ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର

ଆମେ ଏହା ଭଲ ଭାବରେ ଜାଣୁ ଜେ ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ନବଗ୍ରହଙ୍କର ରାଜାର ଦର୍ଯ୍ୟା ଦିଆଯାଇଛି ଯିଏ ପିତା, ଆତ୍ମା ଓ ସରକାରର କାରକ ଗ୍ରହ। ତାଙ୍କର ରାଶି ପରିବର୍ତ୍ତନ ବହୁ ମାନ୍ୟତା ରଖେ ଯାହାର ପ୍ରତ୍ୟେକ୍ଷ ଓ ପରକ୍ଷ ରୂପରେ ମାନବ ଜୀବନ ଉପରେ ପ୍ରଭାବ ପଡ଼େ। ଏବେ ଶୀଘ୍ର 14 ମାର୍ଚ୍ଚ 2025ରେ ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ହେବାକୁ ଯାଉଛି। ଆଷ୍ଟ୍ରୋସେଜ ଏଆଇର ଏହି ଲେଖା ଆପଣଙ୍କୁ ସୂର୍ଯ୍ୟ ଗୋଚର ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରିବ। ସାଙ୍ଗରେ, ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କିପରି କରିବ ସମସ୍ତ 12 ଟି ରାଶି କୁ ପ୍ରଭାବିତ? ଜାଣିବା ପାଇଁ ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର: ଶୁଭ ନା ଅଶୁଭ?

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆମେ ଆପଣଙ୍କୁ କହି ରଖୁଛୁ ଯେ ସୂର୍ଯ୍ୟ ଦେବତା ଆତ୍ମ ଏବଂ ବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଗ୍ରହଙ୍କର ସ୍ଥିତି ଦର୍ଶାଏ ଯେ ଆପଣ ନିଜକୁ ଦୁନିଆ ଆଗରେ କିପରି ଉପସ୍ଥାପନ କରନ୍ତି ଏବଂ ସେମାନଙ୍କ ଦୃଷ୍ଟିରେ ଆପଣ କି ପ୍ରକାରର ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହା ଜୀବନରେ ଆପଣଙ୍କର ଶକ୍ତି, ଜୀବନଶକ୍ତି, ସୃଜନଶୀଳତା ଏବଂ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ। ସୂର୍ଯ୍ୟ ମହାରାଜ ଜଣେ ବ୍ୟକ୍ତିର ଜୀବନରେ ବଡ଼ ଉଦ୍ଦେଶ୍ୟ, ଲକ୍ଷ୍ୟ ହାସଲ କରିବାର ପ୍ରେରଣା ଏବଂ ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିବାର ଉପାୟ ସହିତ ଜଡ଼ିତ। ତାଙ୍କର ପ୍ରଭାବ ଆପଣଙ୍କର ମହତ୍ୱାକାଂକ୍ଷା ଏବଂ ଆପଣଙ୍କର ନିଜର ଅନନ୍ୟ ପରିଚୟ ସୃଷ୍ଟି କରି ବିଶ୍ୱରେ ପରିଚିତ ହେବାର ଦୃଢ଼ ଇଚ୍ଛାକୁ ମଧ୍ୟ ପ୍ରତିଫଳିତ କରେ। ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ଜନ୍ମ ସମୟରେ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦେବତା ଯେଉଁ ଘରେ କିମ୍ବା ରାଶିରେ ଉପସ୍ଥିତ ଥାଆନ୍ତି, ତାହାକୁ ଜ୍ୟୋତିଷୀୟ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। କୌଣସି ବ୍ୟକ୍ତିର ଜାତକର ବିଶ୍ଳେଷଣ କରିବା ସମୟରେ ସର୍ବପ୍ରଥମେ ସୂର୍ଯ୍ୟଙ୍କର ସ୍ଥିତିକୁ ଦେଖାଯାଏ। ତାଙ୍କର ସ୍ଥିତି ଦ୍ୱାରା ଆପଣଙ୍କର ସ୍ଵଭାବ, ଜୀବନର ମୂଲ୍ୟ ଓ ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ନିର୍ଦ୍ଧାରିତ ହୋଇଥାଏ।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ସୂର୍ଯ୍ୟଙ୍କୁ ଉଗ୍ର କୁହା କୁହାଯାଏ ଓ କୁଣ୍ଡଳୀରେ ତାଙ୍କର ଅଶୁଭ ସ୍ଥିତିରେ ରହିବା ଲୋକଙ୍କର ସ୍ବାସ୍ଥ୍ୟକୁ ନକରାତ୍ମକ ଭାବରେ ପ୍ରଭାବିତ କରିବ। ବ୍ୟକ୍ତିକୁ ଚନ୍ଦାପଣ, ମୁଣ୍ଡ ବିନ୍ଧା, ଦୃଷ୍ଟିଶକ୍ତି ଦୁର୍ବଳ ହେବା, ହୃଦୟ ଓ ରକ୍ତ ସହିତ ଜଡ଼ିତ ସମସ୍ଯା ହୋଇପାରେ। ସୂର୍ଯ୍ୟ ଦେବ ଦୁର୍ବଳ ହେଲେ ପିତାଙ୍କର ସହିତ ସମ୍ବନ୍ଧରେ ଉତ୍ଥାନ-ପତନ ଆସିପାରେ। ରାଶିରେ ଦୁର୍ବଳ ସୂର୍ଯ୍ୟ ଥିବା ଲୋକମାନେ ସହନଶକ୍ତିର ଅଭାବ, କମ ଆତ୍ମସମ୍ମାନ ଏବଂ ନିଷ୍ପତ୍ତି ନେବାର କ୍ଷମତାରେ ହ୍ରାସ ଭୋଗିପାରନ୍ତି। ସେହିପରି, ଯଦି କୁଣ୍ଡଳୀରେ ସୂର୍ଯ୍ୟ ବହୁତ ଶକ୍ତିଶାଳୀ ଥାଆନ୍ତି, ତେବେ ବ୍ୟକ୍ତି ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପାରନ୍ତି।

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ତିଥି ଓ ସମୟ

ସୂର୍ଯ୍ୟ ଦେବ 14 ମାର୍ଚ୍ଚ 2025 ସନ୍ଧ୍ୟା 06:32 ରେ ମୀନ ରାଶିରେ ଗୋଚର କରିବେ। ଉଗ୍ର ଗ୍ରହ ରୂପରେ ସୂର୍ଯ୍ୟ ଜଳ ତତ୍ଵ ରାଶି ମୀନରେ ପ୍ରବେଶ କରିବେ। ଦୁଇଟି ଅଲଗା ଅଲଗା ଶକ୍ତିର ସଂଯୋଗ ଦେଖିବାକୁ ମିଳିବ ଓ ଏହାର ଫଳସ୍ଵରୂପ, ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ। ଆସନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଜେ ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ସମସ୍ତ 12 ଟି ରାଶି କୁ କିପରି ପ୍ରଭାବିତ କରିବ।

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ବିଶେଷ କଥା

ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ଏପରି ବ୍ୟକ୍ତିମାନଙ୍କୁ ପ୍ରତିନିଧିତ୍ୱ କରେ ଯେଉଁମାନେ ଦୟାଳୁ ଏବଂ ସ୍ୱପ୍ନର ଦୁନିଆରେ ଲୁପ୍ତ ରୁହନ୍ତି। କୁଣ୍ଡଳୀରେ ମୀନ ରାଶିରେ ସୂର୍ଯ୍ୟଙ୍କ ଉପସ୍ଥିତି ହେତୁ, ଲୋକମାନେ ଅତ୍ୟନ୍ତ ଭାବପ୍ରବଣ ଏବଂ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ତେଣୁ ଅନ୍ୟମାନଙ୍କ ପ୍ରତି ଯତ୍ନବାନ ହୋଇଥାନ୍ତି।

  1. ଦୟାଳୁ: ମୀନ ରାଶିର ଲୋକ କଷ୍ଟ ବୁଝନ୍ତି ଓ ଖୁସି ବାଣ୍ଟନ୍ତି। ଏହି ଲୋକମାନେ ହୃଦୟରେ ବହୁତ ମହାନ, ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ଏବଂ ସେବା ସହିତ ଜଡ଼ିତ କ୍ୟାରିଅର ବାଛନ୍ତି।
  2. ରଚନାତ୍ମକ ଏବଂ କଳ୍ପନାଶୀଳ: ମୀନ ରାଶିର ସ୍ବାମୀ ଗୁରୁ ଗ୍ରହ ଯିଏ ସ୍ବପ୍ନରେ ଲୁପ୍ତ ରୁହନ୍ତି ଓ କଳ୍ପନାଶୀଳ ହୋଇଥାନ୍ତି। କୁଣ୍ଡଳୀରେ ମୀନ ରାଶିରେ ସୂର୍ଯ୍ୟ ଥିବା ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି ସେଥିପାଇଁ ତାଙ୍କର ସମ୍ବନ୍ଧ ଵିସୁଅଲ୍ ଆର୍ଟସ , ସଙ୍ଗୀତ, ଲେଖା କିମ୍ବା କ୍ରେଏଟିଭ କାମ ସହିତ ହୋଇଥାଏ। ଏହି ଲୋକଙ୍କୁ ନିଜର ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ।
  3. ସ୍ବପ୍ନ ଦେଖୁଥିବା ଲୋକ: ଜାତକରେ ସୂର୍ଯ୍ୟ ଗ୍ରହ ମୀନ ରାଶିରେ ରହିବେ ଲୋକ ସାଧାରଣତଃ କଳ୍ପନାରେ ଲୁପ୍ତ ରୁହନ୍ତି କିମ୍ବା ପରିସ୍ଥିତି କୁ ଅନୁମାନ କରୁଥିବା ଦେଖାଯାଆନ୍ତି। ସେମାନଙ୍କ ସ୍ୱପ୍ନ ସତ ହେଉନଥିବାରୁ ସେମାନେ ବେଳେବେଳେ ନିରାଶ ହୋଇଯାଆନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏହି ଲୋକମାନେ ସ୍ୱପ୍ନରେ ବଞ୍ଚିବାକୁ ପସନ୍ଦ କରନ୍ତି।
  4. ଅନ୍ତରଜ୍ଞାନ ଏବଂ ଆଧ୍ୟାତ୍ମିକ: ମୀନ ରାଶି ଏକ ଜଳ ତତ୍ତ୍ୱ ରାଶି ଏବଂ ଯଦି ସୂର୍ଯ୍ୟ ଏହି ରାଶିରେ ଉପସ୍ଥିତ ଥାଆନ୍ତି ତେବେ ଏହି ଲୋକମାନେ ବହୁତ ଦୟାଳୁ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କ ଭାବନାକୁ ସହଜରେ ବୁଝିପାରନ୍ତି ଏବଂ କେତେକ ସମୟରେ ଅସ୍ପଷ୍ଟ ଜିନିଷଗୁଡ଼ିକୁ ଅନୁଭବ କରି ପରିସ୍ଥିତିକୁ ବୁଝିପାରନ୍ତି।
  5. ବିନମ୍ର ଏବଂ ସମ୍ବେଦନଶୀଳ: ଜନ୍ମ ସମୟରେ କୁଣ୍ଡଳୀରେ ସୂର୍ଯ୍ୟଙ୍କର ମୀନ ରାଶିରେ ସ୍ଥିତି ଲୋକଙ୍କୁ ବିନମ୍ର ଓ ଲାଜକୁଳା କରିଥାଏ। ଏମାନେ କୌଣସି ପ୍ରକାରର ବିବାଦରେ ପଡ଼ିବାକୁ ଚାହାନ୍ତି ନାହିଁ ଓ ଶାନ୍ତ ରୁହନ୍ତି। ଏମାନେ ନିଜର କଥାରେ ଅଟଳ ରହି ଅନ୍ୟର ପରିସ୍ଥିତି ବୁଝିବାକୁ ପସନ୍ଦ କରନ୍ତି।
  6. ସ୍ଵୀକାର କରି ଆଗକୁ ବଢ଼ୁଥିବା ଲୋକ: ମୀନ ରାଶି ଜଳର ପ୍ରତିନିଧିତ୍ବ କରେ ଓ ଏହି ପ୍ରକାର, ମୀନ ରାଶିର ଲୋକ ମଧ୍ୟ ଜଳ ପରି ଅଗକାଉ ବଢ଼ୁଥାଆନ୍ତି। ସେମାନେ ସହଜରେ ନୂଆ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନିଅନ୍ତି, କିନ୍ତୁ ଏହି କାରଣରୁ କେତେକ ସମୟରେ ସେମାନେ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୁଅନ୍ତି।
  7. କଷ୍ଟକର ଅବସ୍ଥାରୁ ବଞ୍ଚନ୍ତି: ଆମେ ଜାଣୁ ଯେ ମୀନ ରାଶିର ଲୋକମାନେ ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ସେମାନେ ପ୍ରାୟତଃ ସେମାନଙ୍କ ଜୀବନର ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବାକୁ ପସନ୍ଦ କରନ୍ତି। ଏମାନେ ନିଜର ସ୍ବପ୍ନ ଓ କଳ୍ପନାର୍ ଦୁନିଆରେ ଲୁପ୍ତ ରୁହନ୍ତି।

ଯଦି ଆମେ ପ୍ରେମ ଜୀବନ ବିଷୟରେ କଥା ହେବା, ତେବେ ଏହି ଲୋକମାନେ ସେମାନଙ୍କ ସାଥୀଙ୍କ ପ୍ରତି ସମର୍ପିତ ହୋଇଥାନ୍ତି ଏବଂ ସେମାନଙ୍କୁ ବହୁତ ଭଲ ପାଆନ୍ତି। ଏହି ଲୋକମାନଙ୍କର ଭଦ୍ର ଏବଂ କୋମଳ ସ୍ୱଭାବ ସେମାନଙ୍କୁ ଅନ୍ୟମାନଙ୍କ ସହିତ ମିଶିବାରେ ସାହାଯ୍ୟ କରେ। ଏମାନଙ୍କୁ ଜୀବନରେ ଏପରି ଜଣେ ବ୍ୟକ୍ତି ଆବଶ୍ୟକ ଯିଏ ସେମାନଙ୍କୁ ଭାବପ୍ରବଣ ଭାବରେ ବୁଝିପାରିବେ ଏବଂ ସମର୍ଥନ କରିପାରିବେ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ଏହି ରାଶିର ଲୋକଙ୍କୁ ମିଳିବ ଶୁଭ ପରିଣାମ

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଚତୁର୍ଥ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ଵରୂପ, ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ଆପଣଙ୍କୁ ଆର୍ଥିକ ମାମଲାରେ ଭଲ ରିଟର୍ନ ଦେବ ଓ ଜୀବନରେ ଅଧିକ ଆର୍ଥିକ ଲାଭ ପାଇବା ପାଇଁ ଆପଣଙ୍କର ମାର୍ଗଦର୍ଶନ କରିବ। ଏହି ସମୟ ମଧ୍ୟରେ, ଆପଣ ଆପଣଙ୍କ ପରିବାରରୁ ଅନେକ ସୁବିଧା ପାଇପାରନ୍ତି। ଏହା ସହିତ, ଆପଣଙ୍କର ବିଳାସ ଏବଂ ଆରାମ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହି ଗୋଚର ସମୟରେ ଆପଣଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ନିଜର ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହଯୋଗ ମିଳିବ।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି ଗୋଚର ବୃଷ ରାଶିର ଲୋକଙ୍କ ପାଇଁ ଭାଗ୍ୟଶାଳୀ ହେବ। ଫଳସ୍ୱରୂପ, ଆପଣ ନୂତନ ଚାକିରି ସୁଯୋଗ ପାଇବେ। ଏହା ବ୍ୟତୀତ, ଏହି ଲୋକମାନଙ୍କୁ ବିଦେଶରେ କାମ କରିବାର ସୁଯୋଗ ମିଳିବ ଏବଂ ଏହି ସୁଯୋଗଗୁଡ଼ିକ ଆପଣଙ୍କ ପାଇଁ ଫଳପ୍ରଦ ହେବ। ଏହି ଭଲ ସୁଯୋଗ ଯୋଗୁଁ ଆପଣ ପ୍ରସନ୍ନ ଓ ଉତ୍ସାହିତ ଦେଖାଯିବେ। ଏହି ସମୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଓ ସହକର୍ମୀଙ୍କର ମଧ୍ୟ ସହଯୋଗ ମିଳିବ।

ବୃଷ ରାଶିଫଳ 2025

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ, ସୂର୍ଯ୍ୟ ଦେବତା ଆପଣଙ୍କ ତୃତୀୟ ଘରର ଅଧିପତି। ଏବେ ଏହା ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ, ସୂର୍ଯ୍ୟଙ୍କ ମୀନ ରାଶିରେ ଗୋଚର ସମୟରେ, ଆପଣ ଆପଣଙ୍କ ପ୍ରୟାସ ମାଧ୍ୟମରେ ବ୍ୟକ୍ତିଗତ ଅଭିବୃଦ୍ଧିର ସୁଯୋଗ ପାଇବେ। ଏହି ସମୟରେ ଆପଣଙ୍କୁ ଅନେକ ଯାତ୍ରା କରିବାକୁ ପଡ଼ିପାରେ।

ଏହି ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଚାକିରିରେ ନୂଆ ସୁଯୋଗ ଆଣିବ ଓ ଆପଣଙ୍କ ଭିତରେ ଏହି ପଦଗୁଡ଼ିକ ସମ୍ଭାଳିବା ପାଇଁ କ୍ଷମତା ଥିବା ଯାହା ଆପଣଙ୍କର ଭବିଷ୍ୟ ପାଇଁ ଭଲ ପ୍ରମାଣିତ ହେବ। ଯେଉଁମାନଙ୍କର ନିଜସ୍ୱ ବ୍ୟବସାୟ ଅଛି, ଏହି ସମୟରେ ସେମାନଙ୍କର ବ୍ୟବସାୟରେ ବୃଦ୍ଧି ଘଟିପାରେ। କିଛି ଭଲ ସୁଯୋଗ ମଧ୍ୟ ଆପଣଙ୍କ ପାଖକୁ ଆସିପାରେ। ଆର୍ଥିକ ଜୀବନକୁ ଦେଖିଲେ, ଏହି ସମୟରେ ଆପଣଙ୍କ ପାଖରେ ଆବଶ୍ୟକ ମାତ୍ରାରେ ଧନ ରହିବ ଓ ଆପଣ ଏହାର ଠିକ ଭାବରେ ପ୍ରବନ୍ଧନ କରିବେ।

ମିଥୁନ ରାଶିଫଳ 2025

ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟ ଗୋଚରର ଏହି ସମୟ ଆପଣଙ୍କ ଜୀବନରେ ସୌଭାଗ୍ୟ ଆଣିବ ଏବଂ ଆପଣ ସକାରାତ୍ମକ ଫଳାଫଳ ପାଇବେ। ଏହି ସମୟରେ, ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ପିତାଙ୍କଠାରୁ ସମର୍ଥନ ମିଳିବ, ଯାହା ଆପଣଙ୍କ ପାଇଁ ଫଳପ୍ରଦ ହେବାର ସମ୍ଭାବନା ଅଛି।

କ୍ୟାରିୟର ବିଷୟରେ କହିବାକୁ ଗଲେ,ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ସମୟରେ, ଆପଣ ଆପଣଙ୍କ ଚାକିରିରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖିପାରନ୍ତି ଏବଂ ଏପରି ପରିସ୍ଥିତିରେ, ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିବ। କର୍କଟ ରାଶିର ଲୋକ ଯେଉଁମାନଙ୍କର ନିଜସ୍ୱ ବ୍ୟବସାୟ ଅଛି, ବିଶେଷକରି ଆଉଟସୋର୍ସିଂ, ସେମାନେ ସେମାନଙ୍କ ପରିଶ୍ରମରୁ ଯଥେଷ୍ଟ ଲାଭ ପାଇପାରିବେ। ଆର୍ଥିକ ଜୀବନ ଦୃଷ୍ଟିରୁ, ସୂର୍ଯ୍ୟ ଗୋଚରର ସମୟ ଆପଣଙ୍କ ପାଇଁ ବହୁତ ଭଲ ବୋଲି କୁହାଯିବ କାରଣ ଏହି ସମୟରେ ଆପଣ ଟଙ୍କା ରୋଜଗାର କରିବା ସହିତ ଟଙ୍କା ସଞ୍ଚୟ ମଧ୍ୟ କରିପାରିବେ।

କର୍କଟ ରାଶିଫଳ 2025

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଦଶମ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ପଞ୍ଚମ ଘରକୁ ଯିବେ। ଏପରି ସ୍ଥିତିରେ ଏହି ଲୋକଙ୍କର ସମ୍ପୂର୍ଣ ଧ୍ୟାନ ନିଜ କାମ ଉପରେ ରହିବ ଓ ଆପଣ କିଛି ମହତ୍ୱପୂର୍ଣ ବିଷୟ ଉପରେ ଜାଣିବା ପାଇଁ ଉତ୍ସୁକ ରହିବେ। ବୃତ୍ତିଗତ ଜୀବନ ବିଷୟରେ କହିଲେ, ସୂର୍ଯ୍ୟ ଗୋଚର ସମୟରେ ଏହି ଲୋକଙ୍କର ବୁଦ୍ଧି ଭଲ ରହିବ। ଆପଣଙ୍କର କାର୍ଯ୍ୟ କରିବାର କ୍ଷମତା ଭଲ ହେବ ଯାହା ଫଳରେ ଆପଣ ଭଲ କାମ କରିବାକୁ ସକ୍ଷମ ହେବେ।

ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ବ୍ୟବସାୟୀଙ୍କ ପାଇଁ ସଫଳତାର ସୁଯୋଗ ଆଣିବ, ବିଶେଷକରି ବାଣିଜ୍ୟ ଏବଂ ଜୁଆ ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ। ଆର୍ଥିକ ଜୀବନକୁ ଦେଖିଲେ ଏହି ଗୋଚରକୁ ଆପଣଙ୍କ ପାଇଁ ଶୁଭ କୁହାଯିବ କାରଣ ଆପଣ ଧନ ରୋଜଗାର କରିବା ସହିତ ପଇସା ସଞ୍ଚୟ କରିପାରିବେ।

ବିଛା ରାଶିଫଳ 2025

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ନବମ ଘରର ସ୍ବାମୀ ଓ ଏବେ ସେ ଗୋଚର କରି ଚତୁର୍ଥ ଘରକୁ ଯିବେ। ଏହାର ଫଳସ୍ଵରୂପ, ଆପଣ ସାମାଜିକ ଜୀବନରେ ଲୋକଙ୍କ ସହିତ ମିଶି ଓ ପରିବାର ସଦସ୍ୟଙ୍କ ସହିତ ସମୟ କାଟି ଖୁସି ଦେଖାଯିବେ। ଆପଣଙ୍କର ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ ହୋଇପାରେ।

ଆପଣଙ୍କ କ୍ୟାରିୟରକୁ ବିଷୟରେ କହିଲେ,ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର ମଧ୍ୟରେ ଆପଣଙ୍କୁ ବହୁତ ଯାତ୍ରା କରିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ସୁଦୃଢ଼ ​​ହେବ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆଉଟସୋର୍ସିଂ ବିଜନେସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ କିମ୍ବା ଫ୍ଯାମିଲି ବିଜନେସରେ ଆପଣ ଭାଗ ନେଇପାରିବେ। ଆର୍ଥିକ ଜୀବନରେ ଆପଣଙ୍କର ସ୍ଥିତି ଭଲ ରହିବ ଓ ଆପଣ କିଛି ବଡ଼ ଜିନିଷ ଅନ୍ୟ ପାଇଁ କିଣିବେ।

ଧନୁ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ଏହି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କ ପାଇଁ, ଆପଣଙ୍କର ଲଗ୍ନ/ପ୍ରଥମ ଘରର ସ୍ବାମୀ ସୂର୍ଯ୍ୟ ଏବେ ଆପଣଙ୍କର ନବମ ଘରେ ଗୋଚର କରିବାକୁ ଯାଉଛନ୍ତି। ଫଳସ୍ୱରୂପ, ଏହି ଲୋକମାନେ ଜୀବନରେ ଚ୍ୟାଲେଞ୍ଜ ଏବଂ ହଠାତ ଘଟଣାର ସମ୍ମୁଖୀନ ହୋଇପାରନ୍ତି। ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ସମୟରେ, ଆପଣଙ୍କୁ ସଫଳତା ପାଇବା ପାଇଁ ସତର୍କତାର ସହ ଆଗକୁ ବଢ଼ିବାକୁ ପଡ଼ିବ ଏବଂ ଆପଣଙ୍କ କାର୍ଯ୍ୟ ପାଇଁ ଯୋଜନା କରିବାକୁ ପଡ଼ିବ।

ଏହି ଲୋକଙ୍କ ଉପରେ କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିପାରେ ଯାହା ଆପଣଙ୍କର ବଢ଼ୁଥିବା ଦାୟିତ୍ବ ଓ କାମର ବ୍ୟସ୍ତତା ଯୋଗୁଁ ହୋଇପାରେ। ଏହି ସମୟରେ ଆପଣଙ୍କର କମ୍ପାନୀକୁ ଲାଭ କିମ୍ବା କ୍ଷତି ହେବାର ଆଶଙ୍କା ଅଛି ଓ ଆପଣଙ୍କୁ ଲାଭ ରୁ ଅଧିକ କ୍ଷତି ହୋଇପାରେ। ଏହି ଲୋକଙ୍କୁ ହଠାତ ହାନି ହୋଇପାରେ।

ସିଂହ ରାଶିଫଳ 2025

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ। ବର୍ତ୍ତମାନ ସମୟରେ ଏବେ ସେ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। ଆପଣଙ୍କର ବନ୍ଧୁ ଓ ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଆପଣଙ୍କ ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ କିମ୍ବା ଚାକିରି ସ୍ଥାନାନ୍ତର ହେବାର ସମ୍ଭାବନା ଅଛି ଯାହା ଆପଣଙ୍କୁ ପସନ୍ଦ ନ ଆସିପାରେ। ଯଦି ଆପଣଙ୍କର ନିଜସ୍ୱ ବ୍ୟବସାୟ ଅଛି, ତେବେ ଆପଣ ଲାଭ କରିବାର ଭଲ ସୁଯୋଗ ହରାଇ ପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟବସାୟରେ ଉପଲବ୍ଧ ସୁଯୋଗର ଫାଇଦା ଉଠାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆର୍ଥିକ ଜୀବନରେ କୌଣସି ଯାତ୍ରା ସମୟରେ ଆପଣଙ୍କୁ ଧନ ହାନି ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

କନ୍ୟା ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ, ସୂର୍ଯ୍ୟ ଆପଣଙ୍କ ନବମ ଘରର ଅଧିପତି ଏବଂ ଏବେ ସେ ଆପଣଙ୍କ ତୃତୀୟ ଘରେ ଗୋଚର ହେବାକୁ ଯାଉଛନ୍ତି। ଫଳସ୍ୱରୂପ, ଅନେକ ପ୍ରୟାସ କରିବା ସତ୍ତ୍ୱେ ଆପଣ ବ୍ୟକ୍ତିଗତ ଉନ୍ନତି ହାସଲ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ସହିତ, ଏହି ଲୋକମାନଙ୍କୁ ଯାତ୍ରା କରିବା ସମୟରେ ସତର୍କ ରହିବାକୁ ପଡ଼ିବ।

ଚାକିରି ବିଷୟରେ କହିବାକୁ ଗଲେ, କ୍ୟାରିଅରରେ ଆପଣଙ୍କର ହାତରୁ କିଛି ସୁଯୋଗ ଖସି ଯାଇ ପାରେ ଓ ଏପରି ପରିସ୍ଥିତିରେ ଆପଣ ଚାପ ଅନୁଭବ କରି ପାରନ୍ତି। ବ୍ୟବସାୟୀ ନିଜର ବିଜନେସ ଫୀଲ୍ଡରେ ପରିବର୍ତ୍ତନ କରିବାକୁ ଇଚ୍ଛା କରି ପାରନ୍ତି କାରଣ ଆପଣଙ୍କର ବ୍ୟବସାୟ ଆପଣଙ୍କୁ ଭଲ ଲାଭ ଦେବ ନାହିଁ। ଆର୍ଥିକ ଜୀବନରେ ଆପଣଙ୍କୁ ଯାତ୍ରା ସମୟରେ ଧନ ହାନି ସାମ୍ନା କରିବାକୁ ପଡ଼ିପାରେ।

ମକର ରାଶିଫଳ 2025

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ସରଳ ଏବଂ ପ୍ରଭାବୀ ପ୍ରତିକାର

  • ନିୟମିତ ଭାବରେ ଆଦିତ୍ୟ ହୃଦୟମ ପାଠ କରନ୍ତୁ।
  • ଗରିବଙ୍କୁ ନାଲି ରଙ୍ଗର ବସ୍ତ୍ର ଦାନ କରନ୍ତୁ।
  • ରବିବାର ଦିନ ମନ୍ଦିରରେ ବେଦେନା ଦାନ କରନ୍ତୁ।
  • ତମ୍ବା ଗିନାରେ ପାଣି ରଖି ସେଥିରେ ଟିକେ ସିନ୍ଦୁର ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
  • ସୂର୍ଯ୍ୟ ଜନ୍ତ୍ରର ପାଠ କରନ୍ତୁ।
  • ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
  • ଧାର୍ମିକ କାର୍ଯ୍ୟ କରନ୍ତୁ ଓ ତୀର୍ଥ ସ୍ଥଳ ଯାତ୍ରା କରନ୍ତୁ।

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ବିଶ୍ବ ଉପରେ ପ୍ରଭାବ

ସରକାର

  • ସୂର୍ଯ୍ୟ ଗୋଚର ସମୟରେ ଉଚ୍ଚ ପଦରେ ଥିବା କିମ୍ବା ସରକାରରେ କାମ କରୁଥିବା ଲୋକ ନିଜର କର୍ତବ୍ୟକୁ ସମ୍ପୂର୍ଣ ନିଷ୍ଠା ସହିତ ପାଳନ କରିବେ। ଏପରି ସ୍ଥିତିରେ ସେ ନିଜର ଭଲ କାମ ପାଇଁ ପ୍ରଶଂସିତ ହେବେ।
  • ଏହି ଅବଧିରେ ସରକାର ଓ କିଛି ପ୍ରଭାବୀ ରାଜନେତା ମହତ୍ୱପୂର୍ଣ ନିଷ୍ପତି ନେଇ ପାରନ୍ତି ଓ ଏହା ଠିକ ପ୍ରମାଣିତ ହୋଇପାରେ ଯାହା ଦେଶକୁ ଅତ୍ୟଧିକ ପ୍ରଭାବିତ କରିପାରେ।
  • ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ରାଜନେତା, ଶିକ୍ଷକ, ବିଦ୍ୱାନ, ଆଧ୍ୟାତ୍ମିକ ଗୁରୁ, ପରାମର୍ଶଦାତା, ଲେଖକ, କଳାକାର, ମୂର୍ତ୍ତିକାର, ସରକାରୀ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନଙ୍କ ପାଇଁ ଲାଭଦାୟକ ହେବ।
  • ଏହି ସମୟ ମଧ୍ୟରେ ଦେଶର ଆନ୍ତରିକ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ଦ୍ୱାରା ବହୁତ ପ୍ରଭାବଶାଳୀ ଭାବରେ ପରିଚାଳିତ ହେବ।
  • ସରକାରୀ ପଦରେ ଥିବା ଲୋକ କିମ୍ବା ସରକାରଙ୍କର ପ୍ରଦର୍ଶନ ବହୁତ ଭଲ ରହିବ। ଆପଣ ନିଜର ପ୍ରୟାସ ଯୋଗୁଁ ନିଜର ପରିଚୟ ସୃଷ୍ଟି କରିପାରିବେ।

ବ୍ୟବସାୟ ଏବଂ ବୃତ୍ତି

  • ଦେଶର ସ୍ବାସ୍ଥ୍ୟ ସେବା, ନ୍ୟାୟ ଓ ବ୍ଯାଙ୍କ ସହିତ ଫାଇନାନ୍ସ ସହିତ ଜଡ଼ିତ ସଂସ୍ଥାରେ ହଠାତ ସୁଧାର ଆସିପାରେ। ସାଙ୍ଗରେ, ସୂର୍ଯ୍ୟ ଗୋଚର ସମୟରେ ଏହି କ୍ଷେତ୍ର ଗୁଡ଼ିକ ଦୃଢ଼ କରିବା ପାଇଁ ନୂଆ ଆଇନ ନିର୍ମାଣ କରାଯାଇ ପାରେ।
  • ସୂର୍ଯ୍ୟ ଗୋଚର ସମୟରେ ବିଶ୍ୱର ବଡ଼ ବଡ଼ କମ୍ପାନୀ ଏବଂ ବ୍ୟବସାୟିକ ବର୍ଗର ବଜାରରେ ବୃଦ୍ଧି ଘଟିପାରେ ଏବଂ ଫଳସ୍ୱରୂପ, ଯୋଜନା ଅନୁଯାୟୀ ଜିନିଷଗୁଡ଼ିକ ଆଗକୁ ବଢ଼ିବ।
  • ଏହି ସମୟ ଶିକ୍ଷକ, କାଉନସେଲର, ପବ୍ଲିକ୍ ସ୍ପିକର୍, କୋଚ ଓ ବୃତ୍ତିଗତ ଲୋକଙ୍କ ପାଇଁ ବହୁତ ଫଳଦାୟୀ ପ୍ରମାଣିତ ହେବ।

ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

  • ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିପାରେ।
  • ଏହି ସମୟ ପଣ୍ଡିତ, ଜ୍ୟୋତିଷ, ଧାର୍ମିକ ଗୁରୁ ଏବଂ ଧାର୍ମିକ କାର୍ଯ୍ୟକଳାପ ପାଇଁ ଶୁଭ ହେବ।
  • ଯେଉଁ ଲୋକ କୌଣସି ପ୍ରକାରର ଧାର୍ମିକ ସାମଗ୍ରୀ କିମ୍ବା ପ୍ରଡକ୍ଟ୍ ଯେପରି ଧୂପ, ଦୀପ, ମିଠା, ବସ୍ତ୍ର ଓ ଭାଗବାନଙ୍କର ଅଭୂଷଣ ଇତ୍ୟାଦି ତିଆରି କରିବାର କାମ ସହିତ ଜଡ଼ିତ, ତାଙ୍କୁ ଏହି ସମୟ ଭଲ ଲାଭ ଦେବ।

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ଶେୟାର ବଜାର ଭବିଷ୍ୟବାଣୀ

  • ସୂର୍ଯ୍ୟ ଗୋଚର ସମୟରେ, ରାସାୟନିକ ଶିଳ୍ପ, ସାର୍ବଜନୀନ କ୍ଷେତ୍ର, ଔଷଧ କ୍ଷେତ୍ର, ବିଦ୍ୟୁତ କ୍ଷେତ୍ର ଏବଂ ସିମେଣ୍ଟ ଶିଳ୍ପ ଭଳି କ୍ଷେତ୍ରଗୁଡ଼ିକର ପ୍ରଦର୍ଶନ ଉତ୍କୃଷ୍ଟ ହେବ।
  • ଏହି ସମୟରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ଼ ​​ଥିବାରୁ ବୈଦ୍ୟୁତିକ ଉତ୍ପାଦ, ବିଦ୍ୟୁତ୍, ଚା-କଫି ଶିଳ୍ପ, ସିମେଣ୍ଟ, ହୀରା, ରାସାୟନିକ ଏବଂ ଭାରୀ ଇଞ୍ଜିନିୟରିଂ ଇତ୍ୟାଦି ଭଲ ପ୍ରଦର୍ଶନ କରିବେ।
  • ସୂର୍ଯ୍ୟ ଗୋଚର ସମୟକୁ ଏଡ-ଟେକ୍ ଫାର୍ମ ଏବଂ ଶିକ୍ଷା ପ୍ରତିଷ୍ଠାନ ପାଇଁ ଭଲ ବୋଲି କୁହାଯିବ।
  • ଜ୍ୟୋତିଷଶାସ୍ତ୍ର ଉପରେ ଆଧାରିତ ଆପ୍ସ ଏବଂ ଅନ୍ୟାନ୍ୟ ଜ୍ୟୋତିଷ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ବହୁତ ଭଲ କାମ କରିବାକୁ ସକ୍ଷମ ହେବେ।

ପଢ଼ନ୍ତୁସ୍ଟକ ମାର୍କେଟ ରିପୋର୍ଟ୍

ମୀନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ମୁକ୍ତିଲାଭ କରିବାକୁ ଥିବା ଚଳଚିତ୍ର

ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚରର ପ୍ରଭାବ ଏହି ସମୟରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ଆପଣଙ୍କୁ କହିରଖୁଛୁ ଯେ ଏହି ସମୟ ମଧ୍ୟରେ ବଡ଼ ପରଦାରେ ଆସିବାକୁ ଥିବା ଫିଲ୍ମଗୁଡ଼ିକର ନାମ ନିମ୍ନ ପ୍ରକାରର:

ଚଳଚିତ୍ରର ନାମ ସ୍ଟାର କାସ୍ଟ ମୁକ୍ତିଲାଭ ହେବାର ତାରିଖ
ସୁସ୍ବାଗତମ ଖୁସାମଦିଦ ଇସାବେଲ କୈଫ୍, ପୁଲକିତ ସମ୍ରାଟ 21 ମାର୍ଚ୍ଚ, 2025
ଦ ବୁଲ ସଲମାନ ଖାନ 30 ମାର୍ଚ୍ଚ , 2025
ସିକନ୍ଦର ସଲମାନ ଖାନ, ରଶ୍ମୀକା ମନ୍ଦାନା 30 ମାର୍ଚ୍ଚ, 2025

ସୂର୍ଯ୍ୟଙ୍କର ମୀନ ରାଶିରେ ଗୋଚର 14 ମାର୍ଚ୍ଚ 2025 ରେ ହେବ ଯାହାର ପ୍ରଭାବ ଏହି ସମୟରେ ରିଲିଜ ହେବାକୁ ଥିବା ଫିଲ୍ମ ଉପରେ ମଧ୍ୟ ପଡ଼ିବ କାରଣ ମୀନ ରାଶି ଜଳ ତତ୍ଵର ରାଶି। ଏପରି ସ୍ଥିତିରେ ଏହି ଅବଧିରେ ବଡ଼ ପରଦାରେ ଆସିବାକୁ ଥିବା ଫିଲ୍ମ ଦ୍ବାରା ଭାବନାତ୍ମକ ଭାବରେ ଜଡ଼ିତ ଅନୁଭବ କରିବେ। ସୂର୍ଯ୍ୟ ଗୋଚର ମାର୍ଚ୍ଚ 2025 ରେ ରିଲିଜ ହେବାକୁ ଥିବା ଫିଲ୍ମକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. କ’ଣ ମୀନ ରାଶିରେ ସୂର୍ଯ୍ୟଙ୍କର ସ୍ଥିତି ଭଲ ବିବେଚନା କରାଯାଏ?

ମୀନ ରାଶି ଏକ ଜଳ ତତ୍ଵ ରାଶି ସେଥିପାଇଁ ସୂର୍ଯ୍ୟ ଗ୍ରହ ଏହି ରାଶିରେ ନିଜର କିଛି ଶକ୍ତି ହରାଇ ଦିଅନ୍ତି। ତଥାପି ଆମେ ଏହି ଗୋଚରକୁ ସକାରାତ୍ମକ କହି ପାରିବା

2. ମୀନ ରାଶିର ସ୍ବାମୀ କିଏ?

ରାଶି ଚକ୍ରର ଏକାଦଶ ରାଶି ମୀନ ରାଶିର ଅଧିପତି ଦେବ ଗୁରୁ ଗ୍ରହ ଅଟନ୍ତି।

3. ସିଂହ ରାଶିର ସ୍ବାମୀ କିଏ?

ସୂର୍ଯ୍ୟ ଦେବଙ୍କୁ ସିଂହ ରାଶିର ସ୍ବାମୀ କୁହାଯାଏ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer