ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର - ଜାଣନ୍ତୁ ଶୁଭ-ଅଶୁଭ ଫଳ
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ବିଷୟରେ ବିସ୍ତୃତରେ କହିବୁ। ସାଙ୍ଗରେ ଏହା ମଧ୍ୟ ଜଣାଇବୁ ଯେ ଏହି ଗୋଚରର ପ୍ରଭାବ 12ଟି ରାଶି ଉପରେ କିପରି ପଡ଼ିବ। କିଛି ରାଶି ପାଇଁ ଏହି ଗୋଚର ବହୁତ ଲାଭଦାୟକ ରହିବ ଓ କିଛି ରାଶିର ଲୋକଙ୍କୁ ଏହି ସମୟରେ ସାବଧାନ ରହିବା ପାଇଁ ପଡ଼ିବ। ଏହା ବ୍ୟତୀତ ଶୁକ୍ରଙ୍କୁ ଦୃଢ଼ କାରୀୟବା ପାଇଁ କିଛି ସହଜ ପ୍ରତିକାର ମଧ୍ୟ କହିବୁ। ଶୁକ୍ର 12 ଜୁନ 2024 ରେ ବୁଧଙ୍କ ଦ୍ବାରା ଶାସିତ ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ତେବେ ଆଗକୁ ବଢ଼ିବା ଓ ଜାଣିବା ଏହି ଗୋଚରର ଶୁଭ-ଅଶୁଭ ଫଳ ବିଷୟରେ।

ଭବିଷ୍ୟ ସହିତ ଜଡ଼ିତ ସମସ୍ତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମିଥୁନ ରାଶିରେ ଶୁକ୍ରଙ୍କର ଗୋଚର: ତିଥି ଓ ସମୟ
ବୈବାହିକ ସୁଖ, ଭୌତିକ ସୁଖ, ପ୍ରତିଭା, ସୌନ୍ଦର୍ଯ୍ୟ ଓ ସମୃଦ୍ଧିର କାରକ ଗ୍ରହ ଶୁକ୍ର 12 ଜୁନ 2024 ସନ୍ଧ୍ୟା 06:15 ରେ ମିଥୁନ ରାଶିରେ ଗୋଚର କରିବା ପାଇଁ ଯାଉଛନ୍ତି। ସେ 07 ଜୁଲାଇ ପର୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ଓ ତାହା ପରେ କର୍କଟ ରାଶିରେ ପ୍ରବେଶ କରିବେ। ମିଥୁନ ଶୁକ୍ରଙ୍କର ମିତ୍ର ରାଶି ଓ ଏହି ରାଶିରେ ଭଲ ତାଳମେଳ ରଖିବାରେ ସକ୍ଷମ ହେବେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ସମ୍ପୂର୍ଣ ଗତିବିଧି
ମିଥୁନ ରାଶିରେ ଶୁକ୍ର: ବିଶେଷ କଥା
ମିଥୁନ ରାଶି ଲୋକଙ୍କର ଦୁଇଟି ବ୍ଯକ୍ତିତ୍ବ ଅଛି, ଯାହା ଏମାନଙ୍କୁ ଫୁର୍ତ୍ତି କରିଥାଏ। ଏହି ଲୋକମାନେ ମିଶାଣିଆ ଓ ସମ୍ବେଦନଶୀଳ ହୋଇଥାନ୍ତି। ମଜାମସ୍ତି ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ବେଳେ ବେଳେ ଗମ୍ଭୀର, ବିଚାରଶୀଳ ଓ ବ୍ୟଥିତ ହୋଇଯାଆନ୍ତି। ଏହି ଲୋକମାନେ ଦୁନିୟା ବିଷୟରେ ଜାଣିବା ପାଇଁ ଜିଜ୍ଞାସା ରଖନ୍ତି ଓ ଏପରି ଲାଗେ ଯେ କିଛି ବି କରିବା ପାଇଁ ଏମାନଙ୍କ ପକ୍ଷରେ ସମୟ ବହୁତ କମ।
ମିଥୁନ ରାଶି ଲୋକମାନେ ସ୍ମାର୍ଟ, ଅନୁକୂଳନୀୟ ଓ ଅତି ଜିଜ୍ଞାସୁ ହୋଇଥାନ୍ତି। ମିଥୁନ ରାଶିରେ ଶୁକ୍ରଙ୍କର ଉପସ୍ଥିତି ଆପଣଙ୍କୁ କଳା ଓ ଶିଳ୍ପ, ସଙ୍ଗୀତ, ନୃତ୍ୟ ଓ ଅନ୍ୟ ସାଂସ୍କୃତିକ ଜିନିଷ ସହିତ ଜଡ଼ିତ କରିଥାଏ। ଏହାର ପରିଣାମସ୍ବରୂପ ଆପଣ କ୍ରିୟେଟିଭ ହୋଇପାରନ୍ତି। ଏହାର ପ୍ରଭାବରୁ ଆପଣଙ୍କର ସ୍ଵଭାବ ଚଞ୍ଚଳ ଓ ମଜାଳିଆ ହୋଇଥାଏ। ଏହି ଲୋକମାନେ ପ୍ରେମରେ ଅନେକ ଥର ଅସଫଳ ହୋଇଥାନ୍ତି।
ଏହି ଗୋଚର ସମୟରେ ପଡ଼ିବ ଏହି ରାଶିମାନଙ୍କ ଉପରେ ସକାରାତ୍ମକ ପ୍ରଭାବ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ତୃତୀୟ ଘରେ ଗୋଚର କରିବା ପାଇଁଯାଉଛନ୍ତି। ଏହି ଘରେ ଗୋଚର ଯୋଗୁଁ ଆପଣ ବନ୍ଧୁଙ୍କ ସହିତ ପାର୍ଟୀ, ମଜାମସ୍ତି କରିବେ। ଭାଇ ଭଉଣୀ ଙ୍କ ସହିତ ନିକଟତର ହେବେ ଓ ତାଙ୍କ ପ୍ରତି ପ୍ରେମ ବଢ଼ିବ।
ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ଭଲ ରହିବ। ଆପଣ ପାର୍ଟନରର ନିକଟତର ହେବେ ଓ ଆପଣଙ୍କ ମଧ୍ୟରେ ରୋମାନ୍ସ ବଢ଼ିବ। ଶୁକ୍ର ଦେବଙ୍କ ଗୋଚରର ପ୍ରଭାବ ଯୋଗୁଁ ଆପଣଙ୍କ ଭିତରେ ଲୁଚି ରହିଥିବା ସ୍କିଲ ସମସ୍ତ ସାମ୍ନାରେ ପ୍ରକଟ କରିବାରେ ସଫଳ ହେବେ। ଏହା ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ରହିବ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ଜୀବନରେ ଅନୁକୂଳ ପରିଣାମ ସହିତ ଶାନ୍ତି ଓ ସମୃଦ୍ଧି ଆଣିବ। ଏହି ଅବଧିରେ ଆପଣଙ୍କୁ ଅତ୍ୟଧିକ ଧନ ଲାଭ ହେବ। ଆପଣ ନିଜର ଧନ ସଞ୍ଚୟ କରିପାରିବେ ଯୌଥିରୁ ଆପଣଙ୍କର ବ୍ଯାଙ୍କ ବୈଲେଂସ୍ ବୃଦ୍ଧି ପାଇବ।
ଏହି ଅବଧିରେ କାହାରି ବିବାହରେ ଯୋଗଦାନ କରିବେ। ଆପଣଙ୍କର ଲୋକଙ୍କ ମଧ୍ୟରେ ହାଲକ ଓ ଖୁସି ଅନୁଭବ କରିବେ। ଘରେ କୌଣସି ଶୁଭ କାମ ହୋଇପାରେ। ଶୁକ୍ରଙ୍କର ଗୋଚର ଯୋଗୁଁ କ୍ୟାରୀଅରରେ ଭଲ ସୁଯୋଗ ପାଇବେ। ଲୋକମାନେ ଆପଣଙ୍କୁ କାମ ପାଇଁ ପ୍ରଶଂସା କରିବେ ଓ ପ୍ରୋତ୍ସାହନ ମିଳିବ। ପାରିବାରିକ ଜୀବନରେ ଶାନ୍ତି ରହିବ। ଯାହାର ନିଜର ବ୍ୟବସାୟ ଅଛି ସେମାନେ ସେଥିରେ ବୃଦ୍ଧି ଦେଖିବେ ଓ ଲାଭ ପ୍ରାପ୍ତ କରିବେ।
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ପଞ୍ଚମ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପ୍ରଥମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଶୁକ୍ରଙ୍କର ଏହି ଗୋଚରର ପ୍ରଭାବ ଆପଣଙ୍କର ବ୍ଯକ୍ତିତ୍ବ ଉପରେ ପଡ଼ିବ। ଆପଣଙ୍କ ଲୋକଙ୍କର ଆକର୍ଷଣର କେନ୍ଦ୍ର ହେବେ। ଆପଣଙ୍କର ଅଟକି ରହିଥିବା କାମ ଧୀରେ ଧୀରେ ହେବାକୁ ଲାଗିବ। ଆପଣ ସେଥିରୁ ଖୁସି ପାଇବେ। ଗାଡ଼ି କିମ୍ବା ଘରୁ ଲାଭ ମିଳିପାରେ ସେଥିପାଇଁ ଯଦି ଆପଣ ସମ୍ପତି କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ପ୍ରୟାସ କରିପାରିବେ। ଏହି ସମୟରେ ସନ୍ତାନ ପାଖରୁ ସାହାଜ୍ୟ ମିଳିବ। ବିଦେଶୀ ମୁଦ୍ରା ମିଳିବାର ସୁଜିଗ ଅଛି। ବିଦେଶୀ ସମ୍ପର୍କରୁ ଆପଣଙ୍କର ବ୍ୟବସାୟରେ ମଧ୍ୟ ଉନ୍ନତି ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ସିଂହ ରାଶି
ଶୁକ୍ର ଆପଣଙ୍କର ତୃତୀୟ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ଗୋଚରର ପ୍ରଭାବ ହେତୁ ଆପଣଙ୍କୁ ଉନ୍ନତି ଦେଖିବାକୁ ମିଳିବ ଓ ଅନେକ ଆକାଂକ୍ଷାର ପୂର୍ତ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ଦେଖାଯିବେ ଓ ଆପଣ ପ୍ରତ୍ଯେକ କାମ ତାଙ୍କ ସାହାଜ୍ୟରେ କରିବେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ଅବଧିରେ ତାଙ୍କର ସମର୍ଥନ ଆପଣଙ୍କୁ ମିଳିବ, ଯାହା ଦ୍ବାରା ଆପଣ ନିଜର କାମକୁ ଅଧିକ ଭଲ ଭାବରେ କରିପାରିବେ। ବୃଷ ରାଶି ଲୋକଙ୍କର ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ ଆପଣ ଓ ଆପଣଙ୍କର ପ୍ରିୟତମ ମଧ୍ୟରେ ମିଳାମିଶା ପାଇଁ ଓ ରୋମାନ୍ସ ପାଇଁ ଅନେକ ସୁଯୋଗ ମିଳିବ। ସିଂହ ରାଶି ଲୋକଙ୍କ ସମ୍ପର୍କ ଏହି ଅବଧିରେ ଅଧିକ ଦୃଢ଼ ହେବ ଓ ଆପଣ ପରସ୍ପରର ନିକଟତର ହେବେ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ଜାତକରେ ଶୁକ୍ର ଦ୍ଵିତୀୟ ଓ ନବମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ସମୟରେ ସମସ୍ତ କାର୍ଯ୍ୟରେ ଉନ୍ନତି ହେବ ଓ ଭାଗ୍ୟର ସାଥ ମିଳିବ। ଆପଣଙ୍କର ଅଟକି ଥିବା କାମ ପୁଣି ଆରମ୍ଭ ହେବ। ଯଦି କୌଣସି ବ୍ଯବସାୟିକ ଚିନ୍ତା ଥିଲା ତାହା କମ ହେବ ଓ ପ୍ରବଳ ଧନ ଲାଭ ହେବ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ କୌଣସି ଭଲ ଜାଗାରେ ସ୍ଥାନାନ୍ତରିତ କରାଯିବ କିମ୍ବା ପଦ କିମ୍ବା ବେତନ ବୃଦ୍ଧି ହୋଇପାରେ। ଏହି ସମୟ କ୍ୟାରୀଅର ପାଇଁ ଅନୁକୂଳ ରହିବ ଓ ଆପଣଙ୍କୁ ଭାଗ୍ୟର କୃପାରୁ ବହୁତ କିଛି ପ୍ରାପ୍ତ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଅବଧି ବହୁତ ମହତ୍ୱପୂର୍ଣ୍ଣ ରହିବ। ବ୍ୟବସାୟ ପାଇଁ ନୂଆ ଲୋକ ମିଲିବେ ଓ ଆପଣ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ରହିବ। ସମୁଦାୟ ଶୁକ୍ର ଗୋଚର ଆପଣଙ୍କୁ ଅନେକ ଖୁସି ଦେବ।
ଧନୁ ରାଶି
ଶୁକ୍ର ଆପଣଙ୍କର ଷଷ୍ଠ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ସପ୍ତମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ଜୀବନସାଥୀ ସହିତ ପ୍ରେମ ବଢ଼ିବ। ଆପଣଙ୍କ ମଧ୍ୟରେ ରୋମାନ୍ସ ବଢ଼ିବ। ଆପଣ ପରସ୍ପରକୁ ଭରପୁର ସମୟ ଦେବେ ଓ ନିଜର କର୍ତବ୍ୟର ପାଳନ କରିବେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଅବଧି ଅନୁକୂଳ ହେବ। ଆପଣଙ୍କର ବ୍ୟବସାୟରେ ଭଲ ବୃଦ୍ଧି ହେବ। ଜୀବନସାଥୀଙ୍କୁ ଧନ ଲାଭ ହେବ ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ପରିଣାମ!
ଏହି ଗୋଚର ସମୟରେ ପଡ଼ିବ ଏହି ରାଶିମାନଙ୍କ ଉପରେ ନକାରାତ୍ମକ ପ୍ରଭାବ
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଚତୁର୍ଥ ଓ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଶୁକ୍ରଙ୍କର ଏହି ଗୋଚର ସମୟରେ ଆପଣଙ୍କର ଖର୍ଚ୍ଚ ବଢ଼ାଇବ ଯାହା ଆପଣଙ୍କୁ ଚିନ୍ତା ଦେବ। କିନ୍ତୁ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ଦ୍ଵାଦଶ ଘରେ ସ୍ଥିତି ଶୁକ୍ର ମହାରାଜ ଆପଣଙ୍କୁ ପ୍ରବଳ ଲାଭ ଦେବେ। ଆପଣ ସୁଖ ସୁବିଧା ପାଇବା ପାଇଁ ନୂଆ ବସ୍ତୁ କିଣିପାରିବେ। ଆପଣ ଘରର ସାଜ୍ଜ-ସଜ୍ଜା ଉପରେ ଧନ ଖର୍ଚ୍ଚ କରିବେ। ଘରେ ପାରିବାରିକ ବସ୍ତୁ ସହିତ ସୁଖ ସୁବିଧାର ବସ୍ତୁ ବଢ଼ିବ। ଯଦି କୌଣସି ନ୍ୟାୟାଳୟରେ କୌଣସି ମାମଲା ବିଚାରଧିନ ଥିଲା ତାହା ଉପରେ ଖର୍ଚ୍ଚ ହେବ। ଆପଣଙ୍କର ବୈବାହିକ ଜୀବନରେ ପ୍ରେମ ବଢ଼ିବ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ଶୁକ୍ର ସପ୍ତମ ଘରର ପ୍ରଭୁ ପ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଉତ୍ଥାନ-ପତନ ଆଣିବ। ଆପଣ ଗୁପ୍ତ ଭାବରେ ନିଜର ପ୍ରେମ ସମ୍ପର୍କକୁ ଆଗକୁ ନେବେ ଓ ସେଥିରେ ଖୁସି ଅନୁଭବ କରିବେ। ଗୁପ୍ତ ସୁଖ ପାଇବା ପାଇଁ ଆପଣ ପଇସା ଖର୍ଚ୍ଚ କରିବେ ଯାହା ପରେ ଆପଣଙ୍କୁ ଚିନ୍ତା ଦେବ। କିନ୍ତୁ ଆର୍ଥିକ ଦୃଷ୍ଟିରୁ ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କ ପାଇଁ ଲାଭକାରୀ ରହିବ। ଯଦି ଆପଣ ଶେୟାର ବଜାରରେ ପଇସା ବିନିଯୋଗ କରୁଛନ୍ତି ତେବେ ତାହାର ଭଲ ରିଟାର୍ନ ଏହି ଅବଧିରେ ମିଳିବ। ଯାହା ପରେ ଆପଣଙ୍କର ଆର୍ଥିକ ସ୍ଥିତିକୁ ଉନ୍ନତ କରିବ।
ଏହି ସମୟରେ ଶାଶୁ ଘରେ କାହାରି ବିବାହରେ ଯୋଗଦାନ ଦେବାର ସୁଯୋଗ ମିଳିବ ଯାହା ଦ୍ବାରା ଘରେ ପ୍ରେମ ଓ ଉତ୍ସାହର ବାତାବରଣ ରହିବ ଓ ସମସ୍ତେ ଖୁସି ଦେଖା ଯିବେ। ଜୀବନସାଥୀ ସହିତ ବିବାଦ ହୋଇପାରେ। କିନ୍ତୁ ଏହି ବିବାଦ ବଢ଼ିବାକୁ ଦିଅନ୍ତୁ ନାହିଁ, ଏଥିରେ ଆପଣଙ୍କର ହୀତ ହେବ। ବ୍ୟବସାୟରେ ଉନ୍ନତି ହେବ ଓ ଚାକିରି କରୁଥିବା ଲୋକ ପରିଚିତ ହେବେ।
ଏଜୟ ଗୋଚର ସମୟରେ ଉପଯୁକ୍ତ ପ୍ରତିକାର
- ଶୁକ୍ରବାର ବ୍ରତ କରନ୍ତୁ ଓ ଧଳା ବସ୍ତୁ ଯେପରି ଚାଉଳ, ଚିନୀ ଇତ୍ୟାଦି ଦାନ କରନ୍ତୁ।
- ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀ କିମ୍ବା ଦେବୀ ଦୁର୍ଗାଙ୍କର ପୂଜା କରନ୍ତୁ ଓ ନାଲି ଫୂଳ ଚଢ଼ାନ୍ତୁ।
- ପ୍ରତିଦିନ ସକାଳେ ମହାଲକ୍ଷ୍ମୀ ଅଷ୍ଟକମ ପାଠ କରନ୍ତୁ।
- ପ୍ରାୟତଃ ଅଧିକ ଧଳା ଓ ଗୋଲାପି ବସ୍ତ୍ର ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ ଓ ସ୍ବଚ୍ଛତା ରଖନ୍ତୁ।
- ଶୁକ୍ରଙ୍କର ମନ୍ତ୍ର "ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ" ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଶୁଭଚିନ୍ତକଙ୍କ ସହିତ ଏହାକୁ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ !
ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ
ପ୍ରଶ୍ନ 1. ମିଥୁନ ରାଶିରେ କେବେ ହେବ ଶୁକ୍ରଙ୍କର ଗୋଚର?
ଉତ୍ତର 1. ମିଥୁନ ରାଶିରେ ଶୁକ୍ରଙ୍କର ଗୋଚର 12 ଜୁନ 2024 ସନ୍ଧ୍ୟା 06:15 ରେ ହେବ।
ପ୍ରଶ୍ନ 2. ଶୁକ୍ର ମିଥୁନ ରାଶିରେ କିପରି ବ୍ୟବହାର କରନ୍ତି?
ଉତ୍ତର 2. ମିଥୁନ ରାଶିରେ ଶୁକ୍ରଙ୍କର ମିତ୍ର ରାଶି ଓ ଏହୟ ରାଶିରେ ଶୁକ୍ର ପ୍ରାୟତଃ ଭଲ ପରିଣାମ ପ୍ରଦାନ କରନ୍ତି ।
ପ୍ରଶ୍ନ 3. ଶୁକ୍ର କେଉଁ ରାଶିରେ ଉଚ୍ଚ?
ଉତ୍ତର 3. ଶୁକ୍ର ମୀନ ରାଶିରେ ଉଚ୍ଚ।
ପ୍ରଶ୍ନ 4. ଯଦି ମିଥୁନ ରାଶିରେ ବୁଧ ଥାଆନ୍ତି ତେବେ ତାହାର ମାନେ କ’ଣ?
ଉତ୍ତର 4. ଏହା ବୁଧଙ୍କର ନିଜସ୍ବ ରାଶି ଏବଂଏହି ରାଶିରେ ବୁଧ ଦୃଢ଼ ସ୍ଥିତିରେ ଥାଆନ୍ତି ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Powerful Malavya Rajyoga 2025 After 1 Year: Fame And Glory For 3 Zodiacs!
- Chidra Dasha: Hidden Life Lessons Through Celebrity Horoscope Analysis!
- Planetary Transits May 2025: Wealth & Triumph For 3 Lucky Zodiac Signs!
- Mercury Transits In May 2025: Success & Prosperity For 3 Lucky Zodiac Signs!
- Types of Muhurat In A Day: Complete Guide To Auspicious Timings!
- Atichari Jupiter Till 2032 & Impact On Zodiacs: What to Expect?
- Sun Transit In Aries: Obstacles Will Be Removed Making Life Peaceful
- Weekly Horoscope For The Week Of April 14th to 20th, 2025!
- Baisakhi 2025: Auspicious Yoga & More!
- Venus Direct In Pisces: Be Ready For Job Promotions & Appraisals
- 50 साल बाद सूर्य गोचर से बनेगा शुभ योग, ये राशि वाले जरूर पढ़ लें अपने बारे में!
- क्या है छिद्र दशा और ग्रहों का खेल, सिलेब्रिटी की कुंडली से समझें!
- एक दिन में होते हैं कितने मुहूर्त? जानें कब होता है शुभ समय!
- बृहस्पति 2032 तक रहेंगे अतिचारी, जानें क्या पड़ेगा 12 राशियों पर प्रभाव!
- मेष राशि में सूर्य के प्रवेश से बन जाएंगे इन राशियों के बिगड़े काम; धन लाभ के भी बनेंगे योग!
- इस सप्ताह सूर्य का होगा मेष में गोचर, बदल जाएगी इन 3 राशि वालों की तक़दीर!
- बेहद शुभ योग में मनाया जाएगा बैसाखी का त्योहार, जानें तिथि, मुहूर्त और महत्व!
- धन-वैभव के दाता शुक्र करेंगे अपनी चाल में बदलाव, इन राशियों के बनेंगे नौकरी में तरक्की के योग!
- टैरो साप्ताहिक राशिफल : 13 अप्रैल से 19 अप्रैल, 2025
- चैत्र पूर्णिमा व्रत 2025: इस विधि से करेंगे पूजा, तो ज़रूर प्रसन्न होंगे श्री हरि!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025