡିସେମ୍ବର 2025

08:19-13:33

14:58-18:29

21 ଡିସେମ୍ବର 2025

11:07-15:34

17:30-19:44

22 ଡିସେମ୍ବର 2025

07:41-09:20

12:30-17:26

24 ଡିସେମ୍ବର 2025

13:47-17:18

25 ଡିସେମ୍ବର 2025

07:43-12:18

13:43-15:19

29 ଡିସେମ୍ବର 2025

12:03-15:03

16:58-19:13

ଆପଣ ଏହା ଜାଣିଛନ୍ତି କି, ଅନେକ ଶାସ୍ତ୍ରରେ, ପବିତ୍ର ସୂତା ପିନ୍ଧିଥିବା ମହିଳାଙ୍କ ବିଷୟରେ ଉଲ୍ଲେଖ ଅଛି, କିନ୍ତୁ ପୁଅମାନଙ୍କ ପରି ସେମାନେ ଏହାକୁ କାନ୍ଧରୁ ବାହୁ ପର୍ଯ୍ୟନ୍ତ ପିନ୍ଧନ୍ତି ନାହିଁ କିନ୍ତୁ ବେକରେ ହାର ପରି ପିନ୍ଧନ୍ତି। ପ୍ରାଚୀନ କାଳରେ ବିବାହିତ ପୁରୁଷମାନେ ଦୁଇଟି ପବିତ୍ର ସୂତା କିମ୍ବା ପଇତା ପିନ୍ଧୁଥିଲେ, ଗୋଟିଏ ନିଜ ପାଇଁ ଏବଂ ଗୋଟିଏ ପତ୍ନୀ ପାଇଁ।

ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ

ଉପନୟନ ସଂସ୍କାରର ବିଧି

ବର୍ତ୍ତମାନ ସଠିକ୍ ପଦ୍ଧତି ବିଷୟରେ କହିବାକୁ ଗଲେ, ଉପନୟନ ସଂସ୍କାର ଆରମ୍ଭ କରିବା ପୂର୍ବରୁ ପିଲାଟିର କେଶ ବଢ଼ିଥିବା ଆବଶ୍ୟକ।

  • ଉପନୟନ ମୂହୁର୍ତ୍ତ 2025 ଦିନ ପିଲାଟି ପ୍ରଥମେ ସ୍ନାନ କରେ ଏବଂ ତା’ପରେ ତା’ ମୁଣ୍ଡ ଏବଂ ଶରୀରରେ ଚନ୍ଦନ ପେଷ୍ଟ ଲଗାଯାଏ।
  • ଏହା ପରେ ଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ଏହି ସମୟ ମଧ୍ୟରେ ବାଳକ ଭଗବାନ ଗଣେଶଙ୍କୁ ପୂଜା କରେ।
  • ଗାୟତ୍ରୀ ମନ୍ତ୍ର ଭଗବାନ ଏବଂ ଦେବୀଙ୍କୁ ଡାକିବା ପାଇଁ 10,000 ଥର ଜପ କରାଯାଏ।
  • ଏହି ସମୟ ମଧ୍ୟରେ ବାଳକ ଶାସ୍ତ୍ରର ଶିକ୍ଷା ଅନୁସରଣ କରିବା ଏବଂ ଉପବାସ ପାଳନ କରିବା ପାଇଁ ଏକ ପ୍ରତିଶ୍ରୁତି ନେଇଥାଏ।
  • ଏହା ପରେ ସେ ନିଜ ଠାରୁ ଛୋଟ ପୁଅମାନଙ୍କ ସହିତ ପଞ୍ଚୁଗ୍ରାସ ଖାଇ ପୁଣି ସ୍ନାନ କରେ।
  • ପରିବାରର ପିତା କିମ୍ବା ପରିବାରର କୌଣସି ବୟସ୍କ ସଦସ୍ୟ ଗାୟତ୍ରୀ ମନ୍ତ୍ର ପାଠ କରନ୍ତି ଏବଂ ପିଲାଙ୍କୁ କୁହନ୍ତି, 'ଆଜିଠାରୁ ଆପଣ ଜଣେ ବ୍ରାହ୍ମଣ ଅଟନ୍ତି’।
  • ତା’ପରେ ସେମାନେ ତାଙ୍କୁ ଏକ ବାଡ଼ି ଦିଅନ୍ତି।
  • ଏହା ପରେ ଶିଶୁ ବ୍ରାହ୍ମଣ ତାଙ୍କ ଆଖପାଖର ଲୋକଙ୍କଠାରୁ ଭିକ୍ଷା ମାଗନ୍ତି।
  • ପିଲାଟି ରାତ୍ରି ଭୋଜନ ପରେ ନିଜ ଘରୁ ପଳାଇଥାଏ କାରଣ ସେ କାଶୀକୁ ଅଧ୍ୟୟନ ପାଇଁ ଯାଉଥାଏ | କିଛି ସମୟ ପରେ ଲୋକମାନେ ଯାଇ ତାଙ୍କୁ ବିବାହ ପାଇଁ ଫେରାଇ ଆଣନ୍ତି।

ଉପନୟନ ସଂସ୍କାର ସହିତ ସମ୍ବନ୍ଧିତ ନିୟମ

ଉପନୟ ସଂସ୍କାର ସହିତ ଜଡ଼ିତ କିଛି ବିଶେଷ ନିୟମ ମଧ୍ୟ ଅଛି। ଏହି ନିୟମଗୁଡ଼ିକ କ’ଣ ତାହା ଜାଣିନେବା।

  • ଉପନୟନ ସଂସ୍କାର ଦିନ ଉପନୟନ ମୂହୁର୍ତ୍ତ 2025 ଅନୁଯାୟୀ ଯଜ୍ଞ ଆୟୋଜନ ହେବା ଉଚିତ।
  • ଯାହାର ଏହି ସଂସ୍କାର ହୁଏ ସେ ଏହି ଯଜ୍ଞରେ ନିଜର ପାରିବା ସହିତ ଅଂଶ ଗ୍ରହ କରେ।
  • ଏହି ଦିନ ସିଲେଇ ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ହାତରେ ବାଡ଼ି ଓ ବେକରେ ହଳଦିଆ ବସ୍ତ୍ର ଓ ପାଦରେ ଖଡ଼ଊ ପିନ୍ଧା ଯାଏ।
  • ମୁଣ୍ଡନ ବେଳେ ମୁଣ୍ଡରେ ଅଳ୍ପ ଛୁଟି ଛଡ଼ାଯାଏ।
  • ପଇତା ହଳଦିଆ ରଙ୍ଗର ହୋଇଥାଏ ଓ ବାଳକକୁ ଏହା ଗୁରୁ ଦିକ୍ଷା ସହିତ ପିନ୍ଧାଯାଏ।
  • ଉପନୟନ ସଂସ୍କାର ବ୍ରାହ୍ମଣ ପିଲାଙ୍କ ପାଇଁ 8 ବର୍ଷରେ ହୋଇଥାଏ ଓ କ୍ଷତ୍ରିଆ ବାଳକଙ୍କ ପାଇଁ 11 ବର୍ଷରେ ଓ ବୈଶ୍ୟଙ୍କ ପାଇଁ 12 ବର୍ଷରେ ହୁଏ ।

ସୂଚନା: କୁହାଯାଏ ଯେ ଉପନୟନ ସଂସ୍କାର ସମୟରେ ପବିତ୍ର ପଇତା ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ଆଧ୍ୟାତ୍ମିକ ସହିତ ସଂଯୁକ୍ତ ହୋଇଥାଏ। ସେ ଖରାପ କାର୍ଯ୍ୟ, ଖରାପ ଚିନ୍ତାଧାରାଠାରୁ ଦୂରେଇ ଯାଆନ୍ତି ଏବଂ ତାଙ୍କ ଜୀବନକୁ ଆଧ୍ୟାତ୍ମିକ କରନ୍ତି।

ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ଵ ଜାଣିଛନ୍ତି ଆପଣ?

ହିନ୍ଦୁ ରୀତିନୀତିରେ ଉଲ୍ଲେଖ କରାଯାଇଥିବା ସମସ୍ତ ରୀତିନୀତିର ଧାର୍ମିକ ତଥା ବୈଜ୍ଞାନିକ ଗୁରୁତ୍ୱ ରହିଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିରୁ ପଇତା ପିନ୍ଧିବାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆଲୋଚନା କରାଯାଇ କୁହାଯାଏ ଯେ ପଇତା ପିନ୍ଧିବା ପରେ କିଛି ଉପଯୁକ୍ତ ନିୟମ ପାଳନ କରିବାକୁ ପଡ଼ିବ ଏବଂ ଯଦି ଜଣେ ଏହି ନିୟମ ମାନନ୍ତି, ତେବେ ବହୁତ ଭଲ ହେବ। ଏହିପରି ପିଲାମାନେ ସଫଳ ଜୀବନଯାପନ କରନ୍ତି ଏବଂ ଦୁଃସ୍ୱପ୍ନ ଦେଖନ୍ତି ନାହିଁ କାରଣ ପଇତା ହୃଦୟ ସହିତ ସଂଯୁକ୍ତ। ଏଭଳି ପରିସ୍ଥିତିରେ ଏହା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ବହୁତ କମ କରିଥାଏ।

ସେହି ସମୟରେ, ଉପନୟନ ମୂହୁର୍ତ୍ତ 2025 ଲେଖା ଆପଣଙ୍କୁ ଜଣାଉଛି ଯେ ଏହି ପଇତା ବ୍ୟକ୍ତିଙ୍କୁ ଦାନ୍ତ, ପେଟ ଏବଂ ଜୀବାଣୁ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାରୁ ଦୂରେଇ ରଖେ। ଯେତେବେଳେ ଏହି ପବିତ୍ର ସୂତା କାନ ଉପରେ ବନ୍ଧା ହୁଏ, ଏହା ସୂର୍ଯ୍ୟ ନାଡ଼ିକୁ ଜାଗ୍ରତ କରେ। ଏହି ସୂତା ବ୍ୟକ୍ତିଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ରକ୍ତଚାପରୁ ଦୂରେଇ ରଖେ | ଏହା ସହିତ ଏହା କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ପବିତ୍ର ପଇତା ପିନ୍ଧୁଥିବା ବ୍ୟକ୍ତିଙ୍କ ଶରୀର ମଧ୍ୟ ଶୁଦ୍ଧ, ଖରାପ ଚିନ୍ତାଧାରା ତାଙ୍କ ମନକୁ ଆସେ ନାହିଁ, ଏବଂ ଏହିପରି ଲୋକମାନେ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ରୋଗ ଏବଂ ସମସ୍ତ ପ୍ରକାର ସଂକ୍ରମଣର ଶିକାର ହୁଅନ୍ତି ନାହିଁ।

ଏହି କଥାର ରଖନ୍ତୁ ବିଶେଷ ଧ୍ୟାନ

ଯେତେବେଳେ ଉପନୟନ ମୂହୁର୍ତ୍ତ 2025 ରେ ଗଣନା କରିବେ କିଛି ବିଶେଷ କଥାର ଧ୍ୟାନ ରଖିବେ ଯେପରି,

ନକ୍ଷତ୍ର : ଉପନୟନ ମୂହୁର୍ତ୍ତ ପାଇଁ ଆର୍ଦ୍ରା, ଅଶ୍ଵିନୀ, ହସ୍ତ, ପୁଷ୍ୟ, ଅଶ୍ଳେଶା, ପୁନର୍ବସୁ, ସ୍ଵାତି, ଶ୍ରବଣ, ଧନିଷ୍ଠା, ସତାଭିଷା, ମୂଳ, ମୃଗଶିରା, ପୂର୍ବାଫାଲ୍ଗୁନୀ, ପୂର୍ବାଷାଢ଼ା, ପୂର୍ବାଭାଦ୍ରପଦ ନକ୍ଷତ୍ର ବହୁତ ଶୁଭ ବିବେଚନା କରାଯାଏ।

ଦିନ : ଉପନୟନ ସଂସ୍କାର ପାଇଁ ରବିବାର, ସୋମବାର, ବୁଧବାର, ବୃହସ୍ପତିବାର, ଓ ଶୁକ୍ରବାର ବହୁତ ଶୁଭ।

ଲଗ୍ନ : ଲଗ୍ନ ଠାରୁ ଶୁଭ ଗ୍ରହ ସପ୍ତମ, ଅଷ୍ଟମ କିମ୍ବା ଦ୍ଵାଦଶ ଘରେ ସ୍ଥିତ ହେବଅ ବହୁତ ଶୁଭ। ଶୁଭ ଗ୍ରହ ତୃତୀୟ, ଷଷ୍ଠ, ଏକାଦଶ ଘରେ ରହିବା ମଧ୍ୟ ଶୁଭ। ଏହା ବ୍ୟତୀତ ଚନ୍ଦ୍ର ଲଗ୍ନରେ ବୃଷ ରାଶି କିମ୍ବା କର୍କଟ ରାଶିରେ ରହିଲେ ମଧ୍ୟ ଶୁଭ ହୋଇଥାଏ।

ମାସ : ଚୈତ୍ର, ବୈଶାଖ, ମାଘ ଓ ଫଲ୍ଗୁନ ମାସ ଉପନୟନ ସଂସ୍କାର ପାଇଁ ଶୁଭ।

ପଇତା ଧାରଣ କରୁଛନ୍ତି ତେବେ ଏହଇ କଥାର ରଖନ୍ତୁ ବିଶେଷ ଧ୍ୟାନ

  • ପଇତା ପିନ୍ଧିବା ପରେ, ଯେତେବେଳେ ବି ଜଣେ ବ୍ୟକ୍ତି ଶୌଚ ପାଇଁ ଯାଆନ୍ତି, ସେତେବେଳେ ତାଙ୍କୁ ତାଙ୍କର ପଇତାକୁ କାନରେ ଗୁଡ଼ାଇ ରଖିବାକୁ ପଡ଼େ। ଏହା କରିବା ଦ୍ୱାରା କାନ ନିକଟରେ ଉପସ୍ଥିତ ଥିବା କେତେକ ସ୍ନାୟୁ ଉପରେ ଚାପ ପଡ଼େ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
  • ଶରୀରର ଏପରି ସ୍ନାୟୁଗୁଡ଼ିକ ଅଛି ଯାହା ଡାହାଣ କାନ ନିକଟରେ ଗତି କରେ ଯାହା ଗୁପ୍ତ ଇନ୍ଦ୍ରିୟ ସହିତ ଜଡ଼ିତ। ଏପରି ପରିସ୍ଥିତିରେ, ବ୍ୟକ୍ତି ଜଣକ ଜାଣି ନଥିଲେ ମଧ୍ୟ ଶୁକ୍ରାଣୁ ସୁରକ୍ଷିତ ହୋଇଯାଏ।
  • ଡାକ୍ତରୀ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଯେଉଁମାନେ ପଇତା ପିନ୍ଧନ୍ତି ସେମାନଙ୍କର ଅନ୍ୟମାନଙ୍କ ତୁଳନାରେ ହୃଦଘାତ, ରକ୍ତଚାପ ଇତ୍ୟାଦି ହେବାର ଆଶଙ୍କା କମ୍ ଥାଏ।
  • ଯେଉଁ ଲୋକମାନେ ପ୍ରତିଦିନ କାନରେ ପଇତା ଗୁଡ଼ାଇଥାନ୍ତି, ସେମାନଙ୍କର ତୀକ୍ଷ୍ଣ ସ୍ମୃତି ଶକ୍ତି ଥାଏ।
  • ପଇତା ପିନ୍ଧିବା ଦ୍ୱାରା ବ୍ୟକ୍ତିର ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଦୃଢ଼ ହୁଏ। ଏହିପରି ଲୋକମାନେ ଖରାପ କାର୍ଯ୍ୟ କରନ୍ତି ନାହିଁ ଏବଂ ଏହିପରି ଲୋକମାନଙ୍କ ପାଖକୁ ମଧ୍ୟ ମନ୍ଦ ଆତ୍ମା ​​ଆସନ୍ତି ନାହିଁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଶୁଭଚିନ୍ତକଙ୍କ ସହିତ ଏହାକୁ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ !

ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ:

1. ଉପନୟନ ସଂସ୍କାର କାହିଁକି ଗୁରୁତ୍ୱପୂର୍ଣ୍ଣ?

ଉତ୍ତର: ପୌରଣିକ ବିଶ୍ବାସ ଅନୁଯାୟୀ, ଉପନୟନ ସଂସ୍କାର ପରେ ଜଣେ ଶିଶୁ ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରିବ।

2. ଅକ୍ଟୋବର 2025 ରେ ଉପନୟନ ସଂସ୍କାର କେବେ କରିପାରିବେ?

ଉତ୍ତର: ଅକ୍ଟୋବର 2025 ରେ 2 , 4, 8, 11, 24, 26 କିମ୍ବା 31 ତମ ତିଥିରେ ଉପନୟନ ସଂସ୍କାର କରାଯାଇ ପଡ଼ିବ।

3. ଉପନୟନ ସଂସ୍କାର କ’ଣ?

ଉତ୍ତର: ଉପନୟନ ସଂସ୍କାରରେ ବାଳକ ପଇତା ଧାରଣ କରେ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer