ତୁଳା ରାଶିଫଳ 2025

Author: Monica Rajguru | Updated Fri, 20 Sep 2024 04:30 PM IST

ଏହି ତୁଳା ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ତୁଳା ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ତୁଳା ରାଶି ଲୋକଙ୍କ ପାଇଁ ତୁଳା ରାଶିଫଳ 2025 କ’ଣ କହୁଛି?


To Read in English Click Here: Libra Horoscope 2025

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ

ତୁଳା ରାଶି ଲୋକଙ୍କର ସବସ୍ଥୁ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ପରିଣାମ ପୂର୍ବ ବର୍ଷ ତୁଳନାରେ ଭଲ ରହବ। ବର୍ଷର ଆରମ୍ଭରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଗୋଚର ଅଷ୍ଟମ ଘରେ ହେବ ଯାହା ପର, ଅଣ୍ଟା କିମ୍ବା ବାହୁ ସମ୍ବନ୍ଧିତ ସମସ୍ୟା ଦେଇପାରେ। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଗୋଚର ପେଟ ଓ ମୁଖ ସମ୍ବନ୍ଧିତ କିଛି ସମସ୍ଯା ଦେଇପାର। ଏହା ପରେ ଶନିଙ୍କର ଗୋଚର ଭଲ ପରିଣାମ ଦେବ।ତୁଳା ରାଶିଫଳ 2025 ଅନୁସାରେ ବୃହସ୍ପତି ମଧ୍ୟ ମଈ ମାସର ମଧ୍ୟ ଭାଗ ପରେ ଭଲ ପରିଣାମ ଦେବେ। କିନ୍ତୁ ଏହି ସବୁ ମଧ୍ୟରେ ମଈ ମାସ ପରେ ରାହୁଙ୍କର ଗୋଚର ପେଟ ସମ୍ବନ୍ଧିତ କିଛି ସମସ୍ଯା ଦେବ। ଅର୍ଥାତ ବର୍ଷର ପ୍ରଥମ ଭାଗରେ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଜରୁରୀ ହେବ। ଏହା ପରେ ପରିଣାମ ଧୀରେ ଧୀରେ ଭଲ ହେବାକୁ ଲାଗିବ। କିନ୍ତୁ ଛୋଟ ମୋଟା ସମସ୍ଯା ରହିବ। ସାବଧାନ ରହିଲେ ଆପଣ ନିଜର ସ୍ବାସ୍ଥ୍ୟକୁ ଭଲ ରଖିପାରିବେ। ସାରାଂଶ ଏହା ଯେ ବର୍ଷ 2025 ସ୍ବାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ମିଶ୍ରିତ ପରିଣାମ ଦେବ। ବର୍ଷ ଦ୍ଵିତୀୟ ଭାଗ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଧିକ ଭଲ କୁହାଯିବ।

କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ଶିକ୍ଷା

ତୁଳା ରାଶି ଲୋକଙ୍କର ଶିକ୍ଷା ଦୃଷ୍ଟିରୁ ବର୍ଷ 2025 ଆପଣଙ୍କୁ ମିଶ୍ରିତ ପରିଣାମ ଦେବା ଭଳି ପ୍ରତୀତ ହେଉଛି। କିନ୍ତୁ ବହୁତ ପରିଶ୍ରମ କରୁଥିବା ବିଦ୍ୟାର୍ଥୀ ଅଧିକାଂଶ ସମୟ ଭଲ ପରିଣାମ ପାଇବେ କିନ୍ତୁ ପଢ଼ା ପ୍ରତି ଅଧିକ ଗମ୍ଭୀର ନ ରହୁଥିବା ବିଦ୍ୟାର୍ଥୀଙ୍କ ବର୍ଷର ପ୍ରଥମ ଭାଗରେ ତୁଳନାତ୍ମକ ରୂପରେ ଦୁର୍ବଳ ପରିଣାମ ଦେଖିବାକୁ ମିଳିପାରେ। ବର୍ଷର ଦ୍ଵିତୀୟ ଭାଗ ବିଶେଷ କରି ମଈ ମାସର ମଧ୍ୟ ଭାଗ ପରେ ହି ଶିକ୍ଷା ସ୍ତରରେ ସୁଧାର ଆସିବ। ଏପରି ବିଦ୍ୟାର୍ଥୀ ଯିଏ ଜନ୍ମ ସ୍ଥାନ କିମ୍ବା ବର୍ତ୍ତମାନର ଘରୁ ଦୂରରେ ରହି ପଢ଼ିବାକୁ ଇଚ୍ଛା କରୁଛନ୍ତି ଓ ବାହାରେ ଯାଇ ପଢ଼ୁିବାକୁ ଚେଷ୍ଟା କରୁଛନ୍ତି ତାଙ୍କର ଚେଷ୍ଟା ସଫଳ ହେବ। ତୁଳା ରାଶିଫଳ 2025 ଅନୁସାରେ ବିଦେଶ ଯାଇ ପଢ଼ିବାକୁ ଇଚ୍ଚା ରଖିଥିବା ବିଦ୍ୟାର୍ଥୀ ମଧ୍ୟ ଭଲ ପରିଣାମ ପ୍ରାପ୍ତ କରିବେ। ସନଗରେ ବିଦେଶରେ ରହି ପଢ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଭଲ ପରିଣାମ ପ୍ରାପ୍ତ କରିପାରିବେ। ଧର୍ମ ଓ ଅଧ୍ୟାତ୍ମ ସମ୍ବନ୍ଧିତ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ମଈର ମଧ୍ୟ ଭାଗ ବହୁତ ଭଲ ହେବ। ଏହି ଅବଧିରୁ ଅର୍ଥାତ ମଈ ମାସ ପରେ ରାହୁ ପଞ୍ଚମ ଘରେ ହେବା ପ୍ରାଥମିକତା ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ମନ ବିଚଳିତ କରିପାରେ। ଅର୍ଥାତ ବାରମ୍ବାର ଆପଣ ଫୋକସ ବିଷୟରୁ ହରାଇପାରନ୍ତି ଯାହା ଉପରେ ଧ୍ୟାନ ଦେବାକୁହେବ; ତେବେ ଯାଇ ଆପଣ ଭଲ ପରିଣାମ ପ୍ରାପ୍ତ କରିବେ।

हिंदी में पढ़ने के लिए यहां क्लिक करें: तुला राशिफल 2025

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ବ୍ୟବସାୟ

ତୁଳା ରାଶି ଲୋକଙ୍କର ବେପାର ବାଣିଜ୍ୟ ଦୃଷ୍ଟିରୁ ବର୍ଷ 2025 ତୁଳନାତ୍ମକ ରୂପରେ ବହୁତ ଭଲ ରହିବ। ବର୍ଷର ଆରମ୍ଭ ଟିକେ ଧୀର ରହିପାର। ଅର୍ଥାତ ପ୍ରଥମ ମାସଗୁଡ଼ିକରେକାର୍ଯ୍ୟ କିଛି ଧୀର ହୋଇପାରେ। ନୂଆ ଯୋଜନା ତିଆରି କରିବା କଷ୍ଟକର ହୋଇପାରେ। କିମବ ନୂଆ ଯୋଜନା ଭଲ ଲାଗିବ ନାହିଁ କିମ୍ବା ସେଥିରେ କିଛି ତୃତୀ ରହିପାରେ କିନ୍ତୁ ମାର୍ଚ୍ଚ ପରେ ଶନି ଗ୍ରହଙ୍କର ଗୋଚର ଅନୁକୂଳ ପରିଣାମ ଆପଣଙ୍କର ଚିନ୍ତା କରିବା ଓ ଲନ କରିବା କ୍ଷମତାକୁ ଭଲ କରିବ ଯାହାର ସିଧାସଳଖ ପ୍ରଭାବ ଆପଣଙ୍କର ବ୍ୟବସାୟ ଉପରେ ସକାରାତ୍ମକ ରୂପରେ ପଡ଼ିବ।

ବୃହସ୍ପତିଙ୍କର ଗୋଚର ମଧ୍ୟ ମଈ ମଧ୍ୟ ଭାଗ ପରେ ଅନୁକୂଳ ହୋଇଯିବ। ଏହି ସମସ୍ତ କରଣ ଯୋଗୁଁ ବ୍ୟବସାୟ ଭଲ ଚାଲିବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା ସଫଳ ରହିବ। ବରିଷ୍ଠଙ୍କର ଭଲ ମାର୍ଗଦର୍ଶ ମିଳିବ। ଏହି ସମସ୍ତ କାରଣ ଯୋଗୁଁ ଆପଣ ନିଜର ବ୍ୟବସାୟରେ ଭଲ କରିପାରିବେ।

ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ଚାକିରି

ତୁଳା ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ମଧ୍ୟ ଏହି ବର୍ଷ 2025 ତୁଳନାତ୍ମକ ଭାବରେ ଭଲ ରହିବ। ଯଦି ଆପଣ ଚାକିରିରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ମାର୍ଚ୍ଚ ପରେ ପରିବର୍ତ୍ତନ କରିବା ଅଧିକ ଭଲ ରହିବ। ଯଦି ସମ୍ଭବ ହୁଏ ତେବେ ମଈ ମାସର ମଧ୍ୟ ଭାଗ ପରେ ପରିବର୍ତ୍ତନ କରନ୍ତୁ କାରଣ ମଈ ମାସର ମଧ୍ୟ ଭାଗ ପରେ କରାଯିବା ପରିବର୍ତ୍ତନ ଅଧିକ ପରିଣାମ ଦେବ। ଅର୍ଥାତ ବର୍ଷର ପ୍ରଥମ ମାସଗୁଡ଼ିକ କାଶ କରି ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଚାକିରି ପାଇଁ ଟିକେ ଦୁର୍ବଳ ରହିପାରେ।

ଆପଣଙ୍କର ସହକର୍ମୀ ଓ ପ୍ରତିସ୍ପର୍ଦ୍ଧୀ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ କିନ୍ତୁ ମାର୍ଚ୍ଚ ମାସ ପରେ ଆପଣ ସାର୍ଥକ ଜାଗା ପ୍ରାପ୍ତ କରିବେ। ତୁଳା ରାଶିଫଳ ଅନୁସାରେ ପରିବର୍ତ୍ତନ ଦୃଷ୍ଟିରୁ ମଈ ମାସର ମଧ୍ୟ ଭାଗ ପରେ ସମୟ ବହୁତ ଭଲ ପରିଣାମ ଦେବ। ଆମେ କହିପାରିବା ଯେ ଚାକିରି ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ରହିବ। ବର୍ଷର ଆରମ୍ଭ ଟିକେ ଦୁର୍ବଳ ରହିବ ଓ ଦ୍ଵିତୀୟ ଭାଗ ବହୁତ ଭଲ ପରିଣାମ ଦେଇପାର । ଚାକିରିରେ ପରିବର୍ତ୍ତନ, ପ୍ରୋମୋସନ ଓ ଉନ୍ନତିର ରାସ୍ତାରେ ମଈ ମାସର ମଧ୍ୟ ଭାଗ ଅପେକ୍ଷାକୃତ ଆହୁରି ଭଲ ରହିବ।

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି

ତୁଳା ରାଶି ଲୋକଙ୍କ ଲାଭ ଘରର ସ୍ବାମୀ ସୂର୍ଯ୍ୟ ଗ୍ରହ ବର୍ଷ ସାରା କିଛି ମାସ ଭଲ ଓ କିଛି ମାସ ଦୁର୍ବଳ କିମ୍ବା ମିଶ୍ରିତ ପରିଣାମ ଦେବେ। ଏପରି ସ୍ଥିତିର ଧନ ଘରର ସ୍ବାମୀ ମଙ୍ଗଳଙ୍କର ମଧ୍ୟ ରହିବ। ଏହି ଦୁଇଟି ଗ୍ରହ ଅନୁସାରେ ଆର୍ଥିକ ମାମଲାରେ ବର୍ଷ ମିଶ୍ରିତ ରହିପାରେ କିନ୍ତୁ ଧନର କାରକ ବୃହସ୍ପତିଙ୍କର ଗୋଚର ମଈ ମାସର ମଧ୍ୟ ଭାଗ ପରେ ବହୁତ ଭଲ ହେବ। ସ୍ବାଭାବିକ ଯେ ଏହା ଆର୍ଥିକ ରୂପରେ ଆପଣଙ୍କୁ ବହୁତ ଭଲ ଦୃଢ଼ତା ମିଳିପାରେ।

ମଈ ମଧ୍ୟ ଭାଗ ପୂର୍ବରୁ ବୃହସ୍ପତଙ୍କର ପ୍ରଭାବ ଧନ ଘର ଉପରେ ରହିବ। ସଞ୍ଚୟ କରିଥିବା ପଇସାକୁ ନେଇ ଚିନ୍ତିତ ରହିବେ ନାହିଁ କିନ୍ତୁ ନୂଆ ବର୍ଷରେ ରୋଜଗାରରେ ଟିକେ ସମସ୍ଯା ଆସିବ। ଅର୍ଥାତ ଆର୍ଥିକ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ପରିଣାମ ଦେଇପାରେ। ତୁଳା ରାଶିଫଳ 2025 ଅନୁସାରେ ବର୍ଷର ପ୍ରଥମ ଭାଗ ଖରାପ ପରିଣାମ ଦେଉଥିବା ପ୍ରତୀତ ହୁଏ ଯେତବେଳେ କି ବର୍ଷର ଦ୍ଵିତୀୟ ଭାଗ ବହୁତ ଭଲ ପରିଣାମ ଦେଉଥିବା ପ୍ରତୀତ ହୁଏ। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କର ସଞ୍ଚିତ ପଇସା ସମ୍ଭାଳି ରଖିବାକୁ ହେବ।

କୌଣସି ଭୁଲ ଜାଗାରେ ନିବେଶ ଜମା କରିବେ ନାହିଁ। ଏପରି କରିବା ଦ୍ବାରା ଆପଣ ନିଜର ଧନକୁ ସୁରକ୍ଷିତ ରଖିପାରିବେ। ମାର୍ଚ୍ଚ ପରେ ଶନିଙ୍କର ଦୃଷ୍ଟିର ପ୍ରଭାବ ଧନ ଘରେ ସମାପ୍ତ ହୋଇଯିବ ଓ ଆପଣଙ୍କର ପଇସା ସୁରକ୍ଷିତ ରହିବ। ଅର୍ଥାତ ଅଯଥା ଖର୍ଚ୍ଚ ହେବ ନାହିଁ। ହଠାତ ଖର୍ଚ୍ଚ ଆସିବ ନାହିଁ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ

ତୁଳା ରାଶି ଲୋକଙ୍କର ଲଭ ଲାଇଫ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ରହିବ। କିଛି ମାମଲାରେ ପରିଣାମ ଟିକେ ଦୁର୍ବଳ ରହିବ। ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପଞ୍ଚମ୍ ଘରେ ଶନି ଗ୍ରହଙ୍କର ପ୍ରଭାବ ରହିବ। ଶନି ଗ୍ରହ ଆପଣଙ୍କର ରାଶିରେ ଅଛନ୍ତି କିନ୍ତୁ ଶନି ନୀରସ ଗ୍ରହ ଯିଏ ପଞ୍ଚମ ଘରେ ରହି ପ୍ରେମ ସମ୍ବନ୍ଧରେ ନୀରସତା ଭାବ ଦେଇପାରନ୍ତି। ଅର୍ଥାତ ଲଭ ଲାଇଫରେ କୌଣସି ଖାସ ମଜା ଆସିବ ନାହିଁ। ପରସ୍ପରର ଭୁଲ ଖୋଜିବାକୁ ଚେଷ୍ଟା କରିବେ।

ଯଦି ବାସ୍ତବରେ ଏପରି ହେଉଛି ତେବେ ସେଥିରୁ ବଞ୍ଚିବା ଜରୁରୀ। ମାର୍ଚ ପରେ ଶନିଙ୍କର ପ୍ରଭାବ ପଞ୍ଚମ ଘରୁ ଦୂର ହୋଇଯିବ। ପୁରୁଣା ଭୁଲବୁଝାମଣା କିମ୍ବା ଚିନ୍ତା ଦୂର ହେବ କିନ୍ତୁ ମଈ ମାସ ପରେ ରାହୁ ପଞ୍ଚମ ଘରକୁ ଯିବେ ଯେଉଁଥିପାଇଁ ନୂଆ ବର୍ଷରୁ କିଛି ଭୁଲ ବୁଝାମଣା ଆରମ୍ଭ ହୋଇପାରେ। ଏହି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ପ୍ରଭାବ ପଞ୍ଚମ ଘର ଉପରେ ଆରମ୍ଭ ହୋଇଯିବ ଯାହା ଭୁଲ ବୁଝାମଣାକୁ ଶେଷ କରିବ। ଅର୍ଥାତ ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଦୂର୍ବଳ ରହିବ। ମାର୍ଚ୍ଚରୁ ମଈ ମଧ୍ୟରେ ସମୟ ଅନୁକୂଳ ଅଛି। ମଈ ପରେ ସମୟ ମିଶ୍ରିତ ପରିଣାମ ଦେବ ଅର୍ଥାତ କିଛି ସମସ୍ଯା ଆସିବ କିନ୍ତୁ ଶୀଘ୍ର ଠିକ ହୋଇଯିବ ସେଥିପାଇଁ ଏହି ବର୍ଷ ପ୍ରେମ ପ୍ରସଙ୍ଗ ମାମଲାରେ ମିଶ୍ରିତ ରହିବ।

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ

ତୁଳା ରାଶି ଲୋକ ଯାହାର ବିବାହ ବୟସ ହୋଇସାରିଛି କିମ୍ବା ଯିଏ ବିବାହ ପାଇଁ ଚେଷ୍ଟା କରୁଛନ୍ତି ତାଙ୍କୁ ବର୍ଷର୍ ଅଧିକାଂଶ ସମୟ ଅନୁକୂଳ ପରିଣାମ ଦେବ। ବର୍ଷର ଆରମ୍ଭ ବହୁତ ଅଧିକ ସାହାଜ୍ୟକାରଇ ଦେଖା ଯାଉନାହିଁ କିନ୍ତୁ ନିର୍ବନ୍ଧ ଇତ୍ୟାଦି କୁ ନେଇ କିଛି ସମୟ ହୋଇପାରେ। ଅର୍ଥାତ ବିବାହର ଆରମ୍ଭରେ ସମସ୍ଯା ଆସିପାରେ। କଥାକୁ ଆଗକୁ ବଢ଼ାଇବାର ସମ୍ଭାବନା ଦୁର୍ବଳ ଅଛି। ବର୍ଷର ଦ୍ଵିତୀୟ ଭାଗ ଯେବେ ପଞ୍ଚମ ଘରେ ଶନିଙ୍କର ପ୍ରଭାବ ସମାପ୍ତ ହୋଇଯିବ ଓ ବୃହସ୍ପତି ଗୋଚର ଅନୁକୂଳ ହୋଇଯିବ ତେବେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ।ତୁଳା ରାଶିଫଳ ଅନୁସାରେ ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ପଞ୍ଚମ ଦୃଷ୍ଟି ସହିତ ପ୍ରଥମ ଘରକୁ ଦେଖିବେ ଯାହା ନିର୍ବନ୍ଧ ଓ ବିବାହ ପାଇଁ ଅନୁକୂଳ ସ୍ଥିତି। ଯଦିଓ ବର୍ଷର ଆରମ୍ଭ ଦୁର୍ବଳ ରହିବ କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ନିର୍ବନ୍ଧ, ବିବାହ, ପ୍ରେମ ଇତ୍ୟାଦି ପାଇଁ ଭଲ ଅନୁକୂଳତା ଦେବ। ବୈବାହିକ ସମ୍ବନ୍ଧ ବିଷୟରେ କହିଲେ ଏହି ମାମଲାରେ ମଧ୍ୟ ବର୍ଷର ଆରମ୍ଭ ବିଶେଷକରି ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦୁର୍ବଳ ରହିପାରେ। ମାର୍ଚ୍ଚ ପରେ ସ୍ଥିତି ଧୀରେ ଧୀରେ ଅନୁକୂଳ ହେବାକୁ ଲାଗିବ ଓ ମଈ ମାସର ମଧ୍ୟ ଭାଗ ପରେ ସ୍ଥିତି ବହୁତ ଭଲ ହୋଇଯିବ।

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ

ଏହି ତୁଳା ରାଶିଫଳ 2025 ଅନୁସାରେ ପାରିବାରିକ ଜୀବନ ମାମଲାରେ ବର୍ଷର ଆରମ୍ଭ ମାସ ଠିକ ରହିବ ନାହିଁ। ବର୍ଷର ଆରମ୍ଭରେ ବିଶେଷକରି ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଗ୍ରହ ଦଶମ ଦୃଷ୍ଟି ସହିତ ଆପଣଙ୍କର ଦ୍ଵିତୀୟ ଘରକୁ ଦେଖିବେ , ଯାହା ପରିବାରର ସଦସ୍ୟଙ୍କ ମଧ୍ୟରେ ବିବାଦ କରାଇପାରେ। ଆପଣଙ୍କର କଥାବାର୍ତ୍ତା କରିବାର ଢଙ୍ଗ ମଧ୍ୟ ଟିକେ ଦୁର୍ବଳ ହୋଇପାରେ। ହୋଇପାରେ ଆପଣଙ୍କର କଥା ଆପଣଙ୍କର ପରିବାର ସଦସ୍ୟଙ୍କୁ ଭଲ ନ ଲାଗିପାରେ। ଆପଣଙ୍କର କଥାର କିଛି ଅନ୍ୟ ଅର୍ଥ ବାହାର କରାଯାଇପାରେ। ଭଲ ହେବ ଯେ ମାର୍ଚ୍ଚ ପର୍ଯ୍ୟନ୍ତ କମ କଥା ହୁଅନ୍ତୁ, କାମ ବିଷୟରେ କଥା ହୁଅନ୍ତୁ ଓ ଯାହା କହୁଛନ୍ତ ସମ୍ମାନର ସହିତ କୁହନ୍ତୁ।

ମାର୍ଚ୍ଚ ମାସ ପରେ ଶନିଙ୍କର ପ୍ରଭାବ ଦ୍ଵିତୀୟ ଘରେ ଶେଷ ହେବ। ଫଳସ୍ବରୂପ ପାରିବାରିକ ମାମଲାରେ ଧୀରେ ଧୀରେ ଅନୁକୂଳତା ଗ୍ରାଫ ବଢ଼ିବାକୁ ଲାଗିବ।ଗୃହସ୍ଥ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଅନେକ ସମୟ ପର୍ଯ୍ୟନ୍ତ ପ୍ରତିକୂଳତା ଦେଖାଯାଉଛି। ବର୍ଷର ଆରମ୍ଭ ମାସଗୁଡ଼ିକରେ ଯଦିଓ ବହୂହସ୍ପତି ଅଷ୍ଟମ ଘରେ ରହିବେ ନବମ ଦୃଷ୍ଟିରେ ଚତୁର୍ଥ ଘରକୁ ଦେଖିବେ, ଯାହା ଗୃହସ୍ଥ ସମ୍ବନ୍ଧିତ ମାମଲାରେ କିଛି ବଡ଼ ସମସ୍ଯା ଆସିବାକୁ ଦେବ ନାହିଁ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ସ୍ଥାନ ଭଲ ରହିବ ଯାହା ସବୁ ମାମଲାରେ ସାହାଜ୍ୟକାରୀ ହେବ। ଅର୍ଥାତ ଏହି ବର୍ଷ ଗୃହସ୍ଥ ସମ୍ବନ୍ଧିତ ମାମଲାରେ କୌଣସି ବଡ଼ ସମସ୍ଯା ଆସିବ ନାହିଁ।

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ

ତୁଳା ରାଶି ଲୋକଙ୍କୁ ଭୂମି ଓ ଭବନ ସମ୍ବନ୍ଧିତ କୌଣସି ବଡ଼ ସମସ୍ଯାର ଯୋଗ ନାହିଁ। ଆପଣ ନିଜର କର୍ମ ଓ ପ୍ରୟାସ ଅନୁସାରେ ପରିଣାମ ପ୍ରାପ୍ତ କରିବେ। ଯଦି ଆପଣ କୌଣସି ଜମି କିମ୍ବା ଭୂଖଣ୍ଡ ଚାହୁଁଛନ୍ତି ତେବେ ମନରୁ ଚେଷ୍ଟା କରନ୍ତୁ ଯେ ଧନ ସଞ୍ଚୟ ହେଉ ଓ ଆପଣ ଭୂମି ଓ ଭବନ ସମ୍ବନ୍ଧିତ ନିଜର ମନୋକମାନ ପୂରଣ କରିପାରିବେ।

ବର୍ଷର ଦ୍ଵିତୀୟ ଭାଗ ଏହି ମାମଲାରେ ଅଧିକ ଭଲ କୁହାଯିବ। ଯଦି ବର୍ଷର ପ୍ରଥମ ଭାଗ ମଧ୍ୟ ଭଲ ଅଛି କିନ୍ତୁ ତୁଳନାତ୍ମକ ରୂପରେ ଦ୍ଵିତୀୟ ଭାଗ ଆହୁରି ଭଲ ରହିବ। ଯାନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଭଲ ପରିଣାମ ମିଳିବ। ତୁଳା ରାଶିଫଳ 2025 ଅନୁସାରେ ଶୁକ୍ର ଗ୍ରହଙ୍କର ଗୋଚର ଅଧିକାଂଶ ସମୟ ଅନୁକୂଳ ପରିଣାମ ଦେବ। ବୃହସ୍ପତିଙ୍କର ଗୋଚର ମଧ୍ୟ ଚତୁର୍ଥ ଘରେ ଅନୁକୂଳତା ପକାଇଅବ। ଏହି ସମସ୍ତ କାରଣ ଯୋଗୁଁ ଆପଣ ନିଜର ଇଚ୍ଛାନୁସାରେ ଯାନ ସୁଖ ପ୍ରାପ୍ତ କରିପାରିବେ।

ବର୍ଷ 2025 ରେ ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ

ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. 2025 ରେ ତୁଳା ରାଶି ଲୋକଙ୍କର ଭଲ ଦିନ କେବେ ଆସିବ?

ମଈ 2025 ରୁ ଗୁରୁ ତୁଳା ରାଶି ଲୋକଙ୍କର ନବମ ଘରୁ ଓ ଅକ୍ଟୋବର 2025 ରୁ ଡିସେମ୍ବର 2025 ପର୍ଯ୍ୟନ୍ତ ଗୁରୁ ତୁଳା ରାଶିର ଦଶମ ଘରୁ ଗୋଚର କରିବେ। ଏହି ସମୟ ଆପଣଙ୍କ ଜୀବନରେ ଶୁଭ ସମୟ ଆଣିବ।

2. ବର୍ଷ 2025 ତୁଳା ରାଶି ଲୋକଙ୍କ ପାଇଁ ଭଲ ବର୍ଷ କି?

ତୁଳା ରାଶି ଲୋକଙ୍କ ପାଇଁ ନୂଆ ବର୍ଷ 2025 ମିଶ୍ରିତ ପରିଣାମ ଆଣିବ। ଏହି ବର୍ଷ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ଦେବା ଆବଶ୍ୟକ।

3. ତୁଳା ରାଶିର ଦେବୀ/ଦେବତା କିଏ?

ତୁଳା ରାଶିର ଆରାଧ୍ୟା ଜଗତର ଦେବୀ ମା ପାର୍ବତୀ। ଏହି ରାଶି ପାଇଁ ଶ୍ରାବଣ ମାସ କ୍ୟାରୀଅର ଓ କାର୍ଯ୍ୟ ଦୃଷ୍ଟିରୁ ଶୁଭ ପ୍ରମାଣିତ ହେବ।

Talk to Astrologer Chat with Astrologer