ମିଥୁନ ରାଶିଫଳ 2025
ଏହି ମିଥୁନ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ମିଥୁନ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ମିଥୁନ ରାଶି ଲୋକଙ୍କ ପାଇଁ ମିଥୁନ ରାଶିଫଳ 2025 କ’ଣ କହୁଛି?

To Read in English click here: Gemini Horoscope 2025
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
ମିଥୁନ ରାଶିଫଳ ଅନୁସାରେ, ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ 2025 ତୁଳନାତ୍ମକ ଭାବରେ ବହୁତ ଭଲ ରହିବ। ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଗ୍ରହଙ୍କର ଗୋଚର ବହୁତ ଭଲ ରହିବ। ବୃହସ୍ପତିଙ୍କର ଗୋଚର ବର୍ଷର ଆରମ୍ଭରେ ଟିକେ ଦୁର୍ବଳ ରହିବ।ମି ମଧ୍ୟ ଭାଗ ପୂର୍ବରୁ ପେଟ ଇତ୍ୟାଦି ସମ୍ବନ୍ଧିତ କୌଣସି ସମସ୍ଯା ଯାଇ ଆଗରୁ ଅଛି ତେବେ ସେହି ମାମଲାରେ ସାବଧାନ ରୁହନ୍ତୁ। ଅନ୍ୟଥା କୌଣସି ସ୍ବାସ୍ଥ୍ୟ ସମସ୍ଯା ହେବାର ଯୋଗ ନାହିଁ। ମଈ ପରେ ଏହି ପ୍ରକାରର ସମସ୍ଯା ହେବ କିନ୍ତୁ ଧୀରେ ଧୀରେ ଠିକ ହେବାକୁ ଲାଗିବ। ସନ୍ତୁଳିତ ଦିନଚର୍ଯ୍ୟା ଅପଣ୍ୟବାକୁ ପଡ଼ିବ। ଶନିଙ୍କର ଗୋଚର ମଧ୍ୟ ସାମାନ୍ଯ ଭାବର ଅନୁକୂଳ ପରିଣାମ ଦେବ କିନ୍ତୁ ଯଦି ଛାତିର ଆଖପାଖ ଜାଗାରେ କଷ୍ଟ ପ୍ରଥମରୁ ଅଛି ତେବେ ମାର୍ଚ୍ଚ ପରେ ତାହା ବଢ଼ିପାରେ। ଅର୍ଥାତ ଏହି ବର୍ଷ ସବୁ କିଛି ଠିକ ରହିବ ତାହା ନୁହେଁ କିନ୍ତୁ ଆଗର ସମସ୍ଯା କମ ହେବ ଓ ନୂଆ ବର୍ଷରେ ସମସ୍ଯା ଆସିବ ନାହିଁ। ଏହି କାରଣରୁ ଆମେ ଏହି ବର୍ଷକୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ତୁଳନାତ୍ମକ ରୂପରେ ଭଲ କହିପାରିବା।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ଶିକ୍ଷା
ମିଥୁନ ରାଶି ଲୋକଙ୍କ ପାଇଁ ଶିକ୍ଷା ଦୃଷ୍ଟିରୁ 2025 ଏଭାରେଜ ରୁ ଭଲ ପରିଣାମ ଦେବ। ବର୍ଷର ଆରମ୍ଭରୁ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାର କାରକ ବୃହସ୍ପତି ଗ୍ରହ ଆପଣଙ୍କର ଦ୍ଵାଦଶ ଘରେ ରହିବେ, ଯାହା ବିଦେଶ ଅଥବା ଜନ୍ମ ସ୍ଥାନ ଠାରୁ ଦୂରରେ ରହି ପଢ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଭଲ ସାହାଜ୍ୟକାରି ହେବେ। ଅନ୍ୟ ବିଦ୍ୟାର୍ଥୀଙ୍କୁ ତୁଲାନାତ୍ମକ ରୂପରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମଈ ମଧ୍ୟ ଭାଗ ପରେ ବୃହସ୍ପତି ଆପଣଙ୍କର ପ୍ରଥମ ଘରକୁ ଯିବେ। ମିଥୁନ ରାଶିଫଳ 2025 ଅନୁସାରେ ଗୋଚର ଶାସ୍ତ୍ରର ନିୟମ ପ୍ରଥମ ଘରେ ବୃହସ୍ପତିଙ୍କର ଗୋଚର ଭଲ ନୁହେଁ। କିନ୍ତୁ ଗୁରୁଜନ ଓ ଶିକ୍ଷକଙ୍କର ଆଦର କରୁଥିବା ବିଦ୍ୟାର୍ଥୀଙ୍କୁ ବୃହସ୍ପତି ଭଲ ପରିଣାମ ଦେବେ। ଏପରି ସ୍ଥିତିରେ ଯଦି ଆପଣ ସମ୍ପୂର୍ଣ ମନ ଦେଇ ନିଜର ବିଷୟ ବସ୍ତୁ ଉପରେ ଧ୍ୟାନ ଦେବେ ତେବେ ବୃହସ୍ପତି ଆପଣଙ୍କର ବୁଦ୍ଧିକୁ, ଆପଣଙ୍କର ଶିକ୍ଷା କ୍ଷମତାକୁ ଆହୁରି ଦୃଢ଼ କରିବ। ଯାହା ଆପଣଙ୍କୁ ଭଲ ପରିଣାମ ଦେବ। ଅର୍ଥାତ କିଛି ସାବଧାନୀ ଆପଣଇ ଏହି ବର୍ଷ ଆପଣ ଶିକ୍ଷା ମାମଲାରେ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ।
हिंदी में पढ़ने के लिए यहां क्लिक करें: मिथुन राशिफल 2025
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ବ୍ୟବସାୟ
ମିଥୁନ ରାଶି ଲୋକଙ୍କର ବ୍ୟବସାୟ ସହିତ ଜଡ଼ିତ ମାମଲାରେ ମଧ୍ୟ ବର୍ଷ 2025 ଆପଣଙ୍କୁ ଏଭାରେଜ ରୁ ଭଲ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ନିଜର ଜନ୍ମ ସ୍ଥାନ ରୁ ଦୂରରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତି କିମ୍ବା ବିଦେଶ ସହିତ ସମ୍ବନ୍ଧିତ କାମ କରୁଥିବା ଲୋକ, ବହୁତ ଭଲ ପରିଣାମ ପ୍ରାପ୍ତ କରିବେ। ମଈ ମଧ୍ୟ ଭାଗ ପରେ ସମୟ ସବୁ ପ୍ରକାରର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ପରିଣାମ ଦେବା ପ୍ରତୀତ ହେବ। ମିଥୁନ ରାଶିଫଳ 2025 ଅନୁସାରେ , ମାର୍ଚ୍ଚ ପରେ ଷ୍ଣୟଙ୍କର ଗୋଚର ଅପେକ୍ଷାକୃତ ଅଧିକ ପରିଶ୍ରମ କରାଇବ ବୋଲି ସଙ୍କେତ ଅଛି। ଏହି ବର୍ଷ ପରିଶ୍ରମ ତୁଳନାତ୍ମକ ଭାବରେ ଅଧିକ କରିବା ପାଇଁ ପଡ଼ିବ କିନ୍ତୁ ପରିଶ୍ରମର ମୂଲ୍ୟ ଆପଣଙ୍କୁ ମିଳିବ। କିଛି କାମ ଅଧିକ ସମୟ ଲାଗିଲେ ମଧ୍ୟ କାମ ସଫଳ ହେବାର ସମ୍ଭାବନା ଭଲ ଅଛି। ଏହି ପ୍ରକାର ଆମେ କହିପାରିବା ଯେ ବ୍ୟବସାୟ ସହିତ ଜଡ଼ିତ ମାମଲାରେ ବର୍ଷ 2025 ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେଇପାରେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ଚାକିରି
ମିଥୁନ ରାଶିଫଳ 2025 ଅନୁସାରେ, ଚାକିରି ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ପରିଣାମ ଦେଇପାର। ବର୍ଷର ଆରମ୍ଭରୁ ନେଇ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଆପଣଙ୍କର ଚାକିରିର ସ୍ଥାନକୁ ଦେଖିବେ ଅତଃ ଚାକିରିରେ କୌଣସି ପ୍ରକାର ବଡ଼ ସମସ୍ଯା ଆସିବ ନାହିଁ। ଏହା ସତ୍ବେ ମଧ୍ୟ ନିଜର ଚାକିରି ଓ ସେଥିରୁ ମିଳୁଥିବା ଫାଇଦାକୁ ନେଇ ମନରେ କିଛି ଅସନ୍ତୋଷ ରହିପାରେ। ମଈ ମଧ୍ୟ ଭାଗ ପରେ ଆପଣ ନିଜର ଦାୟିତ୍ବକୁ ଭଲ ଢଙ୍ଗରେ କରିପାରିବେ ଓ ତୁଳନାତ୍ମକ ରୂପରେ ଭଲ ପରିଣାମ ପ୍ରାପ୍ତ କରିପାରିବେ।ଚାକିରିରେ ପରିବର୍ତ୍ତନ ଇତ୍ୟାଦି କରିବା ପାଇଁ ବର୍ଷ 2025 ଅନୁକୂଳ କୁହାଯିବ। ଏହି ସବୁ ମଧ୍ୟରେ ଧ୍ୟାନ ଦେବାକୁ ପଡ଼ିବ ଜେବ ମାର୍ଚ୍ଚ ପରେ ଶନିଙ୍କର ଗୋଚର ଆପଣଙ୍କର କର୍ମ ଘରେ ହେବ ଯାହା ଆପଣଙ୍କୁ ଅଧିକ ପରିଶ୍ରମ କରାଇବ। ଯଦି ଆପଣ ମାର୍ଚ୍ଚ ପରେ ଚାକିରି ବଦଳାଉକହନ୍ତି ତେବେ ଆପଣଙ୍କର ସିନିୟର ଟିକେ ରାଗି ପ୍ରକୃତିର ହୋଇଥିବେ। ସେ ନିଜର ନିୟମ ପ୍ରତି ଅଧିକ ସଚ୍ଚୋଟ ଥିବେ। ଏହି କଥା ଆପଣଙ୍କୁ ପସନ୍ଦ ନ ଆସିପାରେ। ଚାକିରି ବଦଳିବା ପୂର୍ବରୁ ସବୁ ବିଷୟକୁ ଭଲ ଭାବରେ ଚିନ୍ତା ପରି ନିଷ୍ପତି ନିଅନ୍ତୁ।
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
ମିଥୁନ ରାଶି ଲୋକଙ୍କର ବର୍ଷ 2025 ରେ ଆର୍ଥିକ ପକ୍ଷ ପାଇଁ ମିଶ୍ରିତ ପରିଣାମ ମିଳିବ। ଯଦିଓ ଏହି ବର୍ଷ ଆର୍ଥିକ ମାମଲାରେ କୌଣସି ବଡ଼ ସମସ୍ଯା ଆସିବାର ଯୋଗ ନାହିଁ ଏହା ସତ୍ବେ ମଧ୍ୟ ଆପଣ ନିଜର ଲାଭକୁ ନେଇ ଟିକେ ଅସନ୍ତୁଷ୍ଟ ରହିବେ। ଆପଣ ଯେଉଁ ଲେଭେଲର ପରିଶ୍ରମ କରୁଛନ୍ତି, ସେଥିରୁ ଯେଉଁ ପରିଣାମ ମିଳିବା କଥା ବୋଧେ ହୁଏ ଆର୍ଥିକ ମାମଲାରେ ସେହିପରି ପରିଣାମ ନ ମିଳି ପାରେ। ଏହି କାରଣ ଯୋଗୁଁ ଆପଣ ନିଜର ଲାଭକୁ ନେଇ ଅସନ୍ତୁଷ୍ଟ ରହିବେ। ବର୍ଷର ଆରମ୍ଭରୁ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରକ ବୃହସ୍ପତି ଆପଣଙ୍କର ଦ୍ଵାଦଶ ଘରେ ରହିବେ, ଯାହା ତୁଳନାତ୍ମକ ରୂପରେ ଖର୍ଚ୍ଚ ବଢ଼ାଇ ପାରନ୍ତି। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ତୁଳନାତ୍ମକ ରୂପରେ ଭଲ ରହିବ। ଫଳସ୍ବରୂପ ଆପଣଙ୍କର ଖର୍ଚ୍ଚ ଧୀରେ ଧୀର ନିୟନ୍ତ୍ରଣ ହେବ ଓ ଆପଣ ନିଜର ଆର୍ଥିକ ବ୍ୟବସ୍ଥାକୁ ଦୃଢ଼ କରିପାରିବେ। ବର୍ଷ 2025 ଆର୍ଥିକ ମାମଲାରେ ମିଶ୍ରିତ ପରିଣାମ ଦେବ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
ମିଥୁନ ରାଶି ଲୋକଙ୍କର ପ୍ରେମ ପ୍ରସଙ୍ଗ ପାଇଁ ବର୍ଷ 2025 ଆପଣଙ୍କୁ ଏଭାରେଜରୁ ଭଲ ପରିଣାମ ଦେଇପାରେ। ଏହି ବର୍ଷ ଆପଣଙ୍କର ପଞ୍ଚମ ଘରେ କୌଣସି ନକରାତ୍ମକ ଗ୍ରହର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ପଞ୍ଚମ ଘରର ସ୍ବାମୀ ଶୁକ୍ର ମଧ୍ୟ ଅଧିକାଂଶ ସମୟ ଅନୁକୂଳ ସ୍ଥିତିରେ ରହିବେ। ଏହି କାରଣରୁ ପ୍ରେମ ସମ୍ବନ୍ଧରେ ଅନୁକୂଳତା ଆସିବ ବୋଲି ସମ୍ଭାବନା ଅଛି। ବୃହସ୍ପତି ଗୋଚରର ସପୋର୍ଟ ମଧ୍ୟ ମଈ ମାସ ମଧ୍ୟ ଭାଗ ପରେ ଆସିବ, ପ୍ରେମ ସମ୍ବନ୍ଧ ମାମଲାରେ ମଧ୍ୟ ଭଲ ପରିଣାମ ମିଳିବ। ବର୍ଷର ଆରମ୍ଭରୁ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ଗୋଚର ପ୍ରେମ ସମ୍ବନ୍ଧ ମାମଲାରେ ସାହାଜ୍ୟ କରିବ ନାହିଁ କଇଁତ ପରେ ନିଜର ପବିତ୍ର ଦୃଷ୍ଟି ପକାଇ ବୃହସ୍ପତି ଆପଣଙ୍କର ପ୍ରେମ ସମ୍ବନ୍ଧକୁ ଅନୁକୂଳତା ଦେବ। ନୂଆ ନୂଆ ଯୁବକ ହେଉଥିବା ବ୍ୟକ୍ତିଙ୍କର ମିତ୍ର ଓ ପ୍ରେମ କରୁଥିବା ଲୋକ, ବିଶେଷକରି ପ୍ରେମୀ, ପ୍ରେମିକା ସହିତ ଜଡ଼ିତ ଯୋଗ ଦୃଢ଼ କରିବାରେ ବୃହସ୍ପତି ସାହାଜ୍ୟ କରିବେ। ବୃହସ୍ପତି ପବିତ୍ର ପ୍ରେମର ସମର୍ଥକ ସେଥିପାଇଁ ଯେଉଁ ଲୋକ ବିବାହ କରିବା ଉଦେଶ୍ୟରେ ପ୍ରେମ ସହିତ ଜଡ଼ିତ ସେମାନଙ୍କର ମନକମନା ପୂରଣ ହେବ।
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
ମିଥୁନ ରାଶି ଲୋକ ଯେଉଁମାନଙ୍କର ବିବାହ ପାଇଁ ବୟସ ହୋଇସାରିଲାଣି ଓ ସେ ବିବାହ କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି, ତାଙ୍କ ପାଇଁ ବର୍ଷ ବହୁତ ସାହାଜ୍ୟକାରୀ ରହିବ। ବିଶେଷକରି ମଈ ମାସର ମଧ୍ୟ ଭାଗ ପରେ ଦେବଗୁରୁ ବୃହସ୍ପତିଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ହୋଇ ସପ୍ତମ ଘର ଉପରେ ପ୍ରଭାବ ପକାଇବ। ଯାହା ବୃହସ୍ପତିଙ୍କର ନିଜସ୍ବ ରାଶି, ଏପରି ସ୍ଥିତିରେ ବିବାହର ଯୋଗ ଦୃଢ଼ ହେବ। ଏହି ବର୍ଷ ଯାହାର ବିବାହ ହେବ ତାଙ୍କର ଜୀବନସାଥୀ ଯୋଗ୍ୟ ଓ ବୌଦ୍ଧିକ ସ୍ଥରରେ ଦୃଢ଼ ରହିବେ। ତାଙ୍କୁ କୌଣସି ବିଶେଷ କ୍ଷେତ୍ରର ଭଲ ସୂଚନା ରହିଥାଇପାରେ। ଶନି ଗ୍ରହଙ୍କ ରଗୋଚର ମଧ୍ୟ ବିବାହ କରାଇବାକୁ ସାହାଜ୍ୟ କରିବ। କିନ୍ତୁ ବୈବାହିକ ଜୀବନ ମାମଲାରେ ଶନି ଗ୍ରହ ଦୁର୍ବଳ ପରିଣାମ ଦେବେ। ମାର୍ଚ୍ଚ ପରେ ଶନିଙ୍କର ଦଶମ ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରହିବ, ଯାହା ଛୋଟ ଛୋଟ କଥାକୁ ଖରାପ କରିପାରେ। ମିଥୁନ ରାଶିଫଳ 2025 ଅନୁସାରେ, ମଈ ମାସ ମଧ୍ୟ ଭାଗରେ ବୃହସ୍ପତିଙ୍କର ପ୍ରଭାବ ମଧ୍ୟ ସପ୍ତମ ଘର ଉପରେ ଆରମ୍ଭ ହେବ ଯାହା ସମସ୍ଯାକୁ ଦୂର କରିବାରେ ସାହାଜ୍ୟ କରିବ। ଅର୍ଥାତ ସମସ୍ଯା ଆସିବ ଓ ଦୂର ହୋଇଯିବ। ଆପଣଙ୍କର ଚେଷ୍ଟା ଜାରି ରହିବା ଦରକାର ଯେପରି ସମସ୍ୟା ନ ଆସୁ। ଏହି ପ୍ରକାର ଆମେ କହି ପାରିବା ଯେ ବିବାହ ମାମଲାରେ ଏହି ବର୍ଷ ବହୁ ମାତ୍ରାରେ ଅନୁକୂଳ।
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
ମିଥୁନ ରାଶି ଲୋକଙ୍କ ପାଇଁ ପାରିବାରିକ ମାମଲାରେ ବର୍ଷ 2025 ଆପଣଙ୍କୁ ତୁଳନାତ୍ମକ ରୂପରେ ଭଲ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ପାରିବାରିକ ସମ୍ବନ୍ଧର କାରକ ଗ୍ରହ ବୃହସ୍ପତି ବର୍ଷର ଆରମ୍ଭରେ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିବେ। ଏହି ମଧ୍ୟରେ ପାରିବାରିକ ସମସ୍ଯା ନୂଆ ବର୍ଷରୁ ଉତ୍ପନ୍ନ ନ ହେଉ ଏହି କଥାର ଧ୍ୟାନ ରଖନ୍ତୁ। ମଈ ମାସର ମଧ୍ୟ ଭାଗ ପରେ କୌଣସି ସମସ୍ଯା ଉତ୍ପନ୍ନ ହେବ ନାହିଁ। ଏପରି ଯୋଗ ତିଆରି ହେଉଛି। ସାଙ୍ଗରେ ପୁରୁଣା ସମସ୍ଯା ଧୀରେ ଧୀରେ ଠିକ ହେବ। ଗୃହସ୍ଥ ସମ୍ବନ୍ଧିୟ ମାମଲାରେ ବର୍ଷ ମିଶ୍ରିତ ପରିଣାମ ଦେଇପାରେ। ଗୋଟେ ପଟେ ଏହି ବର୍ଷ ମଈ ମାସ ପରେ ରାହୁ କେତୁଙ୍କର ପ୍ରଭାବ ଚତୁର୍ଥ ଘର ଉପରେ ରହିବ ଓ ଅନ୍ୟ ପଟେ ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ଆରମ୍ଭ ହୋଇଯିବ। ଏପରି ସ୍ଥିତିରେ ଗୃହସ୍ଥ ଜୀବନ ସମ୍ବନ୍ଧିତ କିଛି ସମସ୍ଯା ମଝିରେ ମଝିରେ ଆପଣଙ୍କୁ କିଛି ସପୋର୍ଟ ଦେବ କିନ୍ତୁ ଏହି ସବୁ ସତ୍ବେ ଗୃହସ୍ଥ ମାମଲାରେ ଏହି ବର୍ଷ କୌଣସି ପ୍ରକାରର ବେପରୁଆ ହେବା ଉଚିତ ନୁହେଁ। ପାରିବାରିକ ଜୀବନ ଦୃଷ୍ଟିରୁ ଏହି ବର୍ଷ ତୁଳନାତ୍ମକ ରୂପରେ ଭଲ କିନ୍ତୁ ଗୃହସ୍ଥ ସମବଧୀୟ ମାମଲାରେ ମିଶ୍ରିତ ପରିଣାମ ମିଳିପାରେ।
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
ମିଥୁନ ରାଶି ଲୋକଙ୍କ ପାଇଁ ଭୂମି, ଓ ଭବନ ସହିତ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଏଭାରେଜ ରୁ ଟିକେ ଦୁର୍ବଳ ହୋଇପାରେ। ବିଶେଷକରି ବର୍ଷର ଆରମ୍ଭରୁ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ଚତୁର୍ଥ ଘର ଉପରେ ରହିବ। ଫଳସ୍ବରୂପ ବିବାଦୀୟ ଭୂମି ଇତ୍ୟାଦି କିଣିବା ରୁ ଦୂରେଇ ରୁହନ୍ତୁ। ଏହି ପ୍ରକାର ବିବାଦୀୟ ଘର କିମ୍ବା ପ୍ଲଟ ମଧ୍ୟ କିଣିବା ଉଚିତ ନୁହେଁ, ଯଦିଓ ତାହା ଶସ୍ତା ରେ ମିଳୁଛି। ଶସ୍ତାର ଲୋଭରେ ଆସି ପଇସା ଅଟକି ଯାଇପାରେ।ମିଥୁନ ରାଶିଫଳ 2025 ଅନୁଯାୟୀ ମଈ ପରେ ମଧ୍ୟ ଶନିଙ୍କର ଦୃଷ୍ଟି ଚତୁର୍ଥ ଘର ଉପରେ ରହିବ କିନ୍ତୁ ସଚ୍ଚୋଟତାର ସହିତ କରିଥିବା କାମରେ ଶନି ଭଲ ପରିଣାମ ଦେବେ। ଯାନ ସୁଖ ବିଷୟରେ କହିଲେ ଏହି ବର୍ଷ ଏହି ମାମଲାରେ ମିଶ୍ରିତ ପରିଣାମ ଦେବ। ଯଥା ସମ୍ଭବ ନୂଆ ଯାନ କିଣିବା ବୁଦ୍ଧିମାନର କାମ ହେବ। ପୁରୁଣା ଯାନ କିଣିବା ସମୟରେ ତା’ର ଅବସ୍ଥା ଓ କାଗଜପତ୍ର ଇତ୍ୟାଦି ଯାଞ୍ଚ କରିବା ଉଚିତ ହେବ।
ବର୍ଷ 2025 ରେ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- ଶରୀରର ଉପର ଭାଗରେ ରୂପା ଧରଣ କରନ୍ତୁ।
- ନିୟମିତ ରୂପରେ ମନ୍ଦିର ଯାଆନ୍ତୁ।
- ସାଧୁ, ସନ୍ଥ ଓ ଗୁରୁଜନଙ୍କର ସେବା କରନ୍ତୁ, ସାଙ୍ଗରେ ଓସ୍ତ ଗଛରେ ପାଣି ଦିଅନ୍ତୁ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ମିଥୁନ ରାଶିର ଭଲ ଦିନ କେବେ ଆସିବ 2025 ରେ?
ବର୍ଷ 2025 ଆପଣଙ୍କର ଜୀବନରେ ଅନେକ ଅନୁକୂଳ ପରିବର୍ତ୍ତନ ଆଣିବ। ଆପଣଙ୍କର ଏହି ବର୍ଷ ସବୁ ଦିଗରୁ ଉନ୍ନତିଦାୟକ ଓ ଭାଗ୍ୟଶାଳୀ ହେବ।
2. କ’ଣ 2025 ମିଥୁନ ରାଶି ଲୋକଙ୍କ ପାଇଁ ଭାଗ୍ୟଶାଳୀ ହେବ?
ମିଥୁନ ରାଶି ଲୋକଙ୍କ ପାଇଁ ବର୍ଷ 2025 ଭଲ ରହିବ। ଏହି ବର୍ଷର ଆରମ୍ଭରେ ଗ୍ରହଙ୍କର ଗୋଚର ଆପଣଙ୍କର ଜୀବନରେ ଅନେକ ସୁଖମୟ ସୁବିଧା ଆଣିବ ସାଙ୍ଗରେ ପଦ ଓ ସମ୍ମାନ ବୃଦ୍ଧି ହେବ।
3. ମିଥୁନ ରାଶି ଲୋକଙ୍କର ଚିନ୍ତା କେବେ ସରିବ?
ମିଥୁନ ରାଶି ଉପରେ ଶନିଙ୍କର ସାଢ଼େସାତୀ 8 ଅଗସ୍ଟ 2029 ରୁ 27 ଅଗସ୍ଟ 2036 ପର୍ଯ୍ୟନ୍ତ ରହିବ ଓ ଶନିଙ୍କର ଢୈୟା 22 ଅକ୍ଟୋବର 2038 ରୁ 2041 ପର୍ଯ୍ୟନ୍ତ ରହିବ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Mercury Rise In Pisces: Bringing Golden Times Ahead For Zodiacs
- Chaitra Navratri 2025 Day 3: Puja Vidhi & More
- Chaitra Navratri Day 2: Worship Maa Brahmacharini!
- Weekly Horoscope From 31 March To 6 April, 2025
- Saturn Rise In Pisces: These Zodiacs Will Hit The Jackpot
- Chaitra Navratri 2025 Begins: Note Ghatasthapna & More!
- Numerology Weekly Horoscope From 30 March To 5 April, 2025
- Chaitra & Shani Amavasya On The Same Day; Do This To Get Rid Of Shani Dosha
- Solar Eclipse & Saturn Transit 2025 On Same Day; Detailed Impacts
- Mars’ Movement In Chaitra Navratri: Cosmic Blessings For 3 Zodiac Signs!
- बुध का मीन राशि में उदय होने से, सोने की तरह चमक उठेगा इन राशियों का भाग्य!
- चैत्र नवरात्रि 2025 का तीसरा दिन: आज मां चंद्रघंटा की इस विधि से होती है पूजा!
- चैत्र नवरात्रि 2025 के दूसरे दिन मां दुर्गा के इस रूप की होती है पूजा!
- मार्च का आख़िरी सप्ताह रहेगा बेहद शुभ, नवरात्रि और राम नवमी जैसे मनाए जाएंगे त्योहार!
- मीन राशि में उदित होकर शनि इन राशियों के करेंगे वारे-न्यारे!
- चैत्र नवरात्रि 2025 में नोट कर लें घट स्थापना का शुभ मुहूर्त और तिथि!
- अंक ज्योतिष साप्ताहिक राशिफल: 30 मार्च से 05 अप्रैल, 2025
- एकसाथ पड़ रही है चैत्र और शनि अमावस्या, आज कर लिया ये काम तो फिर कभी नहीं सताएंगे शनि महाराज!
- शनि गोचर के साथ ही लग रहा है सूर्य ग्रहण, इन राशियों को भुगतने पड़ेंगे भयंकर परिणाम
- हिन्दू नववर्ष 2025: चैत्र शुक्ल प्रतिपदा (विक्रमी संवत् 2082) की विशेष भविष्यवाणी
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025