ଦୀପାବଳୀ 2024

Author: Monica Rajguru | Updated Tue, 29 Oct 2024 04:22 PM IST

ଦୀପାବଳୀ 2024 ପର୍ବ ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ସବୁଠାରୁ ବଡ଼ ପର୍ବ ଓ ମହତ୍ଵପୂର୍ଣ ପର୍ବ ଅଟେ। ଏହା ପାଞ୍ଚ ଦିନିଆ ପର୍ବ ଅଟେ ଯାହାର ଆରମ୍ଭ ଧନତେରସ ଦିନ ହୁଏ ଓ ଭାଇ ଦୂଜରେ ଏହା ସମାପ୍ତ ହୁଏ। ଦୀପାବଳୀ ପର୍ବ ମୁଖ୍ୟତଃ ଦେବୀ ଲକ୍ଷ୍ମୀ ଓ ମା କାଳୀଙ୍କୁ ସମର୍ପିତ ଅଟେ। ଏହା ମଝିରେ ଯେଉଁ ଅନ୍ୟ ପର୍ବ ପାଳନ ହୁଏ ସେଥିରେ ଅନ୍ୟ ଦେବତାଙ୍କୁ ପୂଜା କରାଯାଏ ଯେପରି ଧନତେରସ ଦିନ ଧନ୍ଵନ୍ତରୀଙ୍କର, ନରକ ଚୌଦଶ ଦିନ ଯମରାଜଙ୍କର, ଗୋବର୍ଦ୍ଧନ ପୂଜାରେ ଭଗବାନ କୃଷ୍ଣଙ୍କର ପୂଜା କରିବାର ବିଧି ଅଛି।


ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷ ଅର୍ଥାତ 2024ରେ ଦୀପାବଳୀର ତିଥିକୁ ନେଇ ବହୁତ ସନ୍ଦେହ ଉଠୁଛି। ଏହି ବିଶେଷ ଲେଖା ମାଧ୍ୟମରେ ଆଜି ଆମେ ଆପଣଙ୍କୁ ଦୀପାବଳୀର ସଠିକ ତିଥିର ସୂଚନା ପ୍ରଦାନ୍ କରିବୁ, ସାଙ୍ଗରେ ଏହି ସମାୟରେ ରାଶି ଅନୁସାରେ କରାଯାଉଥିବା କିଛି ପ୍ରତିକାରର ସୂଚନା ଦେବୁ ଓ କହିବୁ ଯେ ଦୀପାବଳୀ 2024 ଦିନ କେଉଁ ଶୁଭ ଯୋଗ ସୃଷ୍ଟି ହେଉଛି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ତ ସୂଚନା

2024 ରେ କେବେ ପାଳନ ହେବ ଦୀପାବଳୀ?

ଆଗକୁ ବଢ଼ିବା ପୂର୍ବରୁ ସର୍ବପ୍ରଥମେ ଜାଣିବା ବର୍ଷ 2024ରେ ଦୀପାବଳୀ ଓ ଅନ୍ୟ ଚାରୋଟି ମହତ୍ୱପୂର୍ଣ ପର୍ବ କେଉଁ କେଉଁ ଦିନ ପାଲ ହେବ।

ଦିନ1 ଦ୍ବାଦଶୀ ଧନତେରସ

29 ଅକ୍ଟୋବର 2024 (ମଙ୍ଗଳବାର )

ଦିନ 2 ଚତୁର୍ଦଶୀ ନରକ ଚତୁର୍ଦଶୀ

31 ଅକ୍ଟୋବର 2024 (ଗୁରୁବାର )

ଦିନ 3 ଅମାବାସ୍ୟା ଦୀପାବଳୀ 1

ନଭେମ୍ବର 2024 (ଶୁକ୍ରବାର)

ଦିନ 4 ପ୍ରତିପଦା ଗୋବର୍ଦ୍ଧନ ପୂଜା

2 ନଭେମ୍ବର 2024 (ଶନିବାର)

ଦିନ 5 ଦ୍ଵିତୀୟା ଭାଇ ଦୂଜ

3 ନଭେମ୍ବର 2024 (ରବିବାର )

ଏବେ ଏହି ଦିନର ଶୁଭ ମୁହୂର୍ତ ବିଷୟରେ କହିଲେ,

ସର୍ବ ପ୍ରଥମେ ଧନତେରସର ଶୁଭ ମୁହୂର୍ତ

ଧନତେରସ ମୁହୂର୍ତ : 18:33:13 ରୁ 20:12:47 ପର୍ଯ୍ୟନ୍ତ

ଅବଧି :1 ଘଣ୍ଟା 39 ମିନିଟ

ପ୍ରଦୋଶ କାଳ :17:37:59 ରୁ 20:12:47 ପର୍ଯ୍ୟନ୍ତ

ବୃଷଭ କାଳ:18:33:13 ରୁ 20:29:06 ପର୍ଯ୍ୟନ୍ତ

ନରକ ଚତୁର୍ଦଶୀର ଶୁଭ ମୁହୂର୍ତ

ଅଭ୍ୟଙ୍ଗ ସ୍ନାନ ସମୟ :05:18:59 ରୁ 06:32:42 ପର୍ଯ୍ୟନ୍ତ

ଅବଧି :1 ଘଣ୍ଟା 13 ମିନିଟ

ଦୀପାବଳୀ 2024 ର ଶୁଭ ମୁହୂର୍ତ

ଲକ୍ଷ୍ମୀ ପୂଜା ମୁହୂର୍ତ :17:35:38 ରୁ 18:18:58 ପର୍ଯ୍ୟନ୍ତ

ଅବଧି :0 ଘଣ୍ଟା 43 ମିନିଟ

ପ୍ରଦୋଶ କାଳ:17:35:38 ରୁ 20:11:20 ପର୍ଯ୍ୟନ୍ତ

ବୃଷଭ କାଳ :18:21:23 ରୁ 20:17:16 ପର୍ଯ୍ୟନ୍ତ

ଦୀପାବଳୀ ମହାନିଶୀଥ କାଳ ମୁହୂର୍ତ

ଲକ୍ଷ୍ମୀ ପୂଜା ମୁହୂର୍ତ : କିଛି ନାହିଁ

ଅବଧି :0 ଘଣ୍ଟା 0 ମିନିଟ

ମହାନିଶୀଥ କାଳ :23:38:56 ରୁ 24:30:50 ପର୍ଯ୍ୟନ୍ତ

ସିଂହ କାଳ :24:52:58 ରୁ 27:10:38 ପର୍ଯ୍ୟନ୍ତ

ଦୀପାବଳୀ ଶୁଭ ଚୌଗାଡ଼ିୟା ମୁହୂର୍ତ

ପ୍ରାତଃ କାଳ ମୁହୂର୍ତ (ଚଳ, ଲାଭ , ଅମୃତ ):06:33:26 ରୁ 10:41:45 ପର୍ଯ୍ୟନ୍ତ

ଅପରାହ୍ନ ମୁହୂର୍ତ (ଶୁଭ):12:04:32 ରୁ 13:27:18 ପର୍ଯ୍ୟନ୍ତ

ସାୟଂକାଳ ମୁହୂର୍ତ (ଚଳ ):16:12:51 ରୁ 17:35:37 ପର୍ଯ୍ୟନ୍ତ

ଗୋବର୍ଦ୍ଧନ ପୂଜାର ଶୁଭ ମୁହୂର୍ତ

ଗୋବର୍ଦ୍ଧନ ପୂଜା ପ୍ରାତଃ କାଳ ମୁହୂର୍ତ: 06:34:09 ରୁ 08:46:17 ପର୍ଯ୍ୟନ୍ତ

ଅବଧି :2 ଘଣ୍ଟା 12 ମିନିଟ

ଗୋବର୍ଦ୍ଧନ ପୂଜା ସାୟଂକାଳ ମୁହୂର୍ତ :15:22:44 ରୁ 17:34:52 ପର୍ଯ୍ୟନ୍ତ

ଅବଧି :2 ଘଣ୍ଟା 12 ମିନିଟ

ଭାଇ ଦୂଜର ଶୁଭ ମୁହୂର୍ତ

ଭାଇ ଦୂଜ ତିଲକର ସମୟ : 13:10:27 ରୁ 15:22:18 ପର୍ଯ୍ୟନ୍ତ

ଅବଧି :2 ଘଣ୍ଟା 11 ମିନିଟ

ଅଧିକ ସୂଚନା: ଏଠାରେ ଆମେ ଯେତେ ଶୁଭ ମୁହୂର୍ତ ପ୍ରଦାନ କରୁଛି ସେ ସବୁ ନୂଆ ଦିଲ୍ଲୀ ପାଇଁ ମାନ୍ୟ ଅଟେ। ଯଦି ଆପଣ ନିଜର ସହର ଅନୁସାରେ ଏହି ଦିନର ଶୁଭ ମୁହୂର୍ତ ଜାଣିବା ପାଇଁ ଚାହୁଛନ୍ତି ତେବେ ଏହି ଲିଙ୍କ୍ ଉପରେ କ୍ଲିକ କରନ୍ତୁ -ଦୀପାବଳୀ 2024 ଶୁଭ ମୁହୂର୍ତ

କେବେ କରିବେ ଲକ୍ଷ୍ମୀ ପୂଜା? ସଠିକ ତାରିଖ ଓ ମୁହୂର୍ତ ଜାଣିବା ପାଇଁ କ୍ଲିକ କରନ୍ତୁ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଦୀପାବଳୀ କେବେ ପାଳନ ହୁଏ?

କାର୍ତିକ ମାସର ଅମାବାସ୍ୟା ଦିନ ପ୍ରଦୋଶ କାମ ହେବା ପରେ ଦୀପାବଳୀ 2024 ପର୍ବ ପାଳନ ହେବ। ଯଦି ଦୁଇ ଦିନ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରୁହେ ତେବେ ପ୍ରଦୋଶ କାଳର ସ୍ପର୍ଶ ନ କରି ଦ୍ଵିତୀୟ ଦିନ ଦୀପାବଳୀ ପାଳିବାର ବିଧି ଅଛି। ବିଶେଷ ଭାବରେ ଯଦି ଦୁଇ ଦିନ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ପ୍ରଦୋଶ କାଳରେ ଆସୁ ନାହି ତେବେ ଏହି ସ୍ଥିତିରେ ପ୍ରଥମ ଦିନ ଦୀପାବଳୀ ପାଳନ ହୁଏ।

ଏହା ବ୍ୟତୀତ ଯଦି ଅମାବାସ୍ୟା ତିଥିର ଶେଷ ହୋଇଯାଏ ଅର୍ଥାତ ଯଦି ଅମାବାସ୍ୟା ତିଥି ପାରେ ନାହିଁ ଓ ଚତୁର୍ଦଶୀ ପରେ ସିଧା ପ୍ରତିପଦା ଆରମ୍ଭ ହୁଏ ତେବେ ପ୍ରଥମ ଦିନ ଚତୁର୍ଦଶୀ ତିଥିରେ ଦୀପାବଳୀ ପାଳନ ହୁଏ।

ଏବେ ପ୍ରଶ୍ନ ଉଠୁଛି ଯେ ଦୀପାବଳୀ ଦିନ ଲକ୍ଷ୍ମୀ ପୂଜା କେବେ କରିବେ? ତେବେ ପ୍ରଦୋଶ କାଳରେ ସୂର୍ଯ୍ୟାସ୍ତ ପରେ ତିନି ମୁହୂର୍ତ ଲକ୍ଷ୍ମ ପୂଜା ପାଇଁ ସବୁଠାରୁ ଉତ୍ତମ। ସ୍ଥିର ଲଗ୍ନ ହେବ ଦ୍ବାରା ପୂଜାର ବିଶେଷ ମହତ୍ଵ ପ୍ରାପ୍ତ ହୋଇଥାଏ। ମହା ନିଶୀଥ କାଳରେ ମଧ୍ୟ ମଧ୍ୟ ରାତ୍ରି ସମୟରେ ଆସନ୍ତା ମୁହୂର୍ତ ମାତା କାଳିଙ୍କର ପୂଜା ପାଇଁ ଉତ୍ତମ୍ କୁହାଯାଇଛି। ଏହି ସମୟ ତାନ୍ତ୍ରିକ ପୂଜା ପାଇଁ ଶୁଭ ହୋଇଥାଏ।

ଦୀପାବଳୀ ଦିନ କ’ଣ କରିବେ

କାର୍ତିକ ଅମାବାସ୍ୟା ଦିନ ପ୍ରାତଃ କାଳ ଶରୀରରେ ତେଲ ମାଳିଶ କରି ସ୍ନାନ କରିବାର ବିଧି ଅଛି। କୁହାଯାଏ ଏପରି କରିବା ଦ୍ବାରା ଧନ ହାନି ହୁଏ ନାହିଁ। ଦୀପାବଳୀ ଦିନ ପରିବାରରେ ବୃଦ୍ଧ ଓ ପିଲାଙ୍କୁ ଛାଡ଼ି ଅନ୍ୟ ଲୋକଙ୍କୁ ଭୋଜନ କରିବା ଉଚିତ ନୁହେଁ। ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା ପରେ ଗ୍ରହଣ କରିପାରିବେ। ଦୀପାବଳୀ ଦିନ ପୂର୍ବଜଙ୍କର ପୂଜା ଅବଶ୍ୟ କରନ୍ତୁ ଓ ତାଙ୍କୁ ମଧ୍ୟ ଧୂପ ଓ ଦୀପ ଅର୍ପଣ କରନ୍ତୁ। ପ୍ରଦୋଶ କାଳ ସମୟରେ ହାତରେ ଉଲ୍କା ଧାରଣ କରି ପିତୃଙ୍କୁ ମାର୍ଗ ଦେଖାନ୍ତୁ। ଏପରି କରିବା ଦ୍ବାରା ପିତୃପୁରୁଷଙ୍କର ଆତ୍ମା ଶାନ୍ତି ଓ ମୋକ୍ଷ ପାଇଥାଏ। ଦୀପାବଳୀରୁ ପ୍ରଥମ ମଧ୍ୟ ରାତ୍ରିକୁ ସ୍ତ୍ରୀ ପୁରୁଷଙ୍କୁ ଗୀତ, ଭଜନ ଓଘରେ ଉତ୍ସବ ପାଳନ କରିବା ଉଚିତ ଯାହା ଫଳରେ ଘରର ଦାରିଦ୍ର୍ୟତା ଦୂର ହେବ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଦୀପାବଳୀର ଜ୍ୟୋତିଷୀୟ ମହତ୍ଵ ଜାଣିଛନ୍ତି ଆପଣ?

ହିନ୍ଦୁ ଧର୍ମର ପ୍ରତ୍ଯେକ ପର୍ବର ଜ୍ୟୋତିଷୀୟ ମହତ୍ଵ ଅଛି। ସେହିପରି ଦୀପାବଳୀ ପର୍ବରେ ହିନ୍ଦୁ ସମାଜରେ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା, କୌଣସି ବସ୍ତୁ କିଣିବା ପାଇଁ ବହୁତ ଉତ୍ତମ ଓ ଶୁଭ କୁହଯାଏ। ଏହା ପଛରେ ଜ୍ୟୋତିଷୀୟ ମହତ୍ଵ ଅଛି। ଦୀପବଳୀ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ତୁଳା ରାଶିରେ ସ୍ଵାତି ନକ୍ଷତ୍ରରେ ରୁହନ୍ତି। ବୈଦିକ ଜ୍ଯୋତିଷ ଅନୁସାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଏହି ସ୍ଥିତି ବହୁତ ଶୁଭ ଓ ଉତ୍ତମ ଫଳ ଦେଇଥାଏ।

ତୁଳା ରାଶି ଏକ ସନ୍ତୁଳିତ ରାଶି। ଏହି ରାଶି ନ୍ୟାୟ ଓ ଅପକ୍ଷପାତକୁ ମଧ୍ୟ ପ୍ରତିନିଧିତ୍ବ କରେ। ତୁଳା ରାଶିର ସ୍ବାମୀ ଶୁକ୍ର ଯିଏ ସ୍ବୟଂ ସୁଖ, ଭାଇଚାରା ଓ ସମ୍ମାନର ଓ ସଦ୍ଭାବର କାରକ କୁହଯାଏ, ତାଙ୍କର ଏହି ଗୁଣ ଯୋଗୁଁ ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ ତୁଳା ରାଶିରେ ରହିବା ବହୁତ ସୁଖ ଓ ଶୁଭ ସଂଯୋଗ କୁହଯାଏ। ଏହି କାରଣରୁ ଦୀପାବଳୀ 2024 ଦିନ ଯଦି ଆପଣ କୌଣସି ନୂଆ ଜିନିଷର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଚନ୍ତ୍ୟ, କୌଣସି ନୂଆ ଚାକିରି କରିବା ପାଇଁ ଚାହୁଁଛନ୍ତି, କୌଣସି ବଡ଼ ଜିନିଷ କିଣିବା ପାଇଁ ଚାହୁଁଛନ୍ତି, ଘର ତିଆରି କରିବା ପାଇଁ ଚାହୁଁଛନ୍ତି କିମ୍ବା ନୂଆ ଘରେ ପ୍ରବେଶ କରିବା ପାଇଁ ଚାହୁଁଛତନ୍ତି, ସେଠୀପାଇଁ ଏହି ସମୟ ବହୁତ ଉତ୍ତମ ହୋଇଥାଏ।

ଏହା ବ୍ୟତୀତ ଦୀପବଳୀ ସମୟ ଆଧ୍ୟାତ୍ମିକ ଓ ସାମାଜିକ ରୂପରେ ବିଶେଷ ମହତ୍ୱପୂର୍ଣ କୁହଯାଏ। ଏହି ସମୟରେ ଆଧ୍ୟାତ୍ମିକ ଅନ୍ଧକାର ଉପରେ ଆନ୍ତରିକ ପ୍ରକାଶ, ଅଜ୍ଞାନ ଉପରେ ଜ୍ଞାନ, ଅସତ୍ୟ ଉପରେ ସତ୍ୟ, ଓ ଖରାପ ଉପରେ ଭଲର ବିଜୟ ହୋଇଥାଏ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଦୀପାବଳୀ ଦିନ ଦୀପ ଯାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ

ଦୀପାବଳୀ ଦିନ ଦୀପ ଜଳାଇବା ବହୁତ ଶୁଭ ବୋଲି କୁହଯାଏ ଓ ପ୍ରତି ଘରେ ଏହି ପ୍ରଥା ପାଳନ ହୁଏ କିନ୍ତୁ ଦୀପ ଜଳାଇ କେବଳ ଭୂମି ଉପରେ ମଧ୍ୟ ରଖନ୍ତୁ ନାହିଁ। ଏହା ଘରର ପ୍ରବେଶ ଦ୍ବାର ହେଉ କିମ୍ବା ମାତା ଲକ୍ଷ୍ମୀଙ୍କର ସାମ୍ନାରେ ହେଉ। ଏହା ଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିଥାଏ। ଦୀପ ଜଳାଇ ଏହାକୁ କୌଣସି ଆସନ ଉପରେ ଅବଶ୍ୟ ରଖନ୍ତୁ। ଏହା ଦ୍ବାରା ସକାରାତ୍ମକତା ଜୀବନରେ ଆସିଥାଏ।

ଏହା ବ୍ୟତୀତ ଦୀପାବଳୀ ଦିନ ଦୀପ ଜଳାଇ ସବୁବେଳେ ପୂର୍ବ ଦିଗରେ ରଖନ୍ତୁ। ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ। ଏବେ ପ୍ରଶ୍ନ ଉଠେମ୍ ଆସନ କିପରି ତିଆରି କରିବେ। ଅର୍ଥାତ ଦୀପାବଳୀର ଦୀପ କାହା ଉପରେ ରଖିବେ। ଆପଣ ଚାହିଁଲେ ଶୁଖିଲା ଚାଉଳର ଆସନ ପ୍ରସ୍ତୁତ କରିପାରିବେ ଓ ଏହା ଉପରେ ଦୀପ ରଖିପାରିବେ କିମ୍ବା ରଙ୍ଗୋଲୀର ଆସନ କରି ତାହା ଉପରେ ଦୀପ ରଖିପାରିବେ। ଯଦି ଆପଣ ଶୁଖିଲା ଚାଉଳର ଆସନ ଉପରେ ଦୀପ ରଖୁଛନ୍ତି ତେବେ ଏହା ଦ୍ବାର ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଆପଣଙ୍କର ଭାଗ୍ୟ ଉଦୟ ହେବ। ରଙ୍ଗୋଲୀ ଉପରେ ଦୀପ ରଖିଲେ ଆପଣଙ୍କ କୁଣ୍ଡଳୀରେ ଥିବା ଗ୍ରହ ଦୃଢ଼ ହେବେ।

ଦୀପାବଳୀ ଦିନ କେତୋଟି ଦୀପ ଜଳାଇବେ ଓ କ’ଣ ଏହାର ମହତ୍ଵ

ଦୀପାବଳୀର ପ୍ରଥମ ଦୀପ ଧନତେରସ ଦିନ ଜଳାଯାଏ। ଏହା ମୃତ୍ଯୁର ଦେବତା ଯମରାଜଙ୍କୁ ସମର୍ପିତ ହୋଇଥାଏ। ଧନତେରସ ଦିନ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଘରର ମୁଖ୍ୟ ପ୍ରବେଶ ଦ୍ବାର ବାହାରେ ଦକ୍ଷିଣ ଦିଗରେ ଦୀପ ଜଳାଯାଏ। କୁହଯାଏ ଏପରି କରିବା ଦ୍ବାରା ପରିବାରରୁ ଅକାଳ ମୃତ୍ୟକୁ ଦୁର୍ କରିଥାଏ। ଏହା ବ୍ୟତୀତ ଯଦି ଆପଣ ଦୀପ ବିଷୟରେ କହିବେ ତେବେ ଦୀପ ସବୁବେଳେ ଅଯୁଗ୍ମ ସଂଖ୍ୟାରେ ଜଳାଇବା ଉଚିତ ଯେପରି ପାଞ୍ଚଟି ଦୀପ, ସାତଟି ଦୀପ କିମ୍ବା ନଅଟି ଦୀପ।

ଏହା ବ୍ୟତୀତ ତେଲ ସବୁବେଳେ ସୋରିଷର ବ୍ୟବହାର କରିବା ଉଚିତ। ପାଞ୍ଚଟି ଦୀପ ଜାଳିବା ବହୁତ ଜରୁରୀ ହୋଇଥାଏ। ଏହା ମଧ୍ୟରୁ ଗୋଟିଏ ଦୀପ ଘରର ସବୁଠାରୁ ଉଚ୍ଚ ସ୍ଥାନରେ ରଖନ୍ତୁ, ଦ୍ଵିତୀୟଟି ଘରର ରୋଷେଇ ଘରେ, ତୃତୀୟଟି ପିଇବା ପାଣି ପାଖରେ, ଚତୁର୍ଥଟି ଓସ୍ତ ଗଛ ପାଖରେ ଓ ପଞ୍ଚମଟି ଘରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ରଖନ୍ତୁ।

ଦୀପବଳୀରେ ଦୀପ ଜାଳିବାର କୌଣସି ସଠିକ ସଂଖ୍ୟା ନାହିଁ ତେବେ ଆପଣ ଯେତେ ଚାହିଁବେ ସେତେ ଜାଲିପରିବେ କିନ୍ତୁ କମ ରୁ କମ ପାଞ୍ଚଟି ଦୀପ ଅବଶ୍ୟ ଜାଲନ୍ତୁ। ଦୀପ ଜଳାଇବାର ବିଶେଷ ମନ୍ତ୍ର ମଧ୍ୟ ଜପ କରାଯାଏ। ଏହି ମନ୍ତ୍ର କ’ଣ:

ଜୀବନରେ ଥିବା କୌଣସି ସମସ୍ଯାର ସମାଧାନ ଜାଣିବା ପାଇଁ ବିଦ୍ବାନ ଜ୍ଯୋତିଷଙ୍କୁ ପଚାରନ୍ତୁ ଏବେ ପ୍ରଶ୍ନ

ଦୀପ ଜାଳିବାର ମନ୍ତ୍ର

ଶୁଭଂ କାରୋଟି କଲ୍ୟାଣମ ଆରୋଗ୍ୟମ ଧନସମ୍ପଦା। ଶତ୍ରୁବୁଦ୍ଧିବିନାଶାୟ ଦୀପକାୟ ନମୋଃସ୍ତୁ ତେ।

ଦୀପାବଳୀ ଦିନ କ’ଣ କ’ଣ କରିବେ?

ଏବେ ଏହି କହିବୁ ଯେ କ’ଣ କରିବେ ନାହିଁ,,

ଦୀପାବଳୀ ଦିନ ରାଶି ଅନୁସାରେ ମହାଲକ୍ଷ୍ମୀ ପୂଜା

କୁହଯାଏ ଦୀପବଳୀ ସମୟରେ ଯଦି ଆପଣ ନିଜର ରାଶି ଅନୁସାରେ ବିଧି ବିଧାନ ସହିତ ପୂଜା କରନ୍ତି ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ପ୍ରସନ୍ନତା ଅବଶ୍ୟ ପ୍ରପ ହେବ ଓ ଜୀବନରେ ଧନର ସମୃଦ୍ଧି ଆସିଯିବ। ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା କେଉଁ ରାଶିର ଲୋକଙ୍କୁ କେଉଁ ପ୍ରକାରରେ ଲକ୍ଷ୍ମୀ ପୂଜା ଏହି ଦିନ କରିବା ଉଚିତ। ।

ମେଷ ରାଶି: ମେଷ ରାଶି ଲୋକ ଦୀପାବଳୀ 2024 ଦିନ ଶୁକ୍ର ଜନ୍ତ୍ର ଓ ଶନି ଜନ୍ତ୍ର ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରିଦିଅନ୍ତୁ ଓ ଏହାର ନିୟମିତ ଭାବରେ ମା ଲକ୍ଷ୍ମୀନଙ୍କର ପୂଜା କରନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ।

ବୃଷ ରାଶି: ବୃଷ ରାଶିର ଲୋକ ଦୀପାବଳୀ ଦିନ ରାତିରୁ ଲଗାତାର 7 ଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କର ଜନ୍ତ୍ର ସହିତ କମଳ ମାଳା ଦ୍ବାରା ମା ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଜୀବନରେ ଆର୍ଥିକ ସମ୍ପୂର୍ଣତା ଆସିବାର ସମ୍ଭାବନା ବଢ଼ିବ।

ମିଥୁନ ରାଶି: ମିଥୁନ ରାଶିର ଲୋକ ଦୀପାବଳୀ ଦିନ ଚାନ୍ଦିଙ୍କର ଶ୍ରୀ ଜନ୍ତ୍ର ତିଆରି କରି ମାତା ଲକ୍ଷ୍ମୀଙ୍କର ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରି ଏହାକୁ ଗଲାରେ ଧାରଣ କରିବେ ଯଦି ଧନ ଲାଭ ହେବ।

କର୍କଟ ରାଶି : କର୍କଟ ରାଶିର ଲୋକ ଦୀପାବଳୀ ଦିନ ସୂର୍ଯ୍ୟ ଜନ୍ତ୍ର ଓ ଶୁକ୍ର ଜନ୍ତ୍ର ତିଆରି କରି, ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରି, ନିୟମିତ ଭାବରେ ଏହାର ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ।

ସିଂହ ରାଶି: ସିଂହ ରାଶି ଲୋକ ଦୀପାବଳୀ 2024 ଦିନ ବୁଧ ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରିଦିଅନ୍ତୁ। ଏହାକୁ ନିୟମିତ ଭାବରେ ପୂଜା କରନ୍ତୁ। ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ଅବଶ୍ୟ ପ୍ରାପ୍ତ ହେବ।

କନ୍ୟା ରାଶି: କନ୍ୟା ରାଶିର ଲୋକ ଦୀପାବଳୀ ଦିନ ଚନ୍ଦ୍ର ଜନ୍ତ୍ର ଓ ଶୁକ୍ର ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରିଦିଅନ୍ତୁ ଓ ନିୟମିତ ରୂପରେ ଏହାର ଦର୍ଶନ ଓ ପୂଜା କରନ୍ତୁ ତେବେ ଯାଇ ଆର୍ଥିକ ସଙ୍କଟ ଦୂର ହେବ।

ତୁଳା ରାଶି: ତୁଳା ରାଶିର ଲୋକ ଦୀପାବଳୀ ଦିନ ଶ୍ରୀ ଜନ୍ତ୍ରଙ୍କର ପ୍ରାଣ ପ୍ରତିଷ୍ଠା କରି ନିୟମିତ ଭାବରେ ଏହାର ପୂଜା କରନ୍ତୁ। ଆପଣଙ୍କର ଜୀବନରେ ଦୁଃଖ, ରୋଗ, ଦାରିଦ୍ର୍ୟତା ଦୂର ହେବ।

ବିଛା ରାଶି: ବିଛା ରାଶିର ଲୋକ ଦୀପାବଳୀ ଦିନ ଗୁରୁ ଜନ୍ତ୍ର ଓ ବୁଧ ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରନ୍ତୁ। ନିୟମିତ ରୂପରେ ଏହାର ଦର୍ଶନ ଓ ଔଜୟା କରନ୍ତୁ ତେବେ ଯାଇ ଆପଣଙ୍କୁ ମାଙ୍କର କୃପା ପ୍ରାପ୍ତ ଅବଶ୍ୟ ହେବ।

ଧନୁ ରାଶି : ଧନୁ ରାଶି ଲୋକ ଦୀପାବଳୀ ଦିନ ଶନି ଜନ୍ତ୍ର ଓ ଶୁକ୍ର ଜନ୍ତ୍ର ଅଭିମନ୍ତ୍ରିତ ଘରର ମନ୍ଦିରରେ 1 ବର୍ଷ ପାଇଁ ସ୍ଥାପିତ କରିଦିଅନ୍ତୁ, ନିୟମିତ ଭାବରେ ଏହାର ଦର୍ଶନ ଓ ପୂଜା କରନ୍ତୁ ଓ ମା ଲକ୍ଷ୍ମୀଙ୍କର କୃପା ହାସଲ ହେବ।

ମକର ରାଶି: ମକର ରାଶିର ଲୋକ ଦୀପାବଳୀ 2024 ଦିନ ଶନି ଓ ମଙ୍ଗଳ ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପିତ କରନ୍ତୁ ଓ ନିୟମିତ ଭାବରେ ଏହାର ପୂଜା, ଦରଶ କରନ୍ତୁ। ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ।

କୁମ୍ଭ ରାଶି: କୁମ୍ଭ ରାଶି ଲୋକ ଦୀପାବଳୀ ଦିନ ଗୁରୁ ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପନ କରନ୍ତୁ, ନିୟମିତ ରୂପରେ ଏହାର ପୂଜା ଓ ଦର୍ଶନ କରନ୍ତୁ, ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ।

ମୀନ ରାଶି: ମୀନ ରାଶି ଲୋକ ଦୀପାବଳୀ ଦିନ ଶନି ମଙ୍ଗଳ ଜନ୍ତ୍ର ଅଭିମନ୍ତ୍ରିତ କରି ଘରର ମନ୍ଦିରରେ ଗୋଟିଏ ବର୍ଷ ପାଇଁ ସ୍ଥାପନ କରନ୍ତୁ, ଓ ନିୟମିତ ଭାବରେ ଏହା ଦର୍ଶନ କରନ୍ତୁ ତେବେ ଯାଇ ମାତା ଲକ୍ଷ୍ମୀଙ୍କର କୃପା ଓ ପ୍ରସନ୍ନତା ହାସଲ ହେବ।

ଏହା ବ୍ୟତୀତ ଆପଣ ମଧ୍ୟ ଛୋଟରୁ ଛୋଟ ପୂଜାରେ କିଛି ପ୍ରତିକାର କରିପାରିବେ ଯାହା ଫଳରେ ଆପଣଙ୍କୁ ମହା ଲକ୍ଷ୍ମୀଙ୍କର ପ୍ରସନ୍ନତା ହାସଲ ହେବ ,

ଦୀପାବଳୀ ଓ ତିହାର ପର୍ବର ସାଂସ୍କୃତିକ ସମାନତା

ଭାରତ ଓ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବରେ ଜଣାଯାଏ। ସାଙ୍ଗରେ, ଏହି ଦୁଇଟି ଦେଶଙ୍କର ଧାର୍ମିକ, ସଂସ୍କୁଟିକ ମାନ୍ୟତା ଓ ରୀତିନୀତି ଏକ ପ୍ରକାରର। ଭାରତ ଓ ନେପାଳରେ ପର୍ବକୁ ବହୁତ ଧୁମଧାମରେ ପାଳନ କରାଯାଏ ଯାହା ସାଂସ୍କୃତିକ ପ୍ରେମ ଓ ଖୁସିକୁ ଦର୍ଶାଏ। ଉଦାହରଣ ସ୍ବରୂପ, ଭାରତରେ ଦୀପାବଳୀ ଓ ନେପାଳ ରେ ତିହାର ପର୍ବ ଲଗାତାର ପାଞ୍ଚ ଦିନ ପାଳନ ହୁଏ ଓ ଏହାକୁ ପାଳନ କରିବାର ଉପାୟ ଓ ରୀତି ନୀତି ମଧ୍ୟ ସମାନ।

ଯେପରି ଦୀପାବଳୀ ପର୍ବର ଆରମ୍ଭ ଧନତେରସରୁ ହୁଏ ସେହି ପ୍ରକାର ତିହାର ପର୍ବର ଆରମ୍ଭ କାଗ ପୂଜାରୁ ହୁଏ। ଏଥିରେ କୁଆଙ୍କ ପୂଜା କରାଯାଏ ଓ ତାଙ୍କୁ ଖାଇବାକୁ ଦିଆଯାଏ। ଏହାର ପଛରେ ବିଶ୍ବାସ ଅଛି ଯେ କୁଆ ଆମର ସନ୍ଦେଶବାହକ ଓ ଆମର ପୂର୍ବଜଙ୍କ ପାଖକୁ ଭୋଜନ ପହଞ୍ଚାଇବ ପାଇଁ କୁଆଣୂ ଏହି ଦିନ ଖାଦ୍ଯ ଖୁଆଇବା ଉଚିତ।

ଠିକ ଏହି ପ୍ରକାର, ଛୋଟି ଦୀପାବଳୀ ପରି ନେପାଳରେ କୁକୁର ତିହାର କିମ୍ବା କାଳ ଭୈରବ ପୂଜା କରାଯାଏ। ଏହି ପୂଜା ସମୟରେ କୁକୁରଙ୍କୁ ତିଲକ ଲହୈ ତାଙ୍କୁ ଫୂଳ ଓ ଭୋଜନ ଅର୍ପଣ କରାଯାଏ। କୁକୁରଙ୍କୁ ଭଗବାନ କାଳ ଭୈରବଙ୍କର ବାହାନ କୁହଯାଏ ଯିଏ ଧର୍ମରାଜ ଯୁଦିଷ୍ଠିରଙ୍କ ସହିତ ସ୍ଵର୍ଗ ପର୍ଯ୍ୟନ୍ତ ଯାଇଥିଲେ।

ତୃତୀୟ ଦିନ ବହୁ ମାତ୍ରାରେ ଦୀପାବଳୀ ସହିତ ମିଶେ। ଏହି ଦିନ ସକାଳେ ଗାଈର ପୂଜା କରାଯାଏ ଓ ଭାରତ ଭଳି ସନ୍ଧ୍ୟାରେ ଲୋକ ଦୀପ ଜାଳନ୍ତି ଓ ବାଣ ଫୁଟାନ୍ତି।

ଚତୁର୍ଥ ଦିନ ନେପାଳରେ ଗୋବର୍ଦ୍ଧନ ପୂଜା କରାଯାଏ ଯାହା ଗୋରୁ ତିହାର କିମ୍ବା ଗୋରୁ ପୂଜା ନାମରେ ଜଣାଶୁଣା। ଏହି ପୂଜାରେ ଭଗବାନ ଶିବଙ୍କର ବାହାନ ନନ୍ଦୀର ପୂଜା କରାଯାଏ।

ପଞ୍ଚମ ଓ ଅନ୍ତିମ ଦିନ, ଭାରତରେ ପାଳନ ହେଉଥିବା ଭାଇ ଦୂଜ ପରି ଭାଇ ଟିକ ପର୍ବ ପାଳନ ହୁଏ। ଏହି ଦିନ ଭଉଣୀ ନିଜର ଭାଇକୁ ତିଲକ ଲଗାନ୍ତି ଓ ତାଙ୍କର ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରନ୍ତି। ଏହା ସହିତ ତିହାର ପର୍ବ ସମାପ୍ତ ହୁଏ, ଠିକ ସେହି ପରି ଭାରତରେ ଭାଇ ଦୂଜ sahiତ ଦୀପାବଳୀ ପର୍ବ sଏସ୍ ହୁଏ।

ତିହାର ପର୍ବ ମାଧ୍ୟମରୁ ନେପାଳ ଗାଈ, ନନ୍ଦୀ ସହିତ ବିଭିନ୍ନ ପଶୁଙ୍କ ପ୍ରତି କୃତନଜ୍ଞତା ଜଣାନ୍ତି ଓ ତାଙ୍କର ଆଦର-ସମ୍ମାନ କରନ୍ତି, ଠିକ ସେହି ପ୍ରକାର ଭାରତରେ ଦୀପାବଳୀ ପାଳନ ହୁଏ। ଏହି ଦୁଇଟି ପର୍ବ ଭାରତ ଓ ନେପାଳର ସଂସ୍କୃତିକୁ ଦର୍ଶାଏ ଓ ଲୋକଙ୍କର ଜୀବନରେ ଖୁସି ଆଣେ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ବର୍ଷ 2024 ରେ ଦୀପାବଳୀ ପର୍ବ କେଉଁ ଦିନ ପାଳନ ହେବ ?

ବର୍ଷ 2024ରେ ଦୀପାବଳୀ ପର୍ବ ଅମାବାସ୍ୟା ତିଥିରେ 1 ନଭେମ୍ବର 2024 ଶୁକ୍ରବାର ଦିନ ପାଳନ ହେବ। 2

2. 2024 ରେ ଦୀପାବଳୀ ଶୁଭ ମୁହୂର୍ତ କ’ଣ?

ଦୀପାବଳୀ 2024 ର ଶୁଭ ମୁହୂର୍ତ: ଲକ୍ଷ୍ମୀ ପୂଜା ମୁହୂର୍ତ :17:35:38 ରୁ 18:18:58 ପର୍ଯ୍ୟନ୍ତ
ଅବଧି :0 ଘଣ୍ଟା 43 ମିନିଟ
ପ୍ରଦୋଶ କାଳ :17:35:38 ରୁ 20:11:20 ପର୍ଯ୍ୟନ୍ତ
ବୃଷ କାଳ :18:21:23 ରୁ 20:17:16 ପର୍ଯ୍ୟନ୍ତ

3. 2024 ରେ ଧନତେରସ କେଉଁ ଦିନ ପାଳନ ହେବ?

ବର୍ଷ 2024 ରେ ଧନତେରସ 29 ଅକ୍ଟୋବର 2024 ମଙ୍ଗଳବାର ଦିନ ପଡ଼େ।

4. 2024 ରେ ଭାଇ ଦୂଜ କେବେ ପଡ଼ୁଛି?

ବର୍ଷ 2024 ରେ ଭାଇ ଦୂଜ ପର୍ବ 3 ନଭେମ୍ବର 2024 ରବିବାର ଦିନ ପାଳନ ହେବ।

Talk to Astrologer Chat with Astrologer