କେତୁ ଗୋଚର 2025 - ପ୍ରଭାବ, ରାଶିଫଳ ଏବଂ ଉପାୟ

Author: Monica Rajguru | Updated Wed, 18 Sep 2024 10:58 AM IST

ଏହି ଲେଖାରେ ଆପଣକେତୁ ଗୋଚର 2025 ବିଷୟରେ ପଢ଼ିବେ।କେତୁଙ୍କୁ ରାହୁଙ୍କର ଦ୍ଵିତୀୟ ଭାଗ କୁହଯାଏ। ଧାର୍ମିକ ବିଶ୍ବାସ ଅନୁଯାୟୀ ଏହା ସ୍ଵର୍ଭାନୁ ରାକ୍ଷସର ଗଣ୍ଡି ଓ ରାହୁ ତାର ମୁଣ୍ଡ।ସମୁଦ୍ର ମନ୍ଥନ ସମୟରେ ଯେବେ ସ୍ଵର୍ଭାନୁ ନାମକ ରାକ୍ଷସ ଦେବତାଙ୍କ ମଝିରେ ବସି ଅମୃତ ପାନ କରିବାକୁ ପ୍ରଯତ୍ନ କରିଥିଲା ତେବେ ଭଗବାନ ବିଷ୍ଣୁ ମୋହିନୀ ଅବତାର ଧରଣ କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର କହିବାରୁ ଜାଣିପାଣି ନିଜର ସୁଦର୍ଶନ ଚକ୍ରରେ ତାହାର ମୁଣ୍ଡ କାଟି ଦେଇଥିଲେ କିନ୍ତୁ ଅମୃତର କିଛି ଟୋପା ତାର କଣ୍ଠରେ ଯାଇଥିବା ଯୋଗୁଁ ସେ ଅମର ହୋଇଗଲା। ଏହି କାରଣରୁ ମୁଣ୍ଡ କୁ ରାହୁ ଓ ଗଣ୍ଡିକୁ କେତୁ କୁହଯାଏ। ସୂର୍ଯ୍ୟ ଓ ଚନ୍ଦ୍ର ମୋହିନୀ ଅବତାରଙ୍କୁ ସ୍ଵର୍ଭାନୁ ବିଷୟରେ ଅଭିଯୋଗ କରିଲେ ସେଥିପାଇଁ ରାହୁ ଓ କେତୁ କ୍ରମଶଃ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗ୍ରାସ କରନ୍ତି ଓ ଏହି କାରଣରୁ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହ ହୋଇଥାଏ।


ବୈଦିକ ଜ୍ଯୋତିଷଶାସ୍ତ୍ରରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ କୁହଯାଏ କିନ୍ତୁ ବର୍ତ୍ତମାନ ସମୟରେ ଏହି ଛାୟା ଗ୍ରହ ମଧ୍ୟ ବହୁତ ଅଧିକ ମହତ୍ଵପୂର୍ଣ ଓ ସେଥିପାଇଁ ଯେବେ ଆମେ କୌଣସି ଜାତକର ବିଶ୍ଳେଷଣ କରୁ ସେଥିରେ ନବଗ୍ରହଙ୍କ ମଧ୍ୟରେ ରାହୁ ଓ କେତୁଙ୍କର ମଧ୍ୟ ସ୍ଥାନ ଥାଏ।

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

କେତୁ ଗରାଜ ଅନେକ ସମୟରୁ କନ୍ୟା ରାଶିରେ ଗୋଚର କରୁଥିଲେ ଯାହାର ସ୍ବାମୀ ବୁଧ ଥିଲେ, ଏବେ ଏହା 18 ମଈ 2025 ସନ୍ଧ୍ୟାରେ 17:08ରେ ସୂର୍ଯ୍ୟଙ୍କର ସ୍ଵାମିତ୍ଵ ଥିବା ରାଶି ସିଂହ ରାଶିରେ ପ୍ରବେଶ କରିବେ। ସାଧାରଣତଃ ରାହୁ ଓ କେତୁଙ୍କର ଗୋଚର ଗୋଟିଏ ରାଶିଋ ଅନ୍ୟ ରାଶିକୁ ପାଖାପାଖି 18 ମାସରେ ଥରେ ହୁଏ।

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁ କେଟିଙ୍କୁ ଅନେକ ରାଶି ପ୍ରଦାନ କରାଯାଇ ନାହିଁ ସେଥିପାଇଁ ସେ କୌଣସି ରାଶିର ସ୍ବାମୀ ନୁହନ୍ତି ସେଥିପାଇଁ ଯେଉଁ ରାଶିରେ ବସନ୍ତି ସେହି ରାଶିର ସ୍ବାମୀ ଓ ସେଠୀ ଅବସ୍ଥିତ ଗ୍ରହଙ୍କର ପ୍ରଭାବ ଯୋଗୁଁ ଫଳ ଦେଇଥାନ୍ତି। କିଛି ଜ୍ଯୋତିଷ ବିଛା ରାଶିରେ ଓ କିଛି ଜ୍ଯୋତିଷ ଧନୁ ରାଶିରେ କେତୁଙ୍କୁ ଉଚ୍ଚ କୁହନ୍ତି ଓ ବୃଷ କିମ୍ବା ମିଥୁନ ରାଶିରେ କେତୁ ଗ୍ରହଙ୍କୁ ନିଚ୍ଚ ରାଶି କୁହଯାଏ।

Click here to read in English: Ketu Transit 2025

କେତୁ ଏକ ରହସ୍ୟମୟ ଗ୍ରହ ଓ ଏହା ଅଜ୍ଞାତ ଜିନ୍ସ ଖୋଜିବାରେ ଆମର ସାହାଜ୍ୟ କରନ୍ତି। ଏହା ଜ୍ଯୋତିଷଶାସ୍ତ୍ରରେ ଜ୍ଞାନ ଦେବା ଗ୍ରହ ମଧ୍ୟ କୁହଯାଏ। ଯଦି ବୃହସ୍ପତିଙ୍କର ପ୍ରଭାବ ଥାଏ ତେବେ ବ୍ୟକ୍ତି ଅତ୍ୟନ୍ତ ଧାର୍ମିକ ଓ ଯଦି ମଙ୍ଗଳଙ୍କର ପ୍ରଭାବ ଥାଏ ତେବେ ଅତ୍ୟନ୍ତ କ୍ରୂର ହୋଇଯାଏ। ଯଦି କେତୁ ଭଲ ସ୍ଥିତିରେ ଅଛନ୍ତି ଓ ମଙ୍ଗଳଙ୍କର ସ୍ଥିତି ଭଲ ଅଛି ତେବେ ବ୍ୟକ୍ତି ଏକ ଭଲ ଶଲ୍ୟ ଚିକିତ୍ସକ ହୋଇପାରେ। ଏହା ଲୋକଙ୍କୁ ଅଜ୍ଞାତ ଖୋଜିବାର ଶକ୍ତି ପ୍ରଦାନ କରେ। କେତୁ ଗ୍ରହଙ୍କର ପ୍ରଭାବରୁ ବ୍ୟକ୍ତି ପରାବୈଜ୍ଞାନିକ ମଧ୍ୟ ହୋଇପାରେ।

କେତୁ ମଧ୍ୟ ସବୁବେଳେ ବକ୍ରୀ ଗତି କରନ୍ତି। ଏହି କାରଣରୁ କେତୁ ପୂର୍ବ ରାଶିରେ ପ୍ରବେଶ କରନ୍ତି ଓ କନ୍ୟା ପରେ ତାଙ୍କର ସିଂହ ରାଶିରେ ଗୋଚର ହେବ। ଏପରି କୁହଯାଏ ଯେ କେତୁ ଯେଉଁ ରାଶିରେ ବସନ୍ତି ସେହି ରାଶିର ସ୍ବାମୀ ଗ୍ରହ ପରି ଫଳ ପ୍ରଦାନ କରନ୍ତି। ଏହା ବ୍ୟତୀତ ଯେଉଁ ଗ୍ରହଙ୍କର ଦୃଷ୍ଟି କେତୁ ଉପରେ ଥାଏ ଓ ଯେଉଁ ଗ୍ରହ କେତୁଙ୍କ ସହିତ ରୁହନ୍ତି, ତାଙ୍କର ପ୍ରଭାବ ମଧ୍ୟ କେତୁଙ୍କର ଫଳ ପରି ଦେଖାଯାଏ।

କେତୁ ଗୋଚରବିଷୟରେ କହିଲେ 18 ମଈ 2025 ରୁ କେତୁ ସିଂହ ରାଶିରେ ଗୋଚର କରିବେ ଓ ଏହି ସମ୍ପୁର ବର୍ଷ ସିଂହ ରାଶିରେ ରହିବେ। କେତୁ ଗ୍ରହଙ୍କୁ ମୁଖ୍ୟ ଭାବରେ ତୃତୀୟ, ଷଷ୍ଠ ଓ ଏକାଦଶ ଘରେ ଭଲ ଫଳ ଦେଉଥିବା ଗ୍ରହ କୁହଯାଏ। ଯଦି ଦ୍ଵାଦଶ ଘରେ ବୃହସ୍ପତିଙ୍କର ରାଶିରେ କେତୁଙ୍କ ରୂପସ୍ଥିତି ଅଛି ତେବେ ଏହା ବ୍ୟକ୍ତି ପାଇଁ ମୋକ୍ଷ ପ୍ରଦାନ କରୁଥିବା ଗ୍ରହ ହୋଇଯାଏ। ଆସନ୍ତୁ ଜାଣିବା ବାର 2025 ସମୟରେ କେତୁ ଗୋଚର 2025 ଆପଣଙ୍କୁ କ’ଣ ଫଳ ଦେବ, ଆପଣଙ୍କୁ କେଉଁ କ୍ଷେତ୍ରରେ ସଂଘର୍ଷ କରିବା ପାଇଁ ପଡ଼ିବ ଓ କେଉଁ କ୍ଷେତ୍ରରେ ଆପଣଙ୍କ ପାଇଁ କେତୁ ଗ୍ରହଙ୍କର ଅନୁକୂଳତା ପ୍ରାପ୍ତ କରିବା ପାଇଁ ପ୍ରତିକାର କ’ଣ କରିବେ। ତେବେ ଚଳାନ୍ତୁ ବିସ୍ତୃତରେ ଜାଣିବା କେତୁ ଗୋଚରର ଆପଣଙ୍କର ରାଶି ପାଇଁ କ’ଣ ପ୍ରଭାବ ରହିବ।

ମେଷ ରାଶିଫଳ

କେତୁ ଗୋଚର ଅନୁସାରେ ମେଶ ରାଶି ଲୋକଙ୍କ ଜୀବନରେ କେତୁ ଗୋଚର ଆପଣଙ୍କର ରାଶିର ପଞ୍ଚମ ଘରେ ହେବ। ଏହି ଘରକୁ ପ୍ରେମର ଘର କୁହଯାଏ ଓ ଶିକ୍ଷା ଓ ସନ୍ତାନର ଘର ମଧ୍ୟ। ଏହି ସ୍ଥିତିରେ କେତୁଙ୍କର ଏଠି ଗୋଚର କରିବା ଆପଣଙ୍କ ପାଇଁ ଅନୁକୂଳ କୁହା ଯିବ ନାହିଁ। ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ଭଲ ସ୍ଥିତି ହେ, ଆପଣଙ୍କୁ ଅଜ୍ଞାତ କୁ ଜାଣିବା ପାଇଁ ଇଚ୍ଛା ହେବ। ଆପଣ ଅନେକ ଏପରି ବିଷୟ ପଢ଼ିବେ ଓ ଜାଣିବେ । ଭୌଗଳିକ ସ୍ଥିତି, ଜ୍ଯୋତିଷଶାସ୍ତ୍ର, ଜ୍ଯୋତିଷ, ଅଧ୍ୟାତ୍ମ, ଇତ୍ୟାଦି ରେ ଆପଣଙ୍କର ରୁଚି ବଢ଼ିବ। ଆପଣ ତନ୍ତ୍ର ମନ୍ତ୍ରରେ ମଧ୍ୟ ରୁଚି ଦେଖାଇବେ। ଏଠାରେ ଉପସ୍ଥିତ କେତୁଙ୍କ ପ୍ରଭାବ ଯୋଗୁଁ ଆପଣଙ୍କର ପ୍ରେମ ସମ୍ବନ୍ଧରେ ସମସ୍ଯା ଆସିପାରେ। ଏହି ସମୟରେ ଆପଣ ଓ ଆପଣଙ୍କର ପ୍ରିୟତମ ମଧ୍ୟରେ ଭାବନା ଆଦାନ ପ୍ରଦାନ ହେବ ଓ ଭୁଲ ବୁଝମାନ ବଢ଼ିବ। ଆପଣଙ୍କୁ ପ୍ରତାରଣା ମିଳିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ। ସନ୍ତାନକୁ ଏଇ କିଛି ଚିନ୍ତା ବଢ଼ିପାରେ ସେଥିପାଇଁ ଏହି ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ।

ଉପାୟ : ଆପଣଙ୍କୁ ମଙ୍ଗଳବାର ଦିନ କୌଣସି ମନ୍ଦିରରେ ତ୍ରିକୋଣ ପତାକା ଲଗାଇବା ଉଚିତ। मं

ବୃଷ ରାଶିଫଳ

ବୃଷ ରାଶି ଲୋକଙ୍କ ପାଇଁ କେତୁ ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ। କେତୁଙ୍କୁ ବିରକ୍ତିର କାରକ ଗ୍ରହ କୁହନ୍ତି ସେଥିପାଇଁ ସେ ଯେଉଁ ଘରେ ବସନ୍ତି ସେହି ଘରର ଫଳ ହ୍ରାସ ହୋଇଯାଏ। ଏହି କାରଣ ଯୋଗୁଁ ଯେବେ କେତୁ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ ତେବେ ପାରିବାରିକ ଜୀବନରେ କିଛି ସମସ୍ଯା ଦେଖାଯିବ। ପରିବାରରେ ହଠାତ ଚାପ ଓ ଭୁଲ ବୁଝାମଣା ବଢ଼ିବ। ଆପଣ ପରିବାରରେ ଶାନ୍ତିର ଅଭାବ ଅନୁଭବ କରିବେ ସେଥିପାଇଁ ଘରେ ମନ କମ ଲାଗିବ ଓ ଆପଣ ଅଧିକ ସମୟ ବାହାରେ ରହିବା ପସନ୍ଦ କରିବେ। ଆପଣଙ୍କର ମାତାଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ। ଏହି ସମୟରେ ଆପଣଙ୍କୁ ଛାତି କିମ୍ବା ଫୁସଫୁସରେ ସଂକ୍ରମଣ ହୋଇପାରେ। ଏପରି ସ୍ଥିତିରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଓ ନିଜର ପରିବେଶର ଧ୍ୟାନ ରଖିବା ପାଇଁ ପଡ଼ିବ ଯାହା ଫଳରେ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ।

ଉପାୟ : ଆପଣଙ୍କୁ କେତୁ ମହାରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ମିଥୁନ ରାଶିଫଳ

ମିଥୁନ ରାଶି ଲୋକଙ୍କ ପାଇଁ କେତୁ ଗୋଚର ଆପଣଙ୍କର ରାଶିର ତୃତୀୟ ଘରେ ହେବ। ସାଧାରଣତଃ ତୃତୀୟ ଘରେ କେତୁଙ୍କର ଗୋଚର କରିବା ଅନୁକୂଳ କୁହଯାଏ। ଏପରି ସ୍ଥିତିରେ ଆପଣଙ୍କର ସାହସ ଓ ପରାକ୍ରମ ବୃଦ୍ଧି ହେବ। ଆପଣ ପ୍ରତ୍ଯେକ କାମ ସଚ୍ଚୋଟତାର ସହିତ କରିବେ। ଧାର୍ମିକ କାର୍ଯ୍ୟକଳାପରେ ଆପଣଙ୍କର ମନରେ ଇଚ୍ଚା ଜାଗୃତ ହେବ।ଆପଣ ନିଜର ସାଙ୍ଗ, ସମ୍ପର୍କୀୟ, ଭାଇ ଭଉଣୀଙ୍କ ସହିତ ଧାର୍ମିକ ସ୍ଥାନ ଯାତ୍ରା କରିବେ। ଆପଣଙ୍କର ମନ ଏକ ରମଣୀୟ ସ୍ଥଳରେ ଅଧିକ ଲାଗିବ ଓ ଆପଣଙ୍କର ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ଏହି ସମୟରେ ଭାଇ-ଭଉଣୀଙ୍କୁ କିଛି ଶାରୀରିକ ସମସ୍ଯା କାଇରାଣ କରିପାରେ। ସେଥିପାଇଁ ଜଡ ଇଅବଶ୍ୟକ ହୁଏ ତେବେ ଆପଣଙ୍କୁ ଏହି ସମୟରେ ତାଙ୍କର ସାହାଜ୍ୟ କରିବା ପାଇଁ ପଡ଼ିବ। ଏହି ଗୋଚରର ପ୍ରଭାବ ଦ୍ବାରା ଆପଣ ଅନେକ ସମ୍ପତି କିଣିବାରେ ସଫଳ ହେବେ। ଆପଣ ବ୍ୟବସାୟ ସମ୍ବନ୍ଧିତ ରିସ୍କ ଉଠେଇବା ପାଇଁ ତତ୍ପର ହେବେ।

ଉପାୟ : କେତୁଙ୍କର ଶୁଭ ପରିଣାମ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ କୁକୁରଙ୍କୁ ଭୋଜନ ଦେବା ଉଚିତ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କର୍କଟ ରାଶିଫଳ

କର୍କଟ ରାଶି ପାଇଁ କେତୁ ଗୋଚର 2025 ବିଷୟର କହିଲେ ଏହା ଆପଣଙ୍କର ରାଶିର ଦ୍ଵିତୀୟ ଘରେ ହେବ। ଦ୍ଵିତୀୟ ଘର ଆପଣଙ୍କର ଧନ, ବାଣୀ ଓ କୁଟୁମ୍ବର ଘର। ଏପରି ସ୍ଥିତିରେ କେତୁଙ୍କର ଏହି ଘରେ ଗୋଚର କରିବା ଉତ୍ଥାନ-ପତନ ଜୀବନରେ ଆଣିବ। ଆପଣ ଏପରି ଅନେକ କଥା କହିବେ ଯେଉଁଥିରେ ଦୁଇଟି ଅର୍ଥ ବାହାରୁଥିବା। ଏହା ସାମ୍ନା ବାଲା ଉପରେ ନିର୍ଭର କରେ ସେ ତାହାର ଅର୍ଥ ଭଲ ଭାବିବ କିମ୍ବା ଖରାପ। ଏପରି ସ୍ଥିତିରେ ଅନେକ ଲୋକ ଆପଣଙ୍କର କଥା କୁ ଖରାପ ଭାବି ପାରନ୍ତି। ଏହି ସମୟରେ ଆପଣଙ୍କୁ ଧନ ସଞ୍ଚୟ କରିବାର ସମସ୍ଯା ହୋଇପାରେ ଓ ଆପଣ ପରିବାର ଠାରୁ ଅଲଗା ହେବାକୁ ଚେଷ୍ଟା କରିବେ। ଆପଣଙ୍କୁ ଲାଗିବ ଆପଣଙ୍କ ଚାରି ପାଖରେ ଅନୁକୂଳ ସ୍ଥିତି ନାହିଁ। ସେଥିପାଇ ଆପଣ ସମସ୍ତଙ୍କ ଠାରୁ ଦୂରକୁ ଯିବାକୁ ଚାହିଁବେ । ଆପଣଙ୍କୁ ନିଜର ପରିସ୍ଥିତିକୁ ସମ୍ଭାଳିବା ଉପରେ ଧ୍ୟାନ ଦେବାକୁ ହେବ। ଏହି ଗୋଚର ସମୟରେ ଆପଣଙ୍କର ମୁହଁରେ ଛାଲ, ଦାନ୍ତରେ ଦରଜ ପରି ସମସ୍ଯା ହଇରାଣ କରିପାରେ। ଏହି ସମୟରେ ଆପଣଙ୍କର ଜୀବନସାଥୀକୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ ସେଥିପାଇଁ ତାଙ୍କର ଧ୍ୟାନ ରଖନ୍ତୁ।

ଉପାୟ : ଆପଣଙ୍କୁ ଭଗବାନ ଶ୍ରୀଗଣେଶଙ୍କୁ ଦୂର୍ବାଙ୍କୁର ଅର୍ପଣ କରିବା ଉଚିତ।

ପାଆନ୍ତୁ ନିଜର ଜାତକ ଅନୁଯାୟୀ ସଠିକ ଗୁରୁ ରିପୋର୍ଟ୍

ସିଂହ ରାଶିଫଳ

ସିଂହ ରାଶି ଲୋକଙ୍କ ପାଇଁ କେତୁ ଗୋଚର 2025 ଆପଣଙ୍କର ରାଶି ପାଇଁ ବହୁତ ମହତ୍ୱପୂର୍ଣ ହେବାକୁ ଯାଉଛି କାରଣ ଏହା ଆପଣଙ୍କର ରାଶିର ପ୍ରଥମ ଘରେ ହେବ। ସେଥିପାଇଁ ଏହାର ଆପଣଙ୍କର ଜୀବନ ଉପରେ ବିଶେଷ ପ୍ରଭାବ ପଡ଼ିବ ସେଥିପାଇଁ ଏହି ଗୋଚର ସମୟରେ ନିଜର ସ୍ବାସ୍ଥ୍ୟ ସମସ୍ଯା ପ୍ରତି ସାବଧାନ ରୁହନ୍ତୁ। ଛୋଟ ଚୂତ ସମସ୍ଯା କିମ୍ବା ସଂକ୍ରମଣ ପାଇଁ ଚିକିତ୍ସକଙ୍କୁ ଦେଖନ୍ତୁ। ଏହି ସମୟରେ ମନରେ ବିରକିର ଭାବ ଆସିବ। ଆପଣ ନିଜର ପରିବେଶକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନ ସମ୍ବନ୍ଧରେ ସମସ୍ଯା ବଢ଼ିପାରେ କାରଣ ଆପଣଙ୍କର ବିଚାର ଅଲଗା ହେବ ଓ ଜୀବନସଥୀସେହି ସମସ୍ଯା ବୁଝି ପାରିବେ ନାହିଁ। ତାଙ୍କୁ ଲାଗିବ ଆପଣ କିଛି ଲୁଚାଉଛନ୍ତି ଯାହାର ପ୍ରଭାବ ଆପଣଙ୍କର ବୈବାହିକ ଜୀବନ ଉପରେ ପଡ଼ିବ। ବ୍ଯବସାୟିକ ସମ୍ବନ୍ଧ ପାଇଁ ମଧ୍ୟ ଏହି ଗୋଚର ଅଧିକ ଅନୁକୂଳ କୁହାଯିବ ନାହିଁ। ଆପଣଙ୍କୁ ନିଜ ବ୍ୟବଶୟିକ କାର୍ଯ୍ୟ ପାଇଁ ଅନୁଭବି ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ କାରଣ ଏଥିରୁ ଲାଭ ହୋଇପାରେ। ଆପଣଙ୍କର ନିଷ୍ପତି ନେବାର କ୍ଷମତା ପ୍ରଭାବିତ ହେବ। ମନରେ ଧାର୍ମିକ ବିଚାର ବଢ଼ିବ।

ଉପାୟ : ଆପଣଙ୍କୁ ମଙ୍ଗଳବାର ଦିନ ଛୋଟ ବାଳକଙ୍କୁ ଗୁଡ଼ ଓ ଚଣା ପ୍ରସାଦ ବାଣ୍ଟିବା ଉଚିତ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

କନ୍ୟା ରାଶିଫଳ

କନ୍ୟା ରାଶି ଲୋକଙ୍କ ପାଇଁ କେତୁ ଗୋଚର 2025 ଆପଣଙ୍କର ରାଶିର ଦ୍ଵାଦଶ ଘରେ ହେବ। ଏହି ଗୋଚର ଆପଣଙ୍କ ପାଇଁ ଅଧିକ ଅନୁକୂଳ ରହିବାର ସମ୍ଭାବନା ନାହିଁ ସେଥିପାଇଁ ଆପଣଙ୍କୁ କିଛି ସାବଧାନ ରହିବା ପାଇଁ ପଡ଼ିବ। ସର୍ବପ୍ରଥମେ ଆପଣଙ୍କର ଖର୍ଚ୍ଚ ବଢ଼ିବ। ହଠାତ ଆପଣଙ୍କ ପାଖକୁ ଖର୍ଚ୍ଚ ଆସିବ। ସେହି ଖର୍ଚ୍ଚ ଆବଶ୍ୟକ ଥିବ ଓ ଆପଣଙ୍କୁ ବାଧ୍ୟ କରିବାକୁ ହେବ। ଏହା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ବୋଝ ପକାଇବ। ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେବେ। ଏହି ସମୟରେ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଜର, ମୁଣ୍ଡ ବିନ୍ଧା, କୌଣସି ପ୍ରକାରର ସଂକ୍ରମଣ ଆପଣଙ୍କୁ ଚିନ୍ତା ଦେଇପାରେ। ସେଥିପାଇଁ ନିଜର ସ୍ବାସ୍ଥ୍ୟ କୁ ନେଇ ବେପରୁଆ ହୁଅନ୍ତୁ ନାହିଁ। କେତୁ ଗ୍ରହଙ୍କର ଏହି ଗୋଚର ଯୋଗୁଁ ଆପଣଙ୍କ ମନରେ ଆଧ୍ୟାତ୍ମିକ ବିଚାର ଆସିବ ଓ ଆପଣ ଧ୍ୟାନ, ସାଧନ, ଇତ୍ୟାଦିରେ ସମୟ କଟାଇବେ। କାର୍ଯ୍ୟକ୍ଷେତ୍ରରେ ଉଦାସୀନତା ଅନୁଭବ ହେବ। ତୀର୍ଥ ଯାତ୍ରା କରିବାର ସୁଯୋଗ ମିଳିବ।

ଉପାୟ : ଆପଣଙ୍କୁ କେତୁ ମହାରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

ତୁଳା ରାଶିଫଳ

କେତୁ ଗୋଚର ବିଷୟରେ କହିଲେ ତୁଳା ରାଶିର ଲୋକଙ୍କ ପାଇଁ କେତୁ ଗୋଚରରେ ଆପଣଙ୍କର ଏକାଦଶ ଘରେ ହେବ। ଏକାଦଶ ଘରେ ହେବାକୁ ଥିବା କେତୁ ଗୋଚର ସାଧାରଣତଃ ଶୁଭ ଫଳ ଦିଏ ସେଥିପାଇଁ ସମ୍ଭାବନା ଅଛି ଯେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ଦ୍ବାରା ଆପଣଙ୍କର ରୋଜଗାର ବଢ଼ିବ। ଆପଣ ନିଜର ଇଚ୍ଛାକୁ ପୂରଣ କରିବା ଉପରେ ଧ୍ୟାନ ଦେବେ ଓ ଏଥିରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ଏହି ଗୋଚର ଅନୁକୂଳ ରହିବାର ସମ୍ଭାବନା ନାହିଁ ସେଥିପାଇଁ ସାବଧାନ ରୁହନ୍ତୁ। ଟିକେ କଥାରେ ଆପଣ ଓ ଆପଣଙ୍କର ସାଥୀ ମଧ୍ୟରେ ଝଗଡ଼ା ହୋଇପାରେ ଯାହା ଆପଣଙ୍କର ସମ୍ପର୍କ ପାଇଁ ଭଲ ନୁହେଁ। ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କର ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଚାପ ବଢ଼ିବ। ଆପଣ ନିଜର ଭାଇ ଭଉଣୀଙ୍କ ପାଇଁ ଅସହଜ ଅନୁଭବ କରିପାରନ୍ତି। ତାଙ୍କର ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ କିନ୍ତୁ ଆପଣଙ୍କୁ କିଛି ନୂଆ କରିବାର ମଉକା ମିଳିବ।

ଉପାୟ : ଆପଣଙ୍କୁ ଲହସୁନିୟା ରତ୍ନ ଧାରଣ କରିବା ଉଚିତ।

ବିଛା ରାଶିଫଳ

ବିଛା ରାଶି ଲୋକଙ୍କ ପାଇଁ କେତୁ ଗୋଚର ଆପଣଙ୍କର ରାଶିର ଦଶମ ଘରେ ହେବ। ଏହି ଗୋଚର ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ। ଗୋଟିଏ ପଟେ ପାରିବାରିକ ଜୀବନରେ ଚାପ ଓ ବିବାଦ ପରିସ୍ଥିତି ରହିବ। ପାରସ୍ପରିକ ବୁଝାମଣା ହ୍ରାସ ପାଇବ। ଆପଣଙ୍କ ମଧ୍ୟରେ ପ୍ରେମ ବଢ଼ିବ ଓ ସଂତୁଳନ ବଢ଼ିବ। ଆପଣଙ୍କର ପିତାଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ ଯାହା ଫଳରେ ଆପଣଙ୍କୁ ମଧ୍ୟ ଚିନ୍ତା ହେବ। ଆପଣଙ୍କୁ ତାଙ୍କର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ।କେତୁ ଗୋଚର 2025 ଅନୁଯାୟୀଚାକିରି କରୁଥିବ ବ୍ୟକ୍ତିଙ୍କ ପାଇଁ କେତୁଙ୍କର ସ୍ଥିତି ବହୁତ ସନ୍ତୁଳିତ ରହିବ। ଆପଣ ନିଜର କାମ କରିବେ ଓ ସବୁ ଠିକ ରହିବ କିନ୍ତୁ ଅନେକ ଥର ଏପରି ହେବ ଯେ ଆପଣଙ୍କୁ ନିଜର ମନପସନ୍ଦ କାମ ନ ମିଳିବା କାରଣରୁ କାର୍ଯ୍ୟକ୍ଷେତ୍ର ସହିତ ଆପଣଙ୍କର ମୋହ ଭାଙ୍ଗି ଯାଇପାରେ ଓ ଏହି କାରଣ ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଖରାପ ହୋଇପାରେ ଓ ଚାକିରିରେ ଚାପ ବଢ଼ିପାରେ। ସେଥିପାଇଁ ଆପଣଙ୍କୁ ବହୁତ ଅଧିକ ବୁଦ୍ଧିମାନ ଭାବରେ ନିଜର କାର୍ଯ୍ୟ କରିବାକୁ ହେବ ଯାହା ଫଳରେ ଆପଣଙ୍କୁ କୌଣସି ଚିନ୍ତା ହେବ ନାହିଁ।

ଉପାୟ : ଆପଣଙ୍କୁ କୁକରକୁ ଭୋଜନ ଦେବା ଉଚିତ।

ଧନୁ ରାଶିଫଳ

ଧନୁ ରାଶି ଲୋକଙ୍କ ପାଇଁ କେତୁ ମହାରାଜ ନବମ ଘରେ ଗୋଚର କରିବେ ଓ ଏହା ଧର୍ମ ଘର ହୋଇଥାଏ ଓ କାଳ ପୁରୁଷର ଜାତକରେ ବୃହସ୍ପତି ଏହି ଘରର ସ୍ବାମୀ। ଏହି ସ୍ଥିତି ଓ କେତୁଙ୍କର ଏହି ପ୍ରକାରର ଗୋଚର ଆପଣଙ୍କର ଜୀବନରେ ଧାର୍ମିକ ସ୍ଥଳର ଯାତ୍ରାର ଯୋଗ ତିଆରି ହେଉଛି। ଆପଣ ଲମ୍ବା ତୀର୍ଥ ଯାତ୍ରା କରିବେ। ଆପଣଙ୍କର ମନ ଧାର୍ମିକ ସ୍ଥାନରେ ଅଧିକ ଲାଗିବ। ଆପଣ ସାଧନା , ଧ୍ୟାନ, ମେଡିଟେସନ ଓ ପ୍ରାଣାୟାମ ପରି ଗତିବିଧି ଅପଣାଇବାକୁ ଚେଷ୍ଟା କରିବେ। ଅପ ଧାର୍ମିକ ସ୍ଥାନ ସହିତ ଧାର୍ମିକ ପର୍ଯ୍ୟଟନ ଆଡ଼କୁ ଅଗ୍ରସର କରିବେ। ଆପଣଙ୍କୁ ପୂଜା ପାଠ ପସନ୍ଦ ଆସିବ। ଆପଣ ଏକା ରହିବାକୁ ପସନ୍ଦ କରିବେ। କିନ୍ତୁ ଏହି ଅବସ୍ଥା ଭଲ ହେବ ନାହିଁ। ଏକୁଟିଆ ରହିବା ଯୋଗୁଁ ଆପଣଙ୍କୁ କିଛି ଉଦାସୀନତା ଅନୁଭବ ହେବ ଯାହାକୁ ଦୂର କରିବା ପାଇଁ ଆପଣଙ୍କର ପରିବାର ଲୋକଙ୍କର ସାହାଜ୍ୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ସମସ୍ଯାର ସ୍ଥିତି ତିଆରି ହୋଇପାରେ ଓ ଏହି ସମୟରେ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବିବାଦ ହେବାର ଯୋଗ ଅଛି।

ଉପାୟ : ଆପଣଙ୍କୁ କେତୁଙ୍କର ଦୁଷ୍ପ୍ରଭବ ଦୂର କରିବା ପାଇଁ ଶ୍ରୀ ଗଣେଶ ଭଗବାନଙ୍କର ଉପାସନା କରିବା ଉଚିତ।

ମକର ରାଶିଫଳ

ମକର ରାଶି ଲୋକଙ୍କ ପାଇଁ କେତୁ ଗୋଚର ଆପଣଙ୍କର ରାଶିରୁ ଅଷ୍ଟମ ଘରେ ହେବ। ଅଷ୍ଟମ ଘର ଅଜ୍ଞାତ ଘର ହୋଇଥାଏ। ଏପରି ସ୍ଥିତିରେ ରହସ୍ୟମୟ କେତୁ ଗ୍ରହଙ୍କର ଅଷ୍ଟମ ଘରକୁ ଯିବା ଆପଣଙ୍କ ପାଇଁ ଉତ୍ଥାନ-ପତନ ଆଣିପାରେ। ଏହି ସମୟରେ ହଠାତ ଧନ ଲାଭ ହୋଇପାରେ ଓ ଶାରୀରିକ ସମସ୍ଯା ହଇରାଣ କରିପାରେ। କେତୁଙ୍କର ଏହି ଗୋଚର ସମୟରେ ଆପଣଙ୍କୁ ପିତ୍ତ ଜଡ଼ିତ ସମସ୍ଯା ଓ ଗୁପ୍ତ ସମସ୍ଯା ହଇରାଣ କରିପାରେ। ଶରୀରରେ ପିତ୍ତ ତତ୍ଵ ବଢ଼ିବା ଯୋଗୁଁ କିଛି ସମସ୍ଯା ହୋଇପାରେ। କେତୁ ଗ୍ରହଙ୍କର ଏହି ଗୋଚର ପ୍ରଭାବ ଦ୍ବାରା ଆପଣଙ୍କର ମନ ଧନ, ସାଧନା, ଅଧ୍ୟାତ୍ମରେ ଅଧିକ ଲାଗିବ। ଆପଣଙ୍କର ଜ୍ଞାନ ଜ୍ଯୋତିଷଶାସ୍ତ୍ର ଶିଖିବା ପାଇଁ ଇଚ୍ଛୁକ ହେବ।କେତୁ ଗୋଚର 2025 ଅନୁଯାୟୀ ଏହି ସମୟ ଆତ୍ମ ଚିନ୍ତନ ପାଇଁ ଉପଯୁକ୍ତ ରହିବ କିନ୍ତୁ ଭୌତିକ ସୁଖ ସୁବିଧାରେ ହ୍ରାସ ଘଟିବ। ଏହି ସମୟରେ ଆପଣଙ୍କର ଓ ଜୀବନସଥୀର ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଆପଣଙ୍କୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ପାରିବାରିକ ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ପଡ଼ିବ । ଏହା ସମ୍ଭବ ଯେ ଏହି ସମୟରେ ଶାଶୁଘର ଲୋକଙ୍କୁ ଆପଣଙ୍କର ସାହାଜ୍ୟ ଆବଶ୍ୟକ ପଡ଼ିପାରେ।

ଉପାୟ : ଆପଣଙ୍କୁ କେତୁଙ୍କର ଶୁଭ ପ୍ରଭାବ ପ୍ରାପ୍ତ କରିବା ପାଇଁ ଲହସୁନିୟା ରତ୍ନ ଦାନ କରିବା ଉଚିତ।

କୁମ୍ଭ ରାଶିଫଳ

କୁମ୍ଭ ରାଶି ଲୋକଙ୍କ ପାଇଁ କେତୁଙ୍କର ଏହି ଗୋଚର ସପ୍ତମ ଘରେ ହେବ ଯାହା ଦୀର୍ଘ ବିବାହର ସୂଚକ। ଏହି ସ୍ଥିତିରେ କେତୁଙ୍କର ଏହି ଗୋଚର ଆପଣଙ୍କର ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ରହିବାର ସମ୍ଭାବନା ନାହିଁ। ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ କାରଣ ଏହି ଗୋଚର ସମୟରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଅନେକ ଥର ବିବାଦ ହୋଇପାରେ। ଆପଣଙ୍କର ଜୀବନସାଥୀ ଉପରେ ଆପଣଙ୍କୁ କିଛି ସନ୍ଦେହ ହୋଇପାରେ କାରଣ ଆପଣଙ୍କୁ ଲାଗିପାରେ କି ସେ ଅନେକ କଥା ଆପଣଙ୍କ ଠାରୁ ଲୁଚାଉଛନ୍ତି ଓ ତାଙ୍କୁ ଲାଗିବ ଆପଣ ତାଙ୍କୁ ବୁଝିବାକୁ ଚାହୁଁ ନାହାନ୍ତି। ଏହି ବିବାଦ ଆପଣଙ୍କ ମଧ୍ୟରେ ଦୂରତା ଆଣିପାରେ ସେଥିପାଇଁ ଆପଣଙ୍କୁ ସନ୍ତୁଳିତ ରୂପରେ ଜୀବନଚର୍ଯ୍ୟା ପାଳନ କରିବାକୁ ପଡ଼ିବ ଓ ନିଜର ଜୀବନସାଥୀକୁ ବୁଝିବାକୁ ପଡ଼ିବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଅଧିକ ଅନୁକୂଳ ନୁହେଁ। ନିଜର ଗତିବିଧିକୁ ନିୟନ୍ତ୍ରଣ କରି ନିଜର କାର୍ଯ୍ୟ ବ୍ୟବସାୟକୁ ଆଗକୁ ବଢ଼ିବ ଓ କୌଣସି ବିଶେଷ ଅନୁଭବି ବ୍ୟକ୍ତିଙ୍କର ପରାମର୍ଶ ନେଇ କାମ କରିବା ଆପଣଙ୍କୁ ଲାଭ ଦେବ। ଏହି ଗୋଚର ସମୟରେ ଆପଣଙ୍କର ଜୀବନସଥୀ ଅଧିକ ପୂଜା ପାଠ କରିବେ।

ଉପାୟ : ଆପଣଙ୍କୁ ମଙ୍ଗଳବାର ଦିନ କାଳ ଧଳା ସୋରିଷ ଦାନ କରିବା ଉଚିତ।

ମୀନ ରାଶିଫଳ

କେତୁ ଗୋଚର ଆପଣଙ୍କ ପାଇଁ ଷଷ୍ଠ ଘରେ ହେବ। ସାଧାରଣତଃ ଷଷ୍ଠ ଘରେ କେତୁଙ୍କର ଗୋଚର ଅନୁକୂଳ ପରିଣାମ ଦେବ, ତଥାପି ଆପଣଙ୍କୁ କିଛି କଥାର ଧ୍ୟାନ ରଖିବା ପାଇଁ ପଡ଼ିବ। ଗୋଟିଏ ପଟେ କେତୁଙ୍କର ଏହି ଗୋଚରର ପ୍ରଭାବ ଶାରୀରିକ ସମସ୍ଯା ଦେଇପାରେ। ସେଥିପାଇଁ ଏକ ରୁ ଅଧିକ ଡାକ୍ତରଙ୍କର ଆବଶ୍ୟକତା ପଡ଼ିପାରେ। ଏପରି ସ୍ଥିତିରେ ଆପଣଙ୍କୁ କିଛି ସାବଧାନ ରହିବା ଉଚିତ। କେତୁଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା ଆପଣଙ୍କର ଖର୍ଚ୍ଚ ବଢ଼ିବ। ଆପଣ ଅନେକ ଖର୍ଚ୍ଚ କରିବେ ଯାହା ଆପଣଙ୍କର ରୋଜଗାର ଅଧିକ ହୋଇପାରେ ସେଥିପାଇଁ ଆପଣଙ୍କୁ ସନ୍ତୁଳିତ ରହିବାକୁ ହେବ। ଚାକିରି କରିବା ଲୋକଙ୍କ ପାଇଁ ଏହି ଗୋଚର ଭଲ ରହିବ। ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ବ୍ୟବସାୟ କରିବା ଲୋକଙ୍କୁ କିଛି ନୂଆ ସ୍ରୋତ ମିଳିବାର ସମ୍ଭାବନା ଅଛି। କେତୁଙ୍କର ଏହି ଗୋଚର ଆପଣଙ୍କର କାର୍ଯ୍ୟରେ ସଂଘର୍ଷ ପରେ ସଫଳତା ଦେବ।

ଉପାୟ : କେତୁ ମହାରାଜଙ୍କର କୃପା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ କମ୍ବଳ ଦାନ କରିବା ଉଚିତ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଗୁରୁ ଗୋଚର 2025 ଆପଣଙ୍କ ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ କେବେ ହତାଶ ହେବେ ନାହିଁ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. 2025 ରେ କେତୁ ଗୋଚର କେବେ ହେବ?

18 ମଈ 2025ରେ କେତୁ ସିଂହ ରାଶିରେ ଗୋଚର କରିବେ ଓ ସମ୍ପୂର୍ଣ ବର୍ଷ ସିଂହ ରାଶିରେ ରହିବେ।

2. କେତୁଙ୍କର ବର୍ଷ 2025ରେ ଗୋଚର କେଉଁ ରାଶିରେ ହେବ?

କେତୁ ବର୍ଷ 2025ରେ ସିଂହ ରାଶିରେ ରହିବେ।

3. କେତୁ ଜନିତ ସମସ୍ଯା କେଉଁ ଗୁଡ଼ିକ?

କେତୁ ଦୁର୍ବଳ ହେଳେ ବ୍ୟକ୍ତିକୁ ହାଡ଼ ସମ୍ବନ୍ଧିତ ରୋଗ, ପାଦ ଦରଜ, ଶିରାପ୍ରଶିରା ଦୁର୍ବଳ, ଆକସ୍ମିକ ରୋଗ, ଚିନ୍ତା, କୁକୁଡ଼ା କାମୁଡ଼ିବା, ମେରୁଦଣ୍ଡ ସମ୍ବନ୍ଧିତ ସମସ୍ଯା, ସୁଗାର, କାନ, ହାର୍ନିଆ ଓ ଗୁପ୍ତାଙ୍ଗ ସମ୍ବନ୍ଧିତ ରୋଗ ହୋଇପାରେ।

Talk to Astrologer Chat with Astrologer