ଶନିଙ୍କର ମୀନ ରାଶିରେ ଉଦୟ
ଶନିଙ୍କର ମୀନ ରାଶିରେ ଉଦୟ 31 ମାର୍ଚ୍ଚ 2025 ରାତି 12:43 ମିନିଟରେ ହେବାକୁ ଯାଉଛି। କହି ରଖୁଛୁ ଯେ ଶନି ଦେବ 29 ମାର୍ଚ୍ଚ 2025 ରେ ମୀନ ରାଶିରେ ପ୍ରବେଶ କରିଥିଲେ ଓ ନିଜର ଅସତ ଅବସ୍ଥାରେ ଥିଲେ। ଅସତ ଅବସ୍ଥାରେ ଶନିଙ୍କର ଗୋଚର ମୀନ ରାଶିରେ ହୋଇଥିଲା ସେଥିପାଇଁ ସେ ସମ୍ପୂର୍ଣ କ୍ଷମତା ସହିତ ପରିଣାମ ଦେଇ ପାରୁ ନଥିଲେ। କିନ୍ତୁ, ଏବେ ଶନି ଦେବଙ୍କର ଉଦୟ ହେବା ଦ୍ବାରା ଲୋକଙ୍କୁ ସମ୍ପୂର୍ଣ ଶକ୍ତି ସହିତ ପରିଣାମ ଦେବେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ଶନି ଉଦୟ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଶନି ଗ୍ରହଙ୍କୁ ଅଧିକାଂଶ ପାପୀ ଗ୍ରହ କୁହାଯାଏ ଯିଏ ଅନୁଶାସନ, ବ୍ୟବହାର, ସଂରଚନା, ତର୍କ, ଆଇନ ଓ ସାମାଜିକ ନ୍ୟାୟର ପ୍ରତିନିଧିତ୍ବ କରନ୍ତି। ଏହା କଠିନ ପରିଶ୍ରମ, ଧର୍ଯ୍ୟ, ବିଳମ୍ବ, ଦୃଢ଼ତା, ଭୟ ଓ କର୍ମରୁ ମିଳିବାକୁ ଥିବା ଭଲ-ଖରାପ ପରିଣାମକୁ ନିୟନ୍ତ୍ରଣ କରନ୍ତି। ସଜନି ଗ୍ରହ ଜୀବନରେ ସମସ୍ଯା ନେଇ ଆସନ୍ତି। ତାଙ୍କୁ କର୍ମର କାରକ ମଧ୍ୟ କୁହାଯାଏ ଅର୍ଥାତ ସେ ସେହି ଲୋକଙ୍କୁ ପୁରସ୍କୃତ କରନ୍ତି ଯିଏ ନିଜର ଲକ୍ଷ ପାଇବା ପାଇଁ କଠିନ ପରିଶ୍ରମ କରନ୍ତି ଓ ତାଙ୍କ ପ୍ରତି ସମର୍ପିତ ରୁହନ୍ତି।
ଏବେ ଶନି ମୀନ ରାଶିରେ ଉଦୟ ହେବା ଦ୍ବାରା ଲୋକଙ୍କୁ ବୃତ୍ତିଗତ ଜୀବନ ରେ ସୁଧାର ଦେଖିବାକୁ ମିଳିବ। ଆପଣ ଦାୟିତ୍ବ ପ୍ରତି ସଜାଗ ରହିବେ ଓ ଅନୁଶାସନରେ ଚଳିବାକୁ ପସନ୍ଦ କରିବେ। ଶନିଙ୍କର ମୀନ ରାଶିରେ ଉଦୟ ହେବା ଦ୍ବାରା ରାଶି ଚକ୍ରର ପ୍ରତ୍ଯେକ ରାଶିକୁ ଅଲଗା ଅଲଗା ପରିଣାମ ମିଳିବ। ଆସନ୍ତୁ ଜାଣିବା ଶନି ଉଦୟ ହୋଇ ଆପଣଙ୍କ ରାଶିକୁ କି ପରିଣାମ ଦେବେ।
हिंदी में पढ़ने के लिए यहां क्लिक करें: शनि का मीन राशि में उदय
ବୈଦିକ ଜ୍ଯୋତିଷରେ ଶନି ଗ୍ରହର ମହତ୍ଵ
ବୈଦିକ ଜ୍ଯୋତିଷରେ ଶନି ଦେବଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ କୁହାଯାଏ, କିନ୍ତୁ ଏହା ସବୁ ଗ୍ରହଙ୍କ ଠାରୁ ଧୀର ଗତିରେ ଚାଲନ୍ତି। ଏହା କର୍ମ, ନ୍ୟାୟ, ଧର୍ଯ୍ୟ ଓ ସହିବା ଶକ୍ତିର କ୍ଷମତାକୁ ମଧ୍ୟ ଦର୍ଶାନ୍ତି। ଶନି ଗ୍ରହଙ୍କ ଦ୍ବାରା ସୃଷ୍ଟି ହୋଇଥିବା ସମସ୍ଯା ଓ ବିଳମ୍ବ ଯୋଗୁଁ ଲୋକ ତାଙ୍କୁ ଡରନ୍ତି, କିନ୍ତୁ ଏହିପରି ନୁହେଁ କାରଣ ସେ ଏକ ଅଧ୍ୟାପକ ରୂପରେ ଆମକୁ ଜୀବନରେ ଆସିବାକୁ ଥିବା ସମସ୍ଯା ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି। ଶନି ମହାରାଜ ଏହି କଥା ସୁନିଶ୍ଚିତ କରନ୍ତି ଯେ ଆମକୁ ଜୀବନରେ ସେ ସବୁ ମିଳୁ ଯାହା ଆମର ପ୍ରାପ୍ୟ।
ଶନି ଗ୍ରହଙ୍କୁ ମକର ଓ କୁମ୍ଭ ରାଶିର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି। ଏହା ବ୍ୟତୀତ ଏହା କାର୍ଯ୍ୟକ୍ଷେତ୍ରର ପରିବେଶ, ସଂରଚନା ଓ ସମାଜରେ ନ୍ୟାୟ ବ୍ୟବସ୍ଥାକୁ ମଧ୍ୟ ନିୟନ୍ତ୍ରଣ କରନ୍ତି। ଶନି ଦେବ କାଳ (ସମୟ), ଦୀର୍ଘାୟୁ, ଶକ୍ତି ଓ ଜୀବନର ଛୋଟ-ମୋଟ ଲକ୍ଷ ହାସଲ କରିବା ପରିବର୍ତ୍ତେ ଦୀର୍ଘକାଳୀନ ଲକ୍ଷ ହାସଲ କରିବାକୁ ପ୍ରେରଣା ଦିଅନ୍ତି।
ଶନି ଗୋଚରର ସବୁଠାରୁ ମୁଖ୍ୟ ବିଶେଷତା ହେଉଛି ସାଢ଼େ ସାତୀ ଓ ଢୈୟା। ସାଢ଼େ ସାତ ଏବଂ ଅଢ଼େଇ ବର୍ଷର ଏହି ସମୟକୁ ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଏ କାରଣ ଏହି ସମୟରେ ଶନି ଦେବ ଆପଣଙ୍କର ପରୀକ୍ଷା ନିଅନ୍ତି ଏବଂ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣନ୍ତି। ଏହି ସମୟରେ ଲୋକ ନିଜ ଭିତରେ ସୁଧାର ଆଣିବା ପାଇଁ ପ୍ରେରିତ ହୁଅନ୍ତି। ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ଯା ସାମ୍ନା କରିବା ପାଇଁ ଶନି ମହାରାଜ ଆପଣଙ୍କୁ କଠିନ ପରିଶ୍ରମ, ସତ୍ୟତା ଓ ଦୃଢ଼ତାର ଆଶୀର୍ବାଦ ଦେଇଥାନ୍ତି।
To Read in English Click Here: Saturn Rise in Pisces
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମୀନ ରାଶିରେ ଶନି ଉଦୟ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଦଶମ ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଦ୍ଵାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହାର ପରିଣାମସ୍ଵରୂପ, ଆପଣ କେବେ କେବେ ନିଜକୁ ବାନ୍ଧି ହୋଇଥିବା ଅନୁଭବ କରିବେ, କିନ୍ତୁ ଏହା ଆପଣଙ୍କୁ ଅନୁଶାସନ ଭିତରକୁ ଆଣିବାକୁ ସାହାଜ୍ୟ କରିବ। ଏହି ସମୟରେ ଆପଣଙ୍କର ମସ୍ତିଷ୍କ ସକ୍ରିୟ ରହିବ। ଆପଣଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିପାରେ କିମ୍ବା କାମ ପାଇଁ ବିଦେଶରେ ବାସ କରିବାକୁ ପଡ଼ିପାରେ। କ୍ୟାରିଅର କ୍ଷେତ୍ରରେ ଆପଣ ବିଦେଶୀ ଲୋକଙ୍କ ସହିତ ପ୍ରଫେଶନାଲ ସମ୍ପର୍କ ସ୍ଥାପନ କରିପାରିବେ।
ଶନି ଉଦୟ ସମୟରେ ଦୀର୍ଘକାଳୀନ ବିନିଯୋଗ କରିବା ଅନୁକୂଳ ହେବ। ଅଧ୍ୟାତ୍ମିକତାରେ ରୁଚି ବଢ଼ିବ। ଶନି ଦେବ ନିଜର ତୃତୀୟ ଦୃଷ୍ଟି ଦ୍ବାରା ଆପଣଙ୍କର ଦ୍ଵିତୀୟ ଘରକୁ ଦେଖିବେ। ଏହାର ପରିଣାମସ୍ଵରୂପ ଆପଣଙ୍କୁ ଖାଇବା ପିଇବା ଉପରେ ଧ୍ୟାନ ରଖିବାକୁ ହେବ। ଯଦି ଆପଣଙ୍କର କଥା କଟୁ, ତେବେ ଆପଣଙ୍କୁ ବହୁତ ଭାବି-ଚିନ୍ତି କହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ସେହି ଛାତ୍ରମାନଙ୍କ ପାଇଁ ଫଳଦାୟୀ ହେବ ଯେଉଁମାନେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ପିତାଙ୍କ ସହିତ ମତଭେଦ ହୋଇପାରେ।
ଉପାୟ: ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ। ପ୍ରତ୍ଯେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କୁ ବୁନ୍ଦି ପ୍ରସାଦ ଚଢ଼ାନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଜାତକରେ ନବମ ଓ ଦଶମ ଘରର ସ୍ବାମୀ। ସେ ଆପଣଙ୍କ ପାଇଁ ଯୋଗକାରକ ଗ୍ରହ। ଏବେ ଶନିଙ୍କର ମୀନ ରାଶିରେ ଉଦୟ ଅପନଙ୍କେ ଏକାଦଶ ଘରେ ହେବାକୁ ଯାଉଛି ଯାହା ଆପଣଙ୍କ ଜୀବନରେ ମହତ୍ୱପୂର୍ଣ ପରିବର୍ତ୍ତନ ଆଣିପାରେ।
ଶନି ଗ୍ରହଙ୍କୁ ସୀମା ଓ ଅନୁଶାସନର ଗ୍ରହ କୁହାଯାଏ ଓ ଏକାଦଶ ଘରେ ତାଙ୍କର ଉପସ୍ଥିତି ଆପଣଙ୍କର ଇଚ୍ଛା ଉପରେ ନିୟନ୍ତ୍ରଣ ରଖିବ। ଏହି ସମୟରେ ଆପଣ ବର୍ଷ ବର୍ଷ ଧରି ଯେଉଁ ଜ୍ଞାନ ଅର୍ଜନ କରିଛନ୍ତି, ତାହାକୁ ଆପଣ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିପାରିବେ। ଏହା ବ୍ୟତୀତ, ଏହି ସମୟ ଆର୍ଥିକ ଲାଭ ପାଇଁ ଭଲ ରହିବ ଏବଂ ଆପଣ ଏକ ବ୍ୟବସ୍ଥିତ ଉପାୟରେ ଟଙ୍କା ରୋଜଗାର କରିପାରିବେ।
ଏହି ସମୟରେ ଆପଣଙ୍କର ବନ୍ଧୁତା ପରିପକ୍ଵ ହେବ। କ୍ୟାରିଅର କ୍ଷେତ୍ରରେ ଆପଣ ପ୍ରଭାବଶାଳୀ ଲୋକଙ୍କ ସହିତ ବୃତ୍ତିଗତ ସମ୍ବନ୍ଧ ରଖିବେ। ଆର୍ଥିକ ସ୍ଥିତିରେ ସ୍ଥିରତା ରହିବ। ଯେବେ ଶନି ଦେବ ମୀନ ରାଶିରେ ଉଦୟ ହେବେ ତେବେ ଆପଣଙ୍କର ସମ୍ପର୍କ ବଡ଼ ଭାଇ-ଭଉଣୀଙ୍କ ସହିତ ଦୃଢ଼ ହେବ।
ଯଦି ଆପଣ ନିଜର ଯତ୍ନ ନିଅନ୍ତି ନାହିଁ ଏବଂ ଏକ ଅସନ୍ତୁଳିତ ଜୀବନଶୈଳୀ ବଞ୍ଚନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଶନିଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ପଞ୍ଚମ ଘରେ ପଡ଼ିବା ଯୋଗୁଁ ଗମ୍ଭୀର ଭାବରେ ଓ ମନ ଲଗାଇ ପଢ଼ୁଥିବା ଛାତ୍ରମାନେ ଲାଭ ପାଇବେ। ଆପଣଙ୍କ ଅଷ୍ଟମ ଘରେ ଶନିଙ୍କ ଦଶମ ଦୃଷ୍ଟି ଥିବାରୁ, ଜୀବନରେ ଅନିଶ୍ଚିତତା ଏବଂ ହଠାତ୍ ସମସ୍ୟା ହ୍ରାସ ପାଇବ। ସାଙ୍ଗରେ, ଏହା ଜୀବନସାଥୀ ସହିତ ସଂଯୁକ୍ତ ସମ୍ପତି ବୃଦ୍ଧି କରିବ।
ଉପାୟ: ଶନିବାର ଦିନ ଗରିବ ଲୋକଙ୍କୁ ଭୋଜନ କରାନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଅଷ୍ଟମ ଓ ନବମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କର ମୀନ ରାଶିରେ ଉଦୟ ହେବା ଆପଣଙ୍କର ବୃତ୍ତିଗତ ଜୀବନରେ କିଛି ବଡ଼ ପରିବର୍ତ୍ତନ ଆଣିପାରେ ଓ ଏହା ଆପଣଙ୍କ କ୍ୟାରିୟରରେ ସ୍ଥିରତାର ମୂଳଦୁଆ ପକାଇପାରିବ।
ଏହି ସମୟ ମେନ୍ଟର, ଗୁରୁ, କୋଚ କିମ୍ବା କନ୍ସଲ୍ଟ୍ଯାନ୍ଟ ରୂପରେ ନିଜକୁ ସ୍ଥାପିତ କରିବା ପାଇଁ ଭଲ ସମୟ କାରଣ ଏହି ସମୟରେ ଆପଣଙ୍କର ବ୍ଯକ୍ତିତ୍ବ ଅନ୍ୟକୁ ପ୍ରଭାବିତ କରିବ ଓ ତାଙ୍କର ମାର୍ଗ ଦର୍ଶନ କରିବାର କାମ କରିବ। ମୀନ ରାଶିରେ ଶନିଙ୍କ ଉଦୟ ଆପଣଙ୍କ କ୍ୟାରିୟରରେ ଉନ୍ନତିର ପଥ ପ୍ରଶସ୍ତ କରିବ ଯାହା ଆପଣଙ୍କ ପାଇଁ ବହୁ ବର୍ଷ ପର୍ଯ୍ୟନ୍ତ ଲାଭଦାୟକ ହେବ। ବ୍ୟବସାୟ କରୁଥିବା ଲୋକ ନିଜର ବ୍ୟବସାୟ ବଢ଼ାଇବା ପାଇଁ ପୈତୃକ ସମ୍ପତିର ଉପଯୋଗ କିମ୍ବା ବିଜନେସ ପାର୍ଟନର ସହିତ ମିଳି ବ୍ୟବସାୟ ବଢ଼ାଇ ପାରିବେ।
ଏହି ସମୟରେ ଆପଣଙ୍କର ବିଦେଶ ଯାତ୍ରା କରିବା କିମ୍ବା ଦୂର ସ୍ଥାନ ଯାଇ କାମ କରିବାର ପ୍ରବଳ ସମ୍ଭାବନା ଅଛି। ଯେଉଁମାନେ ଆମଦାନୀ-ରପ୍ତାନି ବ୍ୟବସାୟ କରନ୍ତି, ଶନିଙ୍କର ଉଦୟ ସମୟରେ ସେମାନଙ୍କର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଚତୁର୍ଥ ଘର ଉପରେ ଶନିଙ୍କର ସପ୍ତମ ଦୃଷ୍ଟି ଥିବା ଯୋଗୁଁ ଆପଣଙ୍କର ନୂଆ ଘର, ନୂଆ ଗାଡ଼ି ଓ ସମ୍ପତି କିଣିବାର ଯୋଗ ଅଛି।
ଏହି ସମୟ ଆପଣଙ୍କ ପରିବାରରେ କିଛି ସମସ୍ୟା ଆଣିପାରେ, ଯେଉଁ କାରଣରୁ ପରିବାରର ଶାନ୍ତି ଭଙ୍ଗ ହୋଇପାରେ, ତେଣୁ ଆପଣଙ୍କୁ ଧର୍ଯ୍ୟ ଏବଂ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି। ଏହି ରାଶିର ଯେଉଁ ଲୋକମାନେ ବିବାହିତ ଏବଂ ଯଦି ସେମାନେ ନିଜ ସାଥୀଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ, ତେବେ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଉପାୟ: ଶନିବାର ଦିନ କୁଆଙ୍କୁ ଭୋଜନ କିମ୍ବା ଦାନା ଖୁଆନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ସପ୍ତମ ଘର ଓ ଅଷ୍ଟମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ନବମ ଘରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କର ଉଦାୟ ଆପଣଙ୍କର ଜ୍ଞାନ ଓ ବିଶ୍ବାସ ବଦଳାଇବାର କାମ କରିବ। ପିଏଚଡି, ଉଚ୍ଚଶିକ୍ଷା କିମ୍ବା ଗୁପ୍ତ ବିଜ୍ଞାନ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଶନି ଉଦୟ ହେବାର ସମୟ ଭଲ ବୋଲି କୁହାଯିବ। ଜ୍ୟୋତିଷ ଇତ୍ୟାଦି ଗୁପ୍ତ ବିଜ୍ଞାନ ମାଧ୍ୟମରେ, ଆପଣ ସଫଳତା ପାଇବେ। ଏହି ସମୟରେ ଆପଣଙ୍କର ସମ୍ପର୍କ ପିତା, ଗୁରୁ କିମ୍ବା ମେନ୍ଟରଙ୍କ ସହିତ ଦୃଢ଼ ହେବ। ଆପଣ ପ୍ରଥମରୁ ଅଧିକ ପରିପକ୍ଵ ହେବେ ଓ ଜୀବନରେ ନୂଆ ନୂଆ ଶିକ୍ଷା ପାଇବେ।
ଶନିଙ୍କର ମୀନ ରାଶିରେ ଉଦୟ ନବମ ଘରେ ହେବା ଦ୍ବାରା ପାର୍ଟନର ମାଧ୍ୟମରେ ଆପଣଙ୍କର ଭାଗ୍ୟୋଦୟ ହେବ। ଆପଣଙ୍କର ଜୀବନସାଥୀ ଆପଣଙ୍କର ଜୀବନରେ ସୁଖ, ସୌଭାଗ୍ୟ ଓ ସମୃଦ୍ଧି ନେଇ ଆସିବେ ସେଥିପାଇଁ ଜୀବନରେ ତାଙ୍କର ମହତ୍ଵ ବୁଝିବା ଓ ତାଙ୍କର ସମ୍ମାନ କରିବାା ଆବଶ୍ୟକ। ଏହି ଲୋକମାନେ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରନ୍ତି କିମ୍ବା ଆପଣଙ୍କ ଜୀବନସାଥୀଙ୍କ ସହିତ ଆପଣଙ୍କର ମିଳିତ ସମ୍ପତ୍ତିରେ ବୃଦ୍ଧି ହେବାର ସମ୍ଭାବନା ରହିବ।
ଶନି ଗ୍ରହ ନିଜର ସପ୍ତମ ଦୃଷ୍ଟିରେ ଆପଣଙ୍କର ତୃତୀୟ ଘରକୁ ଦେଖିବେ ଓ ଏହାର ପରିଣାମସ୍ଵରୂପ, ଆପଣଙ୍କ ଭିତରେ ସାହାସ ବୃଦ୍ଧି ପାଇବ ଓ ସଞ୍ଚାର କୌଶଳ ଭଲ ହେବ। ଏହି ସମୟରେ ଆପଣଙ୍କୁ ମାମୁଙ୍କ ସହିତ ସମ୍ପର୍କକୁ ନେଇ ସତର୍କ ରହିବାକୁ ପଡ଼ିବ। ସକାରାତ୍ମକ ପକ୍ଷ ବିଷୟରେ କହିଲେ, ଶନି ଉଦୟ ସମୟରେ କର୍କଟ ରାଶିର ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ପାଇଁ ଅନୁକୂଳ ରହିବ।
ଉପାୟ: ସୋମବାର ଓ ଶନିବାର ଦିନ ଭଗବାନ ଶିବଙ୍କୁ କଳା ସୋରିଷ ଅର୍ପଣ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଜାତକରେ ଷଷ୍ଠ ଘର ଓ ସପ୍ତମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହା ଆପଣଙ୍କ ପାଇଁ ପରିବର୍ତ୍ତନକାରୀ ସମୟ ହେବ ଯାହା ଆପଣଙ୍କ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଆଣିବ। ଏହି ସମୟ seehି ଲୋକଙ୍କ ପାଇଁ ଅନୁକୂଳ ରହିବ ଯିଏ ରିସର୍ଚ, ସିକ୍ରେଟ ସର୍ଭିସ କିମ୍ବା ଗୁଢ଼ ବିଜ୍ଞାନ ଇତ୍ୟାଦି କ୍ଷେତ୍ର ସହିତ ଜଡ଼ିତ କାରଣ ଶନି ମହାରାଜ ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ସାହାଜ୍ୟ କରିବେ।
ମୀନ ରାଶିରେ ଶନିଙ୍କ ଉଦୟ ସେମାନଙ୍କ ପାଇଁ କଷ୍ଟକର ହୋଇପାରେ ଯେଉଁମାନେ ନିଜ ସାଥୀଙ୍କ ପ୍ରତି ବିଶ୍ୱସ୍ତ ନୁହଁନ୍ତି। କ୍ୟାରିଅର କ୍ଷେତ୍ରରେ, ଶନିଙ୍କ ଉଦୟ ସମୟ ଆପଣଙ୍କୁ ଦୀର୍ଘକାଳୀନ ସଫଳତା ଆଣିପାରେ। ଏହା ବ୍ୟତୀତ, ଯଦି ଆପଣ ପୈତୃକ ସମ୍ପତ୍ତି ସହିତ ଜଡ଼ିତ କୌଣସି ଆଇନଗତ ବିବାଦରେ ଫସି ରହିଛନ୍ତି, ତେବେ ଶନିଙ୍କ ପ୍ରଭାବରୁ ଏହି ମାମଲାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ।
ଶନି ଦେବ ଅଷ୍ଟମ ଘରେ ବସି ନିଜର ତୃତୀୟ ଦୃଷ୍ଟିରେ ଆପଣଙ୍କର ଦଶମ ଘରକୁ ଦେଖିବେ। ଏହାର ପରିଣାମସ୍ଵରୂପ, ଆପଣ କାମ ପ୍ରତି ସମର୍ପିତ ରହିବେ। ଏହା ବ୍ୟତୀତ, ତାଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ଦ୍ଵିତୀୟ ଘର ଉପରେ ରହିବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଆପଣ ଧନ ସଞ୍ଚୟ କରିବାକୁ ସମର୍ଥ ହେବେ।
ଶନି ଗ୍ରହଙ୍କର ଦଶମ ଦୃଷ୍ଟି ପଞ୍ଚମ ଘରେ ପଡ଼ିବ ଯାହା ସୂଚାଇ ଦିଏ ଯେ ଏହି ଲୋକମାନଙ୍କୁ ସେମାନଙ୍କ ପ୍ରେମ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହାର ଫଳସ୍ଵରୂପ, ଏହି ସମୟରେ। ଏହି ସମୟ ସିଂହ ରାଶିର ପ୍ରେମ କରୁଥିବା ଲୋକଙ୍କୁ କଷ୍ଟକର ଲାଗିପାରେ। ସିଂହ ରାଶିର ଛାତ୍ରମାନଙ୍କ ପାଇଁ ଯେଉଁମାନେ ନିଜ ଅଧ୍ୟୟନ ପ୍ରତି ଗମ୍ଭୀର ଏବଂ ଶୃଙ୍ଖଳିତ, ଶନିଙ୍କ ଉଦୟ ଅବସ୍ଥା ଫଳପ୍ରଦ ହେବ କାରଣ ଆପଣ ଏବେ ଯେଉଁ କଠିନ ପରିଶ୍ରମ କରିବେ ତାହା ଆପଣଙ୍କୁ ସକାରାତ୍ମକ ଫଳାଫଳ ଦେବ।
ଉପାୟ: ଆବଶ୍ୟକ ହେଲେ ନିଜର ଚାକରଙ୍କର ସାହାଜ୍ୟ କରନ୍ତୁ ଓ ତାଙ୍କର ବୋଝ କମ କରିବାକୁ ପ୍ରୟାସ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ଜାତକ ରେ ଶନି ଦେବ ଆପଣଙ୍କର ପଞ୍ଚମ ଘର ଓ ଷଷ୍ଠ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ଉଦୟ ହେବାକୁ ଯାଉଛନ୍ତି । ମୀନ ରାଶିରେ ଶନିଙ୍କ ଉଦୟ ସମୟ ଆପଣଙ୍କ ସମ୍ପର୍କ, ସହଭାଗୀତା ଏବଂ ବୃତ୍ତିଗତ ଜୀବନରେ ସ୍ଥିରତା ଆଣିବ। ସପ୍ତମ ଘରେ ଶନିଙ୍କ ଉଦୟ ହେବା ସହିତ, ଆପଣ ପୂର୍ବ ଅପେକ୍ଷା ପ୍ରେମ ଜୀବନରେ ଆପଣଙ୍କ ସମ୍ପର୍କ ପ୍ରତି ଅଧିକ ପ୍ରତିବଦ୍ଧ ହେବେ। ଏହି ସମୟରେ କିଛି ଲୋକ ବିବାହ କରି ପାରନ୍ତି।
ଶନି ଉଦୟ ହେବା ସମୟରେ କ୍ୟାରିଅର କିମ୍ବା ବ୍ୟବସାୟ କ୍ଷେତ୍ରରେ ପାର୍ଟନର୍ଶିପ ପାଇଁ ବହୁତ ଭଲ ସମୟ। ଆପଣ ଆପଣ ଏହି ସମୟକୁ ସହଯୋଗ ଭଳି କାମ ପାଇଁ ବ୍ୟବହାର କରିପାରିବେ। ଏହି ସମୟରେ, କୌଣସି ପ୍ରକାରର ବିବାଦରେ ପଡ଼ିବା ପରିବର୍ତ୍ତେ, ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଏବଂ ବିରୋଧୀଙ୍କ ସହିତ ଚାଲିଥିବା ମତଭେଦକୁ ସମାଧାନ କରିବାକୁ ଚେଷ୍ଟା କରିବେ। ଏହି ରାଶିର ଛାତ୍ରମାନେ ପାଠପଢ଼ା ପ୍ରତି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ ଏବଂ ଶିକ୍ଷା ପ୍ରତି ଆପଣଙ୍କର ଦୃଷ୍ଟିକୋଣ ମଧ୍ୟ ସ୍ପଷ୍ଟ ହେବ। ଆପଣଙ୍କର ପ୍ରଦର୍ଶନ ଶିକ୍ଷା କ୍ଷେତ୍ରରେ ଭଲ ରହିବ।
ସପ୍ତମ ଘରୁ ଶନି ମହାରାଜଙ୍କର ତୃତୀୟ ଦୃଷ୍ଟି ଆପଣଙ୍କର ନବମ ଘର ଉପରେ ପଡ଼ିବ। ଏହାର ପରିଣାମସ୍ଵରୂପ, ଆପଣଙ୍କର ପିତାଙ୍କ ସହିତ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ ଯାହା ଫଳରେ ଆପଣଙ୍କୁ ଚାକିରି କିମ୍ବା କମ୍ପାନୀ ବଦଳାଇବାକୁ ପଡ଼ିପାରେ। ଆପଣଙ୍କୁ ଅଯଥା ଯାତ୍ରା କରିବାକୁ ପଡ଼ିପାରେ। ଶନିଙ୍କର ପ୍ରଭାବ ଲଗ୍ନ ଉପରେ ପଡ଼ିବା ଯୋଗୁଁ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଏହି ଲୋକମାନଙ୍କର ଚତୁର୍ଥ ଘରେ ଦଶମ ଦୃଷ୍ଟି ହେତୁ, ଏହି ସମୟ ସମ୍ପତ୍ତି ବୃଦ୍ଧି ପାଇଁ ଭଲ ରହିବ। ଏହି ସମୟରେ ନୂଆ ଘର ତିଆରି କରିପାରିବେ, ନୂଆ ସମ୍ପତି କିମ୍ବା ଗାଡ଼ି କିଣି ପାରିବେ।
ଉପାୟ: ଆପଣ ଜୀବନକୁ ବ୍ୟବସ୍ଥିତ କରନ୍ତି କାରଣ ଶନି ଗ୍ରହଙ୍କୁ ଅବବ୍ୟବସ୍ଥା ପସନ୍ଦ ନୁହେଁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଚତୁର୍ଥ ଓ ପଞ୍ଚମ ଘରର ସ୍ବାମୀ। ଏବେ ସେ ଆପଣଙ୍କର କେନ୍ଦ୍ର ଓ ତ୍ରିକୋଣ ଘରର ସ୍ବାମୀ ହେବା ଯୋଗୁଁ ଆପଣଙ୍କ ରାଶି ପାଇଁ ଯୋଗକାରକ ଗ୍ରହ ହୋଇପାରିବେ। ଏହି ସମୟରେ ବୃତ୍ତିଗତ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ଆପଣଙ୍କୁ ଚାକିରି ଓ କ୍ୟାରିଅରରେ ସ୍ଥିରତା ଓ ପ୍ରଗତି ମିଳିପାର। ଶନିଙ୍କର ଉଦୟ ସମୟରେ ପ୍ରତିଯୋଗିତା ପରୀକ୍ଷା କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ପାଇଁ ଭଲ ରହିବ କାରଣ ଶନି ଡେନ ଆପଣଙ୍କୁ ଦୃଢ଼ କରିବା ସହିତ ଆପଣଙ୍କର ଏକାଗ୍ରତା ଦୃଢ଼ କରିବେ।
ଯେଉଁ ଲୋକ କୌଣସି ଆଇନଗତ ମାମଲାରେ ଫାଶୀ ରହିଛନ୍ତି କିମ୍ବା କୌଣସି ପ୍ରକାରର ସମସ୍ଯା ସାମ୍ନା କରୁଛନ୍ତି ତାଙ୍କୁ ଏବେ ସକାରାତ୍ମକ ପରିଣାମ ମିଳିବା ଆରମ୍ଭ ହେବ। ଘରେ ସମ୍ପତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ ଓ ଏହାକୁ ବହୁତ ସାବଧାନ ହୋଇ ସମ୍ଭାଳିବାକୁ ପରାମର୍ଶ ଦିଆଯାଇଛି। ଏହି ରାଶିର ଯେଉଁ ଲୋକମାନେ ପ୍ରେମ ଜୀବନରେ ନିଜ ସମ୍ପର୍କକୁ ନେଇ ଗମ୍ଭୀର ନୁହଁନ୍ତି କିମ୍ବା ନିଜ ସାଥୀଙ୍କ ପ୍ରତି ବିଶ୍ୱସ୍ତ ନୁହଁନ୍ତି, ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ରାଶି ମାତା-ପିତାଙ୍କୁ ନିଜର ସନ୍ତାନ ସହିତ କିଛି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉଥିବା ଦେଖାଯିବେ। ଏହି ସମୟ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଆପଣଙ୍କୁ ଏକ ନିୟମିତ ଦିନଚର୍ଯ୍ୟା ଅନୁସରଣ କରିବାକୁ ପ୍ରେରଣା ଦେବ।
ଉପାୟ: ନେତ୍ରହୀନ ଲୋକଙ୍କର ସେବା କରନ୍ତୁ ଓ ନେତ୍ରହୀନ ବିଦ୍ୟାଳୟରେ ସାହାଜ୍ୟ କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ତୃତୀୟ ଘର ଓ ଚତୁର୍ଥ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବାକୁ ଯାଉଛନ୍ତି,’ଏହାର ପରିଣାମସ୍ଵରୂପ, ଶନିଙ୍କର ମୀନ ରାଶିରେ ଉଦୟ ହେବା ଆପଣଙ୍କର ଆତ୍ମବିଶ୍ଵାସ, ଶିକ୍ଷା କ୍ଷମତା, ବିନିଯୋଗ ଓ ସମ୍ପର୍କରେ ମହତ୍ୱପୂର୍ଣ ପରିବର୍ତ୍ତନ ଆଣିବ।
ବିଚାର ରାଶିର ପଢ଼ୁଥିବା ଛାତ୍ରଙ୍କୁ ଶନି ଉଦୟ ସମୟରେ ଅନୁଶାସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଏକାଗ୍ରତା ଓ ଦୃଢ଼ତା ଆପଣଙ୍କ ପାଇଁ ସଫଳତା ଆଣିବ। ବିଛା ରାଶିର ପ୍ରେମ କରୁଥିବା ଲୋକଙ୍କ ଅୟନ ଶନି ଗ୍ରହଙ୍କର ପଞ୍ଚମ ଘରେ ଉପସ୍ଥିତ ରହିବା ଆପଣଙ୍କର ସଚ୍ଚୋଟତାର ପରୀକ୍ଷା ନେଇପାରେ। ଯେଉଁ ଲୋକ ଶେୟାର ବଜାରରେ ବିନିଯୋଗ କରନ୍ତି, ଏହି ଅବଧି ସେମାନଙ୍କ ପାଇଁ ଅନୁକୂଳ ହେବ ନାହିଁ। ଏହା ବ୍ୟତୀତ ଏହି ସମୟରେ ଆପଣଙ୍କୁ ସମ୍ପତି ମାଧ୍ୟମରେ ଲାଭ ହେବାର ସୁଯୋଗ ମିଳିବ।
ଶନି ଦେବ ପଞ୍ଚମ ଘରୁ ତୃତୀୟ ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରଖିଥିବାରୁ ବର୍ଷର ଦ୍ଵିତୀୟ ଭାଗ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଭଲ ରହିବ। କିନ୍ତୁ ଏହି ରାଶିର ବିବାହିତ ଲୋକଙ୍କୁ ନିଜର ସାଥୀକୁ ଅଣଦେଖା କରିବା ଯୋଗୁଁ ଅନେକ ପ୍ରକାରର ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଶନିଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ଏକାଦଶ ଘର ଉପରେ ଥିବା ଯୋଗୁଁ ଆପଣ ନିଜର ଆର୍ଥିକ ସ୍ଥିତିକୁ ନେଇ ଗମ୍ଭୀର ରହିବେ।
ଆପଣଙ୍କର ଦ୍ଵିତୀୟ ଘର ଉପରେ ଶନିଙ୍କର ଦଶମ ଦୃଷ୍ଟିର ପ୍ରଭାବ ଆପଣଙ୍କର ବାଣୀ, ଧନ-ସମୃଦ୍ଧି ଓ ପାରିବାରିକ ମାମଲା ଉପରେ ଦେଖାଯିବ। ଆପଣଙ୍କ ଉପରେ ପାରିବାରିକ ଦାୟିତ୍ବ ବଢ଼ିପାରେ କିମ୍ବା ଆପଣଙ୍କୁ ପରିବାର ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଉପାୟ: ଶନି ଦେବଙ୍କର କୃପା ପ୍ରାପ୍ତ କରିବା ପାଇଁ ପ୍ରତିଦିନ ହନୁମାନଙ୍କର ପୂଜା କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଦ୍ଵିତୀୟ ଘର ଓ ତୃତୀୟ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କର ମୀନ ରାଶିରେ ଉଦୟ ଆପଣଙ୍କର ବାଣୀ, ଆର୍ଥିକ ଓ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିବ।
ଚତୁର୍ଥ ଘରେ ଶନି ମହାରାଜଙ୍କ ଉଦୟ ହେବା ସହିତ, ଆପଣଙ୍କର ଯୋଗାଯୋଗ ଦକ୍ଷତା ସ୍ପଷ୍ଟ ହୋଇଯିବ ଏବଂ ଆପଣ ସଠିକ୍ ଉପାୟରେ ଶବ୍ଦ ବ୍ୟବହାର କରିପାରିବେ ଯାହା ଦ୍ଵାରା ଅନ୍ୟମାନେ ଆପଣଙ୍କ ଦ୍ୱାରା ସହଜରେ ପ୍ରଭାବିତ ହେବେ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଓ ସ୍ଥିରତା ଦେଖିବାକୁ ମିଳିବ କାରଣ ଶନି ଗ୍ରହ ଆପଣଙ୍କର ଆୟକୁ ସ୍ଥିରତା ପ୍ରଦାନ କରିବେ।
ଆପଣଙ୍କୁ କହି ରଖୁଛୁ ଯେ ଚତୁର୍ଥ ଘରରୁ ଶନିଙ୍କ ତୃତୀୟ ଦୃଷ୍ଟି ଆପଣଙ୍କ ଷଷ୍ଠ ଘର ଉପରେ ପଡ଼ିବ ଯାହା ଆପଣଙ୍କୁ ଶକ୍ତିଶାଳୀ ଏବଂ ଶୃଙ୍ଖଳିତ କରିବ, ଯାହା ଯୋଗୁଁ ଆପଣ ଜୀବନରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଦୂର କରିପାରିବେ। ଆପଣ ନଜିର ପ୍ରତିଦ୍ଵନ୍ଦୀଙ୍କ ଉପରେ ବିଜୟୀ ହେବେ। ଏହି ସମୟରେ ସ୍ବାସ୍ଥ୍ୟ ଓ କାର୍ଯ୍ୟ କରିବାର କ୍ଷମତାରେ ସୁଧାର ଆସିବ, କିନ୍ତୁ ଆପଣଙ୍କୁ ଚାପ ରୁ ବଞ୍ଚିବା ପାଇଁ ଜୀବନରେ ସନ୍ତୁଳନ ରଖି ଚଳିବାକୁ ହେବ। ଶନି ଦେବଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ଦଶମ ଘରେ ରହିବା ଯୋଗୁଁ ଆପଣଙ୍କୁ କ୍ୟାରିଅରରେ କଠିନ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ।
ଏହି ଲୋକଙ୍କର କ୍ୟାରିଅରରେ ସ୍ଥିରତା ସମ୍ପୂର୍ଣ ଭାବରେ ଆପଣଙ୍କର ସମର୍ପଣ ଉପରେ ନିର୍ଭର କରିବ ଓ ଏହାର ପରିଣାମସ୍ଵରୂପ, ଆପଣ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଦାୟିତ୍ବ ତୁଲାଉଥିବା ଦେଖାଯିବେ। ଆପଣଙ୍କୁ ନିଜ ଉପରେ ଅଧିକ ବୋଝ ପକାଇବାକୁ ମନା କରାଯାଇଛି କାରଣ ଶନିଙ୍କର ପ୍ରଭାବ କେବେ କେବେ ମାନସିକ ଚାପ ବଢ଼ାଇବା ସହିତ ଆପଣଙ୍କୁ ଆତ୍ମ-ସନ୍ଦେହରେ ପକାଇ ପାରେ।
ଉପାୟ: ଆପଣ ଶ୍ରମଦାନ କରନ୍ତୁ ଓ ଅଭାବି ଲ୍ୟଙ୍କର ନିଃସ୍ଵାର୍ଥପର ଭାବରେ ସେବା କରନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ଶନି ଆପଣଙ୍କର ଲଗ୍ନ ଘର ଓ ଦ୍ଵିତୀୟ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କର ମୀନ ରାଶିରେ ଉଦୟ ହେବା ଆପଣଙ୍କର ସଞ୍ଚାର କୌଶଳ, ସାହାସ, ନେଟୱାର୍କ୍ ଓ ଆର୍ଥିକ ଜୀବନରେ ପ୍ରମୁଖ ପରିବର୍ତ୍ତନ ଆଣିପାରେ। କହି ରଖୁଛୁ ଯେ ଆପଣଙ୍କର ତୃତୀୟ ଘରେ ଶନି ଉଦୟ ହେବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣ daiନିକ ଜୀବନରେ ଆସିବାକୁ ଥିବା ସମସ୍ଯାର ସାମ୍ନା କରିବେ।
ଏହି ସମୟ ନୂତନ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସାମାଜିକ ଜୀବନ ଏବଂ ବୃତ୍ତିଗତ ଜୀବନର ପରିସରକୁ ବିସ୍ତାର କରିବା ପାଇଁ ବହୁତ ଭଲ ହେବ। ଏହା ବ୍ଯତୀତ, ଆପଣ ଏହି ସମୟରେ ମାର୍କେଟିଙ୍ଗ କିମ୍ବା ନେଟ୍ଵର୍କିଙ୍ଗ ସହିତ କାମରେ ଭାଗ ନେଇପାରିବେ। ଏହି ଲୋକମାନେ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସାନ ଭାଇ, ଭଉଣୀ, ପଡ଼ୋଶୀ ଏବଂ ନିକଟତମ ବନ୍ଧୁଙ୍କ ସମର୍ଥନ ପାଇବେ। ଯଦି ଆପଣ ଏକ ଛୋଟ ଯାତ୍ରାରେ ଯିବାକୁ ଚାହୁଁଛନ୍ତି, ତେବେ ଏହା କରିବା ପାଇଁ ଏହା ସର୍ବୋତ୍ତମ ସମୟ ହେବ। ତଥାପି, ଆପଣଙ୍କ ପାଇଁ ଭ୍ରମଣ କରିବା ଲାଭଦାୟକ ହେବ।
ମକର ରାଶି ଉପରେ ଶନିଙ୍କ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ। ଶନି ଉଦୟ ସମୟରେ ନୂଆ ନୂଆ ଜିନିଷ ଶିଖିବା, ଜ୍ଞାନ ଓ ନିଜର କ୍ଷମତାକୁ ବଢ଼ାଇବା ଦୃଷ୍ଟିରୁ ବହୁତ ଭଲ ହେବ। ଶନି ତୃତୀୟ ଘରେ ବସି ନିଜର ତୃତୀୟ ଦୃଷ୍ଟି ସହିତ ଆପଣଙ୍କର ପଞ୍ଚମ ଘରକୁ ଦେଖିବେ। ଏହାର ପରିଣାମସ୍ଵରୂପ, ଏହି ଲୋକଙ୍କର ସମ୍ପର୍କରେ ସମସ୍ଯା ଆସିପାରେ। ମକର ରାଶିର ପ୍ରେମ କରୁଥିବା ଲୋକ ଶନି ଉଦୟ ହେବା ସମଯରେ ଅଧିକ ଲାଭ ନ ପାଇବାର ଆଶଙ୍କା ଅଛି। ଯେଉଁ ଲୋକ ପଢ଼ା ପ୍ରତି ଗମ୍ଭୀର, ତାଙ୍କୁ ଭଲ ପରିଣାମ ମିଳିବ। ଅନ୍ୟପକ୍ଷରେ, ଆପଣଙ୍କ ନବମ ଘରେ ଶନି ଦେବଙ୍କ ସପ୍ତମ ଦୃଷ୍ଟି ଥିବା ହେତୁ, ଆପଣଙ୍କର ପିତା କିମ୍ବା ଆପଣଙ୍କ ପିତାଙ୍କ ପରି କାହା ସହିତ ବିବାଦ ହୋଇପାରେ। ଏହି କାରଣରୁ ଆପଣଙ୍କୁ ଆପଣଙ୍କର କମ୍ପାନୀ କିମ୍ବା ଚାକିରି ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହି ସମୟରେ ଆପଣ ଅଯଥା ଯାତ୍ରା କରିବା ପାଇଁ ବାଧ୍ୟ ହୋଇପାରନ୍ତି। ଶନି ଦେବଙ୍କର ଦଶମ ଦୃଷ୍ଟି ଆପଣଙ୍କର ଦ୍ଵାଦଶ ଘରେ ପଡ଼ିବା ଯୋଗୁଁ ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ। ନକାରାତ୍ମକ ଦିଗରେ, ଯଦି ଏହି ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟରେ ଅବହେଳା କରନ୍ତି, ତେବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା କିମ୍ବା ଜେଲ ଯିବାର ସମ୍ଭାବନା ରହିଛି।
ଉପାୟ: ଶନିଙ୍କୁ ଶାନ୍ତ କରିବା ପାଇଁ ନିୟମିତ ଭାବରେ ଶନି ମନ୍ତ୍ର ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଜାତକରେ ଲଗ୍ନ ଏବଂ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କର ମୀନ ରାଶିରେ ଉଦୟ ଆପଣଙ୍କର ଜୀବନର ମହତ୍ୱପୂର୍ଣ କ୍ଷେତ୍ର ଯେପରି ସ୍ବାସ୍ଥ୍ୟ, ଆର୍ଥିକ ଜୀବନ ଓ ସଞ୍ଚାର କୌଶଳ ଇତ୍ୟାଦିରେ ପରିବର୍ତ୍ତନ ଆଣିପାରେ। ଶନି ଉଦୟ ହେବା ସମୟରେ ଆପଣଙ୍କ ପାଇଁ ଆପଣଙ୍କର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ପାଇଁ ସର୍ବୋତ୍ତମ ହେବ। ଏପରି କରିବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଶନିଙ୍କର ଉଦୟ ହେବା ଦ୍ବାରା ଆପଣଙ୍କର କଥାରେ ପରିପକ୍ଵତା ଦେଖାଯିବ। ଏହାର ଫଳସ୍ଵରୂପ ଆପଣ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ମାନ-ସମ୍ମାନ ପ୍ରାପ୍ତ କରିବାରେ ସକ୍ଷମ ହେବେ।
ଶନି ଉଦୟ ସମୟରେ ଆର୍ଥିକ ଜୀବନରେ ସ୍ଥିରତା ପାଇବା ଏବଂ ଟଙ୍କା ସଞ୍ଚୟ କରିବା ପାଇଁ ଅନୁକୂଳ ହେବ। ଧନ ସମ୍ପତି ମାମଲାରେ ଭାବି-ଚିନ୍ତି ଓ ଯୋଜନା କରି ଚାଲନ୍ତୁ। ଶନି ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ ସେଥିପାଇଁ ଏହା ଆପଣଙ୍କୁ ବିଦେଶରୁ ଧନ ରୋଜଗାର କରିବାର ସୁଯୋଗ ପ୍ରଦାନ କରିବେ। ଶନି ଦେବଙ୍କର ତୃତୀୟ ଦୃଷ୍ଟି ଆପଣଙ୍କ ଚତୁର୍ଥ ଘରେ ରହିବ ଏବଂ ଏପରି ପରିସ୍ଥିତିରେ, ଆପଣଙ୍କ ପରିବାର ପ୍ରତି ଦାୟିତ୍ୱର ଭାବନା ବୃଦ୍ଧି ପାଇପାରେ।
ଦ୍ୱିତୀୟ ଘରୁ ଶନି ମହାରାଜଙ୍କ ସପ୍ତମ ଦୃଷ୍ଟି ଆପଣଙ୍କ ଅଷ୍ଟମ ଘର ଉପରେ ପଡ଼ିବ। ଏହା ଆପଣଙ୍କ ଜୀବନରେ ହଠାତ୍ ଘଟୁଥିବା ଘଟଣା ଏବଂ ଅନିଶ୍ଚିତତାକୁ ହ୍ରାସ କରିବ। ତାଙ୍କର ଦୃଷ୍ଟିର ପ୍ରଭାବ ଯୋଗୁଁ, ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ମିଳିତ ସମ୍ପତ୍ତି ବୃଦ୍ଧି ପାଇବ।
ଉପାୟ: ଶନିବାର ଦିନ ଶନି ଦେବଙ୍କ ସାମ୍ନାରେ ସୋରିଷ ତେଲର ଦୀପ ଜାଳନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ଜାତକରେ ଶନି ଦେବ ଆପଣଙ୍କର ଏକାଦଶ ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଲଗ୍ନ ଘରେ ଉଦୟ ହେବାକୁ ଯାଉଛନ୍ତି। ମୀନ ରାଶିରେ ଶନି ଉଦୟ ହେବା ଆପଣଙ୍କର ବ୍ଯକ୍ତିତ୍ବରେ, ସ୍ବାସ୍ଥ୍ୟରେ ଓ ସାମାଜିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାର କାମ କରିବ।
ଶନି ମହାରାଜ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ସେଥିପାଇଁ ଯଦି ଆପଣ ନିଜର ସ୍ବାସ୍ଥ୍ୟକୁ ଅନଦେଖା କରନ୍ତି ତେବେ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଶନି ଉଦୟ ହେବା ସମୟରେ ଆପଣଙ୍କୁ ବିଦେଶ ଯାତ୍ରା କିମ୍ବା ବିଦେଶରେ ବସବାସ କରିବାର ସୁଯୋଗ ମିଳିବ। ଏହି ସମୟରେ ଆପଣଙ୍କର ସାମାଜିକ ଜୀବନରେ ଯେଉଁ ଲୋକଙ୍କ ସମ୍ପର୍କରେ ଆସିବେ ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କର ସାଙ୍ଗରେ ରହିବେ। ଏହି ସମୟରେ ଆପଣଙ୍କୁ ଆର୍ଥିକ ସ୍ଥିରତା ମିଳିବ।
ଶନି ଦେବ ନିଜର ତୃତୀୟ ଦୃଷ୍ଟି ଆପଣଙ୍କର ତୃତୀୟ ଘର ଉପରେ ରଖିବେ ଓ ଏହାର ଫଳସ୍ଵରୂପଆପଣଙ୍କର ସଞ୍ଚାର କୌଶଳ ଭଲ ହେବ। ଶନି ଦେବ ଆପଣଙ୍କର ଲଗ୍ନ ଘରେ ବସି ନିଜର ସପ୍ତମ ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରଖିବେ ଓ ଏହା ବିବାହ ପାଇଁ ଫଳଦାୟୀ ପ୍ରମାଣିତ ହେବ। ଆପଣଙ୍କୁ ପ୍ରେମ ସମ୍ପର୍କରେ ଶାନ୍ତି ରଖିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଦଶମ ଘର ଉପରେ ଶନିଙ୍କର ଦଶମ ଦୃଷ୍ଟି ଆପଣଙ୍କୁ କ୍ୟାରିଅରରେ ପରିଶ୍ରମୀ ଓ ସମର୍ପିତ କରିବ। ଶନି ମହାରାଜ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ଦୀର୍ଘସ୍ଥାୟୀ ସଫଳତାର ପଥରେ ନେଇଯିବେ। କିନ୍ତୁ, ଯଦି ଆପଣ ଧର୍ଯ୍ୟ ବଜାୟ ରଖିବେ, ତେବେ ଆପଣ ସଫଳତା ପାଇବେ।
ଉପାୟ: ଏକ ବାସନରେ ସୋରିଷ ତେଲ ନେଇ ସେଥିରେ ନିଜର ଛାଈ ଦେଖନ୍ତୁ ଓ ପୁଣି ସେହି ତେଲକୁ ଶନି ମନ୍ଦିରରେ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କୁଣ୍ଡଳୀରେ ଶନି ଗ୍ରହଙ୍କର ଦୁର୍ବଳ ହେବା କ’ଣ କୁହେ?
କୁଣ୍ଡଳୀରେ ଶନିଙ୍କର ପ୍ରଭାବ ଦ୍ବାରା କାର୍ଯ୍ୟରେ ଡେରି, କ୍ୟାରିଅରରେ ସମସ୍ଯା, ଅସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
2. କୁଣ୍ଡଳୀରେ ଦୃଢ଼ ସୂର୍ଯ୍ୟ ଆପଣଙ୍କର ସାହାଜ୍ୟ କିପରି ଜରନ୍ତି?
କୌଣସି ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଦୃଢ଼ ହେବା ଦ୍ବାରା ଆପଣଙ୍କୁ ନାମ, ନେତୃତ୍ବର କ୍ଷମତା ଓ ଦୃଢ଼ ବ୍ଯକ୍ତିତ୍ବ ପ୍ରାପ୍ତ ହୁଏ।
3. ଦୁର୍ବଳ ଶନିଙ୍କୁ ଦୃଢ଼ କିପରି କରାଯାଇ ପାରିବ?
ଶନି ଦେବଙ୍କର ନକରାତ୍ମକ ପ୍ରଭାବକୁ ଶାନ୍ତ କରିବା ପାଇଁ ଶନିଙ୍କର ବୀଜ ମନ୍ତ୍ର ଜପ କରିବା, ଶନିବାର ଦିନ ସୋରିଷ ତେଲରେ ଦୀପ ଜାଳିବା ଓ ଜୀବନରେ ଅନୁଶାସନ ପାଳନ କରିବା ଉଚିତ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025