ମକର ରାଶିଫଳ 2025

ଏହି ମକର ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ମକର ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ମକର ରାଶି ଲୋକଙ୍କ ପାଇଁ ମକର ରାଶିଫଳ 2025 କ’ଣ କହୁଛି?

ମକର ରାଶିଫଳ 2025 ପଢ଼ି ଜାଣନ୍ତୁ ଏହି ବର୍ଷ କିପରି ରହିବ ଆପଣଙ୍କ ପାଇଁ!

To Read in English Click Here: Capricorn Horoscope 2025

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ

ଏହି ମକର ରାଶିଫଳ 2025 ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ଅପେକ୍ଷାକୃତ ଅଧିକ ପରିଣାମ ଦେବ। ଅର୍ଥାତ ସ୍ବାସ୍ଥ୍ୟକୁ ନେଇ ସବୁ କିଛି ଠିକ ରହିବା ଜରୁରୀ ନୁହେଁ କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ବହୁତ ଭଲ ରହିବ। ବିଶେଷକରି ମାର୍ଚ୍ଚ ପରେ ଯେବେ ଶନି ଗ୍ରହଙ୍କର ପ୍ରଭାବ ଆପଣଙ୍କର ଦ୍ଵିତୀୟ ଘରୁ ଦୂର ହେବ। ଏହା ପରେ ଆପଣଙ୍କର ପ୍ରଥମ ଘରର ଦୃଢ଼ ହେବା ସହିତ ଅନୁକୂଳ ସ୍ଥିତିରେ ରହିବ।ଏହି କାରଣ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଖାଇବା ପିଇବା ଠିକ ରଖନ୍ତୁ କାରଣ ମଈ ପରେ ଆପଣଙ୍କର ଦ୍ଵିତୀୟ ଘର ଉପରେ ରାହୁଙ୍କର ପ୍ରଭାବ ଆରମ୍ଭ ହୋଇଯିବ ଯାହା ଆପଣଙ୍କର ଖାଇବା ପିଇବାରେ ଅସୁବିଧା କରିପାରେ। ବୃହସ୍ପତିଙ୍କର ଗୋଚର ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ପରିଣାମ ଦେବ। ପରବର୍ତ୍ତୀ ସମୟରେ ପରିଣାମ ତୁଳନାତ୍ମକ ରୂପରେ ଦୁର୍ବଳ ରହିପାରେ। ଏହି ପ୍ରକାର ଏହି ବର୍ଷ ସ୍ବାସ୍ଥ୍ୟ ସାମାନ୍ଯ ଭାବରେ ଭଲ ରହିବ କିନ୍ତୁ ମଝିରେ ମଝିରେ ଛୋଟ ମୋଟା ସମସ୍ଯା ହୋଇପାରେ, ଯାହାକୁ ଆପଣ ଉଚିତ ଖାଇବା ଖାଇ ନିୟନ୍ତ୍ରଣ କରିପାରିବେ। ତଥାପି ମୁଖ, ପେଟ, ଗୁପ୍ତାାଙ୍ଗ ଓ ଛଅଟି ପାଖରେ କଷ୍ଟ ହୋଇପାରେ।

କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !

हिंदी में पढ़ने के लिए यहां क्लिक करें: मकर राशिफल 2025

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ଶିକ୍ଷା

ମକର ରାଶି ଲୋକଙ୍କ ପାଇଁ ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ 2025 ବ ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ବର୍ଷର ଆରମ୍ଭ ରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାର କାରକ ଗ୍ରହ ବୃହସ୍ପତି ପଞ୍ଚମ ଘରେ ରହି ପ୍ରଥମ ଘରକୁ ଦେଖିବେ। ଯାହା ନା କେବଳ ଉଚ୍ଚ ଶିକ୍ଷା ବରଂ ପ୍ରାଥମିକ ଶିକ୍ଷା ନେଉଥିବା ଲୋକଙ୍କ ପାଇଁ ଭଲଅ ପରିଣାମ ଦେବେ। ଆପଣଙ୍କର ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଭଲ ଲାଭ ମିଳିବ। ମକର ରାଶିଫଳ ଅନୁସାରେ ଆପଣଙ୍କର ବୁଦ୍ଧି ବିବେକ ଦୁଇଟି ଯାକ ସମୟୟୁରଣ ଭାବରେ ଜାଗୃତ ରହିବେ।ଫଳସ୍ବରୂପ ଆପଣ ନିଜର ବିଷୟ ବସ୍ତୁରେ ବହୁତ ଭଲ କରିପାରିବେ। ଘରଠାରୁ ଦୂରରେ ରହି ବିଦ୍ୟାର୍ଥୀ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ।ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଷଷ୍ଠ ଘରେ ହେବ। ଷଷ୍ଠ ଘରେ ବୃହସ୍ପତିଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦେବ ନାହିଁ। ଏହା ସତ୍ବେ ପ୍ରତିଯୋଗିତା ପରୀକ୍ଷା ଦେବା ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିବ। ବିଦେଶ କିମ୍ବା ଘରୁ ଦୂରରେ ରହି ପଢ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଭଲ କରିବେ। ବୁଧଙ୍କର ଗୋଚର ଅଧିକାଂଶ ସମୟ ଆପଣଙ୍କର ଫେବରରେ ରହିବ କାରଣ ଆପଣ ଭଲ ପ୍ରଦର୍ଶନ କରିବେ। ଏହି ପ୍ରକାର ଆମେ କହିପରିବେ ଯେ ଯଦି ଆପଣଙ୍କର ସ୍ବାସ୍ଥ୍ୟ ଅନୁକୂଳ ରହିବ ତେବେ ବିଷୟ ବସ୍ତୁ ଉପରେ ଫୋକସ କରିପାରିବେ।

ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025

ବର୍ଷ 2025 ରେ ମକର ରାଶି ଲୋକଙ୍କର ବ୍ୟବସାୟ

ମକର ରାଶି ଲୋକଙ୍କର ବ୍ୟବସାୟ ଏହି ବର୍ଷ ତୁଳନାତ୍ମକ ଭାବରେ ଭଲ ପରିଣାମ ଦେବ। ଆର୍ହତ ପୂର୍ବ ବର୍ଷର ତୁଳନାରେ ଏହି ବର୍ଷ ଆପଣ ଭଲ ପରିଣାମ ପ୍ରାପ୍ତ କରିବେ କିନ୍ତୁ ଛୋଟ ମୋଟ ସମସ୍ଯା ଦେଖିବାକୁ ମିଳିପାରେ। ବର୍ଷର ଆରମ୍ଭ ରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଗ୍ରହଙ୍କର ଗୋଚର ଆପଣଙ୍କର ଫେବରରେ ନ ରହିବା ଯୋଗୁଁ ଆପଣ ବ୍ୟବସାୟରେ ନିଜର ଶହେ ପ୍ରତିଶତ ଦେଇ ପାରିବେ ନାହିଁ। ଫଳସ୍ବରୂପ ପରିଣାମ ଟିକେ ଦୁର୍ବଳ ରହିପାରେ କିନ୍ତୁ ମାର୍ଚ୍ଚ ପରେ ଶନି ଗ୍ରହଙ୍କର ଅନୁକୂଳତା ଆପଣଙ୍କର ଆତ୍ମବିଶ୍ଵାସ ବଢ଼ାଇବ, ଆପଣ ତୁଳନାତ୍ମକ ରୂପରେ ଅଧିକ ପରିଶ୍ରମ କରିବାରେ ସମର୍ଥ ହେବେ। ଫଳସ୍ବରୂପ ବ୍ୟବସାୟରେ ସକାରାତ୍ମକତ ପ୍ରଭାବ ପଡ଼ିବ। ମକର ରାଶିଫଳ 2025 ଅନୁସାରେ, ବୃହସ୍ପତିଙ୍କର ଗୋଚର ବର୍ଷର ପ୍ରଥମ ଭାଗରେ ବ୍ୟବସାୟରେ ସାହାଜ୍ୟ କରିବ। ପରବର୍ତ୍ତୀ ସମୟରେ ପରିଶ୍ରମ ଅଧିକ ଲାଗିବ କିନ୍ତୁ ପଞ୍ଚମ ଦୃଷ୍ଟି ସହିତ ଦଶମ ଘରକୁ ବୃହସ୍ପତି ଦେଖିବା ଯୋଗୁଁ ଆପଣଙ୍କୁ ଭଲ ପରିଣାମ ମିଳିପାରିବ। ବୁଧଙ୍କର ଗୋଚର ମଧ୍ୟ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବାକୁ ଚାହିଁବ। ଏହି ପ୍ରକାର ଆମେ କହିପାରିବା ଯେ ବ୍ୟବସାୟରେ ଏହି ବର୍ଷ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ହୋଇପାରେ ବର୍ଷର ଦ୍ଵିତୀୟ ଭାଗରେ ଆପଣଙ୍କୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡ଼େ କିନ୍ତୁ ମାର୍ଚ୍ଚ ରୁ ନେଇ ଅବଶେଷ୍ଟ ସମୟରେ ଆପଣ ନିଜର ବ୍ୟବସାୟରେ ଭଲ କରିପାରିବେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ଚାକିରି

ମକର ରାଶି ଲୋକଙ୍କର ଚାକିରି ସହିତ ଜଡ଼ିତ ମାମଲାରେ ମଧ୍ୟ ଏହି ବର୍ଷ ଭଲ ପରିଣାମ ପ୍ରାପ୍ତ ହେବ। ଖାସକରି ମାର୍ଚ୍ଚ ମାସ ପରେ ଚାକିରି ସହିତ ଜଡ଼ିତ ମାମଲାରେ ଅଧିକ ଭଲ ପରିଣାମ ମିଳିପାରିବ। ମାର୍ଚ୍ଚ ପରେ କରାଯାଇଥିବା ପରିବର୍ତ୍ତନ ଅଧିକ ଭଲ ପରିଣାମ ଦେବ।

ଯଦି ଆପଣ ଚାକିରିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ ମାର୍ଚ୍ଚ ପରର ସମୟ ଅଧିକ ଭଲ ପରିଣାମ ଦେବ। ବୃହସ୍ପତିଙ୍କର ଗୋଚର ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ପଞ୍ଚମ ଘରେ ରହିବେ, ଏହା ସହକର୍ମୀଙ୍କ ସହିତ ଭଲ ସମ୍ବନ୍ଧ ତିଆରି କରିବେ। ଫଳସ୍ବରୂପ ଆପଣଙ୍କୁ ନିଜର କାର୍ଯ୍ୟାଳୟରେ କାମ କରିବାରେ ଆନନ୍ଦ ମିଳିବ। ଏହାର ପ୍ରଭାବ ଆପଣଙ୍କର ଚକିରୀର ଉପରେ ପଡ଼ିବ ଓ ଆପଣଙ୍କର ପ୍ରଦର୍ଶନ ଭଲ ହେବ। ମକର ଅରଶିଫଳ 2025 ଅନୁସାରେ ମଈ ମାସର ମଧ୍ୟ ଭାଗ ପରେ ପରିଶ୍ରମ ଅପେକ୍ଷାକୃତ ଅଧିକ କରିବା ପାଇଁ ପଡ଼ିବ। ତେବେ ଯାଇ ଚାକିରିରେ ସାମାନ୍ଯ ଭାବରେ ଅନୁକୂଳତା ଆସିବ। କୌଣସି ବଡ଼ ସମସ୍ଯାର ଯୋଗ ନାହିଁ କିନ୍ତୁ କିଛି ଲୋକ ଶତ୍ରୁ ପରି ବ୍ୟବହାର କରିପାରନ୍ତି। ଦ୍ଵିତୀୟ ଘର ଉପରେ ଆରମ୍ଭ ହୋଇଥିବା ରାହୁଙ୍କର ପ୍ରଭାବ କିଛି ନକରାତ୍ମକ ପ୍ରଭାବ ଆପଣଙ୍କର ଚାକିରି ଉପରେ ପକାଇପାରେ। ମଈ ପରେ ଲୋକଙ୍କ ସହିତ ସମ୍ବନ୍ଧକୁ ଭଲ କରିବା ପାଇଁ ଚେଷ୍ଟା ତୁଳନ୍ତାମକ ଭାବରେ ଅଧିକ ଜରୁରୀ ହେବ, ତେବେ ଯାଇ ପରିଣାମ ଭଲ ମିଳିବ।

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି

ଏହି ମକର ରାଶିଫଳ 2025 ଅନୁସାରେ, ଆର୍ଥିକ ମାମଲାରେ ଏହି ବର୍ଷ ଆପଣଙ୍କୁ ଏଭାରେଜ କିମ୍ବା ଏଭାରେଜରୁ ଅଧିକ ପରିଣାମ ଦେଇପାରେ। ବର୍ଷର ଆରମ୍ଭ ରୁ ମାଇଁ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରକ ବୃହସ୍ପତି ଲାଭ ଘରକୁ ଦେଖିବେ। ଫଳସ୍ଵରୂପପ ଭଲଅ ଲାଭ ଦେବେ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଷଷ୍ଠ ଘରକୁ ଯିବେ। ବୃହସ୍ପତିଙ୍କର ଏହି ସ୍ଥିତି ଦୁର୍ବଳ କୁହାଯିବ କିନ୍ତୁ ନବମ ଦୃଷ୍ଟି ସହିତ ଧନ ଘରକୁ ଦେଖିବା ଯୋଗୁଁ ସଞ୍ଚିତ ଧନର ରକ୍ଷା କରିବାରେ ବୃହସ୍ପତିଙ୍କର ଏହି ସ୍ଥିତି ସାହାଜ୍ୟକାରୀ ହେବ।ସେହି ସମୟରେ ରୋଜଗାର ଅନୁଯାୟୀ ଭଲ ସଞ୍ଚୟ କରିପାରିବେ କିନ୍ତୁ ହୋଇପାରେ ରୋଜଗାର କରାଇବାରେ ବୃହସ୍ପତିଙ୍କର ସ୍ଥିତି ସାମାନ୍ଯ ଭାବରେ ଧନ ମାମଲାରେ ଅନୁକୂଳ ରହିବ। ବର୍ଷର ଅରମଭୂ ମାର୍ଚ୍ଚ ପର୍ଯ୍ୟନ୍ତ ଶନିଙ୍କର ସ୍ଥିତି ଓ ପରେ ରାହୁଙ୍କର ସ୍ଥିତି ଧନ ଘର ଉପ ପାଇଁ ଅନୁକୂଳ ନୁହେଁ। ଧନ ସଞ୍ଚୟ କରିବା ପାଇଁ ଅଧିକ ପ୍ରଯତ୍ନ କରିବାକୁ ହେବ। ଏହି ସମସ୍ତ ସ୍ଥିତିକୁ ମିଶାଇ ଦେଖିଲେ ବୃହସ୍ପତି ଧନ ମାମଲାରେ ସକାରାତ୍ମକ ପରିଣାମ ଦେବେ। କିନ୍ତୁ ଶନି ଓ ରାହୁ ଟିକେ ଦୁର୍ବଳ ପରିଣାମ ଦେଇପାରନ୍ତି। ଏପରି ସ୍ଥିତିରେ ବୃହସ୍ପତିଙ୍କର ପ୍ରଭାବ ଅଧିକ ରହିବ ଓ ଆପଣ ସତର୍କ ରହିଲେ ଆର୍ଥିକ ମାମଲାରେ ଭଲ ପ୍ରଦର୍ଶନ କରିପାରିବେ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ

ମକର ରାଶି ଲୋକଙ୍କର ପ୍ରେମ ସମ୍ପର୍କ ମାମଲାରେ ବର୍ଷର ପ୍ରଥମ ଭାଗ ବହୁତ ଭଲ ଦେଖାଯାଉଛି। ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ବହୁତ ଭଲ ପରିଣାମ ଦେବ। ବର୍ଷର ଆରମ୍ଭରୁ ମଈ ମାସ ପରେ ସୌଭାଗ୍ୟର କାରକ ବୃହସ୍ପତିଙ୍କର ଗୋଚର ପାଞ୍ଚମ ଘରେ ହେବ ଯାହା ପ୍ରେମ ସମ୍ବନ୍ଧରେ ଅନୁକୂଳ ପରିଣାମ ଦେବ। ଏହି ସମୟରେ ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ପଞ୍ଚମ ଘର ଉପରେ ଆରମ୍ଭ ହେବ। ତାହା ପରେ ଛୋଟ ଛୋଟ ସମସ୍ଯା ହୋଇପାରେ। ଯାହାକୁ ଅଟକାଇବା ପାଇଁ ଚେଷ୍ଟା କରି ଆପଣ ଅଟକାଇ ଦେବେ। କିନ୍ତୁ ମକର ରାଶିଫଳ 2025 ଅନୁସାର ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଷଷ୍ଠ ଘର ହେବ ଓ ପଞ୍ଚମ ଘର ଉପରେ ଶନିଙ୍କର ଦୃଷ୍ଟି ସବୁବେଳେ ରହିବ ଯାହା ପରସ୍ପର ପାଇଁ ଖରାପ ଭାବନା ସୃଷ୍ଟି କରିପାରେ। ଆପଣ ଛୋଟ ଛୋଟ କଥାକୁ ନେଇ ଜିଦି କରିବେ ଯାହାର ନକରାତ୍ମକ ପ୍ରଭାବ ପ୍ରେମ ଜୀବନ ଉପରେ ପଡ଼ିବ। ଏପରି ସ୍ଥିତିରେ ଆପଣଙ୍କୁ ଏହି ସ୍ଵଭାବରୁ ବଞ୍ଚିବାକୁ ପଡ଼ିବ। ଯଦି ଆପଣ ପରସ୍ପର ପ୍ରତି ଭଲ ଭାବ ରଖିଛନ୍ତି ତେବେ ଛୋଟ ଛୋଟ କଥାକୁ ନେଇ ବଡ଼ କରନ୍ତୁ ନାହିଁ। ତେବେ ଯାଇ ପଞ୍ଚମ ଘରର ସ୍ବାମୀ ଶୁକ୍ରଙ୍କର ଗୋଚର ବର୍ଷର ଅଧିକାଂଶ ସମୟ ଅନୁକୂଳ ପରିଣାମ ଦେବ। ଏପରି ସ୍ଥିତିରେ କର୍ମ ଓ ଭାଗ୍ୟର ସଂଗମ ଦ୍ବାରା ଆପଣ ପ୍ରେମ ଜୀବନକୁ ଉପଭୋଗ କରିପାରିବେ।

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ

ମକର ରାଶି ଲୋକ ଯାହାର ବିବାହ ବୟସ ହୋଇସାରିଛି କିମ୍ବା ବିବାହ କରିବା ପାଇଁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହି ବର୍ଷର ପ୍ରଥମ ଭାଗରେ ନିଜର ଚେଷ୍ଟା ଜାରି ରଖିବାକୁ ପଡ଼ିବ ଓ ବିବାହ କାର୍ଯ୍ୟ ସମ୍ପୂର୍ଣ କରିନେବା ଉଚିତ କାରଣ ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ସୌଭାଗ୍ୟର କାରକ ଗ୍ରହ ବୃହସ୍ପତି ପଞ୍ଚମ୍ ଘରେ ରହିବେ ଯିଏ ବିବାହ କରାଇବାରେ ସାହାଜ୍ୟ କରିବେ। ଯେଉଁ ଲୋକଙ୍କର ଜାତକରେ ବିବାହ ଦଶା ଚାଲିଛି ତାଙ୍କର ବର୍ଷର ପ୍ରଥମ ଭାଗରେ ବିବାହ ହେବାର ବହୁତ ଯୋଗ ଅଛି। ବର୍ଷର ଦ୍ଵିତୀୟ ଭାଗ ବିଶେଷ କରି ମଈ ମାସର ମଧ୍ୟ ଭାଗ ପରେ ସମୟ ତୁଳନତ୍ମକ ରୂପରେ ଦୁର୍ବଳ ହୋଇପାରେ। ବୈବାହିକ ଜୀବନ ବିଷୟରେ କହିଲେ ଏହି ମାମଲାରେ ଶନିଙ୍କର ଗୋଚର ଅନୁକୂଳ ପରିଣାମ ଦେବ ଓ ବୃହସ୍ପତିଙ୍କର ଗୋଚର ବର୍ଷର ପ୍ରଥମ ଭାଗରେ ଅନୁକୂଳ ପରିଣାମ ଦେବ। ପରବର୍ତ୍ତୀ ସମୟରେ ବୃହସ୍ପତି ପ୍ରତ୍ୟେକ୍ଷ ରୂପରେ ସାହାଜ୍ୟ କରିପାରିବେ ନାହିଁ। ଏହି ପ୍ରକାର ଆମେ କହିପାରିବା ଯେ ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଦାମ୍ପତ୍ୟ ଜୀବନ ଭଲ ରହିବ। ଅର୍ଥାତ ଆସମଞ୍ଜସ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଏହା କରିବା ଦ୍ବାରା ସ୍ଥିତି ଆପଣଙ୍କର ଦାମ୍ପତ୍ୟ ଜୀବନରେ ଭଲ ରହିବ।

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ

ମକର ରାଶି ଲୋକଙ୍କର ବର୍ଷ 2025ରେ ପାରିବାରିକ ମାମଲାରେ ଭଲ ପରିଣାମ ପ୍ରାପ୍ତ ହେବ। ଯଦିଓ ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଗୋଚର ଦ୍ଵିତୀୟ ଘରେ ହେବ କିନ୍ତୁ ପରବର୍ତ୍ତୀ ସମୟରେ ଶନି ଆପଣଙ୍କୁ ବହୁତ ଶାନ୍ତି ଦେବେ କାରଣ ଦ୍ଵିତୀୟ ଘରର ସ୍ବାମୀ ଶନି ବର୍ଷର ଅଧିକାଂଶ ସମୟ ଆପଣଙ୍କର ପାଇଁ ଅନୁକୂଳ ରହିବେ। ପାରିବାରିକ ମାମଲାରେ ଅନୁକୂଳତା ରହିବ। ମଈ ପରେ ରାହୁଙ୍କର ଗୋଚର ଦ୍ଵିତୀୟ ଘରେ ହେବା ଯୋଗୁଁ ମଝିରେ ମଝିରେ କିଛି ଭୁଲ ବୁଝାମଣା ହୋଇପାରେ। ପରସ୍ପର ମଧ୍ୟରେ ବୁଝାମଣା ରହିବା ନାହିଁ । କିନ୍ତୁ କୌଣସି ବଡ଼ ସମସ୍ଯା ଆସିବ ନାହିଁ ବରଂ ପୁରୁଣା ସମସ୍ଯା ଧୀରେ ଧୀର ଦୂର ହେବ। ଗୃହସ୍ଥ ସମ୍ବନ୍ଧରେ କହିଲେ ଆପଣଙ୍କୁ ଏହି ବର୍ଷ ତୁଳନାତ୍ମକ ରୂପରେ ଶାନ୍ତି ମିଳିବ। ଶନିର ତୃତୀୟ ଦୃଷ୍ଟିର ପ୍ରଭାବ ମାର୍ଚ୍ଚ ପରେ ଆପଣଙ୍କର ଚତୁର୍ଥ ଘରେ ସମାପ୍ତ ହେବ ଯାହା ଗୃହସ୍ଥ ଜୀବନରେ ଅନୁକୂଳ ପରିଣାମ ଆଣିବ। ଅର୍ଥାତ ଘର ଗୃହସ୍ଥିକୁ ନେଇ ପୂର୍ବରୁ ଯେଉଁ ସମସ୍ଯା ଥିଲା ତାହା ଦୂର ହେବ ଓ ଗୃହସ୍ଥ ଜୀବନ ଭଲ ହେବ।

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ

ମକର ରାଶି ଲୋକଙ୍କର ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଆପଣ ଭଲ ପରିଣାମ ପ୍ରାପ୍ତ କରିବେ। ଶନିଙ୍କର ଗୋଚରର ଭଲ ପରିଣାମ ମାର୍ଚ୍ଚ ପରେ ଭୂମି ଓ ଭବନ ସମ୍ବନ୍ଧିତ ଇଚ୍ଚା ପୂରଣ କରିବାରେ ସାହାଜ୍ୟ କରିବ। ଯେଉଁ ଜମି ଡୀଲକୁ ନେଇ ଆପଣ ପୂର୍ବ ବର୍ଷ ଚିନ୍ତିତ ଥିଲେ ତାହା ଏବେ ଦୂର ହେବ ଓ ଆପଣ ସେହି ଡୀଲ ସବୁ ସମ୍ପୂର୍ଣ କରିବେ। ମକର ରାଶିଫଳ 2025 ଅନୁସାରେ ଯଦି କୌଣସି କାରଣରୁ ଆପଣ ନିଜର ପ୍ଲଟରେ ଘର କରୂପାରୁ ନ ଥିଲେ ତେବେ ଏହି ବର୍ଷ ମାର୍ଚ୍ଚ ପରେ ଚେଷ୍ଟା କରି ଦେଖନ୍ତୁ, ସମ୍ଭାବନା ଅଛି ଯେ ଆପଣଙ୍କର ଚେଷ୍ଟା ସଫଳ ହେବ। ଯାନ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଭଲ ପରିଣାମ ଦେବ। ମାର୍ଚ୍ଚ ପରେ ଆପଣଙ୍କର ଚତୁର୍ଥ ଘରୁ ଶନିଙ୍କର ପ୍ରଭାବ ସମାପ୍ତ ହେବ ଯାହା ଯାନ କିଣିବାରେ ହେଉଥିବା ସମସ୍ଯାକୁ ଦୂର କରିବ। ଅର୍ଥାତ ଆପଣ ଚେଷ୍ଟା କରି ଯାନ କିଣିପାରିବେ।

ବର୍ଷ 2025 ରେ ମକର ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ

  • ପ୍ରତ୍ଯେକ ତୃତୀୟ ମାସରେ ମନ୍ଦିରରେ ବୃଦ୍ଧ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ କରିବା ଶୁଭ ହେବ।
  • ରୂପାର ଖଣ୍ଡ ନିଜର ପକେଟରେ ରଖନ୍ତୁ।
  • ମଥାରେ ନିୟମିତ ରୂପରେ କେସରର ତିଲକ ଲଗାନ୍ତୁ।

ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ମକର ରାଶି ଲୋକଙ୍କର 2025 ରେ ଭଲ ସମୟ କେବେ ଆସିବ?

ବର୍ଷର ଦ୍ଵିତୀୟ ଭାଗ ମକର ରାଶି ଲୋକଙ୍କ ପାଇଁ ଅଧିକ ଅନୁକୂଳ ହେବ।

2. କ’ନ ବର୍ଷ 2025 ମକର ରାଶି ଲୋକଙ୍କ ପାଇଁ ଅଶୁଭ?

ନାହିଁ, 2025 ରେ ମକର ରାଶି ଲୋକଙ୍କୁ ଅନେକ ଦିଗରେ ସାମାନ୍ଯ ଠାରୁ ଅଧିକ ଭଲ ପରିଣାମ ମିଳିବାର ucch ସମ୍ଭାବନା ଅଛି।

3. ମକର ରାଶି ଲୋକଙ୍କର ଚିନ୍ତା କେବେ ଦୁର୍ ହେବ?

ମକର ରାଶି ଲୋକଙ୍କୁ 29 ମାର୍ଚ୍ଚ 2025ରେ ଶନି ସାଢ଼େ ସାତିରୁ ମୁକ୍ତି ମିଳିବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer