ଅଙ୍କ ଜ୍ଯୋତିଷ 2025

Author: Monica Rajguru | Updated Tue, 01 Oct 2024 04:58 PM IST

ଆସନ୍ତା ବର୍ଷ ପାଇଁ ଅଙ୍କ ଜ୍ଯୋତିଷ 2025 ଗଣନାର ଆଧାରରେ ପ୍ରସ୍ତୁତ କରାଯାଇଥିବା ଏହା ଅଙ୍କ ଫଳ ଅଟେ, ଯାହା ମାଧ୍ୟମରେ ଆସନ୍ତା ବର୍ଷ 2025 ବିଷୟରେ ଅନୁମାନ କରିପାରିବେ ଯେ 2025 କିପରି ପରିଣାମ ଦେଇପାରେ।


ଅଙ୍କ ଆମ ଜୀବନକୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ। କେବ କୌଣସି ଅଙ୍କ ଶୁଭ ପରିଣାମ ଦେଇଥାଏ ଓ କେବେ ଅଶୁଭ। ପ୍ରତ୍ଯେକ ବର୍ଷର ନିଜର ଏକ ବିଶେଷ ଥାଏ, ସେହି ଅଙ୍କ ଆପଣଙ୍କର ଅଙ୍କ ସହିତ ଯେପରି ସମ୍ବନ୍ଧ ରଖେ ସେହି ଅନୁଯାୟୀ ପରିଣାମ ମିଳେ। ସେହି ଅଙ୍କ ଆପଣଙ୍କର ମୂଳାଙ୍କ କିମ୍ବା ନାମାଙ୍କ ଉପରେ ଯେପରି ପ୍ରଭାବ ପକାଏ ସେହି ଅନୁଯାୟୀ ପରିଣାମ ମିଳେ। ଉଦାହରଣ ସ୍ବରୂପ ଏହି ବର୍ଷ ପାଇଁ ଅଙ୍କ ହେଉଛି 9, ଅଙ୍କ 9 ଆପଣଙ୍କର ମୂଳାଙ୍କ ସହିତ କିପରି ସମ୍ବନ୍ଧ ରଖିବା ସେଇ ଅନୁଯାୟୀ ଆପଣଙ୍କୁ ଭଲ ଓ ଖରାପ ପରିଣାମ ସହିବାକୁ ପଡ଼ିବ। 9 ଅଙ୍କର ନିଜର ମୂଳ ସ୍ଵଭାବ ମଧ୍ୟ ଅଛି। ସେହି ସ୍ଵଭାବ ଅନୁସାରେ ମଧ୍ୟ ଅଙ୍କ 9 ଆପଣଙ୍କୁ ପରିଣାମ ଦେବ। ଏହି ବର୍ଷ ଆପଣଙ୍କ ଜୀବନର ବିଭିନ୍ନ ଦିଗ କିପରି ରହିବ ତାହା ଆପଣ ଅଙ୍କ ଜ୍ଯୋତିଷ ରାଶିଫଳ 2025 ମାଧ୍ୟମରେ ଜାଣିପାରିବେ।

Read Here In English: Numerology Horoscope 2025

ଯେବେ ନୂଆ ବର୍ଷ ଆରମ୍ଭ ହୁଏ ଆମର ମନରେ ଅନେକ ପ୍ରଶ୍ନ ଆସେ। ନୂଆ ବର୍ଷ କିପରି ରହିବ ତାହା ବିଷୟରେ ଜାଣିବାକୁ ଉତ୍କଣ୍ଠା ବଢ଼େ। ଆସନ୍ତା ବର୍ଷ ଆମେ କ’ଣ ସୁଯୋଗ ପାଇବା କିମ୍ବା କେଉଁ ସମସ୍ଯା ସାମ୍ନା କରିବା ତାହା ବିଷୟରେ ଜାଣିବା ପାଇଁ ଇଚ୍ଛା କରୁ। ବିଭିନ୍ନ କ୍ଷେତ୍ର ବିଷୟରେ ଜାଣିବା ପାଇଁ ଆଗ୍ରହୀ ହେଉ। ପାରିବାରିକ ଜୀବନ, ବୈବାହିକ ଜୀବନ। ପ୍ରେମ ଜୀବନ କିପରି ରହିବ ତାହା ଜାଣିବାକୁ ଇଛା କରୁ। ଏହା ସହିତ କ୍ୟାରୀଅର ଓ ବୃତ୍ତି କୁ ନେଇ ପ୍ରଶ୍ନ ଉଠେ। ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଇଚ୍ଛୁକ ଥାଉ।ସନ୍ତାନ ହେବ କି ନାହିଁ କିମ୍ବା ସନ୍ତାନର ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ଚେଷ୍ଟା କରୁ।

ଜୀବନ ସହିତ ଜଡ଼ିତ ସମସ୍ତ ଛୋଟ ବଡ଼ ସମସ୍ଯାର ସମାଧାନ ଜାଣିବା ପାଇଁ ବିଦ୍ବାନ ଜ୍ୟୋତିଶଙ୍କ ସହିତ ଫୋନରେ କଥା ହୁଅନ୍ତୁ।

ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଅଙ୍କ ଜ୍ଯୋତିଷ 2025 ମାଧ୍ୟମରେ ପ୍ରଦାନ କରିବୁ। ଏହା ଏକ ସାଧାରଣ ଭବିଷ୍ୟବାଣୀ। ନିଜର ମୂଳାଙ୍କ ଅନୁଯାୟୀ ଭବିଷ୍ୟବାଣୀ ଜାଣିବା ପାଇଁ ବିସ୍ତୃତରେ ପଢ଼ନ୍ତୁ। ଏହି ବର୍ଷ ସମସ୍ଯା ଦୂର କରୁବା ପାଇଁ କ’ଣ କରିବେ ତାହା ଜାଣନ୍ତୁ। ଏହି ବର୍ଷ କେଉଁ ସୁଯୋଗ ମିଳିବ ତାହା ମଧ୍ୟ ଆପଣ ପଢ଼ି ଜାଣି ପାରିବେ। କେଉଁ ସମସ୍ଯା ଆସିବ ଓ ତାହା କିପରି ଦୂର କରିପାରିବେ ସେଥିପାଇଅଁ ପ୍ରତିକାର ମଧ୍ୟ ପଢ଼ି ପାଇବେ। ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣ ବ୍ୟକ୍ତିଗତ ଭାବରେ ଆମର ପ୍ୟାନେଲ୍ ର ଯେ କୌଣସି ଅଙ୍କ ଜ୍ଯୋତିଷଙ୍କ ସହିତ ବାର୍ତ୍ତା ଆପ୍ଲିକେଶନ ମାଧ୍ୟମରେ ସମ୍ପର୍କ କରି ନିଜ ବିଷୟରେ ଜାଣି ପାରିବେ।

हिंदी में पढ़ने के लिए यहां क्लिक करें: अंक ज्योतिष 2025

ବର୍ଷ 2025 ବିଷୟରେ:

ଅଙ୍କ ଜ୍ଯୋତିଷଫଳ 2025 ଦେଖିଲେ ଏହାର ସମୁଦାୟ ଯୋଗ 9 ହେବ (2+0+2+5=9); ଏହି ବର୍ଷ ସମସ୍ତ ଅଙ୍କର ଯୋଗ 9 ହେଉଛି। ଅଙ୍କ ଜ୍ଯୋତିଷ ଆଧାରରେ ଅଙ୍କ 9 ମଙ୍ଗଳଙ୍କର ଅଙ୍କ କିନ୍ତୁ ଏଠି ଧ୍ୟାନ ଦେବାକୁ ପଡ଼ିବ ଯେ ବର୍ଷ 2025ର ଅଙ୍କକୁ ସୃଷ୍ଟି କରିବାର ଅଙ୍କ 2 ଓ 5ର ମହତ୍ଵପୂର୍ଣ ଯୋଗଦାନ ଅଛି। ଏହି ସ୍ଥିତିରେ ଚନ୍ଦ୍ର ଓ ବୁଧଙ୍କର ପ୍ରଭାବ ଦ୍ବାରା ସୃଷ୍ଟି ହେଉଥିବା ମଙ୍ଗଳଙ୍କର ଅଙ୍କ 9କୁ ଆମେ ଶକ୍ତିଶାଳୀ କହିବ। ସାଙ୍ଗରେ ସନ୍ତୁଳିତ ଶକ୍ତି ମଧ୍ୟ କହିବ। କାରଣ 2025ରେ ଅଙ୍କ 2 ସବୁଠାରୁ ଅଧିକ ମାତ୍ରାରେ ଅଛି ଯାହା ସହଯୋଗରେ ମଙ୍ଗଳଙ୍କର ଅଙ୍କ 9 ତିଆରି ହେଉଛି। ଏପରି ସ୍ଥିତିରେ ଚନ୍ଦ୍ର ମଙ୍ଗଳ ମିଶି କିଛି ଭଲ ଓ କିଛି ଖରାପ ପରିଣାମ ଦେବେ। ଏହି ସଂଯୋଗ ବ୍ୟକ୍ତିକୁ ଭାବୁକ କରିବ। ଅଙ୍କ ଜ୍ଯୋତିଷ 2025ର ଫଳସ୍ବରୂପ ଏହି ବର୍ଷ ଭାବନାତ୍ମକ ଅସନ୍ତୁଳନ ଦେବ।

ଏହି ସବୁ ମଧ୍ୟରେ ଅନୁକୂଳ କଟାହ ଏହା ଯେ ଅଙ୍କ 5ର ପ୍ରଭାବ ସଂତୁଳନ ଦେବାରେ ସାହାଜ୍ୟ କରିବ। ଧର୍ମ କର୍ମ ଓ ଜାତି ନାମରେ ବିବାଦ ହୋଇପାରେ। କୋର୍ଟ କିମ୍ବା ସରକାର କିଛି ଏପରି ନିଷ୍ପତି ନେଇପାରନ୍ତି ଯାହା ଲୋକଙ୍କର ଭାବନାକୁ କଷ୍ଟ ଦେବ। ଭାବନାତ୍ମକ ଭାବରେ ଆହାତ ହୋଇ ବହୁତ ଲୋକ ରାସ୍ତାକୁ ଓଲ୍ହାଇ ଆସିବେ ଓ ଏହାର ବିରୋଧ କରିବେ। କିନ୍ତୁ କିଛି ସମୟ ପଡ଼ ଲୋକ ଶାନ୍ତ ହୋଇଯିବେ କାରଣ ଅଙ୍କ 5 ସଂତୁଳନ ଆଣିଥାଏ।

ଏହି ବର୍ଷ ଯୁବକଙ୍କ ଭିତରେ ଅଗ୍ରେସିଭ ସ୍ଵଭାବ ବଢ଼ିବ। ବିଶେଷକରି ବେରୋଜଗାର ଯୁବକ ରାସ୍ତାକୁ ଓଲ୍ହାଇବେ। ଏପରି ସ୍ଥିତିରେ ସରକାରଙ୍କ ଯୁବପିଢ଼ିଙ୍କୁ ଧ୍ୟାନରେ ରଖି ନିସପ୍ତି ନେବାକୁ ହେବ। ଏହା ବ୍ୟତୀତ ଧାର୍ମିକ ଆଧାରରେ ମଧ୍ୟ କିଛି ନିଷ୍ପତି ନିଆଯାଇ ପାରେ। ସ୍ତ୍ରୀଙ୍କ ହିତ ପାଇଁ ଏହି ବର୍ଷ କିଛି ମହତ୍ୱପୂର୍ଣ ନିଷ୍ପତି ନିଆଯାଇ ପାରେ। ଅନୁକୂଳ କଥା ଏହା ଯେ ଛୋଟ ଛୋଟ ବିବାଦ ଅବଶ୍ୟ ରହିବ କିନ୍ତୁ ସବୁ କିଛି ସନ୍ତୁଳିତ ହୋଇଯିବ। ଆସନ୍ତୁ ଏବେ ଜାଣିବା ବର୍ଷ 2025 ଆପଣଙ୍କ ପାଇଁ କିପରି ରହିବ।

ମୂଳାଙ୍କ 1

ଯଦି ଆପଣଙ୍କର ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 1 ହେବ। ଅଙ୍କ 1ର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ। ଆପଣଙ୍କ ଉପରେ ସୂର୍ଯ୍ୟଙ୍କର ପ୍ରମୁଖ ପ୍ରବହ ରହିବ। ଯାହା ଫଳରେ ଆପଣ ସ୍ବାଭିମାନୀ ସ୍ଵଭାବର ହୋଇପାରିବେ। କେବେ କେବେ ଆପଣଙ୍କର ସ୍ବାଭିମାନ, ଅଭିମାନ ଅର୍ଥାତ ଗର୍ବ ବଢ଼ିପାରେ। , ଅଙ୍କ ଜ୍ଯୋତିଷ 2025 ଅନୁସାରେ ଲୋକ ଆପଣଙ୍କୁ ଅହଙ୍କାରୀ ଭାବିବେ। ସୂର୍ଯ୍ୟଙ୍କର ପ୍ରଭାବ ଯୋଗୁଁ ଆପଣ କ୍ରୋଧିତ ହୋଇପାରନ୍ତି। ଆପଣ ସ୍ବାଭିମାନୀ ବ୍ୟକ୍ତି ଅଟନ୍ତି ସେଥିପାଇଁ ଅନ୍ୟକୁ ଅଭିମାନ ଦୃଷ୍ଟିରେ ଦେଖନ୍ତି। ଆଓନ ଯେଉଁ କ୍ଷେତ୍ରରେ କାମ କରନ୍ତି ସେଠାରେ ନିଜର ଅନୁଭବ, ଶକ୍ତି ଓ ଜ୍ଞାନ ଲଗାଇ ନିଜକୁ ଅଗ୍ରଣୀ କରିଦିଅନ୍ତି।

ଆପଣ ବହୁତ ପରିଶ୍ରମ କରିବେ ଓ ନିଜର ସ୍ବପ୍ନ ପୂରଣ କରିବେ। ମିତ୍ରଙ୍କ ସହିତ ବୁଲିବା ଓ ଜୀବନର ଆନନ୍ଦ ନେବା ଆପଣଙ୍କୁ ଭଲ ଲାଗେ। ଆପଣ ନିଜର ମିତ୍ରଙ୍କ ଠାରୁ ଆଶା ରଖନ୍ତି ସାଙ୍ଗରେ ସମ୍ମାନ ମଧ୍ୟ ଆଶା କରନ୍ତି। ଆପଣ ଯେଉଁଠିକୁ ଯାଆନ୍ତି ସେଠୀ ଲୋକଙ୍କ ଉପରେ ଗମ୍ଭୀର ପ୍ରଭାବ ପକାନ୍ତି।

ଆପଣ ପ୍ରେମ ପ୍ରକାର କରିବାରେ ପଛରେ ରହିପରନ୍ତି କିନ୍ତୁ ପ୍ରେମ କରିବାରେ ନୁହେଁ। ପ୍ରେମ କରିବାରେ ଆପଣ ସବୁବେଳେ ଆଗରେ ରୁହନ୍ତି। ଆପଣ ଯାହାକୁ ନିଜର ଭାବନ୍ତି ତାହା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରୁହନ୍ତି। ଆପଣ ଏକ ଅନୁଶାସିତ ବ୍ୟକ୍ତି ଓ ଏହା ସାହାଜ୍ୟରେ ଆପଣ ସଫଳତା ପ୍ରାପ୍ତ କରିବେ। ଅନୁଶାସ ଓ ନିୟମ ପାଳନ କରିବା ଆପଣଙ୍କୁ ଆଗକୁ ନେଇଯିବା ଓ ପନଙ୍କର ଲକ୍ଷ ପ୍ରାପ୍ତଈ କରିବାରେ ସାହାଜ୍ୟ କରିବ।

ଏହି ଅଙ୍କ ଜ୍ଯୋତିଷ 2025 ଅନୁସାରେ ଆପଣଙ୍କ ଉପରେ ମୁଖ୍ୟତଃ 1, 9, 2 ଓ 5 ଅଙ୍କର ପ୍ରଭାବ ରହିବ। ଏହି ବର୍ଷ ଅଧିକାଂଶ ଅଙ୍କ ଆପଣଙ୍କର ସପକ୍ଷରେ ରହିବେ। ଏହି ସମସ୍ତ କାରଣ ଯୋଗୁଁ ଏହି ବର୍ଷ ଆପଣ କିଛି ନୂଆ କାମ କରିପାରିବେ। ଅର୍ଥାତ ଆରମ୍ଭ ଯଦିଓ ଭଲ ହେବ ନାହିଁ କିନ୍ତୁ ଆପଣଙ୍କର କାମ କରିବାର ଉପାୟ ଭଲ ରହିବ। ଆପଣ ଜଣେ ଅନୁଭବି ବ୍ୟକ୍ତିଙ୍କ ପରି ନିଜର କାମ ସମ୍ପୂର୍ଣ କରିବେ।

ସାମାଜିକ ମାଂ ପ୍ରତିଷ୍ଠା ଦୃଷ୍ଟିରୁ ମଧ୍ୟ ଏହି ବର୍ଷ 2025 ଭଲ ପରିଣାମ ଦେବ। ଆପଣ ନିଜର କାମ ଆରମ୍ଭ କରିପାରିବେ। ସମାଜରେ ଇଜ୍ଜତ ପ୍ରାପ୍ତ କରିବେ। ଯଦି ଆପଣ ରାଜନୈତିକ ବ୍ୟକ୍ତି ତେବେ ଏହି ବର୍ଷ ଆପଣଙ୍କୁ କୌଣସି ରାଜନୈତିକ ପଦ ମଧ୍ୟ ମିଳିପାରେ। ଅଙ୍କ 2ର ପ୍ରଭାବ ଆପଣଙ୍କୁ ନିଜର ସମ୍ପର୍କୀୟଙ୍କ ସହିତ ଯୋଡ଼ିବାରେ ସାହାଜ୍ୟ କରିବ। ଅର୍ଥାତ ଏହି ବର୍ଷ ନା କେବଳ ନିଜର ମାମଲାରେ ବରଂ ସମ୍ପର୍କରେ ନିଜର ପ୍ରଦର୍ଶନ ଭଲ ରହିପାରେ। ଭାଇ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଆର୍ଥିକ ଦିଗରେ ଆପଣ ଭଲ କରୁଥିବା ଦେଖାଯିବେ। ବ୍ୟକ୍ତିଗତ ସମ୍ବନ୍ଧ ଯେପରି ମିତ୍ରତା, ପ୍ରେମ ଓ ଦାମ୍ପତ୍ୟ ସମ୍ବନ୍ଧ ପାଇଁ ମଧ୍ୟ ଏହି ବାର ସାମାନ୍ଯ ଭାବରେ ଭଲ କୁହାଯିବ। କିନ୍ତୁ ଅଙ୍କ 1 ଓ ଅଙ୍କ 9ର ପ୍ରଭାବ ଯୋଗୁଁ ଆପଣଙ୍କୁ ନିଜର କ୍ରୋଧ ଓ ଦୁଃଖ ଉପରେ ସଂଯମ ରଖିବାକୁ ପଡ଼ିବ। ଅଙ୍କ 5ର ପ୍ରଭାବ ସଂତୁଳନ ଦେବାରେ ସାହାଜ୍ୟ କରିବ। ଏହି ପ୍ରକାର ଏହି ବର୍ଷ ଆପଣ ଅଧିକାଂଶ ମାମଲାରେ ଭଲ କରିବେ।

ଉପାୟ : ଏହି ବର୍ଷ ପ୍ରତ୍ଯେକ ନବରାତ୍ରି ଦିନ କନ୍ୟାଙ୍କର ପୂଜା ଅବଶ୍ୟ କରନ୍ତୁ। ଶିବଙ୍କର ପୂଜା ଆରାଧନା କରିବା ଉଚିତ। ନିୟମିତ ଭାବରେ ସକାଳୁ ଉଠି ସ୍ନାନ ଇତ୍ୟାଦି କରନ୍ତୁ ଓ ସୂର୍ଯ୍ୟଦେବଙ୍କୁ କୁକୁମ ସହିତ ମିଶ୍ରିତ ଜଳ ଚଢ଼ାନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ହେବ।

ଜୀବନରେ ଯେକୌଣସି ସମସ୍ଯାର ସମାଧାନ ପାଇବା ପାଇଁ ପ୍ରଶ୍ନ ପଚାରନ୍ତୁ

ମୂଳାଙ୍କ 2

ଯଦି ଆପଣ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 2 ହେବ। ଚନ୍ଦ୍ରଙ୍କର ପ୍ରଭାବ ଯୋଗୁଁ ଆପଣଙ୍କ ଭିତରେ ସୃଜନାତ୍ମକ ଓ ରଚନାତ୍ମକ କ୍ଷମତା ପର୍ଯ୍ୟାପ୍ତ ମାତ୍ରାରେ ହୋଇପାରେ। ଅର୍ଥାତ ଆପଣ ଛୋଟ ଛୋଟ କଥାରେ ଭାବୁକ ହେବା ଭଳି ବ୍ୟକ୍ତି। ବିଶେଷ କଥା ଏହା ଯେ ଆପଣ ଅନ୍ୟର ଭାବନାର ସମ୍ପୂର୍ଣ ସମ୍ମାନ କରନ୍ତି ସେଥିପାଇଁ ଅନ୍ୟମାନଙ୍କ ଠାରୁ ନିଜର ଭାବନାର ସମ୍ମାନର ଆଶା କରନ୍ତି। ଚନ୍ଦ୍ରମାଙ୍କର ସ୍ଵଭାବ ଚଞ୍ଚଳ ସେଥିପାଇଁ କେବେ କେବେ ଆପଣଙ୍କ ଭିତରେ ଚଞ୍ଚଳତା ଭାବ ଦେଖିବାକୁ ମିଳେ କିନ୍ତୁ ଚନ୍ଦ୍ରମା ମମତମୟୀ ଗ୍ରହ ସେଥିପାଇଁ ଆପଣ ଅନ୍ୟକୁ ପ୍ରେମ କରନ୍ତି। ଚନ୍ଦ୍ରମାଙ୍କର ପ୍ରଭାବରୁ କେବେ କେବେ ମନ ଚଞ୍ଚଳ କିମ୍ବା ବିଚଳିତ ରହିପାରେ।

ଆପଣଙ୍କର ମାନସିକ କ୍ଷମତା ବହୁତ ଦୃଢ଼। ଆପଣ ଅଧିକାଂଶ କାମ ଯୋଜନାବଦ୍ଧ ଭାବରେ କରିବା ପାଇଁ ପସନ୍ଦ କରନ୍ତି। ଅଙ୍କ ଜ୍ଯୋତିଷ 2025 ଅନୁସାରେ ଆପଣ ନିଜର ସମ୍ବନ୍ଧ ଓ ସମ୍ପର୍କକୁ ସମ୍ପୂର୍ଣ ଭାବରେ ତୁଲାଇବାକୁ ଚେଷ୍ଟା କରନ୍ତି। ଅନ୍ୟର ସାହାଜ୍ୟ କରିବା ଆପଣଙ୍କୁ ପସନ୍ଦ। ଯଦି କୌଣସି କାମରେ ଆପଣ ସମ୍ପୂର୍ଣ ଭାବରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ ସେହି କାମକୁ ଛାଡ଼ି ନୂଆ କାମ କରିବା ଆରମ୍ଭ କରନ୍ତି। ଯଦି ଏପରି ସ୍ଵଭାବ ଅଛି ତେବେ ତାହାକୁ ସଂଶୋଧନ କରନ୍ତୁ। କାରଣ ସବୁ କାମ ଆରମ୍ଭରୁ ଆପଣଙ୍କୁ ସଫଳତା ଦେବେ ତାହା ଜରୁରୀ ନୁହେଁ। କେବେ କେବେ ଆରମ୍ଭରେ ଚିନ୍ତା ଦେଉଥିବା କାମ ପରବର୍ତ୍ତୀ ସମୟରେ ଭଲ ପରିଣାମ ଦେଇଥାଏ। ଆପଣଙ୍କ ଭିତରେ ଧର୍ଯ୍ୟ ବଢ଼ାଇବା ଜରୁରୀ ହେବ। କାରଣ ଧର୍ଯ୍ୟର ସହିତ କାମ କରିଲେ ଆପଣ ବିଭିନ୍ନ ମାମଲାରେ ସଫଳତା ପ୍ରାପ୍ତ କରି ପାରିବେ ଅର୍ଥାତ ଏବେ ଆପଣଙ୍କର ସଫଳତାର ପ୍ରତିଶତ ଯେତେ ଅଛି ତାହା ଧର୍ଯ୍ୟ ରଖିଲେ ଦ୍ଵିଗୁଣିତ ହୋଇଯିବ। ଆପଣଙ୍କୁ ଛୋଟ କଥାରେ ହତାଶ କିମ୍ବ ନିରାଶ ହେବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଆପଣ ଆହୁରି ଅଧିକ ସମର୍ପଣ ସହିତ କାମ କରିପାରିବେ।

ଏହି ଅଙ୍କ ଜ୍ଯୋତିଷ 2025 ଅନୁସାରେ ଆପଣଙ୍କ ଉପରେ ମୁଖ୍ୟତଃ 2, 9, 1, 2 ଓ 5 ଅଙ୍କର ବିଶେଷ ପ୍ରଭାବ ରହିବ। ଅଙ୍କ 9 ବ୍ୟତୀତ ଅଧିକାଂଶ ଅଙ୍କ ଆପଣଙ୍କର ସପୋର୍ଟର କରୁଥିବା ପ୍ରତୀତ ହୁଏ,’ଏହି କଥା ସଙ୍କେତ କରୁଛି ଯେ ଆପଣ ଏହି ବର୍ଷ କ୍ରୋଧ ଓ ବିବାଦରୁ ଦୂରେଇ ରହିଲେ ଆପଣଙ୍କର ଅଧିକାଂଶ କାମ ଭଲ ଭାବରେ ହୋଇଯିବ। କ୍ରୋଧ ଓ ବିବାଦ କରିବା ସ୍ଥିତିରେ ସୁଯୋଗ କମ ମିଳିପାରେ। ଭାଇ ବନ୍ଧୁଙ୍କ ସହିତ ସମ୍ପର୍କ ଖରାପ ନ ହେଉ ସେହି କଥାର ଚେଷ୍ଟା କରନ୍ତୁ। ପଡ଼ିଶା ଘର ଲୋକନ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ ଏହି କଥାରେ ଚେଷ୍ଟା କରନ୍ତୁ। ଭୂମି, ଭବନ ଓ ଯାନ ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ।

ଯଦି ଆପଣ ଏହି କ୍ଷେତ୍ରରେ ଠିକ ନିୟନ୍ତ୍ରଣ ପ୍ରାପ୍ତ କରିଦେବେ ତେବେ ଏହି ବର୍ଷ ଅପଣ୍ଣକୁ ବହୁତ ଭଲ ସୁଯୋଗ ମିଳିବ। ଯଦି ଆପଣଙ୍କର କାମ ପାର୍ଟନର୍ଶିପର ତେବେ ଏହି ବର୍ଷ ଆପଣ ସେଥିରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର କାମ ଧନ୍ଦା ବହୁତ ଭଲ ଚାଲିବ। ଯଦି ଆପଣ କୌଣସି ପ୍ରକାରର କ୍ରିୟେଟିଭ କମ ସହିତ ଜଡ଼ିତ ତେବେ ଏହି ବର୍ଷ ଆପଣଙ୍କର କ୍ରୀୟେଟିଭିଟିରେ ଉନ୍ନତି ହେବ। ଏହି ବର୍ଷ ନା କେବଳ କାମ ଧନ୍ଦା ବରଂ ବ୍ୟକ୍ତିଗତ ସମ୍ବନ୍ଧରେ ମଧ୍ୟ ଆପଣ ବହୁତ ଭଲ କରୁଥିବା ଦେଖାଯିବେ। ଆପଣଙ୍କର ସମ୍ପର୍କୀୟ ମଧ୍ୟ ଏହି ବର୍ଷ ବହୁତ ଭଲ ବ୍ୟବହାର କରୁଥିବା ଦେଖାଯିବେ।

ଅଙ୍କ 1 ର ପ୍ରଭାବ ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ଆପଣଙ୍କୁ ସଫଳତା ଦେବ। କୋର୍ଟ କଚେରୀ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ମିଳିବା କଥା। ପିତା ଏବଂ ପିତାଙ୍କ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ। କେବଳ ଅଙ୍କ 9ର ପ୍ରଭାବ ଏହି କଥାର ସଙ୍କେତ ଦେଉଛି ଯେ ଏହି ବର୍ଷ ଏପରି ସ୍ଥିତି ନିର୍ମାଣ ହୋଇପାରେ ଯେଉଁଥିରେ ଆପଣଙ୍କର ଧାର୍ଯ୍ୟ କମ ହେବ ଓ କ୍ରୋଧ ଆସିବ। ସେହିପରି ସ୍ଥିତିରେ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ। ଭାଇ ବନ୍ଧୁ ଓ ପଡ଼ିଶାଙ୍କର ସମର୍ଥନ ମିଳିବ। ବ୍ୟକ୍ତିଗତ ଜୀବନ, ଆର୍ଥିକ ଜୀବନରେ ଆପଣ ଭଲ ପରିଣାମ ପାଇବେ।

ଉପାୟ : ମାତା ତଥା ମାତା ତୁଲ୍ୟ ସ୍ତ୍ରୀଙ୍କର ସେବା ଶୁଶ୍ରୂଷା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ। ନିୟମିତ ଭାବରେ ଗଣପତି ଆଶୀର୍ବାଦ ପାଠ କରନ୍ତୁ। ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ। ପ୍ରତ୍ଯେକ ଦ୍ବିତୀୟ ମାସରେ କିମ୍ବା ଯେବେ ସମ୍ଭବ ହୁଏ ରୁଦ୍ରାଭିଷେକ କରନ୍ତୁ। ଏହି ପ୍ରତିକାର ଆପଣକୁ ଭଲ ପରିଣାମ ଦେବାରେ ସାହାଜ୍ୟ କରିବ।

ମୂଳାଙ୍କ 3

ଯଦି ଆପଣ କୌଣସି ମାସର 3,12, 21 କିମ୍ବା 30 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ଅଙ୍କ 3 ବୃହସ୍ପତି ଗ୍ରହଙ୍କର ଅଙ୍କ କୁହଯାଏ। ବୃହସ୍ପତି ଗ୍ରହ ବହୁତ ଅନୁଭବି ତଥା ଜ୍ଞାନୀ ଗ୍ରହ। ଏପରି ସ୍ଥିତିରେ ଅଙ୍କ 3 ର ଗ୍ରହ ପ୍ରଭାବ ଯୋଗୁଁ ଆପଣ ଅନୁଭବି ଓ ଜ୍ଞାନୀ ବ୍ୟକ୍ତି ହୋଇପାରିବେ। ବୃହସ୍ପତିଙ୍କୁ ଗୁରୁ ଗ୍ରହ ମଧ୍ୟ କୁହଯାଏ। ସେଥିପାଇଁ ଆପଣ ବିଷୟ ନିଜେ ଶିଖିବା ଓ ଅନ୍ୟକୁ ଶିଖାଇବା ଉପରେ ବିଶ୍ବାସ କରନ୍ତି।

ଆପଣଙ୍କୁ ଅନୁଶାସନ ଭିତରେ ରହି କାମ କରିବା ଭଲ ଲାଗେ କିନ୍ତୁ କୌଣସି ଅଯୋଗ୍ୟ ବ୍ୟକ୍ତି କୌଣସି କାରଣରୁ ଆପଣଙ୍କ ସହିତ ଉଚ୍ଚ ପଦରେ ବସି ଆପଣଙ୍କୁ ଜ୍ଞାନ ଦେଉଥିବାର ଦେଖିଯିବେ ଯାହା ଆପଣଙ୍କୁ ପସନ୍ଦ ଆସିବ ନାହିଁ। ଅର୍ଥାତ ଯୋଗ୍ୟ ବ୍ୟକ୍ତିର ମାର୍ଗଦର୍ଶନ ଅପଙ୍କୁ ଭଲ ଲାଗେ।

ଆପଣ ଜଣେ ଧାର୍ମିକ ସ୍ଵଭାବର ବ୍ୟକ୍ତି। ଦାନ, ପୂଣ୍ୟ, ଧାର୍ମିକ ଯାତ୍ରା କାର୍ଯ୍ୟ ସହିତ ଜଡ଼ିତ ହେବାକୁ ପସନ୍ଦ କରନ୍ତି। ଆପଣ ବରିଷ୍ଠ, ଗୁରୁଜନ, ଓ ଧର୍ମିଳ ବ୍ୟକ୍ତିଙ୍କ ସହିତ ଜଡ଼ିତ ହୋଇ ତାଙ୍କର ମାର୍ଗଦର୍ଶନ କିମ୍ବା ନିର୍ଦେଶ ଅନୁଯାୟୀ କାମ କରିପାରିବେ। ଏପରି ସ୍ଥିତିରେ ଆପଣଙ୍କୁ ଭଲ ଉନ୍ନତି ମିଳିବ।

ବର 2025 ରେ ଆପଣଙ୍କ ଉପରେ ମୁଖ୍ୟତଃ 3, 9, 1, 2 ଓ 5 ଅଙ୍କର ବିଶେଷ ପ୍ରଭାବ ପଡ଼ିବ। ଅଙ୍କ 5 ବ୍ୟତୀତ ଏହି ବର୍ଷ ଅଧିକାଂଶ ଅଙ୍କ ଆପଣଙ୍କର ସପକ୍ଷରେ ରହିବେ। ଅଙ୍କ 1 ଆପଣଙ୍କୁ ହାରାହାରି ପରିଣାମ ଦେଇପାରେ। ଯେପର୍ଯ୍ୟନ୍ତ କୌଣସି କଥାକୁ ନେଇ କିଛି ପ୍ରମାଣ ନ ମିଳିଛି ସେପର୍ଯ୍ୟନ୍ତ କୌଣସି ନିଷ୍ପତି ନେବା ଉଚିତ ହେବ ନାହିଁ। ସାମାଜିକ କାର୍ଯ୍ୟକଳାପ ପାଇଁ ଏହି ବର୍ଷ 2025 ଆପଣଙ୍କୁ ବହୁତ ଭଲ ପରିଣାମ ଦେବ।

ଆପଣ ସାମାଜିକ ବିଷୟକୁ ଉଠାଇବାର କାମ କରିପାରନ୍ତି। ଦେଶ, ସମାଜ ଓ ନିଜର ଲୋକଙ୍କର ଭଲ ପାଇଁ ଆପଣ ଏହି ବର୍ଷ କିଛି କରିପାରନ୍ତି କିମ୍ବା ତାଙ୍କର ସହଯୋଗ କରିବା ପାଇଁ ଆଗେଇ ଆସିବେ। ଏହି ବର୍ଷ ଆପଣ କିଛି ନୂଆ ପ୍ରୟୋଗ ମଧ୍ୟ କରିପାରନ୍ତି। କିଛି କ୍ରିୟେଟିଭ କାମ କରିବାର ଇଚ୍ଛା ଏହି ବର୍ଷ ଆପଣଙ୍କର ରହିବ। ଏହି ପ୍ରକାର ପ୍ରଯୋଗରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି। ଆପଣ ମିଟରଙ୍କ ପାଇଁ ମଧ୍ୟ ଏହି ବର୍ଷ କିଛି ବିଶେଷ କରିବାର ଇଚ୍ଛା ରଖିବେ। ସେମାନେ ଆପଣଙ୍କର ସହଯୋଗ କରିବା ପାଇଁ ତତ୍ପର ରହିବେ।

ଅର୍ଥାତ ଯେବେ ଦରକାର ପଡ଼ିବ ଆପଣ ପରସ୍ପରର କାମରେ ଆସିବ, ଏହା ଏକ୍ ଅନୁକୂଳ କଥା। ଆଜି କାଲି ଲୋକ ପରସ୍ପର ପାଇଁ ସମୟ ବାହାର କରିପାରୁନଥିବା ବେଳେ ଆପଣ ନିଜର ବନ୍ଧୁଙ୍କୁ ସମୟ ଦେବେ। ଏହା ଏକ୍ ଭଲ ଅନୁଭୂତି ହେବ। ଅଙ୍କ 9ର ସପୋର୍ଟ ଏହି କଥାକୁ ସଙ୍କେତ କରୁଛି ଯେ ଆପଣଙ୍କର ବ୍ଯବସ୍ଥାପନାକୁ ନୂଆ ଊର୍ଜା ମିଳିବ। କିଛି ଲୋକ ଆପଣଙ୍କର ସହଯୋଗ କରିବେ। ଭାଇ ବନ୍ଧୁ ଆପଣଙ୍କର ସହଯୋଗ କରିବା ପାଇଁ ତତ୍ପର ରହିବେ।

ଅଙ୍କ 1 ର ପ୍ରଭାବ ନା ଆପଣଙ୍କର ବିରୋଧରେ ହେବ ନା ଆପଣଙ୍କର ସପକ୍ଷରେ। ଏପରି ସ୍ଥିତିରେ ଶାସନ ପ୍ରଶାନ ଓ କୋର୍ଟ କଚେରୀ ଇତ୍ୟାଦି ସହିତ ମାମଲାରେ ଆପଣ ନିଜର ଚେଷ୍ଟା ଅନୁସାରେ ପରିଣାମ ପ୍ରାପ୍ତ କରିବେ। ଅଙ୍କ 2ର ପ୍ରଭାବ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସାମାନ୍ଯ ଭାବରେ ଅନୁକୂଳ ରହିବ। ଯଦି କୌଣସି ସମ୍ପର୍କୀୟ ଦ୍ବାରା କୌଣସି ବିଶେଷ ସପୋର୍ଟ ମିଳୁ ନାହିଁ ତେବେ କୌଣସି ବିରୋଧ ମଧ୍ୟ ହେବ ନାହିଁ ଅର୍ଥାତ ପ୍ରରସ୍ପରର ପ୍ରୟାସ ଓ କର୍ମ ଅନୁସାରେ ସମ୍ବନ୍ଧର ମଧ୍ୟ ଆନନ୍ଦ ନେଇପାରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ସାମାନ୍ଯ ଭାବରେ ଅନୁକୁକତାର ଯୋଗ ନଜର ଆସୁଛି। ଆର୍ଥିକ ମାମଲାର ଏହି ବର୍ଷ ଆପଣ ବହୁତ ଭଲ କରିପାରିବେ। କହିବାର ତାତ୍ପର୍ଯ୍ୟ ଏହା ଯେ ସାମାନ୍ଯ ଭାବରେ ବର୍ଷ 2025 ଆପଣଙ୍କ ପାଇଁ ବହୁତ ଭଲ ପରିଣାମ ଦେଇପାରେ। ଗୁଜବ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। କାଗଜ ପତ୍ର କାମ ସାବଧାନ ହୋଇ କରନ୍ତୁ। ସାବଧାନ ରହିବା ପାରେ ଏହି ବର୍ଷ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରିପାରିବେ। ସମୟ ସମୟରେ ବରିଷ୍ଠଙ୍କ ଦ୍ବାରା ମାର୍ଗଦର୍ଶନ ମିଳିପାରେ।

ଉପାୟ : ମଥାରେ ନିୟମିତ ଭାବରେ କେସର ଟୀକା ଲଗାନ୍ତୁ। ସୂର୍ଯ୍ୟ ଦେବଙ୍କୁ ନିୟମିତ ଭାବରେ ହଳଦୀ ମିଶ୍ରିତ ଜଳ ଚଢ଼ାନ୍ତୁ। ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।

ମୂଳାଙ୍କ 4

ଯଦି ଆପଣ କୌଣସି ମାସର 4,13, 22 କିମ୍ବା 31 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ଅଙ୍କ 4କୁ ରାହୁ ଗ୍ରହଙ୍କର ଅଙ୍କ କୁହଯାଏ ଓ ରାହୁଙ୍କୁ ବିଚଳିତ କରୁଥିବା ଗ୍ରହ କୁହଯାଏ। ଏପରି ସ୍ଥିତିରେ ରାହୁଙ୍କର ପ୍ରଭାବ ଯୋଗୁଁ ଆପଣ ବିଚଳିତ ହେବେ। ଅଙ୍କ 4କୁ ଶୀଘ୍ର ଆଗକୁ ବଢ଼ାଉଥିବା ଅଙ୍କ କୁହଯାଏ। ଏହି କାରଣ ଯୋଗୁଁ ଆପଣଙ୍କର ଜୀବନରେ ହଠାତ କିଛି sujog ଆସିପାରେ।

ଏହି ଅଙ୍କ ଜ୍ଯୋତିଷ 2025 ଅନୁସାରେ, ଆପଣଙ୍କ ଭିତରେ ବଡ଼ ଓ କ୍ରାନ୍ତିକାରୀ ଭାବନା ଦେଖିବାକୁ ମିଳିବ କିନ୍ତୁ ଏପରି ବିଚାର କିମ୍ବା ଯୋଜନାରେ ସଫଳତା ତେବେ ମିଳିବ ଯେତବେଳେ ଆପଣଙ୍କୁ କୌଣସି ଭଲ ମାର୍ଗଦର୍ଶକ ଗଗାଇଡ କରିବେ। ଅଙ୍କ 4 ଅଧିକାଂଶ ସମୟରେ ଖରାପ ସଂଗତିରେ ଆପଣଙ୍କୁ ପକାଇପାରେ। ସେଥିପାଇଁ ନିଜର ସଂଗତି ଉପରେ ଧ୍ୟାନ ରଖନ୍ତୁ। ଭଲ ଲୋକଙ୍କ ସହିତ ରୁହନ୍ତୁ, ଭଲ ଭାବନା ସହିତ ଆଗକୁ ବଢ଼ନ୍ତୁ ତେବେ ଯାଇ ଆପଣ ଭଲ ପରିଣାମ ପାଇବେ। ଆପଣ ନିଜର ପରିବାର ଲୋକଙ୍କୁ ସମ୍ପୂର୍ଣ ଧ୍ୟାନ ଦେଇ ଖୁସି ରଖିବାକୁ ଚାହିଁବେ କିନ୍ତୁ କୌଣସି କାରଣରୁ ପରିବାର ସଦସ୍ୟଙ୍କ ସହିତ କିଛି ମତଭେଦ ହୋଇପାରେ। ସେମାନଙ୍କ ସହିତ ସବୁ ସମ୍ପର୍କ ସମାପ୍ତ କରିବାକୁ ଭାବିବେ।

ଆପଣଙ୍କର ପ୍ରକୃତ ଓ ଭଲ ବନ୍ଧୁଙ୍କର ସଂଖ୍ୟା କମିବ। ହୋଇପାରେ ଆପଣ ଠିକ ମାର୍ଗରେ ଯାଇ ସଫଳତା ନ ପ୍ରାପ୍ତ କରିପାରନ୍ତି। ଆପଣଙ୍କର ବିଚାର ଅଲଗା ହୋଇପାରେ କିମ୍ବା ଆପଣଙ୍କ ଭିତରେ କ୍ରାନ୍ତିକାରୀ ଭାବନା ବଢ଼ିପାରେ। ସେଥିପାଇଁ ଆପଣଙ୍କୁ ସଠିକ ମାର୍ଗଦର୍ଶକ ଆବଶ୍ୟକ। ଏହି ବିଚାର ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଗକୁ ନେଇ ଯାଇପାରେ।

ବର୍ଷ 2025 ରେ ଆପଣଙ୍କ ଉପରେ ମୁଖ୍ୟତଃ 4, 9, 1, 3 ଓ 5 ଅଙ୍କର ବିଶେଷ ପ୍ରଭାବ ପଡ଼ିବ। ଏହି ବର୍ଷ 4 ଅଙ୍କ ସବୁଠାରୁ ଅଧିକ ପ୍ରଭାବ ପକାଇବ ଓ ଅବଶିଷ୍ଟ ଅଙ୍କ ହାରାହାରି ଫଳ ଦେବେ। ଅଙ୍କ 1 କିଛି ମାମଲାରେ ଆପଣଙ୍କର ବିରୋଧ କରିପାରେ। ଏହି ବର୍ଷ ଆପଣଙ୍କୁ ଏଭାରେଜ କିମବ ଏଭାରେଜରୁ ଅଧିକ କିଛି ଅଧିକ ଭଲ ପରିଣାମ ଦେବ। ଆପଣଙ୍କର ଯୋଜନା ଏହି ବର୍ଷ କିଛି ବଡ଼ କରିବା ପାଇଁ ହୋଇପାରେ କିନ୍ତୁ କେବଳ ଯୋଜନା କାମ ଦେବ ନାହିଁ ବରଂ ଯୋଜନା ଉପରେ କାମ କରିବା ମଧ୍ୟ ଆବଶ୍ୟକ। ସାଙ୍ଗରେ କୌଣସି ଯୋଗ୍ୟ ବ୍ୟକ୍ତିତିର ମାର୍ଗଦର୍ଶନ ଅନୁସାରେ କାମ କରିବା ମଧ୍ୟ ଆବଶ୍ୟକ।

ଏହି ବର୍ଷ ଆପଣଙ୍କ ଭିତରେ ଉତ୍ସାହ ଅଧିକ ମାତ୍ରାରେ ରହିବ କିନ୍ତୁ ଏହି ଭାବନା ଉପରେ ସଂଯମ ରଖିବା ମଧ୍ୟ ଆବଶ୍ୟକ। କାରଣ ଆବଶ୍ୟକତାରୁ ଅଧିକ ଉତ୍ସାହ ଖରାପ ହୋଇପାରେ। ଫଳସ୍ବରୂପ ଆପଣ ନିଜର ଟାର୍ଗେଟ ଉପରେ ଧ୍ୟାନ ଦେଇପାରିବେ ନାହିଁ। ସେଥିପାଇଁ ଏହି ବର୍ଷ ଆପଣଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିବ। ସାଙ୍ଗରେ ଅନୁଶାସିତ ରହି ପରିଶ୍ରମ କରନ୍ତୁ। ଯେତେ ପରିଶ୍ରମ ଦରକର ସେତେ କରନ୍ତୁ। ଏହି ବର୍ଷ ସାମାଜିକ ଛବି ଉପରେ ମଧ୍ୟ କାମ କରିବା ଆବଶ୍ୟକ ହେବ। ଏପରି କୌଣସି କାମ କରନ୍ତୁ ନାହିଁ ଯେଉଁଥିପାଇଁ ଆପଣଙ୍କର ଛବି ଖରାପ ହେବ। ମହତ୍ଵପୂର୍ଣ କାମ ସବୁ ନିଜେ କରନ୍ତୁ।

ଯଦି ଆପଣଙ୍କ ସହିତ କୌଣସି ଭଲ ଓ ସଚ୍ଛୟତ ବ୍ୟକ୍ତି ଅଛନ୍ତି ତେବେ ଆପଣଙ୍କ ପାଇଁ ଏହି ବର୍ଷ ଅନେକ ମହତ୍ଵପୂର୍ଣ କାମରେ ନିଜକୁ ଜଡ଼ିତ କରିପାରିବେ। ଅଙ୍କ 1ର ପ୍ରଭାବ ଏହି କଥାର ସଙ୍କେତ ଦେଉଛି ଯେ ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ଏହି ବର୍ଷ କିଛି ସମସ୍ଯା ଦେଖିବାକୁ ମିଳିବ। ଏହି ପରିସ୍ଥିତିରେ କୌଣସି ସରକାରୀ କର୍ମଚାରିଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ବରଂ ତାଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ । ଯଦି ଏହି ବର୍ଷ ଶାସନ ପ୍ରଶାସନ କାମକୁ ସମୟ ଦେଇପାରୁ ନାହାନ୍ତି ତେବେ କୌଣସି ବିଶ୍ୱାସନୀୟ ବ୍ୟକ୍ତିଙ୍କର ସହଯୋଗ ନେଇପାରିବେ।। ଗୁରୁଜନ ମାନଙ୍କ ସହିତ ସମ୍ବନ୍ଧ ଖରାପ ନ ହେଉ ତାହା ଧ୍ୟାନରେ ରଖନ୍ତୁ। ଯଦି ମନରେ କିଛି ଭଲ ଆଇଡିୟା ଆସୁଛି ତେବେ ଅନୁଭବି କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମତ ନେବା ଉଚିତ ହେବ।

ଯଦି ଆପଣ ସାବଧାନ ରହିବେ ତେବେ ଏହି ବର୍ଷ କାର୍ଯ୍ୟକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଭଲ ପରିଣାମ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ପାରଦର୍ଶିତା ଜରୁରୀ ରହିବ। ବୈବାହିକ ଜୀବନରେ ପରସ୍ପର ଉପରେ ବିଶ୍ବାସ ରଖିବା ଜରୁରୀ ହେବ। ଭୂମି ଯାନ ଭବନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଆଗକୁ ବଢ଼ିବା ବୁଝାମଣାର କାମ ହେବ। ଆର୍ଥିକ ମାମଲାରେ ଏହି ବର୍ଷ ହାରାହାରି ପରିଣାମ ଦେବ। ଏପରି ସ୍ଥିତିରେ ଅଧିକ କାମ କରିବା ଓ ଠିକ ଯୋଜନା କରିବା ଆବଶ୍ୟକ ହେବ।

ଉପାୟ : ମଥାରେ ନିୟମିତ ଭାବରେ କେସରର ଟୀକା ଲଗାନ୍ତୁ। ପ୍ରତାଏକ ମଙ୍ଗଳବାର ହନୁମାନ ମନ୍ଦିରରେ ନାଲି ମିଠା ଚଢ଼ାନ୍ତୁ। ପିତା ଓ ପିତା ତୁଲ୍ୟ ବ୍ୟକ୍ତିଙ୍କର ଆଦର ସତ୍କାର କରନ୍ତୁ।

ଶନି ରିପୋର୍ଟ୍ ମାଧ୍ୟମରୁ ଜାଣନ୍ତୁ ନିଜର ଜୀବନରେ ଶନିଙ୍କର ପ୍ରଭାବ

ମୂଳାଙ୍କ 5

ଯଦି ଆପଣ କୌଣସି ମାସର 5, 14 କିମ୍ବା 23 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 5 ହେବ। ଅଙ୍କ 5 ବୁଧ ଗ୍ରହଙ୍କର ଅଙ୍କ କୁହଯାଏ। ଏପରି ସ୍ଥିତିରେ ଆପଣଙ୍କ ଭିତରେ ତର୍କ ବିତର୍କର ଗୁଣ ପର୍ଯ୍ୟାପ୍ତ ମାତ୍ରାରେ ଦେଖିବାକୁ ମିଳିବ। ଆପଣ କୌଣସି କାମ ମଧ୍ୟ ଯୋଜନାବଦ୍ଧ ଭାବରେ କରିବେ। ଆପଣ କୌଣସି କାମରେ ଲାଭ କ୍ଷତି ଧ୍ୟାନରେ ନ ରଖି କାମ କରନ୍ତି। ଆପଣ କୌଣସି କାମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତି କିନ୍ତୁ ବେଳେ ବେଳେ କନଫିଉଶନର ସ୍ଥିତିର ଦେଖିବାକୁ ମିଳିବ।

ଏହି ଅଙ୍କ ଜ୍ଯୋତିଷ 2025 ଅନୁସାରେ, ଆପଣ ସଂତୁଳନ ରଖିବାକୁ ପସନ୍ଦ କରନ୍ତି କିନ୍ତୁ କନଫିଉଶନ ସମୟରେ ଏକ୍ସପର୍ଟ ଏଡଭାଇସ ନେବାକୁ ପସନ୍ଦ କରନ୍ତି ଓ ସେଥିପାଇଁ ଭଲ ମଧ୍ୟ ହୁଏ। ଆପଣ ଭଲ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରନ୍ତି। ଆପଣଙ୍କର କଥାବାର୍ତ୍ତା କରିବାର ଶୈଳୀ ବହୁତ ଭଲ। ସେଥିରେ ଲୋକ ପ୍ରଭାବିତ ହୁଅନ୍ତି। ଏହି ସବୁ ଗୁଣ ଆପଣଙ୍କର କାମରେ ବହୁତ ସାହାଜ୍ୟ କରେ। ଆପଣ ବଡ଼ ସମସ୍ଯା ସହଜରେ ସମ୍ପୂର୍ଣ କରିପାରନ୍ତି। ଏହି ସମୟରେ ଅଙ୍କ 5 ସବୁ ସନ୍ତୁଳିତ ରଖିବ କିନ୍ତୁ ଚଞ୍ଚଳ ହୋଇ ଆପଣ କାମ ଖରାପ କରିପାରନ୍ତି। ଗୁରୁଜନ ଓ ଅନୁଭବି ଲୋକଙ୍କର ପରାମର୍ଶ ନେଇ କାମ କରନ୍ତୁ ତେବେ ଭଲ ପରିଣାମ ପ୍ରାପ୍ତ ହେବ। ତର୍କ ବିତର୍କ କରିବା ଏବଂ ତଥ୍ୟ ଉପରେ ବିଶ୍ବାସ କରିବା ଏକ୍ ଭଲ ଗୁଣ କିନ୍ତୁ ସବୁ କଥା ପାଇଁ ଏମିତି କରିବା ଉଚିତ ନୁହେଁ।

ବର୍ଷ 2025 ରେ ଆପଣଙ୍କ ଉପରେ ମୁଖ୍ୟତଃ 5, 9, 1, 4 ଓ 5 ଅଙ୍କର ବିଶେଷ ପ୍ରଭାବ ରହିବ। ଅଙ୍କ 9 ବ୍ୟତୀତ ଅନ୍ୟ ସମସ୍ତ ଅଙ୍କ ଆପଣଙ୍କୁ ସମଶର୍ଥଂ କରିବେ। ଏହି ବର୍ଷ ଆପଣଙ୍କୁ ଭଲ ପରିଣାମ ଦେବ। ଯଦି ବ୍ୟବସାୟ କରନ୍ତି ତେବେ ଭଲ ପରିଣାମ ମିଳିବ। ବ୍ୟବସାୟ ବିସ୍ତାର କରିବେ ଓ ଏହି ବର୍ଷ ନୂଆ କାମ ଆରମ୍ଭ କରିପାରିବେ। ଯେଉଁମାନେ ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି ତାଙ୍କୁ ସଫଳତା ମିଳିବାର ଭଲ ସମ୍ଭାବନା ଅଛି।

ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ବର୍ଷ ପରିବର୍ତ୍ତନ କରିବାର ସୁଯୋଗ ମିଳିବ। ସ୍ଥାନ ପରିବର୍ତ୍ତନ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଏହି ବର୍ଷ ସାମାନ୍ଯ ଭାବରେ ସପୋର୍ଟ କରିବ। ଯେଉଁ ଲୋକଙ୍କର କାମ ଯାତ୍ରା ସହିତ ଜଡ଼ିତ ତାଙ୍କ ପାଇଁ ବର୍ଷ ଭଲ ପରିଣାମ ଦେବ। ଏକ୍ସପୋର୍ଟ ଇମପୋର୍ଟ ଜଡ଼ିତ ମାମଲାରେ ଲାଭ ମିଳିବ। ଯଦି ଆପଣଙ୍କର କାମ ପଢ଼ା ଲେଖା ସହିତ ଜଡ଼ିତ ତେବେ ଏହି ବର୍ଷ ବିଶେଷ ଭାବରେ ଭଲ ରହିବ। ଶାସନ ପ୍ରଶାସନ କାମ ପାଇଁ ଏହି ବର୍ଷ ଅନୁକୂଳ ରହିବ।

ଭୂମି ଘର ଯାନ ଇତ୍ୟାଦି ପ୍ରାପ୍ତଈ ପାଇଁ ଏହି ବର୍ଷ ଅନୁକୂଳ ରହିବ କିନ୍ତୁ ଅଙ୍କ 9 ର ସପୋର୍ଟ ନ ମିଳିବା ଯୋଗୁଁ ଜମି ବାଡ଼ି ସହିତ ଜଡ଼ିତ ମାମଲାରେ ଶୀଘ୍ର ନିଷ୍ପତି ନେବା ଉଚିତ ନୁହେଁ। ଯାନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ମଧ୍ୟ ସାମାନ୍ଯ ଭାବରେ କୌଣସି ବଡ଼ ସମସ୍ଯା ବିନା ପରିଣାମ ମିଲବ। ଅଯଥା କ୍ରୋଧ କରିବା ଠାରୁ ଦୂରେଇ ରୁହନ୍ତୁ। ଶାନ୍ତ ହୋଇ କାର୍ଯ୍ୟ କରନ୍ତୁ ସେଥିରୁ ଭଲ ପରିଣାମ ମିଳିବ।

ଉପାୟ : ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ। ପ୍ରତ୍ଯେକ ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରନ୍ତୁ ଓ ନାଲି ମିଠା ତଥା ନାଲି ଫଳ ମଣ୍ଡିରେରେ ଭୋଗ କରନ୍ତୁ। ଶନିବାର ଦିନ ସଫା କରୁଥିବା କର୍ମଚାରୀଙ୍କୁ ଚାରୋଟି ମୂଳା ଦାନ କରନ୍ତୁ।

ମୂଳାଙ୍କ 6

ଯଦି ଆପଣ କୌଣସି ମାସର 6, 15 କିମ୍ବା 24 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ଅଙ୍କ 6କୁ ଶୁକ୍ରଙ୍କର ଅଙ୍କ କୁହଯାଏ। ଶୁକ୍ରଙ୍କ ଭିତରେ ଆକର୍ଷଣର ଅଦ୍ଭୁତ ଶକ୍ତି ଥାଏ। ଏହି କାରଣ ଯୋଗୁଁ ଆପଣଙ୍କ ଭିତରେ ଅର୍ଥାତ ଆପଣଙ୍କ ବ୍ୟକ୍ତିତ୍ଵରେ ଅଦ୍ଭୁତ ଆକର୍ଷଣ ଦେଖିବାକୁ ମିଳିବ। ଆପଣଙ୍କ ଭିତରେ ଉତ୍ସାହ ଦେଖିବା ପାଇଁ ମିଳିବ। ଅଙ୍କ 6ର ପ୍ରଭାବ ଯୋଗୁଁ ମିତ୍ରଙ୍କ ସଂଖ୍ୟା ବଢ଼ିବ। ମହିଳା ମିତ୍ରଙ୍କ ସଖ୍ୟ ଅଧିକ ହେବ। ଆପଣଙ୍କୁ କଳା ଓ ସାହିତ୍ୟର ଭଲ ଜ୍ଞାନ ମଧ୍ୟ ରହିବ। କାରଣ ଆପଣଙ୍କୁ ବିଭିନ୍ନ କ୍ଷେତ୍ରର ଜ୍ଞାନ ରହିବ ଯେଉଁଥିପାଇଁ ଆପଣ ସେହି ସାନୁ କ୍ଷେତ୍ରର ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ସମର୍ଥ ହେବେ।

ଆପଣ ଯେଉଁଠିକୁ ଯିବେ ସେଠାରେ ଲୋକମାନେ ଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ। ଆପଣ ଲୋକଙ୍କ ଦ୍ବାରା ଘେରି ରହିବେ। ଆପଣ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ଆପଣ ବେଳେ ବେଳେ ଅନ୍ୟମାନଙ୍କ କଥାରେ ଆସି କାମ କରି କ୍ଷତି କରିପାରନ୍ତି। ଆପଣ ନିଜର ମଜା ମସ୍ତି ପାଇଁ ଖର୍ଚ୍ଚ କରିବେ ସେଥିପାଇଁ ସଞ୍ଚୟ କରିପାରିବେ ନାହିଁ। ଯଦି ଆପଣ ଯଥାର୍ଥ ଜୀବନ ଜପଂ କରୁଛନ୍ତି ତେବେ ଆପଣ ସଞ୍ଚୟ କରିବାକୁ ଚେଷ୍ଟା କରିବେ ଓ ଧନୀ ହେବେ।

ବର୍ଷ 2025ରେଅଙ୍କ ଜ୍ଯୋତିଷ 2025 ଅନୁଯାୟୀଆପଣଙ୍କ ଉପରେ ମୁଖ୍ୟତଃ 6, 9, 1, 5 ଓ 5ର ବିଶେଷ ପ୍ରଭାବ ରହିବ। ସବୁ ଅଙ୍କ ଆପଣଙ୍କୁ ହାରାହାରି ପରିଣାମ ଦେଉଥିବା ପରି ପ୍ରତୀତ ହେଉଛନ୍ତି। ସର୍ବାଧିକ ପ୍ରଭାବ ଅଙ୍କ 6ର ରହିବ। ଅଙ୍କ 6ର ପ୍ରଭାବ ଯୋଗୁଁ ଯେଉଁମାନେ ମହିଳାଙ୍କ ସମ୍ବନ୍ଧିତ, ସ୍ତ୍ରୀ କିମ୍ବା ଝିଅଙ୍କ ସମ୍ବନ୍ଧିତ କାମ କରୁଛନ୍ତି ତାଙ୍କୁ ବିଶେଷ ଲାଭ ହେବ।

ସୌନ୍ଦର୍ଜ୍ୟ ପ୍ରସାଦନ ସହିତ ଜଡ଼ିତ ବ୍ୟବସାୟ କରୁଥିବା ଲୋକଙ୍କୁ ଏହି ବର୍ଷ ଭଲ ପରିଣାମ ପ୍ରାପ୍ତ ହେବ। ଏହା ବ୍ୟତିତ କଳା ଓ ସାହିତ୍ୟ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଭଲ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଅନୁକୂଳ ରହିବ। ଯଦି ବିବାହ ବୟସ ହୋଇଯାଇଛି ତେବେ ଆପଣ ବିବାହ କରିବାକୁ ଚେଷ୍ଟା କରିପାରିବେ ଓ ସମ୍ଭାବନା ଅଛି ତାହା ହୋଇଯିବ। ବୈବାହିକ ଜୀବନ ପାଇଁ 2025 ସାମାନ୍ଯ ଭାବରେ ଅନୁକୂଳ କୁହଯିବ। ବିଶେଷ କରି ସୁଖ ଦେବା ପାଇଁ ଏହି ବର୍ଷ ଆପଣଙ୍କୁ ସାହାଜ୍ୟ କରିବ।

ଯେଉଁ ଲୋକଙ୍କର ସିନିୟର ଜଣେ ମହିଳା ତେବେ ତାଙ୍କ ସହିତ ଭଦ୍ରାମିର ସହିତ ବ୍ୟବହାର କରନ୍ତୁ। ଏପରି ସ୍ଥିତିରେ ଉନ୍ନତି ଅର୍ଥାତ ପ୍ରୋମୋସନର ଯୋଗ ତିଆରି ହେବ। ଅଙ୍କ 9ର ପ୍ରଭାବ ଏହି କଥାର ସଙ୍କେତ ଦେଉଛି ଯେ ଏହି ବର୍ଷ ଆପଣଙ୍କୁ ବିବାଦରୁ ଦୂରେଇ ରହିବା ଉଚିତ। ବିଶେଷ କରି ପତ୍ନୀ ସହିତ ବିବାଦ କରନ୍ତୁ ନାହିଁ। ଶାସନ ପ୍ରଶାସନ ସହିତ ଜଡ଼ିତ ବ୍ୟକ୍ତିଙ୍କୁ କୌଣସି ରାଜନୀତିଜ୍ଞ ବ୍ୟକ୍ତି =ଙ୍କ ସହଯୋଗରୁ ଲାଭ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷ ପରିଶ୍ରମ ଅନୁଯାୟୀ ଫଳ ଦେବ। ବେପରୁଆ ହୋଇ କାମ କରିଲେ ପରିଣାମ ଦୁର୍ବଳ ହେବ। ଏହାର ପ୍ରଭାବ ଗମ୍ଭୀର ଭାବରେ ପଡ଼ିବ। ସେଥିପାଇଁ ନିଷ୍ଠାର ସହିତ କାମ କରନ୍ତୁ ଓ ପ୍ରତ୍ଯେକ ପରିସ୍ଥିତିରେ ସଫଳ ହୁଅନ୍ତୁ।

ଉପାୟ : ଦୂର୍ଗାଙ୍କର ପୂଜା ଅର୍ଚନା କରନ୍ତୁ। ନିୟମିତ ଭାବରେ ଗଣେଶ ଚାଳିଶା ପାଠ କରନ୍ତୁ। ପ୍ରତ୍ଯେକ ମଙ୍ଗଳବାର ହନୁମାନ ମନ୍ଦିରରେ ନାଲି ମିଠା କିମ୍ବା ନାଲି ଫଳ ଚଢ଼ାନ୍ତୁ।

ବୈଦିକ ଜ୍ଯୋତିଷଶାସ୍ତ୍ରର ମାନଦଣ୍ଡ ଅନୁସାରେ ଠିକ ନାମ ବାଛିବା ପାଇଁ ଏଠାରେ କ୍ଲିକ କରନ୍ତୁ !

ମୂଳାଙ୍କ 7

ଯଦି ଆପଣ ଏହି ମାସର 7, 16 କିମ୍ବା 25 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 7 ହେବ। ଅଙ୍କ 7 କୁ କେତୁଙ୍କର ଅଙ୍କ କୁହଯାଏ। ଏହି କାରଣରୁ ଆପଣ ସ୍ବତନ୍ତ୍ର ଓ ଅଲଗା ବିଚାର ରଖୁଥିବା ବ୍ୟକ୍ତି ପରି ପ୍ରତୀତ ହେବେ। ଆପଣଙ୍କୁ ମଜା କରିବା ସାମାନ୍ଯ ଭାବରେ ପସନ୍ଦ ଥିବ କିନ୍ତୁ କେବେ କେବେ ଆପଣ ମଜାକୁ ଖରାପ ଭାବି ଦିଅନ୍ତି। ଆପଣ ନିଜ ଲୋକଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯିବେ। ଏହି କଥାର ଲୋକ ଭୁଲ ଫାଇଦା ଉଠାଇ ଦେଇପାରନ୍ତି। କିଛି ଲୋକ ଆପଣଙ୍କୁ ପ୍ରତାରଣା ଦେଇପାରନ୍ତି।

ଆପଣ ଜନ୍ମ ସ୍ଥାନରୁ ଦୂରକୁ ଯାଇ ଭଲ ସୁଯୋଗ ପାଇବେ। ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ନୂଆ ନୂଆ ଜାଗାରେ ନୂଆ ନୂଆ ଜିନିଷ ଶିଖିପାରିବେ। ଆପଣଙ୍କ ଭିତରେ ଅନେକ ରହସ୍ୟ ଲୁଚାଇ ରଖିବାର କ୍ଷମତା ଦେଖିବାକୁ ମିଳିବ। ଆପଣ ଅନେକ ଥର ରହସ୍ୟମୟୀ ବ୍ୟକ୍ତି ଭାବରେ ଜଣାଯିବେ। ଆପଣଙ୍କୁ ଚିହ୍ନିବା ସହଜ ହେବ ନାହିଁ। ସ୍ଵଭାବରୁ ଧାର୍ମିକ ବ୍ୟକ୍ତି ପରି ଦେଖାଯିବେ।

ବର୍ଷ 2025ରେ ଆପଣଙ୍କର ଉପରେ ମୁଖ୍ୟତଃ 7, 9, 1, 6 ଓ ଆପଣଙ୍କ ପାଇଁ ହାରାହାରି ପରିଣାମ ଦେବ। 5 ଅଙ୍କର ପ୍ରଭାବ ରହିବ। ଅଙ୍କ 5 ଓ 6 ଅନୁକୂଳ ପରିଣାମ ଦେବେ। ଏହି ବର୍ଷ ସର୍ବାଧିକ ପ୍ରଭାବ 7 ଅଙ୍କ ପକାଇବ। ଏହି କାରଣରୁ ଏହି ବର୍ଷ ଆପଣ ହାରାହାରି ରୁ ଭଲ ପରିଣାମ ପାଇପାରିବେ। ସବୁ କିଛି ଭଲ ାନ ହେଲେ ମଧ୍ୟ ଏହି ବର୍ଷ ଭଲ ପରିଣାମ ପାଇବାର ଆଶା ଅଛି।

ଏହି ବର୍ଷ ଆପଣଙ୍କୁ ବହୁତ କିଛି ଶିଖାଇବ। କିନ୍ତୁ ଶିକ୍ଷା ସେତବେଳେ ମିଳିବ ଯେତେବେଳେ ଭୁଲ ହେବ। ଏହି ବର୍ଷ ଖରାପ ହୋଇଥିବା ଜିନିଷକୁ ସଜାଡ଼ିବ ଓ ଦୂରେଇ ଯାଇଥିବା ବ୍ୟକ୍ତି ନିକଟତର ହୋଇଯାଇ ପରାନ୍ତି। ଏହି ବର୍ଷ ଆପଣଙ୍କୁ ସୁଯୋଗ ଓ ଶିକ୍ଷା ଦେବ। ଏହି ବର୍ଷ ଆପଣ ଠିକ ଓ ଭୁଲ କ’ଣ ବୁଝିପାରିବେ। ଏହି ବର୍ଷ ଆପଣଙ୍କ ପାଇଁ ମୁଖ୍ୟ ଉଦେଶ୍ୟ କ’ଣ ତାହା ଜାଣିପାରିବେ। ଧର୍ମ ଓ ଅଧ୍ୟାତ୍ମର ଦୃଷ୍ଟିରୁ ମଧ୍ୟ ଏହି ବର୍ଷ ଭଲ କୁହାଯିବ। ଆପଣ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି।

କୌଣସି ଜ୍ଞାନୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ଚିହ୍ନା ପରିଚୟ ହୋଇପାରେ। ଏହା ବ୍ୟତୀତ ଆପଣ ଅନେକ ଜିନିଷ ପ୍ରାପ୍ତ କରିପାରିବେ। ଆର୍ଥିକ ମାମଲାରେ ଏହି ବର୍ଷ ସାମାନ୍ଯ ଭାବରେ ମିଶ୍ରିତ ପରିଣାମ ଦେବା ପରି ପ୍ରତୀତ ହୁଏ। ପାରିବାରିକ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧିତ ମାମଲା ପାଇଁ ଏହି ବର୍ଷ ଭଲ ରହିବ ନାହିଁ। କାର୍ଯ୍ୟକ୍ଷେତ୍ର ସହିତ ମାମଲାରେ ଆପଣଙ୍କୁ ଭଲ ପରିଣାମ ମିଳିପାରେ। ପ୍ରେମ ସମ୍ବନ୍ଧ ଓ ବିବାହ ସମ୍ବନ୍ଧିତ ମାମଲାରେ ମଧ୍ୟ ହାରାହାରି ପରିଣାମ ମିଳିପାରେ। ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ପ୍ରାପ୍ତ କରିବେ।

ଉପାୟ : ନିୟମିତ ଭାବରେ ଗଣପତି ଆଶୀର୍ବାଦ ପାଠ କରନ୍ତୁ। ପ୍ରତ୍ଯେକ ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରନ୍ତୁ। ସମ୍ଭବ ଯଦି ହୁଏ ତେବେ ପ୍ରତ୍ଯେକ ମାସ ନଚେତ ଅତି କମରେ ନବରାତ୍ରିରେ କଁଯା ପୂଜା କରନ୍ତୁ ଓ ଆଶୀର୍ବାଦ ନିଅନ୍ତୁ।

ମୂଳାଙ୍କ 8

ଯଦି ଆପଣ କୌଣସି ମାସର 8, 17 କିମ୍ବା 26 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ଅଙ୍କ 8କୁ ଶନିଙ୍କର ଅଙ୍କ କୁହଯାଏ। ଆପଣଙ୍କର ଉପରେ ଧନୀ ଗ୍ରହଙ୍କର ବିଶେଷ ପ୍ରଭାବ ପଡ଼ିବ। ଫଳସ୍ବରୂପ ଆପଣଙ୍କ ଭିତରେ ଧର୍ଯ୍ୟ ରଖିବାର କ୍ଷମତା ରହିବ। ଅଙ୍କ 8 କେଉଁ କେଉଁ ଅଙ୍କକୁ ମିଶାଇ ସୃଷ୍ଟି ହୋଇଛି ତାହା ମଧ୍ୟ ଆପଣଙ୍କ ସ୍ଵଭାବ ଉପରେ ପ୍ରଭାବ ପକାଇବ। ଯଦି ଆପଣ କୌଣସି ମାସର 8 ତାରିଖରେ ଜନ୍ମ ହୋଇଛନ୍ତି କିମ୍ବା 17 ତାରିଖରେ କିମ୍ବା 26 ତାରିଖରେ ଜନ୍ମ ହୋଇଛନ୍ତି ତେବେ 1, 2, 6, କିମ୍ବା 7 ଅଙ୍କର ପ୍ରଭାବ ମଧ୍ୟ ଆପଣଙ୍କର ସ୍ଵଭାବ ଉପରେ ପଡ଼ିବ। ଶନିଙ୍କର ଗତି ଧୀର ହୋଇଥିବାରୁ ଆପଣଙ୍କ ଭିତରେ ଆଳସ୍ୟ ରହିବ। ଅର୍ଥାତ ଅଳ୍ପ କିଛି ଲୋକ ଚଞ୍ଚଳ ସ୍ଵଭାବର ହୋଇପାରନ୍ତି।

ଆପଣ ପ୍ରତ୍ଯେକ କାମ କରିବା ପୂର୍ବରୁ ବହୁତ ଅଧିକ ଭାବନ୍ତି। ଆପଣ କିଛି ମାମଲାରେ ଅଧିକ ସ୍ପଷ୍ଟବାଦୀ ହୋଇପାରନ୍ତି। ଏତେ ସ୍ପଷ୍ଟବାଦୀ ହେବ ଅନ୍ୟକୁ କ୍ରୋଧିତ କରିପାରେ । ଏହି କାରଣରୁ କେବେ କେବେ ଆପଣଙ୍କୁ ସମସ୍ଯା ହୋଇପାରେ। କେବେ କେବେ ଆପଣଙ୍କର ସ୍ଵଭାବ ଖର୍ଚ୍ଚୀ ହୋଇପାରେ। ଆପଣ ଅଯଥା ଖର୍ଚ୍ଚ କରିପାରନ୍ତି। ହି କାରଣରୁ ଧନ ସଞ୍ଚୟ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ। ଅଧିକ ପରିଶ୍ରମ କରିବା ପାଇଁ ପଡ଼ିପାରେ। ଆପଣ ନିଜର ଜୀବନରେ ସଫଳ ହେବେ କିନ୍ତୁ ସଫଳତା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ବହୁତ ଚେଷ୍ଟା କରିବାକୁ ପଡ଼ିପାରେ। ଅର୍ଥାତ ସଂଘର୍ଷ ପରେ ସଫଳତା ମିଳିବାର ଭଲ ସମ୍ଭାବନା ଅଛି। ଆପଣ ଧର୍ଯ୍ୟ ସହିତ ଧୀରେ ଧୀରେ ଆଗକୁ ବଢ଼ିବେ କିନ୍ତୁ ସାର୍ଥକ ସଫଳତା ପ୍ରାପ୍ତ କରିପାରିବେ।

ଏହି ଅଙ୍କ ଜ୍ଯୋତିଷ 2025 ଅନୁସାରେ ଆପଣଙ୍କ ଉପରେ ମୁଖ୍ୟତଃ 8, 9, 1, 7 ଓ 5 ଅଙ୍କର ବିଶେଷ ପ୍ରଭାବ ପଡ଼ିବ। ଏହି ବର୍ଷ ଅଙ୍କ 1 ଆପଣଙ୍କ ପାଇଁ ଖରାପ ପରିଣାମ ଦେଇପାରେ କିନ୍ତୁ ଅଙ୍କ 8 ଆପଣଙ୍କୁ ଭଲ ପରିଣାମ ଦେବ। ଛୋଟ ଛୋଟ ସମସ୍ଯା ସତ୍ବେ ଆପଣ ଅନୁକୂଳ ପରିଣାମ ପ୍ରାପ୍ତ କରିବେ।

ଏହି ବର୍ଷ ଅଧୁକ ପରିଶ୍ରମ କରିବା ପାଇଁ ପଡ଼ିବ ଓ ସେଥିରୁ ପ୍ରଭାବଶାଳୀ ଓ ସାର୍ଥକ ପରିଣାମ ମିଳିଆବ। ବର୍ଷ 2025 ଆପଣଙ୍କୁ ଆର୍ଥିକ ଭାବରେ ସମୃଦ୍ଧ କରିବାର କାମ କରିବ। ଅର୍ଥାତ ପଇସା ପ୍ରାପ୍ତ କରିବା ପାଇଁ ଏହି ବର୍ଷ ଅନୁକୂଳ ରହିବ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଏହି ବର୍ଷ ବହୁତ ଭଲ ପରିଣାମ ମିଳିପାରେ। ଯେଉଁମାନଙ୍କ ସହିତ ଅପଣନଙ୍କର ଡୀଲ ହେଉଛି ସେହି କମ୍ପାନୀର ଟପ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଟିକେ ଦୁର୍ବଳ ହୋଇପାରେ କିନ୍ତୁ ଶୀଘ୍ର ପରସ୍ପରକୁ ବୁଝିବା ପରେ ସବୁ ଠିକ ହୋଇଯିବ। ଆପଣ କୌଣସି ନୂଆ କାମ ଆରମ୍ଭ କରିପାରିବେ। ଅର୍ଥାତ ପୁରୁଣା କାମ ଛାଡ଼ି ନୂଆ କାମ ଆରମ୍ଭ କରିପାରିବେ କିମ୍ବା ପୁରୁଣା କାମକୁ ନୂଆ ଢଙ୍ଗରେ କରିପାରିବେ। ଏହି ନୂଆ ପ୍ରୟୋଗ ଦ୍ବାରା ଆପଣଙ୍କୁ ଭଲ ପଇଦା ମିଳିବ। ଦେଖାଯାଏ ଯଦି ବ୍ୟବସାୟ ତଥା ଆର୍ଥିକ ମାମଲା ପାଇଁ ଏହି ବର୍ଷ ବହୁତ ଭଲ ରହିବ। ଚାକିରି କରିଥିବା ବ୍ୟକ୍ତି ମଧ୍ୟ ଭଲ ପରିଣାମ ପାଇବେ। ତାଙ୍କର ପ୍ରୋମୋସନର ସମ୍ଭାବନା ଅଛି। 8 ଅଙ୍କ ସମ୍ବନ୍ଧିୟ ଜିନିଷ ଟିକେ ନିରାଶ କରିପାରେ।

ଏହି ବର୍ଷ ବ୍ୟକ୍ତିଗତ ଜୀବନ ତଥା ସମ୍ବନ୍ଧ ପାଇଁ ସମୟ ବାହାର କରିବା ଜରୁରୀ ହେବ। ବ୍ୟକ୍ତିଗତ ସମ୍ବନ୍ଧରେ କୌଣସି ବଡ଼ ସମସ୍ଯାର ଯୋଗ ନାହିଁ କିନ୍ତୁ କିଛି ବ୍ୟକ୍ତି କେବେ କେବେ କମ ସମୟ ମିଳିବା କାରଣରୁ ଅଳ୍ପ ଦୁଃଖୀ କିମ୍ବା କ୍ରୋଧିତ ରହିପାରନ୍ତି। ପ୍ରେମ ସମ୍ବନ୍ଧରେ ମଧ୍ୟ ଏହିପରି କିଛି ହେବ। ବୈବାହିକ ଜୀବନରେ ଅନୁକୂଳତା ରଖିବା ପାଇଁ ସମୟ ବାହାର କରନ୍ତୁ। କହିବାର ତାତ୍ପର୍ଯ୍ୟ ଏହା ଯେ ସାମାନ୍ଯ ଭାବରେ ଏହି ବର୍ଷ ଆପଣ ବହୁତ ଭଲ ପରିଣାମ ପାଇବେ।

ଉପାୟ : ନିୟମିତ ଭାବରେ ଶିବ ପୂଜା କରନ୍ତୁ। ନିୟମିତ ସ୍ନାନ ଇତ୍ୟାଦି କରନ୍ତୁ ଓ ସୂର୍ଯ୍ୟ ଭଗବାନଙ୍କୁ କୁକୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଦୁଃଖୀ ଓ ଅଭାବି ଲୋକଙ୍କର ଶସାହାଜ୍ୟ ନିଜର ସାମର୍ଥ୍ୟ ଅନୁସାରେ କରନ୍ତୁ।

ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧି ପରାମର୍ଶ

ମୂଳାଙ୍କ 9

ଯଦି ଆପଣ କୌଣସି ମାସର 9, 18 କିମ୍ବା 27 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 9 ହେବ। ଅଙ୍କ 9ଙ୍କୁ ମଙ୍ଗଳଙ୍କର ଅଙ୍କ କୁହଯାଏ। ଅର୍ଥାତ ମଙ୍ଗଳଙ୍କର ପ୍ରଭାବ ଆପଣଙ୍କ ଉପରେ ବିଶେଷ ଭାବରେ ପଡ଼ିବ। ଏହି କାରଣରୁ ଆପଣ ଜଣେ ସାହସୀ ବ୍ୟକ୍ତି ହୋଇପାରିବେ। ଆପଣ ଅଧିକାଂଶ ମାମଲାରେ ସମସ୍ଯା ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହନ୍ତି। କେବେ କେବେ ଧର୍ଯ୍ୟ ହରାଇ ପରାନ୍ତି। ଅଙ୍କ ଜ୍ଯୋତିଷ 2025 ଅନୁଯାୟୀ ଶୀଘ୍ର ନିଷ୍ପତି ନେବା ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କ ଭିତରେ କ୍ରୋଧ ଦେଖିବାକୁ ମିଳିପାରେ। ଆପଣ ବିରୋଧ କାର୍ଯ୍ୟରେ ଭାଗ ନେବାକୁ ଇଚ୍ଛା କରନ୍ତି। ଏହି କାରଣ ଯୋଗୁଁ ଆପଣଙ୍କର ଅନେକ ଶତ୍ରୁ ଓ ବିରୋଧୀ ମଧ୍ୟ ରହିପାରନ୍ତି। ଆପଣ ଜଣେ ଧାର୍ମିକ ବ୍ୟକ୍ତି ମଧ୍ୟ।

ଆପଣଙ୍କୁ ଦାନ ପୂଣ୍ୟ ପରି ଭଲ କାର୍ଯ୍ୟ କରିବା ପାଇଁ ଭଲ ଲାଗେ କିନ୍ତୁ ଏହି ସବୁ ସତ୍ବେ ଆପଣ ପ୍ରାକ୍ଟିକାଲ କଥାକୁ ସମର୍ଥନ କରନ୍ତି। ଭାଇ ଓ ମିତ୍ରଙ୍କ ପାଇଁ ଆପଣ ସର୍ବଦା ତତ୍ପର ରୁହନ୍ତି। ତାଙ୍କର ସର୍ବଦା ଶାଃଜୟଃ କରନ୍ତି। କିନ୍ତୁ ହାଇ ଓ ମିତ୍ରଙ୍କ ସହିତ ବେଳେ ବେଳେ ବିବାଦ ମଧ୍ୟ ହୋଇଯାଇ ପାରେ। କିନ୍ତୁ ଏହା ସତ୍ବେ ଆପଣ ସେମାନଙ୍କୁ ଭଲ ପାଆନ୍ତି।

ବର୍ଷ 2025 ରେ ଆପଣଙ୍କ ଉପରେ ମୁଖତଃ 9, 9, 1, 8 ଓ 5 ଅଙ୍କର ବିଶେଷ ପ୍ରଭାବ ରହିବ। ଅଧିକାଂଶ ଅଙ୍କ ଆପଣଙ୍କର ସପକ୍ଷରେ ରହିବେ। କେବଳ ଅଙ୍କ 5 ଆପଣଙ୍କର ଫବରରେ ରହିବେ ନାହିଁ। ଏହି କାରଣରୁ ଏହି ବାର ଆପଣ ଅଧିକାଂଶ ମାମଲାରେ ଭଲ ଅଫଳତା ପ୍ରାପ୍ତ କରିବେ ଟେକ୍ନିକ୍ଯାଲ କ୍ଷେତ୍ର ସହିତ ଜଡ଼ିତ ଶିକ୍ଷା ନେଉଥିବା ବିଦ୍ୟାର୍ଥୀ ଏହି ବର୍ଷ ବହୁତ ଭଲ ପ୍ରଦର୍ଶନ କରିବେ। ଅଙ୍କ ଜ୍ଯୋତିଷ 2025 ପରିଣାମସ୍ବରୂପ, ସେନା, ପୁଲିସ, ସିକିଉରିଟି , ଅଗ୍ନି, ବିଜୁଳି ପରି କ୍ଷେତ୍ର ସହିତ ଜଡ଼ିତ ଲୋକ ମଧ୍ୟ ଏହି ବର୍ଷ ଭଲ ପରିଣାମ ପାଇବେ।

ଏହି ବର୍ଷ ପୁରୁଣା ପେଣ୍ଡିଂ କାମ ପୂରଣ ହେବାର ସଙ୍କେତ ଅଛି। ଅର୍ଥାତ ଏପରି ମହତ୍ଵପୂର୍ଣ କାର୍ଯ୍ୟ ଯାହା ଏବେ ପେଣ୍ଡିଂ ଥିଲା ତକଉ ଶୀଘ୍ର ସାରିଦେବା ଉଚିତ ହେବ। କାରଣ ଆସନ୍ତା ସମୟରେ ଆପଣଙ୍କୁ କିଛି ନୂଆ ଦାୟିତ୍ବ ଦିଆଯାଇ ପାରେ। ଏପରି କିଛି ଯାହା ଆପଣ ଣଏକ୍ ସମୟରୁ କରିବା ପାଇଁ ସ୍ବପ୍ନ ଦେଖୁଥିଲେ, ତାହା ଆପଣ ସମ୍ପୂର୍ଣ କରିବେ ଓ ଆପଣଙ୍କ ଦ୍ବାରା କରାଯାଇଥିବା କାମ ଲମ୍ବା ସମୟ ଯାଏ ତାହାର ପ୍ରଭାବ ପକାଇବ। ଅର୍ଥାତ କାର୍ଯ୍ୟକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଅନୁକୂଳ ପରିଣାମ ମିଳିପାରେ।

ଜମିବାଡ଼ି ସମ୍ବନ୍ଧିତ ମାମଲା ପାଇଁ ଏହି ବର୍ଷ ଅନୁକୂଳ ରହିବ। ଭାଇ ବନ୍ଧୁ ଓ ପଡ଼ିଶା ଘର ସହିତ ସମ୍ବନ୍ଧ ଭଲ ରହିବ। କେବେ କେବେ କିଛି କଥାକୁ ନେଇ ସାମାନ୍ଯ ବିବାଦ ହୋଇପାରେ କିନ୍ତୁ ବଡ଼ ବିବାଦ ହେବ ନାହିଁ। ଅଙ୍କ 9 ଓ 5ର ସପୋର୍ଟ ନ ମିଳିବ ଯୋଗୁଁ ଆପଣଙ୍କୁ ଅଧିକ ଧର୍ଯ୍ୟ ରଖି କାମ କରିବାକୁ ପଡ଼ିବ। ପ୍ରତ୍ଯେକ କାମରେ ସଂତୁଳାନ ରଖି କାମ କରନ୍ତୁ। ଯଦି ଆପଣ ସଂତୁଳନ ରଖି କାମ କରିବେ ତେବେ ଏହି ବର୍ଷ ଭଲ ପରିଣାମ ପାଇବେ। ଆର୍ଥିକ ମାମଲାରେ ପାଇଁ ଏହି ବର୍ଷ ଅନୁକୂଳ ରହିବ।

ଉପାୟ : ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନଙ୍କୁ ଦେଶୀ ଘିଅ ସହିତ ସିନ୍ଦୁର ମିଶାଇ ଚଢ଼ାନ୍ତୁ। ସମ୍ଭବ ଯଦି ହୁଏ ପ୍ରତିଦିନ କିମ୍ବା ଅରତଏକ ମଙ୍ଗଳବାର ଦିନ ସୁନ୍ଦରକାଣ୍ଡ ପାଠ କରନ୍ତୁ। ନିୟମିତ ଭାବରେ ଗଣେଶ ପୂଜା କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଏହି ଲେଖା ଆପଣଙ୍କୁ ସାହାଜ୍ୟ କରିଥିବ ଓ ଏଥିରୁ ଆପଣଙ୍କୁ ଉପଯୁକ୍ତ ସୂଚନା ପ୍ରପାତ ହୋଇଥିବ। ଯଦି ଏପରି ହୋଇଥାଏ ତେବେ ନିଜର ଶୁଭଚିନ୍ତକ, ବନ୍ଧୀ ଇତ୍ୟାଦିଙ୍କ ସହିତ ଏହାକ ଶେୟାର କରିବା ପାଇଁ ଭୁଲିବେ ନାହିଁ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ଥିବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. କେଉଁ ଅଙ୍କ କେଉଁ ଗ୍ରହର?

ସୂର୍ଯ୍ୟଙ୍କର ଅଙ୍କ , ଚନ୍ଦ୍ରଙ୍କର ଅଙ୍କ 3, ଗୁରୁଙ୍କ ଅଙ୍କ 4, ବୁଧଙ୍କର ଅଙ୍କ 5, ଶୁକ୍ରଙ୍କର ଅଙ୍କ 6, କେତୁଙ୍କର 7, ଶନିଙ୍କର 8 ଓ ମଙ୍ଗଳଙ୍କର ଅଙ୍କ 9 ଅଟେ।

2. 7 ଅଙ୍କର ଜ୍ଯୋତିଷଶାସ୍ତ୍ରରେ ଅର୍ଥ କ’ଣ?

ଅଙ୍କ 7ର ସ୍ବାମୀ କେଟଉ ଗ୍ରହ। 7 ଅଙ୍କର ଲୋକ ଦାର୍ଶନିକ ଓ ଚିନ୍ତକ ସ୍ଵଭାବର ହୋଇଥାନ୍ତି।

3. 6 ଅଙ୍କର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷଜ୍ଯୋତିଷ ଶାସ୍ତ୍ରରେ 6 ନମ୍ବର ଶୁକ୍ରଙ୍କର ଅଟେ।

Talk to Astrologer Chat with Astrologer