ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (15 ସେପ୍ଟେମ୍ବରରୁ 21 ସେପ୍ଟେମ୍ବର)

Author: Monica Rajguru | Updated Thu, 12 Sep 2024 11:13 AM IST

ସେପ୍ଟେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 15 ସେପ୍ଟେମ୍ବରରୁ 21 ସେପ୍ଟେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


ଆପଣଙ୍କ ରାଶି ପାଇଁ କିପରି ରହିବା ଆସନ୍ତା ବର୍ଷ? ବିଦ୍ବାନ ଜ୍ଯୋତିଷଙ୍କ ଠାରୁ ପାଆନ୍ତୁ ଏହାର ଉତ୍ତର

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 15 ସେପ୍ଟେମ୍ବରରୁ 21 ସେପ୍ଟେମ୍ବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1 ର ଲୋକ ଏହି ସପ୍ତାହରେ ଦୃଢ଼ ଓ ଆତ୍ମବିଶ୍ଵାସରେ ଭରପୁର ରହିବେ। ଏହି ଲୋକଙ୍କର ବିଚାର ବହୁତ ଉନ୍ନତ ଯାହାର ପ୍ରଭାବ ଆପଣଙ୍କର ଜୀବନ ଉପରେ ପଡ଼ିବ।

ପ୍ରେମ ଜୀବନ : ଏହି ସପ୍ତାହରେ ମୂଳାଙ୍କ 1 ଲୋକଙ୍କର ସମ୍ପର୍କ ନିଜର ପାର୍ଟନର ସହିତ ଭଲ ରହିବ କାରଣ ଆପଣ ଦୁହିଙ୍କ ମଧ୍ୟରେ ତାଳମେଳ ଓ କଥାବାର୍ତ୍ତା ବହୁତ ଭଲ ରହିବ ଯାହା ଆପଣଙ୍କର ମୁହଁରେ ହସ ଆଣିବ।

ଶିକ୍ଷା : ଶିକ୍ଷା ବିଷୟରେ କହିବାକୁ ଗଲେ, ଏହି ମୂଳାଙ୍କଙ୍କର ଛାତ୍ର ପଢ଼ା ସମ୍ବନ୍ଧରେ କିଛି ସକାରାତ୍ମକ ପଦକ୍ଷପ ନେବେ ଓ ଏପରି ସ୍ଥିତିରେ, ଆପଣ ମନ ଲଗାଇ ପାଢ଼ୀ ପାରିବେ।

ବୃତ୍ତିଗତ ଜୀବନ : ଆପଣ ଚାକିରିରେ ନିଜ କାମରେ ଉତ୍କୃଷ୍ଟତା ହାସଲ କରିବେ ଓ ଯଦି ଆପଣ ପବ୍ଲିକ୍ ସେକ୍ଟରରେ ଚାକିରି କରନ୍ତି ତେବେ, ଏହି ସପ୍ତାହ ଆପଣଙ୍କର ପାଇଁ ଭଲ ରହିବ। ଯେଉଁ ଲୋକଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି, ସେ ଆଉଟସୋର୍ସ ବିଜନେସ ମାଧ୍ୟମରେ ଭଲ ଲାଭ ପାଇବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 1ର ଲୋକ ଅତ୍ୟନ୍ତ ପ୍ରସନ୍ନ ଓ ଉତ୍ସାହରେ ଭରପୁର ରହିବେ। ସାଙ୍ଗରେ ନିୟମିତ ଭାବରେ ବ୍ୟାୟମ କରିବା ଯୋଗୁଁ ଫିଟ ରହିବେ ଓ ଏପରି ସ୍ଥିତିରେ, ଆପଣ ଭଲ ସ୍ବାସ୍ଥ୍ୟର ଆନନ୍ଦ ନେବେ।

ଉପାୟ : ପ୍ରତିଦିନ ଓଁ ରୁଦ୍ରାୟ ନମଃ 19 ଥର ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)है)

ମୂଳାଙ୍କ 2 ର ଲୋକଙ୍କ ମନ ବଡ଼ ଓ ମହତ୍ୱପୂର୍ଣ ନିଷ୍ପତି ନେବା ସମୟରେ ବିଚଳିତ ହୋଇପାରେ ଓ ଏହା ପ୍ରଗତିର ମାର୍ଗରେ ସମସ୍ଯା ହୋଇପାରେ। ଆପଣଙ୍କୁ ଏହି ସପ୍ତାହରେ ଯୋଜନା ତିଆରି କରି ଆଗକୁ ବଢ଼ିବାକୁ ପରାମର୍ଶ ଦିଆଯାଇଛି। ନିଜର ଦୃଷ୍ଟିକୋଣ ସକାରାତ୍ମକ ରଖନ୍ତୁ ଯାହା ଫଳରେ ଆପଣ ନ୍ହଲ ଜିନ୍ସକୁ ଦେଖି ପାରିବେ।

ପ୍ରେମ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ଲୋକଙ୍କର ପାର୍ଟନର ସହିତ ବିବାଦ କିମ୍ବା ମତଭେଦ ହୋଇପାରେ ଯେଉଁଥିରୁ ଦୂରେଇ ରହିବା ଆବଶ୍ୟକ।

ଶିକ୍ଷା : ଶିକ୍ଷା ବିଷୟରେ କହିବାକୁ ଗଲେ, ମୂଳାଙ୍କ 2ର ଛାତ୍ରଙ୍କ ପାଇଁ ପଢ଼ାକୁ ଯୁକ୍ତିଯୁକ୍ତ ହୋଇ ପଢ଼ିବା ଜରୁରୀ ହେବ ଯାହା ଫଳରେ ଆପଣ ନିଜ ସାଥି ଛାତ୍ରଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିବେ।

ବୃତ୍ତିଗତ ଜୀବନ : ଏହି ମୂଳାଙ୍କର ଯେଉଁ ଲୋକ ଚାକିରି କରୁଛନ୍ତି ତାଙ୍କ ଦ୍ବାରା କାମରେ କିଛି ତ୍ରୁଟି ହୋଇଯାଇପାରେ ଓ ଏହା କ୍ୟାରୀଅରରେ ପ୍ରଗତିର ମାର୍ଗରେ ବାଧା ସୃଷ୍ଟି କରିପାରେ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ଯାହା ଫଳରେ ପ୍ରତିଦ୍ଵନ୍ଦୀମାନେ କଡ଼ା ଟକ୍କର ଦେବେ।

ସ୍ବାସ୍ଥ୍ୟ : ମୂଳାଙ୍କ 2ର ଲୋକଙ୍କୁ ନିଜର ସ୍ବାସ୍ଥ୍ୟ ଓ ଫିଟନେସ ଉପରେ ଧ୍ୟାନ ଦେବାକୁ ହେବ କାରଣ ଆପଣଙ୍କୁ ଥଣ୍ଡା କାଶ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ।

ଉପାୟ : ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3ର ଲୋକ ଏହି ସପ୍ତାହରେ କିଛି ସାହସୀ ନିଷ୍ପତି ନେବେ ଓ ଏହି ନିଷ୍ପତି ଆପଣଙ୍କର ହିତକୁ ବଢ଼ାଇବ। ଆପଣଙ୍କର ଆଗ୍ରହ ଏହି ଅବଧିରେ ଅଧ୍ୟାତ୍ମ ପ୍ରତି ରହିବ।

ପ୍ରେମ ଜୀବନ : ପ୍ରେମ ଜୀବନରେ ଏହି ମୂଳାଙ୍କର ଲୋକ ନିଜର ପାର୍ଟନର ସାମ୍ନାରେ ନିଜର ଭାବନା ପ୍ରକାଶ କରିବେ ଓ ପରସ୍ପର ସହିତ ନିଜର ବିଚାର ବାଣ୍ଟିବେ ଯାହା ଫଳରେ ଦୁହିଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ, ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ ଓ ଆପଣ ପଢ଼ାରେ ମନ ଲଗାଇ ପାରିବେ। ଏପରି ସ୍ଥିତିରେ, ଆପଣଙ୍କର ପ୍ରଦର୍ଶନ ଶିକ୍ଷା କ୍ଷେତ୍ରରେ ଭଲ ରହିବାର ସମ୍ଭାବନା ଅଛି।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ଦୃଷ୍ଟିରୁ ଏହି ସପ୍ତାହ ମୂଳାଙ୍କ 3ର ଲୋକଙ୍କ ଚାକିରିରେ ଏକ ନୂଆ ସୁଯୋଗ ଆଣିବ ଯାହା ଆପଣଙ୍କୁ ପ୍ରସନ୍ନ କରିବ। ଯଦି ଆପଣଙ୍କର ବ୍ୟବସାୟ ଅଛି ତେବେ ଆପଣ କୌଣସି ଦ୍ଵିତୀୟ ବ୍ୟବସାୟ ଆରମ୍ଭ କରିପାରିବେ ଯାହା ଆପଣଙ୍କୁ ଭଲ ଲାଭ ଦେବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କର ଶାରୀରିକ ଫିଟନେସ ରହିବ। ଏହି କାରଣରୁ ଆପଣଙ୍କ ଭିତରେ ଶକ୍ତି ଓ ଉତ୍ସାହ ରହିବ। ଆପଣ ନିଜର ସ୍ବାସ୍ଥ୍ୟକୁ ଉତ୍ତମ କରିପାରବେ।

ଉପାୟ - ପ୍ରତିଦିନ ଓଁ ବୃହସ୍ପତୟେ ନମଃ 21 ଥର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ମୂଳାଙ୍କ 4 ର ଲୋକ ଏହି ସପ୍ତାହରେ ଅସୁରକ୍ଷିତ ଭାବନାରେ ପୀଡ଼ିତ ହେବେ ଓ ଏହି କାରଣରୁ ଆପଣ ଜରୁରୀ ନିଷ୍ପତି ନେବାରେ ଅସମର୍ଥ ହେବ।

ପ୍ରେମ ଜୀବନ : ପ୍ରେମ ଜୀବନରେ ମୂଳାଙ୍କ 4ର ଲୋକଙ୍କର ପାର୍ଟନର ସହିତ ଯୁକ୍ତି ହୋଇପାରେ ଯାହା ଆପଣଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଯୋଗୁଁ ହୋଇପାରେ।

ଶିକ୍ଷା : ଏହି ମୂଳାଙ୍କର ଛାତ୍ର ଶିକ୍ଷା ସମ୍ବନ୍ଧରେ ଏକାଗ୍ରତାର ଅଭାବ ଅନୁଭବ କରବେ ଯେଉଁ କାରଣରୁ ପଢ଼ାରେ ମନ ଲଗାଇବା କଷ୍ଟକର ହେବ।

ବୃତ୍ତିଗତ ଜୀବନ : କ୍ୟାରୀଅର କ୍ଷେତ୍ରରେ କାମରେ କରାଯାଇଥିବା ପରିଶ୍ରମ ସତ୍ବେ ପରିଚିତ ନ ହେବା ଯୋଗୁଁ ଆପଣ ଦୁଃଖିତ ହୋଇପାରନ୍ତି।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁ ଲୋକ ବ୍ୟବସାୟ କରନ୍ତି ସମ୍ଭାବନା ଅଛି ଯେ ଆପଣଙ୍କ ଦ୍ବାରା କରାଯାଇଥିବା ଚୁକ୍ତିରେ ଆପଣ ଲାଭ ପାଇବେ ନାହିଁ କିମ୍ବା ବିଜନେସ ପାର୍ଟନର ସହ ସମସ୍ଯା ହୋଇପାରେ।

ସ୍ବାସ୍ଥ୍ୟ : ମୂଳାଙ୍କ 4ର ଲୋକଙ୍କୁ ଏହି ସପ୍ତାହରେ ହଜମ ଜନିତ ସମସ୍ଯା ହଇରାଣ କରିପାରେ ଓ ଏହି କାରଣରୁ ଆପଣଙ୍କୁ ଖାଦ୍ଯ ଠିକ ସମୟରେ କହିବ ଉଚିତ।

ଉପାୟ : ପ୍ରତିଦିନ ଓଁ ଦୁର୍ଗାଏ ନମଃ 22 ଥର ଜପ କରନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଚାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ 5 ର ଲୋକଙ୍କୁ ଜୀବନରେ ବିଭିନ୍ନ ଦିଗରେ ମିଳିବାକୁ ଥିବା ପରିଣାମ ଟିକେ ଦୁର୍ବଳ ହୋଇପାରେ। ଏହି ସମୟରେ ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଭାବ ଦେଖାଯାଇ ପାରେ ଓ ଆପଣଙ୍କୁ ବ୍ୟକ୍ତିଗତ ବିକାଶର ସମ୍ବନ୍ଧରେ ସମସ୍ଯାର ଅନୁଭବ ହୋଇପାରେ।

ପ୍ରେମ ଜୀବନ : ପ୍ରେମ ଜୀବନରେ ପାର୍ଟନର ସହିତ ସମ୍ପର୍କରେ ଆପଣଙ୍କୁ ପ୍ରେମର ଅଭାବ ଅନୁଭବ ହୋଇପାରେ। ଯେଉଁ କାରଣରୁ ଘରେ ଚାଲିଥିବା ବିବାଦ ଯୋଗୁଁ ପାରସ୍ପରିକ ବୁଝାମଣାରେ ଅଭାବ ହୋଇପାରେ। ଆପଣ ଦୁହିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଦୁର୍ବଳ ହୋଇପାରେ ଯାହାର ପ୍ରଭାବ ଆପଣଙ୍କର ପାର୍ଟନର ସହିତ ସମ୍ପର୍କ ଉପରେ ପଡ଼ିପାରେ।

ଶିକ୍ଷା : ଯେଉଁ ଛାତ୍ରମାନେ ଇଞ୍ଜିନିୟରିଂ ଓ ସଫ୍ଟୱେୟାର୍ ପରି ବିଷୟ ପଢ଼ୁଛନ୍ତି ତାଙ୍କର ପ୍ରଦର୍ଶନ ଏହି ସପ୍ତାହରେ ହ୍ରାସ ପାଇପାରେ। ସମ୍ଭାବନା ଅଛି ଯେ ଆପଣ ଏହି ସବଜେକ୍ଟରେ କୌଣସି ସ୍କିଲର ପ୍ରୟୋଗ ନ କରିପାରନ୍ତି। ଏପରି ସ୍ଥିତିରେ ଭଲ ପ୍ରଦର୍ଶନ କରି ଟପ ରେ ପହଞ୍ଚିବା ପାଇଁ ନିଜର ଶକ୍ତି ଓ ଦୁର୍ବଳତାକୁ ଜାଣିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : କ୍ୟାରୀଅରରେ ଆପଣ ସହକର୍ମୀ ଓ ବରିଷ୍ଠଙ୍କ ସହିତ କାମ ସମ୍ବନ୍ଧରେ କିଛି ସମସ୍ଯା ସାମ୍ନା କରିପାରନ୍ତି। ଏହାର ଫଳସ୍ଵରୂ[ ଆପଣଙ୍କର ହାତରୁ କାର୍ଯ୍ୟସ୍ଥଳରେ ନିଜର କ୍ଷମତା ଓ ଯୋଗ୍ୟତା ପ୍ରଦର୍ଶନ କରିବାର ସୁବର୍ଣ ସୁଯୋଗ ଖସିଯାଇପାରେ। ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି ଏହି ସମୟରେ ଭଲ ଫଳ ନ ପାଇପାରନ୍ତି।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ଚାପ ଯୋଗୁଁ ପାଦ ଓ ଅଣ୍ଟାରେ ଦରଜ ହୋଇପାରେ। ଆପଣଙ୍କୁ ଚାପ ମୁକ୍ତ ରହିବା ପାଇଁ ପରାମର୍ଶ ଦିଆଯାଇଛି ଓ ସାଙ୍ଗରେ ଯୋଗ କିମ୍ବା ଧ୍ୟାନ ଅଭ୍ଯାସ କରିବା ସାହାଜ୍ୟକାରି ହେବ।

ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 41 ଥର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6 ର ଲୋକ ନିଜର ଆନ୍ତରିକ ଶକ୍ତିକୁ ଜାଣିବାରେ ସକ୍ଷମ ହେବେ ଓ ଏହାର ସାହାଜ୍ୟରେ ଆପଣ ନିଜର ରଚନାତ୍ମକତାରେ ବୃଦ୍ଧି କରିପାରିବେ। ଏହା ଟପରେ ପହଞ୍ଚିବା ପାଇଁ ଆପଣଙ୍କର ମାର୍ଗଦର୍ଶନ କରିବ।

ପ୍ରେମ ଜୀବନ : ପ୍ରେମ ଜୀବନରେ ମୂଳାଙ୍କ 6ର ଲୋକ ନିଜର ପାର୍ଟନର ସହିତ ପାରସ୍ପରିକ ତାଳମେଳ ରଖିବାରେ ସକ୍ଷମ ହେବେ। ଜୀବନର ବଡ଼ ନିଷ୍ପତି ନେବାବେଳେ ଆପଣ ଓ ସାଥିର ଚିନ୍ତାଧାରା ଏକା ପରି ହେବ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଆପଣ ଉଚ୍ଚ ଶିକ୍ଷା ହାସଲ କରିବା ଦିଗରେ ଆଗେଇବେ। ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେବାରେ ସକ୍ଷମ ହେବେ। ଆପଣ ଦୁନିଆ ଆଗରେ ନିଜର ସ୍କିଲ ଏପରି ପ୍ରଦର୍ଶନ କରିବେ ଯେପରି ଆପଣ ପଢ଼ାରେ ଟପ କରିବେ।

ବୃତ୍ତିଗତ ଜୀବନ : ଏହି ସପ୍ତାହ ମୂଳାଙ୍କ 6ର ଲୋକଙ୍କ ଚାକିରି ପାଇଁ ଏକ ନୂଆ ସୁଯୋଗ ଆଣିବ। ଯେଉଁ ଲୋକ ନିଜର ବ୍ୟବସାୟ କରନ୍ତି, ସେମାନେ ନିଜର ବ୍ୟବସାୟରେ ସୁଧାର କରିବା ସହିତ ଭଲ ଲାଭ କରିପାରିବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 6ର ଲୋକ ଆତ୍ମବିଶ୍ବାସରେ ଭରପୁର ରହିବେ ଓ ଶକ୍ତିଶାଳୀ ରହିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁସାରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣଙ୍କର କୌଣସି ପ୍ରକାରର ସମସ୍ଯା ହେବ ନାହିଁ। ଆପଣ ସାହାସ ସାହସୀ ହେବେ।

ଉପାୟ : ପ୍ରତିଦିନ ଓଁ ଶୁକ୍ରାୟ ନମଃ 33 ଥର ଜପ କରନ୍ତୁ ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7ର ଲୋକ ଅସୁରକ୍ଷିତ ଅନୁଭବ କରିପାରନ୍ତି ଓ ଆପଣଙ୍କର ବ୍ଯକ୍ତିତ୍ବରେ ଆକର୍ଷଣର ଅଭାବ ରହିବ। ଆପଣ ନିଜର ଭବିଷ୍ୟ ଓ ପ୍ରଗତିକୁ ନେଇ ନିଜକୁ ପ୍ରଶ୍ନ କରିପାରନ୍ତି ଓ ଏହାର ପରିଣାମସ୍ବରୂପ ଏହି ସବୁ ବଧ ଯୋଗୁଁ ଆପଣ ସ୍ଥିରତା ପାଇବାରେ ଅସଫଳ ରହିବେ।

ପ୍ରେମ ଜୀବନ : ଏହି ସପ୍ତାହ ଆପଣ ପରିବାରରେ ଉତ୍ପନ୍ନ ହେଉଥିବା ସମସ୍ଯା ଯୋଗୁଁ ପାର୍ଟନର ଅହିତ ସମ୍ପର୍କର ଆନନ୍ଦ ନେଇପାରିବେ ନାହିଁ। ଯାହା ଫଳରେ ସମ୍ପର୍କରେ ଖୁସି ପ୍ରଭାବିତ ହେବ।

ଶିକ୍ଷା : ଶିକ୍ଷ୍ୟ ବିଷୟରେ କହିବାକୁ ଗଲେ ଏହି ଲୋକଙ୍କୁ ମନ ଲଗାଇ ପଢ଼ିବା ଉଚିତ ଓ ଭଲ ଅଙ୍କ ହାସଲ କରିବାରେ ସମସ୍ଯା ହୋଇପାରେ। ଶିକ୍ଷା ସମ୍ବନ୍ଧରେ ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ରହିବ ଓ ଆପଣ ଭଲ ଅଙ୍କ ପାଇବାରେ ପଛରେ ରହି ପାରନ୍ତି।

ବୃତ୍ତିଗତ ଜୀବନ : ମୂଳାଙ୍କ 7ର ଲୋକ ନୂଆ ନୂଆ ଜିନ୍ସ ଶିଖିବେ ଓ ସାଙ୍ଗରେ ଆପଣଙ୍କୁ କାମରେ ପରିଚୟ ମିଳିବ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡ଼ିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ କୁହାଯାଇଛି।

ସ୍ବାସ୍ଥ୍ୟ : ଏହି ମୂଳାଙ୍କର ଲୋକଙ୍କୁ କୌଣସି ଏଲାର୍ଜି ହୋଇପାରେ ଯାହା ଫଳରେ ଚର୍ମ ସହିତ ଜଡ଼ିତ ସମସ୍ଯା ହୋଇପାରେ ସେଥିପାଇଁ ଭଲ ସ୍ବାସ୍ଥ୍ୟ ପାଇଁ ଆପଣଙ୍କୁ ସମୟରେ ଖାଇବା ଉଚିତ।

ଉପାୟ : ପ୍ରତିଦିନ ଓଁ କେତବେ ନମଃ 41 ଥର ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ମୂଳାଙ୍କ 8ର ଲୋକଙ୍କୁ ଯାତ୍ରା ସମୟରେ କୌଣସି ମୁଲ୍ୟବାନ ଜିନ୍ସ ହରାଇବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ। ଏହି ଲୋକଙ୍କୁ ଟପରେ ପହଞ୍ଚିବାକୁ ଏହି ସପ୍ତାହରେ ଏକ ବ୍ୟବସ୍ଥିତ ଯୋଜନା କରିବା ପାଇଁ ପଡ଼ିବ। ଏହା ବ୍ୟତୀତ ମୂଳାଙ୍କ 8 ର ଲୋକ ଏହି ଅବଧିରେ ମହତ୍ୱପୂର୍ଣ ନିଷ୍ପତି ନେବାରୁ ଦୂରେଇ ରହିବା ଉଚିତ କାରଣ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ପ୍ରେମ ଜୀବନ : ଏହି ସପ୍ତାହ ଆପଣ ଘରେ ଚାଲିଥିବା ମାମଲାକୁ ନେଇ ଚିନ୍ତିତ ରହିବେ। ସମ୍ପତି ପାଇଁ ବିବାଦ ହୋଇପାରେ। କେବଳ ଏତିକି ନୁହେଁ ଏହି ଲୋକଙ୍କୁ ନିଜର ବନ୍ଧୁଙ୍କ ପାଇଁ ପାର୍ଟନର ସହିତ ସମ୍ପର୍କ ମଧୁର ରଖିବା କଷ୍ଟକର ହୋଇପାରେ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 8ର ଛାତ୍ରଙ୍କୁ ଧର୍ଯ୍ୟ ରଖିବା ସହିତ ଦୃଢ଼ ରହିବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଆପଣ ଭଲ ଅଙ୍କ ପାଇବେ।

ବୃତ୍ତିଗତ ଜୀବନ : ଏହ ମୂଳାଙ୍କର ଚାକିରି କରିଥିବା ଲୋକଙ୍କୁ କାମରେ ପରିଶ୍ରମ କରିବା ପରେ ପରିଚୟ ମିଳିବାର ସମ୍ଭାବନା ନାହିଁ ଓ ଏହି କଥା ଆପଣଙ୍କୁ ଚିନ୍ତିତ କରିପାରେ।

ସ୍ବାସ୍ଥ୍ୟ : ଏହି ଲୋକଙ୍କୁ ଚାପ ଯୋଗୁଁ ପାଦ ଓ ଗଣ୍ଠିରେ ଦରଜ ହୋଇପାରେ କାରଣ ଚାପ ଆପଣଙ୍କ ଉପରେ ଅଧିକ ହୋଇପାରେ। ଏହା ଆପଣଙ୍କର ଅସନ୍ତୁଳିତ ଖାଇବା ପିଇବା ଯୋଗୁଁ ହୋଇପାରେ।

ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9ର ଲୋକ ସାହସୀ ନିଷ୍ପତି ନେଉଥିବାର ଦେଖାଯିବେ ଯାହା ଏମାନଙ୍କ ପାଇଁ ଫଳଦାୟୀ ହେବ। ଏହି ଲୋକଙ୍କ ମଧ୍ୟରେ ପ୍ରତ୍ଯେକ ଗୁଣ ରହିବ ଓ ଜୀବନରେ ଏହାକୁ ଥିଲକ ଉପାୟରେ ବ୍ୟବହାର କରୁଥିବାର ମଧ୍ୟ ଦେଖାଯିବେ। ଏହି ସମୟ ଆପଣଙ୍କୁ ଦୃଢ଼ କରିବାରେ ଓ ବ୍ୟକ୍ତିଗତ ରୂପରେ ବିକଶିତ ହେବାରେ ସାହାଜ୍ୟ କରିବ।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ ସମ୍ପର୍କରେ ସିଦ୍ଧାନ୍ତର ପାଳନ କରିବେ ଓ ପାର୍ଟନର ପ୍ରତି ଆପଣଙ୍କର ବ୍ୟବହାର ସମ୍ମାନଜଣକ ରହିବ। ଏହାର ପରିଣାମସ୍ବରୂପ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଏହି ସପ୍ତାହଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ମୂଳାଙ୍କର ଛାତ୍ର ମ୍ଯାନେଜମେନ୍ଟ, ଏଲେକ୍ଟ୍ରୋନିକାଲ ଇଞ୍ଜିନିୟରିଂ ଓ କେମିକ୍ଯାଲ ଇଞ୍ଜିନିୟରିଂ ପରି ବିଷୟରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ : କ୍ୟାରୀଅର କ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଆପଣ ଭଲ କାମ ପାଇଁ ପରିଚିତ ହେବେ। ଏହି ପ୍ରଶଂସା ଆପଣଙ୍କୁ ପ୍ରୋମୋସନ ରୂପରେ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଯେଉଁ ଲୋକ ବ୍ୟବସାୟ କରୁଛନ୍ତି ତାଙ୍କୁ ସେଥିରେ ଭଲ ଲାଭ ମିଳିବ ଓ ପ୍ରତିଦ୍ଵନ୍ଦୀଙ୍କ ନଜରେ ମାନ ସାମ୍ନାନ ମଧ୍ୟ ମିଳିବାର ସୁଯୋଗ ମିଳିବ।

ସ୍ବାସ୍ଥ୍ୟ : ମୂଳାଙ୍କ 9ର ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ ଯେଉଁ କାରଣରୁ ଆପଣଙ୍କ ଭିତରେ ଉତ୍ସାହ ରହିବ। ଏହି ସମୟରେ ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ : ପ୍ରତିଦିନ ଓଁ ଭୂମି ପୁତ୍ରାୟ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ ଜ୍ଯୋତିଷ କିପରି ଦେଖନ୍ତି?

ଅଙ୍କ ଜ୍ଯୋତିଷରେ ଭବିଷ୍ୟବାଣୀ କରିବା ପାଇଁ ଅନେକ ପ୍ରକାରର ସଂଖ୍ୟା, ଉପାୟ ଓ ଗଣନାର ବିଶ୍ଳେଷଣ କରାଯାଏ ଯେପରି ଜନ୍ମ ତିଥି, କର୍ମ ସଂଖ୍ୟା, ଜୀବନ ପଥ ସଂଖ୍ୟା ଇତ୍ୟାଦି।

2. ନିଜର ଅଙ୍କ ଜ୍ଯୋତିଷ ନମ୍ବର କିପରି ଜାଣିବେ?

ମୂଳାଙ୍କ ଓ ଭାଗ୍ୟାଙ୍କକୁ ବାହାର କରିବା ବହୁତ ସହଜ ଓ ଏହା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜର ଜନ୍ମ ତିଥି, ମାସ ଓ ବର୍ଷକୁ ଲେଖି ଯୋଡ଼ିବାକୁ ପଡ଼ିବ। ଯେଉଁ ଅଙ୍କ ଆସିବ ତାହା ଆପଣଙ୍କର ଭାଗ୍ୟାଙ୍କ।

3. ମୂଳାଙ୍କ6 ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷ ଅନୁସାରେ ମୂଳାଙ୍କ 6 ର ସ୍ବାମୀ ହେଉଛନ୍ତି ଗ୍ରହ ଶୁକ୍ର ଦେବ।

Talk to Astrologer Chat with Astrologer