ଶୁକ୍ର ମୀନ ରାଶିରେ ଉଦୟ
ସୌନ୍ଦର୍ଯ୍ୟର କାରକ ଶୁକ୍ର ଉଦୟ ହେବା ଦ୍ବାରା ତାଙ୍କର ଶକ୍ତି ବୃଦ୍ଧି ହୁଏ ଓ ସମ୍ପର୍କରେ ସୁଖ-ସମୃଦ୍ଧି ଏବଂ ଶୁଭ ଫଳ ପ୍ରାପ୍ତ ହେବାର ସମ୍ଭାବନା ବଢ଼ିଯାଏ। ଏହା ବ୍ଯତୀତ ଯଦି କୌଣସି ଲୋକ ବିବାହ କରିବାକୁ ଚାହାନ୍ତି, ତେବେ ତାଙ୍କ ପାଇଁ ଏହା ଅନୁକୂଳ ସମୟ ଅଟେ। ଯେଉଁ ଲୋକ ପ୍ରେମ ମାମଲାରେ ସକାରାତ୍ମକ ପରିଣାମ ଆଶା କରୁଛନ୍ତି, ତାଙ୍କ ପାଇଁ ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ଶୁଭ ଫଳ ଓ ଖୁସି ଆଣିପାରେ। ଶୁକ୍ର ମୀନ ରାଶିରେ ଉଦୟ 28 ମାର୍ଚ୍ଚ, 2025 ସକାଳ 06:50ରେ ହେବେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ଶୁକ୍ର ଉଦୟ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
Read in English: Venus Rise in Pisces
ମୀନ ରାଶିରେ ଶୁକ୍ର ଉଦୟ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଶୁକ୍ର ଗ୍ରହ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି। ଶୁକ୍ରଙ୍କର ମୀନ ରାଶିରେ ଉଦଏ ହେବା ଆପଣଙ୍କୁ ନିଜର ପରିବାରରେ ସମସ୍ଯା ଦେଖିବାକୁ ପଡ଼ିପାରେ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଉତ୍ପନ୍ନ ହୋଇପାରେ। ଏହା ସହିତ ଆପଣଙ୍କୁ ଧନକୁ ନେଇ ସାବଧାନ ରହିବା ଆବଶ୍ୟକ।
ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ଅଧିକ ସଫଳତା ପ୍ରାପ୍ତ କରିବା ପାଇଁ ସୁଯୋଗ ମିଳିବାର ଆଶା ଅଛି। ଏହା ସହିତ ଆପଣଙ୍କ ହାତରୁ କିଛି ଭଲ ସୁଯୋଗ ଖସି ଯାଇ ପାରେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କର କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଏହା ଦ୍ବାରା ଆପଣଙ୍କୁ କମ ଲାଭ ହେବାର ଆଶଙ୍କା ଅଛି।
हिंदी में पढ़ने के लिए यहां क्लिक करें: शुक्र का मीन राशि में उदय
ବୃତ୍ତିଗତ ସ୍ତରରେ ଆପଣଙ୍କୁ ଅଧିକ ଧନ ହାନି ହେବାର ଆଶଙ୍କା ଅଛି। ଯାତ୍ରା ସମୟରେ ଆପଣଙ୍କର ପଇସାର କ୍ଷତି ହୋଇପାରେ। ଏହା ଅବହେଳା ଯୋଗୁଁ ହୋଇପାରେ। ପ୍ରେମ ଜୀବନରେ ଆପଣଙ୍କୁ ନିଜର ସମ୍ପର୍କରେ ସୁଖ-ଶାନ୍ତି ରଖିବା ପାଇଁ ତାଳମେଳ ରଖିବା ଆବଶ୍ୟକ ନଚେତ ଦୁହିଙ୍କ ମଧ୍ୟରେ ଗମ୍ଭୀର ସମସ୍ଯା ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଆଖିରେ ପୋଡ଼ା ଜଳା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 24 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।
ବୃଷ ରାଶି
ଶୁକ୍ର ବୃଷ ରାଶିର ପ୍ରଥମ ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ଶୁକ୍ରଙ୍କର ମୀନ ରାଶିରେ ଉଦୟ ସମୟରେ ସେ ଆପଣଙ୍କର ଏକାଦଶ ଘରେ ରହିବେ। ଶୁକ୍ରଙ୍କର ମୀନ ରାଶିରେ ଉଦଏ ହେବା ସମୟରେ ଆପଣ ନିଜର ଇଚ୍ଛା ପୂରଣ କରିବାକୁ ସକ୍ଷମ ହେବେ। ଆପଣଙ୍କୁ ଏହି ସମୟରେ ଲୋନ ମାଧ୍ୟମରେ ଲାଭ ହେବାର ଆଶା ଅଛି।
କ୍ୟାରିଅର କ୍ଷେତ୍ରରେ ଆପଣ ଭଲ ନୀର ଭଲ ସ୍ଥିତିରେ ରହିବେ ଓ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ନେତୃତ୍ବ କରିବା ପାଇଁ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟୀଙ୍କୁ କୌଣସି ନୂଆ ଡୀଲ ମିଳିପାରେ ଯାହା ଦ୍ବାରା ଭଲ ଲାଭ ହେବାର ଆଶା ଅଛି। ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେବାରେ ସକ୍ଷମ ହେବେ।
ବୃତ୍ତିଗତ ସ୍ତରରେ ଆପଣଙ୍କୁ ଭାଗ୍ଯର ସମର୍ଥନ ମିଳିବ ଯାହା ଦ୍ବାରା ଆପଣ ଅଧିକ ଧନ ରୋଜଗାର କରିବାକୁ ସକ୍ଷମ ହେବେ। ଆପଣଙ୍କର ରୋଜଗାର ଭଲ ରହିବ ଓ ଆପଣ ପଇସା ସଞ୍ଚୟ କରିପାରିବେ। ପ୍ରେମ ଜୀବନ ବିଷୟରେ କହିଲେ ଆପଣ ନିଜର ଜୀବନସାଥୀ ସହିତ ଭଲ ତାଳମେଳ ବସାଇ ପାରିବେ ଓ ଆପଣଙ୍କୁ ତାଙ୍କ ସହିତ ଖୁସିର ସମୟ କାଟିବାକୁ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ନିଜର ଭାବନା ବାଣ୍ଟି ପାରିବେ।
ସ୍ବାସ୍ଥ୍ୟ ସ୍ତରରେ ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହେବା ଯୋଗୁଁ ଏହା ହୋଇପାରେ।
ଉପାୟ: ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଅଟନ୍ତି ଓ ଏବେ ଉଦୟ ହେବା ସମୟରେ ସେ ଆପଣଙ୍କର ଦଶମ ଘରେ ରହିବେ। ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ସମୟରେ ଆପଣଙ୍କୁ ନିଜର ସନ୍ତାନକୁ ନେଇ ଚିନ୍ତା ହୋଇପାରେ। ଆପଣଙ୍କୁ ଅଧ୍ୟାତ୍ମ ସମ୍ବନ୍ଧିତ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରିଅର ବିଷୟରେ କହିଲେ ଚାକିରି କରିବା ଲୋକଙ୍କର ଟ୍ରାନ୍ସଫର ହୋଇପାରେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଶୁକ୍ର ମୀନ ରାଶିରେ ଉଦୟ ସମୟରେ ବ୍ୟବସାୟ ମାମଲାରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଆଡ଼ୁ କଠିନ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିପାରେ। ଏହି କାରଣରୁ ଆପଣଙ୍କ ପାଇଁ ବିଜନେସରେ ବଡ଼ ସଫଳତା ହାସଲ କରିବା କଷ୍ଟକର ହୋଇପାରେ।
ଧନ ମାମଲାରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚାଲିବା ଓ ହିସାବରେ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଆପଣଙ୍କ ସାମ୍ନାରେ ହଠାତ ଖର୍ଚ୍ଚ ଆସିପାରେ। ପ୍ରେମ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ତାଳମେଳ ଖରାପ ହୋଇପାରେ। ସମ୍ବେଦନଶୀଳ ଓ ଅହଂକାର ଯୋଗୁଁ ସମ୍ପର୍କରେ ତିକ୍ତତା ଆସିପାରେ। ଏହି ସମୟରେ ଆପଣଙ୍କୁ ଫ୍ଲୁ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଥଣ୍ଡା ଜିନିଷ ଖାଇବା ଯୋଗୁଁ ଏପରି ହୋଇପାରେ।
ଉପାୟ: ଆପଣ ଶନିବାର ଦିନ ରହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କର୍କଟ ରାଶି
କର୍କଟ ରାଶିର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ଶୁକ୍ର ଅଟନ୍ତି ଓ ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ସେ ଏହି ରାଶିର ନବମ ଘରେ ରହିବେ। ଏହି ସମୟରେ ଆପଣଙ୍କର ସୁଖ-ସୁବିଧାରେ ହ୍ରାସ ଘଟିପାରେ ଓ ଆପଣଙ୍କର ଚାପ ବୃଦ୍ଧି ହେବାର ଆଶଙ୍କା ଅଛି। ଆପଣଙ୍କୁ ନିଜର ଫିଟନେସ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି।
କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀଙ୍କ ଆଡ଼ୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। କାମର ଚାପ ବଢ଼ିବା ଯୋଗୁଁ ଏପରି ହୋଇପାରେ। ଏପରି ସ୍ଥିତିରେ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ର ମୀନ ରାଶିରେ ଉଦୟ ସମୟରେ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀଙ୍କୁ କ୍ଷତି ହେବାର ସଙ୍କେତ ଅଛି। ଆପଣ ଅଧିକ ଲାଭ ଆଶା କରିବେ କିନ୍ତୁ ଏହି ସମୟରେ ଆପଣଙ୍କର ଆଶା ପୂରଣ ହେବ ନାହିଁ।
ବ୍ୟକ୍ତିଗତ ଜୀବନରେ ପାରିବାରିକ ସମସ୍ଯା ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଯୁକ୍ତି ହୋଇପାରେ। ଏହି କାରଣରୁ ଆପଣଙ୍କର ସୁଖ-ଶାନ୍ତି ଭଙ୍ଗ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏହି ସମୟରେ ନିଜର ପିତାଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଆପଣଙ୍କ ଦ୍ବାରାା ଧନ ସଞ୍ଚୟ କରିବାର ସମ୍ଭାବନା କମ ଅଛି।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ମନ୍ଦାୟ ନମଃ ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶିର ତୃତୀୟ ଓ ଦଶମ ଘରର ସ୍ବାମୀ ଶୁକ୍ର ଅଟନ୍ତି ଓ ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବାକୁ ଯାଉଛନ୍ତି।
ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ଯୋଗୁଁ ଆପଣଙ୍କର ପ୍ରୟାସ ଅସଫଳ ହୋଇପାରେ ଓ ଆପଣଙ୍କର ଦୈନଦିନ ଜୀବନରେ କିଛି ହଠାତ ପରିବର୍ତ୍ତନ ଆସିପାରେ।
କ୍ୟାରିଅର ବିଷୟରେ କହିଲେ କାର୍ଯ୍ୟକ୍ଷେତ୍ରରେ ବିକାଶର ଅଭାବ ଓ ସନ୍ତୋଷ ନ ମିଳିବାରୁ ଆପଣ ଚାକିରି ପରିବର୍ତ୍ତନ କରିବା ବିଷୟରେ ଭାବି ପାରନ୍ତି। ବିଜନେସ କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ କମ ଲାଭ ହେବାର ସଙ୍କେତ ଅଛି। ଆପଣଙ୍କୁ ନିଜର ବ୍ଯବସାୟିକ ଦେବା-ନେବାରେ ହଠାତ ବାଧା ସାମ୍ନା କରିବାକୁ ପଡ଼ିପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ପାର୍ଟନର ସହିତ ସମ୍ଭାଳିକି କଥା ହେବାକୁ ପଡ଼ିବ କାରଣ ଆପଣ ଦୁହିଙ୍କ ସମ୍ପର୍କରେ ତିକ୍ତତା ଆସିପାରେ। ସ୍ବାସ୍ଥ୍ୟ ସ୍ତରରେ ଆପଣଙ୍କୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ କାରଣ ଏହି ସମୟରେ ଆପଣଙ୍କୁ ହଜମ ସମ୍ବନ୍ଧିତ ସମସ୍ଯା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ଶିବ ଓଁ ଶିବ ଓଁ ଜପ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଶୁକ୍ର ଦେବ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ଉଦୟ ହେବାକୁ ଯାଉଛନ୍ତି। ଶୁକ୍ରଙ୍କର କୁମ୍ଭ ରାଶିରେ ଉଦୟ ହେବା ସଞ୍ଚାରରେ ଅଭାବ ଯୋଗୁଁ ଆପଣ ଓ ଆପଣଙ୍କର ବନ୍ଧୁ ମଧ୍ୟରେ ବିବାଦ ହୋଇପାରେ। ଏହି ସମୟରେ ଆପଣଙ୍କର ଛବି ଖରାପ ହୋଇପାରେ।
କ୍ୟାରିଅର ବିଷୟରେ କହିଲେ ଆପଣଙ୍କୁ ଚାକିରିରେ ଭଲ ପରିଣାମ ପ୍ରାପ୍ତ ହେବ। ଏହା ସହିତ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ଆଶା ଅଛି। ଏହା ଦ୍ବାରା ଆପଣ ବହୁତ ଖୁସି ରହିବେ। ବିଜନେସ କ୍ଷେତ୍ରରେ ବ୍ୟବସାୟୀଙ୍କୁ ଭଲ ଲାଭ ହେବାର ଆଶା ଅଛି। ଏହି ପ୍ରକାର ଆପଣ ଭଲ ମ୍ଯାନେଜମେନ୍ଟ ସହିତ ନିଜର ବିଜନେସ ବିସ୍ତାର କରିବାକୁ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଏହି ସମୟରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିପାରେ। ନିଜର ଜୀବନସାଥୀ ସହିତ ସାମଞ୍ଜସ୍ୟ ରଖିବା ଦ୍ବାରା ଏହା ସମ୍ଭବ ହୋଇ ପାରିବ। ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ସମୟରେ ଉତ୍ସାହ ଓ ଶକ୍ତିରେ ଭରପୁର ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।
ଉପାୟ: ପ୍ରତିଦିନ 41 ଥର ଓଁ ନମୋ ଭାଗବତେ ବାସୁଦେବାୟ ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ପ୍ରଥମ ଏବଂ ଅଷ୍ଟମ ଘରର ସ୍ବାମୀ ଶୁକ୍ର, ଯିଏ ଏବେ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବାକୁ ଯାଉଛନ୍ତି।ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ସମୟରେ ଆପଣଙ୍କୁ ଭାଗ୍ଯର ସମର୍ଥନ କମ ମିଳିପାର ଓ ଆପଣଙ୍କୁ ଲାଭମିଳିବାରେ ଡେରି ହୋଇପାରେ। ସଫଳତା ପାଇବା ପାଇଁ ଆପଣଙ୍କୁ ଅତ୍ୟଧିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
କ୍ୟାରିଅର କ୍ଷେତ୍ରରେ ଏହି ସମୟରେ ଆପଣଙ୍କ ଉପରେ କାମର ଚାପ ବଢ଼ିପାରେ। ଏହା ଦ୍ବାରା ଆପଣ ଚିନ୍ତିତ ରହିବେ। ବ୍ୟବସାୟ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କୁ ହାରାହାରି ଲାଭ ରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ନୀର ବ୍ୟବସାୟକୁ ଅଧି ଚାଲାକ ହୋଇ ସମ୍ଭାଳିବା ଆବଶ୍ୟକ।
ବ୍ୟକ୍ତିଗତ ଜୀବନରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ଯୁକ୍ତି ହୋଇପାରେ। ସ୍ବାସ୍ଥ୍ୟ ସ୍ତରରେ ଆପଣଙ୍କୁ ଫ୍ଲୁ ସମ୍ବନ୍ଧିତ ସମସ୍ଯା ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଏପରି ହୋଇପାରେ।
ଉପାୟ: ଆପଣ ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ବିଛା ରାଶି
ବିଛା ରାଶିର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବାକୁ ଯାଉଛନ୍ତି। ଶୁକ୍ର ମୀନ ରାଶିରେ ଉଦୟ ହେବା ଯୋଗୁଁ ଆପଣ ନିଜର ଭବିଷ୍ୟକୁ ନେଇ ଚିନ୍ତିତ ରହିବେ। ଏହା ଦ୍ବାରା ଆପଣ ଚାପ ଗ୍ରସ୍ତ ହୋଇପାରନ୍ତି।
କ୍ୟାରିଅର ବିଷୟରେ କହିଲେ, ଏହି ସମୟରେ ଆପଣଙ୍କୁ କାମ ପାଇଁ ଲାମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହି ସମୟରେ ଯାତ୍ରା ଟାଳିବା ଭଲ ହେବ। ଯଦି ଆପଣ ଜୁଆ କିମ୍ବା ଶେୟାର ମାର୍କେଟ ସମ୍ବନ୍ଧିତ କୌଣସି ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଅଧିକ ଲାଭ କରିବେ। ଏହା ଦ୍ବାରା ଅଧିକ ସନ୍ତୋଷ ପ୍ରାପ୍ତ ହେବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣଙ୍କର ନିଜର ପାର୍ଟନର ସହିତ ସମ୍ପର୍କ ଖରାପ ହୋଇପାରେ ଓ ଏହି କାରଣରୁ ଆପଣଙ୍କୁ ତାଙ୍କର ସମର୍ଥନ ପାଇବାରେ ସମସ୍ଯା ହୋଇପାରେ। ଏହି ସମୟରେ ଆପଣ ନିଜର ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ।
ଉପାୟ: ଆପଣ ଶନିବାର ଦିନ ରହୁ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଶୁକ୍ର ଓ ଏବେ ସେ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବାକୁ ଯାଉଛନ୍ତି।
ଯେତେବେଳେ ଶୁକ୍ର ମୀନ ରାଶିରେ ଉଦୟ ହୁଅନ୍ତି, ସେତେବେଳେ ଆପଣଙ୍କ ପରିବାରରେ କିଛି ସମସ୍ୟା ଦେଖାଦେଇପାରେ। ଅନ୍ୟପକ୍ଷରେ, ଆବଶ୍ୟକତା ସମୟରେ ଋଣରୁ ଆପଣଙ୍କୁ ଲାଭ ମିଳିବ ବୋଲି ସଙ୍କେତ ମଧ୍ୟ ଅଛି।
କ୍ୟାରିଅର ବିଷୟରେ କହିଲେ ନିଜର ବର୍ତ୍ତମାନର ଚାକିରିରେ କାମର ଅଧିକ ଚାପ ଯୋଗୁଁ ଆପଣ ଚିନ୍ତିତ ହୋଇ ପାରନ୍ତି। ଭଲ ସୁଯୋଗର ସନ୍ଧାନରେ ଆପଣ ଚାକିରି ପରିବର୍ତ୍ତନ କରିବା ବିଷୟରେ ଭାବି ପାରନ୍ତି। ଏହି ସମୟରେ ବ୍ୟବସାୟୀମାନେ ବହୁତ କ୍ଷତି ସହିପାରନ୍ତି। ବ୍ୟବସାୟକୁ ଠିକ୍ ଭାବରେ ପରିଚାଳନା ନକରିବା ଯୋଗୁଁ ଏହା ହୋଇପାରେ।
ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ଅହଂକାର ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ରହିଛି। ଆପଣଙ୍କୁ ନିଜର ଜୀବନସାଥୀଙ୍କ ସହିତ ଆଡଜଷ୍ଟ ହେବାକୁ ପଡ଼ିବ। ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କୁ ନିଜର ମା’ଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।
ଉପାୟ: ଆପଣ ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ମକର ରାଶି
ମକର ରାଶିର ପଞ୍ଚମ ଏବଂ ଦଶମ ଘରର ସ୍ବାମୀ ଶୁକ୍ର ଏବଂ ଏବେ ସେ ଆପଣଙ୍କର ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ଆପଣଙ୍କୁ ଅତ୍ୟଧିକ ଲାଭ ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣଙ୍କର ବୃଦ୍ଧି ଦେଖିବାକୁ ମିଳିବ। କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ ନିଜର ଲାମ ପାଇଁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।
ବ୍ୟବସାୟ ବିଷୟରେ କହିଲେ, ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ। ଏହି ସୁଯୋଗରୁ ଆପଣଙ୍କୁ ବଡ଼ ଲାଭ ହେବାର ଆଶା ଅଛି। ଜୀବନସାଥୀ ସହିତ ଭଲ କଥା ହେବା ଯୋଗୁଁ ଆପଣଙ୍କର ସମ୍ପର୍କରେ ସୁଖ-ଶାନ୍ତି ରହିବ। ସ୍ବାସ୍ଥ୍ୟ ସ୍ତରରେ ଏହି ସମୟରେ ଆପଣ ଫିଟ ଅନୁଭବ କରିବେ। ଆପଣଙ୍କର ଶକ୍ତିରେ ମଧ୍ୟ ବୃଦ୍ଧି ହେବାର ସଙ୍କେତ ଅଛି।
ଉପାୟ: ଆପଣ ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଚତୁର୍ଥ ଏବଂ ନବମ ଘରର ଅଧିପତି ଶୁକ୍ର ଏବଂ ଏବେ ମୀନ ରାଶିରେ ଶୁକ୍ର ଉଦୟ ହେବା ସମୟରେ ଆପଣଙ୍କ ଦ୍ୱିତୀୟ ଘରେ ରହିବେ। ମୀନ ରାଶିରେ ଶୁକ୍ର ଉଦୟ ହେଲେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହା ଆପଣଙ୍କୁ ଲାଭ ଦେବ। ଆପଣ ଅଧିକ ଟଙ୍କା ମଧ୍ୟ ସଞ୍ଚୟ କରିପାରିବେ। ଶୁକ୍ର ଉଦୟ ହେବା ସମୟରେ ଆପଣଙ୍କୁ ଭାଗ୍ଯର ସମର୍ଥନ ମିଳିବ ଯାହା ଦ୍ବାରାା ଆପଣଙ୍କୁ ଲାଭ ହେବାର ସମ୍ଭାବନା ଅଛି। ଆପଣ ଅଧିକ ପଇସା ମଧ୍ୟ ସଞ୍ଚୟ କରିପାରିବେ।
କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହା ଆପଣଙ୍କ ଆଶାକୁ ପୁନର୍ଜୀବିତ କରିବା ଏବଂ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ ଏକ ଅନୁକୂଳ ସମୟ। ବ୍ୟବସାୟ କ୍ଷେତ୍ରରେ, ଆପଣଙ୍କ କାର୍ଯ୍ୟ ଦକ୍ଷତା ଏବଂ ନେତୃତ୍ୱ ଗୁଣ ଯୋଗୁଁ ଆପଣ ଭଲ ଲାଭ ପାଇବେ ବୋଲି ଆଶା କରାଯାଉଛି।
ବ୍ୟକ୍ତିଗତ ଜୀବନରେ ଏହି ସମୟରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ତାଳମେଳ ବହୁତ ଭଲ ରହିବ। ଏହା ଦ୍ବାରା ସମ୍ପର୍କରେ ଖୁସି ରହିବ। ସ୍ବାସ୍ଥ୍ୟ ମାମଲାରେ ଏହି ସମୟରେ ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ଦେଖିବାକୁ ମିଳିବ ଓ ଏହି କାରଣରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ: ଆପଣ ଶନିବାର ଦିନ ବିକଳାଙ୍ଗ ଲୋକଙ୍କୁ ଅନ୍ନ ଦାନ କରନ୍ତୁ।
ମୀନ ରାଶି
ମୀନ ରାଶିର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଶୁକ୍ର ଓ ଏବେ ସେ ଆପଣଙ୍କର ପ୍ରଥମ ଘରେ ଉଦୟ ହେବାକୁ ଯାଉଛନ୍ତି।
ଯେତେବେଳେ ଶୁକ୍ର ମୀନ ରାଶିରେ ଉଦୟ ହେବେ, ସେତେବେଳେ ଆପଣଙ୍କ କାମରେ ବାଧା ଆସିପାରେ। ଆପଣଙ୍କୁ ମଧ୍ୟ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। କ୍ୟାରିୟର କ୍ଷେତ୍ରରେ, ଆପଣଙ୍କୁ ଆପଣଙ୍କର ଚାକିରି ସମ୍ବନ୍ଧୀୟ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କୁ ଏକ ଯୋଜନା ସହିତ କାମ କରିବାକୁ ପଡ଼ିବ।
ଏହି ସମୟରେ, ବ୍ୟବସାୟୀମାନଙ୍କୁ ହାରାହାରି ଲାଭରେ ନିଜକୁ ସନ୍ତୁଷ୍ଟ କରିବାକୁ ପଡ଼ିବ କାରଣ ସେମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ପାର୍ଟନର ସହିତ କଥା ହେବା ସମୟରେ ସାବଧାନ ରହିବାକୁ ପଡ଼ିବ କାରଣ କଥାବାର୍ତ୍ତା କରିବା ସମୟରେ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିପାରେ। ଯାତ୍ରା ସମୟରେ ଆପଣଙ୍କର ଧନ ହାନି ହେବାର ଆଶଙ୍କା ଅଛି। ଆପଣଙ୍କର ଅବହେଳା ଯୋଗୁଁ ଏପରି ହୋଇପାରେ।
ଉପାୟ: ଆପଣ ବୃହସ୍ପତିବାର ଦିନ ଗରିବ ବ୍ରାହ୍ମଣଙ୍କୁ ଅନ୍ନ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଶୁକ୍ର ମୀନ ରାଶିରେ କେବେ ଉଦୟ ହେବେ?
ଶୁକ୍ର 28 ମାର୍ଚ୍ଚ 2025ରେ ଉଦୟ ହେବେ।
2. ଶୁକ୍ରଙ୍କର ଉଦୟ ହେବା ଯୋଗୁଁ ମେଷ ରାଶିର ଲୋକ କ’ଣ ପ୍ରତିକାର କରି ପାରିବେ?
ଆପଣ ପ୍ରତିଦିନ 24 ଥର ଓଁ ଶୁକ୍ରାଯ ନମଃ ମନ୍ତ୍ର ଜପ କରନ୍ତୁ।
3. ଶୁକ୍ରଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ବିଛା ରାଶିର ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?
ତାଙ୍କ ଉପରେ ଏହି ସମୟରେ ଚାପ ପଡ଼ିପାରେ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025