ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର

ଗ୍ରହଙ୍କର ରାଜା ସୂର୍ଯ୍ୟ 14 ଅପ୍ରିଲ 2025 ରେ ନିଜର ଉଚ୍ଚ ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟ ଏଠାରେ 15 ମଈ 2025 ପର୍ଯ୍ୟନ୍ତ ରହିବେ। ଜ୍ଯୋତିଷଶାସ୍ତ୍ରରେ ରୁଚି ରଖିଥିବା ଲୋକ ଜାଣିଛନ୍ତି ଯେ ସୂର୍ଯ୍ୟ ମେଷ ରାଶିରେ ଉଚ୍ଚ ରୁହନ୍ତି।ମେଷ ରାଶି ମଙ୍ଗଳ ଗ୍ରହର ପ୍ରଥମ ରାଶି ଅଟେ ଓ ସାମାନ୍ଯ ଭାବରେ ସୂର୍ଯ୍ୟ ଗ୍ରହ ପ୍ରତ୍ଯେକ ବର୍ଷ ଅପ୍ରିଲ ମାସର ମଧ୍ୟ ଭାଗରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ। ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ସୂର୍ଯ୍ୟଙ୍କୁ ଦୃଢ଼ କରେ। ସୂର୍ଯ୍ୟ ଅଗ୍ନି ତତ୍ଵର ଗ୍ରହ ଓ ମେଷ ମଧ୍ୟ ଅଗ୍ନି ତତ୍ଵ ଗ୍ରହ। କେବଳ ଏତିକି ନୁହେଁ, ମେଷ ରାଶି ହେଉଛି ସୂର୍ଯ୍ୟଙ୍କ ବନ୍ଧୁ ମଙ୍ଗଳଙ୍କ ରାଶି, ଅର୍ଥାତ୍ ଏହା କେବଳ ସୂର୍ଯ୍ୟଙ୍କର ଏକ ବନ୍ଧୁତ୍ୱପୂର୍ଣ୍ଣ ରାଶି ନୁହେଁ ବରଂ ସୂର୍ଯ୍ୟଙ୍କର ଉଚ୍ଚ ରାଶି ମଧ୍ୟ।

ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର 14 ଅପ୍ରିଲ 2025 ରେ ହେବାକୁ ଯାଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଏପରି ସ୍ଥିତିରେ ମେଷ ରାଶିରେ ସୂର୍ଯ୍ୟଙ୍କର ଯିବା ଏକ ଅନୁକୂଳ କଥା। ଏହି ସମସ୍ତ କାରଣରୁ ସୂର୍ଯ୍ୟ ନିଜର ସମ୍ପୂର୍ଣ ଶକ୍ତି ସହିତ ପରିଣାମ ଦେବାକୁ ଚାହିଁବେ। ଅର୍ଥାତ୍, ଯେଉଁମାନଙ୍କ ପାଇଁ ସୂର୍ଯ୍ୟ ଏକ ଅନୁକୂଳ ଗ୍ରହ, ସୂର୍ଯ୍ୟଙ୍କ ସ୍ଥିତି ସେମାନଙ୍କୁ ବହୁତ ଭଲ ଫଳାଫଳ ଦେଇପାରେ। ଅନ୍ୟପକ୍ଷରେ, ଯେଉଁମାନଙ୍କ ପାଇଁ ସୂର୍ଯ୍ୟ ଏକ ପ୍ରତିକୂଳ ଗ୍ରହ, ସେମାନଙ୍କ ପାଇଁ ଏକ ଶକ୍ତିଶାଳୀ ସୂର୍ଯ୍ୟ କିଛି ଦୁର୍ବଳ ଫଳାଫଳ ଦେଇପାରନ୍ତି। ମେଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ସମୟରେ ଆପଣଙ୍କ ରାଶି ଉପରେ ପ୍ରଭାବ ଜାଣିବା ପୂର୍ବରୁ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଭ୍ରମଣର ଭାରତ ଉପରେ ପ୍ରଭାବ।

हिंदी में पढ़ने के लिए यहां क्लिक करें: सूर्य का मेष राशि में गोचर

ସୂର୍ଯ୍ୟ ଗୋଚରର ଭାରତ ଉପରେ ପ୍ରଭାବ:

ଯେତେବେଳେ ଆମେ ସ୍ୱାଧୀନ ଭାରତର କୁଣ୍ଡଳୀ ବିଷୟରେ ଆଲୋଚନା କରୁ, ଅଧିକାଂଶ ଜ୍ଞାନୀ ଜ୍ୟୋତିଷ ବୃଷ ଲଗ୍ନ କୁଣ୍ଡଳୀରେ ବିଶ୍ୱାସ କରନ୍ତି ଏବଂ ଏହି କୁଣ୍ଡଳୀ ଅନୁସାରେ, ସୂର୍ଯ୍ୟ ଚତୁର୍ଥ ଘରର ପ୍ରଭୁ ଏବଂ ଉଚ୍ଚ ଅବସ୍ଥାରେ ଗୋଚର ସମୟରେ, ସୂର୍ଯ୍ୟ ଦ୍ୱାଦଶ ଘରେ ରହିବେ। ସାମାନ୍ଯ ଭାବରେ ସୂର୍ଯ୍ୟଙ୍କର ଗୋଚର ଦ୍ଵାଦଶ ଘରେ ଭଲ କୁହାଯିବ ନାହିଁ କାରଣ ଏପରି ଗୋଚର ଆନ୍ତରିକ କଳହ ମଧ୍ୟ ଉତ୍ପନ୍ନ କରିପାରେ କିନ୍ତୁ ଚତୁର୍ଥ ଘରର ସ୍ବାମୀ ଉଚ୍ଚ ଅବସ୍ଥାରେ ଯିବା ଆନ୍ତରିକ ଡେଭେଲପମେନ୍ଟକୁ ସପୋର୍ଟ କରିପାରେ। ବିଦେଶ ସହିତ ସମ୍ବନ୍ଧ ମଧ୍ୟ ଭଲ ହୋଇପାରେ। ତଥାପି, ଏହା ସରକାରଙ୍କୁ ଅସ୍ଥିର କରିବ। ଏହି ସମୟ ମଧ୍ୟରେ, ଶାସକ ଦଳ କୌଣସି ନା କୌଣସି ଉପାୟରେ ନିଜର ସ୍ୱାର୍ଥ ହାସଲ କରିବ। କହିବାର ଅର୍ଥ ହେଉଛି ସୂର୍ଯ୍ୟଙ୍କ ଏହି ଗୋଚର ଯୋଗୁଁ, ଆନ୍ତରିକ ସ୍ଥିରତା ଦେଖାଯାଇପାରେ କିନ୍ତୁ ଅନେକ କ୍ଷେତ୍ରରେ ପ୍ରଗତି ମଧ୍ୟ ଦେଖାଯାଇପାରେ।

ସରକାର ପରିବହନର ଉପାୟ ଏବଂ ସମ୍ବଳ ଉପରେ କାମ କରିପାରିବେ କିନ୍ତୁ ଟ୍ରାଫିକ୍ ଦୁର୍ଘଟଣା ମଧ୍ୟ ଦେଖାଯାଇପାରେ। ଏହି ସମୟରେ କିଛି ପଡ଼ୋଶୀ ରାଷ୍ଟ୍ର ଦେଶକୁ ଅସ୍ଥିର କରିବାକୁ ବିଫଳ ଚେଷ୍ଟା କରିପାରନ୍ତି। ଭାରତବର୍ଷ ପାଇଁ ଏହି ଗୋଚର ମିଶ୍ରିତ ପରିଣାମ ଆଣିବ। ଯଦିଓ କିଛି ସମସ୍ଯା ରହିବ କିନ୍ତୁ ସମସ୍ଯା ପରେ ଲାଭ ମଧ୍ୟ ମିଳିପାରେ। ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ଆପଣଙ୍କର ରାଶି ଉପରେ କି ପ୍ରଭାବ ପାକ୍ୟବ? ଆସନ୍ତୁ ଜାଣିବା।

To Read in English Click Here: Sun Transit in Aries

କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମେଷ ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ଓ ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ଆପଣଙ୍କର ପ୍ରଥମ ଘରେ ହେବାକୁ ଯାଉଛି। ଆପଣଙ୍କର ଲଗ୍ନର ସ୍ବାମୀ ଗ୍ରହ ମଙ୍ଗଳ ଏହି ସମୟରେ ନିଚ୍ଚ ରହିବେ କିନ୍ତୁ ସୂର୍ଯ୍ୟଙ୍କର କୃପା ଦ୍ବାରା ତାଙ୍କର ନକରାତ୍ମକ ପରିଣାମ ନିୟନ୍ତ୍ରିତ ହେବ। ଯଦିଓ ସୂର୍ଯ୍ୟ ପ୍ରତ୍ୟେକ କ୍ଷେତ୍ରରେ ବହୁତ ଭଲ ଫଳାଫଳ ଦେଇ ନପାରନ୍ତି, କିନ୍ତୁ ଉଚ୍ଚ ସ୍ଥାନରେ ଥିବାରୁ, ସୂର୍ଯ୍ୟ କିଛି ସକାରାତ୍ମକ ଫଳାଫଳ ମଧ୍ୟ ଦେଇପାରନ୍ତି। ଯେହେତୁ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ସୂର୍ଯ୍ୟ ଉଚ୍ଚରେ ରହୁଛନ୍ତି, ତେଣୁ ଏହା ଆପଣଙ୍କ ବନ୍ଧୁ କିମ୍ବା ପ୍ରିୟଜନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଜବୁତ କିମ୍ବା ଉନ୍ନତ କରିପାରିବ। ପ୍ରେମ ସମ୍ବନ୍ଧରେ କିଛି ଅନୁକୂଳ ପରିଣାମ ଦେଖିବାକୁ ପାଇବେ କିନ୍ତୁ ଆପଣଙ୍କର କ୍ରୋଧ ଟିକେ ବଢ଼ିପାରେ। ମୁଣ୍ଡ ବିନ୍ଧା, ଜର ଇତ୍ୟାଦି ସମସ୍ଯା ହୋଇପାରେ। ସୂର୍ଯ୍ୟ ପିତ୍ତ ପ୍ରକୃତିର ଗ୍ରହ ଅଟନ୍ତି ସେଥିପାଇଁ ସେ ଆପଣଙ୍କର ଶରୀରରେ ଏସିଡର ମାତ୍ରା ବଢ଼ାଇ ପାରନ୍ତି। କେବେ କେବେ କିଛି ଲୋକଙ୍କ ସହିତ ଝଗଡ଼ା ହୋଇପାରେ କିନ୍ତୁ ବିଦ୍ୟାର୍ଥୀଙ୍କୁ ଶିକ୍ଷା ମାମଲାରେ ଭଲ ପରିଣାମ ମିଳିପାରେ।

ଉପାୟ: ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ଗୁଡ଼ ଖାଆନ୍ତୁ ନାହିଁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ସୂର୍ଯ୍ୟ ଆପଣଙ୍କର ଜାତକରେ ଚତୁର୍ଥ ଘରର ସ୍ବାମୀ ଓ ଏବେ ସେ ଗୋଚର କରି ଆପଣଙ୍କର ଦ୍ଵାଦଶ ଘରକୁ ଯିବେ। ଚତୁର୍ଥେଶଙ୍କର ଦ୍ଵାଦଶ ଘରେ ରହିବେ ବିଦେଶ ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ଦେଇପାରେ କିନ୍ତୁ 12ତମ ଘରେ ସୂର୍ଯ୍ୟଙ୍କର ଗୋଚର ଅଯଥା ଯାତ୍ରା ମଧ୍ୟ କରାଇଥାଏ। ଖର୍ଚ୍ଚ ବଢ଼ିଥାଏ। ସୂର୍ଯ୍ୟଙ୍କର ଗୋଚର କେବେ କେବେ ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ କିଛି ସମସ୍ଯା ଦେଇପାରେ। ନେତ୍ର ଓ ପାଦ ସମ୍ବନ୍ଧିତ କିଛି ସମସ୍ଯା ରହିପାରେ ଓ ଅବହେଳା ସ୍ଥିତିରେ କାର୍ଯ୍ୟରେ କ୍ଷତି ହୋଇପାରେ। ଅର୍ଥାତ ଅଧିକାଂଶ ମାମଲାରେ ଏହି ଗୋଚର ସତର୍କ ରହିବାକୁ କହୁଛି କିନ୍ତୁ ଯଦି ଆପଣଙ୍କର ସମ୍ବନ୍ଧ ବିଦେଶ ସହିତ ଅଛି ତେବେ କିଛି ଭଲ ପରିଣାମ ଆପଣଙ୍କୁ ମିଳିପାରେ।

ଉପାୟ: ନିୟମିତ ଭାବରେ ମନ୍ଦିର ଯାଆନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଘରର ସ୍ବାମୀ ଓ ଏବେ ଗୋଚର କରି ଆପଣଙ୍କର ଲାଭ ଘରକୁ ଯିବେ। ସାମାନ୍ଯ ଭାବରେ ସୂର୍ଯ୍ୟଙ୍କ ପାଇଁ ଏହା ଏକ ଉତ୍ତମ ସ୍ଥିତି। ସୂର୍ଯ୍ୟ ଆପଣଙ୍କର ଆତ୍ମବିଶ୍ଵାସକୁ ବହୁତ ଭଲ କରିପାରିବେ। ଫଳସ୍ଵରୂପ ଆପଣ ନିଜର ବିଭିନ୍ନ ମାମଲାରେ ଭଲ ପ୍ରଦର୍ଶନ କରିବେ। ବିଶେଷକରି ଆର୍ଥିକ ମାମଲା ପାଇଁ ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ବହୁତ ଭଲ ପରିଣାମ ଦେଇପାରେ। ଯଦି ଆପଣଙ୍କର କାର୍ଯ୍ୟକ୍ଷେତ୍ରର ପଲିସି ଅନୁସାରେ ଏହି ସମୟରେ ପଦୋନ୍ନତି ଇତ୍ୟାଦି ହୁଏ ତେବେ ଆପଣଙ୍କର ପଦୋନ୍ନତି ହୋଇପାରେ। ପିତା କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କର ସ୍ନାନିଧ୍ୟ ସୁଖମୟ ଓ ଲାଭକାରୀ ରହିବ। ସ୍ବାସ୍ଥ୍ୟ ଭଲ ରହିବ। କୌଣସି ଭଲ ଖବର ଶୁଣିବାକୁ ମିଳିପାରେ।

ଉପାୟ: ମାଂସ, ମଦ, ଓ ଅଣ୍ଡା ତ୍ୟାଗ କରନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

ସୂର୍ଯ୍ୟ ଆପଣଙ୍କର ଦ୍ଵିତୀୟ ଘର ଅର୍ଥାତ ଧନ ଘରର ସ୍ବାମୀ ହୋଇ ଉଚ୍ଚ ଅବସ୍ଥାରେ କର୍ମ ଘର ରହିବେ। ଏହା ସୂର୍ଯ୍ୟଙ୍କର ଉତ୍ତମ ଗୋଚର ମଧ୍ୟରୁ ଗୋଟିଏ। ଶାସନ ସହିତ ଜଡ଼ିତ ମାମଲାରେ ଏହି ଗୋଚର ଆପଣଙ୍କର ସାମାଜିକ ପଦ ପ୍ରତିଷ୍ଠା ମଧ୍ୟ ବଢ଼ାଇବ। ଏହି ଅବଧ୍ୟରେ ପଦୋନ୍ନତି ମଧ୍ୟ ସମ୍ଭବ। ଆପଣ ପିତାଙ୍କଠାରୁ ଖୁସି ପାଇବେ ଏବଂ ପ୍ରାୟ ସମସ୍ତ କାମରେ ସଫଳ ହେବେ। ଆର୍ଥିକ ଏବଂ ପାରିବାରିକ ଦୃଷ୍ଟିକୋଣରୁ ମଧ୍ୟ, ସୂର୍ଯ୍ୟଙ୍କ ଏହି ଗୋଚର ଭଲ ଫଳାଫଳ ଦେବ ବୋଲି କୁହାଯାଏ। ମେଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ସମୟରେ, ଆପଣଙ୍କର ସାମାଜିକ ସ୍ଥିତି ଏବଂ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇପାରେ। ଏହି ସମୟ ମଧ୍ୟରେ ପଦୋନ୍ନତି ମଧ୍ୟ ସମ୍ଭବ ହେବ।

ଉପାୟ: ଶନିବାର ଦିନ କୌଣସି ଗରିବକୁ କଳା ବସ୍ତ୍ର ଦାନ କରିବା ଶୁଭ ହେବ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସୂର୍ଯ୍ୟ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଓ ସୂର୍ଯ୍ୟ ମେଷ ରାଶିରେ ଗୋଚର ବେଳେ ଭାଗ୍ଯ ଘରେ ଉଚ୍ଚ ଅବସ୍ଥାରେ ରହିବେ। ସାମାନ୍ଯ ଭାବରେ ଭାଗ୍ଯ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ କିଂତୁ ଲଗ୍ନ କିମ୍ବା ରାଶିର ସ୍ବାମୀ ଭାଗ୍ଯ ଘରେ ଉଚ୍ଚ ଅବସ୍ଥାରେ ରହିବା ଭଲ। ଏହି ଦୃଷ୍ଟିରୁ କିଛି ସତର୍କତା ଅବଲମ୍ବନ କରିବା ପରେ ଭଲ ପରିଣାମ ଆଶା କରାଯାଇ ପାରିବ। ଯଦିଓ, ସୂର୍ଯ୍ୟଙ୍କ ଏହି ଗୋଚର ଭାଗ୍ୟହାନିର କାରଣ ବୋଲି କୁହାଯାଏ, କିନ୍ତୁ ଉଚ୍ଚ ଅବସ୍ଥାରେ ରହିବା ଯୋଗୁଁ, ଆପଣଙ୍କୁ କାମ କରିବା ସମୟରେ ଭାଗ୍ୟର ଭଲ ସମର୍ଥନ ମିଳିବ ଏବଂ ଆପଣ ଆପଣଙ୍କ କାମରେ ସଫଳତା ପାଇବେ। କାମରେ କିଛି ବାଧା ରହିବ କଇଣ୍ଟଗୁ ବାଧା ପରେ କେବଳ ସଫଳତା ମିଳିବ ନାହିଁ ବରଂ ସେହି କାମରୁ ଆପଣଙ୍କୁ ଭଲ ଲାଭ ମଧ୍ୟ ମିଳିପାରେ। ଭାଇ ବନ୍ଧୁଙ୍କ ସହିତ ସମ୍ବନ୍ଧ ଖରାପ କରନ୍ତୁ ନାହିଁ। ଯଦି ସମ୍ବନ୍ଧ ଅନୁକୂଳ ରହିବ ତେବେ ଭାଇ ବନ୍ଧୁ ଆପଣଙ୍କର ସାହାଜ୍ୟ କରିବେ।

ଉପାୟ: ରବିବାର ଦିନ ଲୁଣ ସେବନ କରନ୍ତୁ ନାହିଁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

ସୂର୍ଯ୍ୟ ଆପଣଙ୍କର ଜାତକରେ ଦ୍ଵାଦଶ ଘରର ସ୍ବାମୀ ଓ ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବାକୁ ଯାଉଛି। ଦ୍ଵାଦଶ ଘରର ସ୍ବାମୀ ଅଷ୍ଟମ ଘରେ ଉଚ୍ଚ ଅବସ୍ଥାରେ ରହିବେ। ଏହାକୁ ବିପରୀତ ରାଜଯୋଗ ଶ୍ରେଣୀରେ ଗଣତି କରାଯାଏ। ତେଣୁ, କିଛି କ୍ଷେତ୍ରରେ, ସୂର୍ଯ୍ୟଙ୍କଠାରୁ ହଠାତ ଅନୁକୂଳ ଫଳାଫଳ ଆଶା କରାଯାଇପାରେ, କିନ୍ତୁ ସାଧାରଣତଃ, ଅର୍ଥାତ୍, ଅଧିକାଂଶ କ୍ଷେତ୍ରରେ, ସୂର୍ଯ୍ୟଙ୍କଠାରୁ କୌଣସି ଅନୁକୂଳ ଫଳାଫଳ ଆଶା କରାନଗଲେ ଭଲ ହେବ। କାରଣ ଅଷ୍ଟମ ଘରେ ସୂର୍ଯ୍ୟଙ୍କ ସ୍ଥିତି ସ୍ବାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ଯା ଆଣିପାରେ। ଯଦି ଆପଣ କୌଣସି ପ୍ରକାରର ଶାସନ-ପ୍ରଶାସନ ସହିତ ଜଡ଼ିତ ତେବେ ଏହି ସମୟରେ ସରକାରୀ ନିୟମର ଉଲଂଘନ କରନ୍ତୁ ନାହିଁ। ଯଦି ଆପଣ ଜଣେ ସାଧାରଣ ଲୋକ ଏବଂ ଏହି ସମୟରେ ସରକାରଙ୍କ ସହିତ ଆପଣଙ୍କର କୌଣସି ସମ୍ପର୍କ ଅଛି ; ଉଦାହରଣ ସ୍ୱରୂପ, ଯଦି କୋର୍ଟରେ କୌଣସି ମାମଲା ଚାଲିଛି କିମ୍ବା ଆପଣଙ୍କୁ କୌଣସି ଅଧିକାରୀଙ୍କୁ ଭେଟିବାକୁ ପଡ଼େ, ତେବେ ଆପଣ ନିଜ ପକ୍ଷରୁ କୌଣସି ଭୁଲ କରିବା ଉଚିତ୍ ନୁହେଁ, ତେବେ ହିଁ ଆପଣ ପ୍ରତିକୂଳ ପରିସ୍ଥିତିକୁ ରୋକିପାରିବେ। ଏହା ବ୍ୟତୀତ ଉଚିତ ଖାଦ୍ଯ ଖାଇବା ଆବଶ୍ୟକ ହେବ, ଯାହା ଦ୍ବାରା ସ୍ବାସ୍ଥ୍ୟ ଅନୁକୂଳ ରହିବ।

ଉପାୟ: ନିଜକୁ କ୍ରୋଧ ଓ କଳହରୁ ଦୂରେଇ ରଖନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ଆପଣଙ୍କର ଜାତକରେ ସୂର୍ଯ୍ୟ ଲାଭ ଘରର କର୍ତ୍ତା ଏବଂ ସେ ଆପଣଙ୍କର ସପ୍ତମ ଘରେ ମେଷ ରାଶିରେ ରହିବେ। ଏହାର ଅର୍ଥ ହେଉଛି ସେମାନେ ଏକ ଉଚ୍ଚ ଅବସ୍ଥାରେ ରହିବେ। ସପ୍ତମ ଘରେ ସୂର୍ଯ୍ୟଙ୍କ ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ କାରଣ ଏହା ବ୍ୟକ୍ତିଗତ ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରେ, ବିଶେଷକରି ସ୍ୱାମୀ ଏବଂ ସ୍ତ୍ରୀଙ୍କ ସହ ଜଡ଼ିତ ମାମଲାରେ। ସୂର୍ଯ୍ୟ ମେଷ ରାଶିରେ ଗୋଚର ସମୟରେ ପାରସ୍ପରିକ ଇଗୋ ଯୋଗୁଁ ସମ୍ବନ୍ଧରେ କିଛି ଅଭାବ ଦେଖିବାକୁ ମିଳିପାରେ। ଏହି ଗୋଚର ଯାତ୍ରା ସମୟରେ କିଛି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ବ୍ୟବସାୟରେ କିଛି ବାଧା ସୃଷ୍ଟି ହୋଇପାରେ କିନ୍ତୁ ଲାଭର ଅଧିକାରୀ ହେବା, ବ୍ୟବସାୟ ସହିତ ଜଡ଼ିତ ଘରେ ଉଚ୍ଚ ପଦବୀକୁ ଯିବା ଭଳି କିଛି କ୍ଷେତ୍ରରେ ଭଲ ଲାଭ ଦେଇପାରେ। ଅର୍ଥାତ ସାବଧାନ ହୋଇ କାମ କରିଲେ ଏହି ଗୋଚରରୁ କିଛି ଅନୁକୂଳ ପରିଣାମ ମିଳିପାରେ। ଅନ୍ୟଥା ସୂର୍ଯ୍ୟଙ୍କର ନକରାତ୍ମକ ପରିଣାମକୁ ରୋକିବା ପାଇଁ ଆପଣଙ୍କୁ ନିଜ ଭିତରେ ଅଧିକ ଶାନ୍ତି ରଖିବାକୁ ହେବ।

ଉପାୟ: ଏହି ସମୟରେ ଅଧିକ ଲୁଣ ଖାଆନ୍ତୁ ନାହିଁ ଓ ରବିବାର ଦିନ ଲୁଣ ଜମା ଖାଆନ୍ତୁ ନାହିଁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ସୂର୍ଯ୍ୟ ଆପଣଙ୍କର ଜାତକରେ ଦଶମ ଘର ଅର୍ଥାତ କର୍ମ ଘରର ସ୍ବାମୀ ଓ ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ। କର୍ମ ସ୍ଥାନର ସ୍ବାମୀଙ୍କର ଉଚ୍ଚ ହେବା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେବାର କାମ କରିପାରେ। ବିଶେଷକରି ଯଦି ଆପଣ ଚାକିରି କରନ୍ତି ତେବେ ଏହି ସମୟ ଆପଣଙ୍କୁ ପଦୋନ୍ନତି ଦେଇପାରେ। ଆପଣ ପ୍ରତିସ୍ପରଧାତ୍ମକ କାର୍ଯ୍ୟରେ ଭଲ କରୁଥିବା ଦେଖାଯିବେ। ଆପଣଙ୍କର ପ୍ରତିଦ୍ଵନ୍ଦୀ କିମ୍ବା ଶତ୍ରୁ ଶାନ୍ତ ହେବ। କାମରେ ସଫଳତା ମିଳିବ। କୋର୍ଟ କଚେରୀ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ମିଳିପାରେ।

ଉପାୟ: ମାଙ୍କଡ଼ଙ୍କୁ ଗହମ ଓ ଗୁଡ଼ ଖୁଆଇବା ଶୁଭ ହେବ।

ତୁଳା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ସୂର୍ଯ୍ୟ ଆପଣଙ୍କର ଜାତକରେ ଭାଗ୍ଯ ଘରର ସ୍ବାମୀ ଓ ଗୋଚର କରି ଆପଣଙ୍କର ପଞ୍ଚମ ଘରେ ପହଁଚିବେ, ଯେଉଁଠାରେ ସେ ଉଚ୍ଚ ଅବସ୍ଥାରେ ରହିବେ । ପଞ୍ଚମ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଗୋଚର ଶାସ୍ତ୍ରରେ ସୂର୍ଯ୍ୟଙ୍କର ଏହି ଗୋଚରକୁ ଭ୍ରମିତ କରିବା ବାଲା ଗୋଚର କୁହାଯାଏ। ଏହା ବ୍ୟତୀତ ଶିକ୍ଷା ଓ ସନ୍ତାନ ସମ୍ବନ୍ଧିତ ମାମଲାରେ କିଛି ସମସ୍ଯା ମଧ୍ୟ ଏହି ଗୋଚର ବେଳେ ହୋଇପାରେ। ଭାଗ୍ଯ ଘରର ସ୍ବାମୀ ଉଚ୍ଚରେ ରହିବା ଯୋଗୁଁ ଧାର୍ମିକ ମାମଲାରେ ଅନୁକୂଳ ପରିଣାମ ଦେଇ ପାରନ୍ତି। ଅର୍ଥାତ ଧର୍ମ କିମ୍ବା ଅଧ୍ୟାତ୍ମ ପାଇଁ ଏହି ସମୟ ଭଲ କୁହାଯିବ।

ଉପାୟ: କଞ୍ଚା ମାଟିରେ ଆଠ ବୁନ୍ଦା ସୋରିଷ ତେଲ ପକାଇଲେ ଶୁଭ ହେବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ସୂର୍ଯ୍ୟ ଗ୍ରହ ଆପଣଙ୍କର କୁଣ୍ଡଳୀର ଅଷ୍ଟମ ଘରର ସ୍ବାମୀ ଓ ଗୋଚର କରି ସେ ଆପଣଙ୍କର ଚତୁର୍ଥ ଘରେ ଉଚ୍ଚ ଅବସ୍ଥାରେ ରହିବେ। ଚତୁର୍ଥ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଅଷ୍ଟମ ଘରର ସ୍ୱାମୀ ହୋଇଥିବାରୁ, ସୂର୍ଯ୍ୟ ଚତୁର୍ଥ ଘରେ ପ୍ରବେଶ କରିଛନ୍ତି। ଏହା ମଧ୍ୟ ଏକ ଅନୁକୂଳ ପରିସ୍ଥିତି ହେବ ନାହିଁ। ଏପରି ପରିସ୍ଥିତିରେ, ସୂର୍ଯ୍ୟ ସାଧାରଣ ଲୋକଙ୍କ ପାଇଁ ମାନସିକ ଚାପ ସୃଷ୍ଟି କରିପାରେ। ମାତା କିମ୍ବା ପରିବାରର କୌଣସି ସଦସ୍ୟଙ୍କ ବିଷୟରେ କିଛି ଚିନ୍ତା କିମ୍ବା ଅସୁବିଧା ହୋଇପାରେ। ମେଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ସମୟରେ, ଘରୋଇ କଥା ଯୋଗୁଁ ମନ ଅସ୍ଥିର ରହିପାରେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ମଧ୍ୟ କିଛି ସମସ୍ୟା ହୋଇପାରେ। ଯଦି ଆପଣଙ୍କୁ ହୃଦୟ ଇତ୍ୟାଦି ସମ୍ବନ୍ଧିତ କିଛି ସମସ୍ଯା ଅଛି ତେବେ ହି ସମୟରେ ସତର୍କ ରହିବା ଆବଶ୍ୟକ କିନ୍ତୁ ଯଦି ଆପଣ ଗୃହସ୍ଥ ତ୍ୟାଗ କରିଛନ୍ତି ତେବେ ଆପଣଙ୍କୁ ଏହି ସମୟରେ ଭଲ ପରିଣାମ ମିଳିବ। ଆପଣଙ୍କୁ କିଛି ଅଦ୍ଭୂତ ଅନୁଭୂତି ମଧ୍ୟ ହୋଇପାରେ କିନ୍ତୁ ସାମାନ୍ଯ ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଭଲ ହେବ ନାହିଁ।

ଉପାୟ: ଆପଣଙ୍କ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଶୁଭ ହେବ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

ସୂର୍ଯ୍ୟ ଆପଣଙ୍କର ସପ୍ତମେଶ ଅର୍ଥାତ ସପ୍ତମ ଘରର ସ୍ବାମୀ ଓ ଗୋଚର ସମୟରେ ଆପଣଙ୍କର ତୃତୀୟ ଘରେ ଉଚ୍ଚ ଅବସ୍ଥାରେ ରହିବେ। ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର ଦ୍ବାରା ଆପଣ ଭଲ ପରିଣାମ ଆଶା କରିପାରିବେ। ସୂର୍ଯ୍ୟଙ୍କର ଏହି ଗୋଚର ବ୍ୟବସାୟରେ ଉନ୍ନତି ଆଣିବ। ଜୀବନସାଥୀ ସହିତ କେବଳ ସମ୍ବନ୍ଧ ଭଲ ରହିବ ନାହିଁ ବରଂ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। କିମ୍ବା, ଆପଣଙ୍କ ଗୋଚର ସାହାଯ୍ୟରେ, ସେମାନଙ୍କ ସହିତ କିଛି ସକାରାତ୍ମକ ବିକାଶ ମଧ୍ୟ ଘଟିପାରେ। ସୂର୍ଯ୍ୟଙ୍କ ଏହି ଗୋଚର ନିଶ୍ଚିତ ଭାବରେ ଲାଭ, ସ୍ୱାସ୍ଥ୍ୟ ଏବଂ ସରକାର ଏବଂ ପ୍ରଶାସନ ସହିତ ଜଡ଼ିତ ଅନୁକୂଳ ପରିସ୍ଥିତି ପ୍ରଦାନ କରିପାରେ। ସାଙ୍ଗରେ ଆପଣଙ୍କର ମନୋବଳ ବଢ଼ିପାରେ। ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଠାରୁ ଭଲ ସ୍ଥିତିକୁ ନେଇ ଯାଇପାରେ। ଆପଣଙ୍କର ପଦୋନ୍ନତିର ରାସ୍ତା ମଧ୍ୟ ଖୋଲିପାରେ।

ଉପାୟ: ଆପଣଙ୍କ ପିତା କିମ୍ବା ପିତାତୁଲ୍ୟ ବ୍ୟକ୍ତିଙ୍କ ସେବା କରିବା ଏବଂ ସେମାନଙ୍କୁ କ୍ଷୀର ଏବଂ ଭାତ ଖୁଆଇବା ଶୁଭ ହେବ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ସୂର୍ଯ୍ୟ ଆପଣଙ୍କ ଜାତକରେ ଷଷ୍ଠ ଘରର ସ୍ବାମୀ ଓ ଏହି ଗୋଚର ସମୟରେ ଆପଣଙ୍କର ଦ୍ଵିତୀୟ ଘରେ ମେଷ ରାଶିରେ ଅର୍ଥାତ ଉଚ୍ଚ ଘରେ ରହିବେ । ଦ୍ଵିତୀୟ ଘରେ ସୂର୍ଯ୍ୟଙ୍କ ଗୋଚର ଭଲ କୁହାଯିବ ନାହିଁ। ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ମୁହଁ ସମ୍ବନ୍ଧିତ ସମସ୍ଯା ଦେଇପାରେ। ଅକ୍ଷୟ ସମ୍ବନ୍ଧିତ କିଛି ସମସ୍ଯା ଦେଇପାରେ। ଏହା ବ୍ଯତୀତ ଆର୍ଥିକ ମାମଲାରେ ମଧ୍ୟ କିଛି କ୍ଷତି କରାଇ ପାରେ। ପରିବାର ସହିତ ମଧ୍ୟ ସମ୍ବନ୍ଧ କିଛି ଦୂର୍ବଳ ହୋଇପାରେ କିନ୍ତୁ ଯଦି ଆପଣ କହଠୁ ଋଣ ନେବାକୁ ଚାହିଁବେ ତେବେ ସୂର୍ଯ୍ୟ ଗୋଚର ଭଲ ହେବ।

ଉପାୟ: କୌଣସି ମନ୍ଦିରରେ ନଡ଼ିଆ ଓ ବାଦାମ ଦାନ କରିବା ଶୁଭ ହେବ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ମସିହାରେ ସୂର୍ଯ୍ୟ କେବେ ମେଷ ରାଶିରେ ଗୋଚର କରିବେ?

ସୂର୍ଯ୍ୟ 14 ଏପ୍ରିଲ 2025 ରେ ମେଷ ରାଶିରେ ଗୋଚର କରିବେ।

2. ମେଷ ରାଶିରେ ସୂର୍ଯ୍ୟ ଭଲ?

ମେଷ ରାଶିରେ ସୂର୍ଯ୍ୟ ଉଚ୍ଚ ଏବଂ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ।

3. ମେଷ ରାଶିର ପ୍ରଭୁ କିଏ?

ମେଷ ରାଶିର ସ୍ବାମୀ ମଙ୍ଗଳ ଅଟନ୍ତି

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer