ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (10 ନଭେମ୍ବରରୁ 16 ନଭେମ୍ବର)

Author: Monica Rajguru | Updated Wed, 30 Oct 2024 01:46 PM IST

ନଭେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 10 ନଭେମ୍ବରରୁ 16 ନଭେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 10 ନଭେମ୍ବରରୁ 16 ନଭେମ୍ବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1ର ଲୋକ ସମାୟାନୁବର୍ତ୍ତୀ ହୋଇଥାନ୍ତି ଓ ତାଙ୍କର ଏହି ଅଭ୍ଯାସ ତାଙ୍କର ଦୈନନ୍ଦିନ ଜୀବନରେ ପାଳନ କରନ୍ତି। ତାଙ୍କୁ କୌଣସି କାମରେ ଡେରି କରିବା ପସନ୍ଦ ନୁହେଁ। ସାଙ୍ଗରେ ତାଙ୍କ ଭିତରେ ନେତୃତ୍ବ ଗୁଣ ମଧ୍ୟ ଥାଏ।

ପ୍ରେମ ଜୀବନ: ମୂଳାଙ୍କ 1ର ଲୋକ ନିଜର ପ୍ରେମ ଜୀବନରେ ପାର୍ଟନର ସହିତ ମଧୁର ଓ ସଚ୍ଛୟତ ରୁହନ୍ତି ସେଠୀପାଇଁ ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଏହି ମୂଳାଙ୍କର ଛାତ୍ର ଓକିଲାତି, ମାନଗେମନେଟ ଓ ଲିଟାରେଚର ଇତ୍ୟାଦି ବିଷୟରେ ଭଲ ପ୍ରଦର୍ଶନ କରିବେ ଓ ନିଜର ସାଥୀ ଛାତ୍ରଙ୍କୁ ଟକ୍କର ଦେବାରେ ସଫଳ ହେବେ।

ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ ମୂଳାଙ୍କ 1 ର ଚାକିରି କରିଥିବା ଲୋକ କଷ୍ଟ କାମକୁ ସହଜରେ ସାରିବାରେ ସକ୍ଷମ ହେବେ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଏହି ସମୟରେ ଏକ୍ ରୁ ଅଧିକ ବ୍ୟବସାୟ କରିବା ସହିତ ଅଧିକ ଲାଭ ରୋଜଗାର କରିବାରେ ସମର୍ଥ ହେବେ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 1ର ଲୋକ ଏହି ସପ୍ତାହରେ ଫିଟ ନଜର ଆସିବେ ଯାହାର କାରଣ ଆପଣଙ୍କର ଦୃଢ଼ ଇଚ୍ଛାଶକ୍ତି ହେବ ଓ ଏହି ସମୟରେ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବା ନାହିଁ।

ଉପାୟ- ପ୍ରତିଦିନ ଓଁ ଭାସ୍କରାୟ ନମଃ 19 ଥର ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳାଙ୍କ 2ର ଲୋକଙ୍କୁ ବୁଲିବା ପସନ୍ଦ ଓ ଏହି ଲୋକ ଏହାକୁ ନିଜର ସୌକ ଭାବରେ ଦେଖନ୍ତି। ସାଙ୍ଗରେ ଏହି ଲୋକଙ୍କୁ ଖାଇବା ପିଇବାର ପସନ୍ଦ ଓ ଏମାନେ ଏକ ଆରାମଦାୟକ ଜୀବନ ଚାହାନ୍ତି।

ପ୍ରେମ ଜୀବନ : ମୂଳାଙ୍କ 2 ଥିବା ଲୋକମାନଙ୍କର ଘର ପରିବାରେ ଚାଲିଥିବା ବିବାଦ ଯୋଗୁଁ ସମ୍ପର୍କରେ ସାଥି ସହିତ ଖୁସି ରହିବାରେ ଅସଫଳ ହେବେ। ଏପରି ସ୍ଥିତିରେ ସମ୍ପର୍କରେ ଖୁସି ରଖିବା ପାଇଁ ପାରସ୍ପରିକ ବୁଝାମଣା ଆବଶ୍ୟକ ହେବ।

ଶିକ୍ଷା : ଏହି ମୂଳାଙ୍କର ଛାତ୍ର ପଢ଼ାରେ ଭଲ ପ୍ରଦର୍ଶନ କରିବାରେ ପଛେଇ ଯାଇ ପାରନ୍ତି। ଧ୍ୟାନ ଦେବାରେ ସମସ୍ଯା ହୋଇପାରେ। ଏହା ପଢ଼ାରେ ବାଧା ଦେଇପାରେ। ଆପଣଙ୍କ ପାଇଁ ଭଲ ହେବ ଏହୋ ସମୟରେ ଶିକ୍ଷା ସହିତ ଜଡ଼ିତ ମହତ୍ୱପୂର୍ଣ ନିଷ୍ପତି ନେବାରୁ ଦୂରେଇ ରୁହନ୍ତୁ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କ ଉପରେ କାମର ଚାପ ଅଧିକ ରହିବ ଯେଉଁଥିପାଇଁ ଆପଣ କାମରେ ଭୁଲ କରିପାରନ୍ତି।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ପରିସ୍ଥିତିରୁ ଦୂରେଇ ରହିବା ପାଇଁ ଆପଣଙ୍କୁ ଧ୍ୟାନ ଦେଇ କାମ କରିବାକୁ ପଡ଼ିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ବିଜନେସରେ ପାର୍ଟନର ସହିତ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 2ର ଲୋକଙ୍କ ପାଇଁ ଏହି ସପ୍ତାହ ଅଧିକ ଭଲ ରହିବ ନାହିଁ କାରଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିବ। ଏପରି ସ୍ଥିତିରେ ଆପଣଙ୍କ ପାଇଁ ଧ୍ୟାନ ଓ ଯୋଗ କରିବା ଭଲ ହେବ।

ଉପାୟ : ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କ ପାଇଁ ପୂଜା କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3 ର ଲୋକ ଅଧିକାଂଶ ସମୟରେ ଖୋଲା ମାନଭାବର ହୋଇଥାନ୍ତି ଓ ସେମାନେ ନିଜର ଜୀବନରେ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରନ୍ତି। ଏହି ଲୋକଙ୍କର ସ୍ଵଭାବ ଧାର୍ମିକ ଓ ସଚ୍ଚୋଟ ରହିଥାଏ। ସାମାନ୍ଯ ଭାବରେ ଏହି ମୂଳାଙ୍କର ଲୋକ ତୀର୍ଥସ୍ଥଳ ଯାତ୍ରା କରିବାକୁ ପସନ୍ଦ କରନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନରେ ମୂଳାଙ୍କ 3 ର ଲୋକ ସାଥୀ ପ୍ରତି ସଚ୍ଚୋଟ ରୁହନ୍ତି ଓ ତାଙ୍କର ବ୍ୟବହାର ସମ୍ପର୍କରେ ଖୁସି ଏବଂ ପ୍ରେମ ରଖିବାରେ ସାହାଜ୍ୟ କରେ। ସେଥିପାଇଁ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଏହି ମୂଳାଙ୍କର ଛାତ୍ର ବୃତ୍ତିଗତ ଭାବରେ ପଢ଼ୁଥିବାର ଦେଖାଯିବେ। ଏହାର ପରିଣାମସ୍ବରୂପ, ଆପଣ ଶିକ୍ଷାରେ ଭଲ ଅଙ୍କ ହାସଲ କରିବାରେ ସକ୍ଷମ ହେବେ। ସାଙ୍ଗରେ ଆପଣ ନିଜର ଯୋଗ୍ୟତାର ପ୍ରଦର୍ଶନ କରିପାରିବେ।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ବିଷୟରେ କହିଲେ ମୂଳାଙ୍କ 3 ର ଚାକିରି କରିଥିବା ଲୋକ କାର୍ଯ୍ୟକ୍ଷେତ୍ରରେ ଶାନ୍ତ ମନରେ କାମ କରି କଷ୍ଟକର କାମକୁ ଉତ୍କୃଷ୍ଟତା ସହିତ କରିବାରେ ସକ୍ଷମ ହେବେ। ଯେଉଁ ଲୋକ ବ୍ୟବସାୟ କରନ୍ତି ସେମାନେ ବିଜନେସରେ ନିଜର ଯୋଜନା ଯୋଗୁଁ ଭଲ ଲାଭ କରିବାରେ ସଫଳ ହେବେ।

ସ୍ବାସ୍ଥ୍ୟ : ମୂଳାଙ୍କ 3 ର ଲୋକଙ୍କର ଏହି ସପ୍ତାହରେ ସନ୍ତୁଳିତ ଖାଦ୍ଯ କହିବା ଯୋଗୁଁ ଭଲ ସ୍ବାସ୍ଥ୍ୟରେ ରହିବେ। ଏହି ସମୟରେ ଆପଣ ସମୟରେ ଭୋଜନ କରିବେ ଯାହାର ସିଧାସଳଖ ପ୍ରଭାବ ଆପଣଙ୍କର ଫିଟନେସ ଉପରେ ପଡ଼ିବ।

ଉପାୟ : ପ୍ରତିଦିନ ଓଁ ଗୁରବେ ନାହମ 21 ଥର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ମୂଳାଙ୍କ 4ରେ ଜନ୍ମ ହୋଇଥିବା ଲୋକ ଯଦି କୌଣସି ଜିନ୍ସ କିମ୍ବା କ୍ଷେତ୍ର ପ୍ରତି ଆକର୍ଷିତ ହୋଇଥାନ୍ତି ତାକୁ ସେମାନେ ନିଜ ଜୀବନର ଏକ ଭାଗ କରିଦିଅନ୍ତି। ଏହି ଲୋକ ନିଜର ଜୀବନରେ ଘଟିଥିବା ଘଟଣା ଦ୍ବାରା ମୋଟିଭେଟ ହୋଇ ନିଜ ପାଇଁ ଉଚ୍ଚ ଲକ୍ଷ ନିର୍ଦ୍ଧାରିତ କରନ୍ତି। ସାଙ୍ଗରେ, ଏହି ଲକ୍ଷକୁ ହାସଲ କରିବା ପାଇଁ ଆଗକୁ ବଢ଼ନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ, ମୂଳାଙ୍କ 4ର ଲୋକଙ୍କର ସମ୍ପର୍କ ପାର୍ଟନର ସହିତ ପ୍ରେମ ଏବଂ ରୋମାନେରେ ଭରପୁର ରହିବ ଓ ଏପରି ସ୍ଥିତିରେ ଆପଣ ଦୁହିଁକର ସମ୍ପର୍କ ବହୁର ଦୃଢ଼ ହେବ। ଏହି ସମୟରେ ସାଥୀ ପାଇଁ ଆପଣଙ୍କର ମନରେ ପ୍ରେମ ଓ ଆକର୍ଷଣ ବୃଦ୍ଧି ହେବ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 4 ର ଛାତ୍ର ଭଲ ଅଙ୍କ ପ୍ରାପ୍ତ କରିବାରେ ସକ୍ଷମ ହେବେ। ଯିଏ ବୃତ୍ତିଗତ ପାଠ କରୁଛନ୍ତି ସେମାନେ ଶିକ୍ଷାରେ ଶୀର୍ଷରେ ପହଞ୍ଚିବା ସହିତ ଆଗକୁ ବଢ଼ିବାରେ ସଫଳ ହୋଇପାରିବେ।

ବୃତ୍ତିଗତ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ମୂଳାଙ୍କର ଯେଉଁ ଲୋକ ଚାକିରି କରନ୍ତି ସେମାନେ ନିଜର ସ୍କିଲକୁ ବଢ଼ାଇବାରେ ସକ୍ଷମ ହେବେ ଓ ଏପରି ସ୍ଥିତିରେ ଆପଣଙ୍କୁ କାର୍ଯ୍ୟରେ କରିଥିବା ପରିଶ୍ରମ ପାଇଁ ସମର୍ଥନ ପ୍ରାପ୍ତ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ସମୟରେ ଭଲ ଲାଭ କରିବା ସ୍ଥିତିରେ ରହିବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ମୂଳାଙ୍କ 4 ର ଲୋକ ନିଜର ଉତ୍ସାହ ବଳରେ ନିଜର ସ୍ବାସ୍ଥ୍ୟକୁ ଭଲ ରଖିପାରିବେ। ଏହି ଲୋକଙ୍କୁ ଛୋଟ ଛୋଟ ସ୍ବାସ୍ଥ୍ୟ ସମସ୍ଯା ଯେପରି ପେଟ ଦରଜ ଓ ହଜମ ଜନିତ ସମସ୍ଯା ହୋଇପାରେ।

ଉପାୟ : ପ୍ରତିଦିନ ଓଁ ଦୁର୍ଗାୟ ନମଃ 22 ଥର ଜପ କରନ୍ତୁ ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁଯାୟୀ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ 5ର ଲୋକନଙ୍କର ସେନ୍ସ ଅଫ ହ୍ୟୁମର ବହୁତଭଲ ହୋଇଥାଏ। ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏହି ଲୋକଙ୍କର ଚିନ୍ତାଧାରା ଯୁକ୍ତିଯୁକ୍ତ ରହିଥାଏ ଯାହାର ପ୍ରମାଣ ସେମାନଙ୍କର କାମରେ ମଧ୍ୟ ଦେଖାଯାଏ। ଏମାନଙ୍କର ଆଗ୍ରହ ବ୍ୟବସାୟରେ ମଧ୍ୟ ହୋଇଥାଏ।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ ଏହି ସପ୍ତାହରେ ଆପଣଙ୍କର ପାର୍ଟନର ସହିତ ସମ୍ପର୍କ ମଧୁର ନ ରହିବାର ଆଶଙ୍କା ଅଛି ଯାହା ଫଳରେ ଆପଣ ଦୁହିଙ୍କ ମଧ୍ୟରେ ପାରସ୍ପରିକ ତାଳମେଳର ଅଭାବ ରହିପାରେ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 5 ର ଛାତ୍ରଙ୍କୁ ପଢ଼ାରେ ବାଧା ଅନୁଭବ ହେବ କାରଣ ଆପଣ ଧ୍ୟାନ ଦେବାକୁ ସକ୍ଷମ ହେବେ ନାହିଁ। ଆପଣଙ୍କୁ ପଢ଼ାରେ ଧ୍ୟାନ ଦେବା ଆବଶ୍ୟକ। ସାଙ୍ଗରେମ୍ ଏହି ସମୟରେ ଆପଣଙ୍କୁ ଶିକ୍ଷା ସହିତ ଜଡ଼ିତ ମହତ୍ୱପୂର୍ଣ ନିଷ୍ପତି ନେବାରୁ ଦୂରେଇ ରହିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନକୁ ଦେଖିଲେ ଏହି ଲୋକଙ୍କୁ କାମରେ ଆଗ୍ରହ ନ ରହିବା ଯୋଗୁଁ ଏମାନେ ଚାକିରିରେ ଖରାପ ପ୍ରଦର୍ଶନ କରିପାରନ୍ତି ଯେଉଁଥିପାଇଁ ସଫଳତା ନ ମିଳିବାର ଆଶଙ୍କା ଅଛି। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣଙ୍କୁ ବେପରୁଆ ହେବା ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ।

ସ୍ବାସ୍ଥ୍ୟ : ମୂଳାଙ୍କ 5ର ଲୋକଙ୍କୁ ଚର୍ମ ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଯାହା ଆପଣଙ୍କର ଦରୁବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ। ସମୟରେ ନ ଖାଇବା ମଧ୍ୟ ଏକ କାରଣ ହୋଇପାରେ। ଏପରି ସ୍ଥିତିରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ।

ଉପାୟ : ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6 ରେ ଜନ୍ମ ହୋଇଥିବା ଲୋକଙ୍କର ଆଗ୍ରହ ଆର୍ଟସ ଓ ସାହିତ୍ୟରେ ଥାଏ। ଏହି ଲୋକଙ୍କୁ ଲମ୍ବା ଯାତ୍ରା କରିବାରେ ମଧ୍ୟ ଆଗ୍ରହ ଥାଏ। ଏମାନେ ଗୁଢ଼ ବିଜ୍ଞାନରେ ସଫଳତା ହାସଲ କରନ୍ତି।

ପ୍ରେମ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସମ୍ଭାବନା ଅଛି ଯେ ମୂଳାଙ୍କ 6 ର ଲୋକ ନିଜର ପାର୍ଟନର ସହିତ ଖୁସି ରହିବାରେ ଅସଫଳ ହୋଇପାରନ୍ତି। ଏହା ଏଥିପାଇଁ ହେବ କାରଣ ଆପଣଙ୍କର ମନରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇପାରେ ଓ ଆପଣଙ୍କୁ ଏଥିରୁ ଦୂରେଇ ରହିବା ପାଇଁ ପଡ଼ିବ।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଏହି ଛାତ୍ରଙ୍କୁ ବହୁତ ମନ ଲଗାଇ ପଢ଼ିବାକୁ ପଡ଼ିବ କାରଣ ଏହି ସମୟରେ ଶିକ୍ଷାରେ ଆପଣଙ୍କର ଦୁର୍ବଳ ପ୍ରଦର୍ଶନ ରହିବ। ଏପରି ସ୍ଥିତିରେ ଆପଣଙ୍କ ପାଇଁ ଏକାଗ୍ର ହୋଇ ଓ ଦୃଢ଼ ହୋଇ ପଢ଼ିବା ଆବଶ୍ୟକ ହେବ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି ତେବେ ଏହି ସପ୍ତାହରେ କାମର ଚାପ ରହିବାର ସମ୍ଭାବନା ଅଛି। ସାଙ୍ଗରେ ଏହି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସହିତ ଯୁକ୍ତି ହୋଇପାରେ ସେଠୀପାଇଁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡ଼ିବ । ବରିଷ୍ଠଙ୍କ ଦୃଷ୍ଟିରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାର ଆବଶ୍ୟକତା ରହିବ। ଅନ୍ୟ ପଟେ ଯେଉଁ ଲୋକଙ୍କର ବ୍ୟବସାୟ ଅଛି ତାଙ୍କୁ ବିଜନେସକୁ ଠିକ ବାଟରେ ନେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 6ର ଲୋକଙ୍କୁ ଏହି ସପ୍ତାହରେ କୁଣ୍ଡିଆ ପରି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଏପରି ସ୍ଥିତିରେ, ଆପଣଙ୍କୁ ତେଲିଆ ଓ ଭଜା ଖାଇବା ଠାରୁ ଦୂରେଇ ରହିବାକୁ ପଡ଼ିବ ତେବେ ଯାଇ ସ୍ବାସ୍ଥ୍ୟ ଉତ୍ତମ ରହିବ।

ଉପାୟ : ପ୍ରତିଦିନ ଓଁ ଶୁକ୍ରାୟ ନମଃ 33 ଥର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7 ର ଲୋକ ନିଜର ଜୀବନରେ ସତୁଷ୍ଟ ରହିବା ପାଇଁ ଧାର୍ମିକ ତୀର୍ଥ ସ୍ଥଳକୁ ଯାତ୍ରା କରିପାରନ୍ତି। ଏହି ଲୋକ ଆଧ୍ୟାତ୍ମିକ ପ୍ରଗତି ଓ ଆନ୍ତରିକ ଶାନ୍ତି ଖୋଜିବେ।

ପ୍ରେମ ଜୀବନ : ମୂଳାଙ୍କ 7 ର ଲୋକଙ୍କୁ ଏହି ସପ୍ତାହରେ ସାଥୀ ସହିତ ସମ୍ପର୍କରେ ଧର୍ଯ୍ୟ ରଖିବାକୁ ପଡ଼ିବ କାରଣ ଘର ପରିବାରରେ ଚାପପୂର୍ଣ ସ୍ଥିତି ସୃଷ୍ଟି ହୋଇପାରେ ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଏହି ମୂଳାଙ୍କର ଛାତ୍ରଙ୍କୁ ପୂର୍ବ ଅପେକ୍ଷା ପଢ଼ାରେ ଅଧିକ ସମୟ ଦେବାକୁ ପଡ଼ିବ। କାରଣ ଆଓନ ସିଡିଉଲରୁ ପଛରେ ରହିଯାଇ ପାରନ୍ତି ଓ ଆପଣଙ୍କୁ ପଢ଼ାରେ ବାଧା ସାମ୍ନା କରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : ମୂଳାଙ୍କ 7 ର ଚାକିରି କରିଥିବା ଲୋକଙ୍କର ଖ୍ଯାତିରେ ଅଭାବ ଦେଖିବାକୁ ମିଳିପାରେ ଯାହା ଆପଣଙ୍କର ବେପରୁଆ ହେବା ଯୋଗୁଁ ହେବ। ଏପରି ସ୍ଥିତିରେ ଆପଣଙ୍କ ଦ୍ବାରା କାମରେ କିଛି ଭୁଲ ହୋଇପାରେ। ଯେଉଁ ଲୋକଙ୍କର ବ୍ୟବସାୟ ଅଛି, ତାଙ୍କୁ ନିଜର ପାର୍ଟନର ପ୍ରତି ବହୁତ ସାବଧାନ ରହିବାକୁ ପଡ଼ିବ କାରଣ ସେ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରନ୍ତି।

ସ୍ବାସ୍ଥ୍ୟ : ଏହି ସପ୍ତାହ ଏହି ଲୋକଙ୍କର ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଆଣିବ। ଏହାର ଫଳସ୍ଵରୂପ ଆପଣଙ୍କୁ ସନବର୍ନ ଓ ଦରଜ ପରି ସମସ୍ଯା ଘେରି ରହିପାରେ। ଏହି ରୋଗ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ।

ଉପାୟ - ପ୍ରତିଦିନ ଓଁ ଗଂ ଗଣପତୟେ ନମଃ 43 ଥର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ମୂଳାଙ୍କ 8 ର ଲୋକମାନେ କାର୍ଯ୍ୟ ପ୍ରତି ବହୁତ ନିଷ୍ଠା ରଖନ୍ତି ଓ ସତର୍କ ରୁହନ୍ତି ଓ ନିଜର କାମ ସାରିବା ପରେ ହି ନିଶ୍ବାସ ନିଅନ୍ତି। ଏହି ସପ୍ତାହ ଏହି ଲୋକ ନିଜର କାମରେ ବହୁତ ବ୍ୟସ୍ତ ରହିପରନ୍ତି ଓ ଏପରି ସ୍ଥିତିରେ ସମ୍ପୂର୍ଣ ଧ୍ୟାନ କାମ ଉପରେ କେନ୍ଦ୍ରିତ କରି ପାରନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନକୁ ଦେଖିଲେ ଏହି ଲୋକଙ୍କର ସମ୍ପର୍କରେ ସୁଖ ହଜି ଯିବ ଓ ଏହାର ଫଳସ୍ବରୂପ ଆପଣଙ୍କୁ ପାର୍ଟନରକୁ ପ୍ରସନ୍ନ କରିବା କଷ୍ଟକର ହେବ। ଏପରି ସ୍ଥିତିରେ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦିଅଯାଇଛି।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 8ର ଛାତ୍ରଙ୍କ ମନ ପଢ଼ାରେ ଲାଗିବ ନାହିଁ। ଯୋଜନା ନ ପ୍ରତୁସ୍ତ କରିବା କାରଣରୁ ଏପରି ହୋଇପାରେ। ଆପଣଙ୍କୁ ଠିକ୍ ସମୟରେ ଯୋଜନା ପ୍ରସ୍ତୁତ କରି ଚାଲିବା ଅଧିକ ଆବଶ୍ୟକ। ବର୍ତ୍ତମାନ ଶିକ୍ଷ୍ୟା ସହିତ ଜଡ଼ିତ ବଡ଼ ନିଷ୍ପତି ନିଅନ୍ତୁ ନାହିଁ।

ବୃତ୍ତିଗତ ଜୀବନ : ଯେଉଁ ଲୋକ ଚାକିରି କରନ୍ତି, ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ କାମ ଦିଆଯିବ ଯାହା ଫଳରେ ଆପଣଙ୍କୁ ହାଲିଆ ଅନୁଭବ ହେବ। ଏପରି ସ୍ଥିତିରେ ଏହି ସବୁ କାମ ସମୟରେ ସରୁବାରେ ଅସଫ୍ଲ ରାହିବେ। ଅନ୍ୟ ପଟେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ବିରୋଧୀଙ୍କ ଠାରୁ ଟକ୍କର ମିଳିପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ,ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ,ଏହି ଲୋକ ଚାପ ଯୋଗୁଁ ପାଦରେ ସମସ୍ୟା ଦ୍ବାରା ଚିନ୍ତିତ ରହିପାରାନ୍ତି। ଏପରି ସ୍ଥିତିରେ ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟର ସମ୍ପୂର୍ଣ ଯତ୍ନ ନେବାକୁ ପଡ଼ିବ।

ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9 ର ଲୋକ ସମୟର ମହତ୍ଵ ବୁଝାନ୍ତି ଓ ନିଜର କାର୍ଯ୍ୟକୁ ଭଲ ଭଲ କରିବା ପାଇଁ ଠିକ ଦିଗରେ ଯାଆନ୍ତି। ଏହି ଲୋକଙ୍କୁ କାର୍ଯ୍ୟ ସମ୍ଭାଳିବାର କ୍ଷମତା ଅଛି ଯାହା ଏମାନଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ।

ପ୍ରେମ ଜୀବନ : ଏହି ମୂଳାଙ୍କର ଲୋକ ନିଜର ସାଥୀ ସହିତ ଖୁସି ଦେଖା ଯାଆନ୍ତି ଓ ଏହାର କାରଣ ତାଙ୍କର ସମ୍ପର୍କ ପ୍ରତି ସଚ୍ଚୋଟତା ଅଟେ। ଏପରି ସ୍ଥିତିରେ ଆପଣ ଦୁହିଁଙ୍କର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ ଏହି ମୂଳାଙ୍କର ଛାତ୍ରରଙ୍କର ପ୍ରଦର୍ଶନ ପଢ଼ାରେ ଭଲ ରହିବ, ବିଶେଷ କରି ଇଲେକଟ୍ରିକାଲ ଇଞ୍ଜିନିୟରିଂ ଓ କେମିକ୍ଯାଲ ଇଞ୍ଜିନିୟରିଂ ପରି ବିଷୟରେ। ଏହି ଅବଧିରେ ଆପଣ ଯୁକ୍ତିଯୁକ୍ତ ହୋଇ ପଢ଼ିବେ।

ବୃତ୍ତିଗତ ଜୀବନ : ମୂଳାଙ୍କ 9ର ଯେଉଁ ଲୋକ ଚାକିରି କରନ୍ତୁ ତାଙ୍କୁ ନିଜର କାମରେ ଯୁକ୍ତିଯୁକ୍ତ ଭାବରେ କାମ କରିବାକୁ ହେବ। ଆପଣ ନିଜର କାର୍ଯ୍ୟରେ ସଫଳତା ହାସଲ କରିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ବିଜନେସ ସମ୍ଭାଳିବା ସହିତ ପର୍ଯ୍ୟାପ୍ତ ମାତ୍ରାରେ ଲାଭ ରୋଜଗାର କରିବାକୁ ସକ୍ଷମ ହେବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ କାରଣ ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ। ଏପରିସ ସ୍ଥିତିରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଆପଣ ଶକ୍ତିଶାଳୀ ଅନୁଭବ କରିବେ।

ଉପାୟ : ପ୍ରତିଦିନ ଓଁ ରାହବେ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ 1 ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷରେ ଅଙ୍କ 1ର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ।

2. ମୂଳାଙ୍କ 5ର ଲୋକଙ୍କର କ୍ୟାରିଆର କିପରି ରହିବ?

ମୂଳାଙ୍କ 5 ର ଲୋକ ଏହି ସପ୍ତାହ କ୍ୟାରୀଅର କ୍ଷେତ୍ରରେ ଟିକେ ସାବଧାନ ରହିବା ଜରୁରୀ ହେବ।

3. ଭାଗ୍ୟାଙ୍କ କ’ଣ?

ଜନ୍ମ ତାରିଖ, ମାସ ଓ ବର୍ଷକୁ ଯୋଡ଼ିବା ପରେ ଯେଉଁ ଅଙ୍କ ପ୍ରାପ୍ତ ହୁଏ ତାକୁ ଭାଗ୍ୟାଙ୍କ କୁହନ୍ତି।

Talk to Astrologer Chat with Astrologer