ଆଷ୍ଟ୍ରୋସେଜର ଏହିବିଶେଷ ଲେଖାରେ ଚନ୍ଦ୍ର ଗ୍ରହଣ 2025 ସନ୍ଦର୍ଭରେ ଆମେ ଆପଣଙ୍କ ପାଇଁ ଏହା ଭାବି ପ୍ରସ୍ତୁତ କରିଛୁ ଯେ ଏହା ଆପଣଙ୍କୁ ବର୍ଷ 2025ରେ ଲାଗିବାକୁ ଥିବା ସମସ୍ତ ଚନ୍ଦ୍ର ଗ୍ରହଣ ବିଷୟରେ ସମ୍ପୂର୍ଣ ସୂଚନା ପ୍ରଦାନ କରିବ। ବର୍ଷ 2025ରେ ସମୁଦାୟ କେତୋଟି ଚନ୍ଦ୍ର ଗ୍ରହଣ ଲାଗିବ, ତାହା ପୂର୍ଣ ଚନ୍ଦ୍ର ଗ୍ରହଣ ହେବ ନା ଆଂଶିକ ଚନ୍ଦ୍ର ଗ୍ରହଣ କିମ୍ବା ଉପଛାୟା ଚନ୍ଦ୍ର ଗ୍ରହଣ ହେବ- ଏହି ସବୁ ବିଷୟରେ ଜାଣିପାରିବେ।
ଏହା ସହିତ ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ ଯେ ପ୍ରତିଟି ଚନ୍ଦ୍ର ଗ୍ରହଣ କେଉଁ ତିଥି, କେଉଁ ଦିନ କେତଟା ବେଳେ ଲାଗିବ। ସେହି ଚନ୍ଦ୍ର ଗ୍ରହଣ 2025 ବିଶ୍ବରେ କେଉଁଠି କେଉଁଠି ଦେଖାଯିବ? କ’ଣ ତାହା ଭାରତରେ ଦେଖାଯିବ? ଚନ୍ଦ୍ର ଗ୍ରହଣ ସହିତ ସମ୍ବନ୍ଧିତ ଧାର୍ମିକ ବିଶ୍ବାସ କ’ଣ ଅଛି? ଚନ୍ଦ୍ର ଗ୍ରହଣର ସୂତକ କାଳ କ’ଣ ହେବ, ଗର୍ଭବତୀ ମହିଳାଙ୍କୁ କେମିତି ସାବଧାନ ରହିବାକୁ ପଡ଼ିବ, ଗ୍ରହଣ ସମୟରେ କେଉଁ କେଉଁ କାର୍ଯ୍ୟ କରିବେ ଓ କେଉଁ କାର୍ଯ୍ୟ କରିବେ ନାହିଁ? ଏହି ସବୁ ମହତ୍ୱପୂର୍ଣ ପ୍ରଶ୍ନର ଉତ୍ତର ଗ୍ରହଣ 2025 ଲେଖାରେ ଆପଣଙ୍କୁ ମିଳିବ।
ଆପଣଙ୍କ ପାଇଁ ଏହି ଲେଖାକୁ ଆଷ୍ଟ୍ରୋସେଜର ପ୍ରସିଦ୍ଧ ଜ୍ଯୋତିଷ ଡକ୍ଟର ମୃଗାଙ୍କ ଶର୍ମା ପ୍ରସ୍ତୁତ କରିଛନ୍ତି। ଆସନ୍ତୁ ଏବେ ଜାଣିବା ଚନ୍ଦ୍ର ଗ୍ରହଣ ସହିତ ଜଡ଼ିତ ସମସ୍ତ ମହତ୍ଵପୂରଣ ସୂଚନା।
ଭବିଷ୍ୟ ସହିତ ଜଡ଼ିତ ଯେକୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଚନ୍ଦ୍ର ଗ୍ରହଣ ଏକ ବୈଜ୍ଞାନିକ ଘଟଣା ଯାହା ଆମେ ସମସ୍ତେ ଉତ୍ସାହ ସହିତ ଅପେକ୍ଷା କରିଥାଉ। ଏହା ବହୁତ ସୁନ୍ଦର ଦୃଶ୍ୟ ହୋଇଥାଏ-ଯେବେ ଆକାଶରେ ଆମେ ଚନ୍ଦ୍ର ଗ୍ରହଣ ଘଟଣା ଦେଖିଥାଉ। ଏହା ଏତେ ସୁନ୍ଦର ହୋଇଥାଏ ଯେ ଏହାକୁ ସରଳ ଭାଷାରେ କହିବା କଷ୍ଟକର। ସମଗ୍ର ପୃଥିବୀର ବୈଜ୍ଞାନିକଙ୍କ ସମେତ ସାଧାରଣ ମଣିଷ ମଧ୍ୟ ଚନ୍ଦ୍ର ଗ୍ରହଣ ଦେଖିବାକୁ ପସନ୍ଦ କରନ୍ତି। ଲୋକମାନେ ଏପରି ଏକ ଜଗ ଖୋଜନ୍ତି ଯେଉଁଠି ଚନ୍ଦ୍ର ଗ୍ରହଣ ସମ୍ପୂର୍ଣ ରୂପରେ ଭଲ ଦେଖାଯାଇ ପାରୁଥିବା।
ଯେଉଁ ପ୍ରକାର ସୂର୍ଯ୍ୟ ପରାଗର ନିଜର ମହତ୍ଵ ଅଛି ସେହି ପ୍ରକାର ଚନ୍ଦ୍ର ଗ୍ରହଣର ମଧ୍ୟ ବିଶେଷ ମହତ୍ଵ ଅଛି। ଏହାର ମହତ୍ଵ ଏହା ଯେ ଏହାର ଅତିରିକ୍ତ ବୈଜ୍ଞାନିକ, ଆଧ୍ୟାତ୍ମିକ, ପୌରଣିକ ଓ ଧାର୍ମିକ ମହତ୍ଵ ଅଛି। ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ସୂର୍ଯ୍ୟ ପରାଗ ପରି ଚନ୍ଦ୍ର ଗ୍ରହଣ ମଧ୍ୟ ବହୁତ ମହତ୍ଵପୂର୍ଣ।
ଅନେକ ଥର ଚନ୍ଦ୍ର ଗ୍ରହଣ ନାମ ଶୁଣି ଆମର ମନରେ ଅନେକ ପ୍ରକାର ଆଶଙ୍କା ଓ ନକରାତ୍ମକ ବିଚାର ଉତ୍ପନ୍ନ ହୁଏ ଇ ଆମେ ବହବିବାକୁ ଲାଗୁ ଯେ ଯେକୌଣସି ଗ୍ରହଣ ନକରାତ୍ମକ ଫଳ ଦେଇଥାଏ। କିନ୍ତୁ ଏହା ସବୁ ବେଳେ ହୁଏ ନାହିଁ ବରଂ ଅନେକ ଥର ଅନୁକୂଳ ପରିଣାମ ମଧ୍ୟ ଦେଇଥାଏ।
ବୈଦିକ ଜ୍ଯୋତିଷରେ ଚନ୍ଦ୍ର ଗ୍ରହଣର ବିଶେଷ ପ୍ରଭାବ ଅଛି କାରଣ ବୈଦିକ ଜ୍ୟୋତିହସରେ ଚନ୍ଦ୍ରମାର ସର୍ବାଧିକ ମହତ୍ଵ ଅଛି। ଚନ୍ଦ୍ର ଆମର ଶରୀରର ଜଳ ତତ୍ଵ ଓ ମନ ଉପରେ ନିୟନ୍ତ୍ରଣ ରଖନ୍ତି ଓ ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ପୀଡ଼ିତ ହୋଇଯାନ୍ତି ଯାହା ଫଳରେ ମନୁଷ୍ୟକୁ ମାନସିକ ଚାପ ପରି ସମସ୍ଯା ସାମ୍ନା କରିବାକୁ ପଡ଼ିଥାଏ।
हिंदी में पढ़ने के लिए यहां क्लिक करें: चंद्र ग्रहण 2025
ଯଦି ଆମର ଜାତକ ରେ ଚନ୍ଦ୍ର ବିପରୀତ ସ୍ଥିତିରେ ଅଛନ୍ତି କିମ୍ବା ପୀଡ଼ିତ ଅବସ୍ଥାରେ ଅଛନ୍ତି ତେବେ ବିଶେଷ ଭାବରେ ଦେଖିଲେ ଏହାର ପ୍ରଭାବରୁ ବଞ୍ଚିବା ପାଇଁ ଉପାୟ କରିବା ଉଚିତ। ଯଦି ଜାତକରେ ଚନ୍ଦ୍ର ଗ୍ରହଣ ଦୋଷ ଅଛି ତେବେ ମଧ୍ୟ ଏହି କଥା ଉପରେ ଧ୍ୟାନ ଦେବା ଉଚିତ। ଯେଉଁ ଲୋକଙ୍କର ଜାତଜରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଅଛନ୍ତି, ତାଙ୍କ ପାଇଁ ଚନ୍ଦ୍ର ଗ୍ରହଣ ସମୟରେ ମାନସିକ ଚାପ ବଢ଼ିପାରେ ଓ ଯଦି ଚନ୍ଦ୍ର ଗ୍ରହଣ ତାଙ୍କ ରାଶିରେ ଘଟେ ତେବେ ତାଙ୍କୁ ବିଶେଷ ଭାବରେ ସାବଧାନ ରହିବାକୁ ହେବ ଓ ଚନ୍ଦ୍ର ଗ୍ରହଣକୁ ନିଜ ଅକ୍ଷୟରେ ଦେଖିବା ଉଚିତ ହେବ ନାହିଁ।
ଏପରି ନ କରିବା ଦ୍ବାରା ଚନ୍ଦ୍ର ଗ୍ରହଣର ପ୍ରଭାବ ପରିବାର ସମ୍ଭାବନା ରହିବ ଓ ଚନ୍ଦ୍ର ଜାତକରେ ଦୁର୍ବଳ ହେବା ଯୋଗୁଁ ଅନେକ ପ୍ରକାର ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ସେଠୀ ସେଥିପାଇଁ ଅବଶ୍ୟ ଉପଚାର କରିବା ଆବଶ୍ୟକ ଯାହା ଫଳରେ ସମସ୍ୟ ଉତ୍ପନ୍ନ ହେବ ନାହିଁ।
ବିଶୁଦ୍ଧ ଭାବରେ କହିଲେ ଚନ୍ଦ୍ର ଗ୍ରହଣ 2025 ଭାରତୀୟ ବୈଦିକ ଜ୍ୟୋତିଷ ଅନୁସାରେ ମଧ୍ୟ ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପାଈଁ ମହତ୍ତ୍ୱପୂର୍ଣ୍ଣ ସ୍ଥିତି ଅଟେ। ଏହି ସମୟରେ ଚନ୍ଦ୍ରଙ୍କୁ ଗ୍ରହଣ ଲାଗିଥାଏ। ବୈଦିକ ଜ୍ୟୋତିଷ ଏହାକୁ ଜାତକରେ ଗ୍ରହଣ ଦୋଷ ଭାବରେ ମଧ୍ୟ ଦେଖିଥାନ୍ତି ଓ ଏହାର ନକାରାତ୍ମକ ପ୍ରଭାଗ ବିଷୟରେ କହିଥାନ୍ତିl ଧାର୍ମିକ ଓ ଆଧ୍ୟାତ୍ମିକ ରୂପରେ ଗ୍ରହଣ ସମୟରେ କୌଣସି କାମ କରିବା ମନା। ଆସନ୍ତୁ ଏବେ ଜାଣିବା ଯେ ଚନ୍ଦ୍ର ଗ୍ରହଣ କ’ଣ ଓ ତାହା କିପରି ଘଟିଥାଏ।
Click Here to Read in English: Lunar Eclipse 2025
ଚନ୍ଦ୍ର ଗ୍ରହଣକୁ ଯଦି ସରଳ ରୂପରେ ପରିଭାଷିତ କରିବାକୁ ଚେଷ୍ଟା କରିବା ତେବେ ଆମେ ସବୁ ଜାଣୁ ଯେ ପୃଥିବୀ ସୂର୍ଯ୍ୟଙ୍କର ଚାରିପଟେ ବୁଲିଥାଏ ଓ ନିଜର ଅକ୍ଷରେ ମଧ୍ୟ ଘୁରି ବୁଲେ ଯେତବେଳେ କି ଚନ୍ଦ୍ର ପୃଥିବୀର ଉପଗ୍ରହ ହେବା କାରଣରୁ ପୃଥିବୀର ପରିକ୍ରମା କରିଥାନ୍ତି। ଅନେକ ଥର ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ନିଜର ସ୍ଥିତିରେ ଏପରି ସ୍ଥିତି ନିର୍ମାଣ କରନ୍ତି ଯେ ଏହି ତିନି ଜଣ ଗୋଟିଏ ଧାଡ଼ିରେ ଆସିଯାନ୍ତି। ଏପରି ସ୍ଥିତିରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଧ୍ୟରେ ପୃଥିବୀ ଆସିଯାଏ ତେବେ କେଇଛି ସମୟ ପର୍ଯ୍ୟନ୍ତ ଏପରି ହୁଏକି ସୂର୍ଯ୍ୟଙ୍କର କିରଣ ପୃଥିବୀ ଉପରେ ପଡ଼ିବା ବେଳେ ପୃଥିବୀର ଛାୟା ଦ୍ବାରା ଚନ୍ଦ୍ର ସମ୍ପୂର୍ଣ ଭାବରେ ଢାଙ୍କି ହୋଇଯାଏ ଓ କିଛି ସମୟ ପାଇଁ ସୂର୍ଯ୍ୟଙ୍କର ଆଲୋକ ଚନ୍ଦ୍ର ଉପରେ ପଡ଼େ ନାହିଁ। ଚନ୍ଦ୍ରରେ ଅନ୍ଧାର ପ୍ରତୀତ ହୁଏ, ଏହି ଅବଧିକୁ ଚନ୍ଦ୍ର ଗ୍ରହଣ କୁହଯାଏ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛ ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କ ଚଳନର ସମସ୍ତ ସୂଚନା
ଚନ୍ଦ୍ର ଗ୍ରହଣ ବିଷୟରେ କହିଲେ ସୂର୍ଯ୍ୟ ଗ୍ରହଣର କେତୋଟି ପ୍ରକାର ଅଛି। ଚନ୍ଦ୍ର ଗ୍ରହଣ କ’ଣ, ଏହା ଆମେ ଆପଣଙ୍କୁ କହି ସାରିଛୁ କିନ୍ତୁ ଚନ୍ଦ୍ରଙ୍କର ସ୍ଥିତି ଅନୁସାରେ ଏହା ଅଲଗା ଅଲଗା ରୂପରେ ଦେଖାଯାଏ। ଚଳାନ୍ତୁ ଜାଣିବା ପାଇଁ ଚେଷ୍ଟା କରିବା କେତେ ପ୍ରକାରର ହୋଇଥାଏ ଚନ୍ଦ୍ର ଗ୍ରହଣ:
ଯେବେ ଆମେ ପୂର୍ଣ ଚନ୍ଦ୍ର ଗ୍ରହଣ ବିଷୟରେ କହିଥାଉ ତେବେ ଏହା ମାନି ଚାଲିବ ଦରକାର ଯେ ଏହା ସେହି ସ୍ଥିତି ଜେଟବେଳେ ପୃଥିବୀର ଛାୟା ଦ୍ବାରା ଚନ୍ଦ୍ର ସମ୍ପୂର୍ଣ ଢାଙ୍କି ହୋଇଯାଏ ଓ ସୂର୍ଯ୍ୟଙ୍କର ଆଲୋକ ପୃଥିବୀ ଛାଈ ଯୋଗୁଁ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। ଏପରି ସ୍ଥିତିରେ ଚନ୍ଦ୍ର ନାଲି କିମ୍ବା ଗୋଲାପି ରଙ୍ଗର ଦେଖାଯାଏ ଓ ପୃଥିବୀରୁ ଦେଖିଲେ ଚନ୍ଦ୍ରରେ ଦାଗ ଲାଗିବା ପରି ଦେଖାଯାଏ। ଏହାକୁ ପୂର୍ଣ କିମ୍ବା ଖଗ୍ରାସ ଚନ୍ଦ୍ର ଗ୍ରହଣ କୁହଯାଏ।
ଯେବେ ପୃଥିବୀ ଚନ୍ଦ୍ରରୁ ଅଧିକ ଦୂରରେ ଥାଏ ତେବେ ସୂର୍ଯ୍ୟଙ୍କର ଆଲୋକ ଚନ୍ଦ୍ର ପର୍ଯ୍ୟନ୍ତ ଯିବା ପୂର୍ବରୁ ପୃଥିବୀ ଉପରେ ପଡ଼ିଥାଏ ଓ ପୃଥିବୀର ଛାଈ ଦ୍ବାରା ଚନ୍ଦ୍ରର କିଛି ଭାଗ ଢାଙ୍କି ହୋଇଯାଏ କିନ୍ତୁ ପୂର୍ଣ ଭାବରେ ଢାଙ୍କି ହୁଏ ନାହିଁ। ଏପରି ସ୍ଥିତିରୁ ଜଣାପଡ଼େ ଯେ ଚନ୍ଦ୍ର ଆଂଶିକ ଭାବରେ ଗ୍ରାସିତ ହୋଇଛନ୍ତି। ଏହି ସ୍ଥିତିକୁ ଆଂଶିକ ଚନ୍ଦ୍ର ଗ୍ରହଣ କୁହଯାଏ ଓ ଏହାକୁ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ମଧ୍ୟ କୁହାଯାଏ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଉପରେ ଆମେ ଆପଣଙ୍କୁ କହିଲୁ ଯେ ପୂର୍ଣ ଚନ୍ଦ୍ର ଗ୍ରହଣ ଓ ଆଂଶିକ ଚନ୍ଦ୍ର ଗ୍ରହଣ କ’ଣ। ଉପରୋକ୍ତ ଦୁଇ ପ୍ରକାର ବ୍ୟତୀତ ଅନ୍ୟ ଏକ ପ୍ରକାର ଚନ୍ଦ୍ର ଗ୍ରହଣ ମଧ୍ୟ କେବେ କେବେ ଦେଖିବାକୁ ମିଳିଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ଗ୍ରହଣ କୁହଯାଏ କିନ୍ତୁ ଧାର୍ମିକ ରୂପରେ ଏଯାର ପ୍ରଭାବ ମାନ୍ୟ ନୁହେଁ। ଅନେକ ଥର ଏହି ସ୍ଥିତି ଉତ୍ପନ୍ନ ହୁଏ ଯେତେବେଳେ ପୃଥିବୀର ବାହାର ପଟର ଛାଇ ଚନ୍ଦ୍ର ଉପରେ ପଡ଼େ ଓ ଏହା ଦ୍ବାରା ଚନ୍ଦ୍ର ଙ୍କର ଅବସ୍ଥା କିଛି ଛାଇ ଛାଇ ଦେଖାଯାଏ କିନ୍ତୁ ତାଙ୍କର କୌଣସି ଭାଗ ଗ୍ରାସିତ ହୁଏ ନାହିଁ। ଏହି ସ୍ଥିତିକୁ ଆମେ ଉପଛାୟା ଚନ୍ଦ୍ର ଗ୍ରହଣ କହିଥାଉ। ଏହାକୁ ଗ୍ରହଣର ଶ୍ରେଣୀରେ ରଖାଯାଏ ନାହିଁ ଓ ଏହାର ଧାର୍ମିକ ଓ ଆଧ୍ୟାତ୍ମିକ ମହତେୟା ମଧ୍ୟ ନାହିଁ ଓ ଏହାର ସୂତକ କାଳ ମଧ୍ୟ ମାନ୍ୟ ନୁହେଁ କିନ୍ତୁ ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଯେଉଁ ପ୍ରକାର ଆମେ ସୂର୍ଯ୍ୟ ପରାଗର ସୂତକ କାଳ ବିଷୟରେ କଥା ହେଇଥିଲେ, ସେହି ପ୍ରକାର ଚନ୍ଦ୍ର ଗ୍ରହଣର ମଧ୍ୟ ସୂତକ କାମ ମାନ୍ୟ ଅଟେ। ସୂତକ କାଳ ସେହି ଅବଧି ହୋଇଥାଏ ଯାହା ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର ପାଖାପକ୍ଷୀ ତିନି ପ୍ରହର ମାନେ ପାଖାପାଖି 9 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ ଓ ଏହା ଗ୍ରହଣର ମୋକ୍ଷ ସହିତ ମାନେ ଗ୍ରହଣ ସମାପ୍ତ ହେବା ସହିତ ଶେଷ ହୋଇଥାଏ। ଏହା ଅଶୁଭ ସମୟ ଅଟେ। ଏହି ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରାଯାଏ ନାହିଁ କାରଣ ସେଥିରେ ସଫଳତାର ସମ୍ଭାବନା କମ ଅଛି। ମୂର୍ତି ପୂଜା, ମୂର୍ତି ସ୍ପର୍ଶ କରିବା, ପଇତା କରିବା, ଇତ୍ୟାଦି ସଂସ୍କାର ଏହି ସୂତକ କାଳ ରେ କରାଯିବା ଉଚିତ ନୁହେଁ। ଏବେ ଆମେ ଜାଣିଲେ ଯେ ଚନ୍ଦ୍ର ଗ୍ରହଣର ସୂତକ କାଳ କ’ଣ ଓ ଚଳାନ୍ତୁ ଜାଣିବା ବର୍ଷ 2025ରେ ସମୁଦାୟ କେତେ ପ୍ରକାର ଚନ୍ଦ୍ର ଗ୍ରହଣ ଲାଗେ।
ଯେତବେଳେ ନୂଆ ବର୍ଷ ଆରମ୍ଭହୁଏ ଆମ ମନରେ ଉତ୍ସୁକତା ବଢ଼େ ଜାଣିବା ପାଇଁ ଯେ ଏହି ବର୍ଷ ଚନ୍ଦ୍ର ଗ୍ରହଣ କେବେ ଘଟିବ, ତେବେ ଚଳାନ୍ତୁ ଏବେ ଜାଣିବା ବର୍ଷ 2025ରେ ଚନ୍ଦ୍ର ଗ୍ରହଣ କେବେ ଲାଗିବ।
ବର୍ଷ 2025ରେ ସମୁଦାୟ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବ ଯାହା ମଧ୍ୟରୁ ଭାରତରେ ଗୋଟିଏ ଚନ୍ଦ୍ର ଗ୍ରହଣ ଦେଖାଯିବ ନାହିଁ ଓ ଅନ୍ୟ ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ। ଆସନ୍ତୁ ଏବେ ଏହି ଚନ୍ଦ୍ର ଗ୍ରହଣ ବିଷୟରେ ବିସ୍ତୃତରେ ଜାଣିବା:
ପ୍ରଥମ ଚନ୍ଦ୍ର ଗ୍ରହଣ 2025 - ଖଗ୍ରାସ ଚନ୍ଦ୍ର ଗ୍ରହଣ | ||||
ତିଥି | ଦିନ ତଥା ବାର |
ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ସମୟ (ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ) |
ଚନ୍ଦ୍ର ଗ୍ରହଣ ସମାପ୍ତ ସମୟ | ଦୃଶ୍ୟାମାନ ହେଉଥିବା କ୍ଷେତ୍ର |
ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପୁର୍ଣିମା ତିଥି |
ଶୁକ୍ରବାର 14 ମାର୍ଚ୍ଚ 2025 , |
ପ୍ରାତଃ କାଳ 10:41 ରୁ |
ଦ୍ଵିପ୍ରହର 14:18 ପର୍ଯ୍ୟନ୍ତ |
ଅସ୍ଟ୍ରେଲିୟାର ଅଧିକାଂଶ ଭାଗ, ଏଉରୋପ, ଆଫ୍ରିକାର ଅଦଧିକାଂଶ ଭାଗ, ଉତ୍ତର ଓ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଆର୍ଟିକ ମହାସାଗର, ପୂର୍ବ ଏସିଆ ଓ ଆଣ୍ଟାର୍ଟିକା (ଭାରତରେ ଦୃଶ୍ୟମାନ ହେବ ନାହିଁ) |
ନୋଟ: ଯଦି ଚନ୍ଦ୍ର ଗ୍ରହଣ 2025 ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆ ଯାଇଥିବା ଚନ୍ଦ୍ର ଗ୍ରହଣର ସମୟ ଭାରତୀୟ ମାନକ ସମୟ ଅନୁସାରେ ଦିଆ ଯାଇଛି।
ଏହି ବର୍ଷ 2025ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବ କିନ୍ତୁ ଏହା ଭାରତରେ ଦୃଶ୍ୟାମାନ ହେବ ନାହିଁ। ଏହି କାରଣରୁ ଭାରତରେ ଏହାର କୌଣସି ମଧ୍ୟ ଧର୍ମିକ ମାନ୍ୟତା ରହିବ ନାହିଁ ଓ ଏହାର କୌଣସି ସୂତକ କାଳ ପ୍ରଭାବ ରହିବ ନାହିଁ।
ଏହା ଏକ ପୂର୍ଣ କିମ୍ବା ଖଗ୍ରାସ ଚନ୍ଦ୍ର ଗ୍ରହଣ ହେବ ଯାହା ଫଲ୍ଗୁନ ମାସ ଶୁକ୍ଳ ପକ୍ଷ ପୁର୍ଣିମା ତିଥି, ଶୁକ୍ରବାର 14 ମାର୍ଚ୍ଚ 2025 ପ୍ରାତଃ କାଳ 10:41 ରେ ଆରମ୍ଭ ହେବ ଓ ଦ୍ଵିପ୍ରହର 14:18 ପର୍ଯ୍ୟନ୍ତ ଚାଲିବ। ଏହି ପୂର୍ଣ ଚନ୍ଦ୍ର ଗ୍ରହଣ ମୁଖ୍ୟ ଭାବରେ ଅସ୍ଟ୍ରେଲିୟାର ଅଧିକାଂଶ ଭାଗ, ଏଉରୋପର ଅଧିକାଂଶ ଭାଗ, ଆଫ୍ରିକାର ଅଧିକାଂଶ ଭାଗ, ଉତ୍ତର ଓ ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ, ଆର୍ଟିକ ମହାସାଗର,ପୂର୍ବ ଏସିଆ ଓ ଆଣ୍ଟାର୍ଟିକା, ଇତ୍ୟାଦି ରେ ଦେଖାଯିବ।
ଏହି ଚନ୍ଦ୍ର ଗ୍ରହଣ ସିଂହ ରାଶି ଓ ଉତ୍ତର ଫଲ୍ଗୁନ ନକ୍ଷତ୍ର ରେ ଲାଗିବ ସେଥିପାଇଁ ସିଂହ ରାଶି ଓ ଉତ୍ତରା ଫଲ୍ଗୁନ ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ରୂପରେ ପ୍ରଭାବଶାଳି ରହିବ। ଚନ୍ଦ୍ର ଗ୍ରହଣ ଦିନ ଚନ୍ଦ୍ରମାରୁ ସପ୍ତମ ଘରେ ସୂର୍ଯ୍ୟ ଓ ଶନି ବିରାଜମାନ ରହି ଚନ୍ଦ୍ରମାଙ୍କୁ ପୂର୍ଣ ସପ୍ତମ ଦୃଷ୍ଟି ସହିତ ଦେଖିବେ। ଯାହା ଏହାର ପ୍ରଭାବ ଆହୁରି ବଢ଼ାଇବ। ସେହି ଦିନ ଚନ୍ଦ୍ରଙ୍କ ଠାରୁ ଦ୍ଵିତୀୟ ଘରେ କେତୁ, ସପ୍ତମ ଘରେ ସୂର୍ଯ୍ୟ ଓ ଅଷ୍ଟମ ଘରେ ରାହୁ, ବୁଧ ଓ ଶୁକ୍ର, ଦଶମ ଘରେ ବୃହସ୍ପତି ଓ ଏକାଦଶ ଘରେ ମଙ୍ଗଳ ରହିବେ।
ଗ୍ରହଣ 2025 ବିଷୟରେ ଏଠାରେ ବିସ୍ତୃତରେ ପଢ଼ନ୍ତୁ।
ଦ୍ଵିତୀୟ ଚନ୍ଦ୍ର ଗ୍ରହଣ 2025 - ଖଗରାସ ଚନ୍ଦ୍ର ଗ୍ରହଣ | ||||
ତିଥି | ଦିନ ତଥା ବାର | ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ସମୟ (ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ) | ଚନ୍ଦ୍ର ଗ୍ରହଣ ସମାପ୍ତ ସମୟ | ଦୃଶ୍ୟାମାନ ହେଉଥିବା କ୍ଷେତ୍ର |
ଭାଦ୍ରପଦ ଶୁକ୍ଳ ପକ୍ଷ ପୁର୍ଣିମା ତିଥି | ରବିବାର/ସୋମବାର, 7/8 ସେପ୍ଟେମ୍ବର, 2025 | ରାତ୍ରି 21:57 ରୁ | ମଧ୍ୟରାତ୍ରି 25:26 ପର୍ଯ୍ୟନ୍ତ (8 ସେପ୍ଟେମ୍ବର ପ୍ରାତଃ 01:26 ପର୍ଯ୍ୟନ୍ତ) | ଭାରତ ସମେତ ସମ୍ପୂର୍ଣ ଏସିଆ, ଅସ୍ଟ୍ରେଲିୟା, ଇଉରୋପ, ନିଉ ଜୀଲ୍ଯାନ୍ଡ, ପଶ୍ଚିମ ଓ ଉତ୍ତର ଆମେରିକା, ଆଫ୍ରିକା, ଦକ୍ଷିଣ ଆମେରିକାର ପୂର୍ବ କ୍ଷେତ୍ର |
ନୋଟ: ଯଦି ଗ୍ରହଣ 2025 ଚନ୍ଦ୍ର ଗ୍ରହଣ ବିଷୟରେ କହିବା ତେବେ ଉପରୋକ୍ତ ତାଲିକାରେ ଦିଆ ଯାଇଥିବା ଚନ୍ଦ୍ର ଗ୍ରହଣର ସମୟ ଭାରତୀୟ ମାନକ ସମୟ ଅନୁସାରେ ଦିଆ ଯାଇଛି।
ଏହି ଚନ୍ଦ୍ର ଗ୍ରହଣ ବର୍ଷ 2025ର ଦ୍ଵିତୀୟ ଚନ୍ଦ୍ର ଗ୍ରହ ହେବ କିନ୍ତୁ ଏହା ବିଶ୍ବର ଅନେକ କ୍ଷେତ୍ର ସହିତ ଭାରତରେ ମଧ୍ୟ ଦୃଶ୍ୟମାନ ହେବ ସେଥିପାଇଁ ଭାରତ ସହିତ ସମସ୍ତ ଦୃଶ୍ୟମାନ କ୍ଷେତ୍ରରେ ଏହାର ସୂତକ କାଳ ମାନ୍ୟ ହେବ। ଏହି ଗ୍ରହଣର ସୂତକ କାଳ 7 ସେପ୍ଟେମ୍ବର 2025 ଦ୍ଵିପ୍ରହର 12:57ରେ ପ୍ରାରମ୍ଭ ହେବ ଓ ଗ୍ରହଣର ସମାପ୍ତି ପର୍ଯ୍ୟନ୍ତ ଚାଲିବ।
ଏହି ଚନ୍ଦ୍ର ଗ୍ରହଣ ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା, ରବିବାର, 7 ସେପ୍ଟେମ୍ବର 2025 ରାତ୍ରି 21:57ରେ ଆରମ୍ଭ ହେବ ଯାହା ମଧ୍ୟ ରାତ୍ରି 25:26 ମାନେ 28 ସେପ୍ଟେମ୍ବର 2025 ପ୍ରାତଃ 1:26 ପର୍ଯ୍ୟନ୍ତ ଚାଲିବ। ଏହା ଏକ ଖଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ସମ୍ପୂର୍ଣ ଏସିଆ, ଅସ୍ଟ୍ରେଲିୟା, ଇଉରୋପ, ନିଉ ଜୀଲ୍ଯାନ୍ଡ, ପଶ୍ଚିମ ଓ ଉତ୍ତର ଆମେରିକା, ଆଫ୍ରିକା, ଦକ୍ଷିଣ ଆମେରିକାର ପୂର୍ବ କ୍ଷେତ୍ରରେ ଦେଖାଯିବ। ଏହି ଖଗ୍ରାସ ଚନ୍ଦ୍ର ଗ୍ରହଣ କୁମବଭ ରାଶି ଓ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଘଟିବ। ଚନ୍ଦ୍ରଙ୍କ ସହିତ ରାହୁ ଓ ସପ୍ତମ ଘରେ ସୂର୍ଯ୍ୟ, କେତୁ ଓ ବୁଧ ବିରାଜମାନ ରହିବେ। ଚନ୍ଦ୍ରଙ୍କ ଠାରୁ ଅଷ୍ଟମ ଘରେ ମଙ୍ଗଳ ଓ ଷଷ୍ଠ ଘରେ ଶୁକ୍ର, ଚନ୍ଦ୍ରଙ୍କ ଠାରୁ ପଞ୍ଚମ ଘରେ ବୃହସ୍ପତି ଓ ଦ୍ଵିତୀୟ ଘରେ ଶନି ବିରାଜମାନ ରହିବେ।
ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଗହନ ହେବ। ବୃହସ୍ପତିଙ୍କର ଦୃଷ୍ଟି ହେବା ଯୋଗୁଁ କିଛି ମାତ୍ରାରେ ପ୍ରଭାବରେ ହ୍ରାସ ମଧ୍ୟ ଘାଟିପାରେ। କୁମ୍ଭ ରାଶି ଓ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କୁ ବିଶେଷ ବହବରେ ସାବଧାନ ରହିବାକୁ ହେବ କାରଣ ତାଙ୍କ ପାଇଁ ଏହି ଗ୍ରହଣ ଅନିଷ୍ଟକାରି ହୋଇପାରେ।
ଏହି ପ୍ରକାର ଚନ୍ଦ୍ର ଗ୍ରହଣ 2025 ବିଷୟରେ କହିଲେ, ବର୍ଷ 2025 ସମୟରେ ସମୁଦାୟ ବିଶ୍ବରେ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବ ଯାହା ମଧ୍ୟରୁ ପ୍ରଥମ ଚନ୍ଦ୍ର ଗ୍ରହଣ 14 ମାର୍ଚ୍ଚ 2025ରେ ଲାଗିବ ଯାହା ଭାରତରେ ଦେଖାଯିବ ନାହିଁ ଓ ଅନ୍ୟଟି 7 ସେପ୍ଟେମ୍ବର 2025ରେ ଲାଗିବ ଯାହା ଭାରତରେ ଦେଖାଯିବ। ଗ୍ରହଣ ସମ୍ବନ୍ଧିତ ସୂତକ କାଳ କେବେ ଲାଗିବ ଓ ଏହାର ପ୍ରଭାବ କ’ଣ ହେବ, ଏହା ଆମେ ସବୁ କିଛି ଆପଣଙ୍କୁ ଉପରେ କହି ସାରିଛୁ। ଆସନ୍ତୁ ଏବେ ଏହା ଜାଣିବା ପାଇଁ ପ୍ରୟାସ କରିବା ଜେଣ ଚନ୍ଦ୍ର ଗ୍ରହଣ ସମୟରେ କେଉଁ କଥାର ବିଶେଷ ଧ୍ୟାନ ରଖିବା ଆବଶ୍ୟକ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ଚନ୍ଦ୍ର ଗ୍ରହଣ ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ
ଯେବେ ଚନ୍ଦ୍ର ଗ୍ରହଣ ଲାଗେ କିମ୍ବା ଚନ୍ଦ୍ର ଗ୍ରହଣର ସୂତକ କାଳ ଚାଲିଥାଏ ତେବେ ଆମକୁ କିଛି କଥା ଧ୍ୟାନ ରଖିବା ଉଚିତ ଯାହା ହେଉଛି କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ସବୁ ବିଷୟରେ ନିମ୍ନରେ ଦିଅଯାଇଛି:
ତମୋମୟ ମହାଭୀମ ସୋମମସୂର୍ୟବିମର୍ଦନ। ହେମତାରାପ୍ରଦାନେନ ମମ ଶାନ୍ତିପ୍ରଦୋ ଭବ॥१॥
ଏହି ଶ୍ଳୋକର ଅର୍ଥ ହେଉଛି ଯେ ଅନ୍ଧକାର ରୂପ ମହାଭୀମ ଚନ୍ଦ୍ରମା ଓ ସୂର୍ଯ୍ୟଙ୍କର ମର୍ଦନ କରୁଥିବା ରାହୁ! ସୁବର୍ଣ ତାରା ଦେଇ ମୋତେ ଶାନ୍ତି ପ୍ରଦାନ କରନ୍ତୁ।
ବିଧୁନ୍ତୁଦ ନମସ୍ତୁଭ୍ୟଂ ସିଂହିକାନନ୍ଦନାଚ୍ୟୁତ। ଦାନେନାନେନ ନାଗସ୍ୟ ରକ୍ଷ ମାଂ ବେଧଜାଭ୍ଦଯାତ॥२॥
ନାଗ ନାଗୁଣୀର ଯୋଡ଼ା ଦାନ କରଯାଏ, ତେବେ ଏହି ମନ୍ତ୍ର ପଢ଼ା ଯାଏ।
ଏହି ପ୍ରାକାର ଉପରୋକ୍ତ ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଚନ୍ଦ୍ର ଗ୍ରହଣ 2025 ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିବାକୁ ପୂର୍ଣ ପ୍ରୟାସ କରିଛୁ। ଆମେ ସାଙ୍ଗରେ ଏହା ଆଶା କରୁଛୁ ଯେ ଉପରୋକ୍ତ ପ୍ରଦାନ କରାଯାଇଥିବା ସମସ୍ତ ସୂଚନ ଆପଣଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେବ ଓ ଆପଣଙ୍କୁ ସନ୍ତୁଷ୍ଟ କରିବ ଓ ଏହାକୁ ଜାଣି ଆପଣ ନିଜର ଜୀବନରେ ଆବଶ୍ୟକ କାର୍ଯ୍ୟ ଭଲ ଭାବରେ ସମ୍ପାଦିତ କରିବେ
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ବର୍ଷ 2025 ଆପଣଙ୍କର ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ ସବୁବେଳେ ସଫଳତା ଆଡ଼କୁ ଅଗ୍ରସର କରିବେ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
1. ଗ୍ରହଣ କେତେ ପ୍ରକାରର?
ବୈଦିକ ଜ୍ଯୋତିଷରେ ଦୁଇ ପ୍ରକାର ଗ୍ରହଣର ବର୍ଣନା କରାଯାଇଛି ଯେଉଁଥିରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଅଛି।
2. ଚନ୍ଦ୍ର ଗ୍ରହଣର ସୂତକ କାଳ କେବେ ଲାଗେ?
ଚନ୍ଦ୍ର ଗ୍ରହଣର ସୂତକ କାଳ 9 ଘଣ୍ଟା ପୂର୍ବରୁ ଲାଗେ।
3. କେଉଁ ଗ୍ରହ ଯୋଗୁଁ ଗ୍ରହଣ ଲାଗେ?
ଛାୟା ଗ୍ରହ ରାହୁ ଓ କେତୁ ଗ୍ରହଣ ଲଗାନ୍ତି।