ବୁଧଙ୍କର ମୀନ ରାଶିରେ ବକ୍ରୀ
ଏହି ଲେଖାରେ ଆପଣ ବୁଧ ମୀନ ରାଶିରେ ବକ୍ରୀ ସମ୍ବନ୍ଧରେ ସମସ୍ତ ସୂଚନା ପାଇବେ। ବୁଧ ମିଥୁନ ଓ କନ୍ୟା ରାଶିର ସ୍ବାମୀ ଗ୍ରହ ସେଥିପାଇଁ ଏହି ରାଶିରେ ଉପସ୍ଥିତ ରହି ବୁଧ ଅଧିକ ଦୃଢ଼ ହୋଇଥାନ୍ତି। ମୀନବୁଧ ଗ୍ରହର ନିଚ୍ଚ ରାଶି ସେଥିପାଇଁ ଏହି ରାଶିରେ ରହି ବୁଧ ସବୁଠାରୁ ଦୁର୍ବଳ ହୋଇଯାନ୍ତି। ଯଦି ବୁଧ କନ୍ୟା ଓ ମିଥୁନ ରାଶିରେ ରୁହନ୍ତି ତେବେ ଲୋକ ବୁଦ୍ଧିମାନ ହୋଇଥାଏ ଓ ଉଚ୍ଚ ଲାଭ କରିବାରେ ସଫଳ ହୋଇଥାଏ ଏବଂ ନିଜର ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେବାରେ ସକ୍ଷମ ହୋଇଥାଏ। ବୁଧଙ୍କର ମୀନ ରାଶିରେ ରହିବା ଯୋଗୁଁ ଲୋକ କମ ବୁଦ୍ଧିମାନ ହୋଇଥାଏ ଓ ତାକୁ ବ୍ୟବସାୟରେ ଲାଭ ନ ଇଲିବାର ସମ୍ଭାବନା ଅଛି। ତାଙ୍କୁ ନିଜର ପ୍ରେମ ସମ୍ବନ୍ଧରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ବୁଧ ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୁଧ 15 ମାର୍ଚ୍ଚ , 2025 ଦିନ 11:54 ରେ ମୀନ ରାଶିରେ ବକ୍ରୀ ହେବେ।
ତେବେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଯେ ବୁଧଙ୍କର ମୀନ ରାଶିରେ ବକ୍ରୀ ହେବା ଦ୍ବାରା 12 ଟି ରାଶିର ଲୋକଙ୍କ ଜୀବନ ଉପରେ କିପରି ପ୍ରଭାବ ପଡ଼ିବ ଓ ବୁଧଙ୍କର ଅଶୁଭ ପ୍ରଭାବକୁ କମ କରିବା ପାଇଁ କ’ଣ ପ୍ରତିକାର କରି ପାରିବେ।
To Read in English Click Here: Mercury Retrograde in Pisces
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ
ମୀନ ରାଶିରେ ବୁଧ ବକ୍ରୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି। କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ କାମ ପାଇଁ ହଠାତ ଯାତ୍ରା କରିବାକୁ ପଡ଼ିପାରେ। ଏହି ସମସ୍ତ ଖର୍ଚ୍ଚ କିମ୍ବା ପରିବର୍ତ୍ତନ ଆପଣଙ୍କୁ ପସନ୍ଦ ଆସିବ ନାହିଁ।
ବ୍ୟବସାୟ କ୍ଷେତ୍ରରେ ଯୋଜନାର ଅଭାବ ଯୋଗୁଁ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ବୁଧଙ୍କର ମୀନ ରାଶିରେ ବକ୍ରୀ ହେବା ଦ୍ବାରା ରଣନୀତି ଓ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପଡ଼ିବ। ବୃତ୍ତିଗତ ମାମଲାରେ ଆପଣ ହଠାତ କୌଣସି ପଇସା ଋଣ ଦେଇ ପାରନ୍ତି ଓ ଏହି କାରଣରୁ ଆପଣଙ୍କୁ ଧନ ହାନି ହେବାର ଆଶଙ୍କା ଅଛି।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଅଧିକ ଧାର୍ଯ୍ୟ ଧରି କାମ କରିବାକୁ ହେବ କାରଣ ଏହି ସମୟରେ ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତି ହୋଇପାରେ। ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ସହିତ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଏହି କାରଣ ଆପଣଙ୍କୁ ପାଦରେ ଦରଜ ମଧ୍ୟ ହୋଇପାରେ ସେଥିପାଇଁ ଏହି ସମୟରେ ଆପଣଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।
हिंदी में पढ़ने के लिए यहां क्लिक करें: मीन राशि में बुध वक्री
ବୃଷ ରାଶି
ବୃଷ ରାଶିର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଯିଏ ଏବେ ଆପଣଙ୍କର ଏକାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
କ୍ୟାରିଅର କ୍ଷେତ୍ରରେ ଆପଣ ନିଜର ଇଚ୍ଛାକୁ ପୂରଣ କରିବାକୁ ସକ୍ଷମ ହେବେ। ବୁଧ ମୀନ ରାଶିରେ ବକ୍ରୀ ହେବା ସମୟରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବ। ଏହାକୁ ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଏହି ସମୟରେ ଆପଣ ବିଜନେସର ପ୍ରତିଷ୍ଠାକୁ ବଢ଼ାଇବା ପାଇଁ ଓ ଅଧିକ ଲାଭ କରିବା ପାଇଁ ସୁଯୋଗ ପାଇବେ। ଆପଣଙ୍କୁ ବିଜନେସ ପାର୍ଟନରର ସହଯୋଗ ମିଳିବ।
ବୃତ୍ତିଗତ ଜୀବନରେ ଆପଣଙ୍କୁ ପଇସା ସଞ୍ଚୟ ଓ ଧନ ସଞ୍ଚୟ କରିବା ପାଇଁ ପ୍ରଚୁର ମାତ୍ରାରେ ଧନ ରୋଜଗାର କରିବାର ସୁଯୋଗ ମିଳିବ। ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଆନନ୍ଦମୟ ସମୟ କାଟିବା ପାଇଁ ସୁଯୋଗ ମିଳିବ। ଆପଣ ଦୁହିଁକର ସମ୍ପର୍କ ଦୃଢ଼ ହେବ ଓ ଆପଣ ଦୁହେଁ ପରସ୍ପର ସହିତ ଭଲ ସମୟ କାଟିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ଓ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିବ ନାହିଁ।
ଉପାୟ: ଆପଣ ବୁଧବାର ଦିନ ବୁଧ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ ହେଉଛନ୍ତି ବୁଧ ଯିଏ ଏବେ ବକ୍ରୀ ହୋଇ ଆପଣଙ୍କର ଦଶମ ଘରକୁ ଯିବେ।
କାମର ଚାପ ରହିବା ଯୋଗୁଁ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନ ଦେଖିବାକୁ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆପଣ କୌଣସି ହଠାତ କିମ୍ବା ଅନାବଶ୍ୟକ ଡୀଲ କରି ପାରନ୍ତି ଯାହା ଫଳରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବୃତ୍ତିଗତ ଜୀବନରେ ଏହି ସମୟରେ ଅବହେଳା ଯୋଗୁଁ ଆପଣଙ୍କୁ ଧନ ହାନି ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କୁ ଦବ-ନବା ସମୟରେ ସାବଧାନ ରହିବାକୁ ହେବ।
ବ୍ୟତିଗତ ଜୀବନରେ ଏହି ସମୟରେ ଆପଣ ଓ ଆପଣଙ୍କ ପାର୍ଟନର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଏହି ସମୟରେ ଦୁହିଙ୍କ ମଧ୍ୟରେ ତାଳମେଳ ରଖିବା ଆବଶ୍ୟକ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କର ଚିନ୍ତା ବଢ଼ିବ।
ଉପାୟ: ଆପଣ ପ୍ରତିଦୀନ ନାରାୟଣୀୟମ ପାଠ କରନ୍ତୁ।
କର୍କଟ ରାଶି
କର୍କଟ ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ସେ ମୀନ ରାଶିରେ ବକ୍ରୀ ସମୟରେ ଆପଣଙ୍କର ନବମ ଘରକୁ ଯିବେ।
କ୍ୟାରିଅର କ୍ଷେତ୍ରରେ ଆପଣ ଭଲ ସୁଯୋଗ ପାଇଁ ଚାକିରି ପରିବର୍ତ୍ତନ କରିବା ବିଷୟରେ ଭାବିବେ। ବ୍ୟବସାୟୀଙ୍କୁ ଡୀଲ ମାମଲାରେ ଭାଗ୍ୟର ସମର୍ଥନ ମିଳିବ ନାହିଁ ବୋଲି ସମ୍ଭାବନା ଅଛି। ଏହି କାରଣରୁ ଆପଣଙ୍କର ଲାଭ ହ୍ରାସ ହୋଇପାର। ବୃତ୍ତିଗତ ଜୀବନରେ ଆପଣଙ୍କୁ ଏହି ସମୟରେ ଆର୍ଥିକ କ୍ଷତି ହେବାର ଆଶଙ୍କା ଅଛି। କିନ୍ତୁ ଏହା ସତ୍ବେ ଆପଣ ଭଲ ପ୍ରଗତି କରି ପାରିବେ।
ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ପାରସ୍ପରିକ ବୁଝାମଣା କମ ହୋଇପାରେ ଯାହା ଫଳରେ ଆପଣଙ୍କର ସମ୍ପର୍କରେ ଆକର୍ଷଣର ଅଭାବ ଦେଖାଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ବୁଧ ବକ୍ରୀ ସମୟରେ ଆପଣଙ୍କୁ ମାଙ୍କର ସ୍ବାସ୍ଥ୍ୟ ପାଇଁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ।
ଉପାୟ: ଆପଣ ପ୍ରତିଦିନ ଆଦିତ୍ୟ ହୃଦୟମ ପାଠ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ବୁଧ ମୀନ ରାଶିରେ ବକ୍ରୀ ସମୟରେ ଆପଣଙ୍କୁ ହଠାତ ଲାଭ ହେବାର ସଙ୍କେତ ଅଛି। କ୍ୟାରିଅର ବିଷୟରେ କହିଲେ ଆପଣଙ୍କର ଉଚ୍ଚ ଅଧିକାରୀଙ୍କ ସହିତ ବିବାଦ ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ନିଜର ଚାକିରି ବଦଳାଇବାବିଷୟରେ ଭାବି ପାରନ୍ତି।
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ଟକ୍କର ମିଳିପାରେ। ଏହା ଦ୍ବାରା ଆପଣଙ୍କୁ ନିଜର ବିଜନେସରେ ପାର୍ଟନର ସହିତ କମ ସମୟ ମିଳିପାରେ। ବୃତ୍ତିଗତ ଜୀବନ ମାମଲାରେ କହିଲେ, ଆପଣଙ୍କର ଖର୍ଚ୍ଚ ବହୁତ ବଢ଼ିବ। ଆପଣଙ୍କ ପାଇଁ ଏହି ଖର୍ଚ୍ଚକୁ ସମ୍ଭାଳିବା କଷ୍ଟକର ହୋଇପାରେ। ଏଥି ପାଇଁ ଆପଣଙ୍କୁ ପ୍ରଥମରୁ ଭଲ ଯୋଜନା ପ୍ରସ୍ତୁତ କରି ଚାଲିବ ଆବଶ୍ୟକ।
ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ଅଧିକ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ଏହି କାରଣରୁ, ଆପଣଙ୍କ ସମ୍ପର୍କରେ ଆକର୍ଷଣ ହ୍ରାସ ପାଇପାରେ। ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ହଜମ ଜନିତ ସମସ୍ଯା ହେବାର ସଙ୍କେତ ଅଛି। ଚାପ ଯୋଗୁଁ ଆପଣଙ୍କୁ ଅଣ୍ଟାରେ ଦରଜ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ ଦୂର୍ଗା ଚାଳିସା ପାଠ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ପ୍ରଥମ ଓ ଦଶମ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ବୁଧ ମୀନ ରାଶିରେ ବକ୍ରୀ ହେବା ଦ୍ବାରା ଆପଣଙ୍କର ସପ୍ତମ ଘରେ ରହିବେ। ଏହି ସମୟରେ ବନ୍ଧୁ ଓ ସହଯୋଗୀଙ୍କ ସହିତ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିପାରେ। ଆପଣଙ୍କୁ କାମ ମାମଲାରେ ବହୁତ ସାବଧାନ ରହିବାକୁ ହେବ।
କ୍ୟାରିଅର କ୍ଷେତ୍ରରେ, ଆପଣଙ୍କ ସହକର୍ମୀ ଏବଂ ଉଚ୍ଚ ଅଧିକାରୀଙ୍କ ସହିତ ବିବାଦ କିମ୍ବା ମତଭେଦ ହେବାର ସମ୍ଭାବନା ଅଛି। ଆପଣ ନିଜର କାମ ଦ୍ୱାରା ନିଜର ଉଚ୍ଚ ଅଧିକାରୀଙ୍କୁ ଖୁସି କରିପାରିବେ ନାହିଁ। ବ୍ୟବସାୟ କ୍ଷେତ୍ରରେ ଏହି ସମୟରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ସହିତ କଠିନ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ। ଏହି କାରଣରୁ ଆପଣଙ୍କୁ ସାବଧାନ ରହିବାକୁ ହେବ।
ବୃତ୍ତିଗତ ଜୀବନ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ ପାଇଁ ଏହି ଖର୍ଚ୍ଚକୁ ସମ୍ଭାଳିବା କଷ୍ଟକର ହୋଇପାରେ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା କାରଣରୁ ସମ୍ପର୍କରେ ଆକର୍ଷଣର ଅଭାବ ହୋଇପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ନିଜର ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଏହି କାରଣରୁ ଆପଣଙ୍କୁ ଚିନ୍ତା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ନବମ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ବୁଧ ମୀନ ରାଶିରେ ବକ୍ରୀ ସମୟରେ ଆପଣଙ୍କ ଭାଗ୍ଯରେ ହ୍ରାସ ହୋଇପାରେ। ଏହା ସହିତ ଆପଣଙ୍କ ପ୍ରୟାସରେ ମଧ୍ୟ ଅଭାବ ହେବାର ଆଶଙ୍କା ଅଛି।
କ୍ୟାରିୟର କ୍ଷେତ୍ରରେ, ଆପଣ ଆପଣଙ୍କର ବର୍ତ୍ତମାନର ଚାକିରି ପ୍ରତି ଟିକେ ଅସନ୍ତୁଷ୍ଟ ହୋଇପାରନ୍ତି ଏବଂ ଏହି କାରଣରୁ, ଆପଣଙ୍କ ମନକୁ ଚାକିରି ପରିବର୍ତ୍ତନ କରିବାର ଚିନ୍ତା ଆସିପାରେ। ଏହି ସମୟ ମଧ୍ୟରେ, ଅତ୍ୟଧିକ କାମ ଚାପ ହେତୁ ଆପଣ ଚାପଗ୍ରସ୍ତ ରହିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ କଠିନ ପ୍ରତିଯୋଗିତା ହେତୁ, ଆପଣ ଆପଣଙ୍କ ସାଥୀଙ୍କ ସହିତ ଅଧିକ ସମୟ ବିତାଇ ପାରିବେ ନାହିଁ।
ଧନ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ଖର୍ଚ୍ଚରେ ବହୁତ ଅଧିକ ବୃଦ୍ଧି ଦେଖିବାକୁ ମିଳିବ। ଆପଣଙ୍କ ପାଇଁ ଖର୍ଚ୍ଚ କୁ ସମ୍ଭାଳିବା କଷ୍ଟକର ହୋଇପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ପ୍ରଥମରୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଯୁକ୍ତି ହୋଇପାରେ। ଏହି କାରଣରୁ ଆପଣଙ୍କର ସମ୍ପର୍କରେ ଆକର୍ଷଣ କମ ହେବାର ସଙ୍କେତ ଅଛି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ହଜମ ଜନିତ ସମସ୍ଯା ହୋଇପାରେ। ଚାପ କାରଣରୁ ଆପଣଙ୍କୁ ଅଣ୍ଟାରେ ଦରଜ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।
ବିଛା ରାଶି
ବିଛା ରାଶିର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ମୀନ ରାଶିରେ ବୁଧ ବକ୍ରୀ ସମୟରେ ଆପଣଙ୍କୁ ଧର୍ଯ୍ୟ ସହିତ କାମ କରିବା ଆବଶ୍ୟକ। ଏହି ସମୟରେ ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ।
କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ଅଧିକ କାର୍ଯ୍ୟଭାର ସମ୍ଭାଳିବାକୁ ପଡ଼ିବ ଯାହା ଦ୍ବାରା ଆପଣଙ୍କ ଉପରେ କାମର ଚାପ ବଢ଼ିବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ନିଜର କାମକୁ ସମୟରେ ପୂରଣ କରିବାକୁ ଅସମର୍ଥ ହୋଇ ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ ଯୋଜନା ପ୍ରସ୍ତୁତ କରିବା ବେଳେ ଅଧିକ ସାବଧାନ ରହିବାକୁ ପଡ଼ିବ କାରଣ ଏହି ସମୟରେ ଆପଣଙ୍କୁ ଅଧିକ କ୍ଷତି ହେବାର ସଙ୍କେତ ଅଛି। ସମ୍ଭାବନା ଅଛି ଯେ ବାଧା କିମ୍ବା ଅସ୍ଥିରତା ଆସିପାରେ। ଆପଣଙ୍କ ପାଖରେ ଥିବା ଟଙ୍କା ଅଟକି ଯାଇପାରେ। ଏହା ସମ୍ଭବ ଯେ ଆପଣ କୌଣସି ବଡ଼ ନିଷ୍ପତ୍ତି ନେବାର ସ୍ଥିତିରେ ନ ଥିବେ।
ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଅହଂକାର ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହି କାରଣରୁ ଆପଣଙ୍କ ସମ୍ପର୍କର ଆକର୍ଷଣ ହ୍ରାସ ପାଇପାରେ। ସ୍ୱାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କ ପିଲାମାନଙ୍କୁ ଆଲର୍ଜି ହେବାର ଆଶଙ୍କାରେ ଅଛନ୍ତି। ଏହି କାରଣରୁ ଆପଣ ଆପଣଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅଧିକ ଚିନ୍ତିତ ହୋଇପାରନ୍ତି।
ଉପାୟ: ଆପଣ ପ୍ରତିଦିନ 27 ଥର ଓଁ ମଙ୍ଗଳାୟ ନମଃ ମନ୍ତ୍ର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ସପ୍ତମ ଓ ଦଶମ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ମୀନ ରାଶିରେ ବୁଧ ବକ୍ରୀ ହେବା ସମୟରେ ଆପଣଙ୍କର ଚତୁର୍ଥ ଘରେ ରହିବେ। ଏହି ସମୟରେ ଆପଣଙ୍କର ସୁଖ-ସୁବିଧାରେ ହ୍ରାସ ଘଟି ପାରେ। ଏହା ସହିତ ଆପଣ ଖୁସି ରହିବେ ଓ ଏହା ଆପଣଙ୍କର ସମସ୍ଯାର କାରଣ ହେବ। କ୍ୟାରିଅର କ୍ଷେତ୍ରରେ ମୀନ ରାଶିରେ ବୁଧ ବକ୍ରୀ ସମୟରେ ଆପଣଙ୍କ ହାତରୁ ସୁଯୋଗ ଖସି ଯାଇ ପାରେ।
ବୁଧଙ୍କ ବକ୍ରୀ ସମୟରେ ବ୍ୟବସାୟୀମାନେ ସେମାନଙ୍କ ପ୍ରତିଯୋଗୀଙ୍କ ଠାରୁ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାର ସମ୍ଭାବନା ଅଛି। ଏହି କାରଣରୁ ସେମାନଙ୍କୁ ଭଲ ଲାଭ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ।
ଆପଣଙ୍କ ଆର୍ଥିକ ଜୀବନରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି, ତେଣୁ ଆପଣଙ୍କୁ ଯୋଜନା କରିବାକୁ ପଡ଼ିବ ଏବଂ ଟଙ୍କା ମାମଲାରେ ସତର୍କ ରହିବାକୁ ପଡ଼ିବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଏହି ସମୟରେ ପରିବାର ସଦସ୍ୟଙ୍କ ମଧ୍ୟରେ ଅଧିକ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ଏହି କାରଣରୁ ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ ଖୁସି ରହିପାରିବେ ନାହିଁ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ବୁଧ ବକ୍ରୀ ହେବା ସମୟରେ ଆପଣଙ୍କୁ ନିଜର ମାଙ୍କର ସ୍ବାସ୍ଥ୍ୟ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ଓ ଏହି କଥା ଆପଣଙ୍କୁ ଚିନ୍ତିତ କରିପାରେ।
ଉପାୟ : ଆପଣ ଶନିବାର ଦିନ ରହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶି
ମକର ରାଶିର ଷଷ୍ଠ ଓ ନବମ ଘରର ସ୍ବାମୀ ହେଉଛନ୍ତି ବୁଧ ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ବୁଧ ବକ୍ରୀ ହେବା ସମୟରେ ଆପଣଙ୍କୁ ନିଜର ପ୍ରୟାସରେ ସଫଳତା ମିଳିବ। ଆପଣଙ୍କର ଭାଇ-ଭଉଣୀଙ୍କ ସହିତ ଭଲ ସମ୍ବନ୍ଧ ତିଆରି ହେବ।
କ୍ୟାରିଅର ବିଷୟରେ କହିଲେ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଭଲ ବିକାଶ ହେବ ଏବଂ ଆପଣ ପ୍ରଗତି କରିବେ। ଆପଣଙ୍କୁ ଏହି ସମୟରେ ବିଦେଶରୁ ମଧ୍ୟ ଚାକିରି ପାଇଁ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ହେବା ସହିତ ରୋଜଗାର ବୃଦ୍ଧି ହେବ।
ବୃତ୍ତିଗତ ଜୀବନରେ ଆପଣଙ୍କୁ ନିଜର ନିରନ୍ତର ପ୍ରୟାସ ଯୋଗୁଁ ଅଧିକ ଧନ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଏହା ସହିତ ଆପଣ ପଇସା ସଞ୍ଚୟ କରିବାକୁ ମଧ୍ୟ ସକ୍ଷମ ହେବେ। ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ପାରସ୍ପରିକ ବୁଝାମଣା ବହୁତ ଭଲ ରହିବ। ଏହା ସହିତ ଆପଣ ଦୁହେଁ ପରସ୍ପର ଉପରେ ବିଶ୍ବାସ କରିବେ। ଏହା ଦ୍ବାରା ଆପଣଙ୍କର ସମ୍ପର୍କରେ ସୁଖ ଓ ଆନନ୍ଦ ଦେଖିବାକୁ ମିଳିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ ଆପଣ ଉତ୍ସାହ ଓ ଊର୍ଜାରେ ଭରପୁର ରହିବେ। ଏହାର ଆପଣଙ୍କର ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରେ।
ଉପାୟ: ଆପଣ ଶନିବାର ଦିନ ବିକଳାଙ୍ଗ ଲୋକଙ୍କୁ ଅନ୍ନ ଦାନ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ବୁଧ ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ଓ ଆପଣଙ୍କର ଦ୍ଵିତୀୟ ଘରେ ରହିବେ।
ଏହି ସମୟରେ ଆପଣଙ୍କୁ ପାରିବାରିକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହା ସହିତ ଆପଣଙ୍କ ମନରେ ପ୍ରିୟଜନଙ୍କୁ ନେଇ ତିକ୍ତତା ଭାବନା ଆସିପାରେ।
କ୍ୟାରିଅର ବିଷୟରେ କହିଲେ ଉଚ୍ଚ ପ୍ରଗତି କରିବା ପାଇଁ ଆପଣ ଚାକିରି ବଦଳାଇବା ବିଷୟରେ ଭାବି ପାରନ୍ତି। ଏହା ଦ୍ବାରା ଆପଣଙ୍କୁ ସନ୍ତୋଷ ମିଳିବ।
ବ୍ୟବସାୟ କ୍ଷେତ୍ରରେ ଏହି ସମୟରେ ଆପଣଙ୍କ ଲାଭରେ ହ୍ରାସ ଘଟିପାରେ। ଧନ ମାମଲାରେ ଆପଣଙ୍କୁ ହଠାତ ପଇସାର ଚାପ ପଡ଼ିପାରେ ଯାହା ଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି। ଏହି କାରଣରୁ ଆପଣ କୌଣସି ବଡ଼ ନିଷ୍ପତି ନେବାକୁ ଅସମର୍ଥ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣ ନିଜର ଜୀବନସାଥୀକୁ ଖୁସି କରିବାକୁ ଅସଫଳ ହୋଇପାରନ୍ତି। ଏହି କାରଣଋ ଆପଣ ଦୁଃଖ ଓ ଚାପରେ ରହିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଆଖି ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହି କାରଣଋ ଆପଣ ଚିନ୍ତିତ ରହିପାରନ୍ତି।
ଉପାୟ: ଆପଣ ପ୍ରତିଦିନ 27 ଥର ଓଁ ଶିବାୟ ନମଃ ଜପ କରନ୍ତୁ।
ମୀନ ରାଶି
ମୀନ ରାଶିର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ବୁଧ ମୀନ ରାଶିରେ ବକ୍ରୀ ହୋଇ ଏହି ରାଶିର ପ୍ରଥମ ଘରେ ରହିବେ।
ଏହି ସମୟରେ ଆପଣଙ୍କୁ ପ୍ରୟାସରେ ବାଧା ସାମ୍ନା କରିବାକୁ ପଡ଼ିପାରେ। ଅନ୍ୟ ପଟେ, ଆପଣଙ୍କୁ ପୈତୃକ ସମ୍ପତି ଓ ଶେୟାର ମାର୍କେଟଋ ଲାଭ ହେବାର ଆଶା ଅଛି।
କ୍ୟାରିଅର କ୍ଷେତ୍ରରେ ଆପଣ ନିଜର ଚାକିରିରେ ଅସନ୍ତୋଷ ରହିପାରନ୍ତି। ଏପରି ସ୍ଥିତିରେ ଭଲ ସୁଯୋଗ ପାଇଁ ଆପଣ ଚାକିରି ବଦଳାଇ ପାରନ୍ତି।
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଇଚ୍ଛା ପୂରଣ ପାଇଁ ଲାଭ ଅପର୍ଯ୍ୟାପ୍ତ ଲାଗିପାରେ। ଆପଣ ବିଜନେସ କ୍ଷେତ୍ରରେ ପଚେଇ ଯାଇ ପାରନ୍ତି ଓ ଆପଣଙ୍କୁ ଅଧିକ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ।
ବୃତ୍ତିଗତ ଜୀବନରେ ଏହି ସମୟରେ ଆପଣଙ୍କ ସାମ୍ନାରେ ହଠାତ କିଛି ଖର୍ଚ୍ଚ ଆସିପାରେ। ଆପଣଙ୍କ ପାଇଁ ଏହାକୁ ସମ୍ଭାଳିବା କଷ୍ଟକର ହୋଇପାରେ।
ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଅଧିକ ଯୁକ୍ତି ହେବାର ଆଶଙ୍କା ଅଛି। ଏହି କାରଣଋ ଆପଣଙ୍କ ସମ୍ପର୍କରେ ମଧୁରତା କମ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ସନ୍ତାନର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଏହି ଖର୍ଚ୍ଚ ଅବାଞ୍ଛିତ ଭାବରେ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 27 ଥର ଓଁ ଭୌମାୟ ନମଃ ମନ୍ତ୍ର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ବୁଧ ମୀନ ରାଶିରେ ବକ୍ରୀ ହେବା କ’ଣ ଦର୍ଶାଏ?
ଏହି ସମୟ ଭୁଲବୁଝାମଣା, ବିଳମ୍ବ ଓ ଆତ୍ମବିଶ୍ଳେଷଣକୁ ଦର୍ଶାଏ ।
2. ବୁଧଙ୍କର ବକ୍ରୀ ହେବା ସମ୍ପର୍କକୁ କିପରି ପ୍ରଭାବିତ କରେ?
ଏହି କାରଣରୁ ଭୁଲ ବୁଝମଣା ଓ ଭାବନାତ୍ମକ ଭାବରେ ଦୂରତା ହୋଇପାରେ।
3. ବକ୍ରୀ ବୁଧଙ୍କର ପ୍ରଭାବକୁ କମ କରିବା ପାଇଁ କ’ଣ ଉପାୟ କରିପାରିବେ?
ମନ୍ତ୍ର ଜପ କରନ୍ତୁ ଏବଂ ସାବଧାନ ରୁହନ୍ତୁ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025