ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (29 ଡିସେମ୍ବରରୁ 04 ଜାନୁଆରୀ)

Author: Monica Rajguru | Updated Fri, 22 Nov 2024 03:09 PM IST

ଡିସେମ୍ବର ଓ ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 29 ଡିସେମ୍ବରରୁ 04 ଜାନୁଆରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 29 ଡିସେମ୍ବର ରୁ 04 ଜାନୁଆରୀ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ସିଧା ସଳଖ କଥା କରିବାକୁ ପସନ୍ଦ କରନ୍ତି ଓ ସଠିକ ନିଷ୍ପତି ନିଅନ୍ତି। ଏହି ଲୋକଙ୍କ ମଧ୍ୟରେ ପ୍ରଶାସନିକ କ୍ଷମତା ଥାଏ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ତାଳମେଳ ଓ କଥାବାର୍ତ୍ତା ବହୁତ ଭଲ ରହିବ। ଏହି କାରଣରୁ ଆପଣ ନିଜର ସମ୍ପର୍କକୁ ନେଇ ଖୁସି ଅନୁଭବ କରିବେ। ଆପଣଙ୍କୁ ନିଜର ଜୀବନସାଥୀ ସହିତ ବାହାରକୁ ବୁଲିବାକୁ ଯିବାର ସୁଯୋଗ ମିଳିପାରେ ଓ ଏହି ଟ୍ରିପ ସ୍ମରଣୀୟ ରହିବ।

ଶିକ୍ଷା: ଏହି ସପ୍ତାହ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ପାଇଁ ଭଲ ରହିବ ଓ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣ ନିଜର ବନ୍ଧୁ ଓ ସାଥୀ ଛାତ୍ରଙ୍କ ଠାରୁ ଆଗେଇ ଯିବେ ଓ ଉଚ୍ଚ ଅଙ୍କ ହାସଲ କରିବେ।

ବୃତ୍ତିଗତ ଜୀବନ: ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଉତ୍କୃଷ୍ଟତା ପ୍ରାପ୍ତ କରିବେ। ଯଦି ଆପଣ ସାର୍ବଜାଣିକ କ୍ଷେତ୍ରରେ ଚାକିରି କରନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ। ବ୍ୟବସାୟୀଙ୍କୁ ଆଉଟସୋର୍ସ ଡୀଲରୁ ଭଲ ଲାଭ ମିଳିବାର ଆଶା ଅଛି।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଜୋଶ ଓ ଉତ୍ସାହରେ ଭରି ରହିବେ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକ ମିଳିବ। ଏହି ସମୟରେ ନିୟମିତ ବ୍ୟାୟାମ ସାହାଜ୍ୟରେ ଆପଣ ଫିଟ ରହିପରିବେ ଓ ସୁସ୍ଥ ଜୀବନର ଆନନ୍ଦ ନେଇପାରିବେ।

ଉପାୟ: ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକଙ୍କୁ ଲମ୍ବା ଯତ୍ରା କରିବାରେ ଅଧିକ ରୁଚି ରହିପାରେ ଏବଂ ଏହା ସମ୍ଭବ ଯେ ଏହି ଯାତ୍ରା କ୍ୟାରୀଅର ସମ୍ବନ୍ଧିତ ହେବ। ଏହି ଲୋକଙ୍କର ମନ ଅସ୍ଥିର ହୋଇପାରେ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କର ଜୀବନସାଥୀ ସହିତ ଯୁକ୍ତି ହୋଇପାରେ। ଯଦି ଆପଣ ନିଜ ପାଇଁ ଏହି ସପ୍ତାହକୁ ରୋମାନ୍ଟିକ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଭିତରେ ତାଳମେଳ ରଖିବାକୁ ଚେଷ୍ଟା କରିବାକୁ ପଡ଼ିବ।

ଶିକ୍ଷା: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସମୟ ଛାତ୍ରଙ୍କର ପଢ଼ରେ ଧ୍ୟାନ ନ ଲାଗିପାରେ ସେଥିପାଇଁ ତାଙ୍କୁ ନିଜର ପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଅଯାଇଛି। ଛାତ୍ରଙ୍କୁ କଠିନ ପରିଶ୍ରମ କରି ପଢ଼ିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ଆପଣଙ୍କ ଦ୍ବାରା କାମରେ କିଛି ଭୁଲ ହୋଇଯାଇ ପାରେ ଓ ଏହା ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବିକାଶର ମାର୍ଗରେ ବାଧା ସୃଷ୍ଟି କରିପାରେ। ଏହି ସପ୍ତାହରେ ବ୍ୟବସାୟୀଙ୍କୁ କ୍ଷତି ହେବାର ଆଶଙ୍କା ଅଛି। ବିରୋଧୀଙ୍କର ଚାପ ଯୋଗୁଁ ଏହା ହୋଇପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ଯେପରି ଆସ୍, ନିଦ ଅଭାବ ଓ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଆପଣଙ୍କୁ ଏହି ସମୟରେ ନିଜର ଶାରୀରିକ ଫିଟନେସ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ: ଆପଣ ପ୍ରତିଦିନ 20 ଥର ଓଁ ଚନ୍ଦ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ମୂଳଙ୍କର ଲୋକ ନିଜର ଦୃଷ୍ଟିକୋଣରେ ଉଦାର ଓ କୁଶଳ ହୋଇପାରନ୍ତି। ତାଙ୍କର ଅଧ୍ୟାତ୍ମରେ ଅଧିକ ରୁଚି ଥାଏ ଓ ସେ ତାହାକୁ ଆଗକୁ ବଢ଼ାଇବା ଉପରେ କାମ କରନ୍ତି। ଏହାର ପ୍ରଭାବ ତାଙ୍କର ବ୍ଯକ୍ତିତ୍ବ ଉପରେ ପଡ଼ିଥାଏ।

ପ୍ରେମ ଜୀବନ: ଏହି ସମୟରେ ଆପଣ ନିଜର ପାର୍ଟନର ସହିତ ରୋମାନ୍ସ କରିପାରିବେ। ଆପଣ ଦୁହେଁ ପରସ୍ପର ସାମ୍ନାରେ ନିଜର ବିଚାର ଏପରି ପ୍ରକାଶ କରିବେ ଯାହା ଦ୍ବାରା ଦୁହିଙ୍କ ମଧ୍ୟରେ ବୁଝାମଣା ବିକଶିତ ହେବ।

ଶିକ୍ଷା: ପଢ଼ା ମାମଲାରେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ। ଆପଣ ପଢ଼ାରେ ଗୁଣବତ୍ତାକୁ ଧ୍ୟାନ ରଖିବା ସହିତ ବୃତ୍ତିଗତ ହୋଇ ପଢ଼ିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହି ସୁଯୋଗକୁ ପାଇ ଆପଣ ବହୁତ ଖୁସି ଅନୁଭବ କରିବେ। ବ୍ୟବସାୟୀ କୌଣସି ନୂଆ ବିଜନେସ ଆରମ୍ଭ କରି ପାରିବେ ଯାହା ଦ୍ୱର ତାଙ୍କୁ ଉଚ୍ଚ ଲାଭ ମିଳିବାର ଆଶା ରହିବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଶାରୀରିକ bhabare ଫିଟ ରହିବେ ଓ ଏହା ଦ୍ବାରା ଆପଣଙ୍କ ଭିତରେ ଜୋଶ ଓ ଊର୍ଜା ବଢ଼ିବ।

ଉପାୟ : ଆପଣ ପ୍ରତିଦିନ 21 ଥର ଓଁ ବୃହସ୍ପତୟେ ନମଃ ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଅଧିକ ଉତ୍ସାହୀ ହୋଇଥାଆନ୍ତି। ସେ ଠାରେ ନିଷ୍ପତି ନେଲେ ସେଥିରୁ ଟଳନ୍ତି ନାହିଁ।

ପ୍ରେମ ଜୀବନ: ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ କିଛି ଭୁଲ ବୁଝାମଣା ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କର ଜୀବନସାଥୀ ସହିତ ଯୁକ୍ତି ହୋଇପାରେ।

ଶିକ୍ଷା: ଛାତ୍ରଙ୍କର ଧ୍ୟାନ ପଢ଼ାରେ ନ ରହିପାରେ କାରଣ ଏକାଗ୍ରତାର ଅଭାବ ରହିପାରେ। ଆପଣଙ୍କୁ ଏହି ସପ୍ତାହ ପଢ଼ା ଉପରେ ଆହୁରି ଅଧିକ ଧ୍ୟାନ ଦେବା ଆବଶ୍ୟକ।

ବୃତ୍ତିଗତ ଜୀବନ: କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମକୁ ଅଣଦେଖା କରାଯାଇପାରେ ଓ ଏହି କାରଣରୁ ଆପଣ ନିଜର ଚାକିରିରେ ଅସନ୍ତୁଷ୍ଟ ଅନୁଭବ କରିବେ। ବ୍ୟବସାୟୀଙ୍କୁ ନିଜର ଡୀଲ ରୁ ଉଚ୍ଚ ଲାଭ ମିଳିବାର ସମ୍ଭାବନା କମ ଅଛି। ଯଦି ଆପଣ ପାର୍ଟନର୍ଶିପରେ ବିଜନେସ କରନ୍ତି, ତେବେ ଆପଣଙ୍କର ପାର୍ଟନର ସହିତ ସମ୍ବନ୍ଧ ଖରାପ ହୋଇପାରେ।

ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସପ୍ତାହରେ ମୁଣ୍ଡବିନ୍ଧା ହୋଇପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଠିକ ସମୟରେ ଖାଇଅବ ପିଇବା କରିବାକୁ ପରାମର୍ଶ ଦିଅଯାଇଛି।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହା ବ୍ୟତୀତ ଆପଣକୁ ଗୋଡ଼ ଓ କାନ୍ଧରେ ମଧ୍ୟ ଦରଜ ହୋଇପାରେ। ଶାରୀରିକ ବ୍ୟାୟମ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ଉପାୟ : ଆପଣ ମଙ୍ଗଳବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକଙ୍କୁ ସଫଳତା ମିଳିବାର ସଙ୍କେତ ଅଛି ଓ ସେ ନିଜର ଲକ୍ଷ ପ୍ରାପ୍ତ କରିବେ। ସେ କଳାରେ ନିପୁଣ ହୋଇପାରିବେ।

ପ୍ରେମ ଜୀବନ: ଏହି ସମୟରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ପାରସ୍ପରିକ ବୁଝାମଣା ବହୁତ ଭଲ ରହିବ। ପ୍ରେମ ମାମଲାରେ ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ପ୍ରମାଣିତ ହେବ ଓ ଆପଣଙ୍କୁ ନିଜର ପାର୍ଟନର ସହିତ ଭଲ ସମୟ କଟାଇବାକୁ ସୁଯୋଗ ମିଳିବ।

ଶିକ୍ଷା: ଏହି ସପ୍ତାହରେ ଆପଣ ଶିକ୍ଷା କ୍ଷେତ୍ରରେ ନିଜର ସ୍କିଲ ପ୍ରମାଣିତ କରିବାକୁ ସକ୍ଷମ ରହିବେ ଓ ଶୀଘ୍ର ପ୍ରଗତି କରିବେ।

ବୃତ୍ତିଗତ ଜୀବନ: ଏହି ସମୟରେ ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେଓ ନିଜର ଯୋଗ୍ୟତା ପ୍ରମାଣିତ କରିବେ। ବ୍ୟବସାୟୀଙ୍କୁ ବିଜନେସରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ବହୁତ ଖୁସି ଅନୁଭବ କରିବେ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକୁ ମିଳିବ। ଆପଣ ଉତ୍ସାହରେ ଭରପୁର ରହିବେ।

ଉପାୟ : ଆପଣ ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯାତ୍ରା ସମ୍ବନ୍ଧରେ ଲାଭକାରି ପରିଣାମ ମିଳିବାର ସଙ୍କେତ ଅଛି। ଆପଣ ଏହି ସପ୍ତାହରେ ଭଲ ପଇସା ରୋଜଗାର କରିବେ। ଏହା sଅହିତ ଆପଣ ପଇସା ସଞ୍ଚୟ କରିବାକୁ ସକ୍ଷମ ହେବେ।

ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ପାର୍ଟନର ସହିତ ଅଧିକ ସନ୍ତୁଷ୍ଟ ଅନୁଭବ କରିବେ। ଏହା ଆପଣଙ୍କର ସମ୍ପର୍କରେ ଆକର୍ଷଣ ବଢ଼ାଇବ।

ଶିକ୍ଷା: ଆପଣ କମ୍ଯୁନିକେଶନ ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଓ ଏକାଉନ୍ଟିଂ ପରି କିଛି ବିଷୟରେ ବିଶେଷଜ୍ଞତା ହାସଲ କରିପାରିବେ। ଆପଣ ଶିକ୍ଷା କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିବେ।

ବୃତ୍ତିଗତ ଜୀବନ: ଏହି ସମୟରେ ଆପଣ ନିଜର କାମରେ ବହୁତ ବ୍ୟସ୍ତ ରହିବେ ଓ ଏହା ଦ୍ବାରା ଆପଣଙ୍କୁ ଅନୁକୂଳ ପରିଣାମ ମିଳିପାରିବାର ସଙ୍କେତ ଅଛି। ବ୍ୟବସାୟୀଙ୍କ ପାଇଁ ନିଜର ବିଜନେସ ବିସ୍ତାର କରିବା ପାଇଁ ଏହା ଠିକ ସମୟ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ମାମଲାରେ ଏହି ସପ୍ତାହ ଭଲ ରହିବ। ଆପଣ ଫିଟ ରହିବେ ଓ ଆପଣଙ୍କୁ କୌଣସି ମାମୁଲି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଆପଣଙ୍କର ହସହସ ସ୍ଵଭାବ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ଆପଣ ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 7ର ଲୋକଙ୍କର ଆକର୍ଷଣରେ ହ୍ରାସ ଦେଖାଯିବ ଏବଂ ସେ ଅସୁରକ୍ଷିତ ଅନୁଭବ କରିପାରନ୍ତି। ଆପଣଙ୍କୁ ନିଜର ପ୍ରଗତି ଓ ଭବିଷ୍ୟର ଚିନ୍ତା ହଇରାଣ କରିପାରେ।

ପ୍ରେମ ଜୀବନ: ଏହି ସପ୍ତାହରେ ପରିବାରରେ ଚାଲିଥିବା କିଛି ସମସ୍ଯା ଯୋଗୁଁ ସମ୍ପର୍କରେ ସୁଖ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଅଛି। ଏହି ସମୟରେ ଆପଣ ନିଜର ପାର୍ଟନର ସହିତ ପ୍ରେମର ଆନନ୍ଦ ନେଇ ପାରିବେ ନାହିଁ।

ଶିକ୍ଷା: ଛାତ୍ରଙ୍କୁ ପଢ଼ାରେ ଓ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ଅସୁବିଧା ହୋଇପାରେ। ଏହି ସମୟରେ ଆପଣଙ୍କର ମନେ ରଖିବାର କ୍ଷମତା ହାରାହାରି ରହିବ ଓ ଏହି କାରଣରୁ ଆପଣ ଏହି ସପ୍ତାହରେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ପଛରେ ରହିପାରନ୍ତି।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କ ଭିତରେ କୌଣସି ନୂଆ ସ୍କିଲ ବିକଶିତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମକୁ ପ୍ରଶଂସା କରାଯିବ। ବ୍ୟବସାୟୀଙ୍କୁ କ୍ଷତି ହେବାର ଆଶଙ୍କା ଅଛି। ଆପଣ ନିଜର ବିଜନେସରେ ନଜର ରଖନ୍ତୁ ଓ ଭାବି ଚିନ୍ତି ଆଗକୁ ବଢ଼ନ୍ତୁ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କୁ ଏଲାର୍ଜି ଯୋଗୁଁ ଚର୍ମରେ ଜଳାପୋଡ଼ା ହୋଇପାରେ ଓ ହଜମ ଜନିତ ସମସ୍ଯା ହୋଇପାରେ। ନିଜର ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ଆପଣଙ୍କୁ ସମୟରେ ଭୋଜନ କରିବାକୁ ପରାମର୍ଶ ଦିଅଯାଇଛି।

ଉପାୟ : ଆପଣ ପ୍ରତିଦିନ 41 ଥର ଓଁ କେତବେ ନମଃ ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 8ର ଲୋକଙ୍କର ଧର୍ଯ୍ୟ କମ ହୋଇପାରେ ଓ ତାଙ୍କୁ ସଫଳତା ପାଇବାରେ ପଛରେ ରହି ପାରନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପରିବାରରେ ପ୍ରପର୍ଟିକୁ ନେଇ ଚାଲିଥିବା ସମସ୍ଯା ଯୋଗୁଁ ଚିନ୍ତିତ ରହିବେ। ଆପଣଙ୍କୁ ନିଜର ବନ୍ଧୁଙ୍କ ଯୋଗୁଁ ନିଜର ପାର୍ଟନର ସହିତ ଭଲ ସମ୍ପର୍କ ରଖିବାରେ କିଛି ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।

ଶିକ୍ଷା: ଏହି ସପ୍ତାହରେ ଆପଣ ପ୍ରୟାସ କରିବା ସତ୍ବେ ପଛରେ ରହିଯାଇ ପାରନ୍ତି। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ପହଞ୍ଚିବା ପାଇଁ ଆହୁରି ଅଧିକ ପରିଶ୍ରମକରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ସମ୍ଭାବନା ଅଛି ଯେ ଚାକିରି କରୁଥିବା ଲୋକଙ୍କୁ କାମ ପାଇଁ ପରିଚିତ ହେବେ ନାହିଁ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବ୍ୟବସାୟୀଙ୍କ ପାଇଁ ଭଲ ଲାଭ କରିବା କଷ୍ଟକର ହୋଇପାରେ।

ସ୍ବାସ୍ଥ୍ୟ: ଚାପ ଯୋଗୁଁ ଆପଣଙ୍କୁ ଗୋଡ଼ ଓ ଗଣ୍ଠିରେ ଦରଜ ହୋଇପାରେ। ଏହି ସମୟରେ ଚାପ ଆପଣଙ୍କ ଉପରେ ଭାରି ହୋଇପାରେ। ଆପଣ ଅସନ୍ତୁଳିତ ଆହାର ଖାଇବା କରଣରୁ ଏପରି ହୋଇପାରେ।

ଉପାୟ : ଆପଣ ପ୍ରତିଦିନ 11 ଥର ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ଏହି ସପ୍ତାହ ମୂଳାଙ୍କ 9ର ଲୋକଙ୍କ ପାଇଁ ସନ୍ତୁଳିତ ରହିବ ଓ ଆପଣ ପରିସ୍ଥିତିକୁ ନିଜ ପାଖରେ କରିପାରିବେ।

ପ୍ରେମ ଜୀବନ: ଆପଣ ନିଜର ପାର୍ଟନର ସହିତ ଅଧିକ ସିଦ୍ଧାନ୍ତବାଡି ବ୍ୟବହାର ଅପଣାଇବେ ଓ ଉଚ୍ଚ ମୂଲ୍ୟ ସ୍ଥାପନ କରିବେ। ଏହି କାରଣ ଯୋଗୁଁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ପାରସ୍ପରିକ ବୁଝାମଣା ବିକଶିତ ହେବ।

ଶିକ୍ଷା: ଆପଣ ଏହି ସପ୍ତାହରେ ମ୍ଯାନେଜମେନ୍ଟ, ଇଲେକଟ୍ରିକାଲ ଇଞ୍ଜିନିୟରିଂ ଓ କେମିକ୍ଯାଲ ଇଞ୍ଜିନିୟରିଂ ପରି ବିଷୟରେ ଭଲ ପ୍ରଦର୍ଶନ କରିବାକୁ ଦୃଢ଼ ସଂକଳ୍ପ ନେବେ।

ବୃତ୍ତିଗତ ଜୀବନ: ଆପଣ କାର୍ଯ୍ୟକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶ କରିବେ ଓ ଆପଣଙ୍କୁ କାମରେ ପ୍ରଶଂସା ମିଳିବ। ବ୍ୟବସାୟୀ ଉଚ୍ଚ ଲାଭ କରିବାକୁ ସକ୍ଷମ ହେବେ ଓ ଏହି ପ୍ରକାର ନିଜର ବିରୋଧୀଙ୍କ ମଧ୍ୟରେ ନିଜର ପ୍ରତିଷ୍ଠା ରଖିବାକୁ ସଫଳ ହେବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଜୋଶ ଓ ଉତ୍ସାହ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ଆପଣ ପ୍ରତିଦିନ 27 ଥର ଓଁ ଭୌମାୟ ନମଃ ମନ୍ତ୍ର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୂଳାଙ୍କ 9 ର ସ୍ବାମୀ କିଏ?

ମୂଳାଙ୍କ 9 ର ସ୍ବାମୀ ମଙ୍ଗଳ ଗ୍ରହ ଅଟନ୍ତି।

2. ମୂଳାଙ୍କ 5 ର ସ୍ବାମୀ ଗ୍ରହ କିଏ?

5 ମୂଳାଙ୍କର ସ୍ବାମୀ ବୁଧ ଗ୍ରହ ଅଟନ୍ତି।

3. ମୂଳାଙ୍କ 2 ଥିବା ଲୋକ କିପରି ହୋଇଥାଆନ୍ତି?

ଏହି ଲୋକ କଳ୍ପନାଶୀଳ ଓ ଭାବୁକ ହୋଇଥାଆନ୍ତି।

Talk to Astrologer Chat with Astrologer