ସୂର୍ଯ୍ୟ ପରାଗ 2025

Author: Monica Rajguru | Updated Sun, 17 Nov 2024 09:44 PM IST

ଆସନ୍ତା ବର୍ଷ ଘଟିବାକୁ ଥିବା ସୂର୍ଯ୍ୟ ପରାଗ 2025ର ସମସ୍ତ ସୂଚନା ଦେବା ପାଇଁ ଆଷ୍ଟ୍ରୋସେଜର ଏହି ଖାସ ଲେଖା ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଏହି ଲେଖାରେ ଆପଣଙ୍କୁ ବର୍ଷ 2025ରେ ହେବାକୁ ଥିବା ସମସ୍ତ ସୂର୍ଯ୍ୟ ପରାଗ ବିଷୟରେ ସମସ୍ତ ସୂଚନ ପ୍ରଦାନ କରିବା ପାଇଁ ଯାଉଛି। ଏହା ଦ୍ବାରା ଆପଣଙ୍କୁ ଏହା କୁହାଯିବ ଯେ ସୂର୍ଯ୍ୟ ପରାଗ କେଉଁ ଦି, କେଉଁ ତିଥି, କେଉଁ ବାର ଓ କେତବେଳେ ଓ କେଉଁ ପ୍ରକାରର ହେବାକୁ ଯାଉଛି। ଏହା କେଉଁଠି କେଉଁଠି ଦେଖାଯିବ, ସୂର୍ଯ୍ୟ ପରାଗ ଭାରତରେ ମଧ୍ୟ ଦେଖାଯିବ କି ନାହିଁ।


ଏହା ସହିତ ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ ଯେ ସୂର୍ଯ୍ୟ ପରାଗ ଦ୍ବାରା ମାନବ ଜୀବନ କେଉଁ ପ୍ରକାର ପ୍ରଭାବିତ ହେବ ଓ ସୂର୍ଯ୍ୟ ପରାଗର ସୂତକ କାଳ କ’ଣ ରହିବ। ଏହି ଲେଖାକୁ ଆଷ୍ଟ୍ରୋସେଜର ପ୍ରସିଦ୍ଧ ଜ୍ୟୋତିଷ ଡକ୍ଟର ମୃଗାଙ୍କ ଶର୍ମା ବିଶେଷ ରୂପରେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ଯଦି ଆପଣ ସୂର୍ଯ୍ୟ ପରାଗ 2025 ସହିତ ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି ଲେଖାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଭବିଷ୍ୟ ସହିତ ଜଡ଼ିତ ଯେକୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

Click Here to Read in English: Solar Eclipse 2025

ଯଦି ଆମେ ସୂର୍ଯ୍ୟ ପରାଗ ବିଷୟରେ କଥା ହେବା ତେବେ ଏହା ଏକ ବିଶେଷ ଘଟଣା ଯାହା ସୌର ମଣ୍ଡଳରେ ଦେଖାଯାଏ ଯାହାର ବ୍ୟଜ୍ଞାନୀକ ମହତ୍ଵ ଅଛି। ଏହି ସୂର୍ଯ୍ୟ ପରାଗ ଘଟଣା ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ରଙ୍କର ବିଶେଷ ପରିସ୍ଥିତି ଯୋଗୁଁ ନିର୍ମାଣ ହୁଏ।

ଆମେ ସମସ୍ତେ ଏହି କଥା ଭଲ ଭାବରେ ଜାଣୁ ଯେ ପୃଥିବୀ ସୂର୍ଯ୍ୟଙ୍କର ଚାରି ପଟେ ଓ ନିଜର ଅକ୍ଷ ଚାରିପଟେ ଘୁରି ବୁଲନ୍ତି। ଚନ୍ଦ୍ର ପୃଥିବୀଙ୍କର ଉପଗ୍ରହ ହେବା ଯୋଗୁଁ ପୃଥିବୀର ପରିକ୍ରମା କରନ୍ତି। ସୂର୍ଯ୍ୟଙ୍କର ପ୍ରକାଶ ଦ୍ବାରା ପୃଥିବୀ ଓ ଚନ୍ଦ୍ର ଦୁହେଁ ଆଲୋକିତ ହୁଅନ୍ତି ଓ ପୃଥିବୀରେ ଜୀବନର ଉତ୍ପତି ମଧ୍ୟ ସୂର୍ଯ୍ୟଙ୍କର ବିଶେଷ କୃପା ଯୋଗୁଁ ହୋଇପାରେ। ଏହି ପ୍ରକାର ପୃଥିବୀ ଓ ଚନ୍ଦ୍ରଙ୍କର ଗତି ଯୋଗୁଁ ଯେବେ ଚନ୍ଦ୍ର ସୂର୍ଯ୍ୟଙ୍କର ପାଖାପାଖି ଆସିଯାଏ ସେ ସୂର୍ଯ୍ୟଙ୍କର ଆଲୋକ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦିଏ ନାହିଁ ଓ ଏପରି ସ୍ଥିତିରେ ସୂର୍ଯ୍ୟଙ୍କର ପ୍ରକାଶକୁ ପୃଥିବୀ ଉପରେ ପଡ଼ିବାରେ ବାଧା ସୃଷ୍ଟି ହୁଏ। ସୂର୍ଯ୍ୟଙ୍କର ଆଲୋକ କିଛି ସମୟ ପର୍ଯ୍ୟନ୍ତ ପୃଥିବୀ ଉପରେ କିଛି ସମୟ ପର୍ଯ୍ୟନ୍ତ ଯାଏଁ ପଡ଼େ ନାହିଁ। ସେହି ସମୟରେ ସେ ଆଲୋକଙ୍କୁ ଅବରୋଧ କରିଦିଏ।

ଏହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହଯାଏ। ଏହି ପରିସ୍ଥିତି ପରେ ଚନ୍ଦ୍ରଙ୍କର ଛାଈ ପୃଥିବୀ ଉପରେ ପଡ଼େ ଓ ସୂର୍ଯ୍ୟ ଗ୍ରାସିତ ହୋଇଥିବା ପରି ଦେଖାଯାଆନ୍ତି।

ବୃହତ କୁଣ୍ଡଳୀ ରେ ଲୁଚି ରହିଛ ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କ ଚଳନର ସମସ୍ତ ସୂଚନା

हिंदी में पढ़ने के लिए यहाँ क्लिक करें: ग्रहण 2025

ସୂର୍ଯ୍ୟ ପରାଗ- କ’ଣ ହେବ ଖାସ

ସୂର୍ଯ୍ୟ ପରାଗକୁ ହିନ୍ଦୁ ଧରାମ ଓ ଜ୍ଯୋତିଷ ଶାସ୍ତ୍ରରେ ବିଶେଷ ରୂପରେ ମାନ୍ୟତା ପ୍ରଦାନ କରାଯାଇଛି। ଏହା ଜ୍ୟୋତିଷୀୟ ରୂପରେ ମଧ୍ୟ ମହତ୍ଵପୂର୍ଣ ଓ ଏହାର ବ୍ୟଜ୍ଞାନୀକ ମହତ୍ବ ମଧ୍ୟ ଅଛି। ଏହା ବ୍ୟତୀତ ଧାର୍ମିକ ରୂପରେ ମଧ୍ୟ ଏହା ମହତ୍ଵପୂର୍ଣ। ଯେବେ ମଧ୍ୟ ଆକାଶ ମଣ୍ଡଳରେ ସୂର୍ଯ୍ୟ ପରାଗ ଘଟଣା ଘଟେ ତେବେ ଏହା ପୃଥିବୀରବାସିଙ୍କୁ ଅନେକ ପ୍ରକାରରେ ପ୍ରଭାବିତ କରିଥାଏ। ସୂର୍ଯ୍ୟ ପରାଗ ସମୟରେ ଯିଏ ପୃଥିବୀ ଉପରେ ବସବାସ କରନ୍ତି, ସେ କିଛି ସମୟ ପାଇଁ ଚିନ୍ତିତ ହୋଇଯାନ୍ତି।

ସୂର୍ଯ୍ୟ ପରାଗ ଘଟଣା ଦେଖିବାକୁ ବହୁତ ସୁନ୍ଦର। ଏହି କାରଣରୁ ବିଶ୍ବ ସାରା ଲୋକ ଏହାର ଚିତ୍ର ଉଠାଇବା ଚେଷ୍ଟା କରିଥାନ୍ତି। କିନ୍ତୁ ଏହା ମନେ ରଖିବା ଉଚିତ କେବେ ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିବା ଉଚିତ ନୁହେଁ। ଏପରି କରିଲେ ଆଖି ଉପରେ ଖରାପ ପ୍ରଭାବ ପରି ଆଖି ଖରାପ ହୋଇପାରେ।

ଯଦି ଆପଣ ବିଶୁଦ୍ଧ ବୈଜ୍ଞାନିକ ରୂପରେ ସୂର୍ଯ୍ୟ ପରାଗକୁ ଦେଖିବାକୁ ଚାହୁଁଛନ୍ତି ତେବେ ସେଫଟି ଗିଅର ଓ ଫିଲ୍ଟର ଇତ୍ୟାଦି ବ୍ୟବହାର କରି ଏହାକୁ ଦେଖି ପାରିବେ।

ଧାର୍ମିକ ଦୃଷ୍ଟିକୋଣରୁ ସୂର୍ଯ୍ୟ ପରାଗକୁ ଶୁଭ ଘଟଣା କୁହଯାଏ ନାହିଁ କାରଣ ଏହି ସମୟରେ ସୂର୍ଯ୍ୟଙ୍କ ଉପରେ ରାହୁଙ୍କର ପ୍ରଭାବ ବଢ଼ିଯାଏ। ସୂର୍ଯ୍ୟ ପବିତ୍ର ଅଟନ୍ତି ଓ ଜଗତର ଆତ୍ମା ଅଟନ୍ତି ଓ ତାଙ୍କ ଉପର ରାହୁ ଙ୍କର ନକରାତ୍ମକ ପ୍ରଭାବ ପଡ଼ିବା ଦ୍ୱାରା ସୂର୍ଯ୍ୟ ଗ୍ରାସିତ ହୋଇଯାନ୍ତି। ଦିନରେ ମଧ୍ୟ ସୂର୍ଯ୍ୟଙ୍କର ଆଲୋକ କମି ଯାଏ ଓ ରାତି ପରି ଦେଖାଯାଏ। ପକ୍ଷୀଙ୍କୁ ଲାଗେ ଯେପରି ସନ୍ଧ୍ୟା ହୋଇଯାଇଛି ଓ ସେ ଘରକୁ ଫେରିବାକୁ ଲାଗନ୍ତି। ପରିବେଶରେ ଅଦ୍ଭୂତ ଶାନ୍ତିର ପରିବେଶ ସୃଷ୍ଟି ହୁଏ। ପ୍ରକୃତି ସହିତ ଜଡ଼ିତ ସମସ୍ତ ପ୍ରକାର ନିୟମ ପ୍ରଭାବିତ ହୁଏ। ସୂର୍ଯ୍ୟ ଜଗତର ଆତ୍ମା ବୋଲି କୁହାଯାଇଛି, ସେ ଆମର ଜଗତର ଶକ୍ତି ଅଟନ୍ତି, ଆମର ଆଶା, ଆମର ପିତା, ପିତା ସ୍ବରୂପ ଓ ରାଜ୍ୟ, ରାଜା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଇତ୍ୟାଦିର କାରକ ଗ୍ରହ। ଯେବେ ସୂର୍ଯ୍ୟ ପରାଗ ଲାଗେ ତେବେ ସେ ଯେଉଁ ରାଶିରେ ଓ ନକ୍ଷତ୍ରରେ ଆସି ପରାଗ ଲାଗନ୍ତି ସେଥିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ରୂପରେ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହା କିଛି ଲୋକଙ୍କ ପାଇଁ ସକାରାତ୍ମକ ମଧ୍ୟ ହୋଇଥାଏ କାରଣ ଏହି ରାଶି ଅନୁସାରେ ଶୁଭ ଓ ଅଶୁଭ ପ୍ରଭାବ ମିଳିଥାଏ ସେହିପାଇଁ ସମସ୍ତେ ନିଜର ଜୀବନରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ଉଚିତ।

ସୂର୍ଯ୍ୟ ପରାଗ - କେତେ ରୂପରେ ଦେଖାଯାଏ ସୂର୍ଯ୍ୟ ପରାଗ

ସୂର୍ଯ୍ୟ ପରାଗ ଯେବେ ଲାଗେ ଆମ ମନରେ ଉତ୍ସୁକତା ଆଣି ଆସିଥାଏ। ଆମର ସାମ୍ନାରେ ଅଲଗା ଅଲଗା ରୂପରେ ସୂର୍ଯ୍ୟ ପରାଗ ଦେଖାଯାଏ। ସୂର୍ଯ୍ୟ ପରାଗ ଅନେକ ପ୍ରକାରର ହୋଇଥାନ୍ତି ଯାହା ମଧ୍ୟରୁ ମୁଖ୍ୟ ଭାବରେ ସୂର୍ଯ୍ୟ ପରାଗ, ଆଂଶିକ ସୂର୍ଯ୍ୟ ପରାଗ, ବଲୟାକାର ସୂର୍ଯ୍ୟ ପରାଗ ଅଛି। ତେବେ ଚାଲନ୍ତୁ ଏବେ ବିସ୍ତୃତରେ ଜାଣିବା ଯେ ସୂର୍ଯ୍ୟ ପରାଗ କେତେ ପ୍ରକାରର ହୋଇଥାଏ ଓ ସେହି ସବୁ ବିଷୟରେ ବିସ୍ତୃତରେ ଜାଣିବାକୁ ଚେଷ୍ଟା କରିବା।

ଖାଗ୍ରସ ସୂର୍ଯ୍ୟ ପରାଗ

ଯେବେ ଚନ୍ଦ୍ରଙ୍କ ଦ୍ବାରା ସୂର୍ଯ୍ୟର ପ୍ରକାଶ ପୃଥିବୀ ଉପରେ ସମ୍ପୂର୍ଣ ଭାବରେ ପଡ଼େ ଓ ପୃଥିବୀକୁ ଢାଙ୍କି ଦିଏ, ତେବେ ପୂର୍ଣ ସୂର୍ଯ୍ୟ ପରାଗ ହୋଇଥାଏ। ଏହାକୁ ଖଗ୍ରାସ ସୂର୍ଯ୍ୟ ପରାଗ ମଧ୍ୟ କୁହଯାଏ।

ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ

ଯେବେ ଚନ୍ଦ୍ରଙ୍କ ଦ୍ବାରା ସୂର୍ଯ୍ୟଙ୍କର ପ୍ରକାଶ ଆଂଶିକ ଭାବରେ ପୃଥିବୀ ଉପରେ ପଡ଼ିଥାଏ, ତେବେ ସୂର୍ଯ୍ୟ ଆଂଶିକ ଭାବରେ ଗ୍ରାସିତ ହୋଇଥିବା ଦେଖାଯାଆନ୍ତି। ଏହାକୁ ଆଂଶିକ ସୂର୍ଯ୍ୟ ପରାଗ କୁହଯାଏ କିମ୍ବା ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଭାବରେ କୁହଯାଏ।

କଙ୍କଡ଼ାକୃତୀ ସୂର୍ଯ୍ୟ ପରାଗ

ଯେବେଚନ୍ଦ୍ରମାଙ୍କ ଦ୍ବାରା ସୂର୍ଯ୍ୟ କେବଳ କେନ୍ଦ୍ରକୁ ଢାଙ୍କି ପାରନ୍ତି ଓ ଚାରିପଟେ ତାଙ୍କର ପ୍ରକାଶ ଚମକୁଥାଏ, ତାହାକୁ ବଲୟାକାର ସୂର୍ଯ୍ୟ ପରାଗ କୁହଯାଏ ଯାହାକୁ ଆମେ ରିଂ ଅଫ ଫାୟାର ମଧ୍ୟ କହିଥାଉ। ବଲୟାକାର ସୂର୍ଯ୍ୟ ପରାଗକୁ କଙ୍କଡ଼ାକୃତୀ ସୂର୍ଯ୍ୟ ପରାଗ ମଧ୍ୟ କୁହଯାଏ।

ହାଇବ୍ରିଡ ସୂର୍ଯ୍ୟ ପରାଗ

ଏହି ସୂର୍ଯ୍ୟ ପରାଗ ଦୁର୍ଲଭ ପ୍ରକାରର ସୂର୍ଯ୍ୟ ପରାଗ ଅଟେ। ଏହି ସ୍ଥିତିରେ ସୂର୍ଯ୍ୟ ପରାଗ କିଛି ସ୍ଥାନରେ ଦେଖିଲେ ବଲୟାକାର ଆକୃତିରେ ଦେଖାଯାଏ ଓ କିଛି ଜାଗାରେ ପୂର୍ଣ ଭାବରେ ପରାଗ ରୂପରେ ଦେଖାଯାଏ। ଏହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ କୁହଯାଏ। ପାଖାପାଖି 5% ପରାଗ ହାଇବ୍ରିଡ ସୂର୍ଯ୍ୟ ପରାଗ ଅବସ୍ଥା ପ୍ରାପ୍ତ କରିପାରନ୍ତି।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ସୂର୍ଯ୍ୟ ପରାଗ- ବର୍ଷ 2025 ରେ ଲାଗିବାକୁ ଥିବା ସୂର୍ଯ୍ୟ ପରାଗ

ଯେତେବେଳେ ନୂଆ ବର୍ଷ ଆସେ ଆମେ ଏହି ଉତ୍ସୁକତା ରଖିଥାଉ ଯେ ଏହି ବର୍ଷ ସୂର୍ଯ୍ୟ ପରାଗ କେତୋଟି ଲାଗିବ, ଭାରତରେ କେତୋଟି ଦେଖିବା ପାଇଁ ମିଳିବ, ତେବେ ଆମେ ଆପଣଙ୍କୁ ସୂର୍ଯ୍ୟ ପରାଗ 2025 ବିଷୟରେ କହିବାକୁ ଯାଉଛୁ। ଏହି ବର୍ଷ ସମୁସାୟ ସୁଇତି ସୂର୍ଯ୍ୟ ପରାଗ ଘଟିବାକୁ ଯାଉଛି। ଏହାର ବିସ୍ତୃତ ବିବରଣୀ ତଳେ ଦିଅଯାଇଛି। ତାଲିକା ଅନୁସାରେ ଆପଣ ବହୁତ ସହଜରେ ବୁଝି ପାରିବେ:

ପ୍ରଥମ ସୂର୍ଯ୍ୟ ପରାଗ 2025 - ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ
ତିଥି ଦିନ ତଥା ବାର

ସୂର୍ଯ୍ୟ ପରାଗ ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ)

ସୂର୍ଯ୍ୟ ପରାଗ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର

ଚୈତ୍ର ମାସ କୃଷ୍ଣ ପକ୍ଷ

ଅମାବାସ୍ୟା ତିଥି

ଶନିବାର

29 ମାର୍ଚ୍ଚ, 2025

ଦ୍ଵିପ୍ରହର 14:21 ରୁ

ସାୟଂକାଳ 18:14 ପର୍ଯ୍ୟନ୍ତ

ବରମୁଡା, ବାରବାଡୋସ , ଡେନମାର୍କ, ଅସ୍ଟ୍ରୀୟା, ବେଲ୍ଜିୟମ, ଉତ୍ତର ବ୍ରାଜିଲ, ଫିନଲାଣ୍ଡ, ଜର୍ମାନୀ, ଫ୍ରାଂସ୍, ହଙ୍ଗାରୀ,ଆୟାରଲ୍ଯାଣ୍ଡ। ମୋରୋକ୍କୋ, ଗ୍ରୀନଲାଣ୍ଡ, କାନାଡାର ପୂର୍ବ ଭାଗ, ଲୁଥିଆନା, ହୋଲଣ୍ଡ, ପର୍ତୁଗାଲ, ନୋରୱେ, ଉତ୍ତର ଋସ, ସ୍ପେଇନ, ଉକ୍ରାଇନ, ସ୍ଵୀଜରଲ୍ଯାନ୍ଡ, ପୋଲାଣ୍ଡ, ସ୍ଵୀଡେନ, ଇଂଲ୍ଯାନ୍ଡ ଓ ଆମେରିକାର ପୂର୍ବ ଭାଗ, ସୁରିନାମ

(ଭାରତରେ ଦୃଶ୍ୟାମାନ ହେବ ନାହିଁ)

ନୋଟ: ଯଦି ଗ୍ରହଣ 2025 ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସୂର୍ଯ୍ୟ ପରାଗର ସମୟ ଭାରତୀୟ ମାନକ ସମୟ ଅନୁସାରେ।

ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବ, କିନ୍ତୁ ଭାରତରେ ଦୃଶ୍ୟାମାନ ନ ହେବା ଯୋଗୁଁ ଭାରତରେ କୌଣସି ମଧ୍ୟ ଧାର୍ମିକ ପ୍ରଭାବ ରହିବ ନାହିଁ ଓ ଏହାର ସୁତକ କାଳ ମଧ୍ୟ ପ୍ରଭାବଶାଳି ହେବ ନାହିଁ।

ବର୍ଷ 2025ରେ ଲାଗିବାକୁ ଥିବା ପ୍ରଥମ ସୂର୍ଯ୍ୟ ପରାଗ ବର୍ଷ 2025ର ପ୍ରଥମ ସୂର୍ଯ୍ୟ ପରାଗ ଏକ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ହେବ ଯାହା ଚୈତ୍ର ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶନିବାର ଦିନ 29 ମାର୍ଚ୍ଚ 2025 ଦ୍ଵିପ୍ରହର 14:21 ସନ୍ଧ୍ୟା ବେଳେ 18:14 ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ। ଏହି ସୂର୍ଯ୍ୟ ପରାଗ ବରମୁଡା, ବାରବାଡୋସ , ଡେନମାର୍କ, ଅସ୍ଟ୍ରୀୟା, ବେଲ୍ଜିୟମ, ଉତ୍ତର ବ୍ରାଜିଲ, ଫିନଲାଣ୍ଡ, ଜର୍ମାନୀ, ଫ୍ରାଂସ୍, ହଙ୍ଗାରୀ,ଆୟାରଲ୍ଯାଣ୍ଡ। ମୋରୋକ୍କୋ, ଗ୍ରୀନଲାଣ୍ଡ, କାନାଡାର ପୂର୍ବ ଭାଗ, ଲୁଥିଆନା, ହୋଲଣ୍ଡ, ପର୍ତୁଗାଲ, ନୋରୱେ, ଉତ୍ତର ଋସ, ସ୍ପେଇନ, ଉକ୍ରାଇନ, ସ୍ଵୀଜରଲ୍ଯାନ୍ଡ, ପୋଲାଣ୍ଡ, ସ୍ଵୀଡେନ, ଇଂଲ୍ଯାନ୍ଡ ଓ ଆମେରିକାର ପୂର୍ବ ଭାଗ, ସୁରିନାମ ଇତ୍ୟାଦିରେ ପ୍ରମୁଖ ଭାବରେ ଦେଖାଯିବ। ଭାରତରେ ଏହା ଦୃଶ୍ୟାମାନ ହେବ ନାହିଁ, ଭାରତରେ ସୂତକ କାଳର ମହତ୍ଵ ରହିବ ନାହିଁ କିନ୍ତୁ ଯେଉଁ ଜାଗାରେ ଏହା ଦେଖାଯିବ ସେଠାରେ ଏହାର ମୂଲ୍ୟ ରହିବ ଓ ସେହି ଜାଗାରେ ସୂର୍ଯ୍ୟ ପରାଗ ଆରମ୍ଭ ହେବାର 12 ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଯିବ।

ଏହି ସୂର୍ଯ୍ୟ ପରାଗ ମୀନ ରାଶି ଓ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ଲାଗିବ। ଏହି ଦିନ ମୀନ ରାଶିରେ ସୂର୍ଯ୍ୟ ଓ ରାହୁଙ୍କ ସହିତ ଶୁକ୍ର, ବୁଧ ଓ ଚନ୍ଦ୍ର ଉପସ୍ଥିତ ରହିବେ। ଦ୍ଵାଦଶ ଘରେ ଶନି ମହାରାଜ ବିରାଜମାନ ରହିବେ। ତୃତୀୟ ଘରେ ବୃଷ ରାଶିରେ ବୃହସ୍ପତି, ଚତୁର୍ଥରେ ମଙ୍ଗଳ ଓ ସପ୍ତମ ଘରେ କନ୍ୟାରେ କେତୁ ରହିବେ। ପାଞ୍ଚଟି ଗ୍ରହଙ୍କର ପ୍ରଭାବ ଏକା ସାଥେ ପଡ଼ିବା ଯୋଗୁଁ ଏହି ସୂର୍ଯ୍ୟ ପରାଗର ବହୁତ ପ୍ରଭାବ ଦେଖିବାକୁ ମିଳିବ।

ଗ୍ରହଣ 2025 ବିଷୟରେ ଏଠାରେ ବିସ୍ତୃତରେ ପଢ଼ନ୍ତୁ।

ଦ୍ଵିତୀୟ ସୂର୍ଯ୍ୟ ପରାଗ 2025 - ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ
ତିଥି ଦିନ ତଥା ବାର

ସୂର୍ଯ୍ୟ ପରାଗର ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ)

ସୂର୍ଯ୍ୟ ପରାଗ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର

ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା

ତିଥି

ରବିବାର ,

21 ସେପ୍ଟେମ୍ବର , 2025

ରାତ୍ରି

22:59 ରୁ

ମଧ୍ୟରାତ୍ରି ଉପରାନ୍ତ 27:23 ପର୍ଯ୍ୟନ୍ତ (22 ସେପ୍ଟେମ୍ବର ପ୍ରାତଃ 03:23 ପର୍ଯ୍ୟନ୍ତ)

ନିଉଜୀଲ୍ଯାନ୍ଡ, ଫିଜି, ଆଣ୍ଟାର୍କଟିକା, ଅସ୍ଟ୍ରେଲିୟାର ଦକ୍ଷିଣ ଭାଗ

(ଭାରତରେ ଦୃଶ୍ୟାମାନ ହେବ ନାହିଁ)

ନୋଟ: ଯଦି ଗ୍ରହଣ 2025 ଅନୁସାରେ ଦେଖାଯାଏ ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସମୟ ଭାରତୀୟ ମାନକ ଅନୁସାରେ।

ଏହି ସୂର୍ଯ୍ୟ ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟାମାନ ହେବ ନାହିଁ ଓ ଏହି କାରଣରୁ ଭାରତରେ ଏହି ସୂର୍ଯ୍ୟ ଗ୍ରହଣର କୌଣସି ଧାର୍ମିକ ପ୍ରଭାବ ଅଥବା ସୁତକ କାଳ ପାଳନ ହେବ ନାହିଁ। ସମସ୍ତ ଲୋକ ନିଜର କାମ ବିଧିବତ ଭାବରେ ସମାପ୍ତ କରିପାରିବେ।

ବର୍ଷ 2025ର ଦ୍ଵିତୀୟ ସୂର୍ଯ୍ୟ ପରାଗ ଏକ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ହେବ ଯାହା ଆଶ୍ଵିନ ମାସର କୃଷ୍ଣ ପକ୍ଷରେ ଅମାବାସ୍ୟାା ତିଥିରେ ରବିବାର 21 ସେପ୍ଟେମ୍ବର 2025 ରାତ୍ରି 22:59 ରେ ଆରମ୍ଭ ହୋଇ ମଧ୍ୟ ରାତ୍ରି 27:23 ପର୍ଯ୍ୟନ୍ତ ମାନେ 22 ସେପ୍ଟେମ୍ବର 2025 ପ୍ରାତଃ 03:23 ପର୍ଯ୍ୟନ୍ତ ଚାଲିବ। ଏହି ସୂର୍ଯ୍ୟ ପରାଗ ନିଉଜୀଲ୍ଯାନ୍ଡ, ଫିଜି, ଆଣ୍ଟାର୍କଟିକା, ଅସ୍ଟ୍ରେଲିୟାର ଦକ୍ଷିଣ ଭାଗରେ ଦେଖା ଯିବ। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପରି ଏହି ସୂର୍ଯ୍ୟ ପରାଗ ମଧ୍ୟ ଭାରତରେ ଦେଖା ଯିବ ନାହିଁ। ସେଥିପାଇଁ ଏହାର ସୂତକ କାଳ ମାନ୍ୟ ହେବ ନାହିଁ କିନ୍ତୁ ଯେଉଁ କ୍ଷେତ୍ରରେ ଦେଖା ଯିବ ସେଠାରେ ମାନ୍ୟ ହେବ। ଏହି ସୂତକ କାଳ ସୂର୍ଯ୍ୟ ପରାଗ ଆରମ୍ଭ ହେବାର 12 ଘଣ୍ଟା ପୂର୍ବରୁ ଲାଗିବ।

21 ସେପ୍ଟେମ୍ବର 2025 କୁ ଲାଗିବାକୁ ଥିବା ସୂର୍ଯ୍ୟ ପରାଗ କନ୍ୟା ରାଶି ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ରେ ଲାଗିବ। ଯେଉଁ ସମୟରେ ସୂର୍ଯ୍ୟ ପରାଗ ଘଟିବ ସେହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ବୁଧଙ୍କ ସହିତ କନ୍ୟା ରାଶିରେ ରହିବେ ଓ ତାଙ୍କ ଉପରେ ମୀନ ରାଶିରେ ବସିଥିବା ଶନି ଦେବଙ୍କର ଦୃଷ୍ଟି ରହିବ। ଏହା ଦ୍ବାରା ଦ୍ଵିତୀୟା ଘରେ ମଙ୍ଗଳ ମହାରାଜ, ଷଷ୍ଠ ଘରେ କୁମ୍ଭ ମହାରାଜ, ଦଶମ ଘରେ ବୃହସ୍ପତି ମହରାଜ ଓ ଦ୍ଵାଦଶ ଘରେ ଶୁକ୍ର ଓ କେତୁ ଏକାଠି ରହିବେ। କନ୍ୟା ରାଶି ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରରେ ଜନ୍ମ ଲୋକଙ୍କ ଓ ମହିଳାଙ୍କ ପାଇଁ ତଥା ବ୍ୟବସାୟୀଙ୍କ ପାଇଁ ଏହି ସୂର୍ଯ୍ୟ ପରାହ ବିଶେଷ ପ୍ରଭାବଶାଳୀ ପ୍ରମାଣିତ ହେବ।

2025 ସୂର୍ଯ୍ୟ ପରାଗର ସୂତକ କାଳ

ଯେପରି ଆମେ ଆପଣଙ୍କୁ ପ୍ରଥମେ କହିଥିଲୁ ଯେ ସୂତକ କାଳ ସୂର୍ଯ୍ୟ ପରାଗ ଆରମ୍ଭ ହେବାର 4 ପ୍ରହର ମାନେ ପାଖାପାଖି 12 ଘଣ୍ଟା ପୂର୍ବରୁ ଲାଗେ। ସୂତକ କାଳ ସେହି ସମୟ ହୋଇଥାଏ ଯେଉଁ ଅବଧିରେ କୌଣସି ଶୁଭ କାର୍ଯ୍ୟ ବର୍ଜିତ କାରଣ ଏହା ଏକ ଅଶୁଭ କାଳ।

ଏହି ସମୟରେ ଯେଉଁ କାମ କରାଯାଏ, ତାହାର ସଫଳ ହେବାର ଆଶା କମ ସେଥିପାଇଁ ଏହି ସମୟରେ କୌଣସି କାମ ନ କରିବା ଭଲ କିନ୍ତୁ ଯଦି କିଛି କାର୍ଯ୍ୟ ଅତି ଆବଶ୍ୟକ, ତେବେ କରନ୍ତୁ ଓ ଶୁଭ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହି ସୂତକ କାଳ ସୂର୍ଯ୍ୟ ପରାଗର 12 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ ଓ ସୂର୍ଯ୍ୟ ପରାଗ ସମାପ୍ତ ହେବା ସହିତ ଶେଷ ହୋଇଯାଏ। ଉପରେ କୁହାଯାଇଛି ଯେ ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ ସେଥିପାଇଁ ଭାରତରେ ଏହି ସୂତକ କାଳର କୌଣସି ମାନ୍ୟ ନାହିଁ କାରଣ କୌଣସି ପରାଗର ସୂତକ କାଳ ସେତବେଳେ ମାନ୍ୟ ହୁଏ ନାହିଁ ଜେଟବେଳେ ତାହା ଏକ ଜାଗାରେ ଦୃଶ୍ୟମାନ ହୁଏ ନାହିଁ। କିନ୍ତୁ ଯେଉଁଠାରେ ସୂର୍ଯ୍ୟ ପରାଗ 2025 ଘଟିବ ଓ ଦୃଶ୍ୟାମାନ ହେବ, ସେଠାରେ ଏହି ସୂତକ କାଳର ପ୍ରଭାବ ରହିବ ଓ ସେହି ସମ୍ବନ୍ଧିତ ସମସ୍ତ ନିୟମ ମାନ୍ୟ ହେବ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

2025 ସୂର୍ଯ୍ୟ ପରାଗ ସମୟରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ ଏହି ବିଶେଷ କଥା

ସୂର୍ଯ୍ୟ ପରାଗ 2025 ସମୟରେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡ଼ିବ। ଯଦି ଆପଣ ଏହି କଥାର ସମ୍ପୂର୍ଣ ଧ୍ୟାନ ରଖନ୍ତି ତେବେ ଆପଣ ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବରୁ ବଞ୍ଚି ପାରିବେ ଓ ଏହି ସୂର୍ଯ୍ୟ ପରାଗର କିଛି ବିଶେଷ ପ୍ରଭାବ, ଯାହା ଆପଣଙ୍କ ପାଇଁ ଶୁଭ ହୋଇପାରେ, ତାକୁ ପ୍ରାପ୍ତ କରି ପାରିବେ। ତେବେ ଚଳାନ୍ତୁ ଜାଣିବା କି କେଉଁ ସବୁ କାର୍ଯ୍ୟ କରି ସୂର୍ଯ୍ୟ ପରାଗରେ ଆପଣଙ୍କୁ ସଫଳତା ମିଳିବ:

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

2025 ସୂର୍ଯ୍ୟ ପରାଗର ସୂତକ କାଳରେ ଧ୍ୟାନ ରଖନ୍ତୁ ଏହି କଥା

2025 ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳା ଏହି କଥାର ଧ୍ୟାନ ରଖିବା ଉଚିତ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ବର୍ଷ 2025 ଆପଣଙ୍କର ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ ସବୁବେଳେ ସଫଳତା ଆଡ଼କୁ ଅଗ୍ରସର କରିବେ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ଜ୍ଯୋତିଷ ଅନୁସାରେ ଗ୍ରହଣ କେତେ ପ୍ରକାରର ?

ସୂର୍ଯ୍ୟ ପରାହ ଓ ଚନ୍ଦ୍ର ଗ୍ରହଣ ଦୁଇ ପ୍ରକାରର ।

2. ସୂର୍ଯ୍ୟ ପରାଗର ସୂତକ କାଳ କେବେ ଲାଗେ?

ସୂର୍ଯ୍ୟ ପରାଗର ସୂତକ କାଳ 12 ଘଣ୍ଟା ପୂର୍ବରୁ ଲାଗେ।

3. କେଉଁ ଗ୍ରହଙ୍କ ଯୋଗୁଁ ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କୁ ଗ୍ରହଣ ଲାଗେ?

ଛାୟା ଗ୍ରହ ରାହୁ ଓ କେତୁଙ୍କ ଯୋଗୁଁ ଗ୍ରହଣ ଲାଗେ।

Talk to Astrologer Chat with Astrologer