ମୀନ ରାଶିଫଳ 2025
ଏହି ମୀନ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ମୀନ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ମୀନ ରାଶି ଲୋକଙ୍କ ପାଇଁ ମୀନ ରାଶିଫଳ 2025 କ’ଣ କହୁଛି?

To Read in English Click Here: Pisces Horoscope 2025
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
ମୀନ ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ଟିକେ ଦୁର୍ବଳ ରହିବ ସେଥିପାଇଁ ଏହି ବର୍ଷ ସ୍ବାସ୍ଥ୍ୟ ପ୍ରତି ସମ୍ପୂର୍ଣ ଭାବରେ ସଜାଗ ରୁହନ୍ତୁ ଓ ନିଜର ଶାରୀରିକ ପ୍ରକୃତି ଅନୁଯାୟୀ ଖାଇବା ପିଇବା କରନ୍ତୁ। ବର୍ଷର ଅର୍ମଭୃ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ଗୋଚର ଆପଣଙ୍କର ପ୍ରଥମ ଘର ଉପରେ ରହିବ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ବିଶେଷକରି ଯଦି ଆପଣଙ୍କର ଶାରୀରିକ ପ୍ରକୃତି ବାୟୁ ତତ୍ଵର ତେବେ ଆପଣଙ୍କୁ ଗ୍ଯାସ ଇତ୍ୟାଦି ହଇରାଣ କରିପାରେ। ମଈ ମାସ ପରେ ରାହୁ କେତୁଙ୍କର ଗୋଚର ଆପଣଙ୍କର ପ୍ରଥମ ଘରୁ ଦୂର ହେବ। ଏହି ମାମଲାରେ ଆପଣଙ୍କୁ ଶାନ୍ତି ମିଳିବ। କିନ୍ତୁ ମାର୍ଚ୍ଚରୁ ଶନିଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ହେବ ଓ ବର୍ଷର ଶେଷ ଯାଏଁ ରହିବ ଯାହା ସ୍ବାସ୍ଥ୍ୟକୁ ମଝିରେ ମଝିରେ ଦୁର୍ବଳ କରିପାରେ। ଆପଣ ଅଳସୁଆ ହୋଇପାରନ୍ତି। ଫଳସ୍ବରୂପ ଆପଣଙ୍କର ଫିଟନେସରେ ମଧ୍ୟ ହ୍ରାସ ଘଟିବ। କାନ୍ଧ, ଅଣ୍ଟା ଓ ଆଣ୍ଠୁରେ କିଛି ସମସ୍ଯା ଦେଖାଦେଇ ପାରେ। ମୀନ ରାଶିଫଳ 2025 ଅନୁସାରେ ଯଦି ଆପଣ ପ୍ରଥମରୁ କୌଣସି ସମସ୍ଯା ସହିତ ଜଡ଼ିତ ତେବେ ଏହି ବର୍ଷ ଆପଣଙ୍କୁ ଯୋଗା ବ୍ୟାୟାମ କରିବାକୁ ପଡ଼ିବ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
हिंदी में पढ़ने के लिए यहां क्लिक करें: मीन राशिफल 2025
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ଶିକ୍ଷା
ମୀନ ରାଶିଫଳ ଅନୁସାରେ ଶିକ୍ଷା ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ବୃହସ୍ପତି ଯିଏ ଉଚ୍ଚ ଶିକ୍ଷାର କାରକ ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ତୃତୀୟ ଘରେ ରହିବେ। ଯେଉଁମାନେ ଟୂର ଆଣ୍ଡ ଟ୍ରାଭେଲ ସହିତ ଜଡ଼ିତ ବିଷୟ ପଢ଼ୁଛନ୍ତି ସେମାନଙ୍କୁ କିଛି ମାତ୍ରାରେ ଭଲ ପରିଣାମ ମିଳିବ। ଘରୁ ଦୂରରେ ରହି ପଢ଼ୁଥିବା ବିଦ୍ୟାର୍ଥୀଙ୍କର ମନ ନିଜର ସବଜେକ୍ଟରେ ତୁଳନାତ୍ମକ ରୂପରେ କମ ଲାଗିବ। ବୁଧ ଗ୍ରହ ମଝିରେ ମଝିରେ ଆପଣଙ୍କୁ ସପୋର୍ଟ କରିବେ। ଏହି କାରଣରୁ ପରିଣାମ ସନ୍ତୋଷପ୍ରଦ ରହିବ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ, ଯେଉଁଠାରୁ ବୃହସ୍ପତି ଭଲ ପରିଣାମ ଦେଇପାରିବେ। ବ୍ଯବସାୟିକ ଶିକ୍ଷା ପ୍ରାପ୍ତ କରିବା ବ୍ୟକ୍ତି ମଧ୍ୟ ଭଲ ପରିଣାମ ପ୍ରାପ୍ତ କରିବେ। ଅନ୍ୟ ବିଦ୍ୟାର୍ଥୀ ବିଦ୍ଧ ଓ ବୃହସ୍ପତିଙ୍କର ସଂଯୁକ୍ତ ପ୍ରଭାବ ଯୋଗୁଁ ଏଭାରେଜ ରୁ ଭଲ ପରିଣାମ ପାଇବେ। ଆପଣଙ୍କର ଲଗ୍ନ ଘର ଉପରେ ରାହୁ କେତୁଙ୍କର ଓ ଶନିଙ୍କର ପ୍ରଭାବ ଦେଖି ଆମେ କହିପାରିବା ଯେ ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ପରିଣାମ ଦେବ। ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖି ନିଜର ସବଜେକ୍ଟ ଉପରେ ଫୋକସ କରିବାକୁ ଚେଷ୍ଟା କରନ୍ତୁ, ଆପଣ ସନ୍ତୋଷପ୍ରଦ ପରିଣାମ ପ୍ରାପ୍ତ କରିପାରିବେ।
ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025
ବର୍ଷ 2025 ରେ ମୀନ ରାଶି ଲୋକଙ୍କର ବ୍ୟବସାୟ
ମୀନ ରାଶି ଲୋକଙ୍କର ବ୍ୟବସାୟ ଦୃଷ୍ଟିରୁ ଏହି ବର୍ଷକୁ ଆମେ ଏଭାରେଜ କହିପାରିବା। ଆପଣଙ୍କର ସପ୍ତମ ଘରର ସ୍ବାମୀ ଓ ବ୍ୟବସାୟର କାରକ ଗ୍ରହ ବୁଧ ଆପଣଙ୍କୁ ଯଥାସମ୍ଭବ ଅନୁକୂଳ ପରିଣାମ ଦେବେ। ବର୍ଷର ଅଧିକାଂଶ ସମୟ ଆପଣଙ୍କର ଫେବରରେ ରହିବ କିନ୍ତୁ ଦଶମ ଘରର ସ୍ବାମୀ ବୃହସ୍ପତିଙ୍କର ଗୋଚର ଏହି ବର୍ଷ ବହୁତ ଭଲ କୁହାଯିବ ନାହିଁ। ମୀନ ରାଶିଫଳ 2025 ଅନୁସାରେ ଶନିଙ୍କର ଗୋଚର ମଧ୍ୟ ସପୋର୍ଟ କରିବା ଭଳି ପ୍ରତୀତ ହେଉ ନାହିଁ। ଏହି ସମସ୍ତ କାରଣ ଯୋଗୁଁ ଏହି ବର୍ଷ ବ୍ୟବସାୟକୁ ଯେଉଁ ନିଷ୍ଠାର ଦରକାର ଅଛି ବୋଧ ହୁଏ ଆପଣ ସେତିକି ଚେଷ୍ଟା କରି ପାରିବେ ନାହିଁ କିମ୍ବା କୌଣସି କାରଣ ଯୋଗୁଁ ଆପଣ ବ୍ୟବସାୟ ପାଇଁ ଉଚିତ ସମୟ ବାହାର କରିପାରିବେ ନାହିଁ। କହିବାର ତାତ୍ପର୍ଯ୍ୟ ଏହା ଯେ ବର୍ଷ 2025ରେ ବ୍ୟବସାୟ ସହିତ ସମ୍ବନ୍ଧିତ ମାମଲାରେ ପରିଣାମ ଟିକେ ଦୁର୍ବଳ ହୋଇପାରେ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଦଶମ ଘରକୁ ଦେଖିବେ ଯାହା ଆପଣଙ୍କୁ ପରିଶ୍ରମ ଅନୁସାରେ ଉନ୍ନତି କରାଇବେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ଚାକିରି
ମୀନ ତସ୍ୟ ଲୋକଙ୍କର ଚାକିରି ଦୃଷ୍ଟିରୁ ଏହି ବର୍ଷ ଏଭାରେଜ ରୁ ଭଲ ପରିଣାମ ଦେବ। ଆପଣଙ୍କର ଷଷ୍ଠ ଘରର ସ୍ବାମୀ ସୂର୍ଯ୍ୟ ସମ୍ପୂର୍ଣ ବର୍ଷ 4 ରୁ 5 ମାସ ଆପଣଙ୍କୁ ଫେବର କରିବେ। ମଈ ପାରେ ଷଷ୍ଠ ଘରେ କେତୁଙ୍କର ଗୋଚର ମଧ୍ୟ ଆପଣଙ୍କୁ ଚାକିରିରେ ସମର୍ଥନ କରିବ। ବର୍ଷର ପ୍ରଥମ ଭାଗ ଚାକିରିରେ ଅଳ୍ପ ଅସନ୍ତୋଷ ରହିବ କିନ୍ତୁ ଦ୍ଵିତୀୟ ଭାଗ ଚାକିରି ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟାଳୟରେ ପରିବେଶ ଟିକେ ଖରାପ ହୋଇପାରେ, ଇନ୍ଟର୍ନାଲ ପୋଲିଟିକ୍ସ ମଝିରେ ମଝିରେ ଆପଣଙ୍କୁ ଅପ୍ରସନ୍ନତା ଦେଇପାରେ। ମୀନ ରାଶିଫଳ ଅନୁସାରେ କିଛି ସହକର୍ମୀଙ୍କର ଆଚରଣ ଅଦ୍ଭୂତ ହୋଇପାରେ। ଏହି ସବୁ ବ୍ୟତୀତ ଧର୍ଯ୍ୟବାନ ହୋଇ କାମ କରନ୍ତୁ। କାରଣ ମଈ ମାସ ପରେ ଆପଣଙ୍କୁ ଭଲ ପରିଣାମ ମିଳିବା ଆରମ୍ଭ ହେବ। ଏହି ବର୍ଷର ପ୍ରଥମ ଭାଗ ଚାକିରି ଦୃଷ୍ଟିରୁ ଦୁର୍ବଳ ରହିବ ଓ ପରବର୍ତ୍ତୀ ସମୟ ଭଲ ରହିବ।
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
ମୀନ ରାଶିଫଳ ଅନୁସାରେ ଆର୍ଥିକ ମାମଲାରେ ଏହି ବର୍ଷ ମିଶ୍ରିତ ରହିବ। ଧନ ଘରର ସ୍ବାମୀ ମଙ୍ଗଳ, ବର୍ଷର କିଛି ମାସରେ ଆର୍ଥିକ ମାମଲାରେ ଆପଣଙ୍କୁ ସମ୍ପୂର୍ଣ ସପୋର୍ଟ କରିବେ। ବର୍ଷର ଆରମ୍ଭ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଲାଭ ଘରର ସ୍ବାମୀ ଦ୍ଵାଦଶ ଘରେ ରହିବେ ଯାହା ଆର୍ଥିକ ମାମଲା ପାଇଁ ଭଲ ସ୍ଥିତି ନୁହେଁ। ମାର୍ଚ୍ଚ ପରେ ଲାଭ ଘରର ସ୍ବାମୀ ପ୍ରଥମ ଘରକୁ ଯିବେ ଯାହା ତୁଳନାତ୍ମକ ରୂପରେ ଭଲ ସ୍ଥିତି କୁହାଯିବ। ଲାଭ ଘରର ସ୍ବାମୀ ପ୍ରଥମ ଘରକୁ ଯିବା ଲାଭ ଆଣିବ ଅର୍ଥାତ ରୋଜଗାର ସ୍ରୋତ ବଢ଼ିବ। ଯାହା ଫଳରେ ଆର୍ଥିକ ମାମଲାରେ କିଛି ଦୃଢ଼ତା ଦେଖାଯିବ କାରଣ ଶନିଙ୍କର ଗୋଚରକୁ ପ୍ରଥମ ଘରେ ଭଲ କୁହାଯିବ ନାହିଁ। ବହୁତ ଭଲ ପରିଣାମ ମିଳିବ ନାହିନ କିନ୍ତୁ ତୁଳନାତ୍ମକ ଭାବରେ ଭଲ ରହିବ। ଧନର କାରକ ଗ୍ରହ ବୃହସ୍ପତି ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟୟନ୍ତ ନବମ ଦୃଷ୍ଟି ସହିତ ଲାଭ ଘରକୁ ଦେଖିବେ। ଲାଭ ଘରେ ମକର ରାଶି ରହିବେ ଓ ମକର ରାଶି ସହିତ ବୃହସ୍ପତି ରହିବେ ଯାହା ଭଲ ନୁହେଁ, କିନ୍ତୁ ବୃହସପ୍ତି ଫାଇଦା କରାଇବେ। ଏହି ପ୍ରକାର କୁହାଯାଇ ପଡ଼ିବ ଯେ ଏହି ବର୍ଷ ରୋଜଗାର ଋଷ୍ଟିରୁ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଆପଣ ନିଜର ପରିଶ୍ରମ ଅନୁଯାୟୀ ଶହେ ପ୍ରତିଶତ ନ ହେଲେ ପଛେ 70 80 ପ୍ରତିଶତ ଲାଭ ପ୍ରାପ୍ତ କରିବେ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
ମୀନ ରାଶି ଲୋକଙ୍କ ପାଇଁ ପଞ୍ଚମ ଘର ଉପରେ ଏହି ବର୍ଷ ନକରାତ୍ମକ ଗ୍ରହ ବହୁ ସମୟ ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ ନାହିଁ। ଏହା ଏକ ଭଲ ସ୍ଥିତି କିନ୍ତୁ ରାହୁଙ୍କର ପଞ୍ଚମ ଦୃଷ୍ଟି ଯୋଗୁଁ ଆରମ୍ଭରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ରାହୁଙ୍କର ପ୍ରଭାବ ପଞ୍ଚମ ଘର ଉପରେ ରହିବ। ଏହି କାରଣ ଯୋଗୁଁ କୌଣସି ବଡ଼ ସମସ୍ଯା ଆପଣଙ୍କର ପ୍ରେମ ଜୀବନରେ ଆସିବ ନାହିଁ କିନ୍ତୁ ଛୋଟ ଛୋଟ ଭୁଲ ବୁଝାମଣା ମଝିରେ ମଝିରେ ଆସିପାରେ ଯାହାକୁ ଆପଣ ଭାବିଚିନ୍ତି ଦୂର କରିପାରିବେ। ମଈ ମାସ ପରେ ରାହୁଙ୍କର ପ୍ରଭାବ ମଧ୍ୟ ପଞ୍ଚମ ଘରୁ ଦୂର ହେବ। ଆପଣ ନିଜର ପ୍ରୟାସ, ନିଜର କର୍ମ ଓ ନିଜର ବ୍ୟବହାର ଅନୁସାରେ ନିଜର ପ୍ରେମ ଜୀବରେ ପରିଣାମ ପ୍ରାପ୍ତ କରିବେ। ପ୍ରେମର କାରକ ଗ୍ରହ ଶୁକ୍ର ବର୍ଷର ଅଧିକାଂଶ ସମୟ ଆପଣଙ୍କୁ ଫେବର କରିବେ। ଏହି ସମସ୍ତ କାରଣ ଯୋଗୁଁ ସାମାନ୍ଯ ଭାବରେ ଆପଣଙ୍କର ପ୍ରେମ ଜୀବନ ଭଲ ରହିବ। କୌଣସି ବଡ଼ ସମସ୍ଯା ଦେଖାଯାଉ ନାହିଁ। ଛୋଟ ଛୋଟ ସମସ୍ଯା ଦେଖାଦେଇ ପାରେ। ଏହି ବର୍ଷ ମୀନ ରାଶିଫଳ 2025 ଅନୁଯାୟୀ ଆପଣ ନିଜର ପ୍ରେମ ଜୀବନ ଇନ୍ଜଯ୍ କରିପାରିବେ।
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
ଏହି ମୀନ ରାଶିଫଳ 2025 ଅନୁସାରେ ଯଦି ଆପଣଙ୍କର ବିବାହ ପାଇଁ ବୟସ ହୋଇସାରିଛି କିମ୍ବା ଆପଣ ବିବାହ ପାଇଁ ଚେଷ୍ଟା କରୁଛନ୍ତି ତେବେ ଅନୁକୂଳ ପରିଣାମ ପାଇବା ପାଇଁ ଏହି ବର୍ଷ ଟିକେ ଅଧିକ ଚେଷ୍ଟା କରିବା ପାଇଁ ପଡ଼ିବ କାରଣ ବର୍ଷର ଆରମ୍ଭରୁ ପାଖାପାଖି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ କେତୁଙ୍କର ପ୍ରଭାବ ସପ୍ତମ ଘର ଉପରେ ରହିବ ଯିଏ ବିବାହ ସମ୍ବନ୍ଧିତ ମାମଲାରେ ସମସ୍ଯା କମ କରିବେ। ଏହି ଅବଧିରେ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ସପ୍ତମ ଘରେ ରହିବ ଯାହା ବିବାହ ଯୋଗ ତିଆରି କରିବ।ଗୋଟେ ପଟେ ରାହୁ ବିବାହ ଯୋଗ ଦୁର୍ବଳ କରିବାକୁ ଚେଷ୍ଟା କରିବେ ଓ ଅନ୍ୟ ପଟେ ବୃହସ୍ପତି ବିବାହର ଯୋଗ ଦୃଢ଼ କରିବାକୁ ଚେଷ୍ଟା କରିବେ।
ଅର୍ଥାତ ବର୍ଷର ପ୍ରଥମ ଭାଗ ବିବାହ ସହିତ ସମ୍ବନ୍ଧିତ ମାମଲା ପାଇଁ ସମସ୍ଯା ଆଣିବ କିନ୍ତୁ କେତୁ ଅନୁକୂଳ ପରିଣାମ ଦେବେ। ପରବର୍ତ୍ତୀପାଇଁ ସମୟ ବିବାହ ସମ୍ବନ୍ଧୀୟ ମାମଲାରେ ଅଧିକ ସପୋର୍ଟ ନ କରିପାରେ। ବୈବାହିକ ଜୀବନ ବିଷୟରେ କହିଲେ ଏହି ବର୍ଷ ସାବଧାନ ରହିବା ପାଇଁ ପଡ଼ିବ। ବର୍ଷର ପ୍ରଥମ ଭାଗରେ ରାହୁ କେତୁଙ୍କର ପ୍ରଭାବ ସପ୍ତମ ଘର ଉପରେ ରହିବ। ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ସପ୍ତମ ଘର ଉପରେ ସମ୍ପୂର୍ଣ ବର୍ଷ ଲାଗି ରହିବ ଯାହା ଦାମ୍ପତ୍ୟ ଜୀବନରେ କିଛି ସମସ୍ଯା ଆଣିପାରେ। ଜୀବନସଥୀର ସ୍ବାସ୍ଥ୍ୟ ମଝିରେ ମଝିରେ ଚିନ୍ତା ଦେଇପାରେ କିମ୍ବା ଜୀବନଷାଠି ସହିତ ତାଳମେଳ ରଖିବା କଷ୍ଟକର ହୋଇପାରେ। ଏହି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ବର୍ଷର ପ୍ରଥମ ଭାଗରେ ବିଶେଷକରି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ଦୃଷ୍ଟି ଯୋଗୁଁ ସମସ୍ଯା ଆସିବ କିନ୍ତୁ ଠିକ ମଧ୍ୟ ହୋଇଯିବ। ମଈ ମାସର ମଧ୍ୟ ଭାଗ ପରେ ସମସ୍ଯାକୁ ଦୂର କରିବା ପାଇଁ ଅନେକ ପ୍ରୟାସ କରିବା ଆବଶ୍ୟକ ହେବ। କହିବାର ତାତ୍ପର୍ଯ୍ୟ ଏହା ଯେ ବିବାହ ସମ୍ବନ୍ଧିତ ମାମଲାର ବର୍ଷର ପ୍ରଥମ ଭାଗ ଭଲ ହେବ।
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
ମୀନ ରାଶି ଲୋକଙ୍କର ବର୍ଷର ଆରମ୍ଭ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ତୃତୀୟ ଦୃଷ୍ଟି ଆପଣଙ୍କର ଦ୍ଵିତୀୟ ଘର ଉପରେ ରହିବ। ଯାହା ପାରିବାରିକ ସମ୍ବନ୍ଧକୁ ଦୁର୍ବଳ କରିପାରେ। କିନ୍ତୁ ଏହା ପରେ ସମସ୍ଯା ଧୀରେ ଧୀରେ ସମାପ୍ତ ହେବ ଓ ଆପଣ ଭାବିଚିନ୍ତି ପରିବାରର ସଦସ୍ୟଙ୍କ ସହିତ ଭଲ ସମ୍ବନ୍ଧ ରଖିପାରିବେ। ଗୃହସ୍ଥ ସମ୍ବନ୍ଧୀୟ ମାମଲାରେ ବର୍ଷର ପ୍ରଥମ ଭାଗରେ କୌଣସି ନକରାତ୍ମକ ଗ୍ରହର ପ୍ରଭାବ ଚତୁର୍ଥ ଘର ଉପରେ ରହିବ ନାହିଁ। ଆପଣ ନିଜର ଗୃହସ୍ଥ ଜୀବନର ଆନନ୍ଦ ନେଇପାରିବେ। ଜରୁରୀ ଜିନ୍ସ ଆପଣ ଘରକୁ ଆଣିପାରନ୍ତି। ଘର ମରାମତି କିମ୍ବା ସାଜ ସଜ୍ଜା ପାଇଁ ଆପଣ ଚେଷ୍ଟା କରିବେ। ମଈ ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଚତୁର୍ଥ ଘରେ ହେବ। ମୀନ ରାଶିଫଳ ଅନୁଯାୟୀ ଚତୁର୍ଥ ଘରେ ବୃହସ୍ପତିଙ୍କର ଗୋଚର ଭଲ ନୁହେଁ। ମଈ ମାସର ମଧ୍ୟ ଭାଗ ପରେ ଘର ମାମଲାରେ କିଛି ଅବ୍ୟବସ୍ଥା ହୋଇପାରେ। ଯାହା ଫଳରେ ଗୃହସ୍ଥ ଜୀବନ ଦୁର୍ବଳ ରହିପାରେ। ଜରୁରୀ ହେବ ଘର ଗୃହସ୍ଥିକୁ ନେଇ ବେପରୁଆ ହୁଅନ୍ତୁ ନାହିଁ।
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
ମୀନ ରାଶି ଲୋକଙ୍କର ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ଏହି ବର୍ଷର ପ୍ରଥମ ଭାଗ ବହୁତ ଭଲ ପ୍ରତୀତ ହେଉଛି। ବିଶେଷକରି ମଈ ମାସର ମଧ୍ୟ ଭାଗର ପୂର୍ବରୁ ଚତୁର୍ଥ ଘର ଉପରେ କୌଣସି ନକରାତ୍ମକ ଗ୍ରହର ପ୍ରଭାବ ବହୁ ସମୟ ଯାଏଁ ରହିବ ନାହିଁ। ଜାତକରେ ଅନୁକୂଳ ଦଶା ଥିବା ଯୋଗୁଁ ଆପଣ ନା କେବଳ ଭୂମି ଇତ୍ୟାଦି କିଣିବେ ବରଂ ଗୃହ କରିବାର ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ାଇବେ। କିନ୍ତୁ ମଈ ମାସର ମଧ୍ୟ ଭାଗରୁ ଅବଶିଷ୍ଟ ସମୟରେ ବୃହସ୍ପତିଙ୍କର ଗୋଚର ଚତୁର୍ଥ ଘରେ ହେବ ଓ ଭୂମି ତଥା ଭବନ ସମ୍ବନ୍ଧିତ ମାମଲାରେ ଅବ୍ୟବସ୍ଥା ହୋଇପାରେ। ଏପରି ସ୍ଥିତିରେ ଆପଣ ଭୁଲ ଜମି କିଣିପାରନ୍ତି। ଗୃହ ନିର୍ମାଣ କରିବାର ପ୍ରକ୍ରିୟାରେ ମଧ୍ୟ ବେପରୁଆ ହୋଇପରାନ୍ତି। ଚେଷ୍ଟା କରନ୍ତୁ ମଈ ମାସର ମଧ୍ୟ ଭାଗ ପୂର୍ବରୁ କିଣିବା ପାଇଁ। ଯଦି ଘର ତିଆରି କରିବାର ଅଛି ତେବେ ଏହି ଅବଧିରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିଦେବା ଉଚିତ। କହିବାର ତାତ୍ପର୍ଯ୍ୟ ଏହା ଯେ ଭୂମି ତଥା ଭବନ ସମ୍ବନ୍ଧିତ ମାମଲାରେ ବର୍ଷର ପ୍ରଥମ ଭାଗ ତୁଳନାତ୍ମକ ଭାବରେ ଅଧିକ ଭଲ ରହିବ। ମୀନ ରାଶିଫଳ 2025 ଅନୁସାରେ ଯାନ ଇତ୍ୟାଦି ସମ୍ବନ୍ଧରେ ନିଷ୍ପତି ଦୁର୍ବଳ ହୋଇପାରେ। ନିଜ ପାଇଁ ଭୁଲ କିମ୍ବା ଅନୁପଯୋଗୀ ଯାନ କିଣି ପାରନ୍ତି ଯାହା ସମସ୍ଯା ଦେବ। ସେଥିପାଇଁ ଯାନ ସହିତ ଜଡ଼ିତ ନିଷ୍ପତି ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ଭିତରେ ନେବା ଉଚିତ ହେବ।
ବର୍ଷ 2025 ରେ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- ପ୍ରତ୍ଯେକ ଚତୁର୍ଥ ମାସରେ ଶୁଖିଲା ନଡ଼ିଆ ବହୁଥିବା ନିର୍ମଳ ଜଳରେ ବୁହାନ୍ତୁ।
- ମାଂସ, ମଦ, ଅଣ୍ଡା ଓ ଅଶ୍ଳୀଳତା ଇତ୍ୟାଦିରୁ ଦୂରେଇ ରୁହନ୍ତୁ।
- ପ୍ରତ୍ଯେକ ତୃତୀୟ ମାସରେ କନ୍ୟାଙ୍କୁ ପୂଜା କରନ୍ତୁ ଓ ତାଙ୍କର ଆଶୀର୍ବାଦ ନେବା ସହିତ ଦୂର୍ଗା ମା’ଙ୍କର ପୂଜା ଅର୍ଚନା ମଧ୍ୟ କରନ୍ତୁ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. 2025 ମୀନ ରାଶି ଲୋକଙ୍କ ପାଇଁ କିପରି ରହିବ?
ବର୍ଷ 2025ରେ ମୀନ ରାଶି ଲୋକଙ୍କ ଜୀବନର ବିଭିନ୍ନ ଦିଗରେ ଶୁଭ ପରିଣାମ ମିଳିବ।
2. ମୀନ ରାଶି ଲୋକଙ୍କର ଚିନ୍ତା କେବେ ଶେଷ ହେବ?
ମୀନ ରାଶି ଲୋକଙ୍କର ସାଢ଼େସାତୀ 2025ରେ ସମ୍ପତ ହେବ। 29 ଅପ୍ରିଲ 2022 ରେ ମୀନ ରାଶି ଉପରେ ଶନି ସାଢ଼େସାତୀ ଆରମ୍ଭ ହୋଇଥିଲା ଓ ଏବେ 29 ମାର୍ଚ୍ଚ 2025ରେ ଶେଷ ହେବ।
3. ମୀନ ରାଶି ଲୋକଙ୍କର ଶକ୍ତି କ’ଣ?
ମୀନ ରାଶି ଲୋକ ଦାର୍ଶନିକ, ସାହସୀ, ରୋମାନ୍ଟିକ ଓ ବିଚାରଶୀଳ ସ୍ଵଭାବର। ଏହା ମୀନ ରାଶି ଲୋକଙ୍କର ସବୁଠାରୁ ବଡ଼ ଶକ୍ତି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Tarot Weekly Horoscope (27 April – 03 May): Caution For These 3 Zodiac Signs!
- Numerology Monthly Horoscope May 2025: Moolanks Set For A Lucky Streak!
- Ketu Transit May 2025: Golden Shift Of Fortunes For 3 Zodiac Signs!
- Akshaya Tritiya 2025: Check Out Its Accurate Date, Time, & More!
- Tarot Weekly Horoscope (27 April – 03 May): 3 Fortunate Zodiac Signs!
- Numerology Weekly Horoscope (27 April – 03 May): 3 Lucky Moolanks!
- May Numerology Monthly Horoscope 2025: A Detailed Prediction
- Akshaya Tritiya 2025: Choose High-Quality Gemstones Over Gold-Silver!
- Shukraditya Rajyoga 2025: 3 Zodiac Signs Destined For Success & Prosperity!
- Sagittarius Personality Traits: Check The Hidden Truths & Predictions!
- कब है अक्षय तृतीया? जानें सही तिथि, महत्व, पूजा विधि और सोना खरीदने का मुहूर्त!
- मासिक अंक फल मई 2025: इस महीने इन मूलांक वालों को रहना होगा सतर्क!
- अक्षय तृतीया पर रुद्राक्ष, हीरा समेत खरीदें ये चीज़ें, सालभर बनी रहेगी माता महालक्ष्मी की कृपा!
- अक्षय तृतीया से सजे इस सप्ताह में इन राशियों पर होगी धन की बरसात, पदोन्नति के भी बनेंगे योग!
- वैशाख अमावस्या पर जरूर करें ये छोटा सा उपाय, पितृ दोष होगा दूर और पूर्वजों का मिलेगा आशीर्वाद!
- साप्ताहिक अंक फल (27 अप्रैल से 03 मई, 2025): जानें क्या लाया है यह सप्ताह आपके लिए!
- टैरो साप्ताहिक राशिफल (27 अप्रैल से 03 मई, 2025): ये सप्ताह इन 3 राशियों के लिए रहेगा बेहद भाग्यशाली!
- वरुथिनी एकादशी 2025: आज ये उपाय करेंगे, तो हर पाप से मिल जाएगी मुक्ति, होगा धन लाभ
- टैरो मासिक राशिफल मई: ये राशि वाले रहें सावधान!
- मई में होगा कई ग्रहों का गोचर, देख लें विवाह मुहूर्त की पूरी लिस्ट!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025