ଗୁରୁ ଗୋଚର 2025 - ପ୍ରଭାବ, ରାଶିଫଳ ଏବଂ ଉପାୟ

Author: Monica Rajguru | Updated Fri, 13 Sep 2024 02:24 PM IST

ଏହି ଲେଖା ଗୁରୁ ଗୋଚର 2025 ବିଷୟରେ କିଛି ମହତ୍ୱପୂର୍ଣ ବିବରଣୀ ପ୍ରଦାନ କରିବ। ଗୁରୁ ଗ୍ରହଙ୍କୁ ବୃହସ୍ପତି ଓ ଦେବଗୁରୁ ନାମ ଦିଆଯାଇଛି। ତାଙ୍କୁ ବୈଦିକ ଜ୍ଯୋତିଷରେ ସର୍ବାଧିକ ଶୁଭ ଗ୍ରହ ମାନ୍ୟତା ପ୍ରାପ୍ତ ହୋଇଛି। ଏହା କୁହଯାଏ ଯେ ବୃହସ୍ପତି ନିଜର ପଞ୍ଚମ, ସପ୍ତମ ଓ ନବମ ଦୃଷ୍ଟି ସହିତ ଯେଉଁ ଘରକୁ ଦେଖିବେ ତାହା ଉପରେ ତାଙ୍କର ଅମୃତ ସମାନ ଦୃଷ୍ଟି ସେହି ଗ୍ରହକୁ ପ୍ରଭାବିତ କରିବ। ଦେବଗୁରୁ ବୃହସ୍ପତି ଶୁକ୍ରଙ୍କ ଦ୍ବାରା ଶାସିତ ବୃଷ ରାଶିରେ ପୂର୍ବ ବର୍ଷ ଥିଲେ ଓ ଏବେ 15 ମଈରେ ବୃଷ ରାଶିଋ ବାହାରି ପ୍ରାତଃ 2:30 ରେ ବୁଧ ନିଜର ରାଶି ମିଥୁନରେ ଗୋଚର କରିବେ।


ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଗୁରୁ ବୃହସ୍ପତିଙ୍କର ଗୋଚର ପାଖାପାଖି 13 ମାସ ପର୍ଯ୍ୟନ୍ତ ଗୋଟିଏ ରାଶିରେ ରୁହେ କାରଣ ଏହା ଶନିଙ୍କ ପରେ ଧୀର ଗତିରେ ଚାଲୁଥିବା ଗ୍ରହ। ବୃହସ୍ପତି ଗ୍ରହଙ୍କୁ ଦେବତାଙ୍କର ଗୁରୁ ମଧ୍ୟ କୁହଯାଏ। ଏହା ନୈସର୍ଗିକ ରୂପରେ ଶୁଭ ଗ୍ରହ। ଏହା ଧନୁ ରାଶି ଓ ମୀନ ରାଶିର ସ୍ବାମୀ ମଧ୍ୟ। ଗୁରୁ କର୍କଟ ରାଶିରେ ନିଜର ଉଚ୍ଚ ଅବସ୍ଥାରେ ଥାଆନ୍ତି ଓ ନିଜର ନିଚ୍ଚ ଅବସ୍ଥାରେ ମକର ରାଶିରେ ରୁହନ୍ତି। ଅନୁକୂଳ ବୃହସ୍ପତି ଥିବା ଲୋକଙ୍କ ଜୀବନରେ ସନ୍ତାନ, ସୁଖ, ଧନ, ସମୃଦ୍ଧି, ଉତ୍ତମ ବୈବାହିକ ଜୀବନ ପରି ସମସ୍ତ ଜିନିଷ ପ୍ରାପ୍ତ ହୋଇପାରେ ଓ ଲୋକଙ୍କୁ ସମାଜରେ ସମ୍ମାନ ମିଳିପାରେ।

Click here to read in English: Jupiter Transit 2025

ବର୍ଷ 2025 ରେ ଦେବଗୁରୁ ବୃହସ୍ପତି ମଈ ମାସରେ ମିଥୁନ ରାଶିରେ ଗୋଚର କରିବେ। 19 ଅକ୍ଟୋବର 2025 ଦ୍ଵିପ୍ରହର 12:57ରେ ବୃହସ୍ପତି ମହାରାଜ ମିଥୁନ ରାଶିରୁ ବାହାରି ଚନ୍ଦ୍ରମାଙ୍କ ଦ୍ବାରା ଶାସିତ କର୍କଟ ରାଶିରେ ପ୍ରବେଶ କରିବେ ଯେଉଁଠି ସେ ଉଚ୍ଚ ଅବସ୍ଥାରେ ରହିବେ ଓ କର୍କଟ ରାଶିରେ 11 ନଭେମ୍ବର 2025 ସନ୍ଧ୍ୟା 6:31ରେ ବୃହସ୍ପତି ମହାରାଜ ବକ୍ରୀ ଅବସ୍ଥାରେ 4 ଡିସେମ୍ବର 2025 ରାତ୍ରି 8:39 ରେ ମିଥୁନ ରାଶିରେ ପୁନର୍ବାର ପ୍ରବେଶ କରିବେ। ଏହି ପ୍ରକାର ବର୍ଷ 2025 ରେ ଦେବଗୁରୁ ବୃହସ୍ପତି ବୃଷ ରାଶିଋ ବାହାରି ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ ଓ କର୍କଟ ରାଶିଋ ବାହାରି ବକ୍ରୀ ଅବସ୍ଥାରେ ମିଥୁନ ରାଶିରେ ପ୍ରବେଶ କରିବେ।

ଏହି ସମୟରେ ଯେବେ ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ହେବ ତେବେ 9 ଜୁନ 2025 ସନ୍ଧ୍ୟା 4:12ରୁ ବୃହସ୍ପତି ଅସ୍ତ ଅବସ୍ଥାରେ ଆସିବେ ଓ 9 ଜୁଲାଇ 2025 ରାତ୍ରି 10:50 ରେ ନିଜର ଉଦୟ ଅବସ୍ଥାକୁ ଆସିବେ।

ବୃହସ୍ପତିଙ୍କର ଅସ୍ତ ଅବସ୍ଥା ଅନୁକୂଳ ନୁହେଁ ଓ ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବା ମନା। ବିବାହ ଇତ୍ୟାଦି ଶୁଭ କାର୍ଯ୍ୟ କରାଯାଏ ନାହିଁ।

ମିଥୁନ ରାଶିରେ ଆସି ବୃହସ୍ପତି ପ୍ରଭାବଶାଳୀ ଗ୍ରହ ହୋଇଯିବେ ଓ ସେ ତୁଳା ରାଶି, ଧନୁ ରାଶି ଓ କୁମ୍ଭ ରାଶି ଉପରେ ଭଲ ଦୃଷ୍ଟି ରଖିବେ ଯାହା ଫଳରେ ଏହି ରାଶିର ଲୋକଙ୍କୁ ଭଲ ଫଳାଫଳ ମିଳିବ।

ବୃହସ୍ପତି ମହାରାଜ ଏକ ଶୁଭ ଗ୍ରହ ଯିଏ ଜୀବନରେ ଶୁଭ ଫଳ ଆଣନ୍ତି। ଏହା କୁହଯାଏ ଯେ ଧର୍ମ ଅଧ୍ୟାତ୍ମ ସହିତ ଜଡ଼ିତ ଅଟନ୍ତି ଓ ଆମ ଭିତରେ ଅଧ୍ୟାତ୍ମିକ ଭାବନା ସୃଷ୍ଟି କରନ୍ତି। ସେ ଆମକୁ ଭୁଲ ଠିକ ବିଷୟରେ ଜ୍ଞାତ କରାନ୍ତି। ଗୁରୁ ଗୋଚର 2025ର ଏହି ବିଶେଷ ଲେଖାରେ ଆପଣ ଏହା ଜାଣି ପାରିବେ ଯେ ବୃହସ୍ପତି ଗୋଚର 2025ର ଆପଣଙ୍କର ରାଶି ଉପରେ କ’ଣ ପ୍ରଭାବ ପଡ଼ିବ। ଆପଣଙ୍କର ଜୀବନର କେଉଁ ବିଶେଷ କ୍ଷେତ୍ରରେ ଗୁରୁ ଗୋଚର ଭଲ ଓ ଖରାପ ପରିଣାମ ଦେବେ। ଏହା ସହିତ ଆପଣ ଜାଣିବେ ଗୁରୁ ଗ୍ରହଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ବର୍ଷ ଆପଣଙ୍କୁ କେଉଁ ପ୍ରତିକାର କରିବା ଉଚିତ।

ମେଷ ରାଶିଫଳ

ମେଷ ରାଶିରେ ଗୁରୁ ଦେବ ଭାଗ୍ୟ ସ୍ଥାନରେ ମାନେ ନବମ ସ୍ଥାନ ଓ ବ୍ୟୟ ଘର ମାନେ ଦ୍ଵାଦଶ ଘରର ସ୍ବାମୀ ଓ ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର ହେବା ଦ୍ବାରା ଏହା ଆପଣଙ୍କର ରାଶିରେ ତୃତୀୟ ଘରେ ଗୋଚର କରିବେ। ବୃହସ୍ପତିଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା ଆପଣଙ୍କ ଭିତରେ ଅଳସୁଆମୀ ବଢ଼ିବ ଯାହା ଦ୍ବାରା ଆପଣ ନିଜର କାମକୁ ଗଡେଇ ଚାଲିବେ ଓ ଏହା ଦ୍ବାରା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଓ ଜୀବନର ଅନ୍ୟ କ୍ଷେତ୍ରରେ ଅସୁବିଧା ସାମ୍ନା କରିବା ପାଇଁ ପଡ଼ିବ। ସେଥିପାଇଁ ଏହି ସମସ୍ଯାରୁ ଦୂରେଇ ରହିବା ପାଇଁ ନିଜର ଆଳସ୍ୟ ତ୍ୟାଗ କରି ପରିଶ୍ରମ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଆପଣ ଧର୍ମ କର୍ମ ମାମଲାରେ ଆଗ୍ରହର ସହିତ ଭାଗ ନେବେ। ଧାର୍ମିକ ଯାତ୍ରା କରିବେ। ମିତ୍ରଙ୍କର ସହଯୋଗ ଆପଣଙ୍କର ସହିତ ରହିବ ଓ ତାଙ୍କ ସହିତ ଭଲ ଭଲ ଜାଗା ବୁଲିବେ। ଆପଣଙ୍କର ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଦୃଢ଼ ହେବ। ଏହା ଦ୍ବାରା ଆପଣଙ୍କୁ ଖୁସି ଅନୁଭବ ହେବ। ବ୍ୟବସାୟ ଉନ୍ନତି ହେବ। ବୃହସ୍ପତି ମହାରାଜଙ୍କର ଦୃଷ୍ଟି ସପ୍ତମ ଘର, ନବମ ଘର ଓ ଏକାଦଶ ଘର ଉପରେ ରହିବା ଯୋଗୁଁ ବ୍ୟବସାୟରେ ଉନ୍ନତି ହେବ। ବୈବାହିକ ଜୀବନରେ ପ୍ରେମ ବଢ଼ିବ, ପାରସ୍ପରିକ ସମ୍ବନ୍ଧରେ ଥିବା ସମସ୍ଯା ଦୂର ହେବ, ବ୍ୟବସାୟ ବିସ୍ତାର ହେବ ଓ ରୋଜଗାର ଭଲ ହେବ। ସମାଜରେ ଆପଣଙ୍କର ସମ୍ମାନ ବଢ଼ିବ। ପିତାଙ୍କ ସହିତ ସମ୍ବନ୍ଧ ମଧୁର ହେବ। 9 ଅକ୍ଟୋବରରେ ଯେବେ ବୃହସ୍ପତି କର୍କଟ ରାଶିରେ କିଛି ସମୟ ପାଇଁ ଆସିବେ ତେବେ ପରିବାରରେ ଖୁସି ଓ କୌଣସି ପୂଜା ପରି ଶୁଭ କାର୍ଯ୍ୟ କିମ୍ବା କୌଣସି ବିବାହ ଇତ୍ୟାଦି ସମ୍ପୂର୍ଣ ହୋଇପାରେ। ଏହା ପରେ ଡିସେମ୍ବର ମାସରେ ବୃହସ୍ପତି ବକ୍ରୀ ଅବସ୍ଥାରେ ଯେବେ ତୃତୀୟ ଘରକୁ ଯିବେ ତେବେ ଭାଇ-ଭଉଣୀଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ ଓ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କର ବ୍ୟବହାର ଚିନ୍ତା ଦେଇପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।

ଉପାୟ : ଗୁରୁବାର ଦିନ ଉତ୍ତମ ଗୁଣବତ୍ତଅ ଥିବା ପୁଖରାଜ କିମ୍ବା ସୁନେଲି ରତ୍ନ ସୁନା ମୁଦିରେ ଯୋଡ଼ି ନିଜର ତର୍ଜନୀ ଅଂଗୁନ୍ଥିରେ ଧାରଣ କରନ୍ତୁ।

ବୃଷ ରାଶିଫଳ

ବୃଷ ରାଶି ଲୋକଙ୍କ ପାଇଁ ଗୁରୁ ଦେବ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଓ ମିଥୁନ ରାଶିରେ ଗୁରୁ ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ। ବୃହସ୍ପତିଙ୍କର ଏହି ଗୋଚର ପ୍ରଭାବ ଦ୍ବାରା ଆପଣଙ୍କର କଥା ଗମ୍ଭୀର ହେବ। ଆପଣଙ୍କର କଥାକୁ ଲୋକ ଧ୍ୟାନ ଦେବେ ଓ ତାକୁ ଗୁରୁତ୍ବ ଦେବେ। ଲୋକମାନେ ଆପଣଙ୍କ ଠାରୁ ଉପଦେଶ ନେବେ। ଗୁରୁ ଗୋଚର 2025 ଅନୁଯାୟୀ ପାରିବାରିକ ଜୀବନରେ ସୁଖ ସନ୍ତୁଷ୍ଟି ରହିବ କିନ୍ତୁ ଧନ ସଞ୍ଚୟ କରିବାରେ କିଛି ସମସ୍ଯା ଆସିପାରେ। ଆପଣ ନିଜର ରୋଜଗାରର କିଛି ଭାଗ ସଞ୍ଚୟ ଯୋଜନାରେ ନିବେଶ କରିପାରିବେ। ଏଠାରୁ ବୃହସ୍ପତିଙ୍କର ଦୃଷ୍ଟି ଷଷ୍ଠ ଘର, ଅଷ୍ଟମ ଘର ଓ ଦ୍ଵାଦଶ ଘର ଉପରେ ରହିବ ଯାହା ଦ୍ବାରା ପୈତୃକ ବ୍ୟବସାୟରେ ଉନ୍ନତି ହେବ। ଆପଣ ନିଜର ପରିବାର ସହିତ ବ୍ୟବସାୟ କରିବାରେ ଉନ୍ନତି ପ୍ରାପ୍ତ କରିବେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଉତ୍ତମ ଲାଭ ମିଳିବାର ଯୋଗ ତିଆରି ହେବ। ଆପଣ ଧର୍ମ-କର୍ମ କରିବେ, ଶାଶୁ ଘର ପକ୍ଷ ସହିତ ସମ୍ବନ୍ଧ ଦୃଢ଼ ହେବ। ବିରୋଧୀଙ୍କ ସହିତ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିବ ନାହିଁ। ଅକ୍ଟୋବର ମାସରେ ଯେବେ ବୃହସ୍ପତି ମହାରାଜ କର୍କଟ ରାଶିକୁ ଯିବେ ତେବେ ଆପଣଙ୍କର ତୃତୀୟ ଘରକୁ ପ୍ରଭାବିତ କରିବେ ଯାହା ଦ୍ବାରା ଧାର୍ମିକ ଯାତ୍ରାର ଯୋଗ ତିଆରି ହେବ ଓ ପରିବାର ସଦସ୍ୟଙ୍କର ସହଯୋଗ ଓ ପ୍ରେମ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଠିଟି ଭଲ ରହିବ କିନ୍ତୁ ଡିସେମ୍ବର ମାସରେ ଯେବେ ବକ୍ରୀ ଅବସ୍ଥାରେ 4 ତାରିଖରେ ବୃହସ୍ପତି ପୁନର୍ବାର ମିଥୁନ ରାଶିରେ ପ୍ରବେଶ କରିବେ ତେବେ କାର୍ଯ୍ୟରେ ଅସଫଳତା ମିଳିପାରେ। ପରିବାରରେ କିଛି ଅସନ୍ତୁଳନ ହୋଇପାରେ ଓ ଧନ ସଞ୍ଚୟ କରିବାରେ ସମସ୍ଯା ହୋଇପାରେ। ଘରେ କାହାର ଜନ୍ମ ହୋଇପାରେ କିମ୍ବା କାହାର ବିବାହ ହୋଇପାରେ।

ଉପାୟ : ଆପଣଙ୍କୁ ଗୁରୁବାର ଦିନ ଓସ୍ତ ଗଛକୁ ନ ଛୁଇଁ ଜଳ ଅର୍ପଣ କରିବା ଉଚିତ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ମିଥୁନ ରାଶିଫଳ

ମିଥୁନ ରାଶି ଲୋକଙ୍କ ପାଇଁ ଗୁରୁ ସପ୍ତମ ଘର ଓ ଦଶମ ଘରର ସ୍ବାମୀ। ମିଥୁନ ରାଶିରେ ଗୁରୁ ଗୋଚର ଆପଣଙ୍କ ପାଇଁ ବିଶେଷ ରୂପରେ ପ୍ରଭାବଶାଳୀ ରହିବ କାରଣ ଏହା ଆପଣଙ୍କର ରାଶିରେ ଗୋଚର କରିବେ। ଏଠାରେ ଉପସ୍ଥିତ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଘର, ସପ୍ତମ ଘର ଓ ନବମ ଘର ଉପରେ ରହିବ ଯାହା ଫଳରେ ସନ୍ତାନ ସମ୍ବନ୍ଧିତ ଭଲ ସମାଚାର ମିଳିବ। ଯଦି ଆପଣ ସନ୍ତାନ ପ୍ରାପ୍ତି କରିବାକୁ ଆଗ୍ରହୀ ତେବେ ସଫଳତା ମିଳିବ। ଶିକ୍ଷାରେ ଇଚ୍ଛାନୁଯାୟୀ ପରିଣାମ ମିଳିବ ଓ ପଢ଼ାରେ ମନ ଲାଗିବ। ବିବାହର ଯୋଗ ତିଆରି ହେବ। ଯଦି ଆପଣ ଅବିବାହିତ ତେବେ ଆପଣଙ୍କର ବିବାହ ହୋଇପାରେ। ବିବାହିତ ଲୋକଙ୍କର ଜୀବନରେ ସମସ୍ଯା କମ ଆସିବ ଓ ପାରସ୍ପରିକ ସାମଞ୍ଜସ୍ୟ ହ୍ରାସ ପାଇବ ଯାହା ଫଳରେ ବୈବାହିକ ଜୀବନର ସୁଖ ମିଳିବ। ବ୍ୟବସାୟରେ ଉତ୍ତମ ଉନ୍ନତିର ଯୋଗ ତିଆରି ହେବ। ସମାଜରେ ସମ୍ମାନିତ ଲୋକଙ୍କ ସହିତ ଭେଟ ହେବ। ଯାହା ଫଳରେ ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ଓ ସାମାଜିକ ସ୍ତରରେ ଉନ୍ନତି ମିଳିବ। ଧାର୍ମିକ କାମରେ ସଫଳତା ମିଳିବ। ଭାଗ୍ଯ ଉନ୍ନତି କରିବ ଓ ସମସ୍ଯା କମ ହେବ। ଅକ୍ଟୋବର ମାସରେ ବୃହସ୍ପତି ଦ୍ଵିତୀୟ ଘରକୁ ଯାଇ ଧନ ସମ୍ବନ୍ଧିତ ସମସ୍ଯା ଦୂର କରିବେ ତେବେ ଧନ ସଞ୍ଚୟ କରିବାରେ ଆପଣଙ୍କର କାର୍ଯ୍ୟରେ ଅଧିକ ସଫଳତା ଯୋଗ ତିଆରି ହେବ। ଡିସେମ୍ବର ମାସରେ ବକ୍ରୀ ଅବସ୍ଥାରେ ଆପଣଙ୍କର ରାଶିରେ ବୃହସ୍ପତଙ୍କର ଅବସ୍ଥା ସ୍ବାସ୍ଥ୍ୟ ସମସ୍ଯା ସୃଷ୍ଟି କରିପାରେ ତଥା ବୈବାହିକ ସମ୍ବନ୍ଧ ଓ ବ୍ୟବସାୟରେ ଉତ୍ଥାନ-ପତନର ଯୋଗ ତିଆରି ହୋଇପାରେ।

ଉପାୟ : ଗୁରୁବାର ଦିନ କୌଣସି ମନ୍ଦିରରେ ଚଣା ଡାଲି ଦାନ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କର୍କଟ ରାଶିଫଳ

କର୍କଟ ରାଶି ଲୋକଙ୍କ ପାଇଁ ଗୁରୁ ମହାରାଜ ଷଷ୍ଠ ଘର ଓ ନବମ ଘରର ସ୍ବାମୀ। ଗୁରୁ ଗୋଚର 2025 ଅନୁସାରେ ଏହା ଆପଣଙ୍କର ଦ୍ଵାଦଶ ଘରେ ପ୍ରବେଶ କରିବେ। ଏହି ପ୍ରକାର ବୃହସ୍ପତିଙ୍କର ଦ୍ଵାଦଶ ଘରକୁ ଯିବା ଆପଣଙ୍କର ଭଲ କାର୍ଯ୍ୟରେ ଧନ ଖର୍ଚ୍ଚର ଆଗ୍ରହ କୁ ବଢ଼ାଇବା। ଆପଣ ପୂଜା-ପାଠ, ଧର୍ମ, ଆଧ୍ୟାତ୍ମିକ ତୀର୍ଥ ଯାତ୍ରା ଓ ଭଲ କାର୍ଯ୍ୟ ଉପରେ ତଥା ସମାଜର ହୀତରେ ଅନେକ ଭଲ କାର୍ଯ୍ୟ କରିବେ ଓ ତାହା ଉପରେ ଧନ ଖର୍ଚ୍ଚ କରିବେ। ଏହା ଦ୍ବାରା ନା କେବଳ ଆପଣଙ୍କୁ ମାନସିକ ସନ୍ତୁଷ୍ଟି ମିଳିବ ବରଂ ଲମ୍ବା ଯାତ୍ରାର ବହୁତ ଯୋଗ ସୃଷ୍ଟି ହେବ। ଯଦି ମନରୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ବିଦେଶ ଯିବାର ସୁଯୋଗ ମଧ୍ୟ ମିଳିବ। ଏହି ସମୟରେ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ। ଉଦର ପୀଡ଼ା ହୋଇପାରେ। ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ ଘର, ଷଷ୍ଠ ଘର ଓ ଅଷ୍ଟମ ଘର ଉପରେ ରହିବ ଯାହା ଦ୍ବାରା ଖର୍ଚ୍ଚ ବଢ଼ିବ। ପରିବାରରେ ସୁଖ ବଢ଼ିବ। ପାରିବାରିକ ସାମଞ୍ଜସ୍ୟ ବଢ଼ିବ ଓ ପାରିବାରିକ ମାମଲାରେ ପ୍ରସନ୍ନ ରହିବେ। ଶାଶୁଘରୁ ମଧ୍ୟ ଭଲ ଖବର ଆସିବ। ଅକ୍ଟୋବରରେ ଯେବେ ବୃହସ୍ପତି ମହାରାଜ ଆପଣଙ୍କର ରାଶିରେ ପ୍ରବେଶ କରିବେ ତେବେ ଆପଣଙ୍କ ପାଇଁ ଭଲ ସମୟ ହେବ। ଆପଣଙ୍କୁ ଉତ୍ତମ ଶିକ୍ଷା, ଧନ, ସନ୍ତାନ, ବୈବାହିକ ଜୀବନ ଇତ୍ୟାଦି ପ୍ରାପ୍ତ ହେବ। ଡିସେମ୍ବରରେ ବକ୍ରୀ ଅବସ୍ଥାରେ ବୃହସ୍ପତି ଦ୍ଵାଦଶ ଘରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ଓ ଖର୍ଚ୍ଚ ବଢ଼ିପାରେ।

ଉପାୟ : ଗୁରୁବାର ଦିନ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କର ଉପାସନା କରିବା ଉଚିତ।

ପାଆନ୍ତୁ ନିଜର ଜାତକ ଅନୁଯାୟୀ ସଠିକ ଗୁରୁ ରିପୋର୍ଟ୍

ସିଂହ ରାଶିଫଳ

ସିଂହ ରାଶିର ଲୋକଙ୍କ ପାଇଁ ଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଘର ଓ ଅଷ୍ଟମ ଘରର ସ୍ବାମୀ। ଗୁରୁ ଗିଚାର ଆପଣଙ୍କ ପାଇଁ ଭଲ ସଫଳତା ଆଣିବ। ଆର୍ଥିକ ସମସ୍ଯା ସମାପ୍ତ ହେବ ଓ ଧନ ପ୍ରାପ୍ତି ହେବ। ଆପଣଙ୍କ ପାଖରେ ଭଲ ରୋଜଗାର ଆସିବ। ଧନ ସହିତ ଜଡ଼ିତ ସମସ୍ତ ସମସ୍ଯା ଦୂର ହେବ। ଏଠାରେ ବସିଥିବା ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କର ତୃତୀୟ ଘର, ପଞ୍ଚମ ଘର ଓ ସପ୍ତମ ଘର ଉପରେ ରହିବ ଯାହା ଫଳରେ ଅବିବାହିତ ଲୋକଙ୍କର ବିବାଃ ଯୋଗ ତିଆରି ହେବ। ସନ୍ତାନର ପ୍ରଗତି ହେବ। ଆପଣ ସନ୍ତାନ ପ୍ରାପ୍ତ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ସଫଳତା ମିଳିବ। ହଠାତ ଧନ ଲାଭ ହେବାର ଯୋଗ ଅଛି। କୌଣସି ପ୍ରକାର ସମ୍ପତି ଆପଣଙ୍କୁ ପ୍ରାପ୍ତ ହୋଇପାରେ। ଗୁପ୍ତ ଧନ ପ୍ରାପ୍ତ ହୋଇପାରେ। ଭାଇ ଭଉଣୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଅକ୍ଟୋବରରେ ଯେବେ ବୃହସ୍ପତି ମହାରାଜ ଦ୍ଵାଦଶ ଘରେ କର୍କଟ ରାଶିରେ ଗୋଚର କରିବେ ତେବେ ଶାରୀରିକ ସମସ୍ଯା ହୋଇପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଓ ଡିସେମ୍ବରରେ ଯେବେ ବକ୍ରୀ ଅବସ୍ଥାରେ ଏକାଦଶ ଘରକୁ ଯିବେ ତେବେ ଧନ ପ୍ରାପ୍ତି ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ମନର ଇଚ୍ଚା ପୂରଣ ହେବାରେ କିଛି ବିଳମ୍ବ ହୋଇପାରେ।

ଉପାୟ : ଗୁରୁବାର ଦିନ ନିଜର ମସ୍ତକରେ ହଳଦୀ କିମ୍ବା କେସର ତିଲକ ଲଗାନ୍ତୁ ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

କନ୍ୟା ରାଶିଫଳ

କନ୍ୟା ରାଶି ଲୋକଙ୍କ ପାଇଁ ଗୁରୁ ବୃହସ୍ପତି ଚତୁର୍ଥ ଘର ଓ ସପ୍ତମ ଘରର ପ୍ରଭୁ। ମିଥୁନ ରାଶିରେ ଗୁରୁ ଗୋଚର ସମୟରେ ବୃହସ୍ପତି ଗ୍ରହ ଆପଣଙ୍କର ରାଶିର ଦଶମ ଘରେ ପ୍ରବେଶ କରିବେ। ଏହି ସମୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣ ବହୁତ ଆତ୍ମବିଶ୍ଵାସର ଶିକାର ମଧ୍ୟ ହୋଇପାରନ୍ତି ଯାହା ଅପାଙ୍କର କାମକୁ ଅଟକାଇ ପାରେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଚତୁରତା ସହିତ କାମ କରିବା ଉଚିତ। ଯେଉଁ କାର୍ଯ୍ୟ ଆପଣଙ୍କୁ ଆସୁ ନାହିଁ, ତାହାର ଦାୟିତ୍ବ ନେବା ଶିକ୍ଷାନ୍ତୁ ଓ ଆଗକୁ ବଢ଼ନ୍ତୁ। ପାରିବାରିକ ଜୀବନରେ ଦାୟିତ୍ବକୁ ତୁଲାଇବା ପାଇଁ ଆପଣଙ୍କୁ ଆଗକୁ ଆସିବା ପାଇଁ ପଡ଼ିବ କାରଣ ଏହି ସମୟ ଆପଣଙ୍କର ଦାୟିତ୍ବ ନେବାର ସମୟ। ଏଠାରୁ ବୃହସ୍ପତି ମହାରାଜ ଆପଣଙ୍କର ଦ୍ଵିତୀୟ ଘର, ଚତୁର୍ଥ ଘର ଓ ଷଷ୍ଠ ଘରକୁ ଦେଖିବେ ଯାହା ଦ୍ବାରା ଧନ ସଞ୍ଚୟ କରିବା ପାଇଁ ଆପଣଙ୍କର ପ୍ରୟାସ ବଢ଼ିବ। ଆପଣ ଚେଷ୍ଟା କରିବେ ଅଧୁକ ଧନ ସଞ୍ଚୟ କରିବା ପାଇଁ। ପାରିବାରିକ ସମ୍ବନ୍ଧ ମଧୁର ରଖିବା ପାଇଁ ଆପଣ ଚେଷ୍ଟା କରିବେ। ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ରହିବ। ବିରୋଧୀ ପକ୍ଷ ଆପଣଙ୍କୁ କୌଣସି ସମସ୍ଯା ଦେବେ ନାହିଁ। ଅକ୍ଟୋବର ମାସରେ ବୃହସ୍ପତି ମହାରାଜ ଆପଣଙ୍କର ଏକାଦଶ ଘରକୁ ପ୍ରବେଶ କରିବେ ତେବେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। ବୈବାହିକ ଜୀବନରେ ପ୍ରଗଢ଼ତା ଆସିବ ଓ ପ୍ରେମ ସମ୍ବନ୍ଧ ଦୃଢ଼ ହେବ। ସନ୍ତାନ ସୁଖ ମିଳିବ। ବକ୍ରୀ ଅବସ୍ଥାରେ ଡିସେମ୍ବରରେ ବୃହସ୍ପତି ମହାରାଜ ପୁନର୍ବାର ଦଶମ ଘରକୁ ଜବେ ଓ ସେହି ସମୟରେ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ବହୁତ ସାବଧାନ ରହିବାକୁ ପଡ଼ିବ।

ଉପାୟ : ଆପଣଙ୍କୁ ଗୁରୁବାର ଦିନ ଦେଶୀ ଘିଅରେ କୌଣସି ମନ୍ଦିରରେ ଦୀପ ଜଳାନ୍ତୁ।

ତୁଳା ରାଶିଫଳ

ଗୁର ଗୋଚର 2025 ବିଷୟରେ କହିଲେ ତୁଳା ରାଶି ଲୋକଙ୍କ ପାଇଁ ଗୁରୁ ଆପଣଙ୍କର ତୃତୀୟ ଘର ଓ ଷଷ୍ଠ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ନବମ ଘରେ ପ୍ରବେଶ କରିବେ। ନବମ ଘରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଧାର୍ମିକ ମାନ୍ୟତା ବଢ଼ାଇବ। ଆପଣ ଧର୍ମ କର୍ମରେ ଭାଗ ନେବେ। ଧାର୍ମିକ ଯାତ୍ରା ଓ ତୀର୍ଥ ଯାତ୍ରା କରିବେ। ଆପଣଙ୍କୁ ସଂଘର୍ଷ କରିବା ପରେ ଓ ପରିଶ୍ରମ କରିବା ପରେ ସଫଳତା ମିଳିବ। ଯେତେ ଅଧିକ ପ୍ରୟାସ କରିବେ ସେତେ ଅଧିକ ପରିଣାମ ପ୍ରାପ୍ତ ହେବ। ଭାଇ ଭଉଣୀଙ୍କର ସହଯୋଗ ପରେ ଆପଣଙ୍କର କାମ ଆଗକୁ ବଢ଼ିବ। ଏଠାରେ ଉପସ୍ଥିତ ଥିବା ବୃହସ୍ପତି ମହାରାଜ ଆପଣଙ୍କର ରାଶିରେ ପ୍ରଥମ ଘର, ତୃତୀୟ ଘର ଓ ପଞ୍ଚମ ଘର ଉପରେ ଦୃଷ୍ଟି ପକାଇବେ ଯାହା ଫଳରେ ଶିକ୍ଷା ଓ ଉଚ୍ଚ ଶିକ୍ଷାରେ ଉତ୍ତମ ପରିଣାମ ପ୍ରାପ୍ତ ହେବ। ସନ୍ତାନ ସୁଖ ମିଳିପାରେ। ସନ୍ତାନ ପ୍ରାପ୍ତିର ଯୋଗା ତିଆରି ହେଉଛି। ଧର୍ମ କର୍ମରେ ସଫଳତା ମିଳିବ ଓ ପରିବାର ଲୋକଙ୍କ ସହିତ ଭଲ ସାମଞ୍ଜସ୍ୟ ରହିବ। ଅକ୍ଟୋବରରେ ବୃହସ୍ପତି ଦଶମ ଘରକୁ ଯିବାରୁ କାର୍ଯ୍ୟକ୍ଷେତ୍ରରେ କିଛି ଖରାପ ସ୍ଥିତି ଉପୁଜିପାରେ। ଅଧିକ ଆତ୍ମବିଶ୍ଵାସର ଶିକାର ହେବାରୁ ଦୂରେଇ ରୁହନ୍ତୁ। ବକ୍ରୀ ଅବସ୍ଥାରେ ବୃହସ୍ପତି ଡିସେମ୍ବରରେ ଆପଣଙ୍କର ନବମ ଘରେ ପ୍ରବେଶ କରିବେ ତେବେ କାର୍ଯ୍ୟ ବନ୍ଦ ହୋଇପାରେ ଓ ପିତାଙ୍କର ସ୍ବାସ୍ଥ୍ୟ ସମସ୍ଯା ଚିନ୍ତା ଦେଇପାରେ।

ଉପାୟ : ଆପଣଙ୍କୁ ବୃହସ୍ପତିଙ୍କର ବ୍ରତ ରଖିବା ଉଚିତ।

ବିଛା ରାଶିଫଳ

ବିଛା ରାଶି ଲୋକଙ୍କ ପାଇଁ ଗୁରୁ ବୃହସ୍ପତି ଦ୍ଵିତୀୟ ଓ ପାଞ୍ଚମ ଘରର ସ୍ବାମୀ। ଗୁରୁ ଗୋଚର 2025 ଆପଣଙ୍କ ପାଇଁ ଅଷ୍ଟମ ଘରେ ହେବ। ଏହି ଗୋଚରକୁ ଅଧିକ ଅନୁକୂଳ କୁହାଯାଇ ପଡ଼ିବ ନାହିଁ ସେଥିପାଇଁ ଆପଣଙ୍କୁ ସାବଧାନ ରହିବା ପାଇଁ କୁହାଯାଇଛି। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ଆସିପାରେ। ହେବାକୁ ଥିବା କାମ ଖରାପ ହୋଇପାରେ। ଆପଣ ଧର୍ମୀ କାମରେ ଭଲ ଅନୁଭବ କରିବେ କିନ୍ତୁ ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଚିନ୍ତା ହୋଇପାରେ। ଧନ ହାନି ହୋଇପାରେ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଠାରେ ଉପସ୍ଥିତ ବୃହସ୍ପତି ମହାର୍ଜ ଆପଣଙ୍କର ଦ୍ଵାଦଶ ଘର, ଦ୍ଵିତୀୟ ଘର ଓ ଚତୁର୍ଥ ଘର ଉପରେ ସମ୍ପୂର୍ଣ ଦୃଷ୍ଟି ପକାଇବେ ଯାହା ଫଳରେ ଶାଶୁ ଘରେ କିଛି ଶୁଭ ସମାଚାର ଶୁଣିବାକୁ ମିଳିବ। ଆପଣଙ୍କର ଖର୍ଚ୍ଚ ବଢ଼ିବ। ବିଦେଶ ଯାତ୍ରାର ଯୋଗା ତିଆରି ହେଉଛି। ହଠାତ ଧନ ପ୍ରାପ୍ତି ହୋଇପାରେ। ପରିବାରରେ ଶାଶୁଘର ଲୋକଙ୍କର ହସ୍ତକ୍ଷେପ ବଢ଼ିପାରେ। ଅକ୍ଟୋବରରେ ବୃହସ୍ପତି ମହାରାଜ ନବମ ଘରେ ଗୋଚର ଦ୍ବାରା କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ପରିବର୍ତ୍ତନ ଆସିପାରେ ଓ ଅନ୍ୟ ଚାକିରି ଭଲ ପଦୋନ୍ନତି ସହିତ ମିଳିପାରେ। ବକ୍ରୀ ଅବସ୍ଥାରେ ବୃହସ୍ପତି ମହାରାଜ ଡିସେମ୍ବରରେ ପୁନର୍ବାର ଅଷ୍ଟମ ଘରେ ପ୍ରବେଶ କରିବେ, ସେହି ସମୟରେ ଧନ ଓ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ।

ଉପାୟ : ଗୁରୁବାର ଦିନ ଶ୍ରୀ ରାମ ରକ୍ଷା ସ୍ତୋତ୍ରର ପାଠ ଅବଶ୍ୟ କରନ୍ତୁ।

ଧନୁ ରାଶିଫଳ

ଧନୁ ରାଶି ଲୋକଙ୍କ ପାଇଁ ଗୁରୁ ମହାରାଜ ବହୁତ ମହତ୍ଵପୂର୍ଣ କାରଣ ଏହା ଆପଣଙ୍କର ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘର ଅର୍ଥାତ ଆପଣଙ୍କର ସୁଖ ଘରର ସ୍ବାମୀ ମଧ୍ୟ ଓ ବୃହସ୍ପତିଙ୍କର ଗୋଚର ଆପଣଙ୍କର ରାଶିର ସପ୍ତମ ଘରେ ହେବ। ଏହି ଗୋଚର ବୈବାହିକ ସମ୍ବନ୍ଧ ପାଇଁ ମଧୁର ସମୟ ଆଣିବା। ଆପଣ ଓ ଆପଣଙ୍କର ଜୀବନସଥୀ ମଧ୍ୟରେ ବିବାଦ କମ ହେବ ଓ ପ୍ରେମ ବଢ଼ିବ। ପରସ୍ପର ପ୍ରତି ଦାୟିତ୍ବ ବଢ଼ିବ। ଜମି ସହିତ ଜଡ଼ିତ କୌଣସି ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଆପଣ ସମ୍ପତି ଅର୍ଜନ କରିବେ। ଏଠାରୁ ବୃହସ୍ପତି ମହାରାଜ ଆପଣଙ୍କର ଏକାଦଶ ଘର, ପ୍ରଥମ ଘର ଓ ତୃତୀୟ ଘରକୁ ଦେଖିବେ ଯାହା ଫଳରେ ଯାତ୍ରାରୁ ଲାଭ ହେବ, ଆପଣଙ୍କର ରୋଜଗାର ବଢ଼ିବ, ଆପଣଙ୍କର ନିଷ୍ପତି ନେବା କ୍ଷମତା ଭଲ ହେବ ଯାହା ଦ୍ବାରା ଆପଣଙ୍କୁ ଲାଭ ହେବ। ଅକ୍ଟୋବରରେ ଯେବେ ବୃହସ୍ପତି ମହାରାଜ ଅଷ୍ଟମ ଘରକୁ ଯିବେ ତେବେ ଆଧ୍ୟାତ୍ମିକ ଅନୁଭବ ମଧ୍ୟ ମିଳିବ। ଶାଶୁ ଘରୁ କୌଣସି ଖୁସି ସମାଚାର ମିଳିବ କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ହ୍ରାସ ଘାଟିପାରେ। ବକ୍ରୀ ଅବସ୍ଥାରେ ବୃହସ୍ପତି ମହାରାଜ ଡିସେମ୍ବରରେ ସପ୍ତମ ଘରକୁ ପୁନର୍ବାର ଯିବେ ଓ ବୈବାହିକ ସମ୍ବନ୍ଧରେ ସମସ୍ଯା କମ ହେବ।

ଉପାୟ : ଗୁରୁବାର ଦିନ ଆରମ୍ଭ କରି ବୃହସ୍ପତି ମହାରାଜଙ୍କର ବୀଜ ମନ୍ତ୍ର ଜପ କରନ୍ତୁ।

ମକର ରାଶିଫଳ

ମକର ରାଶିର ଲୋକଙ୍କ ପାଇଁ ବୃହସ୍ପତି ମହାରାଜ ତୃତୀୟ ଘର ଓ ଦ୍ଵାଦଶ ଘରର ସ୍ବାମୀ ଓ ଗୁରୁ ଗୋଚର 2025 ଆପଣଙ୍କର ଷଷ୍ଠ ଘରେ ହେବ। ଏହି ଗୋଚର ଆପଣଙ୍କୁ ବିଶେଷ ଭାବରେ ସାବଧାନ ରହିବା ପାଇଁ ସଙ୍କେତ ଦେଉଛି କାରଣ ଏହି ଗୋଚର ସମୟରେ ଗୋଟେ ପଟେ ଆପଣଙ୍କର ଚାକିରିରେ ଭଲ ପରିଣାମ ମିଳିବ ଓ ଅନ୍ୟ ପଟେ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ପେଟ ଓ ଏସିଡିଟି, ବଦ୍ହଜମି, ଇତ୍ୟାଦି ସହିତ ଜଡ଼ିତ ସମସ୍ଯା କିମ୍ବା କୋଲେଷ୍ଟ୍ରୋଲ ବଢ଼ିବାର ଚିନ୍ତା ରହିପାରେ। ଆପଣ ନିଜର ଅଳସୁଆମୀ ଛାଡିଲେ ସଫଳତା ମିଳିବ। ଅକ୍ଟୋବରରେ ବୃହସ୍ପତି ମହାରାଜ ସପ୍ତମ ଘରେ ପ୍ରବେଶ କରିବେ, ଓ ଆପଣ ବିରୋଧୀଙ୍କୁ ପରାସ୍ତ କରିବେ। ଆର୍ଥିକ ସମୃଦ୍ଧି ଘଟିବ। ଜୀବନସଥୀର ସହଯୋଗ ମିଳିବ। ବୈବାହିକ ସମ୍ବନ୍ଧରେ ପ୍ରଗତି ଆସିବ। ଅବିବାହିତ ଲୋକଙ୍କର ବିବାଃ ଯୋଗ ଫିଟିବ। ଆପଣଙ୍କର ନିଷ୍ପତି ନେବା କ୍ଷମତା ଭଲ ହେବ ଓ ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ। ଚାକିରିର ପ୍ରବଳ ଯୋଗା ଅଛି। ଏହା ପରେ ବକ୍ରୀ ଅବସ୍ଥାରେ ବୃହସ୍ପତିଙ୍କର ଡିସେମ୍ବର ମାସରେ ପୁନର୍ବାର ଷଷ୍ଠ ଘରକୁ ଯିବା ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ଉପରେ ଧ୍ୟାନ ଦେବା ଉଚିତ।

ଉପାୟ : ଗୁରୁବାର ଦିନ ଗୁଡ଼ ଓ ଚଣାର ଡାଲି ଦ୍ବାରା କଦଳୀ ଗଛଙ୍କୁ ପୂଜା କରନ୍ତୁ।

କୁମ୍ଭ ରାଶିଫଳ

କୁମ୍ଭ ରାଶି ଲୋକଙ୍କର ଲୋକଙ୍କ ପାଇଁ ବୃହସ୍ପତି ମହାରାଜ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ। ଗୁରୁ ଗୋଚର 2025 ଆପଣଙ୍କର ରାଶିର ପଞ୍ଚମ ଘରେ ହେବାକୁ ଯାଉଛି। ଏହି ଗୋଚର ଆପଣଙ୍କୁ ଧନ ଲାଭ ପାଇଁ ବହୁତ ଯୋଗ ପ୍ରଦାନ କରିବ। ଆପଣଙ୍କର ଆର୍ଥିକ ସମୃଦ୍ଧି ହେବ। ଯୋଜନାରେ ସଫଳତା ମିଳିବ। ଇଚ୍ଛାନୁଯାୟୀ ପରିଣାମ ମିଳିବ। ଆପଣଙ୍କର ରୋଜଗାର ବଢ଼ିବ। ଯଦି ଆପଣ ଚାକିରିରେ ପରିବର୍ତ୍ତନ ଚାହାନ୍ତି ତେବେ ତାହା ଆପଣଙ୍କୁ ଏହି ସମୟରେ ମିଳିଯିବ ଓ ଭଲ ଚାକିରି ମିଳିବ ଯେଉଁଥିରେ ଆପଣ ପଦୋନ୍ନତି ଓ ଦରମା ବୃଦ୍ଧି ହେବ। ବୃହସ୍ପତି ମହାରାଜ ଆପଣଙ୍କର ନବମ ଘର, ଏକାଦଶ ଘର ଓ ପ୍ରଥମ ଘରକୁ ଦେଖିବେ ଓ ଆପଣଙ୍କ ଭିତରେ ଉତ୍ତମ ସଂସ୍କାର ବଢ଼ିବ। ଆପଣଙ୍କର ସନ୍ତାନ ସଂସ୍କାରି ହେବ। ଉଚ୍ଚ ଶିକ୍ଷାରେ ମଧ୍ୟ ଆପଣ ସଫଳତା ପାଇବେ। ଆପଣ ଧନ ରୋଜଗାର କରିବା ପାଇଁ ଲାଳାୟିତ ରହିବେ। ସନ୍ତାନ ସହିତ ଜଡ଼ିତ ଶୁଭ ସୂଚନା ପ୍ରାପ୍ତ ହେବ। ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ହ୍ରାସ ପାଇବ। ନିଷ୍ପତି ନେବାର କ୍ଷମତା ଭଲ ରହିବ। ଅକ୍ଟୋବର ମାସରେ ଯେବେ ବୃହସ୍ପତି ମହାରାଜ ଷଷ୍ଠ ଘରକୁ ଯିବେ ତେବେ ସ୍ବାସ୍ଥ୍ୟ ସମସ୍ଯା ବଢ଼ିପାରେ। ଓ ଆପଣଙ୍କର ଖର୍ଚ୍ଚ ଅଧିକ ହେବ। ଏହା ପରେ ଯେବେ ବୃହସ୍ପତି ମହାରାଜ ବକ୍ରୀ ଅବସ୍ଥାରେ ପଞ୍ଚମ ଘରେ ଡିସେମ୍ବର ମାସରେ ଆସିବେ, ତେବେ ଆପଣଙ୍କୁ ପ୍ରେମ ସମ୍ବନ୍ଧରେ ଆସିବାକୁ ଥିବା ସମସ୍ଯା ପ୍ରତି ସଜାଗ ରହିବାକୁ ପଡ଼ିବ ଓ ଆର୍ଥିକ ସମସ୍ଯା ତଥା ସ୍ବାସ୍ଥ୍ୟ ସମସ୍ଯା ପ୍ରତି ଧ୍ୟାନ ଦେବା ଆବଶ୍ୟକ ହେବ। ଏହି ସମୟରେ ଚାକିରିରେ ଉତ୍ଥାନ-ପତନ ଆସିପାରେ।

ଉପାୟ : ଗୁରୁବାର ଦିନ ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତୁ।

ମୀନ ରାଶିଫଳ

ଗୁରୁ ଗୋଚର ଆପଣଙ୍କ ପାଇଁ ବିଶେଷ ଭାବରେ ମହତ୍ୱପୂର୍ଣ ରହିବ କାରଣ ଗୁରୁ ମହାରାଜ ଆପଣଙ୍କର ରାଶିର ସ୍ବାମୀ ହେବା ସହିତ ଆପଣଙ୍କର କର୍ମ ଘର ମନେ ଦଶମ ଘରର ସ୍ବାମୀ ମଧ୍ୟ ଓ ଗୁରୁଙ୍କର ଏହି ଗୋଚର ଆପଣଙ୍କର ରାଶିର ଚତୁର୍ଥ ଘରେ ହେବାକୁ ଯାଉଛି। ବୃହସ୍ପତିଙ୍କର ଏହି ଗୋଚର ସମୟରେ ପରିବାରରେ ଉତ୍ଥାନ-ପତନ ଦେଖିବା ପାଇଁ ମିଳିବ ଓ ପାରସ୍ପରିକ ବୁଝାମଣାର ଅଭାବ ରହିପାରେ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତା ଅର୍ଜନ କରିପାରିବେ। ଆପଣ ବହୁତ ପରିଶ୍ରମ କରିବେ। ସମ୍ପୂର୍ଣ ଧ୍ୟାନ କାମ ଉପରେ ରହିବ ଯାହା ଆପଣଙ୍କର ପ୍ରଦର୍ଶନକୁ ସୁଧାରିବ। ବୃହସ୍ପତି ଏଠାରେ ବସି ଆପଣଙ୍କର ଅଷ୍ଟମ ଘର, ଦଶମ ଘର ଓ ଦ୍ଵାଦଶ ଘରକୁ ଦେଖିବେ ଯାହା ଫଳରେ ଆପଣଙ୍କର ଖର୍ଚ୍ଚ ବଢ଼ିବ। ଖର୍ଚ୍ଚ ଭଲ କାର୍ଯ୍ୟ ପାଇଁ ହେବ। ଶାଶୁ ଘର ପକ୍ଷ ପାଇଁ ମଧ୍ୟ ଭଲ ସମୟ ରହିବ। ତାଙ୍କୁ ଏହି ସମୟରେ କିଛି ଭଲ ପରିଣାମ ମିଳିପାରେ। ଆପଣ କାମ ପାଇଁ ଅନ୍ୟ ସହରକୁ ଯାଇପାରନ୍ତି। ଅକ୍ଟୋବର ମାସରେ ବୃହସ୍ପତି ମହାରାଜ ଯେବେ ପଞ୍ଚମ ଘରେ ଗୋଚର କରିବେ ତେବେ ସମୟ ସନ୍ତାନ ଓ ଆର୍ଥିକ ସମୃଦ୍ଧି ପାଇଁ ଭଲ ରହିବ। ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ। ଏହା ପରେ ବକ୍ରୀ ହୋଇ ଯେବେ ବୃହସ୍ପତି ମହାରାଜ ପୁନର୍ବାର ଚତୁର୍ଥ ଘରକୁ ଡିସେମ୍ବର ମାସରେ ପ୍ରବେଶ କରିବେ ତେବେ ପାରିବାରିକ ସମସ୍ଯା ବଢ଼ି ପାରେ। ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୁଳ ସମସ୍ଯାର ବଡ଼ କାରଣ ହୋଇପାରେ ଓ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବହୁତ ପରିଶ୍ରମ କରିବାକୁ ହେବ, ତେବେ ଯାଇ ସଫଳତା ମିଳିପାରିବ।

ଉପାୟ : ଆପଣଙ୍କୁ ଗୁରୁବାର ଦିନ ବୃହସ୍ପତି ମହାରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଗୁରୁ ଗୋଚର 2025 ଆପଣଙ୍କ ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ କେବେ ହତାଶ ହେବେ ନାହିଁ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ଗୁରୁଙ୍କର ଗୋଚର କେବେ ହେବ?

15 ମଈ 2025 ବୃଷ ରାଶିରୁ ବାହାରି ପ୍ରାତଃ 2:30ରେ ବୁଧଙ୍କ ଦ୍ବାରା ଶାସିତ ମିଥୁନ ରାଶିରେ ଗୋଚର କରିବେ।

2. ଗୁରୁ ଗୋଟିଏ ରାଶିରେ କେତେ ଦିନ ରୁହନ୍ତି?

ଗୁରୁ ଗ୍ରହ ଗୋଟିଏ ରାଶିରେ ପାଖାପାଖି 13 ମାସ ରୁହନ୍ତି। ଯଦି ଗୁରୁ ଗ୍ରହ ବକ୍ରୀ ଅବସ୍ଥାରେ ରୁହନ୍ତି ତେବେ ଏହି ସମୟ ଆହୁରି ବଢ଼ିପାରେ।

3. ଗୁରୁ ଗ୍ରହ କେଉଁ ରାଶିର ସ୍ବାମୀ?

ଗୁରୁ ଗ୍ରହ ଧନୁ ଓ ମୀନ ରାଶିର ସ୍ବାମୀ।

4. ଗୁରୁ କେଉଁ ଘରେ ଶୁଭ ଫଳ ଦିଅନ୍ତି?

ବୃହସ୍ପତି ପ୍ରଥମ, ଦ୍ଵିତୀୟ, ପଞ୍ଚମ ଓ ସପ୍ତମ ଘରେ ଥାଇ ଭଲ ପରିଣାମ ଦିଅନ୍ତି।

Talk to Astrologer Chat with Astrologer