ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର (12 ଫେବ୍ରୁୟାରୀ 2025)
ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର: ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହଙ୍କର ରାଜା କୁହାଯାଇଛି। ଏବେ ଫେବ୍ରୁୟାରୀ ମାସରେ ସୂର୍ଯ୍ୟ ଗ୍ରହ ଶନିଙ୍କର ରାଶି କୁମ୍ଭରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଲୋକଙ୍କୁ ଧୀରେ ଧୀରେ ସକାରାତ୍ମକ ପରିଣାମ ମିଳିବାର ଆଶା ଅଛି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୈଦିକ ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହଙ୍କର ରାଜାର ଉପାଧି ଦିଆଯାଇଛି। ସୂର୍ଯ୍ୟ ଅନ୍ୟ ଗ୍ରହଙ୍କ ଉପରେ ଅଧିକାର, ଶ୍ରେଷ୍ଠତା ଓ ପ୍ରଭୁତ୍ଵ ରଖନ୍ତି। ଅନ୍ୟ ଆଠଟି ଗ୍ରହଙ୍କୁ ସୂର୍ଯ୍ୟଙ୍କର ଊର୍ଜା ଓ କୃପା ପ୍ରାପ୍ତ ହୋଇଛି। କୌଣସି ମଧ୍ୟ ବ୍ୟକ୍ତିକୁ ସୂର୍ଯ୍ୟଙ୍କର କୃପା ବିନା ନିଜର ଜୀବନରେ ସଫଳତା ପ୍ରାପ୍ତ ହୋଇ ପାରିବ ନାହିଁ। ଯଦି ସୂର୍ଯ୍ୟ କୁଣ୍ଡଳୀରେ ଦୃଢ଼ ସ୍ଥିତିରେ ଅଛନ୍ତି ଯେପରି କି ମେଷ ରାଶି କିମ୍ବା ସୁଂହ ରାଶିର ଅଛନ୍ତି ତେବେ ଲୋକଙ୍କର ଜୀବନ ଭଲ ରହିଥାଏ। ଏହି ପ୍ରକାର ଏହା ସ୍ପଷ୍ଟ ହେଉଛି ଯେ ସୂର୍ଯ୍ୟଙ୍କର ଚଳନର କୌଣସି ନା କୌଣସି ପ୍ରକାର ପ୍ରତ୍ଯେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇବ। ସୂର୍ଯ୍ୟ ସିଦ୍ଧାନ୍ତରେ ଚାଲିବା ଶିଖାନ୍ତି ଏବଂ ଏହି ଗ୍ରହ ପ୍ରଶାସନ, ମୂଲ୍ୟାଙ୍କନ କରିଆବ ଓ ନିଷ୍ପତି ନେବାର କ୍ଷମତାକୁ ପ୍ରତିନିଧିତ୍ବ କରନ୍ତି।
12 ଫେବ୍ରୁୟାରୀ, 2025 ରାତି 09:40 ମିନିଟରେ ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ହେବ।
Read Here In English: Sun Transit In Aquarius
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ
ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ଏହି ଗୋଚର ସମୟରେ ସୂର୍ଯ୍ୟ ମେଷ ରାଶିର ଏକାଦଶ ଘରେ ରହିବେ ଓ ସେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ଅଟନ୍ତି। ସୂର୍ଯ୍ୟଙ୍କର ଆପଣଙ୍କର ଏକାଦଶ ଘରେ ରହିବା ଯୋଗୁଁ ଆପଣଙ୍କୁ ପ୍ରଗତି ଏବଂ ସୁଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ନିଜର ବନ୍ଧୁ ଓ ସହଯୋଗୀଙ୍କର ସମର୍ଥନ ପ୍ରାପ୍ତ ହେବ। କ୍ୟାରୀଅର କ୍ଷେତ୍ରରେ ନିଜର ଉଚ୍ଚ ଅଧିକାରୀଙ୍କ ଠାରୁ ଭଲ ସହଯୋଗ ମିଳିବାର ସମ୍ଭାବନା ଅଛି। ସେ ଆପଣଙ୍କର ଉତ୍କୃଷ୍ଠ କାମ ଓ ଯୋଗଦାନର ପ୍ରଶଂସା କରିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଜର ପାର୍ଟନରର ସହଯୋଗ ମିଳିବ ଓ ଆପଣ ଉଚ୍ଚ ଲାଭ କରିବେ।
ବୃତ୍ତିଗତ ଜୀବନ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ରୋଜଗାର ବଢ଼ିବାର ଆଶା ଅଛି। ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ। ବ୍ୟତିଗତ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀର ସମ୍ପର୍କ ଦୃଢ଼ ହେବ। ଆପଣଙ୍କୁ ତାଙ୍କର ସହଯୋଗ ପ୍ରାପ୍ତ ହେବ ଓ ଏହି ସମୟରେ ଆପଣ ଖୁସି ରହିବେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣ ନିଜର ସାହସ ଓ ନିର୍ଭୀକତା ଯୋଗୁଁ ଅଧିକ ଫିଟ ଓ ଶକ୍ତିରେ ଭରପୁର ଅନୁଭବ କରିବେ।
ଉପାୟ: ଆପଣ ପ୍ରତିଦିନ 19 ଥର ଓଁ ଭାସ୍କରାୟ ନମଃ ମନ୍ତ୍ର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଚତୁର୍ଥ ଘରର ସ୍ବାମୀ ସୂର୍ଯ୍ୟ ଗ୍ରହ ଓ ଏବେ ସେ ଏହି ରାଶିର dଅଶ୍ମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ଗୋଚର ସମୟରେ ଆପଣଙ୍କୁ ନିଜର ପ୍ରୟାସରୁ ସଫଳତା ଓ ସୁଯୋଗ ମିଳିବାର ସମ୍ଭାବନା ଅଛି। କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ ନିଜର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଯୋଗୁଁ ପଦୋନ୍ନତି ମିଳିବାର ଆଶା ଅଛି। ଆପଣଙ୍କୁ ନିଜର ପ୍ରୟାସ ପାଇଁ ଅନେକ ଲାଭ ମଧ୍ୟ ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ସ୍କିଲ ଓ ଭିନ୍ନ ଦୃଷ୍ଟିକୋଣ ବିଜନେସ କ୍ଷେତ୍ରରେ ସୁଯୋଗ ପାଇବା ଓ ପ୍ରଗତିର ମାର୍ଗ ପ୍ରଶସ୍ତ କରିପାରେ।
ଆର୍ଥିକ ମାମଲାରେ ଏହି ଗୋଚର ଆପଣଙ୍କ ପାଇଁ ବହୁତ ଅଧିକ ଲାଭକାରି ରହିବ। ବହୁତ କମ ପ୍ରୟାସ ରହିବ କଇଁତଊ ଯୋଜନା ପ୍ରସ୍ତୁତ କରି ଚାଲିବା ଯୋଗୁଁ ଆପଣଙ୍କର ଆୟ ବଢ଼ିବ ଓ ଆପଣ ଆର୍ଥିକ ସ୍ଥିରତା ପ୍ରାପ୍ତ କରି ପାରିବେ। ବ୍ୟକ୍ତିଗତ ଜୀବନରେ, ସଚ୍ଚୋଟତା ଏବଂ ଯତ୍ନବାନ ମନୋଭାବ ସାହାଯ୍ୟରେ, ଆପଣ ଆପଣଙ୍କର ସମ୍ପର୍କକୁ ସକାରାତ୍ମକ ଏବଂ ଶାନ୍ତିପୂର୍ଣ୍ଣ ରଖିପାରିବେ। ଆପଣ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବେ ଏବଂ ଉଚ୍ଚ ସ୍ତରର ଶକ୍ତି ପାଇବେ। ଏହା ସହିତ, ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ ଶକ୍ତିଶାଳୀ ରହିବ।
ଉପାୟ: ଆପଣ ପ୍ରତିଦିନ ଲିଙ୍ଗାଷ୍ଟକମ ପାଠ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ଏହି ଗୋଚର ସମୟରେ ସୂର୍ଯ୍ୟ ଗ୍ରହ ମିଥୁନ ରାଶିରର ନବମ ଘରେ ଗୋଚର କରିବେ ଓ ସେ ଆପଣଙ୍କର ତୃତୀୟ ଘରର ସ୍ବାମୀ ଅଟନ୍ତି। ଆପଣଙ୍କର ଆଧ୍ୟାତ୍ମିକ ଉଦ୍ଦେଶ୍ୟକୁ ନେଇ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହା ଦ୍ବାରା ଆପଣଙ୍କୁ ସନ୍ତୋଷ ମିଳିବ। ଆପଣ ନିଜର ସନ୍ତାନରେ ପ୍ରଗତିରୁ ବହୁତ ସନ୍ତୁଷ୍ଟ ଅନୁଭବ କରିବେ। କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି। ଏହା ଦ୍ବାରା ଆପଣଙ୍କୁ ସନ୍ତୋଷ ଓ ସୁଯୋଗ ମିଳିବାର ଅନୁଭବ ହେବ। ବ୍ୟବସାୟୀଙ୍କୁ ପାରମ୍ପରିକ ବ୍ୟବସାୟ ପରିବର୍ତ୍ତେ ସ୍ଟକ ମାର୍କେଟରୁ ଅଧିକ ଲାଭ ହେବାର ଆଶା ଅଛି। ବୃତ୍ତିଗତ ଜୀବନରେ ଆପଣଙ୍କୁ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଯୋଗୁଁ ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଅତିରିକ୍ତ ଇନଶେନଟିଭ୍ ଓ ଅନ୍ୟ ଲାଭ ମିଳିପାରେ।
ବ୍ୟକ୍ତିଗତ ଜୀବନରେ ଆପଣ ନିଜର ସାଥୀ ପ୍ରତି ପ୍ରେମ ଭାବ ରଖିବେ ଓ ତାଙ୍କର ଯତ୍ନ ନେବେ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କର ସାହସ ଓ ଦୃଢ଼ତା ଯୋଗୁଁ ଆପଣଙ୍କର ସମ୍ପୂର୍ଣ ସ୍ବାସ୍ଥ୍ୟରେ ଲାଭ ହେବ।
ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ ରାଶି
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ସମୟରେ ସୂର୍ଯ୍ୟ ଦେବ କର୍କଟ ରାଶିରେ ଅଷ୍ଟମ ଘରେ ରହିବେ ଏବଂ ସେ ଏହି ରାଶିର ଦ୍ଵିତୀୟ ଘରର ସ୍ବାମୀ ଅଟନ୍ତି। ଆପଣଙ୍କର ଖର୍ଚ୍ଚ ବଢ଼ିବ ଏବଂ ଆପଣଙ୍କୁ କିଛି ହଠାତ ଘଟଣା ସାମ୍ନା କରିବାକୁ ପଡ଼ିବ। ଆପଣଙ୍କୁ ଏଥି ପାଇଁ ସାବଧାନ ହୋଇ ଯୋଜନା ପ୍ରସ୍ତୁତ କରି ଚାଳିବାର ଆବଶ୍ୟକତା ଅଛି।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମସ୍ଯା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଗତିରେ ବାଧା ଉତ୍ପନ୍ନ କରିପାରେ। ବ୍ୟବସାୟୀଙ୍କୁ ଏହି ଗୋଚର ସମୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବାର ଆଶଙ୍କା ଅଛି। ଖାସକରି ପାରମ୍ପରିକ ବ୍ୟବସାୟ କରୁଥିବା ଲୋକଙ୍କୁ ଏହି ପ୍ରକାର ପରିଣାମ ମିଳିବାର ସମ୍ଭାବନା ଅଛି। ଯଦି ଆପଣ ଶେୟାର ମାର୍କେଟ ରୁ ପଇସା ରୋଜଗାର କରନ୍ତି ତେବେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବାର ଆଶା ଅଛି।
ବୃତ୍ତିଗତ ଜୀବନରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଏହି କରଣରୁ ଆପଣଙ୍କ ପାଇଁ ପଇସା ସଞ୍ଚୟ କରିବା କଷ୍ଟକର ହୋଇଯାଇ ପାରେ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭରସାର ଅଭାବ ଯୋଗୁଁ ମତଭେଦ ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଚେଷ୍ଟା କରିବା ଉଚିତ। ସ୍ବାସ୍ଥ୍ୟ ମାମଲାରେ ଆପଣ ଅଧିକ ଭଲ ଅନୁଭବ କରିବେ ନାହିଁ କରନ ବଢ଼ିଥିବା ଖର୍ଚ୍ଚକୁ ସମ୍ଭାଳିବା ପାଇଁ ସମସ୍ଯା ହୋଇପାରେ।
ଉପାୟ: ପ୍ରତିଦିନ 11 ଥର ଓଁ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ।
हिंदी में पढ़ने के लिए यहां क्लिक करें: सूर्य का कुंभ राशि में गोचर
ସିଂହ ରାଶି
ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର କରିବା ସମୟରେ ସୂର୍ଯ୍ୟ ଗ୍ରହ ସିଂହ ରାଶିର ସପ୍ତମ ଘରେ ରହିବେ। ସୂର୍ଯ୍ୟ ଏହି ରାଶିର ପ୍ରଥମ ଘରର ସ୍ବାମୀ ଅଟନ୍ତି। ଏହି ସମୟରେ ଆପଣଙ୍କୁ ନୂଆ ବନ୍ଧୁ କରିବା ଓ ବନ୍ଧୁଙ୍କ ସହିତ ଭଲ ସମ୍ବନ୍ଧ ରଖିବା ଉପରେ ଧ୍ୟାନ ଦେବା ଉଚିତ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବାର ଆଶା ଅଛି। ଏହି ସୁଯୋଗ ସୁବିଧାଜନକ ହେବ ଓ ଆପଣ ନିଜର ଆବଶ୍ୟକତା ପୂରଣ କରିପାରିବେ। ବ୍ୟବସାୟୀଙ୍କୁ ଶେୟାର ମାର୍କେଟରେ ସଫଳତା ମିଳିବାର ଆଶା ଅଛି। ଆପଣଙ୍କ ପାଇଁ ଏହା ପାରମ୍ପରିକ ବିଜନେସ ତୁଳନାରେ ଅଧିକ ଲାଭକାରି ସିଦ୍ଧ ହେବ। କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ଲାଭ ହେବାର ସମ୍ଭାବନା ଅଛି। ଏହି କାରଣରୁ ଆପଣ ସନ୍ତୁଷ୍ଟ ଅନୁଭବ କରିବେ ଓ ପଇସା ସଞ୍ଚୟ କରିବାକୁ ସକ୍ଷମ ହେବେ।
ବ୍ୟକ୍ତିଗତ ସ୍ତରରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ବନ୍ଧୁତା ରହିବ ଓ ଆପଣ ଦୁହିଙ୍କ ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିବ। ଏହା ଦ୍ବାରା ଆପଣଙ୍କର ସମ୍ପର୍କରେ ସୁଖ ଶାନ୍ତି ବଢ଼ିବ ଓ ଆପଣ ଦୁହିଁକର ସମ୍ପର୍କ ଦୃଢ଼ ହେବ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ ଓ ଏହା ଦ୍ବାରା ଆପଣଙ୍କୁ ସକାରାତ୍ମକ ଭାବନା ଓ ଶକ୍ତି ପାଇବାରେ ସାହାଜ୍ୟ ମିଳିବ।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ଭାସ୍କରାୟ ନମଃ ମନ୍ତ୍ର ଜପ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଦ୍ଵାଦଶ ଘରର ସ୍ବାମୀ ସୂର୍ଯ୍ୟ ଦେବ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ଜୀବନରେ ବିଭିନ୍ନ କ୍ଷେତ୍ରରେ ମହତ୍ୱପୂର୍ଣ ବିକାଶ ହେବାର ଆଶା ଅଛି। କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର ସମୟରେ ଆପଣଙ୍କର ଆଧ୍ୟାତ୍ମିକ ଉଦ୍ଦେଶ୍ୟପାଇଁ ଲମ୍ବା ଯାତ୍ରା ଯିବାର ଇଚ୍ଛା ହୋଇପାରେ। ଏହା ଦ୍ବାରା ଆପଣଙ୍କୁ ସନ୍ତୋଷ ମିଳିବ। ଆପଣଙ୍କୁ ନିଜର ସନ୍ତାନର ପ୍ରଗତି ଦେଖି ଖୁସି ମିଳିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ଗୋଚର ସମୟରେ ଚାକିରିରେ ନୂଆ ସୁଯୋଗ ମିଳିବାର ଆଶା ଅଛି। ଏହି ସୁଯୋଗଗୁଡ଼ିକ ଆପଣଙ୍କର ଆକାଂକ୍ଷା ଅନୁସାରେ ହେବ ଏବଂ ସେଗୁଡ଼ିକ ପାଇବା ପରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ବ୍ୟବସାୟୀମାନଙ୍କ ବିଷୟରେ କହିବାକୁ ଗଲେ, ସେମାନେ ପାରମ୍ପରିକ ବ୍ୟବସାୟ ଅପେକ୍ଷା ସେୟାର ବଜାରରେ ନିବେଶ କରି ଅଧିକ ଲାଭ ପାଇବେ। ଆର୍ଥିକ ଦୃଷ୍ଟିରୁ, ଏହି ସମୟ ମଧ୍ୟରେ, ଆପଣଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ଯୋଗୁଁ ଆପଣ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ପୁରସ୍କାର ପାଇପାରନ୍ତି।
ବ୍ୟକ୍ତିଗତ ସ୍ତରରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ସ୍ନେହପୂରଣ ବ୍ୟବହାର କରିବେ। ଏହା ଦ୍ବାରା ଆପଣ ପରସ୍ପର ପାଇଁ ଏକ ପ୍ରେମପୂର୍ଣ ସମ୍ପର୍କର ଉଦାହରଣ ଦେଇପାରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର ସମୟରେ ଆପଣଙ୍କୁ ସାହସ ଓ ଦୃଢ଼ତା ଯୋଗୁଁ ଆପଣଙ୍କର ଶାରୀରିକ ଏବଂ ଭାବନାତ୍ମକ ସ୍ବାସ୍ଥ୍ୟ ଦୁଇଟି ଯାକ ଭଲ ରହିବ।
ଉପାୟ: ଆପଣ ବୁଧବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ଯୋଗୁଁ ସୂର୍ଯ୍ୟ ଦେବ ତୁଳା ରାଶିର ପଞ୍ଚମ ଘରେ ଉପସ୍ଥିତ ରହିବେ। ସୂର୍ଯ୍ୟ ତୁଳା ରାଶିର ଏକାଦଶ ଘରର ସ୍ବାମୀ ଅଟନ୍ତି। କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ସମୟରେ ଆପଣଙ୍କର ଅଧ୍ୟାତ୍ମିକ ଉଦ୍ଦେଶ୍ୟ ଯୋଗୁଁ ଲାମ୍ବା ଯାତ୍ରାରେ ଯିବା ପାଇଁ ଇଚ୍ଛା ହୋଇପାରେ। ଆପଣଙ୍କୁ ନିଜର ସନ୍ତାନର ପ୍ରଗତିରୁ ଖୁସି ମିଳିବ।
କ୍ୟାରିୟର କ୍ଷେତ୍ରରେ, ଏହି ଗୋଚର ସମୟରେ ଆପଣଙ୍କୁ ନୂତନ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହି ସୁଯୋଗଗୁଡ଼ିକ ପାଇବା ପରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ବ୍ୟବସାୟୀଙ୍କ ବିଷୟରେ କହିଲେ ତାଙ୍କୁ ପାରମ୍ପରିକ ବିଜନେସରୁ ଅଧିକ ସ୍ଟକ ମାର୍କେଟରୁ ଲାଭ ହେବ। ବୃତ୍ତିଗତ ସ୍ତରରେ ଏହି ସମୟରେ ଆପଣଙ୍କୁ ନିଜର କଠିନ ପରିଶ୍ରମ ଓ ପ୍ରୟାସରୁ ଇନଶେନଟିଭ୍ ମିଳିପାରେ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ତେବେ ଆପଣ ପାର୍ଟନର ପ୍ରତି ସ୍ନେହପୂର୍ଣ ବ୍ୟବହାର ରଖିବା ଯୋଗୁ ଆପଣ ଦୁହିଙ୍କର ସମ୍ପର୍କ ଦୃଢ଼ ହେବ। ସ୍ବାସ୍ଥ୍ୟ ମାମଲାରେ ଆପଣ ସମ୍ପୂର୍ଣ ରୂପରେ ଖୁସି ଅନୁଭବ କରିବେ। ସକାରାତ୍ମକ ଓ ଆଶାବାଦୀ ଦୃଷ୍ଟିକୋଣ ରଖିବା ଯୋଗୁଁ ଏହା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 34 ଥର ଓଁ କେତବେ ନମଃ ମନ୍ତ୍ର ଜପ କରନ୍ତୁ।
ବିଛା ରାଶି
ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଦଶମ ଘରର ସ୍ବାମୀ ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଘରେ ରହିବେ। ଏହି ସମୟରେ ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ଦେଖିବାକୁ ମିଳିବ। ଆପଣଙ୍କୁ ପ୍ରପର୍ଟିରୁ ବଡ଼ ଲାଭ ହେବାର ଆଶା ଅଛି।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ପ୍ରାପ୍ତ ହେବ ଯାହା ଆପଣଙ୍କୁ ସନ୍ତୋଷ କରିବାର କାମ କରିବ। ବ୍ୟବସାୟୀଙ୍କୁ ପାରମ୍ପରିକ ବିଜନେସ ତୁଳନାରେ ଶେୟାର ମାର୍କେଟରୁ ଅଧିକ ଲାଭ ହେବାର ଆଶା ଅଛି। ବୃତ୍ତିଗତ ସ୍ତର ରେ ଏହି ସମୟରେ ଆପଣଙ୍କୁ ନିଜର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଯୋଗୁଁ ଇନଶେନଟିଭ୍ ମିଳିପାରେ।
ଆପଣଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣ ନିଜର ସମ୍ପର୍କରେ ଅଧିକ ସଚ୍ଚୋଟ ଓ ନିଜର ପାର୍ଟନର ପ୍ରତି ଅଧିକ ପ୍ରତିବଦ୍ଧ ରହିବେ ଯାହା ଫଳରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ଏହା ଦ୍ବାରା ଆପଣ ଦୁହିଙ୍କ ସମ୍ପର୍କ ଦୃଢ଼ ହେବ। ସ୍ବାସ୍ଥ୍ୟ ମାମଲାରେ ଉତ୍ତମ ସ୍ବାସ୍ଥ୍ୟର ଆନନ୍ଦ ନେବେ। ଆପଣଙ୍କୁ ନିଜର ମାଙ୍କର ସ୍ବାସ୍ଥ୍ୟ ପାଇଁ କିଛି ଧନ ସଞ୍ଚୟ କରିବାକୁ ପଡ଼ିପାରେ।
ଉପାୟ: ଆପଣ ପ୍ରତିଦିନ 44 ଥର ଓଁ ମନ୍ଦାୟ ନମଃ ମନ୍ତ୍ର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ତୃତୀୟ ଘରେ ସୂର୍ଯ୍ୟଙ୍କର ଏହି ଗୋଚର ହେବାକୁ ଯାଉଛି। ସୂର୍ଯ୍ୟ ଏହି ରାଶିରେ ନବମ ଘରର ସ୍ବାମୀ। କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ସମୟରେ ଆପଣଙ୍କୁ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଯୋଗୁଁ ଲମ୍ବା ଯାତ୍ରା କରିବାକୁ ଯିବାକୁ ପଡ଼ିପାରେ। ଆପଣଙ୍କୁ ନିଜର ସନ୍ତାନର ପ୍ରଗତି ରୁ ଖୁସି ମିଳିପାରେ। ଏହି ସମୟରେ ଆପଣ ଯାହା ମଧ୍ୟ କହିବେ, ଲୋକ ତାହା ଉପରେ ବିଶ୍ବାସ କରିବେ।
କ୍ୟାରୀଅର ମାମଲାରେ ଆପଣଙ୍କୁ କାମ ପାଇଁ ବିଦେଶ ଯିବାକୁ ସୁଯୋଗ ମିଳିପାରେ। ଏହା ଦ୍ବାରା ଆପଣଙ୍କୁ ସନ୍ତୁଷ୍ଟ ହେବାର ଅନୁଭବ ହେବ। ବ୍ୟବସାୟୀମାନେ ବିଶେଷକରି ଆମଦାନୀ-ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଅଧିକ ଲାଭ ଆଶା କରି ପାରିବେ। ଆପଣ ଆପଣଙ୍କ ଆର୍ଥିକ ଜୀବନରେ ଆପଣଙ୍କର ଆୟରେ ବୃଦ୍ଧି ଦେଖିବେ। ଏହି ସମୟରେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଧନ ଥିବାରୁ, ଆପଣ ଟଙ୍କା ସଞ୍ଚୟ କରିବାକୁ ମଧ୍ୟ ସମର୍ଥ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣ ଏହି ସମୟରେ ଜୀବନର ପ୍ରତ୍ଯେକ କ୍ଷେତ୍ରରେ ନିଜର ଜୀବନସାଥୀର ସହଯୋଗ ଆଶା କରି ପାରନ୍ତି। ସ୍ବାସ୍ଥ୍ୟ ମାମଲାରେ ସାହସ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହେବ।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ଶିବାୟ ନମଃ ମନ୍ତ୍ର ଜପ କରନ୍ତୁ।
ମକର ରାଶି
ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର କରିବା ସମୟରେ ସୂର୍ଯ୍ୟ ଦେବ ମକାର ରାଶିର ଦ୍ଵିତୀୟ ଘରେ ରହିବେ ଓ ଏହି ରାଶିର ଅଷ୍ଟମ ଘରର ସ୍ବାମୀ। ଆପଣଙ୍କର ପ୍ରୟାସରେ ହ୍ରାସ ଘଟିବା ଯୋଗୁଁ ଆପଣଙ୍କର ଚିନ୍ତା ବଢ଼ିବ।
କ୍ୟାରୀଅର କ୍ଷେତ୍ରre ସଫଳତା ପାଇବା ପାଇଁ ସାବଧାନ ହୋଇ ଯୋଜନା ପ୍ରସ୍ତୁତ କରନ୍ତୁ ଓ କାମ କରନ୍ତୁ। ଏହା ବିନା ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ବିଜନେସ କ୍ଷେତ୍ରରେ ଆପଣଙ୍କୁ ନିଜର ଲାଭ ବଢ଼ାଇବା ପାଇଁ ଏକ ଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ନଚେତ ଆପଣଙ୍କୁ କ୍ଷତି ହୋଇପାରେ। ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ ଅଗକୀ ବଢ଼ିବା ସମୟରେ ଖର୍ଚ୍ଚକୁ ସମ୍ଭାଳିବା କଷ୍ଟକର ହୋଇପାରେ। ଆପଣଙ୍କୁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅଧିକ ପଇସାର ଆବଶ୍ୟକତା ହୋଇପାରେ।
ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଯୁକ୍ତି ହେବାର ଆଶଙ୍କା ଅଛି। ଆପଣ ଦୁହିଙ୍କ ମଧ୍ୟରେ ଚାପର ସ୍ଥିତି ସୃଷ୍ଟି ହୋଇପାରେ ଓ ତାଳମେଳ ରଖି ଚାଲିବର ଆବଶ୍ୟକତା ଅଛି। ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ଏହି ଗୋଚର ସମୟରେ ଆଖି ଓ ଦାନ୍ତରେ ବହୁତ ଦରଜ ହୋଇପାରେ। ଏହି ସମସ୍ଯାରୁ ବାହାରିବ ପାଇଁ ଆପଣଙ୍କୁ ଉଚିତ ଉପଚାର କରିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ ପ୍ରତିଦିନ ଓଁ ନମୋ ନାରାୟଣ 11 ଥର ଜପ କରନ୍ତୁ।
କୁମ୍ଭ ରାଶି
ସୂର୍ଯ୍ୟ କୁମ୍ଭ ରାଶିର ସପ୍ତମ ଘରର ସ୍ବାମୀ ଓ ଏବେ କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ଯୋଗୁଁ ସେ ଆପଣଙ୍କର ପ୍ରଥମ ଘରେ ରହିବେ। କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବା ଯୋଗୁଁ ଆପଣଙ୍କୁ ନିଜର ବନ୍ଧୁକୁ ନେଇ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ ଆପଣଙ୍କୁ ଯାତ୍ରା ସମୟରେ ସଂଘର୍ଷ କରିବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ ଆପଣଙ୍କ ଉପରେ କାମର ଚାପ ବହୁତ ଅଧିକ ରହିବ। ଆପଣଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ, ସଂଗଠିତ ଭାବରେ କାମ କରିବାକୁ ପଡ଼ିବ ଏବଂ ଅଧିକ ଦକ୍ଷତାର ସହିତ କାମ କରିବାକୁ ପଡ଼ିବ। ବ୍ୟବସାୟୀମାନେ ଅଧିକ ଲାଭ ଅର୍ଜନ କରିବା ଏବଂ ଜଣେ ଉଦ୍ୟୋଗୀ ଭାବରେ ସଫଳ ହେବା ପାଇଁ ସତର୍କତାର ସହ କାମ କରିବା ଉଚିତ। ଧନ ମାମଲାରେ, ଏହି ସମୟରେ ଆପଣଙ୍କୁ ଧନ ସଂଗ୍ରହ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦିଓ ଆପଣ ଟଙ୍କା ରୋଜଗାର କରୁଛନ୍ତି, ଏହି ଟଙ୍କା ସଞ୍ଚୟ କରିବା ଆପଣଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ।
ବ୍ୟତିଗତ ଜୀବନ ବିଷୟରେ କହିଲେ, ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଅହଂକାରକୁ ନେଇ ମତଭେଦ ଉତ୍ପନ୍ନ ହେବାର ଆଶଙ୍କା ଅଛି। ପାରିବାରିକ ମାମଲା ଯୋଗୁଁ ଏହା ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଜଙ୍ଘ, ପାଦ କିମ୍ବା ଏହି ପରି କିଛି ଭାଗରେ ବହୁତ ଆଶଙ୍କା ଅଛି।
ଉପାୟ: ଆପଣ ଶନିବାର ଦିନ ଗରିବ ଲୋକଙ୍କଊ ଅନ୍ନ ଦାନ କରନ୍ତୁ।
ମୀନ ରାଶି
ସୂର୍ଯ୍ୟ ମୀନ ରାଶିରେ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ରହିବେ। ଆପଣଙ୍କୁ ଖର୍ଚ୍ଚକୁ ନେଇ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ନିଜର ଖର୍ଚ୍ଚ ସମ୍ଭାଳିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କ ଉପରେ କାମର ଚାପ ବହୁତ ଅଧିକ ରହିପାରେ। ଆପଣ ଭଲ ସୁଯୋଗ ପାଇଁ ଚାକିରି ପରିବର୍ତ୍ତନ କରିବା ବିଷୟରେ ଭାବି ପରାନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ବଢ଼ାଇବା ଓ ସ୍ଥିରତା ରଖିବା ପାଇଁ ନିଜର ବିଜନେସକୁ ଭଲ ଭାବରେ ଚଳାଇବାକୁ ପଡ଼ିବ। ବୃତ୍ତିଗତ ଜୀବନରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ ପାଇଁ ଧନ ହାନିର ଯୋଗ ମଧ୍ୟ ଅଛି।
ବ୍ୟକ୍ତିଗତ ଜୀବନରେ ଆର୍ଥିକ ସମସ୍ଯା ଯୋଗୁଁ ଆପଣ ଓ ଆପଣଙ୍କର ପ୍ରିୟଜନ କିମ୍ବା ପାର୍ଟନର ମଧ୍ୟରେ ଯୁକ୍ତି ତର୍କ ହେବାର ଆଶଙ୍କା ଅଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଚାପ ସମ୍ବନ୍ଧିତ ସମସ୍ଯା ହୋଇପାରେ, ଖାସ କରି ଆପଣଙ୍କୁ ପାଦ ଓ ଆଣ୍ଠୁରେ ଦରଜ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଗୁରବେ ନମଃ ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର କେବେ ହେବ?
12 ଫେବ୍ରୁୟାରୀ ଦିନ କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର ହେବ।
ବୈଦିକ ଜ୍ଯୋତିଷରେ ସୂର୍ଯ୍ୟ କ’ଣ ଦର୍ଶାଏ?
ସୂର୍ଯ୍ୟ ଆତ୍ମା, ଶକ୍ତି, ଅହଂକାର, ନେତୃତ୍ବ କରିବାର ଗୁଣ ଓ ପିତାର କାରକ।
କୁମ୍ଭ ରାଶିର ସ୍ବାମୀ ଗ୍ରହ କିଏ?
ଏହି ରାଶିର ସ୍ବାମୀ ଶନି ଦେବ।
କୁମ୍ଭ ରାଶି ପାଇଁ ଅନୁକୂଳ ରାଶି କ’ଣ?
ମିଥୁନ ଓ ତୁଳା।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Numerology Insights 2025: Reviewing The Characteristics Of Moolank 1 Natives
- Powerful Malavya Rajyoga 2025 After 1 Year: Fame And Glory For 3 Zodiacs!
- Chidra Dasha: Hidden Life Lessons Through Celebrity Horoscope Analysis!
- Planetary Transits May 2025: Wealth & Triumph For 3 Lucky Zodiac Signs!
- Mercury Transits In May 2025: Success & Prosperity For 3 Lucky Zodiac Signs!
- Types of Muhurat In A Day: Complete Guide To Auspicious Timings!
- Atichari Jupiter Till 2032 & Impact On Zodiacs: What to Expect?
- Sun Transit In Aries: Obstacles Will Be Removed Making Life Peaceful
- Weekly Horoscope For The Week Of April 14th to 20th, 2025!
- Baisakhi 2025: Auspicious Yoga & More!
- 50 साल बाद सूर्य गोचर से बनेगा शुभ योग, ये राशि वाले जरूर पढ़ लें अपने बारे में!
- क्या है छिद्र दशा और ग्रहों का खेल, सिलेब्रिटी की कुंडली से समझें!
- एक दिन में होते हैं कितने मुहूर्त? जानें कब होता है शुभ समय!
- बृहस्पति 2032 तक रहेंगे अतिचारी, जानें क्या पड़ेगा 12 राशियों पर प्रभाव!
- मेष राशि में सूर्य के प्रवेश से बन जाएंगे इन राशियों के बिगड़े काम; धन लाभ के भी बनेंगे योग!
- इस सप्ताह सूर्य का होगा मेष में गोचर, बदल जाएगी इन 3 राशि वालों की तक़दीर!
- बेहद शुभ योग में मनाया जाएगा बैसाखी का त्योहार, जानें तिथि, मुहूर्त और महत्व!
- धन-वैभव के दाता शुक्र करेंगे अपनी चाल में बदलाव, इन राशियों के बनेंगे नौकरी में तरक्की के योग!
- टैरो साप्ताहिक राशिफल : 13 अप्रैल से 19 अप्रैल, 2025
- चैत्र पूर्णिमा व्रत 2025: इस विधि से करेंगे पूजा, तो ज़रूर प्रसन्न होंगे श्री हरि!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025