ଶୁକ୍ରଙ୍କର ମୀନ ରାଶିରେ ଗୋଚର (28 ଜାନୁଆରୀ 2024)

ଶୁକ୍ରଙ୍କର ମୀନ ରାଶିରେ ଗୋଚର: ବୈଦିକ ଜ୍ଯୋତିଷରେ ଶୁକ୍ର ମହାରାଜଙ୍କୁ ପ୍ରେମ, ଭୋଗ-ବିଳାସ ଓ ଐଶ୍ଵର୍ଯ୍ୟର କାରକ ଗ୍ରହ କୁହାଯାଏ ଯାହା 28 ଜାନୁଆରୀ 2025 ସକାଳ 06: 42 ମିନିଟ ରେ ଗୋଚର କରିବାକୁ ଯାଉଛନ୍ତି। ଆଷ୍ଟ୍ରୋସେଜର ଏହି ବିଶେଷ ଲେଖା ଆପଣଙ୍କୁ ଶୁକ୍ରଙ୍କର ମୀନ ରାଶି ସହିତ ଜଡ଼ିତ ସମସ୍ତ ସୂଚନା ପ୍ରଦାନ କରିବ। ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ମୀନ ରାଶିରେ ହେବ ଯାହା କି ଏକ ଉଚ୍ଚ ରାଶି। ମୀନ ରାଶିର ସ୍ବାମୀ ଗୁରୁ ଗ୍ରହଙ୍କୁ ଶୁକ୍ର ଦେବଙ୍କର ଶତ୍ରୁ କୁହଯାଏ। ଏହା ବ୍ୟତୀତ, ଗୁରୁଙ୍କର ରାଶିରେ ଶୁକ୍ରଙ୍କର ଗୋଚର ବିଶ୍ବ ସମେତ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିବ। ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଶୁକ୍ରଙ୍କର ଗୋଚର ଆପଣଙ୍କ ରାଶି ଉପରେ ପ୍ରଭାବ ଓ ସେଥିରୁ ବଞ୍ଚିବା ପାଇଁ ପ୍ରତିକାର ବିଷୟରେ ବିସ୍ତୃତରେ କହିବୁ। କିନ୍ତୁ ସର୍ବ ପ୍ରଥମେ ଆମେ ଆପଣଙ୍କୁ ଶୁକ୍ର ଗ୍ରହ ଓ ମୀନ ରାଶି ବିଷୟରେ କହିବୁ।

ଶୁକ୍ରଙ୍କର ମୀନ ରାଶିରେ ଗୋଚର 28 ଜାନୁଆରୀ 2025 ରେ ହେବାକୁ ଯାଉଛି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ଶୁକ୍ରଙ୍କର ମୀନ ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ

ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ଓ ମୀନ ରାଶି

ଜ୍ଯୋତିଷଶାସ୍ତ୍ରରେ ଶୁକ୍ରଙ୍କୁ ସ୍ତ୍ରୀ ଗରହ କୁହାଯାଇଛି ଓ ରାଶି ଚକ୍ରରେ ଏହାଙ୍କୁ ବୃଷ ରାଶି ଓ ତୁଳା ରାଶିର ସ୍ବାମୀ କୁହାଯାଇଛି। ଶୁକ୍ର ଦେବ ଧନ-ସମୃଦ୍ଧି, ଆନନ୍ଦ, ସୁଖ, ସୌନ୍ଦର୍ଯ୍ୟ, ଯୌବନ, ଆକର୍ଷଣ ଓ ଯୌନ କାମନା ଇତ୍ୟାଦିର ପ୍ରତିନିଧିତ୍ବ କରେ। ଏହା ରଚନାତ୍ମକତା, କଳା, ସଙ୍ଗୀତ, କବିତ, ଡିଜ଼ାଇନ୍ , ମନୋରଂଜନ, ଗ୍ଲ୍ଯାମର, ଫ୍ଯାଶନ, ଜୁୟେଲାରି, ମୁଲ୍ୟବାନ ରତ୍ନ, ମେକଅପ, ସ୍ଵାଦିଷ୍ଟ ଭୋଜନ ଓ ଦାମୀ କାରର କାରକ ଗ୍ରହ ଅଟନ୍ତି। ଶୁକ୍ର ଦେବ ସଂଜୀବନୀ ବିଦ୍ୟାର ଦାତା ମଧ୍ୟ ଓ ତାଙ୍କ ଠାରୁ କୌଣସି ମୃତ ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବାର ଜ୍ଞାନ ପ୍ରାପ୍ତ କରାଯାଇପାରିବ।

हिंदी में पढ़ने के लिए यहां क्लिक करें: शुक्र का मीन राशि में गोचर

ରାଶି ଚକ୍ରର ଦ୍ଵାଦଶ ଓ ଅନ୍ତିମ ରାଶି ମୀନ ଯାହା ଜଳ ତତ୍ଵର ରାଶି। ମୀନ ରାଶି କଳ୍ପନା, ରଚନାତ୍ମକ, ଅଧ୍ୟାତ୍ମ ଓ ପ୍ରେମ ଇତ୍ୟାଦିକୁ ଦର୍ଶାଏ। ମୀନ ରାଶିର ଏହି ଗୁଣ ଶୁକ୍ରଙ୍କ ଗୁଣ ସହିତ ମିଶେ ସେଥିପାଇଁ ମୀନ ରାଶିରେ ଶୁକ୍ର ଦେବ ଉଚ୍ଚ ଅବସ୍ଥାା ରେ ରୁହନ୍ତି।

To Read in English Click Here: Venus Transit In Pisces

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମୀନ ରାଶିରେ ଶୁକ୍ରଙ୍କର ଗୋଚର:ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଶୁକ୍ର ମହରାଜ ଧନ ଘର ଅର୍ଥାତ ଦ୍ଵିତୀୟ ଘରର ସ୍ବାମୀ ହେବା ସହିତ ସପ୍ତମ ଘରର ଅର୍ଥାତ ସମ୍ପର୍କ ଘରର ସ୍ବାମୀ ମଧ୍ୟ। ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କାଇବାକୁ ଯାଉଛନ୍ତି। ଏହି ଅବଧିକୁ ମେଷ ରାଶିର ଲୋକଙ୍କ ପାଇଁ ଭଲ କୁହାଯିବ ଯିଏ ଏକ ଭଲ ପ୍ରସ୍ତାବ ମିଳିବାର ଅପେକ୍ଷା କରିଛନ୍ତି। ଏହାର ପରିଣାମସ୍ବରୂପ, ଶୁକ୍ରଙ୍କର ମୀନ ରାଶିରେ ଗୋଚର ବିବାହ ଯୋଗୁଆ ଲୋକଙ୍କ ପାଇଁ ଅନୁକୂଳ ରହିବ। ବୈବାହିକ ଜୀବନ ବିଷୟରେ କହିଲେ, ଶୁକ୍ର ଗୋଚର ସମୟରେ ମେଷ ରାଶିର ବିବାହିତ ଲୋକଙ୍କୁ କେବଳ ଗୋଟିଏ କଥା ପ୍ରତି ସାବଧାନ ରହିବାକୁ ହେବ ଓ ତାହା ହେଉଛି ଆପଣଙ୍କର ସ୍ବାସ୍ଥ୍ୟ କାରଣ ସପ୍ତମ ଘରର ସ୍ବାମୀ ଭାବରେ ଶୁକ୍ରଙ୍କର ଷଷ୍ଠ ଘରେ ଗୋଚର କରିବା ଆପଣଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ଯା ଆଣିପାରେ।

ଆର୍ଥିକ ଜୀବନକୁ ଦେଖିଲେ, ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ଦ୍ଵାଦଶ ଘରକୁ ଯାଉଛନ୍ତି। ଏପରି ସ୍ଥିତିରେ, ଏହି ଲୋକଙ୍କୁ ଧନ ସହିତ ଜଡ଼ିତ ନିଷ୍ପତି ବହୁତ ଭାବି-ଚିନ୍ତି ନେବାକୁ ପରାମର୍ଶ ଦିଆଯାଇଛି କାରଣ ଦ୍ଵାଦଶ ଘରେ ଶୁକ୍ରଙ୍କର ଗୋଚର ଆପଣଙ୍କ ଦ୍ବାରା ଅଯଥା ଖର୍ଚ୍ଚ କରାଇପାରେ। ଆପଣଙ୍କର ଧନ ବିଦେଶ ଯାତ୍ରା କିମ୍ବା କୌଣସି ଲମ୍ବା ଯାତ୍ରା ଉପରେ ଖର୍ଚ୍ଚ ହୋଇପାରେ। ଆମେ କହି ପାରିବା ଯେ ମୀନ ରାଶିରେ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ପାଇଁ ବହୁତ ଫଳଦାୟୀ ରହିବ।

ଉପାୟ: ଶୁକ୍ରବାର ଦିନ ନିଜର ୱାଲେଟରେ ଚାନ୍ଦିର ଖଣ୍ଡ ରଖନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଲଗ୍ନ ଘରର ସ୍ବାମୀ ଓ ଆପଣଙ୍କର ଲଗ୍ନ ସ୍ବାମୀ ଉଚ୍ଚ ଅବସ୍ଥାରେ ଏକାଦଶ ଘରେ ବହୁତ ଶୁଭ କୁହାଯାଆନ୍ତି। ଜାତକରେ ଏକାଦଶ ଘର ଇଚ୍ଛା ପୂରଣର ହୋଇଥାଏ। ଏହାର ପରିଣାମସ୍ବରୂପ, ଯଦି ଆପଣଙ୍କର ବ୍ୟବସାୟ କିମ୍ବା ଚାକିରି କୌଣସି ପ୍ରକାରରେ ଶୁକ୍ର ଦେବଙ୍କ ସହିତ ସମ୍ବନ୍ଧିତ, ତେବେ ଶୁକ୍ରଙ୍କର ମୀନ ରାଶିରେ ଗୋଚର ଆପଣଙ୍କ ପାଇଁ ବହୁତ ଭଲ କୁହାଯିବ। ଏହି ଅବଧିରେ ଆପଣ ବନ୍ଧୁଙ୍କ ସହିତ ସ୍ମରଣୀୟ ସମୟ କାଟୁଥିବା ଦେଖାଯିବେ। ଆପଣଙ୍କୁ ବନ୍ଧୁ, ପରିବାର, କ୍ୟାରୀଅର କିମ୍ବା ସାମାଜିକ ଜୀବନ ସହିତ ଜଡ଼ିତ ଲୋକଙ୍କ ଠାରୁ ନିମନ୍ତ୍ରଣ ମିଳିପାରେ। ଏହି ସମୟରେ ଆପଣ ସମସ୍ତ ଭୌତିକ ଇଚ୍ଛା ପୂରଣ କରିବେ, ଓ ଆପଣଙ୍କର ବଡ଼ ଭାଇ ଭଉଣୀ ଓ ମାମୁ ଜୀବନରେ ଆଗକୁ ବଢ଼ୁଥିବା ଦେଖାଯିବେ।

ଶୁକ୍ର ଦେବ ଆପଣଙ୍କର ଷଷ୍ଠ ଘରର ମଧ୍ୟ ସ୍ବାମୀ ଯାହାର ସମ୍ବନ୍ଧ ଦୈନଦିନ କାମ ସହିତ ଅଛି। ଏହି ଗୋଚର ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଏହି ଲୋକଙ୍କର ନିଜର ମାମୁ ସହିତ ସମ୍ପର୍କ ଭଲ ହେବ ଓ ତାଙ୍କୁ ଆପଣଙ୍କ ଯୋଗୁଁ ବହୁତ ଲାଭ ହେବ। ବୃଷ ରାଶିର ଯେଉଁ ଲୋକ ଶତ୍ରୁ ପାଇଁ ଚିନ୍ତିତ ଅଛନ୍ତି , ତେବେ ଏହି ସମୟରେ ଶତ୍ରୁଙ୍କୁ ବନ୍ଧୁ କରିବାର ଦୃଷ୍ଟିକୋଣ ଅନୁକୂଳ ରହିବ। ଏହି ପ୍ରକାର, ଆମେ କହି ପାରିବା ଯେ ମୀନ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କ ପାଇଁ ଖୁସି ଆଣିବ ଓ ଆପଣଙ୍କର ସମସ୍ତ ମନକାମନା ପୂରଣ କରିବ।

ଉପାୟ: ନିଜର ଡାହାଣ ହାତରେ କାଣୀ ଆଙ୍ଗୁଠିରେ ସୁନାରେ ଯୋଡ଼ି ଭଲ ଗୁଣର ଓପାଲ କିମ୍ବା ହୀରାର ମୁଦି ଧାରଣ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ଲୋକଙ୍କ ରାଶିରେ ଶୁକ୍ର ପଞ୍ଚମ ଏବଂ ଦ୍ୱାଦଶ ଘରର ପ୍ରଭୁ ଅଟନ୍ତି। ବର୍ତ୍ତମାନ ତାଙ୍କର ଗୋଚର ଆପଣଙ୍କ କ୍ୟାରିୟରର ଘରେ ହେବାକୁ ଯାଉଛି ଅର୍ଥାତ୍ ଦଶମ ଘର। ରାଶିରେ ଦ୍ୱାଦଶ ଘର ଖର୍ଚ୍ଚର ଘର ହୋଇଥିବାବେଳେ ପଞ୍ଚମ ଘର ବୁଦ୍ଧି, ପ୍ରେମ, ରୋମାନ୍ସ, ସମ୍ପର୍କ, ସନ୍ତାନ ଇତ୍ୟାଦି କୁ ଦର୍ଶାଏ। ଫଳସ୍ୱରୂପ, ମୀନ ରାଶିରେ ଶୁକ୍ରଙ୍କ ଗୋଚର ଆପଣଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଅତ୍ୟନ୍ତ ଶୁଭ ହେବ କାରଣ ଏହି ସମୟ ମଧ୍ୟରେ ଆପଣଙ୍କ ଚିନ୍ତାଧାରା ଅତ୍ୟନ୍ତ ସୃଜନଶୀଳ ହେବ ଏବଂ ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତା ଦୃଢ଼ ହେବ। ଏପରି ପରିସ୍ଥିତିରେ, ଆପଣ ବସ ଏବଂ ବରିଷ୍ଠମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆହୁରି ମଧ୍ୟ, ସହକର୍ମୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଆନ୍ତରିକ ରହିବ।

ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ କ୍ୟାରିୟର ପାଇଁ ବିଦେଶରୁ କିଛି ବଡ଼ ସୁଯୋଗ ଆଣିପାରେ କିମ୍ବା ଆପଣଙ୍କୁ କାମ ପାଇଁ ବିଦେଶ ଭ୍ରମଣ କରିବାର ସୁଯୋଗ ଦେଇପାରେ। ଏହି ଅବଧି ଆମଦାନୀ-ରପ୍ତାନି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଭଲ ଲାଭ ଆଣିବ। ଏଥି ସହିତ, ଯେଉଁମାନେ ନିକଟରେ ସ୍ନାତକ ହାସଲ କରିଛନ୍ତି ସେମାନେ ନିଜ କ୍ୟାରିଅର୍ ଆରମ୍ଭ କରିପାରିବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ବୃତ୍ତିଗତ ଜୀବନ ପାଇଁ ବହୁତ ଭଲ ରହିବ। ଏହି ସମୟରେ ଆପଣଙ୍କର ଦେଖା କାର୍ଯ୍ୟକ୍ଷେତ୍ରରେ କୌଣସି ଖାସ ବ୍ୟକ୍ତି ସହିତ ହୋଇପାରେ, କିନ୍ତୁ ସେ ଅନ୍ୟ ଧର୍ମର ହୋଇ ପାରନ୍ତି।

ଉପାୟ: କାର୍ଯ୍ୟସ୍ଥଳରେ ଶ୍ରୀଜନ୍ତ୍ର ସ୍ଥାପନା କରନ୍ତୁ ଓ ନିୟମିତ ଭାବରେ ତାକୁ ପୂଜା କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ଶୁକ୍ର ଦେବଙ୍କୁ ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ କୁହଯାଏ। ଏବେ ତାଙ୍କର ଗୋଚର ଆପଣଙ୍କର ନବମ ଘରେ ହେବାକୁ ଯାଉଛି। ଜାତକରେ ଯେଉଁଠି ଏକାଦଶ ଘରକୁ ଇଚ୍ଛା ପୂରଣ ହେବା ଓ ଭୌତିକ ଲାଭକୁ ଦର୍ଶାଏ, ଚତୁର୍ଥ ଘର ସଞ୍ଜମ, ଭାବନା, ପାରିବାରିକ ଖୁସି, ମାତା ଏବଂ ମାତୃଭୂମି ସହିତ ଜଡ଼ିତ ଅଟେ। ଶୁକ୍ରଙ୍କର ମୀନ ରାଶିରେ ଗୋଚର ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କ ପାଇଁ ଏହି ସମୟରେ ଶୁକ୍ର ଦେବଙ୍କର ପୂଜା କରିବା ଫଳଦାୟୀ ରହିବ। ଏହି ଅବଧିରେ ଆପଣଙ୍କର ରୁଚି ଅଧ୍ୟାତ୍ମ ପ୍ରତି ବଢ଼ିବ ଓ ଆପଣ କୌଣସି ତୀର୍ଥସ୍ଥଳ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ କିମ୍ବା ଆପଣଙ୍କୁ କାମ ସମ୍ବନ୍ଧରେ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ।

ଏହିପରି ଯାତ୍ରା ଆପଣଙ୍କୁ ସୁଖ ଏବଂ ତୃପ୍ତି ଆଣିବ। ଆପଣ ସାଙ୍ଗ କିମ୍ବା ପରିବାର ସହିତ ଏହିପରି ଭ୍ରମଣରେ ଯାଇପାରିବେ। ପାରିବାରିକ ଜୀବନରେ, ଯଦି ଆପଣ କିଛି ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଯେପରିକି ଏକ ନୂତନ ଯାନ କିଣିବା କିମ୍ବା ଘରର ନବୀକରଣ କରିବା ଇତ୍ୟାଦି, ତେବେ ଏହି ସମୟ ମଧ୍ୟରେ ଭାଗ୍ୟ ଆପଣଙ୍କୁ ଅନୁଗ୍ରହ କରିବ ଏବଂ ଆପଣ ଆପଣଙ୍କର ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହେବେ।

ଉପାୟ: ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କର ପୂଜା କରନ୍ତୁ ଓ ତାଙ୍କୁ ପଦ୍ମ ଫୂଳ ଅର୍ପଣ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ମୀନ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ। ଆପଣଙ୍କ ପାଇଁ ଶୁକ୍ର ଗ୍ରହ ତୃତୀୟ ଓ ଦଶମ ଘରର ମଧ୍ୟ ସ୍ବାମୀ। ଜାତକରେ ଦଶମ ଘର ବୃତ୍ତିଗତ ଜୀବନର ହୋଇଥାଏ ଓ ତୃତୀୟ ଘରର ସମ୍ବନ୍ଧ ସାହସ, ସଞ୍ଚାର କୌଶଳ, ଛୋଟ ଭାଇ-ଭଉଣୀ ଇତ୍ୟାଦି ସହିତ ହୋଇଥାଏ। ଅଷ୍ଟମ ଘରେ ଶୁକ୍ରଙ୍କର ଗୋଚରକୁ ଭଲ କୁହାଯିବ ଓ ଏହି ସମୟରେ ଆପଣ ବିପରୀତ ଲିଙ୍ଗର କାହା ପ୍ରତି ଆକର୍ଷିତ ହେବେ। ଯେଉଁ ଲୋକଙ୍କର ସମ୍ବନ୍ଧ ସୋଶଲ ମିଡିଆ, କନ୍ଟେନ୍ଟ କ୍ରିଏସନ, ଫିଲ୍ମ, ଟେଲିଭିଯନ, ମିଡିଆ ଓ ମାସ କମ୍ଯୁନିକେଶନ ଇତ୍ୟାଦି ସହିତ ଅଛି ତାଙ୍କ ପାଇଁ ଏହି ଅବଧି ଉତ୍ତମ ରହିବ। ଏହି ଗୋଚର ଆପଣଙ୍କ ପାଇଁ ପ୍ରଗତି ଆଣିବ।

ଯେଉଁ ଲୋକ ବ୍ଯାଙ୍କିଂ, ଇନଶୋରେନ୍ସ, ରେଭିନିଉ ଇତ୍ୟାଦି ସହିତ ଜଡ଼ିତ, ତାଙ୍କୁ ଶୁକ୍ରଙ୍କର ଏହି ଗୋଚର ପର୍ଯ୍ୟାପ୍ତ ମାତ୍ରାରେ ଲାଭ କରିବାରେ ସାହାଜ୍ୟ କରିବ କାରଣ ଶୁକ୍ରଙ୍କର ଦୃଷ୍ଟି ଆପଣଙ୍କର ଦ୍ଵିତୀୟ ଘର ଉପରେ ପଡ଼ିବ। ଆପଣଙ୍କର କଥା ହେବାର ଉପାୟ ବଡ଼ ପଦରେ ବସିଥିବା ଲୋକଙ୍କର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିବ। ଆପଣଙ୍କୁ ବୃତ୍ତିଗତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ଯୋତିଷଶାସ୍ତ୍ରରେ ଅଷ୍ଟମ ଘରକୁ ବହୁତ ଭଲ କୁହାଯାଏ ନାହିଁ , କିନ୍ତୁ ଶୁକ୍ରଙ୍କର ଏହି ଘରେ ଉପସ୍ଥିତି ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ପାର୍ଟନର ସହିତ ଆପଣଙ୍କର ସଂଯୁକ୍ତ ସମ୍ପତି ବୃଦ୍ଧି ହେବ ଓ ଶାଶୁ ଘର ପକ୍ଷ ସହିତ ମଧ୍ୟ ଆପଣଙ୍କର ସମ୍ପର୍କ ମଧୁର ହେବ। କିନ୍ତୁ ଶୁକ୍ର ଗୋଚର ସମୟରେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ଆପଣଙ୍କୁ ଅଧିକ ଅଳସୁଆମୀରୁ ଦୂରେଇ ରହିବାକୁ ହେବ।

ଉପାୟ: ପ୍ରତିଦିନ ମହୀଶାଶୁର ମର୍ଦିନୀ ପାଠ କରନ୍ତୁ କିମ୍ବା ଆପଣ ଶୁଣି ମଧ୍ୟ ପାରିବେ।

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ସପ୍ତମ ଘରେ ଶୁକ୍ରଙ୍କ ଗୋଚର ଆପଣଙ୍କ ସାମାଜିକ ଭାବମୂର୍ତ୍ତି ପାଇଁ ବହୁତ ଭଲ ହେବ। ଏହି ସମୟ ମଧ୍ୟରେ ଆପଣଙ୍କର ପ୍ରତିଛବି ଉନ୍ନତ ହେବ ଏବଂ ଆପଣ ଖୁସି ଏବଂ ସ୍ନେହରେ ପରିପୂର୍ଣ୍ଣ ଅନୁଭବ କରିବେ। ମୀନ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ, ଏହି ଲୋକମାନଙ୍କର ସମସ୍ତ ଧ୍ୟାନ ନିଜ ଉପରେ ରହିବ ଏବଂ ଏପରି ପରିସ୍ଥିତିରେ ସେମାନେ ଆକର୍ଷଣୀୟ ଦେଖାଯିବାକୁ ଚାହିଁବେ କାରଣ ପ୍ରଭୁ ଶୁକ୍ର ସପ୍ତମ ଘରେ ବସି ଆପଣଙ୍କ ଲଗ୍ନ ଘରକୁ ଦେଖିବେ। ଏହା ବ୍ୟତୀତ ଶୁକ୍ର ମଧ୍ୟ ଆପଣଙ୍କର ଧନ ଘର ଅର୍ଥାତ୍ ଦ୍ୱିତୀୟ ଘର ଏବଂ ଭାଗ୍ୟ ଘର ଅର୍ଥାତ ନବମ ଘରର ପ୍ରଭୁ। ଫଳସ୍ୱରୂପ, ଏହି ଅବଧି ମଧ୍ୟରେ ଆପଣ ନିଜ ସାଥୀଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇପାରିବେ । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଭଲ ହେବ।

ଯେତେବେଳେ ଟଙ୍କା ସହିତ ଜଡ଼ିତ ପ୍ରମୁଖ ନିଷ୍ପତ୍ତି ନେବାକୁ ସମୟ ଆସେ, ଏହି ଲୋକମାନଙ୍କୁ ସେମାନଙ୍କ ପିତା, ଗୁରୁ ଏବଂ ପରାମର୍ଶଦାତାଙ୍କ ସହ କଥା ହେବାକୁ ପରାମର୍ଶ ଦିଆଯାଇଛି। ସପ୍ତମ ଘରେ ଶୁକ୍ରଙ୍କ ଉପସ୍ଥିତି ଆପଣଙ୍କ ସାଥୀଙ୍କ ସହିତ ମୂଲ୍ୟବାନ ଏବଂ ସ୍ମରଣୀୟ ସମୟ ଅତିବାହିତ କରିବାର ସୁଯୋଗ ଦେବ। ଏଥି ସହିତ, ଯେଉଁ କନ୍ୟା ରାଶିର ଲୋକମାନେ ଅବିବାହିତ ଅଛନ୍ତି, ସେମାନେ ନିଜ ଜୀବନସାଥୀଙ୍କ ସହିତ ବିବାହ କରିପାରିବେ କିମ୍ବା ବିବାହ ତାରିଖ ସ୍ଥିର କରାଯାଇପାରିବ। ଶୁକ୍ରଙ୍କ ସ୍ଥିତି ଏହା ମଧ୍ୟ ସୂଚିତ କରେ ଯେ ଏହି ଲୋକମାନେ ସେମାନଙ୍କର ସଞ୍ଚୟର ଏକ ବଡ଼ ଅଂଶ ବିବାହରେ ଖର୍ଚ୍ଚ କରିପାରନ୍ତି, ତେଣୁ ଆପଣଙ୍କୁ ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯେଉଁ ଲୋକଙ୍କର ପାର୍ଟନର୍ଶିପରେ ବ୍ୟବସାୟ ଅଛି, ତାଙ୍କର ପାର୍ଟନର୍ଶିପ ସଫଳତାର ସହିତ ଆଗକୁ ବଢ଼ିବ।

ଉପାୟ: ବେଡରୂମରେ ଯୋଡ଼େ କୁଆର୍ଟଜ୍ ସ୍ଟୋନ ରଖନ୍ତି ଓ ସାଥୀକୁ କିଛି ଉପହାର ଦିଅନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ଶୁକ୍ର ମହାରାଜ ଉଚ୍ଚ ଅବସ୍ଥାରେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ମୀନ ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କୁ ନିଜର ଫିଟନେସ ଉପରେ ଧ୍ୟାନ ଦେବାକୁ ହେବ। ଆପଣଙ୍କର ସମ୍ପର୍କ ମାମୁଁଙ୍କ ସହିତ ଦୃଢ଼ ହେବ ଓ ତାଙ୍କୁ ଆପଣଙ୍କ ମାଧ୍ୟମରେ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଶୁକ୍ରଙ୍କର ଗୋଚର ଅବଧିରେ ସହକର୍ମୀଙ୍କ ସହିତ ମଧ୍ୟ ଆପଣଙ୍କର ସମ୍ପର୍କ ଭଲ ରହିବ। ଯେଉଁ ଲୋକ କଳାତ୍ମକ କ୍ଷେତ୍ର ଯେପରି ଡାନ୍ସ, ଫ୍ଯାଶନ ଓ ଆର୍ଟସ ଇତ୍ୟାଦି ରେ ପ୍ରତିଯୋଗିତା ପରୀକ୍ଷାରେ ପ୍ରସ୍ତୁତି କରୁଛନ୍ତି, ତାଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ।

ଶୁକ୍ର ଆପଣଙ୍କର ଅଷ୍ଟମ ଘରର ମଧ୍ୟ ସ୍ବାମୀ ଓ ଅଷ୍ଟମ ଘରେ ସ୍ବାମୀଙ୍କ ରୂପରେ ଆପଣଙ୍କର ଷଷ୍ଠ ଘରକୁ ଯାଉଛନ୍ତି। ଏହି ପ୍ରକାର, ଏହା ବିପରୀତ ରାଜଯୋଗ ନିର୍ମାଣ କରୁଛନ୍ତି ଓ ଏପରି ସ୍ଥିତିରେ ଇନଶୋରେନ୍ସ, ରେଭିନିଉ, ପୀଆର, ବ୍ଯାଙ୍କିଂ ଇତ୍ୟାଦି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ପାଇଁ ଶୁକ୍ରଙ୍କର ଗୋଚର ଅନୁକୂଳ କୁହାଯିବ। ଏହି କ୍ଷେତ୍ର ସହିତ ସମ୍ବନ୍ଧ ରଖିଥିବା ଲୋକ ନିଜର ଜୀବନରେ ଯେ କୌଣସି ମଧ୍ୟ ପ୍ରକାରର ସମସ୍ଯା ଦେଇ କରୁଛନ୍ତି, ସେ ଏବେ କଷ୍ଟକର ପରିସ୍ଥିତିକୁ ନିଜ ପକ୍ଷରେ କରିପାରିବେ।

ଉପାୟ: ନିଜର ଡାହାଣ ହାତରେ କାଣୀ ଆଙ୍ଗୁଠିରେ ସୁନାରେ ଯୋଡ଼ି ଭଲ ଗୁଣର ଓପାଲ କିମ୍ବା ହୀରାର ମୁଦି ଧାରଣ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ଜାତକରେ ସପ୍ତମ ଘର ସମ୍ପର୍କର ହୋଇଥାଏ ଯେବେକି ଦ୍ଵାଦଶ ଘରକୁ ଖର୍ଚ୍ଚ ଏବଂ ଅଧ୍ୟାତ୍ମର ଘର କୁହଯାଏ। ଶୁକ୍ରଙ୍କର ମୀନ ରାଶିରେ ଗୋଚର ଆପଣଙ୍କ ପାଇଁ ଆନନ୍ଦର ଅବଧି କୁହାଯିବ କାରଣ ଶୁକ୍ର ଦେବ ଆନନ୍ଦ, ଖୁସି। ପ୍ରେମ ଓ ରୋମାନ୍ସର ପ୍ରତିନିଧିତ୍ବ କରନ୍ତି ଯେବେକି ପଞ୍ଚମ ଘର ମଧ୍ୟ ଏହି ସମସ୍ତ କ୍ଷେତ୍ରକୁ ଦର୍ଶାଏ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ଜୀବନରେ ଖୁସି ଆଣିପାରେ ଓ ଏହାର ଫଳସ୍ବରୂପ, ଆପଣ ନିଜର ସନ୍ତାନ ଓ ସାଥୀକୁ ସମୟ ଦେବାରେ ସକ୍ଷମ ହେବେ।

ଏହି ରାଶିର ସିଂଗଲ ଲୋକ ବିଦେଶରେ ରହୁଥିବା କୌଣସି ବ୍ୟକ୍ତି କିମ୍ବା ଏକ ଅଲଗା ଧର୍ମର ବ୍ୟକ୍ତି ସହିତ ସମ୍ପର୍କରେ ଆସି ପାରନ୍ତି। ବିଛା ରାଶିର ଯେଉଁ ଲୋକ କଳାତ୍ମକ କ୍ଷେତ୍ର ସହିତ ଜଡ଼ିତ, ତାଙ୍କ ଅୟନ ଶୁକ୍ର ଗୋଚର ବହୁତ ଶୁଭ କୁହାଯାଇ ପାରିବ। ଅନ୍ୟ ପରେ, ସୋଶଲ ମିଡିଆ ଓ ଏନ୍ଟରଟେନମେନ୍ଟ ସହିତ ଜଡ଼ିତ କ୍ଷେତ୍ର ସହିତ ସମ୍ବନ୍ଧ ରଖିଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ। ଏହି ଅବଧି ଆପଣଙ୍କ ପାଇଁ ଉନ୍ନତି ଆଣିବ। ଏହି ଲୋକଙ୍କୁ ଟ୍ରାଭେଲ ମାଧ୍ୟମରେ ଖୁସି ପ୍ରାପ୍ତ ହେବ। ଆମେ କହି ପାରିବା ଯେ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ।

ଉପାୟ: ଶୁକ୍ରବାର ଦିନ କ୍ରୀମ କିମ୍ବା ଗୋଲାପି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିର ଲୋକଙ୍କ ଜାତକରେ ଶୁକ୍ର ମହାରାଜ ଆପଣଙ୍କର ଏକାଦଶ ଘର ଓ ଷଷ୍ଠ ଘରର ସ୍ବାମୀ ଅଟନ୍ତି। ଏବେ ତାଙ୍କର ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବାକୁ ଯାଉଛି ଯାହା ଆପଣଙ୍କର ରାଶିର ସ୍ବାମୀ ଗ୍ରହ ଗୁରୁଙ୍କ ଶତ୍ରୁତା ଭାବ ରଖନ୍ତି। ଜାତକରେ ଏକାଦଶ ଘର ଇଚ୍ଛା, ଲାଭ ଓ ସାମାଜିକ ଜୀବନକୁ ଦର୍ଶାଏ। ଏହାର ଫଳସ୍ବରୂପ, ମୀନ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କ ପାଇଁ ବହୁତ ଭଲ ରହିବାର ସମ୍ଭାବନା ଅଛି। ଏହି ସମୟରେ ଆପଣଙ୍କର ଯାନ କିଣିବାର ଯୋଗ ଅଛି। ଧନୁ ରାଶିର ଯେଉଁ ଲୋକ ଆର୍କିଟେକ୍ଟ, ଇନଟିରିୟର ଡିଜ଼ାଇନ୍, ଡିଜାଇନିଂ,ହୋମ୍ ଡେକୋର କିମ୍ବା କାରର କିଣା-ବିକା କିମ୍ବା ରିୟ୍ଯାଲ ଏସ୍ଟେଟ ଇତ୍ୟାଦି କ୍ଷେତ୍ରରେ କାମ କରୁଛନ୍ତି, ତାଙ୍କ ଅୟନ ଏହି ସମୟ ପ୍ରଗତିର ମାର୍ଗ ପ୍ରଶସ୍ତ କରିବ।

ଅନ୍ୟ ପଟେ, ଶୁକ୍ରଙ୍କର ଏହି ଗୋଚର ସମୟରେ ଆପଣ ନିଜର ବନ୍ଧୁ ଓ ପରିବାର ଜନଙ୍କୁ ଘରକୁ ଆମନ୍ତ୍ରିତ କରୁଥିବା ଦେଖାଯିବେ। ଆପଣ ତାଙ୍କ ସାମ୍ନାରେ ଖୁସି ଦେଖାଯିବେ। ଏହି ସମୟରେ ଆପଣଙ୍କୁ ପାରିବାରିକ ଜିବାନର ଆନନ୍ଦ ନେବାର ସୁଯୋଗ ମିଳିବ ଓ ସାଙ୍ଗରେ, ଆପଣ ଅଟାଙ୍କ ସହିତ ମୁଲ୍ୟବାନ ସମୟ କାଟି ପାରିବେ।

ଉପାୟ: ଶୁକ୍ରବାର ଦିନ ନିଜର ଘରେ ଧଳା ଫୂଳ ଲଗାନ୍ତୁ ଓ ତାହାର ଦେଖାଚାହାଁ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ଶୁକ୍ର ଯୋଗକାରକ ଗ୍ରହ ଓ ଆପଣଙ୍କର ପଞ୍ଚମ ତଥା ଦଶମ ଘରର ସ୍ବାମୀ ଅଟନ୍ତି। ଏବେ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଜାତକରେ ତୃତୀୟ ଘରର ସମ୍ବନ୍ଧ ସାହାସ, ସଞ୍ଚାର କୌଶଲ ଓ ଛୋଟ ଭାଇ-ଭଉଣୀଙ୍କୁ ଦର୍ଶାଏ। ଏହାର ପରିଣାମ ସ୍ବରୂପ, ଶୁକ୍ରଙ୍କର ମୀନ ରାଶିରେ ଗୋଚର ସମୟରେ ବ୍ୟକ୍ତି ରଚନାତ୍ମକ କ୍ଷେତ୍ର ଯେପରି ମିଡିଆ ସହିତ କ୍ଷେତ୍ରରେ ନିଜର ପରିଶ୍ରମ ଓ ପ୍ରୟାସ ଦ୍ବାରା ଉନ୍ନତି କରିବେ।

ଶୁକ୍ରଙ୍କର ମୀନ ରାଶିରେ ପ୍ରବେଶ କରିବା ଦ୍ବାରା ଆପଣଙ୍କୁ ଭାଗ୍ୟ ଅନୁଗ୍ରହ କରିବ ଓ ଏହା ଆପଣଙ୍କୁ ଠିକ ଦିଗରେ ନେଇଯିବାର କାମ କରିବ। ଏପରି ସ୍ଥିତିରେ ଆପଣ କିଛି ବିଶେଷ ଲୋକଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବେ ଓ ଆପଣଙ୍କର କଥା ହେବାର କୌଶଳ ଆପଣଙ୍କୁ ଲୋକଙ୍କ ସହିତ ଯୋଡ଼ିବାର କାମ କରିବ। ଶୁକ୍ରଙ୍କର ଗୋଚର ଆପଣଙ୍କ ପାଇଁ ଛୋଟ ଯାତ୍ରା କିମ୍ବା ପିକ୍ନିକ ପରି ସୁଯୋଗ ଆଣିପାରେ। ମକର ରାଶିର ଲୋକ ନିଜର ଛୋଟ ଭାଇ ଭଉଣୀ ଙ୍କ ସହିତ ସ୍ମରଣୀୟ ସମୟ କାଟିବେ।

ଉପାୟ: ମାତା ବୈଭବ ଲକ୍ଷ୍ମୀଙ୍କର ପୂଜା-ଅର୍ଚନା କରନ୍ତୁ ଓ ତାଙ୍କ ପାଇଁ ବ୍ରତ ରଖନ୍ତୁ। ଶୁକ୍ରବାର ଦିନ ତାଙ୍କୁ ନାଲି ଫୂଳ ଅର୍ପଣ କରନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଈଁ ଶୁକ୍ର ମହାରାଜ ଆପଣଙ୍କର ନବମ ଓ ଚତୁର୍ଥ ଘରର ସ୍ବାମୀ । ଏବେ ସେ ଆପଣଙ୍କର ଦ୍ୱିତୀୟ ଘର ଅର୍ଥାତ୍ ଧନ ଘରେ ଗୋଚର କରିବାକୁ ଯାଉଛନ୍ତି। ନବମ ଘର ଭାଗ୍ୟ ଘର ହୋଇଥାଏ ଓ ଚତୁର୍ଥ ଘର, କେନ୍ଦ୍ର ଘର ହୋଇଥିବାରୁ ମାତା, ମାତୃଭୂମି ଓ ଅନ୍ତର୍ଜ୍ଞାନର ଘର ଅଟେ। ଏହି କାରଣରୁ ଆପଣଙ୍କର ଯୋଗ କାରକ ଗ୍ରହ ମଧ୍ୟ ହୋଇଥାଏ। ଏପରି ସ୍ଥିତିରେ ଧନ ଘରେ ଶୁକ୍ର ମହାରାଜଙ୍କର ଗୋଚର ହେବା ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଏହି ସମୟ ଆପଣଙ୍କ ଆର୍ଥିକ ଜୀବନ ପାଇଁ ଭଲ ହେବ। ଆପଣଙ୍କର ଆର୍ଥିକ ଜିବନ ପାଇଁ ଅନୁକୂଳ ହେବ।ଏହି ସମୟରେ ଆପଣଙ୍କୁ ଧନ ରୋଜଗାର କରିବାର ନୂଆ ସୁଯୋଗ ମିଳିବ। ମାତା- ପିତାଙ୍କ ମାଧ୍ୟମରୁ ଧନ ଲାଭ ପ୍ରାପ୍ତ ହେବ।

ଯଦି ଆପଣ ଧନ ସହିତ ଜଡ଼ିତ କୌଣସି ନିଷ୍ପତି ନେବା ବିଷୟରେ ଭାବୁଛନ୍ତି ତେବେ ଏହି ସମୟକୁ ନିଷ୍ପତି ନେବା ପାଈଁ ସର୍ବଶ୍ରେଷ୍ଠ କୁହାଯିବ କାରଣ ଭାଗ୍ୟ ଆପଣଙ୍କର ସାଥ ଦେବ। ଏହି ଅବଧିରେ ନେଇଥିବା କୌଣସି ମଧ୍ୟ ନିଷ୍ପତି ଆପଣଙ୍କୁ ଭବନାତ୍ମକ ଭାବରେ ସନ୍ତୁଷ୍ଟ କରିବ। ଏହା ବ୍ୟତୀତ ଶୁକ୍ର ଦେବଙ୍କର ଏହି ଘରେ ଉପସ୍ଥିତି ଆପଣଙ୍କର ସଞ୍ଚାର କୌଶଲ ଓ ବାଣୀକୁ ପ୍ରଭାବିତ କରିବ। ଏପରି ସ୍ଥିତିରେ ଆପଣଙ୍କର କଥା ମଧୁର ହେବ। ଏହି ଲୋକ ପରିବାର ସହିତ ଜଡ଼ିତ ଅନୁଭବ କରିବେ ଓ ଏହାର ପରିଣାମସ୍ବରୂପ, ଆପଣ ତାଙ୍କ ସହିତ ଅଧିକ ସମୟ କାଟିବାକୁ ଚାହିଁବେ।

ଉପାୟ: ପ୍ରତିଦିନ 108 ଥର ମାତା ମହାଲକ୍ଷ୍ମୀଙ୍କର ମନ୍ତ୍ର ଜପ କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ଲୋକମାନଙ୍କ ପାଇଁ ଶୁକ୍ର ହେଉଛନ୍ତି ଆପଣଙ୍କର ଅଷ୍ଟମ ଏବଂ ତୃତୀୟ ଘରର ପ୍ରଭୁ, ଯାହା ବର୍ତ୍ତମାନ ଲଗ୍ନ ଘରେ ଗୋଚର କରି ଆପଣଙ୍କୁ ଏକ ଉଚ୍ଚ ସ୍ଥିତିକୁ ନେଇଯିବେ। ଏପରି ପରିସ୍ଥିତିରେ, ନିଜକୁ ଆକର୍ଷିତ କରିବା ପାଇଁ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ମୀନ ରାଶିରେ ଶୁକ୍ରଙ୍କ ଗୋଚର ସର୍ବୋତ୍ତମ ସମୟ ହେବ। ତଥାପି, ମୀନ ରାଶିରେ ଶୁକ୍ରଙ୍କ ଉପସ୍ଥିତି ଆପଣଙ୍କ ବ୍ୟକ୍ତିତ୍ୱକୁ ଉନ୍ନତ କରାଇଇବ ଏବଂ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହେବେ ଏବଂ ଆପଣଙ୍କ ଉପସ୍ଥିତି ଯେକୌଣସି ସ୍ଥାନରେ ସମସ୍ତେ ଅନୁଭବ କରିବେ। ସୋସିଆଲ ମିଡିଆ ସହ ଜଡ଼ିତ ବିଷୟବସ୍ତୁ ପ୍ରସ୍ତୁତ କରୁଥିବା ଏବଂ କ୍ୟାମେରାରେ ଆସୁଥିବା ଲୋକଙ୍କ ପାଇଁ ଏହି ଗୋଚର ବିଶେଷ ଅନୁକୂଳ ହେବ କାରଣ ଆପଣଙ୍କର ଆକର୍ଷଣ ବଢ଼ିବା ସହିତ ଆପଣଙ୍କ ଖ୍ୟାତି ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କର ଅନୁଗାମୀମାନେ ମଧ୍ୟ ବୃଦ୍ଧି ପାଇବେ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ସାମାଜିକ ଛବିକୁ ଭଲ କରିବ ଓ ଆପଣଙ୍କ ପାଇଁ ବହୁତ ଫଳଦାୟୀ ହେବ।

ଜାତକରେ ଅଷ୍ଟମ ଘର ଅନିଶ୍ଚିତତା ଓ ହଠାତ ଘଟଣାକୁ ଦର୍ଶାଏ। ଶୁକ୍ର ଗ୍ରହ ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସର ଘରେ ଅର୍ଥାତ ତୃତୀୟ ଘରର ସ୍ବାମୀ ଅଟନ୍ତି ଓ ଏପରି ସ୍ଥିତିରେ ଆପଣ ନିଜର ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ମଧ୍ୟମରେ ନିଜର ଜୀବନକୁ ସକାରାତ୍ମକ କରିପାରିବେ। ଏହା ବ୍ଯତୀତ, ଶୁକ୍ର ଗୋଚର ସମୟରେ ଆପଣ ଭୋଗ-ବିଳାସ ଓ ସୁଖ ସୁବିଧାର ସମ୍ପୂର୍ଣ ଭାବରେ ଆନନ୍ଦ ନେବେ।

ଉପାୟ: ପ୍ରତିଦିନ ପରଫିଉମ ବ୍ୟବହାର କରନ୍ତୁ, ବିଶେଷ ଭାବରେ ଚନ୍ଦନ ନଥିବା ଇତର ବ୍ୟବହାର କରିବା ଶୁଭ ପରିଣାମ ଦେବ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଶୁକ୍ରଙ୍କର ମୀନ ରାଶିରେ ଗୋଚର କେବେ ହେବ?

ଶୁକ୍ର ଗ୍ରହ 28 ଜାନୁଆରୀ 2025 ରେ ମୀନ ରାଶିରେ ଗୋଚର କରିବେ।

2. ଶୁକ୍ରଙ୍କର ଉଚ୍ଚ ରାଶିରେ କ’ଣ?

ଜ୍ଯୋତିଷଶାସ୍ତ୍ର ଅନୁସାରେ, ମୀନ ରାଶିରେ ଶୁକ୍ର ଉଚ୍ଚ ଅବସ୍ଥାରେ ଥାଆନ୍ତି।

3. ମୀନ ରାଶିର ସ୍ବାମୀ କିଏ?

ରାଶି ଚକ୍ରର ଦ୍ଵାଦଶ ଏବଂ ଅନ୍ତିମ ରାଶି ମୀନର ସ୍ବାମୀ ଗ୍ରହ ବୃହସ୍ପତି ଅଟନ୍ତି।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer