ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (17 ନଭେମ୍ବରରୁ 23 ନଭେମ୍ବର)

Author: Monica Rajguru | Updated Tue, 05 Nov 2024 11:00 AM IST

ନଭେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 17 ନଭେମ୍ବରରୁ 23 ନଭେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 17 ନଭେମ୍ବରରୁ 23 ନଭେମ୍ବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1 ର ଲୋକଙ୍କ ଭିତରେ ଅନେକ ସ୍କିଲ ଓ କାର୍ଯ୍ୟରେ ସକାରାତ୍ମକ ପରିଣାମ ପାଇବା ପାଇଁ ଭଲ ପ୍ରଶାସନିକ କ୍ଷମତା ଥାଏ । ଏହି ଲୋକ ସିଦ୍ଧାନ୍ତରେ ଚଳିବାକୁ ପସନ୍ଦ କରନ୍ତି।

ପ୍ରେମ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପ୍ରେମ ଜୀବନକୁ ଦେଖିଲେ, ଏହି ମୂଳାଙ୍କର ଲୋକ ନିଜର ସମ୍ପର୍କରେ ସାଥୀ ସହିତ ଖୁସି ରହିବାରେ ଅସକ୍ଷମ ରହିବେ। ଏହି କାରଣରୁ ଦୁହିଙ୍କ ମଧ୍ୟରେ ପାରସ୍ପରିକ ତାଳମେଳ ରହିବ ନାହିଁ।

ଶିକ୍ଷା : ଏହି ମୂଳାଙ୍କର ଛାତ୍ର ଏହି ସପ୍ତାହରେ ପଢ଼ାରେ ମନ ଲଗାଇବେ ନାହିଁ ଓ ଏପରି ସ୍ଥିତିରେ ସେ ଭଲ ଅଙ୍କ ହାସଲ କରିବାରେ ସମସ୍ଯା ସାମ୍ନା କରି ପାରନ୍ତି। ଏହାର ପରିଣାମସ୍ଵରୂପ, ଏହି ଲୋକଙ୍କୁ ଏକାଗ୍ରଚିତ ହୋଇ ପଢ଼ିବାକୁ ପରାମର୍ଶ ଦିଆଯାଇଛି।

ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ ମୂଳାଙ୍କ 1 ଯେଉଁ ଲୋକ ଚାକିରି କରନ୍ତି ସେ ନିଜ ଉପରେ ବଢ଼ୁଥିବା କାମର ଚାପ ସମ୍ଭାଳିବାରେ ଅସଫଳ ହେବେ। ଯେଉଁ ଲୋକ ବ୍ୟବସାୟ କରନ୍ତି ତାଙ୍କୁ ପ୍ରତିଦ୍ଵନ୍ଦୀଙ୍କ ସହିତ କଠିନ ଟକ୍କର ସହିବାକୁ ପଡ଼ିବ ଓ ଆପଣଙ୍କର ହରିବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ: ଏହି ମୂଳାଙ୍କର ଲୋକଙ୍କୁ ଚର୍ମ ରୋଗ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଫିଟନେସକୁ ଭଲ ରଖିବା ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ।

ଉପାୟ: ପ୍ରତିଦିନ ଓଁ ଆଦିତ୍ୟାୟ ନମଃ 19 ଥର ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳାଙ୍କ 2ରେ ଜନ୍ମ ଲୋକଙ୍କର ରୁଚି ଡୈରୀ ସହିତ ଜଡ଼ିତ ଉତ୍ପାଦ ବ୍ୟବସାୟରେ ଥାଏ ଓ ସେମାନେ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଇଚ୍ଛୁକ ଥାଆନ୍ତି। ଏହା ବ୍ୟତୀତ ସେମାନେ ନିଜର ବୁଦ୍ଧିକୁ ବଢ଼ାଇବା ପାଇଁ ଚେଷ୍ଟା କରନ୍ତି ଓ ସେମାନେ ମୂଡି ସ୍ଵଭାବର ହୋଇଥାନ୍ତି।

ପ୍ରେମ ଜୀବନ: ମୂଳାଙ୍କ 2 ର ଲୋକ ସମ୍ପର୍କରେ ସକାରାତ୍ମକତା ରଖିବାରେ ଅସଫଳ ହେବେ ଓ ଆପଣ ସାଥି ସାମ୍ନାରେ ପ୍ରେମ ପ୍ରଦର୍ଶନ କରି ପାରିବେ ନାହିଁ। ଏହାର ଫଳସ୍ବରୂପ ଆପଣଙ୍କର ସମ୍ପର୍କରେ ଖୁଶିର ଅଭାବ ହେବ ଯାହା ଉପରେ ଆପଣଙ୍କୁ କାମ କରିବାକୁ ପଡ଼ିବ।

ଶିକ୍ଷା: ଆପଣଙ୍କର ଧ୍ୟାନ ପଢ଼ାରେ ନ ଲାଗି ପାରେ ଯାହା ଫଳରେ ଆପଣ ଶିକ୍ଷାରେ ଦୁର୍ବଳ ରହି ପାରନ୍ତି। ଶିକ୍ଷାରେ ଭଲ ପ୍ରଦର୍ଶନ କରିବାର ମାର୍ଗରେ ବଧ ସୃଷ୍ଟି ହୋଇପାରେ।

ବୃତ୍ତିଗତ ଜୀବନ: ମୂଳାଙ୍କ 2ର ଯେଉଁ ଲୋକ ଚକିର କରନ୍ତି, ସେ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାର ପାଚେଇ ଯାଇପାରନ୍ତି। କାରଣ ଏହି ସମୟରେ ଭୁଲ ବୁଝାମଣା ହେବାର ଆଶଙ୍କା ଅଛି। ଅନ୍ୟ ପଟେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ କହି ତାଙ୍କ ହାତରୁ ଲାଭ କରିବାର ସୁଯୋଗ ଖସିଯାଇ ପାରେ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 2 ର ଲୋକଙ୍କ ପାଇଁ ଏହି ସପ୍ତାହ ଟିକେ ଦୁର୍ବଳ ରହିପାରେ କାରଣ ଆପଣଙ୍କ ଭିତରେ ଊର୍ଜାର ଅଭାବ ରହିବ। ଏପରି ସ୍ଥିତିରେ ଆପଣ ନିଜର ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ ଅସଫଳ ହେବେ।

ଉପାୟ: ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କର ପୂଜା ଫୁଲ ଦେଇ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3 ରେ ଜନ୍ମ ହୋଇଥିବା ଲୋକଙ୍କ ଭିତରେ ଅହଂକାର ସୃଷ୍ଟି ହୋଇପାରେ ଯାହା ନକରାତ୍ମକ ଭାବରେ ଆପଣଙ୍କୁ ପ୍ରଭାବିତ କରିପାରେ। ଏହି ଲୋକ ଅନ୍ୟ ସହିତ ସିଧା ଓ ସ୍ପଷ୍ଟ ଭାବରେ କଥା ହେବେ ଓ ଏହା ଏମାନଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ।

ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ, ଏହି ମୂଳାଙ୍କ ଲୋକଙ୍କର ବ୍ୟବହାର ସାଥୀ ସହିତ ମଧୁର ରହିବ। ଆପଣ ସମ୍ପର୍କରେ ଉଚ୍ଚ ମୂଲ୍ୟ ରଖିବାରେ ସକ୍ଷମ ହେବେ।

ଶିକ୍ଷା: ଏହି ସପ୍ତାହରେ ମୂଳାଙ୍କ 3 ର ଯେଉଁ ଛାତ୍ର ବିଜନେସ ଏଡମିନିଷ୍ଟ୍ରେସନ, ଏକୋନୋମେଟ୍ରିକ୍ସ ଇତ୍ୟାଦି ବିଷୟ ପଢ଼ୁଛନ୍ତି, ତାଙ୍କର ପ୍ରଦର୍ଶନ ବହଳ ରହିବ। ସାଥୀ ଛାତ୍ରଙ୍କୁ ପଛରେ ପକାଇବାକୁ ସକ୍ଷମ ହେବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସମୟରେ ଆପଣ ନିଜର ମନପସନ୍ଦ ବିଷୟ ପ୍ରତି ଆପଣଙ୍କର ଦୃଷ୍ଟିକୋଣରେ ନୂଆପଣ ଦେଖିବେ।

ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନକୁ ଦେଖିଲେ, ମୂଳାଙ୍କ3ର ଲୋକଙ୍କର ପ୍ରଦର୍ଶନ କାର୍ଯ୍ୟକ୍ଷେତ୍ରରେ ଆଶା ଠାରୁ ଅନେକ ଭଲ ହେବ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣ ସ୍ବୟଂ ଲକ୍ଷ ନିର୍ଦ୍ଧାରିତ କରି ତାକୁ ପ୍ରାପ୍ତ କରିବା ଦିଗରେ ଆଗେଇ ପାରିବେ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କ ପାଇଁ ଏହି ସପ୍ତାହ ଭଲ ରହିବ ଓ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ଅମସ୍ୟା ହଇରାଣ କରିବା ନାହିଁ। ଏହି ସମୟରେ ଆପଣ ଶକ୍ତିଶାଳୀ ରହିବେ।

ଉପାୟ: ପ୍ରତିଦିନ ଓଁ ବୃହସ୍ପତୟେ ନମଃ 21 ଥର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଯେଉଁ ଲୋକଙ୍କର ମୂଳାଙ୍କ 4ରେ ଜନ୍ମ, ସେ ନିଜ ପ୍ରତି ବହୁତ ଉତ୍ସୁକ ହୋଇଥାନ୍ତି। ଏହି ସମୟ ଆପଣଙ୍କ ପାଇଁ ବିଦେଶ ଯାତ୍ରା ପାଇଁ ସୁଯୋଗ ଆଣିପାରେ ଓ ଏହି ଲୋକଙ୍କୁ ସ୍ଵାଦିଷ୍ଟ ଭୋଜନ ବହୁତ ପସନ୍ଦ।

ପ୍ରେମ ଜୀବନ: ଏହି ସପ୍ତାହ ମୂଳାଙ୍କ 4ର ଲୋକ ସମ୍ପର୍କରେ ସାଥୀ ସହିତ ଖୁସି ଦେଖାଯିବେ କାରଣ ଏହି ସମୟରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବାର ସମ୍ଭାବନା ଅଛି। ଆପଣ ପାର୍ଟନର ସହିତ ଏକ ଲମ୍ବା ଯାତ୍ରାରେ ଯାଇ ପାରନ୍ତି ଯାହା ଆପଣଙ୍କର ସମ୍ପର୍କକୁ ଦୃଢ଼ କରିବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଏହି ମୂଳାଙ୍କର ପାଠ ପଢ଼ୁଥିବା ଛାତ୍ର ନିଜର କ୍ଷମତା ଓ ଯୋଗ୍ୟତାର ପ୍ରଦର୍ଶନ ଶିକ୍ଷକଙ୍କ ସାମ୍ନାରେ କରିବାକୁ ସକ୍ଷମ ହେବେ। ଏହାର ଫଳସ୍ଵରୋପ, ଆପଣଙ୍କୁ ତାଙ୍କର ସପୋର୍ଟ ମିଳିବ।

ବୃତ୍ତିଗତ ଜୀବନ: ମୂଳାଙ୍କ 4ର ଯେଉଁ ଲୋକ ଚାକିରି କରନ୍ତି, ସେ କାର୍ଯ୍ୟସ୍ଥଳରେ ଭଲ ପ୍ରଦର୍ଶନ କରିବାକୁ ସଫଳ ହେବେ ଓା ଆପଣଙ୍କର ପ୍ରଦର୍ଶନ ବରିଷ୍ଠଙ୍କ ସାମ୍ନାରେ ଭଲ ରହିବ ଯାହା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଯାହା ଆପଣଙ୍କୁ ଭଲ ଲାଭ ଦେବ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ ଯାହା ଆପଣଙ୍କର ଦୃଢ଼ ଆତ୍ମବିଶ୍ବାସର ପରିଣାମ ହେବ। ଆପଣଙ୍କୁ ସ୍ବାସ୍ଥ୍ୟ ସହିତ ଜାରୋଟ ସମସ୍ଯା ହଇରାଣ କରିବ ନାହିଁ।

ଉପାୟ: ପ୍ରତିଦିନ ଓଁ ଦୁର୍ଗାଏ ନମଃ 22 ଥର ଜପ କରନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁଯାୟୀ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି

ମୂଲାଞ୍ଜ 5 ର ଲୋକ ଯାହା କାମ କରିବେ ସେଥିରେ ଯୁକ୍ତିଯୁକ୍ତତା ଖୋଜିବାରେ ସକ୍ଷମ ହେବେ। ଏହି ଲୋକଙ୍କର ଆଗ୍ରହ ଟ୍ରେଡିଂ ରେ ରହିବ ଓ ଏହା ମାଧ୍ୟମରେ ଆପଣ ଲାଭ କରିବାକୁ ଚାହିଁବେ। ଏହି ମାର୍ଗରେ ଆଗକୁ ବଢ଼ିବା ପାଇଁ ଆପଣ କିଛି ନୂଆ ନୀତିର ନିର୍ମାଣ କରିବେ ଓ ସେଥିରେ ଚାଲିବେ।

ପ୍ରେମ ଜୀବନ: ମୂଳାଙ୍କ 5 ର ଏହି ଲୋକ ଏହି ସପ୍ତାହରେ କୌଣସି କାରଣ ନ ଥାଇ ପାର୍ଟନରର ଭୁଲ ଖୋଜିବେ। ଆପଣ ଦୁହିଙ୍କ ସମ୍ପର୍କରେ ଚାପ ବଢ଼ିପାରେ ଯାହା ପାରସ୍ପରିକ ତାଳମେଳକୁ ଦୁର୍ବଳ କରିବ। ଏପରି ସ୍ଥିତିରେ ଏହି ଲୋକଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ଶିକ୍ଷା: ଶିକ୍ଷା ବିଷୟରେ କହିଲେ, ଏହି ମୂଳାଙ୍କର ଛାତ୍ରଙ୍କୁ କସ୍ଟିଂ, ଏକାଉନ୍ଟେନ୍ସି ପରି ବୃତ୍ତିଗତ ବିଷୟ ପଢ଼ୁଥିବା ବେଳେ ବହୁତ ସାବଧାନ ରହିବାକୁ ପଡ଼ିବ କାରଣ ଏକାଗ୍ରତାର ଅଭାବ ଯୋଗୁଁ ଆପଣ କାମରେ ଭୁଲ କରିପାରନ୍ତି।

ବୃତ୍ତିଗତ ଜୀବନ: ଯଦି ଆପଣ ଚାକିରି କରନ୍ତି, ତେବେ କାର୍ଯ୍ୟସ୍ଥଳରେ ଆପଣ ଯାହା କାମ କରିବେ, ତାକୁ ସମ୍ପୂର୍ଣ ଧ୍ୟାନ ସହିତ କରିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁ ଲୋକ ବ୍ୟବସାୟ saହିତ ଜଡ଼ିତ ଡ଼ାଙ୍କୁ ବିଜନେସରେ ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିବାର ଆଶଙ୍କା ଅଛି। ଆପଣଙ୍କ ହାତରୁ କିଛି ଭଲ ସୁଯୋଗ ଖସିଯାଇ ପାରେ।

ସ୍ବାସ୍ଥ୍ୟ: ମୂଳାଙ୍କ 5ର ଲୋକଙ୍କ ପାଇଁ ଏହି ସପ୍ତାହ ଟିକେ କଠିନ ରହିପାରେ କାରଣ ଏହି ସମୟରେ ଆପଣଙ୍କୁ ତାନ୍ତ୍ରିକ ତନ୍ତ୍ର ଓ ଚର୍ମ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ। ଆପଣ ଚିନ୍ତିତ ଦେଖାଯିବେ ସେଥିପାଇଁ ଆପଣଙ୍କୁ ସ୍ବାସ୍ଥ୍ୟର ଧ୍ୟାନ ରଖିବା ସହିତ ସ୍ୱାସ୍ଥ୍ୟର ଯାଞ୍ଚ କରାଇବା ଉଚିତ।

ଉପାୟ: ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6ରେ ଜନ୍ମ ଲୋକଙ୍କୁ କ୍ରୀଡ଼ା ସହିତ ଗତିବିଧିରେ ଭାଗ ନେବା ବହୁତ ପସନ୍ଦ। ଏହି ଲୋକ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରିବେ।

ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ଏହି ଲୋକଙ୍କର ମନରେ ପାର୍ଟନର ପ୍ରତି ପ୍ରେମ ଭରି ରହିବ ଯାହା ଆପଣଙ୍କର ସଚ୍ଚୋଟତାର ପରିଣାମ ହେବ। ଆପଣଙ୍କର ବାଣୀ ମଧୁର ହେବ ଯାହା ଫଳରେ ଆପଣଙ୍କର ସମ୍ପର୍କ ଭଲ ହେବ।

ଶିକ୍ଷା: ଯେବେ କଥା ଆସେ ଶିକ୍ଷାର ତେବେ ମୂଳାଙ୍କ 6 ର ଛାତ୍ର ପଢ଼ାରେ ଉନ୍ନତି କରୁଥିବା ଦେଖାଯିବେ। ଆପଣ ଯାହା ପଢ଼ିବେ ସେଥିରେ ଆପଣ ଭଲ ପ୍ରଦର୍ଶନ କରିବେ। ଏପରି ସ୍ଥିତିରେ, ଆପଣ ଏକ୍ ଅଲଗା ପରିଚୟ ନିଜ ପାଇଁ ସୃଷ୍ଟି କରିବାରେ ସକ୍ଷମ ହେବେ।

ବୃତ୍ତିଗତ ଜୀବନ: ମୂଳାଙ୍କ 6 ର ଚାକିରି କରିଥିବା ଲୋକ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହାସଲ କରିବେ ଓ ଆପଣଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିବ। ଏହି ଅବଧିରେ ବରିଷ୍ଠଙ୍କର ଧ୍ୟାନ ଆପଣଙ୍କ ଆଡ଼କୁ ଆକର୍ଷିତ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ବିଜନେସରେ ନିଜର ସକାରାତ୍ମକତା ଭାବନା ଦ୍ବାରା ଲାଭ ହେବ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣ ଦୃଢ଼ ଓ ସାହସୀ ରହିବେ ଯାହା ଫଳରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଏହି ଲୋକ ନିଜର ଫିଟନେସ ପାଇଁ ସଚେତନ ରହିବେ।

ଉପାୟ: ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7 ର ଲୋକ ଦାର୍ଶନିକ ହେବା ସହିତ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି। ତାଙ୍କୁ ଜୀବନରେ ବହୁତ ଯାତ୍ରା କରିବାକୁ ପଡ଼ିଥାଏ ଓ ଏପରି ଯାତ୍ରା ତାଙ୍କ ପାଇଁ ସଫଳତା ଆଣିଥାଏ।

ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ମୂଳାଙ୍କ 7 ର ଲୋକଙ୍କୁ ପାର୍ଟନର ସହିତ ସମ୍ପର୍କରେ ଦୂରତା ଅନୁଭବ ହେବ। ଆପଣଙ୍କର ସମ୍ପର୍କରେ ଆକର୍ଷଣର ଅଭାବ ରହିପାରେ ସେଥିପାଇଁ ଆପଣଙ୍କୁ ସାଥୀ ସହିତ ଭାବିଚିନ୍ତି କଥା ହେବାକୁ ପଡ଼ିବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସମ୍ପୂର୍ଣ ଏକାଗ୍ରତା ସହିତ ପଢ଼ି ନିଜର କାର୍ଯ୍ୟକୁ ଆଗକୁ ନେବାକୁ ପଡ଼ିବ କାରଣ ଏହି ସପ୍ତାହରେ ଆପଣଙ୍କର ମନ ବିଚଳିତ ହୋଇପାରେ ସେଥିପାଇଁ ଆପଣଙ୍କୁ ପଢ଼ା ସମ୍ବନ୍ଧରେ ସାବଧାନ ରହିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ମୂଳାଙ୍କ 7 ର ଯେଉଁ ଲୋକ ଚାକିରି କରନ୍ତି, ସେ ତାଙ୍କୁ ମିଳିଥିବା କାମ ପ୍ରତି ଉଦାସୀନ ଅନୁଭବ କରିବେ। ଆଗକୁ ବଢ଼ିବା ପାଇଁ ରାସ୍ତା କଷ୍ଟକର ହେବ। ଅନ୍ୟ ପଟେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେ ପ୍ରତିଦ୍ଵନ୍ଦୀଙ୍କ ଠାରୁ ମିଳୁଥିବା କଠିନ ଟକ୍କର ଯୋଗୁଁ ଚିନ୍ତିତ ରହିବେ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କୁ ଏହି ସପ୍ତାହ ହଜମ ଜନିତ ସ୍ବାସ୍ଥ୍ୟ ସମସ୍ଯା ଘେରି ରହି ପାରେ ଓ ଆପଣଙ୍କୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ: ପ୍ରତିଦିନ ଓଁ ଗଣେଶାୟ ନମଃ 43 ଥର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ମୂଳାଙ୍କ 8 ରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଛୟତ ସ୍ଵଭାବର ହୋଇଥାନ୍ତି ଓ ଅନ୍ୟଙ୍କ ସହିତ ମଧ୍ୟ ସେହି ଭଳି ବ୍ୟବହାର କରନ୍ତି। ଏହି ଲୋକ ନିଜର ଦାୟିତ୍ବ ପ୍ରତି ପ୍ରତିବଦ୍ଧ ହୋଇଥାନ୍ତି। ସେମାନେ ନିଜର କାର୍ଯ୍ୟକୁ ପରିଶ୍ରମ ଓ ସମର୍ପଣ ମର୍ପଣ ସହିତ ପୂରଣ କରନ୍ତି।

ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ, ଆପଣଙ୍କୁ ସମ୍ପର୍କରେ ପାର୍ଟନର ସହିତ ପ୍ରେମ ଏବଂ ଖୁସି ପାଇଁ ପାରସ୍ପରିକ ସାମଞ୍ଜସ୍ୟ ରଖିବା ପାଇଁ ହେବ। ସମ୍ଭାବନା ଅଛି ଯେ ଘର ପରିବାରରେ ଚାଲିଥିବା ସମସ୍ଯା ଯୋଗୁଁ ସାଥୀ ସହିତ ଆପଣଙ୍କର ମତଭେଦ ହୋଇପାରେ।

ଶିକ୍ଷା: ଏହି ମୂଳାଙ୍କର ଛାତ୍ରଙ୍କୁ ଏହି ସପ୍ତାହରେ ପଢ଼ାରେ ବହୁତ ପରିଶ୍ରମ କରିବା ପାଇଁ ପଡ଼ିବ କାରଣ ଆପଣଙ୍କୁ ପାଠ ମନେ ନ ରହିବାର ସମ୍ଭାବନା ଅଛି। ଆପଣଙ୍କୁ ନିଜର ଜ୍ଞାନର ବ୍ୟବହାର କରିବାରେ ସମସ୍ଯା ଉତ୍ପନ୍ନ ହୋଇପାରେ ଯାହା ଫଳରେ ଆପଣ ଚିନ୍ତିତ ଦେଖାଯିବେ।

ବୃତ୍ତିଗତ ଜୀବନ: ମୂଳାଙ୍କ 8 ର ଯେଉଁ ଲୋକ ଚାକିରି କରନ୍ତି, ତାଙ୍କ ଉପରେ କାମର ଚାପ ବଢ଼ିବ। ଆପଣଙ୍କୁ ମିଳୁଥିବା କାମ ବରିଷ୍ଠମାନେ କରିନେବେ। ଯଦି ଆପଣଙ୍କର ବ୍ୟବସାୟ ଅଛି ତେବେ ଏହି ସମୟରେ ଆପଣଙ୍କୁ ହାରାହାରି ପରିଣାମ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଅଧିକ ଭଲ ରହିବ ନାହିଁ କାରଣ ଆପଣଙ୍କୁ ପାଦରେ ଦରଜ ହୋଇପାରେ। ଆପଣଙ୍କୁ ଚିନ୍ତା ନ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କର ଦରଜ ବଢ଼ିପାରେ ।

ଉପାୟ: ପ୍ରତିଦିନ ଓଁ ବାୟୁପୁତ୍ରାୟ ନମଃ 11 ଥର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9 ର ଲୋକ ସ୍ପଷ୍ଟ ହୋଇଥାନ୍ତି ଓ ସେ ନିଜର କଥା କିମ୍ବା ବିଚାର ସହିତ ଉନ୍ନତି କରିବାକୁ ପସନ୍ଦ କରନ୍ତି। ସେମାନେ ଜୀବନରେ ସିଦ୍ଧାନ୍ତରେ ଚଳିବାକୁ ପସନ୍ଦ କରନ୍ତି।

ପ୍ରେମ ଜୀବନ: ପ୍ରେମ ଜୀବନ ବୋଷୟରେ କଥା ଆସିଲେ ଆପଣଙ୍କର ଓ ପାର୍ଟନରର ବିଚାରରେ ଅନ୍ତର ଦେଖିବାକୁ ମିଳିବ। ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତି ହୋଇପାରେ ଯାହା ଫଳରେ ଆପଣ ଦୁହେଁ ସମ୍ପର୍କରେ ଖୁସି ହରାଇ ପାରନ୍ତି।

ଶିକ୍ଷା: ଏହି ସପ୍ତାହରେ ମୂଳାଙ୍କ 9 ର ଛାତ୍ରଙ୍କୁ ପଢ଼ା ସମ୍ବନ୍ଧରେ ବଡ଼ ନିଷ୍ପତି ନେବାରୁ ଦୂରେଇ ରହିବାକୁ ହେବ କାରଣ ଏହି ସମୟରେ ଆପଣଙ୍କୁ ମାନଲାଗି ପରିଣାମ ନ ମିଳିବାର ଆଶଙ୍କା ଅଛି। ବୃତ୍ତିଗତ କୋର୍ସ ପଢ଼ିବା ପାଇଁ ଏହି ସମୟ ଅନୁକୂଳ ନୁହେଁ।

ବୃତ୍ତିଗତ ଜୀବନ: ମୂଳାଙ୍କ 9 ର ଚାକିରି କରିଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କର ଛବି ନଷ୍ଟ ହେବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣଙ୍କୁ ବିଜନେସରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ: ଏହି ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଦୁର୍ବଳ ରହିବ। ଏହି ସମୟରେ ଆପଣ ଜରରେ ପୀଡ଼ିତ ହେବେ ଯାହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେବ।

ଉପାୟ- ପ୍ରତିଦିନ ଓଁ ଭୌମଏ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ 5 ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷରେ ଅଙ୍କ 5 ର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ।

2. ମୂଳାଙ୍କ 4 ର କ୍ୟାରୀଅର କିପରି ରହିବ ଏହି ସପ୍ତାହରେ?

ନଭେମ୍ବରର ଏହି ସପ୍ତାହ ମୂଳାଙ୍କ 4 ର ଲୋକଙ୍କର କ୍ୟାରୀଅର ପାଇଁ ଭଲ ରହିବ।

3. ମୂଳାଙ୍କ କ’ଣ?

କୌଣସି ବ୍ୟକ୍ତିର ଜନ୍ମ ତିଥିକୁ ଯୋଡ଼ିବ ଓରେ ଯେଉଁ ଅଙ୍କ ଆସେ, ତାହାକୁ ମୂଳାଙ୍କ କୁହନ୍ତି।

Talk to Astrologer Chat with Astrologer