Read in English - Today's Horoscope
ରାଶିଫଳ (Daily Horoscope in Odia)
ବିଶେଷତଃ ଆଜିର ରାଶିଫଳ ଆପଣଙ୍କୁ କେଉଁ ଜିନିଷ ପ୍ରତି ବେଶୀ ଧ୍ୟାନ ଦେବା ଉଚିତ ଏବଂ କାହା ଠାରୁ ଆପଣ ବଞ୍ଚିବା ଉଚିତ ସେ ବିଷୟରେ ଆପଣଙ୍କୁ ଅବଗତ କରାଇବ, କଣ ଆଜି ଆପଣଙ୍କୁ ଉନ୍ନତି ପଥରେ ନେବ ଏବଂ କଣ ଆପଣଙ୍କ ସାମ୍ନାରେ ବାଧା ସୃଷ୍ଟି କରିବ. ଆସନ୍ତୁ ଦେଖିବା କଣ କହୁଛନ୍ତି ଆପଣଙ୍କ ଗ୍ରହ ନକ୍ଷତ୍ର.
ବସ୍ତୁତଃ ରାଶିଫଳ ପୁରାତନ ଜ୍ୟୋତିଷ ଶାସ୍ତ୍ର ର ସେ ଅଭିନ୍ନ ବିଦ୍ୟା ଯାହାଦ୍ୱାରା ବିଭିନ୍ନ କାଳ ଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଏ. ଯେଉଁଠି ଦୈନିକ ରାଶିଫଳ ଦୈନିକ ଘଟଣାକୁ ନେଇ ଭବିଷ୍ୟବାଣୀ କରିଥାଏ , ସେଠି ସାପ୍ତାହିକ, ମାସିକ ଏବଂ ବାର୍ଷିକ ରାଶିଫଳ କ୍ରମଶଃ ସାପ୍ତାହିକ, ମାସିକ ଏବଂ ବାର୍ଷିକ ଫଳାଦେଶ କରିଥାଏ.ବୈଦିକ ଜ୍ୟୋତିଷ ଅନୁସାରେ 12 ରାଶି ଯେଉଁମାନେ ହେଲେ :- ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ ଙ୍କ ପାଇଁ ଭବିଷ୍ୟବାଣୀ କରାଯାଏ . ଠିକ ସେହିପରି 27 ନକ୍ଷତ୍ର ମାନଙ୍କ ପାଇଁ ମଧ୍ୟ ଭବିଷ୍ୟବାଣୀ କରାଯାଏ.ପ୍ରତ୍ୟେକ ରାଶିର ନିଜ ନିଜର ସ୍ୱଭାବ ଏବଂ ଗୁଣ ତଥା ଧର୍ମ ମଧ୍ୟ ଥାଏ. ତେଣୁ ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଅନୁସାରେ ଉପରୋକ୍ତ ଜାତକର ଜୀବନରେ ଘଟିବାକୁ ଥିବା ସ୍ଥିତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ . ଏହି କାରଣରୁ ପ୍ରତ୍ୟେକ ରାଶିର ରାଶିଫଳ ଅଲଗା ଅଲଗା ହୋଇଥାଏ . ଆଷ୍ଟ୍ରୋସେଜ.କମ (astrosage.com) ରେ ଦିଆଯାଇଥିବା ଦୈନିକ ରାଷିଫଳରେ ସଠିକ ଖଗୋଲୀୟ ଗଣନା ଉପରେ ଆଧାରିତ ଫଳାଦେଶ ଲେଖାଯାଇଛି . ସେହିପରି ସାପ୍ତାହିକ ରାଷିଫଳରେ ଆମେ ସୁକ୍ଷ୍ମତମ ଗଣନାକୁ ଧ୍ୟାନରେ ରଖି ଲେଖିଛୁ. ସେହିପରି ଯଦି ମାସିକ ରାଶିଫଳକୁ ନିଆଯାଏ, ଆମେ ସେହି ପ୍ରକାର ଗଣନାକୁ ଧ୍ୟାନରେ ରଖିବାକୁ ପ୍ରତିବଦ୍ଧ ଅଛୁ. ବାର୍ଷିକ ରାଶିଫଳ ଦ୍ୱାରା ଆମର ସୁପ୍ରସିଦ୍ଧ , ବିଦ୍ୱାନ ତଥା ଅନୁଭବୀ ଜ୍ୟୋତିଷ ମାନେ ସମ୍ପୂର୍ଣ ବର୍ଷର ଗ୍ରହ ପରିବର୍ତ୍ତନ, ଗୋଚର ଏବଂ ଅନ୍ୟ ସମସ୍ତ ବ୍ରହ୍ମାଣ୍ଡ ର ଗଣନା ମାଧ୍ୟମରେ ବର୍ଷର ବିଭିନ୍ନ କୋଣ ଯଥା ସ୍ୱାସ୍ଥ୍ୟ, ବୈବାହିକ ଜୀବନ ତଥା ପ୍ରେମ, ଧାନ ଧନ୍ୟ ଏବଂ ସମୃଦ୍ଧି,ପରିବାର ଏବଂ ବ୍ୟବସାୟ ତଥା ଚାକିରୀ-ପଇସା ଭଳି ସମସ୍ତ ବିଷୟ ଉପରେ ବିବେଚନା କରିଛନ୍ତି .
ଏହି ରାଶିଫଳ ନାମ ରାଶି ଅନୁସାରେ ନା ଜନ୍ମ ରାଶି ଅନୁସାରେ?
ଆଷ୍ଟ୍ରୋସେଜ ର ବିଶେଷ ଜ୍ୟୋତିଷ ମାନଙ୍କର ମାନିବ ଅନୁସାରେ ଦୈନିକ ରସହିପହଲକୁ ଜନ୍ମ ରାଶି ଅନୁସାରେ ଦେଖିବା ବେଶୀ ଭଲ . ଯଦି ଆପଣଙ୍କୁ ଆପଣଙ୍କର ଜନ୍ମ ରାଶି ଜଣା ନାହିଁ ତେବେ ଆପଣ ଆପଣଙ୍କର ନାମ ରାଶି ଅନୁସାରେ ମଧ୍ୟ ଭବିଷ୍ୟ ଫଳ ଦେଖିପାରିବେ. ପୁରାତନ ଯୁଗରେ ସେମିତି ମଧ୍ୟ ନାମ ରାଶି ଅନୁସାରେ ହିଁ ରଖାଯାଉଥିଲା . କିଛି ପଣ୍ଡିତ ମାନେ ନାମ ରାଶିକୁ ଜନ୍ମ ରାଶି ଭଳି ମହତ୍ଵପୁର୍ଣ ମାନନ୍ତି.
ଏହି ରାଶିଫଳ ସୂର୍ଯ୍ୟ ରାଶି ନା ଚନ୍ଦ୍ର ରାଶି ଉପରେ ଆଧାରିତ?
ଆଷ୍ଟ୍ରୋସେଜ ର ଫଳ କଥା ଚନ୍ଦ୍ର ରାଶି ଅର୍ଥାତ moon sign ଉପରେ ଆଧାରିତ . ଏହି ଭବିଷ୍ୟବାଣୀକୁ ସୂର୍ଯ୍ୟ ରାଶି Sun sign ଦ୍ୱାରା ପଢ଼ିବା ଠିକ ହେବ ନାହିଁ. ଭାରତୀୟ ଜ୍ୟୋତିର୍ବିଦ୍ୟା ରେ ସର୍ବତ୍ର ଚନ୍ଦ୍ର ରାଶିକୁ ହିଁ ମହତ୍ୱ ଦିଆଯାଇଅଛି .
"ମୋର ରାଶି କଣ"-କେମିତି ଜାଣିବେ?
ଯଦି ଆପଣ ଆପଣଙ୍କର ରାଶି ଜାଣିନାହାନ୍ତି ବା ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ଆଷ୍ଟ୍ରୋସେଜ ର ରାଶି ଗଣନା ଯନ୍ତ୍ର (rashi calculator) ବ୍ୟବହାର କରି ଜାଣିପାରିବେ . ଆପଣଙ୍କ ରାଶି ଜାଣିବା ପାଇଁ ଆପଣଙ୍କର ଜନ୍ମ ତାରିଖର ଆବଶ୍ୟକତା ପଡିବ . ରାଶି ଗଣନା ଯନ୍ତ୍ର (rashi calculator) ବ୍ୟବହାର କରି ଆପଣ କେବେ ରାଶି ନୁହେଁ ଆପଣଙ୍କର ନକ୍ଷେତ୍ର , କୁଣ୍ଡଳୀ, ଗ୍ରହ ସ୍ଥିତି, ଆଦି ଅନ୍ୟ ବହୁତ କିଛି ଜାଣି ପାରିବେ.
କିପରି କରାଯାଇଛି ଦୈନିକ ରାଷିଫଳାର ଗଣନା?
ଭାରତୀୟ ଜ୍ୟୋତିଷରେ ବର୍ତମାନ ଗ୍ରହ ସ୍ଥିତିକୁ ଗୋଚର କୁହାଯାଏ. "ଆଜିର ରାଶିଫଳ" ଗୋଚର ଉପରେ ଆଧାରିତ ଅର୍ଥାତ ଆପଣ ଜାଣିପାରିବେ ଆପଣଙ୍କ ରାଶିରେ ବର୍ତ୍ତମାନ ଗ୍ରହଙ୍କର ସ୍ଥିତି କଣ? ଆପଣଙ୍କ ରାଶିକୁ ଲଗ୍ନ ମାନି କରି ସେଥିରେ ଗୋଚର ର ଗ୍ରହ ରଖି ଯେଉଁ କୁଣ୍ତଳି ବା ଜାତକ ତିଆରି ହୁଏ ତାହା ଫଳାଦେଶର ମୁଖ୍ୟ ଆଧାର ଅଟେ . ଏହା ବ୍ୟତୀତ ପଞ୍ଚାଙ୍ଗ ର ଅବୟବ ଯେପରି, ବାର, ନକ୍ଷେତ୍ର , ଯୋଗ ଏବଂ କର୍ମ ମଧ୍ୟ ଦେଖାଯାଏ . ଭବିଷ୍ୟଫଳ ଲେଖିବା ପାଇଁ ଜାତକ ବା କୁଣ୍ଡଳୀ ର ଗ୍ରହ ସ୍ଥିତି ଏବଂ ଦଶା ଆଦି ବ୍ୟବହାର କରାଯାଏ ନାହିଁ .
କଣ ଏହି ରାଶିଫଳ ଠିକ ଅଛି କି?
ଏହା ସ୍ପଷ୍ଟ ଯେ ଫଳାଦେଶ ରାଶି ଉପରେ ଆଧାରିତ. ସମଗ୍ର ବିଶ୍ୱର କୋଟି କୋଟି ଲୋକଙ୍କ ବିଷୟରେ କେବଳ ମାତ୍ର 12 ଟି ରାଶି ମାଧ୍ୟମରେ ଭବିଷ୍ୟ ବାଣୀ କର ଯାଉଥିବା ହେତୁ ଏହାକୁ ସାମାନ୍ୟ ଫଳ କଥା ଭାବରେ ମାନିବ ଉଚିତ.ସଠିକ ଭବିଷ୍ୟ ଫଳ ଜାଣିବା ପାଇଁ କୌଣସି ଜ୍ୟୋତିଷଙ୍କ ଠାରୁ ସମ୍ପୂର୍ଣ ଜାତକ ବା କୁଣ୍ଡଳୀ ର ଅଧ୍ୟୟନ କରାଯିବା ଉଚିତ .
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
AstroSage TVSubscribe
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026


