ଶୁକ୍ରଙ୍କର ମକର ରାଶିରେ ଗୋଚର (02 ଡିସେମ୍ବର 2024)
ଶୁକ୍ରଙ୍କର ମକର ରାଶିରେ ଗୋଚର 02 ଡିସେମ୍ବର 2024 ସକାଳ 11:46 ରେ ମକର ରାଶିରେ ହେବାକୁ ଯାଉଛି। ଶୁକ୍ରନଙ୍କୁ ପ୍ରେମ ଓ ସୌନ୍ଦର୍ଯ୍ୟର ଗ୍ରହ କୁହାଯାଏ ଯାହା ସ୍ଵଭାବରେ ସ୍ତ୍ରୀ ଗ୍ରହ ଅଟେ। ଆଷ୍ଟ୍ରୋସେଜର ଏହି ଲେଖାରେ ଆମେ ମକର ରାଶିରେ ଶୁକ୍ରଙ୍କର ଗୋଚର ସହିତ ଜଡ଼ିତ ସମସ୍ତ ସୂଚନଆ ଆପଣଙ୍କୁ ପ୍ରଦାନ କରିବୁ। ସାଙ୍ଗରେ, ଆପଣଙ୍କୁ ଶୁକ୍ର ଗୋଚର ଦ୍ବାରା ସମସ୍ତ 12 ଟି ରାଶିକୁ ମିଳିବାକୁ ଥିବା ଶୁଭ-ଅଶୁଭ ଫଳ ବିଷୟରେ ମଧ୍ୟ ଅବଗତ କରାଇବୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ଲେଖା।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ମକର ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭା
ଯଦି ଶୁକ୍ର ନୀହାର ସ୍ବୟଂ ରାଶି ତୁଳା ରାଶିରେ ବିରାଜମାନ ଥାଆନ୍ତି ତେବେ ସେ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରଦାନ କରନ୍ତି। କହି ରଖୁଛୁ ଯେ ଶୁକ୍ର ଗ୍ରହ ଯଦି ମୀନ ରାଶିରେ ଉଚ୍ଚ ରେ ଥାଆନ୍ତି ତେବେ ସେ ଭଲ ପରିଣାମ ପ୍ରଦାନ କରନ୍ତି।
ଜ୍ଯୋତିଷରେ ଶୁକ୍ର ଗ୍ରହ
ବୈଦିକ ଜ୍ଯୋତିଷରେ ଶୁକ୍ର ଗ୍ରହ ସହିତ ଯେବେ ଶନି ଗ୍ରହ ପରି ଦୃଢ଼ ଗ୍ରହ ରୁହନ୍ତି ତେବେ ସେ ସାମାନ୍ଯ ଭାବରେ ଶୁଭ ଫଳ ପ୍ରଦାନ କରନ୍ତି। ଶନି-ଶୁକ୍ରର ସଂଯୋଗ ବ୍ୟକ୍ତିକୁ ଭଲ ଯାରିଆର, ମାନ-ସମ୍ମାନ, ପଦୋନ୍ନତି ଓ ଆର୍ଥିକ ଲାଭ ଇତ୍ୟାଦି ଦେଇଥାଏ। କିନ୍ତୁ କୁଣ୍ଡଳୀରେ ଶନି ଓ ଶୁକ୍ରଙ୍କର ନକରାତ୍ମକ ସ୍ଥିତିରେ ରହିବା ଲୋକଙ୍କ ପାଇଁ ସ୍ତ୍ରୀ, ଆର୍ଥିକ ହାନି, ଓ ବେଆଇନ ମାମଲାରେ ଫସାଇବା ଇତ୍ୟାଦି ସମସ୍ଯାର କାରଣ ହୋଇପାରେ। କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶୁକ୍ର ଦେବ ଅଶୁଭ ସ୍ଥିତିରେ ରହିବା ମାନସିକ ଶାନ୍ତି ଭଙ୍ଗ ହେବା, ଜୀବନର ମହତ୍ଵପୂର୍ଣ ନିଷ୍ପତି କୁ ନେଇ ଭ୍ରମିତ ହେବା ପରି ସମସ୍ଯା ସାମ୍ନା କରିବାକୁ ପଡ଼ିଥାଏ।
हिंदी में पढ़ने के लिए यहाँ क्लिक करें: शुक्र का मकर राशि में गोचर
ଅନ୍ୟ ପଟେ, ଶୁକ୍ର ଗ୍ରହଙ୍କର ଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିକୁ ଜୀବନରେ ଭୌତିକ ସୁଖ, ଲକ୍ସରି, ନାମ ଓ ଯଶ ଇତ୍ୟାଦି ଲାଭ ପ୍ରାପ୍ତ ହୁଏ। ବୈଦିକ ଜ୍ୟୋତିହସରେ ଶୁକ୍ର ଦେବଙ୍କର ଗୋଚର ଅତ୍ୟନ୍ତ ମହତ୍ଵପୂର୍ଣ କୁହଯାଏ ଓ ଏହା ପ୍ରତ୍ଯେକ ବ୍ୟକ୍ତିର ଜୀବନକୁ ସକାରାତ୍ମକ କିମ୍ବା ନକରାତ୍ମକ ରୂପରେ ପ୍ରଭାବିତ କରିଥାଏ। ଜ୍ୟୋତିହସରେ ଏକ ଶୁଭ ଗ୍ରହ ହେବା ଯୋଗୁଁ ଶୁକ୍ର ଅଧିକାଂଶ ଭଲ ପରିଣାମ ଦେଇଥାନ୍ତି। ରାଶି ଚକ୍ରରେ ଏହା ବୃଷ ଓ ତୁଳା ରାଶିର ସ୍ବାମୀ। ମଣିଷ ଜୀବନରେ ଶୁକ୍ର ଗ୍ରହଙ୍କର ସମ୍ବନ୍ଧ ଧନ-ସମୃଦ୍ଧି, ଖୁସି, ଆନନ୍ଦ, ପ୍ରେମ, ସୁନ୍ଦରତା, ଯୌବନମ୍ ପ୍ରେମ ଜୀବନରେ ଖୁସି ଓ ସନ୍ତୁଷ୍ଟି ସହିତ ଥାଏ।
ଆସନ୍ତୁ ଏବେ ଆଗକୁ ବଢ଼ିବା ଓ ବିସ୍ତୃତ ଭାବରେ ଜାଣିବା ଶୁକ୍ରଙ୍କର ମକର ରାଶିରେ ଗୋଚର ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ ଓ ଏହାର ନକରାତ୍ମକ ପ୍ରଭାବରୁ ବଞ୍ଚିବା ପାଇଁ କେଉଁ ଉପାୟ ଫଳଦାୟୀ ହେବ।
To Read in English Click Here: Venus Transit In Capricorn
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମକର ରାଶିରେ ଶୁକ୍ରଙ୍କର ଗୋଚର 2024: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଦ୍ଵିତୀୟ ଘର ଓ ସପ୍ତମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି।
ଏହାର ପରିଣାମସ୍ଵରୂପ ଏହି ଲୋକଙ୍କୁ କାମ ଓ କ୍ୟାରିଆରରେ ପ୍ରଗତିକୁ ନେଇ ସଚେତନ ରହିବାକୁ ହେବ। ଏହାକୁ ଆପଣଙ୍କୁ ଅଧିକ ମହତ୍ଵ ଦେବାକୁ ପଡ଼ିବ।
କ୍ୟାରୀଅର ବିଷୟରେ କହିଲେ ଶୁକ୍ରଙ୍କର ମକର ରାଶିରେ ଗୋଚର ସମୟରେ ଭାଗ୍ୟ ଆପଣଙ୍କର ଶାଠ ଦେବ ଓ ଏହି ସମୟରେ ଆପଣଙ୍କୁ କାମ ପାଇଁ ବହୁତ ଯାତ୍ରା କରିବାକୁ ପଡ଼ିବ। ସାଙ୍ଗରେ ଆପଣ ଲାଭ ରୋଜଗାର କରିବାରେ ମଧ୍ୟ ସକ୍ଷମ ହେବେ।
ବ୍ୟବସାୟକୁ ଦେଖିଲେ ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେ ନୂଆ ପାର୍ଟନର୍ଶିପ କରିପାରିବେ ଓ ଭଲ ଲାଭ କରିବାରେ ସଫଳ ହୋଇପାରିବେ। ଏହି ଲୋକଙ୍କୁ ବ୍ୟବସାୟ ସମ୍ବନ୍ଧରେ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ।
ଆର୍ଥିକ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣଙ୍କୁ ବହୁତ ଯାତ୍ରା କରିବା ପାଇଁ ପଡ଼ିବ ଓ ଏହି ଯାତ୍ରା ମାଧ୍ୟମରେ ଆପଣ ପଇସା ରୋଜଗାର କରିବା ସହିତ ଧନ ସଞ୍ଚୟ କରିପାରିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ପରିବାରରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ ଓ ଏହାର ପରିଣାମସ୍ଵରୂପ, ଆପଣ ଚାପ ଅନୁଭବ କରିବେ।
ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ଆଖିରେ ଦରଜ ସମସ୍ଯା ଦେଇପାରେ ଯାହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ହୋଇପାରେ।
ଉପାୟ : ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର ଲଗ୍ନ ଓ ଷଷ୍ଠ ଘରର ସ୍ବାମୀ। ଏବେ ସେ ଗୋଚର କରି ଆପଣଙ୍କର ନବମ ଘରକୁ ଯିବେ।
ଏପରି ସ୍ଥିତିରେ, ମକର ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କ ପାଇଁ ତୀର୍ଥସ୍ଥଳ ଯାତ୍ରା ଆଣିପାରେ ଯାହା ଏକ ଲମ୍ବା ଯାତ୍ରା ମଧ୍ୟ ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ ଯାହା ଫଳରେ ଆପଣ ଖୁସି ଓ ସନ୍ତୁଷ୍ଟ ଦେଖାଯିବେ। ଆପଣ ପ୍ରଗତି ହାସଲ କରିବେ।
ବ୍ୟବସାୟ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହା ମାଧ୍ୟମରେ ଆପଣଙ୍କୁ ଲାଭ ଓ ସଫଳତା ସୁଇତି ଯାକ ପ୍ରାପ୍ତ ହେବ।
ଆର୍ଥିକ ଜୀବନରେ ବୃଷ ରାଶି ଲୋକଙ୍କ ସାମ୍ନାରେ ଗୋଟିଏ ପରେ ଗୋଟିଏ ଖର୍ଚ୍ଚ ଆସିବ ଓ ସମ୍ଭାବନା ଅଛି ଯେ ଭାଗ୍ୟ ସାଥ ଦେବ ନାହିଁ।
ବ୍ୟାକତିଗତ ଜୀବନ ବିଷୟରେ କହିଲେ, ଶୁକ୍ର ଗୋଚର ସମୟରେ ଆପଣ ଚାପ ଅନୁଭବ କରିବେ ଯାହା ଫଳରେ ସମ୍ପର୍କରେ ଖୁସି ହ୍ରାସ ପାଇବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶୁକ୍ର ଗୋଚର ସମୟରେ ଆପଣଙ୍କୁ ଗୋଡ଼ରେ ଓ ଗଣ୍ଠିରେ ସମସ୍ଯା ହଇରାଣ କରିପାରେ ସେଥିପାଇଁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି।
ଉପାୟ : ପ୍ରତିଦିନ ଓଁ ବୃହସ୍ପତୟେ ନମଃ 21 ଥର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ବଢ଼ିପାରେ। ଯାହା ଦ୍ବାରା ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।
କ୍ୟାରୀଅର ବିଷୟରେ କହିଲେ, ମକର ରାଶିରେ ଶୁକ୍ରଙ୍କର ଗୋଚର ଦମୟରେ ଚାକିରିରେ ଚାପ ଓ କାମରେ ସନ୍ତୁଷ୍ଟ ନ ରହିବା ଯୋଗୁଁ ଚାକିରି ବଦଳାଇ ପରାନ୍ତି। ଆପଣଙ୍କୁ କାମକୁ ଧ୍ୟାନ ଦେଇ କରିବା ସହିତ ମନ ଲଗାଇ କରିବା ଜରୁରୀ ହେବ।
ବ୍ୟବସାୟ ବିଷୟରେ କହିଲେ, ଯଦି ଆପଣ ଜୁଆ ଖେଳ ସହିତ ଜଡ଼ିତ, ତେବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି।
ଆର୍ଥିକ ଜୀବନରେ ଯଦି ଆପଣଙ୍କର ସମ୍ବନ୍ଧ ଅଧ୍ୟାତ୍ମ ଓ ଧାର୍ମିକ କାର୍ଯ୍ୟ ସହିତ ଅଛି ତେବେ ଆପଣଙ୍କୁ ଲାଭ ମାଧ୍ୟମରେ ବହୁତ ଧନ ପ୍ରାପ୍ତ ହେବ।
ବ୍ୟକ୍ତିଗତ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣଙ୍କର ଯୁକ୍ତିତର୍କ ପାର୍ଟନର ସହିତ ହୋଇପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକଙ୍କୁ ନିଜର ସନ୍ତାନ ସହିତ ସମୟ କାଟିବାକୁ ପରାମର୍ଶ ଦିଅଯାଇଛି କାରଣ ତାଙ୍କୁ ଏଲାର୍ଜି ସମସ୍ଯା ହୋଇପାରେ।
ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 19 ଥର ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ମହରାଜ ଆପଣଙ୍କର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଗୋଚର କରି ଆପଣଙ୍କର ସପ୍ତମ ଘରକୁ ଯିବେ।
ଶୁକ୍ରଙ୍କର ମକର ରାଶିରେ ଗୋଚର ସମୟରେ ପରିବାରରେ ଖୁସି କମ ଦେଖିବାକୁ ମିଳିପାରେ ଯାହାର କାରଣ ଘର ପରିବାରରେ ଚାଲିଥିବା ସମସ୍ଯା ହୋଇପାରେ। ସାଙ୍ଗରେ ବନ୍ଧୁଙ୍କ ସହିତ ନ ଦେଖା ହେବାର ଆଶଙ୍କା ଅଛି।
କ୍ୟାରୀଅର କ୍ଷେତ୍ରରେ ଅପଣନଙ୍କୁ ଚାକିରିରେ ପ୍ରଗତି ପାଇବାର ରାସ୍ତାରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ସାଙ୍ଗରେ କାମରେ ବରିଷ୍ଠଙ୍କର ସପୋର୍ଟ ନ ମିଳିବାର ସମ୍ଭାବନା ଅଛି।
ଶୁକ୍ର ଗୋଚର ସମୟରେ ବ୍ୟବସାୟ କରୁଥିବା ଲୋକ ଭଲ ଲାଭ ରୋଜଗାର କରିବାର ମାର୍ଗରେ ଉତ୍ଥାନ-ପତନ ସାହିବେ କାରଣ ଆପଣଙ୍କୁ ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିପାରେ।
ଆର୍ଥିକ ଜୀବନକୁ ଦେଖିଲେ କର୍କଟ ରାଶିର ଲୋକଙ୍କୁ ନିଜର ବେପରୁଆ ଗୁଣ ଯୋଗୁଁ ଆର୍ଥିକ କ୍ଷତି ହୋଇପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।
ବ୍ୟକ୍ତିଗତ ଜୀବନରେ ଆପଣ ସମ୍ପର୍କରେ ଖୁସି ରହିବାକୁ ଅସଫଳ ହେବେ ଓ ଏହାର କାରଣ ପାରସ୍ପର ଉପରେ ବିଶ୍ବାସର ଅଭାବ ଯୋଗୁଁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶୁକ୍ରଙ୍କର ଏହି ଗୋଚର ସମୟରେ ଆପଣଙ୍କୁ ଥଣ୍ଡା-କାଶ ସହିତ ଜଡ଼ିତ ସମସ୍ଯା ହୋଇପାରେ ଯାହା ଫଳରେ ଆପଣ ଦୁର୍ବଳ ଅନୁଭବ କରିବେ।
ଉପାୟ : ପ୍ରତିଦିନ ଓଁ ରାହବେ ନମଃ 21 ଥର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ତୃତୀୟ ଓ ଦଶମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବା ପାଇଁ ଚାହୁଁଛନ୍ତି।
ଏହାର ଫଳସ୍ବରୂପ, ମକର ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କୁ ହଠାତ ଲୋନ କିମ୍ବା ଅନ୍ୟ ମାଧ୍ୟମରୁ ଧନ ଲାଭ କରାଇପାରେ। ଏହି ସମୟରେ ଆପଣଙ୍କର ଅଧିକାଂଶ ସମୟ ଯାତ୍ରାରେ କଟିବ।
ଯେବେ କଥା ଆସେ କ୍ୟାରୀଅରର, ତେବେ ଏହି ଲୋକ ଉନ୍ନତି ଓ ଭଲ ସମ୍ଭାବନା ପାଇଁ ଚାକିରିରେ ପରିବର୍ତ୍ତନ କରୁଥିବା ଦେଖାଯିବେ।
ବ୍ୟବସାୟ କରୁଥୁବ ଲୋକଙ୍କ ପାଇଁ ଶୁକ୍ରଙ୍କର ଗୋଚର ମକର ରାଶିରେ ଅଧିକ ଅନୁକୂଳ କୁହାଯାଇ ପାରିବ ନାହିଁ କାରଣ ଏହି ସମୟରେ ଆପଣ ଉନ୍ନତି ପାଇବା ପାଇଁ ସଫଳ ହେବେ ନାହିଁ। ଆପଣଙ୍କୁ କ୍ଷତି ସାହିବାକୁ ପଡ଼ିପାରେ।
ଆର୍ଥିକ ଜୀବନ ବିଷୟରେ କହିଲେ ଏହି ଅବଧିରେ ଆପଣଙ୍କୁ ଭାଗ୍ୟର ସାଥ ନ ମିଳିବା ଯୋଗୁଁ ଆର୍ଥିକ କ୍ଷତି ହୋଇପାରେ ଯାହା ଫଳରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ।
ବ୍ୟକ୍ତିଗତ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣଙ୍କର ଓ ସାଥୀ ମଧ୍ୟରେ ପାରସ୍ପରିକ ବୁଝାମଣା ରହିପାରେ ଯାହା ଆପଣ ଦୁହିଙ୍କ ମଧ୍ୟରେ ବିବାଦର କାରଣ ହୋଇପାରେ।
ସିଂହ ରାଶି ଲୋକଙ୍କୁ ବହୁତ ଜର ହେବାର ଆଶଙ୍କା ଅଛି ଓ ତାହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।
ଉପାୟ : ପ୍ରତିଦିନ ଓଁ ବାୟୁପୁତ୍ରାୟ ନମଃ 21 ଥର ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର ଦ୍ଵିତୀୟ ଓ ନବମ ଘରର ସ୍ବାମୀ। ଏବେ ତାଙ୍କର ଗୋଚର ଆପଣଙ୍କର ପଞ୍ଚମ ଘରେ ହେବାକୁ ଯାଉଛି।
ମକର ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କ ଦ୍ବାରା କାର୍ଯ୍ୟରେ କରାଯାଇଥିବା ପ୍ରୟାସ ସଫଳ ହୋଇପାରେ। ଆପଣଙ୍କର ଆଗ୍ରହ ରଚନାତ୍ମକ ଆଡ଼କୁ ରହିବ।
କ୍ୟାରୀଅର କ୍ଷେତ୍ରରେ ଏହି ଅବଧିରେ ଆପଣଙ୍କୁ ଚାକିରିରେ କିଛି ଭଲ ସୁଯୋଗ ମିଳିପାରେ ଯାହା ଫଳରେ ଆପଣଙ୍କୁ ଧନ ଲାଭ ମିଳିବାର ମାର୍ଗ ପ୍ରଶସ୍ତ ହେବ।
ବ୍ୟବସାୟ ବିଷୟରେ କହିଲେ ଏହି ଲୋକଙ୍କୁ ଶୁକ୍ର ଗୋଚର ସମୟରେ ଜୁଆ ସହିତ ଜଡ଼ିତ କାମରେ ସଫଳତା ପ୍ରାପ୍ତ ହେବ ଓ ଏହି ପ୍ରକାର ବିଜନେସରେ ଆପଣଙ୍କୁ ଲାଭ ହେବାର ଯୋଗ ଅଛି।
ଆର୍ଥିକ ଜୀବନରେ କନ୍ୟା ରାଶିର ଲୋକ ନିଜର ଧନ ସଞ୍ଚୟ କରିବାର କ୍ଷମତାକୁ ଦୃଢ଼ କରିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଓ ସାଥୀର ମଧ୍ୟରେ ପାରସ୍ପରିକ ତାଳମେଳର ଅଭାବ ଦେଖାଯିବ ଯାହା ଫଳରେ ସମ୍ପର୍କରେ ବିଶ୍ବାସର ଅଭାବ ରହିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶୁକ୍ର ଗୋଚର ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ କାରଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହେବ।
ଉପାୟ : ପ୍ରତିଦିନ ଓଁ ବାସୁଦେବାୟ ନମଃ 41 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ର ଦେବ ଆପଣଙ୍କର ଲଗ୍ନ ଓ ଅଷ୍ଟମ ଘରର ବାମୀ ଓ ଏବେ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ ଶୁକ୍ର ଗୋଚର ସମୟରେ ଆପଣଙ୍କର ସୁଖ ସୁବିଧାରେ ଅଭାବ ସହିତ ଘର ପରିବାରରେ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ ଆପଣଙ୍କ ଉପରେ ଋଣ ବଢ଼ିବାର ଆଶଙ୍କା ଅଛି।
କ୍ୟାରୀଅର ବିଷୟରେ କହିଲେ କାର୍ଯ୍ୟସ୍ଥଳରେ ଭଲ କାମ ପାଇଁ ପରିଚୟ ନ ମିଳିବା ଯୋଗୁଁ ବରିଷ୍ଠଙ୍କ ସାହିତ୍ୟ ମତଭେଦ ହୋଇପାରେ। ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
ମକର ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ବ୍ୟବସାୟ କରିବା ଲୋକଙ୍କୁ ନିଜର ବିଜନେସ ପାର୍ଟନର ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହି କାରଣରୁ ଆପଣଙ୍କୁ ମିଳିବାକୁ ଥିବା ଲାଭ କମ ହୋଇପାରେ।
ଆର୍ଥିକ ଜୀବନରେ ଆପଣଙ୍କୁ ଧନ ହାନି ହୋଇପାରେ ଯାହା ଆପଣଙ୍କର ବେପରୁଆ ଗୁଣ ଯୋଗୁଁ ହେବ।
ବ୍ୟକ୍ତିଗତ ଜୀବନରେ ତୁଳା ରାଶିର ଲୋକଙ୍କୁ ନିଜର ସମ୍ପର୍କରେ ପାରସ୍ପରିକ ତାଳମେଳ ରଖିବା କଷ୍ଟକର ହୋଇପାରେ ଓ ଏହାର କାରଣ ଘରେ ଚାଲିଥିବା ସମସ୍ଯା ହୋଇପାରେ।
ସ୍ବାସ୍ଥ୍ୟକୁ ଦେଖିଲେ ଏହି ଲୋକଙ୍କୁ ନିଜର ମାତାଙ୍କର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।
ଉପାୟ : ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ସପ୍ତମ ଓ ଦ୍ଵାଦଶ ଘରର ଅଧିପତି। ଏବେ ଏହା ତୃତୀୟ ଘରେ ଗୋଚର କରିବେ।
ମକର ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ତୃତୀୟ ଘରେ ହେବା ଯୋଗୁଁ ପଡ଼ୋଶୀ ଓ ବନ୍ଧୁଙ୍କ ସହିତ ସମସ୍ଯା ସୃଷ୍ଟି ହୋଇପାରେ। ଆପଣଙ୍କୁ କୌଣସି ଯାତ୍ରା ସମୟରେ ଧନ ହାନି ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ ଏହି ଲୋକଙ୍କର ମାନ-ସମ୍ମାନ ବରିଷ୍ଠଙ୍କ ନଜରରେ ହ୍ରାସ ପାଇପାରେ ଓ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ।
ବ୍ୟବସାୟ ବିଷୟରେ କହିଲେ, ଶୁକ୍ରଙ୍କର ମକର ରାଶିରେ ଗୋଚର ସମୟରେ ବ୍ୟବସାୟ ବିସ୍ତାରକୁ ନେଇ ପାର୍ଟନର ସହିତ ବିବାଦ କିମ୍ବା ମତଭେଦ ହୋଇପାରେ।
ଆର୍ଥିକ ଜୀବନରେ ଧନ ସଞ୍ଚୟ ଠିକ ଭାବରେ ନ କରିବା ଯୋଗୁଁ ଆପଣଙ୍କୁ ବହୁତ କ୍ଷତି ହୋଇପାରେ ଯାହା ଆପଣଙ୍କ ପାଇଁ ସମସ୍ଯା ମଧ୍ୟ ହୋଇପାରେ।
ବ୍ୟକ୍ତିଗତ ଯିବାରେ ସାଥୀ ସହିତ ସମ୍ପର୍କରେ କଥାବାର୍ତ୍ତା କମ ରହିପାରେ ଓ ଏହା ଆପଣଙ୍କ ମଧ୍ୟରେ ବିବାଦର କାରଣ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ମୁହଁ ଓ ପାଦରେ ଦରଜ ରହିପାରେ ସେଥିପାଇଁ ଆପଣଙ୍କୁ ନିଜର ଧ୍ୟାନ ରଖିବାକୁ ହେବ।
ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କପାଇଁ ଶୁକ୍ର ଦେବ ଆପଣଙ୍କର ଷଷ୍ଠ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ ଲୋନ କିମ୍ବା ଟ୍ରାଭେଲ ମାଧ୍ୟମରେ ଲାଭ ହେବାର ସମ୍ଭାବନା ଅଛି। ଶୁକ୍ରଙ୍କର ମକର ରାଶିରେ ଗୋଚର ସମୟରେ ଆପଣଙ୍କର ଆଗ୍ରହ ଟ୍ରାଭେଲରେ ବଢ଼ିପାରେ।
କ୍ୟାରୋର ବିଷୟରେ କହିଲେ ଏହି ଅବଧିରେ ଆପଣ ଚାକିରିରେ ଅସନ୍ତୁଷ୍ଟ ଦେଖାଯିବେ ଯାହା ଫଳରେ ଆପଣଙ୍କ ଉପରେ କାମର ଚାପ ବଢ଼ିବାର ଆଶଙ୍କା ଅଛି।
ଧନୁ ରାଶିର ବ୍ୟବସାୟ କରୁଥିବା ଲୋକଙ୍କୁ ବିରୋଧୀଙ୍କ ତରଫରୁ କଠିନ ଟକ୍କର ମିଳିପାରେ ଓ ସେ ଆପଣଙ୍କ ଠାରୁ ଅଧିକ ଲାଭ ରୋଜଗାର କରିବାକୁ ସକ୍ଷମ ହେବେ।
ଆର୍ଥିକ ଜୀବନ ରେ ଆପଣଙ୍କର ଖର୍ଚ୍ଚ ବଢ଼ିବ ଓ ଏହି କରଣରୁ ଆପଣଙ୍କୁ ଲୋନ ନେବାର ପରିସ୍ଥିତି ସୃଷ୍ଟି ହେବ।
ବ୍ୟକ୍ତିଗତ ଜୀବନରେ ଘର ପରିବାରରେ ଚାଲିଥିବା ବିବାଦ ଯୋଗୁଁ ଏହି ଲୋକଙ୍କର ସମ୍ପର୍କରେ ଖୁସି ହ୍ରାସ ପାଇବ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ଆଖି ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ ଓ ସାଙ୍ଗରେ ଆଖିରେ ଦରଜ ହୋଇପାରେ।
ଉପାୟ : ପ୍ରତିଦିନ ଓଁ ଭୈରବାୟ ନମଃ 41 ଥର ଜପ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ଶୁକ୍ର ମହରଃ ଆପଣଙ୍କର ପଞ୍ଚମ ଓ ଦଶମ ଘରର ସ୍ବାମୀ। ଏବେ ଏହା ଗୋଚର କରି ଆପଣଙ୍କର ପ୍ରଥମ/ଲଗ୍ନ ଘରକୁ ଯିବେ।
ମକର ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କ ପାଇଁ ଅନୁକୂଳ ରହିବ ଓ ଏପରି ସ୍ଥିତିରେ ଆପଣଙ୍କ ଜୀବନରେ ଖୁସି, ମାନସିକ ଶାନ୍ତି ଓ ପ୍ରେମ ଆସିବ। ଟ୍ରାଭେଲ୍ ମାଧ୍ୟମରେ ଆପଣଙ୍କୁ ଖୁସି ମିଳିବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ପରିଶ୍ରମ ଯୋଗୁଁ ପରିଚୟ ଓ ଲାଭ ପ୍ରାପ୍ତ ହେବ। ସାଙ୍ଗରେ ଆପଣଙ୍କର ଦରମା ବୃଦ୍ଧି ହେବାର ଯୋଗ ସୃଷ୍ଟି ହେବ।
ବ୍ୟବସାୟ ବିଷୟରେ କହିଲେ ଧନୁ ରାଶି ଲୋକଙ୍କର ବ୍ୟବସାୟରେ ବୁଝାମଣା ଓଓ ଭଲ କ୍ଷମତା ଯୋଗୁଁ ଭଲ ଲାଭ ପ୍ରାପ୍ତ ହେବ।
ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କୁ ଭାଗ୍ଯର ସାଥ ମିଳିବ ଓ ଏପରି ସ୍ଥିତିରେ ଆପଣ ଅଧିକରୁ ଅଧିକ ସଞ୍ଚୟ କରିବାକୁ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ପାର୍ଟନର ଓ ଆପଣଙ୍କର ସମ୍ପର୍କ ପ୍ରେମପୂର୍ଣ ରହିବ ଯାହା ଦୁହିଁକର ସଚ୍ଚୋଟତାର ପରିଣାମ ହେବ।
ମକର ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଅନୁକୂଳ ରହିବଓ ଆପଣ ସୁସ୍ଥ ରହିବେ। ଏହା ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତାର ପରିଣାମ ହେବ।
ଉପାୟ : ପ୍ରତିଦିନ ଦୂର୍ଗା ଚାଲିସା ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଦେବ ଚତୁର୍ଥ ଓ ନବମ ଘରର ସ୍ବାମୀ। ଏବେ ଏହା ଗୋଚର କରି ଆପଣଙ୍କର ଦ୍ୱଦଶ ଘରକୁ ଯିବେ।
ଏହାର ଫଳସ୍ବରୂପ, ଶୁକ୍ର ମକର ରାଶିରେ ଗୋଚର କରିିବା ଆପଣଙ୍କ ପାଇଁ ସ୍ଥାନ କିମ୍ବା ଘର ପରିବର୍ତ୍ତନ ଆଣିପାରେ। ଆପଣଙ୍କୁ ଧାର୍ମିକ ଯାତ୍ରାରୁ ଲାଭ ପ୍ରାପ୍ତ ହେବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ କାମ ପାଇଁ ବିଦେଶ ଯିବାକୁ ସୁଯୋଗ ମିଳିବ ଯାହା ଆପଣଙ୍କ ପାଇଁ ଫଳଦାୟୀ ହେବ।
ଏହି ରାଶିର ବ୍ୟବସାୟ କରୁଥିବା ଲୋକଙ୍କ ଭିତରେ ଅତମବିଶ୍ଵାସର ଅଭାବ ଦେଖାଜୀବ ଯାହାର କାରଣ ଭବିଷ୍ୟକୁ ନେଇ ଚିନ୍ତା ହୋଇପାରେ।
ଆର୍ଥିକ ଜୀବନରେ ଶୁକ୍ର ଗୋଚର ସମୟରେ ଆପଣ ନିଜର ଘରକୁ ପୁନର୍ବାର ସଜାଡ଼ିବାରେ ବହୁତ ପଇସା ଖର୍ଚ୍ଚ କରିପାରନ୍ତି ଯେଉଁଥିପାଇଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ସାଥୀ ସହିତ ଅଯଥା ବିବାଦ ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ସମ୍ପର୍କରେ ଖୁସି କମ ରହିପାରେ।
ଏହି ଲୋକଙ୍କୁ ପାଦରେ ଓ ଆଣ୍ଠୁରେ ଦରଜ ସମସ୍ଯା ରହିପାରେ ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବା ପାଇଁ ପରାମର୍ଶ ଦିଆଯାଇଛି।
ଉପାୟ : ପ୍ରତିଦିନ ଓଁ ଶିବାୟ ନମଃ 11 ଥର ଜପ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଶୁକ୍ରଙ୍କର ମକର ରାଶିରେ ଗୋଚର ଆପଣଙ୍କୁ ହଠାତ ଧନ ଲାଭ କରାଇପାରେ ଯାହା ଆପଣଙ୍କ ପାଖରେ ପୈତୃକ ସମ୍ପତି କିମ୍ବା ଛୋଟ ଯାତ୍ରା ମାଧ୍ୟମରେ ଆସିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ପ୍ରୋମୋସନ ସହିତ ଇନସେନଟିଭ ମିଳିବାର ସମ୍ଭାବନା କହି ଓ ଏପରି ସ୍ଥିତିରେ ଆପଣ ପ୍ରସନ୍ନ ଦେଖାଯିବେ।
ବ୍ୟବସାୟରେ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ସମସ୍ତ ମନୋକମାନକୁ ପୂରଣ କରିବ ଓ ଆପଣ ବହୁତ ଲାଭ ରୋଜଗାର କରିବେ।
ଆର୍ଥିକ ଜୀବନରେ ଆପଣଙ୍କୁ ଟ୍ରେଡ ମାଧ୍ୟମରେ ଭଲ ଲାଭ ପ୍ରାପ୍ତ ହେବ ଓ ଆପଣ ଅଧିକରୁ ଅଧିକ ଧନ ସଞ୍ଚୟ କରିପାରିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଓ ସାଥୀର ଖୁସି ହଜି ଯାଇପାରେ ଓ ଆପଣଙ୍କୁ ପାର୍ଟନର ସହିତ ବିବାଦ ସାମ୍ନା କରିବାକୁ ପଡ଼ିପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ଦେଖାଯିବେ ଓ ଏହାର ପରିଣାମସ୍ବରୂପ, ଆପଣ ସନ୍ତୁଷ୍ଟ ରହିବେ।
ଉପାୟ : ପ୍ରତିଦିନ ଓଁ ଶିବାୟ ନମଃ 11 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ମକର ରାଶିରେ ଶୁକ୍ରଙ୍କର ଗୋଚର କେବ ହେବ?
ଶୁକ୍ର ଦେବ 02 ଡିସେମ୍ବର 2024 ରେ ଶନି ଦେବଙ୍କର ରାଶି ମକରରେ ଗୋଚର କରିବେ।
2. ଶୁକ୍ର କେଉଁ ରାଶିର ସ୍ବାମୀ?
ରାଶି ଚକ୍ରରେ ଶୁକ୍ର ଦେବଙ୍କୁ ବୃଷ ଓ ତୁଳା ରାଶିର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି।
3. ଶୁକ୍ର ଗୋଟିଏ ରାଶିରେ କେତେ ଦିନ ରୁହନ୍ତି?
ଶୁକ୍ର ଦେବ ପ୍ରତ୍ଯେକ 26 ଦିନ ପରେ ନିଜର ରାଶି ପରିବର୍ତ୍ତନ କରନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025