ଗ୍ରହଣ 2025

Author: Monica Rajguru | Updated Sun, 17 Nov 2024 09:08 PM IST

ଆଷ୍ଟ୍ରୋସେଜର ଏହି ଲେଖା ଦ୍ବାରା ଆପଣଙ୍କୁ ବର୍ଷ 2025ରେ ଘଟିବାକୁ ଥିବା ବିଭିନ୍ନ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହ ବିଷୟରେ ଜଣାପଡ଼ିବ। ଆମେ ନିଜର ସମସ୍ତ ପାଠକଙ୍କୁ ନୂଆ ବର୍ଷ 2025ର ଶୁଭକାମନା ସହିତ ବର୍ଷ 2025ର ସମସ୍ତ ଗ୍ରହଣ ବିଷୟରେ ପାଖାପାଖି ସମସ୍ତ ପ୍ରକାରର ସୂଚନା ପ୍ରଦାନ କରିବୁ। ଆପଣଙ୍କୁ ଏହି ଗ୍ରହଣ 2025 ଲେଖାରେ ଏହା ଜାଣିବାର ସୁଯୋଗ ମିଳିବ ଯେ ବର୍ଷ 2025ରେ ସମୁଦାୟ କେତୋଟି ଗ୍ରହଣ ଘଟିବ, ଏଥିରେ କେତୋଟି ସୂର୍ଯ୍ୟ ପରାଗ ହେବ ଓ କେତୋଟି ଚନ୍ଦ୍ର ଗ୍ରହଣ ହେବ, ଏଥିରେ ସମ୍ପୂର୍ଣ ଲିମ୍ବ ଖାଗ୍ରସ ଗ୍ରହଣ କେତୋଟି ହେବ ଓ କେତୋଟି ଆଂଶିକ କିମ୍ବା ବଳାୟକାର କିମ୍ବା ଖଣ୍ଡଗ୍ରାସ କିମ୍ବା ଉପଛାୟା ଗ୍ରହଣ ହେବ। ଏହା ସହିତ ଆପଣଙ୍କୁ ଏହା ମଧ୍ୟ ଜାଣିବାକୁ ମିଳିବ ଯେ ବର୍ଷ 2025ରେ ଯେତେ ଗ୍ରହଣ ଲାଗିବ, ତାହା କେଉଁ ଦିନ ବା କେଉଁ ସମୟରେ ପ୍ରାରମ୍ଭ ହେବ କେଉଁ ସମୟରେ ସମାପ୍ତ ହେବ। ବିଶ୍ବର କେଉଁ କେଉଁ କ୍ଷେତ୍ରରେ ଏହା ଦେଖିବାକୁ ମିଳିବ। ସାଙ୍ଗରେ ବିଶେଷ ଭାବରେ ଭାରତରେ ଏହା ଦୃଶ୍ୟମାନ ହେବ ନା ନାହିଁ, ସେହି ଗ୍ରହଣର ସୁତକ କାଳ କ’ଣ ହେବ। ସୂର୍ଯ୍ୟ ପରାଗ କ’ଣ, ଚନ୍ଦ୍ର ଗ୍ରହଣ କ’ଣ ଓ ସେହି ଗ୍ରହଣ ସମୟରେ କ’ଣ କରିବା ଉଚିତ ଓ କ’ଣ ପ୍ରତିକାର କରିବା ଉଚିତ ଯାହା ଫଳରେ ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚି ହେବ ତାହା ମଧ୍ୟ ଜାଣିବେ।


ଭବିଷ୍ୟ ସହିତ ଜଡ଼ିତ ଯେକୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଏହି ପ୍ରକାର, ଗ୍ରହଣ 2025କୁ ବିଶେଷ ଭାବରେ ଧ୍ୟାନରେ ରଖି ଏହି ବିସ୍ତୃତ ଲେଖା ଆଷ୍ଟ୍ରୋସେଜର ଜ୍ଯୋତିଷ ଡକ୍ଟର ମୃଗାଙ୍କ ଶର୍ମା ଆପଣଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ଓ ଆମେ ଆଶା କରୁଛୁ ଯେ ଏହି ଲେଖା ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ପ୍ରମାଣିତ ହେବ ଓ 2025ରେ ଆସିବାକୁ ଥିବା ପ୍ରତ୍ଯେକ ଗ୍ରହଣ ବିଷୟରେ ଆପଣଙ୍କୁ ସୂଚିତ କରିବ। ଆମେ ଆଶା କରୁଛୁ ଯେ ଆପଣ ଏହି ସୂଚନା ସହିତ ନିଜର ଜୀବନକୁ ଉତ୍ତମ ଦିଗରେ ନେବାରେ ସଫଳ ହେବେ।

Click Here to Read in English: Eclipse 2025

ବର୍ଷ 2025ରେ ସମୁଦାୟ ଗ୍ରହଣ ସଂଖ୍ୟା କେତେ ହେବ, କେତୋଟି ସୂର୍ଯ୍ୟ ପରାଗ, କେତୋଟି ଚନ୍ଦ୍ର ଗ୍ରହଣ ହେବ, ଏହା ସବୁ ଜାଣିବା ପାଇଁ ଉତ୍ସୁକତା ଆପଣଙ୍କ ଭିତରେ ନିଶ୍ଚିତ ଥିବ। ଚାଲନ୍ତୁ ଏହି ଉତ୍ସୁକତାକୁ କିଛି ଆହୁରି ବଢ଼ାଇବା ଓ ସର୍ବପ୍ରଥମେ ଏହା ଜାଣିବା ଯେ ବାସ୍ତବରେ ଗ୍ରହଣ କ’ଣ ।

ଆମେ ସମସ୍ତେ ଏହି ସ୍ଥିତି ସହିତ ଅବଗତ ଯେ ପୃଥିବୀ ଓ ଅନ୍ୟ ସମସ୍ତ ଗ୍ରହ ସୂର୍ଯ୍ୟ ଚାରିପଟେ ବୁଲନ୍ତି ଓ ଚନ୍ଦ୍ର ପୃଥିବୀ ଚାରିପଟେ ବୁଲନ୍ତି। ଅନେକ ଥର ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଗତି ଯୋଗୁଁ କିଛି ବିଶେଷ ସ୍ଥିତି ସମୟ ସମୟରେ ନିର୍ମାଣ ହୁଏ ଯାହା ବୈଜ୍ଞାନିକ ରୂପରେ ମହତ୍ୱପୂର୍ଣ ହୋଇଥାଏ, କିନ୍ତୁ ଜ୍ଯୋତିଷଶାସ୍ତ୍ରରେ ବହୁତ ମହତ୍ୱପୂର୍ଣ କୁହଯାଏ। ଏହାକୁ ଗ୍ରହଣ କୁହଯାଏ।

ଆମେ ସମସ୍ତେ ସୂର୍ଯ୍ୟଙ୍କର କିରଣରୁ ଆଲୁଅ ପ୍ରାପ୍ତ କରୁ। ପୃଥିବୀକୁ ମଧ୍ୟ ସୂର୍ଯ୍ୟଙ୍କର ଆଲୁଅ ମିଳେ ଓ ଚନ୍ଦ୍ର ମଧ୍ୟ ସୂର୍ଯ୍ୟଙ୍କର ଆଲୋକରେ ପ୍ରକାଶିତ ହୁଏ। ଅନେକ ଥଟ ପୃଥିବୀର ପରିକ୍ରମା ଓ ଚନ୍ଦ୍ରଙ୍କର ପରିକ୍ରମା ଯୋଗୁଁ ଏପରି ପରିସ୍ଥିତି ନିର୍ମାଣ ହୁଏ ଯେ କିଛି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ପ୍ରକାଶ ପୃଥିବୀ ଉପରେ କିମ୍ବା ଚନ୍ଦ୍ର ଉପରେ ପଡ଼େ ନାହିଁ। ଏହି ସ୍ଥିତିକୁ ଆମେ ଗ୍ରହଣ କହିଥାଉ। ଅଲଗା ଅଲଗା ପରିସ୍ଥିତିରେ ଏହା ଅଲଗା ଅଲଗା ରୂପରେ ନେଇପାରେ ଓ ଏହାକୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କୁହଯାଏ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛ ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କ ଚଳନର ସମସ୍ତ ସୂଚନା

ବୈଦିକ ଜ୍ଯୋତିଷ ଅନୁସାରେ ଗ୍ରହଣର ମହତ୍ଵ

ଭାରତୀୟ ବୈଦିକ ଜ୍ଯୋତିଷରେ ଗ୍ରହଣର ବହୁତ ଅଧିକ ମହତ୍ଵ ଅଛି। ଜ୍ଯୋତିଷଶାସ୍ତ୍ର ଅନୁସାରେ, ଜାତକରେ ଥିବା ବିଭିନ୍ନ ପ୍ରକାର ଗ୍ରହଙ୍କର ଆମର ଜୀବନରେ ବିଭିନ୍ନ କ୍ଷେତ୍ରରେ ଅଲଗା ଅଲଗା ଶୁଭ ଅଶୁଭ ପ୍ରଭାବ ପଡ଼ିଥାଏ। ଏଠି ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ନବଗ୍ରହ ମଧ୍ୟରୁ ମୁଖ୍ୟ ଗ୍ରହ କୁହାଯାଏ ସୂର୍ଯ୍ୟ ଆତ୍ମା ଓ ସୃଷ୍ଟିର କାରକ କୁହା ଯାଆନ୍ତି ଓ ଚନ୍ଦ୍ର ଆମର ମନର କାରକ କୁହା ଯାଆନ୍ତି। ଏହି କାରଣରୁ ଯେବେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହ ହୁଏ, ତେବେ ବୈଦିକ ଜ୍ଯୋତିଷରେ ଏହାର ମହତ୍ଵ ଆହୁରି ଅଧିକ ବଢ଼ିଯାଏ। ଗ୍ରହଣ କାଳରେ ଜନ୍ମ ନେଉଥିବା ପିଲାଙ୍କୁ ଗ୍ରହଣ ଦୋଷ ମଧ୍ୟ ଲାଗିଥାଏ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣର ଆକାର ନେବା ପୂର୍ବରୁ ତାହାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଯାଏ ଓ ଗ୍ରହଣର ସମାପ୍ତି ପଡ଼େ ବହୁତ ଦିନ ଯାଏ ତାହାର ପ୍ରଭାବ ଦେଖିବାକୁ ମିଳେ। ଏହା କେବଳ ମନୁଷ୍ୟ ଉପରେ ନୁହେଁ ବରଂ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

हिंदी में पढ़ने के लिए यहाँ क्लिक करें: ग्रहण 2025

ହିନ୍ଦୁ ଧର୍ମରେ ପୌରଣିକ କଥା ଅନୁସାରେ ଗ୍ରହଣ

ହିନ୍ଦୁ ଧର୍ମରେ ଅନେକ ପୌରଣିକ କଥା ଅଛି ଯାହା ଆମକୁ ଜୀବନର ଅନେକ ଜିନିଷ ବିଷୟରେ କହିଥାଏ। ସେଥିରେ ଗ୍ରହଣ ବିଷୟରେ କଥା ମଧ୍ୟ ବିଶେଷ ରୂପରେ ପ୍ରଚଳିତ ଅଛି। ଏହି ପୌରଣିକ କଥା ଅନୁସାରେ, ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ପାଇଁ ରାହୁ ଓ କେତୁ ଉତ୍ତରଦାୟୀ ବୋଲି କୁହଯାଏ। ଏପରି ବିଶ୍ବାସ ଅଛି ଯେ ଯେବେ ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଦାନବଙ୍କ ମଧ୍ୟରେ ଅମୃତକୁ ପାଇବା ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା ଭଗବାନ ବିଷ୍ଣୁ ମୋହିନୀ ଅବତାର ଧରଣ କରି ଏକ ସୁନ୍ଦର ସ୍ତ୍ରୀ ରୂପ ଧରଣ କରିଥିଲେ।। ଯେଉଁ ଅମୃତକୁ ଦାନବ ମାନେ ଦେବତାଙ୍କ ଠାରୁ ଛଡ଼େଇ ନେଇଥିଲେ, ତାହା ମୋହିନୀ ଧୀରେ ଧୀରେ ଦେବତାଙ୍କ ମଧ୍ୟରେ ବାଣ୍ଟି ଥିଲେ। କିନ୍ତୁ ଏହି ସମୟରେ ସ୍ଵରଭାନୁ ନାମକ ଏକ୍ ଦୈତ୍ୟ ଦେବତାଙ୍କର ଭେଷ ବଦଳାଇ ଦେବତାଙ୍କ ମଝିରେ ବସିଥିଲା ଓ ଅମୃତ ପ୍ରାପ୍ତ କରିବାକୁ ଚେଷ୍ଟା କରିଥିଲା। ତାହାର ଏହି ଚାଲ ସୂର୍ଯ୍ୟ ଓ ଚନ୍ଦ୍ର ଦେଖିଦେଇ ଥିଲେ ଓ ମୋହିନୀ ଅବତାର ଧାରଣ କରିଥିବା ଭଗବାନ ଶ୍ରୀ ହରି ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ରାହୁର ମୁଣ୍ଡ ଶରୀରରୁ ଅଲଗା କରି ଦେଇଥିଲେ, କିନ୍ତୁ ଅମୃତର କିଛି ଟୋପା ସେ ଗ୍ରହଣ କରି ସାରିଥିଲା ଯାହା ଫଳରେ ଅମୃତର ପ୍ରଭାବ ତାହା ଉପରେ ପଡ଼ି ସାରିଥିଲା ଓ ଛାୟା ଗ୍ରହ ରୂପରେ ତାକୁ ମାନ୍ୟତା ମିଳିଲା। ଏହି କାରଣରୁ ରାହୁ ଓ କେତୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଉପରେ ନିଜର ପ୍ରତିଶୋଧ ନେବା ପାଇଁ ସମୟ ସମୟରେ ତାଙ୍କୁ ଗ୍ରାସ କରନ୍ତି।।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଆଧୁନିକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣ

ଯଦି ଆମେ ଆଧୁନିକ ବିଜ୍ଞାନ ଦୃଷ୍ଟିକୋଣରୁ ଗ୍ରହଣର ବାଖ୍ଯା କରିବା ତେବେ ତାହା ଅନୁସାରେ ଏହା ଏକ ଜ୍ୟୋତିର୍ବିଜ୍ଞାନ ଘଟଣା। ଯେବେ କୌଣସି ସ୍ୱର୍ଗୀୟ ଖଣ୍ଡର ଛାୟା ଅନ୍ୟ ସ୍ବର୍ଗୀୟ ଖଣ୍ଡ ଉପରେ ପଡ଼େ, ତେବେ ଗ୍ରହଣ ଲାଗେ। ଏହା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ରୂପରେ ହୋଇଥାଏ ଓ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ।

ସୂର୍ଯ୍ୟ ପରାଗ କ’ଣ?

ଯଦି ଆମେ ସର୍ବପ୍ରଥମେ ସୂର୍ଯ୍ୟ ପରାଗ ବିଷୟରେ କହିବା ତେବେ ଯେବେ ପୃଥିବୀ ଓ ଚନ୍ଦ୍ର ନିଜର ପରିକ୍ରମା ପଥରେ ଗତି କରୁ କରୁ ଯେତେବେଳେ ଏପରି ସ୍ଥିତିରେ ଆସନ୍ତି ଯେ ସୂର୍ଯ୍ୟ ଓ ପୃଥିବୀ ମଜଗ୍ୟରେ ଆସିଯାନ୍ତି ସେତେବେଳେ ପୃଥିବୀ ଉପରେ ପଡ଼ୁଥିବା ସୂର୍ଯ୍ୟଙ୍କର କିରଣ କିଛି ସମୟ ପାଇଁ ଅଟକି ଯାଏ। ଏହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହଯାଏ। ଏପରି ସୂର୍ଯ୍ୟ ପରାଗ 2025ରେ ମଧ୍ୟ ଦେଖିବାକୁ ମିଳିବ ଯାହା ବିଷୟରେ ଆମେ ଆଗକୁ ପଢ଼ିବା।

ଚନ୍ଦ୍ର ଗ୍ରହଣ କ’ଣ?

ଯେଉଁ ପ୍ରକାର ସୂର୍ଯ୍ୟ ପରାଗ ଆକାର ନେଇଥାଏ ସେହି ପ୍ରକାର ଚନ୍ଦ୍ର ଗ୍ରହଣ ମଧ୍ୟ ଆକାର ନେଇଥାଏ।, ଅନ୍ତର କେବଳ ଏତିକି ଯେ ଚନ୍ଦ୍ର ଉପରେ ପଡ଼ୁଥିବା ପ୍ରକାଶକୁ ପୃଥିବୀ କିଛି ସମୟ ପାଇଁ ଅଟକାଇ ଦେଇଥାଏ କାରଣ ସେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ଆସିଯାଏ। ତେବେ ଏହି ସ୍ଥିତିରେ ଚନ୍ଦ୍ରମାର ଛାୟା ପୃଥିବୀ ଉପରେ ପଡ଼ିଥାଏ। ଏହି ସ୍ଥିତିକୁ ଚନ୍ଦ୍ର ଗ୍ରହଣ କୁହଯାଏ।

ଗ୍ରହଣ କେତେ ପ୍ରକାରର ହୋଇଥାଏ?

ଏବେ ଆମେ ଉପରେ ଜାଣିଲେ ଯେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହ କ’ଣ, ଏବେ ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେତେ ପ୍ରକାରର ହୋଇଥାନ୍ତି।

ପୂର୍ଣ ସୂର୍ଯ୍ୟ ପରାଗ

ଯେବେ ଚନ୍ଦ୍ରଙ୍କ ଦ୍ବାରା ସୂର୍ଯ୍ୟର ପ୍ରକାଶ ପୃଥିବୀ ଉପରେ ସମ୍ପୂର୍ଣ ଭାବରେ ପଡ଼େ ଓ ପୃଥିବୀକୁ ଢାଙ୍କି ଦିଏ, ତେବେ ପୂର୍ଣ ସୂର୍ଯ୍ୟ ପରାଗ ହୋଇଥାଏ। ଏହାକୁ ଖଗ୍ରାସ ସୂର୍ଯ୍ୟ ପରାଗ ମଧ୍ୟ କୁହଯାଏ।

ଆଂଶିକ ସୂର୍ଯ୍ୟ ପରାଗ

ଯେବେ ଚନ୍ଦ୍ରଙ୍କ ଦ୍ବାରା ସୂର୍ଯ୍ୟଙ୍କର ପ୍ରକାଶ ଆଂଶିକ ଭାବରେ ପୃଥିବୀ ଉପରେ ପଡ଼ିଥାଏ, ତେବେ ସୂର୍ଯ୍ୟ ଆଂଶିକ ଭାବରେ ଗ୍ରାସିତ ହୋଇଥିବା ଦେଖାଯାଆନ୍ତି। ଏହାକୁ ଆଂଶିକ ସୂର୍ଯ୍ୟ ପରାଗ କୁହଯାଏ କିମ୍ବା ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଭାବରେ କୁହଯାଏ।

ବଲୟାକାର ସୂର୍ଯ୍ୟ ପରାଗ

ଯେବେ ଚନ୍ଦ୍ରମାଙ୍କ ଦ୍ବାରା ସୂର୍ଯ୍ୟ କେବଳ କେନ୍ଦ୍ରକୁ ଢାଙ୍କି ପାରନ୍ତି ଓ ଚାରିପଟେ ତାଙ୍କର ପ୍ରକାଶ ଚମକୁଥାଏ, ତାହାକୁ ବଲୟାକାର ସୂର୍ଯ୍ୟ ପରାଗ କୁହଯାଏ ଯାହାକୁ ଆମେ ରିଂ ଅଫ ଫାୟାର ମଧ୍ୟ କହିଥାଉ। ବଲୟାକାର ସୂର୍ଯ୍ୟ ପରାଗକୁ କଙ୍କଡ଼ାକୃତୀ ସୂର୍ଯ୍ୟ ପରାଗ ମଧ୍ୟ କୁହଯାଏ।

ହାଇବ୍ରିଡ ସୂର୍ଯ୍ୟ ପରାଗ

ଏହି ସୂର୍ଯ୍ୟ ପରାଗ ଦୁର୍ଲଭ ପ୍ରକାରର ସୂର୍ଯ୍ୟ ପରାଗ ଅଟେ। ଏହି ସ୍ଥିତିରେ ସୂର୍ଯ୍ୟ ପରାଗ କିଛି ସ୍ଥାନରେ ଦେଖିଲେ ବଲୟାକାର ଆକୃତିରେ ଦେଖାଯାଏ ଓ କିଛି ଜାଗାରେ ପୂର୍ଣ ଭାବରେ ପରାଗ ରୂପରେ ଦେଖାଯାଏ। ଏହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ କୁହଯାଏ।

ପୂର୍ଣ ଚନ୍ଦ୍ର ଗ୍ରହଣ

ଯେବେ ପୃଥିବୀ ଦ୍ବାରା ଚନ୍ଦ୍ର ସମ୍ପୂର୍ଣ ଭାବରେ ଢାଙ୍କି ହୋଇଯାଆନ୍ତି ତେବେ ପୂର୍ଣ ଚନ୍ଦ୍ର ଗ୍ରହ ଲାଗିଥାଏ। ପୂର୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖା ଯାଆନ୍ତି, ଏହାକୁ ବ୍ଲଡ୍ ମୁନ ମଧ୍ୟ କୁହଯାଏ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଆଂଶିକ ଚନ୍ଦ୍ର ଗ୍ରହଣ

ଯେବେ ପୃଥିବୀ ଦ୍ବାରା ଚନ୍ଦ୍ର କେବଳ ଆଂଶିକ ଭାବରେ ଢାଙ୍କି ହୋଇଯାନ୍ତି ତେବେ ଆଂଶିକ ଚନ୍ଦ୍ର ଗ୍ରହଣ ଲାଗିଥାଏ।

ଉପଛାୟା ଚନ୍ଦ୍ର ଗ୍ରହଣ

ଯେବେ ପୃଥିବୀର ଉପଛାୟା ଦେଇ ଚନ୍ଦ୍ର ଯାଆନ୍ତି ତେବେ ସେହି ସମୟରେ ଚନ୍ଦ୍ରଙ୍କର ପ୍ରକାଶ କିଛି କମ ହୋଇଯାଏ, ତେବେ ସେହି ଅବସ୍ଥାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହଯାଏ। ଏହାକୁ ଖଗୋଳିୟ ଦୃଷ୍ଟିରୁ ଗ୍ରହଣ କୁହଯାଏ କିନ୍ତୁ ଏଥିରେ ଚନ୍ଦ୍ର ଗ୍ରାସିତ ହୁଅନ୍ତି ନାହିଁ।

ଏହି ପ୍ରକାର ଆମେ ଜାଣିପାରିବା ଯେ ବିଭିନ୍ନ ପ୍ରକାରର ଗ୍ରହଣ କେଉଁ କେଉଁ ପ୍ରକାରର ହୋଇଥାନ୍ତି। ଆଧୁନିକ ବିଜ୍ଞାନ ପାଇଁ ଗ୍ରହଣ କେବଳ ଏକ କୌତୁହଳ ଘଟଣା ଯେବେ ବୈଦିକ ଜ୍ଯୋତିଷରେ ଗ୍ରହଣକୁ ନେଇ ଅନେକ ବିଶ୍ବାସ ଅଛି ଓ ଏହାର ନିଜର ଧାର୍ମିକ ମହତ୍ଵ ଅଛି। କିନ୍ତୁ ଏହା ସମସ୍ତେ ବିଶ୍ବାସ କରନ୍ତି ଯେ ଗ୍ରହଣ ସମୟରେ ନକରାତ୍ମକ ଓ ହାନୀକାରକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ସେଥିପାଇଁ ଆମକୁ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସମୟରେ କିଛି ସାବଧାନ ରହିବା ଆବଶ୍ୟକ। ଗ୍ରହଣ ବିଷୟରେ ଏହା ମଧ୍ୟ କୁହଯାଏ ଯେ ଗ୍ରହଣ ବର୍ଷକୁ ସାତୋଟି ଲାଗିପାରେ ଯାହା ମଧ୍ୟରେ ପାଞ୍ଚଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ହୋଇପାରେ। ଏହା ବ୍ୟତୀତ, କେବେ କେବେ ଚାରୋଟି ସୂର୍ଯ୍ୟ ପରାଗ ଓ ତିନୋଟି ଚନ୍ଦ୍ର ଗ୍ରହଣ ମଧ୍ୟ ସମ୍ଭବ।

ଗ୍ରହଣର ସୂତକ କାଳ: ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣର ସୂତକ କାଳ

ଗ୍ରହଣ 2025 ବିଷୟରେ କହିଲେ , ଗ୍ରହଣ ବିଷୟରେ ଜାଣିବା ପାଇଁ ଆମର ଉତ୍ସୁକତା ଥାଏ ଓ ଏହି ଉତ୍ସୁକତା ସୁତକ କାଳ ଜାଣିବା ପାଇଁ ଥାଏ। ସୁତକ କାଳ ଏକ ବିଶେଷ ସମୟ ହୋଇଥାଏ ଯାହା ଯେ କୌଣସି ଗ୍ରହଣର କିଛି ସମୟ ପୂର୍ବରୁ ଆରମ୍ଭ ହୋଇଥାଏ ଓ ଗ୍ରହଣର ସମାପ୍ତି ସହିତ ଶେଷ ହୋଇଥାଏ। ଏହା ଏକ ଅଶୁଭ ସମୟ ଅଟେ ଓ ଏହି ସମୟରେ ସୁତକର ନିୟମ ସମସ୍ତଙ୍କୁ ପାଳନ କରିବା ଉଚିତ। ଏହାର ସର୍ବପ୍ରଥମ ନିୟମ ହେଉଛି ଯେ ସୁତକ କାଳ କେବଳ ସେଇଠି ପାଳନ ହୁଏ ଯେଉଁଠି ଗ୍ରହଣ ଦୃଶ୍ୟାମାନ ହୁଏ।

ଯଦି ଗ୍ରହଣ ଗୋଟିଏ ସ୍ଥାନରେ ଦେଖା ଯାଉଛି ଓ ଅନ୍ୟ ସ୍ଥାନରେ ଦେଖା ଯାଉନାହିଁ ତେବେ ସୁତକ କାଳ କେବଳ ସେହି ସ୍ଥାନରେ ପାଳନ ହେବ ଯେଉଁଠାରେ ଗ୍ରହଣ ଦେଖାଯିବ। ସୂର୍ଯ୍ୟ ପରାଗର ସୂତକ କାଳ ସୂର୍ଯ୍ୟ ପରାଗ ଲାଗିବାର ଚାରି ପ୍ରହର ପୂର୍ବରୁ ଆରମ୍ଭ ହୋଇଯାଏ। ଚନ୍ଦ୍ର ଗ୍ରହଣର ସୂତକ କାଳ ଚନ୍ଦ୍ର ଗ୍ରହଣ ଲାଗିବାର 3 ପ୍ରହର ପୂର୍ବରୁ ଆରମ୍ଭ ହୋଇଯାଏ। ଏହାର ଅର୍ଥ ସୂର୍ଯ୍ୟ ପରାଗ ଲାଗିବାର ପାଖାପାଖି 12 ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ସୂର୍ଯ୍ୟ ପରାଗ ଶେଷ ହେଲେ ସମାପ୍ତ ହୁଏ। ଠିକ ସେହି ପ୍ରକାର, ଚନ୍ଦ୍ର ଗ୍ରହଣର ପ୍ରାରମ୍ଭ ହେବା ସମୟରୁ ପାଖାପାଖି 9 ଘଣ୍ଟା ପୂର୍ବରୁ ଚନ୍ଦ୍ର ଗ୍ରହଣର ସୂତକ କାଳ ପ୍ରାରମ୍ଭ ହୋଇଯାଏ ଯାହା ଚନ୍ଦ୍ର ଗ୍ରହଣ ସମାପ୍ତ ହେବା ସହିତ ଶେଷ ହୁଏ।

ସୂତକ କାଳ ବହୁତ ମହତ୍ୱପୂର୍ଣ କୁହଯାଏ କରଣ ଏହି ସମୟରେ କୌଣସି ଶୁଭ ଓ ବିଶେଷ କାର୍ଯ୍ୟ କରାଯାଏ ନାହିଁ। ଏହା କରିବା ଦ୍ବାରା ସେହି କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା କମ ଥାଏ। ଏହି ସମୟରେ ମନ୍ତ୍ର ଜପ କରାଯାଏ। ସୂର୍ଯ୍ୟ ପରାଗ ସମୟରେ ବିଶ୍ବର ଆତ୍ମା ଓ ଜଗତର ପିତା କୁହାଯାଉଥିବା ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ସମୟରେ ଜଗତର ମନ କୁହାଯାଉଥିବା ଚନ୍ଦ୍ରଙ୍କ ଉପରେ ଗ୍ରହଣର ପ୍ରଭାବ ନକରାତ୍ମକତା ବଢ଼ାଇ ଥାଏ ସେଥିପାଇଁ ଏହି ସମୟକୁ ଭଲ କୁହଯାଏ ନାହିଁ। କୌଣସି ପ୍ରକାରର ଗ୍ରହଣ ହେଉ, ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ, ତାହାର ସୂତକ କାଳ ପୂର୍ବରୁ ସ୍ନାନ-ଧ୍ୟାନ କରିଦେବା ଉଚିତ ଓ ପୂଜା-ପାଠ ମଧ୍ୟ ଏହି ସମୟରେ କରିଦେବା ଉଚିତ। ସୂତକ କାଳ ସମୟରେ ମନ୍ଦିରରେ କବାଟ ବନ୍ଦ ରୁହେ ଓ ସେହି ସମୟରେ ମୂର୍ତିକୁ ସ୍ପର୍ଶ କରାଯାଏ ନାହିଁ। ଗ୍ରହଣ ସମାପ୍ତ ହେବା ପରେ ଯେବେ ସୂତକ କାଳ ମଧ୍ୟ ସମାପ୍ତ ହୁଏ, ତେବେ ପନର୍ବାର ସ୍ନାନ କରିବା ଉଚିତ ଓ ଶୁଭ କାର୍ଯ୍ୟ ପ୍ରାରମ୍ଭ କରିବା ଉଚିତ। ମୂର୍ତିକୁ ସ୍ନାନ କରି ତାଙ୍କର ପୂଜା ଅର୍ଚନା କରିବା ଉଚିତ ଓ ଦାନ-ପୂଣ୍ୟ କରିବା ଉଚିତ। ଏହାର ଶାସ୍ତ୍ରରେ ବିଶେଷ ମହତ୍ଵ ରହିଛି।

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ସୂର୍ଯ୍ୟ ପରାଗ 2025

ସୂର୍ଯ୍ୟ ପରାଗ ବିଷୟରେ କହିଲେ ବର୍ଷ 2025ରେ ଲାଗୁଥିବା ସୂର୍ଯ୍ୟ ପରାଗ ସମୁଦାୟ ଦୁଇ ଥର ଲାଗିବ।

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଶନିବାର, 29 ମାର୍ଚ୍ଚ 2025ରେ ଲାଗିବ। ଏହା ଖଣ୍ଡାଗ୍ରାସ ସୂର୍ଯ୍ୟ ପରାଗ ହେବ। ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ ସେଥିପାଇଁ ଧାର୍ମିକ ଦୃଷ୍ଟିକୋଣରୁ ଏହାର କୌଣସି ମାନ୍ୟତା ନାହିଁ ଓ କୌଣସି ସୁତକ କାଳ ନାହିଁ।

ଏହା ପାରେ ରବିବାର, 21 ସେପ୍ଟେମ୍ବର 2025ରେ ଦ୍ଵିତୀୟ ସୂର୍ଯ୍ୟ ପରାଗ ଲାଗିବ। ଏହା ଖଣ୍ଡାଗ୍ରାସ ସୂର୍ଯ୍ୟ ପରାଗ ହେବ। ଏହି ସୂର୍ଯ୍ୟ ପରାଗ ମଧ୍ୟ ଭାରତରେ ଦେଖାଯିବ ନାହିଁ ସେଥିପାଇଁ ଭାରତରେ ଏହାର ଧାର୍ମିକ ମହତ୍ଵ ନାହିଁ।

ଏହି ପ୍ରକାର, ବର୍ଷ 2025ରେ ସମୁଦାୟ ଦୁଇଟି ସୂର୍ଯ୍ୟ ପରାଗ ଲାଗିବ। ଚାଲନ୍ତୁ ଏବେ ଏହି ଦୁଇଟି ସୂର୍ଯ୍ୟ ପରାଗ ବିଷୟରେ ବିସ୍ତୃତରେ ସୂଚନା ପ୍ରାପ୍ତ କରିବା। ଆପଣ ଦୁନିଆର ଯେକୌଣସି ଜାଗାରେ ରହୁଥିଲେ ମଧ୍ୟ ଆପଣ ଏହି ପରାଗ ବିଷୟରେ ସମ୍ପୂର୍ଣ ସୂଚନା ପ୍ରାପ୍ତ କରି କରିପାରିବେ।

ପ୍ରଥମ ସୂର୍ଯ୍ୟ ପରାଗ 2025 - ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ
ତିଥି ଦିନ ତଥା ବାର

ସୂର୍ଯ୍ୟ ପରାଗ ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ)

ସୂର୍ଯ୍ୟ ପରାଗ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର

ଚୈତ୍ର ମାସ କୃଷ୍ଣ ପକ୍ଷ

ଅମାବାସ୍ୟା ତିଥି

ଶନିବାର

29 ମାର୍ଚ୍ଚ , 2025

ଦ୍ଵିପ୍ରହର 14:21 ରେ

ସନ୍ଧ୍ୟା 18:14 ପର୍ଯ୍ୟନ୍ତ

ବରମୁଡା ବର୍ବାଡୋସ୍, ଡେନମାର୍କ, ଅସ୍ଟ୍ରୀୟା, ବେଲ୍ଜିୟମ, ଉତ୍ତର ବ୍ରାଜିଲ, ଫିନଲାଣ୍ଡ, ଜର୍ମାନୀ, ଫ୍ରାଂସ୍, ହଙ୍ଗାରୀ,ଆୟାରଲ୍ଯାଣ୍ଡ। ମୋରୋକ୍କୋ, ଗ୍ରୀନଲାଣ୍ଡ, କାନାଡାର ପୂର୍ବ ଭାଗ, ଲୁଥିଆନା, ହୋଲଣ୍ଡ, ପର୍ତୁଗାଲ, ନୋରୱେ, ଉତ୍ତର ଋସ, ସ୍ପେଇନ, ଉକ୍ରାଇନ, ସ୍ଵୀଜରଲ୍ଯାନ୍ଡ, ପୋଲାଣ୍ଡ, ସ୍ଵୀଡେନ, ଇଂଲ୍ଯାନ୍ଡ ଓ ଆମେରିକାର ପୂର୍ବ ଭାଗ, ସୁରିନାମ

(ଭାରତରେ ଦୃଶ୍ୟାମାନ ହେବ ନାହିଁ)

ନୋଟ: ଯଦି ଗ୍ରହଣ 2025 ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସୂର୍ଯ୍ୟ ପରାଗର ସମୟ ଭାରତୀୟ ମାନକ ସମୟ ଅନୁସାରେ।

ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବ, କିନ୍ତୁ ଭାରତରେ ଦୃଶ୍ୟାମାନ ନ ହେବା ଯୋଗୁଁ ଭାରତରେ କୌଣସି ମଧ୍ୟ ଧାର୍ମିକ ପ୍ରଭାବ ରହିବ ନାହିଁ ଓ ଏହାର ସୁତକ କାଳ ମଧ୍ୟ ପ୍ରଭାବଶାଳି ହେବ ନାହିଁ।

ସୂର୍ଯ୍ୟ ପରାଗ 2025 ବିଷୟରେ ଏଠାରେ ବିସ୍ତୃତରେ ଜାଣନ୍ତୁ।

ଦ୍ଵିତୀୟ ସୂର୍ଯ୍ୟ ପରାଗ 2025 - ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ
ତିଥି ଦିନ ତଥା ବାର

ସୂର୍ଯ୍ୟ ପରାଗର ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ)

ସୂର୍ଯ୍ୟ ପରାଗ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର

ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା

ତିଥି

ରବିବାର ,

21 ସେପ୍ଟେମ୍ବର , 2025

ରାତ୍ରି

22:59 ରୁ

ମଧ୍ୟରାତ୍ରି ଉପରାନ୍ତ 27:23 ପର୍ଯ୍ୟନ୍ତ (22 ସେପ୍ଟେମ୍ବର ପ୍ରାତଃ 03:23 ପର୍ଯ୍ୟନ୍ତ)

ନିଉଜୀଲ୍ଯାନ୍ଡ, ଫିଜି, ଆଣ୍ଟାର୍କଟିକା, ଅସ୍ଟ୍ରେଲିୟାର ଦକ୍ଷିଣ ଭାଗ

(ଭାରତରେ ଦୃଶ୍ୟାମାନ ହେବ ନାହିଁ)

ନୋଟ: ଯଦି ଗ୍ରହଣ 2025 ଅନୁସାରେ ଦେଖାଯାଏ ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସମୟ ଭାରତୀୟ ମାନକ ଅନୁସାରେ।

ଏହି ସୂର୍ଯ୍ୟ ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟାମାନ ହେବ ନାହିଁ ଓ ଏହି କାରଣରୁ ଭାରତରେ ଏହି ସୂର୍ଯ୍ୟ ଗ୍ରହଣର କୌଣସି ଧାର୍ମିକ ପ୍ରଭାବ ଅଥବା ସୁତକ କାଳ ପାଳନ ହେବ ନାହିଁ। ସମସ୍ତ ଲୋକ ନିଜର କାମ ବିଧିବତ ଭାବରେ ସମାପ୍ତ କରିପାରିବେ।

ଚନ୍ଦ୍ର ଗ୍ରହଣ 2025

ଯଦି ଆମେ ଚନ୍ଦ୍ର ଗ୍ରହଣ 2025 ବିଷୟରେ କହିବା ତେବେ ଏହି ବର୍ଷ ସମୁଦାୟ ଦୁଇଟି ଚନ୍ଦ୍ର ଗ୍ରହଣ ହେବ।

ଏହା ମଧ୍ୟରୁ ବର୍ଷ 2025ର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର 14 ମାର୍ଚ୍ଚରେ ଲାଗିବ। ଏହା ଏକ ଖାଗ୍ରସ ଚନ୍ଦ୍ର ଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟାମାନ ହେବ ନାହିଁ ସେଥିପାଇଁ ଭାରତରେ ଧାର୍ମିକ ଦୃଷ୍ଟିକୋଣରୁ ଏହାର କୌଣସି ମହତ୍ଵ ନାହିଁ ଓ ଭାରତରେ ଏହାର ସୁତକ ମଧ୍ୟ ମାନ୍ୟ ନୁହେଁ।

ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ଖାଗ୍ରସ ଚନ୍ଦ୍ର ଗ୍ରହ ହେବ,’ଏହା ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ପୁର୍ଣିମା , ରବିବାର/ସୋମବାର 7/ 8 ସେପ୍ଟେମ୍ବର 2025 ରେ ଲାଗିବ। ଏହା ଭାରତ ସମେତ ବିଶ୍ବର ଅନେକ ସ୍ଥାନରେ ଦୃଷ୍ଟିଗୋଚର ହେବ। ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶି ଅନ୍ତର୍ଗତ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଲାଗିବ। ଭାରତରେ ଦୃଶ୍ୟାମାନ ହେବା ଦ୍ବାରା ଏହାର ସୁତକ କାଳ ମଧ୍ୟ ମାନ୍ୟ ହେବ।

ପ୍ରଥମ ଚନ୍ଦ୍ର ଗ୍ରହଣ 2025 - ଖଗ୍ରାସ ଚନ୍ଦ୍ର ଗ୍ରହଣ
ତିଥି ଦିନ ତଥା ବାର

ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ )

ଚନ୍ଦ୍ର ଗ୍ରହଣ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର
ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପୁର୍ଣିମା ତିଥି

ଶୁକ୍ରବାର ,

14 ମାର୍ଚ୍ଚ , 2025

ପ୍ରାତଃ କାଳ 10: 41 बजे से

ଦ୍ଵିପ୍ରହର 14:18 बजे तक

ଅସ୍ଟ୍ରେଲିୟାର ଅଧିକାଂଶ ଭାଗ, ଇଉରୋପ, ଆଫ୍ରିକାର ଅଧିକାଂଶ ଭାଗ, ଉତ୍ତର ଓ ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ ଆର୍ଟିକ ମହାସାଗର, ପୂର୍ବ ଏସିଆ ଓ ଆଣ୍ଟାର୍ଟିକା

(ଭାରତରେ ଦୃଶ୍ୟାମାନ ହେବ ନାହିଁ)

ନୋଟ: ଯଦି 2025ରେ ହେଉଥିବା ଚନ୍ଦ୍ର ଗ୍ରହଣ ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ଚନ୍ଦ୍ର ଗ୍ରହଣ ସମୟ ଭାରତୀୟ ମାନକ ସମୟ ଅନୁସାରେ ଦିଆଯାଇଛି।

ଚନ୍ଦ୍ର ଗ୍ରହଣ 2025 ବିଷୟରେ ଏଠାରେ ବିସ୍ତୃତରେ ଜାଣନ୍ତୁ।

ଦ୍ଵିତୀୟ ଚନ୍ଦ୍ର ଗ୍ରହଣ 2025 - ଖଗ୍ରାସ ଚନ୍ଦ୍ର ଗ୍ରହଣ
ତିଥି ଦିନ ଓ ବାର

ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ସମୟ

(ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ )

ଚନ୍ଦ୍ର ଗ୍ରହଣ ସମାପ୍ତ ସମୟ ଦୃଶ୍ୟାମାନ ହେଉଥିବା କ୍ଷେତ୍ର
ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ପୁର୍ଣିମା ତିଥି ରବିବାର/ସୋମବାର, 7/8 ସେପ୍ଟେମ୍ବର , 2025 ରାତ୍ରି 21:57 ରୁ ମଧ୍ୟରାତ୍ରି ଉପରାନ୍ତ 25:26 ପର୍ଯ୍ୟନ୍ତ (8 ସେପ୍ଟେମ୍ବର ସକାଳ 01:26 ପର୍ଯ୍ୟନ୍ତ) ଭାରତ ସମେତ ସମ୍ପୂର୍ଣ ଏସିଆ, ଅସ୍ଟ୍ରେଲିୟା, ଇଉରୋପ, ନିଉଜୀଲ୍ଯାନ୍ଡ, ପଶ୍ଚିମ ଓ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର ପୂର୍ବ ଭାଗ, ଆଫ୍ରିକା

ନୋଟ: ଯଦି 2025ରେ ହେଉଥିବା ଚନ୍ଦ୍ର ଗ୍ରହଣ ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ଚନ୍ଦ୍ର ଗ୍ରହଣ ସମୟ ଭାରତୀୟ ମାନକ ସମୟ ଅନୁସାରେ ଦିଆଯାଇଛି

ଗ୍ରହଣ ସମୟରେ କ’ଣ କରିବେ?

ଗ୍ରହଣ ସମୟରେ କ’ଣ ନ କରିବେ?

ଗ୍ରହଣର ଦୁଷ୍ପ୍ରଭବରୁ ବଞ୍ଚିବା ପାଇଁ କିଛି ବିଶେ ଉପାୟ

ଆମେ ଆଶା କରୁଛୁ ଯେ ଏହି ଲେଖା ମାଧ୍ୟମରେ ଗ୍ରହଣ 2025 ବିଷୟରେ ଆମେ ଯାହା ମଧ୍ୟ କହିଛୁ ତାହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ ଓ ମହତ୍ଵପୂର୍ଣ ପ୍ରମାଣିତ ହେବ। ଆପଣ ଏହି ସୂଚନା ଅନୁସାରେ ନିଜ ଜୀବନକୁ ଭଲ ଓ ଶୁଖି କରିପାରିବେ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ବର୍ଷ 2025 ଆପଣଙ୍କର ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ ସବୁବେଳେ ସଫଳତା ଆଡ଼କୁ ଅଗ୍ରସର କରିବେ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ଗ୍ରହଣ କେତେ ପ୍ରକାରର?

ଗ୍ରହଣ ଦୁଇ ପ୍ରକାରର, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ।

2. ସୂର୍ଯ୍ୟ ପରାଗର ସୂତକ କେବେ ଲାଗିବ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗର ସୁତକ 12 ଘଣ୍ଟା ପୂର୍ବରୁ ଲାଗିବ।

3. କେଉଁ ଗ୍ରହ ଗ୍ରହଣ ଲଗାନ୍ତି?

ପୌରଣିକ କଥା ଅନୁସାରେ, ଛାୟା ଗ୍ରହ ରାହୁ ଓ କେତୁଙ୍କୁ ଗ୍ରହଣ ପାଇଁ ଦାୟୀ କୁହଯାଏ।

Talk to Astrologer Chat with Astrologer