ବିଛା ରାଶିଫଳ 2025

ଏହି ବିଛା ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ବିଛା ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ବିଛା ରାଶି ଲୋକଙ୍କ ପାଇଁ ବିଛା ରାଶିଫଳ 2025 କ’ଣ କହୁଛି?

ବିଛା ରାଶିଫଳ 2025 ପଢ଼ି ଜାଣନ୍ତୁ ଏହି ବର୍ଷ କିପରି ରହିବ ଆପଣଙ୍କ ପାଇଁ!

To Read in English Click Here: Scorpio Horoscope 2025

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ

ବିଛା ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ରହିବ। କିଛି ମାମଲାରେ ଏଭାରେଜ ରୁ ଦୁର୍ବଳ ରହିପାରେ। ବର୍ଷର ଆରମ୍ଭରେ ଖାସ କରି ମାର୍ଚ୍ଚ ପର୍ଯ୍ୟନ୍ତ ଶନିଙ୍କର ଚତୁର୍ଥ ଘରେ ଗୋଚର ସ୍ବାସ୍ଥ୍ୟ ଦୃଷ୍ଟିରୁ ଭଲ ନାହିଁ। ବିଶେଷକରି ଯାହାକୁ ଛଅଟି ସମ୍ବନ୍ଧିତ କୌଣସି ସମସ୍ଯା ଅଛି, ଆଣ୍ଠୁ ସମ୍ବନ୍ଧିତ ସମସ୍ଯା ଅଛି ତେବେ ତାଙ୍କୁ ସେହି ଅବଧିରେ ଅର୍ଥାତ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପଡ଼ିବ। ବିଛା ରାଶିଫଳ 2025 ଅନୁସାରେ ମାର୍ଚ୍ଚ ପରେ ସମୟ ପୁରୁଣା ରୋଗ ଦୂର କରିବା ଓ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଜ୍ୟ କରିବ କିନ୍ତୁ ମଈ ମାସ ପରେ ରାହୁଙ୍କର ଗୋଚର ଚତୁର୍ଥ ଘରେ ହେବ ଯାହା ଛଅଟି ସମ୍ବନ୍ଧିତ ସମସ୍ଯା ଦେଇପାରେ। ମାର୍ଚ୍ଚ ପରେ ଶନିଙ୍କର ଗୋଚର ପେଟ ଇତ୍ୟାଦି ସମ୍ବନ୍ଧିତ ସମସ୍ଯା ଦେଇପାରେ। ଏହି ପ୍ରକାର କିଛି ପୁରୁଣା ସମସ୍ଯା ଦୂର ହେବ ଓ କିଛି ନୂଆ ସମସ୍ଯା ଆସିବାର ସମ୍ଭାବନା ଅଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ରହିବ। ଏହି ବର୍ଷ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ,’ବିଶେଷକରି ଯେଉ ଲୋକଙ୍କର ପେଟ, ମୁଣ୍ଡ ବିନ୍ଧା , ଅଣ୍ଟା ଦରଜ ଓ ଛଅଟି ଇତ୍ୟାଦି ସମ୍ବନ୍ଧିତ ସମସ୍ଯା ଅଛି, ତାଙ୍କୁ ବିଶେଷ ଭାବରେ ସାବଧାନ ରହିବା ଆବଶ୍ୟକ।

କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !

हिंदी में पढ़ने के लिए यहां क्लिक करें: वृश्चिक राशिफल 2025

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ଶିକ୍ଷା

ବିଛା ରାଶି ଲୋକଙ୍କର ଶିକ୍ଷା ଦୃଷ୍ଟିରୁ ବର୍ଷ 2025 ଖରାପ ପରିଣାମ ଦେବା ପରି ପ୍ରତୀତ ହେଉଛି। ଏହି ବର୍ଷ ଆପଣଙ୍କର ଚତୁର୍ଥ ଓ ପଞ୍ଚମ ଘର ଉପରେ ଶନିଙ୍କର ଓ ରାହୁଙ୍କର ପ୍ରଭାବ ଆସୁଥିବ ଯାଉଥିବା। ଏହା ସ୍ବାଭାବିକ ଯେ ଏପରି ସ୍ଥିତିରେ ନିଜର ସବଜେକ୍ଟରେ ଫୋକସ ରଖିବା କଠିନ ହେବ। ଜମା ଫୋକସ ମଧ୍ୟ ନ କରିପାରନ୍ତି। ଯେଉଁମନେ ଲଗାତାର ଚେଷ୍ଟା କରିବେ ସେମାନେ ଫୋକସ କରିପାରିବେ ଓ ଭଲ ପରିଣାମ ପ୍ରାପ୍ତ କରିବେ କିନ୍ତୁ ଏହା ସହଜ ନୁହେଁ ବରଂ କଠିନ ହେବ।

ଯେଉଁ ଲୋକମନେ ଅଧ୍ୟୟନ ପ୍ରତି ଅଧିକ ଗମ୍ଭୀର ରୁହନ୍ତି ନାହିଁ କିମ୍ବା କମ ସମୟରେ ଅଧିକ ପରିଣାମ ପ୍ରାପ୍ତ କରିଦିଅନ୍ତି, ତାଙ୍କୁ ଏହି ବର୍ଷ ନିଜର ଅଧ୍ୟୟନକୁ ଟାଇମ ଦେବାକୁ ପଡ଼ିବ। ବିଛା ରାଶିଫଳ 2025 ଅନୁସାରେ ବୃହସ୍ପତିଙ୍କର ଗୋଚର ମଧ୍ୟ ମଈ ମାସର ମଧ୍ୟ ଭାଗ ପୂର୍ବରୁ ଅଧିକ ଭଲ ପରିଣାମ ଦେବ କିନ୍ତୁ ମଈ ମଧ୍ୟ ଭାଗ ପରେ ବହୁତ ପରିଶ୍ରମ କରିବାର ଆବଶ୍ୟକତା ବୃହସ୍ପତିଙ୍କର ଗୋଚର ଦର୍ଶାଉଛି।

ଅନୁସନ୍ଧାନକାରୀ ଛାତ୍ରଙ୍କୁ ବୃହସ୍ପତି ଗୋଚର ମଈ ମଧ୍ୟ ଭାଗ ପରେ ମଧ୍ୟ ଭଲ ପରିଣାମ ଦେବ କିନ୍ତୁ ଅନ୍ୟ ବିଦ୍ୟାର୍ଥୀଙ୍କୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶିକ୍ଷା ମାମଲାରେ ଏହି ବର୍ଷ ଟିକେ ଦୁର୍ବଳ ରହିବ। ତାକୁ ଦୂର କରି ଭଲ ପରିଣାମ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ତୁଳନାତ୍ମକ ରୂପରେ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ବ୍ୟବସାୟ

ବିଛା ରାଶି ଲୋକଙ୍କ ପାଇଁ ବ୍ୟବସାୟ ମାମଲାରେ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟମତ ବୃହସ୍ପତି ସପ୍ତମ ଘରେ ଗୋଚର କରି ବ୍ୟବସାୟରେ ବହୁତ ଭଲ ପରିଣାମ ଦେଇପାରନ୍ତି। ନୂଆ ବ୍ୟବସାୟକୁ ନେଇ ନୂଆ ପ୍ରୟୋଗ କରିବା ପାଇଁ ଏହି ସମୟ ଅବଧି ଭଲ କୁହାଯିବ। ଏହି ଅବଧି କିଛି ନୂଆ କରିବା ପାଇଁ ଭଲ ରହିବ। ବିଛା ରାଶିଫଳ 2025 ଅନୁସାରେ, ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଅଷ୍ଟମ ଘରେ ହେବ।

ରାହୁ ଗୋଚର ଚତୁର୍ଥ ଘରେ ହେବ। କେତୁ ଗୋଚର ଦଶମ ଘରେ ହେବ। ଏହି ପ୍ରକାର ଏହି ସମୟରେ ନୂଆ ବ୍ଯବସାୟିକ ନିଷ୍ପତି ପାଇଁ ଭଲ ନୁହେଁ। ଯାହା ହେଉଛି ତାକୁ ମେନଟେନ କରିବାର ଆବଶ୍ୟକତା ରହିବ। ନିଜ କ୍ଷେତ୍ରରେ ବରିଷ୍ଠ ଲୋକଙ୍କର ପରାମର୍ଶ ନେବା ଆବଶ୍ୟକ। ଯଦି ଆପଣଙ୍କର ଫୀଲ୍ଡର କୌଣସି ସିନିୟର ବ୍ୟକ୍ତିଙ୍କ ସମ୍ପର୍କରେ ଅଛନ୍ତି, ତେବେ ତାଙ୍କ ସହିତ ଜଡ଼ିତ ରୁହନ୍ତୁ।

ଯଦି ସେଠୁ ଅଧିକ ରିସପାନ୍ସ ନ ମିଲଉକ୍ଷହୀ ତେବେ ବିରୋଦ କରିବା ପରିବର୍ତ୍ତେ ତାଙ୍କୁ ପ୍ରଶ୍ନ କରିବା ଆବଶ୍ୟକ। ତାଙ୍କର ସମ୍ମାନ କରନ୍ତୁ, ତେବେ ଯାଇ ଆପଣ ନିଜର ବ୍ୟବସାୟକୁ ମେନଟେନ କରିପାରିବେ। ଅନ୍ୟଥା ସେହି ବ୍ୟକ୍ତି ନିଜର ସପୋର୍ଟ ବନ୍ଦ କରିପାରନ୍ତି। ଏପରି ସ୍ଥିତିରେ ଆପଣ ନିଜର ଅନୁଭବ ଓ ବରିଷ୍ଠଙ୍କୁ ମାର୍ଗଦର୍ଶନ ଅନୁସାରେ କାମ କରିବେ, ଯାହା ଫଳରେ ଆପଣ ନିଜର ବ୍ୟବସାୟ ମେନଟେନ କରିପାରିବେ।

ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ଚାକିରି

ବିଛା ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ମଧ୍ୟ ଏହି ବର୍ଷ ମିଶ୍ରିତ ପରିଣାମ ଦେବ। ଷଷ୍ଠ ଘରର ସ୍ବାମୀ ମଙ୍ଗଳ ଏହି ବର୍ଷ ଈଛି ସମୟ ଭଲ ଓ କିଛି ସମୟ ଦୁର୍ବଳ ପରିଣାମ ଦେବେ। ଅଧିକ ସମୟ ମଙ୍ଗଳ ଆପଣଙ୍କୁ ଦୁର୍ବଳ ପରିଣାମ ଦେବା ଭଳି ପ୍ରତୀତ ହେଉଛନ୍ତି। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଦୃଷ୍ଟି ଷଷ୍ଠ ଘର ଉପରେ ରହିବ। ଚାକିରିକୁ ନେଇ କିଛି ଅସନ୍ତୋଷ ମନରେ ରହିବ।ବିଛା ରାଶିଫଳ ଅନୁସାରେ ମାର୍ଚ୍ଚ ପରେ ଶନିଙ୍କର ପଜିଶନ ବଦଳିବା କାରଣରୁ ଆପଣ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ ଓ ଭଲ ଅନୁଭବ କରିବେ। ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଲାଭ ଘରକୁ ଦେଖି ଭଲ ପରିଣାମ ଦେବେ। ଏହି ପ୍ରକାର ମଈ ମାସ ପର୍ଯ୍ୟନ୍ତ ଚାକିରିରେ ସୁବିଧା ମିଳବ କିନ୍ତୁ ମାର୍ଚ ପର୍ଯ୍ୟନ୍ତ ଆପଣ କିଛି କଷ୍ଟ ଅନୁଭବ କରିବେ, ଜେଟବେଳେ କି ମାର୍ଚ୍ଚରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ବହୁତ ଭଲ ଓ ଅନୁକୂଳ ରହିବ। ଯଦି ଏହି ସମୟରେ ଜବ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ତାହା ମଧ୍ୟ କରିପାରିବେ।

ମଈ ମାସର ମଧ୍ୟ ଭାଗ ପରେ ସ୍ଥିତି ଟିକେ ସମସ୍ଯାରେ ପୁରି ରହିବ। ବିଦେଶରେ କାମ କରୁଥିବା ବ୍ୟକ୍ତି କିମ୍ବା ଦୂରକୁ ଯାଇ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କୁ ଲୋକ ଏହି ଅବଧିରେ ଭଲ ପରିଣାମ ମିଳିପାରେ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି

ଏହି ବିଛା ରାଶିଫଳ 2025 ଅନୁସାରେ, ଆର୍ଥିକ ମାମଲାରେ ବର୍ଷ 2025 ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ଆପଣଙ୍କର ଲାଭ ଘରର ସ୍ବାମୀ ବୁଧ ଗ୍ରହଙ୍କର ଗୋଚର ଦେଖିବା ଯଦି ତେବେ ବର୍ଷର ଅଧିକାଂଶ ସମୟ ବୁଧ ଭଲ ପରିଣାମ ଦେବେ। ରୋଜଗାରରେ କୌଣସି ବଡ଼ ସମସ୍ଯା ଆସିବା କଥା ନୁହେଁ। ବିଶେଷକରି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ, ଆପଣଙ୍କର ଧନ ଘର ସ୍ବାମୀ ବୃହସ୍ପତି ଲାଭକୁ ଦେଖିବେ, ନା କେବଳ ଆପଣ ଭଲ ରୋଜଗାର କରିପାରିବେ ବରଂ ରୋଜଗାରର ଏକ ବଡ଼ ଭାଗ ସଞ୍ଚୟ କରିବାରେ ସଫଳ ହେବ। କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ରୋଜଗାର ଧୀର ହୋଇଯାଇପାରେ

ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଧନ ଘରର ସ୍ବାମୀ ହୋଇ ଧନ ଘରକୁ ଦେଖିବେ। ଏପରି ସ୍ଥିତିରେ ସଞ୍ଚୟ କରିବା ମାମଲାରେ ବୃହସ୍ପତି ସକାରାତ୍ମକ ପରିଣାମ ଦେବେ କିନ୍ତୁ ରୋଜଗାରରେ କୌଣସି ସାହାଜ୍ୟ କରିବେ ନାହିଁ। କହିବାର ତାତ୍ପର୍ଯ୍ୟ ଏହା ଯେ ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ରୋଜଗାର ଦୃଷ୍ଟିରୁ ବହୁତ ଭଲ ଅଛି। ପରବର୍ତ୍ତୀ ସମୟ ରୋଜଗାର ଦୃଷ୍ଟିରୁ ଟିକେ ଦୁର୍ବଳ ରହିବ କିନ୍ତୁ ସଞ୍ଚୟ ଦୃଷ୍ଟିରୁ ଭଲ ରହିବ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ

ବିଛା ରାଶି ଲୋକଙ୍କର ପ୍ରେମ ସମ୍ବନ୍ଧ ମାମଲାରେ ବର୍ଷ 2025 କିଛି ଭଲ ଓ କିଛି ଖରାପ ପରିଣାମ ଦେଇପାରେ। ଭଲ କଥା ଏହା ଯେ ମଈ ମାସ ପରେ ପାଞ୍ଚମ ଘରୁ ରାହୁ କେତୁଙ୍କର ପ୍ରଭାବ ସମାପ୍ତ ହେବ। ଏହି ସ୍ଥିତିରେ ପରସ୍ପରକୁ ନେଇ ଭୁଲବୁଝାମଣା ଦୂର ହୋଇପାରେ। ଆପଣଙ୍କର ମାନସିକତା ପ୍ରେମ ସମ୍ବନ୍ଧକୁ ନେଇ ଆହୁରି ଭଲ ଓ ପ୍ରକୃତ ହୋଇଚାଳିବ। କିନ୍ତୁ ମାର୍ଚ୍ଚ ପରେ ଶନିଙ୍କର ଗୋଚର ପଞ୍ଚମ୍ ଘରେ ହେବ ଯାହା ପ୍ରେମ ସମ୍ବନ୍ଧରେ କିଛି ସମସ୍ଯା ଦେଇପାରେ।

ଶନି ପ୍ରକୃତ ପ୍ରେମ କରୁଥିବା ଲୋକଙ୍କର ସାହାଜ୍ୟ କରିବେ। ଅର୍ଥାତ ଯଦି ଆପଣଙ୍କର ପ୍ରେମ ବାସ୍ତବିକ ଅଟେ ଆପଣ ପରସ୍ପରକୁ ପ୍ରେମ କରୁଛନ୍ତି ଓ ଭବିଷ୍ୟତରେ ବିବାହ କରିବାକୁ ଇଚ୍ଚା ରଖିଛନ୍ତି ତେବେ ଏହି ସ୍ଥିତିରେ ଆପଣଙ୍କୁ ଭଲ ପରିଣାମ ମିଳିବ କିନ୍ତୁ ଯଦି ଆପଣଙ୍କର ପ୍ରେମ ଟାଇମ ପାସ ତେବେ ସମୟ ଅନୁସାରେ ଆପଣଙ୍କର ପ୍ରେମ ବଦଳିଯିବ ଓ ଶନିଙ୍କର ଗୋଚର ପ୍ରେମ ସମ୍ପର୍କରେ ଫାଟକ ସୃଷ୍ଟି କରିପାରେ।

କହିବାର ତାତ୍ପର୍ଯ୍ୟ ଏହା ଯେ ପ୍ରେମ ସମ୍ବନ୍ଧ ପାଇଁ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ଯଦି ଆପଣଙ୍କର ପ୍ରେମ ପ୍ରକୃତ ତେବେ ଶନି ଆପଣଙ୍କୁ ଅନୁକୂଳ ପରିଣାମ ଦେବେ। ବିଛା ରାଶିଫଳ 2025 ଅନୁସାରେ ବୃହସ୍ପତି ଗୋଚର ମଧ୍ୟ ବର୍ଷର ପ୍ରଥମ ଭାଗରେ ଆପଣଙ୍କର ସାହାଜ୍ୟ କରିବ। ଏହି ପ୍ରକାର ଆପଣ ବର୍ଷର ପ୍ରଥମ ଭାଗରେ ନିଜର ଲଭ ଲାଇଫର ଭଲ ଆନନ୍ଦ ନେଇପାରିବେ। ବର୍ଷର ଦ୍ଵିତୀୟ ଭାଗ ମିଶ୍ରିତ ପରିଣାମ ଦେବ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ

ବିଛା ରାଶି ଲୋକଙ୍କର ଯଦି ବିବାହ ବୟସ ହୋଇସାରିଛି ଓ ଆପଣ ବିବାହ କରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ବର୍ଷର ପ୍ରଥମ ଭାଗ ଏହି ମାମଲା ପାଇଁ ସାହାଜ୍ୟକାରୀ ରହିବ। ବିଶେଷକରି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ବହୁ ଭଲ ପରିଣାମ ଦେବା ଭଳି ପ୍ରତୀତ ହୁଏ। ଏହି ଅବଧିରେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୃହସ୍ପତି ସପ୍ତମ ଘରେ ରହିବା ପ୍ରେମ ବିବାହର ଇଚ୍ଚା ରଖିଥିବେ ଲୋକଙ୍କର ମନୋକାମନା ପୂରଣ କରିବେ। ଅର୍ଥାତ ପ୍ରେମ ବିବାହରେ ଗୁରୁ ଗ୍ରହ ସାହାଜ୍ୟ କରିବେ।

ଯେଉଁ ଲୋକ ପ୍ରେମର ଛଳନା କରୁଥିଲେ ତାଙ୍କର ଛଳନା ବାହାରକୁ ଆସିବ। ଅର୍ଥାତ ତାଙ୍କର ପାର୍ଟନରକୁ ଏହି କଥା ଜଣା ପଡ଼ି ପାରେ ଯେ ତାଙ୍କ ମଧ୍ୟରେ ଯେଉଁ ପ୍ରେମ ଥିଲା ତାହା ଦୃଢ଼ ନଥିଲା। ବିଛା 2025 ଅନୁସାରେ ମଈ ମାସର ମଧ୍ୟ ଭାଗ ପରେ ପରିଣାମ ଦୁର୍ବଳ ହୋଇଯାଇପାରେ। ଏପରି ସ୍ଥିତିରେ ବିବାହ ପ୍ରକ୍ରିୟାକୁ ବର୍ଷର ଆରମ୍ଭରେ ସମ୍ପୂର୍ଣ କରିଦେବା ବୁଦ୍ଧିମାନ କାମ ହେବ। ବୈବାହିକ ଜୀବନ ସହିତ ଜଡ଼ିତ ମାମଲାରେ ମଧ୍ୟ ବର୍ଷର ପ୍ରଥମ ଭାଗ ଭଲ ପରିଣାମ ଦେବ।

ପରବର୍ତ୍ତୀ ସମୟରେ ବୃହସ୍ପତି ଅଷ୍ଟମ ଘରେ ରହିବେ ଓ ଶନିଙ୍କର ଦୃଷ୍ଟି ସପ୍ତମ ଘର ଉପରେ ରହିବ। କିଛି ସମସ୍ଯା ଦେଖିବାକୁ ମିଳିପାରେ। ଅର୍ଥାତ ବର୍ଷର ପ୍ରଥମ ଭାଗରେ ଆପଣ ବୈବାହିକ ଜୀବନକୁ ଉପଭୋଗ କରିପାରିବେ। କିନ୍ତୁ ବର୍ଷର ଦ୍ବିତୀୟ ଭାଗରେ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିପାରେ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ

ବିଛା ରାଶି ଲୋକଙ୍କର ପାରିବାରିକ ମାମଲାରେ ମଧ୍ୟ ବର୍ଷର ପ୍ରଥମ ଭାଗ ଭଲ ରହିପାରେ। ବିଶେଷକରି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ବୃହସ୍ପତି ଭଲ ସ୍ଥିତିରେ ରହିବେ , ଯାହା ଘର ପରିବାରରେ ସୁଖ ସମୃଦ୍ଧି ରଖିବେ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଅଷ୍ଟମ ଘରକୁ ଯିବା ଯୋଗୁଁ କିଛି ଦୁର୍ବଳ ହୋଇଯିବେ। ବୃହସ୍ପତି ତେବେ ମଧ୍ୟ ଦ୍ଵିତୀୟ ଘର ଓ ଚତୁର୍ଥ ଘରକୁ ଦେଖିବେ। କୌଣସି ବଡ଼ ସମସ୍ଯା ଆସିବାକୁ ଦେବେ ନାହିଁ କିନ୍ତୁ ଦୁର୍ବଳ ହେବା ଯୋଗୁଁ ପୂର୍ବ ପରି ପରିଣାମ ଦେବେ ନାହିଁ।

ମାର୍ଚ ପରେ ଶନିଙ୍କର ଦୃଷ୍ଟି ଦ୍ଵିତୀୟ ଘର ଉପରେ ପଡ଼ିବ। କିଛି ସଦସ୍ୟଙ୍କ ମଧ୍ୟରେ ବିବାଦ ହୋଇପାରେ କିମ୍ବା ଅସନ୍ତୋଷ ଦେଖିବାକୁ ମିଳିପାରେ। ଗୃହସ୍ଥ ଜୀବନ ବିଷୟରେ କହିଲେ ଏହି ବର୍ଷ ତୁଳନାତ୍ମକ ରୂପରେ ଭଲ ପରିଣାମ ଦେଖିବାକୁ ମିଳିବ। ବିଶେଷକରି ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ଚତୁର୍ଥ ଘରୁ ଦୂର ହେବ, ଓ ଔରବାରୁ ଥିବା ସମସ୍ଯା ଦୂର ହେବ।

ମଈ ପରେ ରାହୁଙ୍କର ପ୍ରଭାବ ଚତୁର୍ଥ ଘର ଉପରେ ଆରମ୍ଭ ହୋଇଯିବ ଯାହା କିଛି ସମସ୍ଯା ଦେବ କିନ୍ତୁ ପୁରୁଣା ସମସ୍ଯା ଦୂର ହେବଅ ଯୋଗୁଁ ଆପଣ ଶାନ୍ତିରେ ନିଶ୍ବାସ ନେବେ। ବିଛା 2025 ଅନୁସାରେ ମଈ ମାସ ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ପ୍ରଭାବ ଚତୁର୍ଥ ଘର ଉପରେ ରହିବ, ସେ ମଧ୍ୟ ଆପଣଙ୍କର ସାହାଜ୍ୟ କରିବେ। ଏହି ପ୍ରକାର ଆମେ କହିପାରିବା ଯେ ଏହି ବର୍ଷ ପାରିବାରିକ ଜୀବନ ପାଇଁ ମିଶ୍ରିତ ପରିଣାମ ଦେବ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ

ବିଛା ରାଶି ଲୋକ ଯଦି ବହୁ ଦିନାରୀ ଭୂମି କିମ୍ବା ଭବନ କିଣିବାକୁ କିମ୍ବା ବିକିବାକୁ କରୁଥିଲେ କିନ୍ତୁ ସେହି କାମ ଆଗକୁ ବରହୁନଥିଲା ତେବେ ଏହି ବର୍ଷ ଏଥିରେ ଅନୁକୂଳତା ଦେଖିବାକୁ ମିଳିବ। ବିଶେଆକ୍ରୀ ମାର୍ଚ୍ଚ ମାସ ପରେ ଚତୁର୍ଥ ଘରୁ ଶନିଙ୍କର ପ୍ରଭାବ ସମାପ୍ତ ହୋଇଯିବ, ଯାହା ଭୂମି ଓ ଭବନ ସହିତ ସମ୍ବନ୍ଧିତ ମାମଲାରେ ଗତି ଦେବାରେ ସାହାଜ୍ୟ କରିବ। ମଈ ପରେ ରାହୁଙ୍କର ପ୍ରଭାବ ଚତୁର୍ଥ ଘରେ ହେବ ଯିଏ ଛୋଟ ମୋଟା ସମସ୍ଯା ଦେବେ କିନ୍ତୁ ଆଗ ପରି ସରଥିଟି ରହିବ ନାହିଁ। ସ୍ଥିତି ପୂର୍ବ ଠାରୁ ଭଲ ହେବ।

ଫଳସ୍ବରୂପ ଆପଣ ଶନି ଅନୁଭବ କରିବେ। ଭୂମି, ଭବନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଅଧିକ ଭଲ ପରିଣାମ ଦେବ। ଯାନ ସମ୍ବନ୍ଧିତ ମାମଲାରେ ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଅଧିକ ଭଲ ପରିଣାମ ଦେଇପାରେ। ଯାନ ସମ୍ବନ୍ଧିତ ମାମଲା ବିଷୟରେ କହିବାକୁ ଗଲେ ଆପଣଙ୍କୁ ଭଲ ପରିଣାମ ମିଳିବ। ଅପ୍ରିଲରୁ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ଯାନ କିଣିବା ଦୃଷ୍ଟିରୁ ଅଧିକ ଭଲ ରହିବ। ଏହା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଯାନ କିଣିବା ସମୟରେ ଠିକରେ ଯାଞ୍ଚ କରିବା ଉଚିତ। ଏହି ବର୍ଷ ଆପଣଙ୍କର ଯାନ କିଣିବାର ଇଚ୍ଚା ପୂରଣ ହେବ।

ବର୍ଷ 2025 ରେ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ

  • ପ୍ରତ୍ଯେକ ଶନିବାର ଦିନ ବହୁଥିବା ଶୁଦ୍ଧ ଜଳରେ ଚାରୋଟି ନଡ଼ିଆ ବୁହାନ୍ତୁ।
  • ମିତ୍ରଙ୍କ ମଧ୍ୟରେ ଲୁଣିଆ ଜିନ୍ସ ବାଣ୍ଟନ୍ତୁ।
  • ଶରୀରରେ ରୂପା ଧରଣ କରନ୍ତୁ।

ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. 2025 ରେ ବିଛା ରାଶି ଲୋକଙ୍କ ପାଇଁ କ’ଣ ଭଲ ହେବ?

ବର୍ଷ 2025 ର ଆରମ୍ଭରୁ ନେଇ ମଈ 2025 ପର୍ଯ୍ୟନ୍ତ ବିଛା ରାଶି ଲୋକଙ୍କର ଜୀବନ ସୁଖମୟ ହେବ। ଏହି ଅବଧିରେ ଆପଣଙ୍କର ବୈବାହିକ ଜୀବନରେ ସୁଖ ବଢ଼ିବ।

2. ବିଛା ରାଶି ଲୋକଙ୍କର ଚିନ୍ତା କେବେ ଶେଷ ହେବ?

ଏହି ରାଶି ଉପରେ ସାଢ଼େ ସାତୀ 28 ଜାନୁଆରୀ 2041 ରୁ 3 ଡିସେମ୍ବର 2049 ପର୍ଯ୍ୟନ୍ତ ରହିବ ଓ ଢୈୟା 29 ଅପ୍ରିଲ 2022 ରୁ 29 ମାର୍ଚ୍ଚ 2025 ପର୍ଯ୍ୟନ୍ତ ରହିବ।

3. ବିଛା ରାଶି ଲୋକଙ୍କୁ କେଉଁ ଦେବୀ-ଦେବତାଙ୍କର ପୂଜା କରିବା ଉଚିତ?

ବିଛା ରାଶି ଲୋକଙ୍କୁ ହନୁମାନଙ୍କର ପୂଜା କରିବା ସବୁଠାରୁ ଫଳଦାୟୀ ପ୍ରମାଣିତ ହେବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer