ଶନି ସାଢ଼େ ସାତୀ 2025
ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କ ସମରେ ସମୟରେ ଜ୍ୟୋତିଷୀୟ ଦୁନିଆରେ ହେଉଥିବା ପରିବର୍ତ୍ତନ ବିଷୟରେ ଅବଗତ କରାଇଥାଏ। ଆଜିର ଏହି ଲେଖାରେ ଆମେ ଶନି ଗୋଚର ବିଷୟରେ ବିସ୍ତୃତରେ ଚର୍ଚା କରିବା। କହି ରଖୁଛୁ ଯେ 29 ମାର୍ଚ୍ଚ 2025 ଡ଼ଟ 10:07 ରେ ମୀନ ରାଶିରେ ଶନି ଗୋଚର କରିବାକୁ ଯାଉଛନ୍ତି। ଏପରି ସ୍ଥିତିରେ ଏହି ଗୋଚର କିଛି ରାଶି ପାଇଁ ସାଢ଼େ ସାତୀ ଓ ଢୈୟାର ଆରମ୍ଭ ଓ ସମାପ୍ତିକୁ ଦର୍ଶାଏ। ଆମେ ଶୀଘ୍ର ଆପଣଙ୍କୁ ଶନି ସାଢ଼େ ସାତୀ 2025 ଏବଂ ଢୈୟା ଦ୍ୱାରା ପ୍ରଭାବିତ ହେଉଥିବା ରାଶି ବିଷୟରେ କହିବୁ ଏବଂ ଆପଣଙ୍କ ରାଶି ମଧ୍ୟ ସେହି ରାଶିରେ ଅନ୍ତର୍ଭୁକ୍ତ କି ନାହିଁ ଜଣାଇବୁ। କିନ୍ତୁ କହି ରଖୁଛୁ ଯେ ଶନି ଗୋଚର ଓସୂର୍ଯ୍ୟ ପରାଗ ଗୋଟିଏ ଦିନରେ ପଡ଼ୁଛି ଯାହା ଦ୍ବାରା ଏହାର ପ୍ରଭାବ ଦୁଇଗୁଣ ହୋଇଯିବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଶନି ସାଢ଼େ ସାତୀକୁ ଜ୍ଯୋତିଷ ଶାସ୍ତ୍ରର ସବୁଠାରୁ ଖରାପ ଦଶ ମଧ୍ୟରୁ ଗୋଟିଏ ବିବେଚନା କରାଯାଏ। ଅଧିକାଂଶ ଜ୍ଯୋତିଷଙ୍କ ଦ୍ବାରା ଜୀବନରେ ଆସିବାକୁ ଥିବା ସାଢ଼େ ସାତୀର ନକରାତ୍ମକ ପ୍ରଭାବ ବିଷୟରେ କହୁଥିବା ଦେଖାଯାଇ ଥାଏ। ସେହି ଲୋକଙ୍କ ମନରେ ଡର ସୃଷ୍ଟି ହୁଏ ଯିଏ ସାଢ଼େ ସାତୀ ବିଷୟରେ ଜାଣି ନଥାନ୍ତି। ଯଦି ଆପଣ ସେହି ମାନଙ୍କ ମଧ୍ୟରୁ ଜଣେ ତେବେ ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କ ପାଇଁ ଏହି ବିଶେଷ ଲେଖା ଆଣି ଆସିଛି ଯାହା ମାଧ୍ୟମରେ ଆପଣ ସାଢ଼େ ସାତୀ ଓ ଢୈୟା ବିଷୟରେ ଜାଣିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା କ’ଣ ହୋଇଥାଏ ଶନି ସାଢ଼େ ସାତୀ ଓ ଢୈୟା? କେବେ ଆରମ୍ଭ ହେବ ଓ ଶେଷ ହେବ ଶନି ସାଢ଼େ ସାତୀ?
ଶନି ଗୋଚର 2025: କ’ଣ ହୋଇଥାଏ ସାଢ଼େ ସାତୀ?
ସାଢ଼େ ସାତୀ ଏକ ଏପରି ସମୟ ଯାହା କେତେକଙ୍କ ପାଇଁ ଅପ୍ରୀତିକର ଏବଂ କେତେକଙ୍କ ପାଇଁ ସୁଖଦ ହୋଇପାରେ। ଏହା ଲୋକଙ୍କ ଜୀବନକୁ ଓଲଟାଇବାର କ୍ଷମତା ରଖିଥାଏ। ଏହା ଶାରୀରିକ, ମାନସିକ, ଭାବନାତ୍ମକ ଓ ଭୌତିକ ପରିବର୍ତ୍ତନର ସମୟ ହୋଇଥାଏ ଯାହା ଦୁନିଆକୁ ନେଇ ଆପଣଙ୍କର ଦୃଷ୍ଟିକୋଣ ବଦଳାଇବାର କାମ କରିଥାଏ। ଏହା ସମ୍ପୂର୍ଣ୍ଣ ଭାବରେ ନିର୍ଭର କରେ ଯେ ଆପଣଙ୍କର ପୂର୍ବ କର୍ମ ଭଲ ଥିଲା ନା ଖରାପ ଥିଲା। ଆପଣଙ୍କୁ କହି ରଖୁଛୁ ଯେ ଶନି ମହାରାଜ କେବଳ ଖରାପ ଫଳାଫଳ ଦିଅନ୍ତି ନାହିଁ, ବରଂ ସେ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତି ଏବଂ ଆପଣଙ୍କୁ ସଠିକ୍ ପଥ ଏବଂ ସଠିକ୍ ଦିଗରେ ନେଇଯାଆନ୍ତି। ଆପଣଙ୍କୁ ଖରାପ ଓ ଭଲ କର୍ମର ଫଳ ପ୍ରଦାନ କରନ୍ତି।
କିଛି ଲୋକଙ୍କ ଜୀବନରେ ଏହି ସମୟ କାର୍ଯ୍ୟରେ ବିଳମ୍ବ, ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା, ନକାରାତ୍ମକ ପରିସ୍ଥିତି, ଦୁଃଖ ଏବଂ ରୋଗ ଆଣିଥାଏ।ସାଢ଼େ ସାତୀ ଅର୍ଥାତ ସାଢ଼େ ସାତ ବର୍ଷକୁ କୌଣସି ବ୍ୟକ୍ତିର ଜୀବନର ସବୁଠାରୁ କଠିନ ସମୟ କୁହାଯାଏ ସେଥିପାଇଁ ଅଧିକାଂଶ ଲୋକ ଏହାକୁ ଡରନ୍ତି।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
କେବେ ଆରମ୍ଭ ଓ ଶେଷ ହେବ ଶନି ସାଢ଼େ ସାତୀ?
ଶନି ଦେବଙ୍କ ସାଢ଼େ ସାତ ବର୍ଷର ଦଶାକୁ ସାଢ଼େ ସାତୀ କୁହାଯାଏ ଯାହା ଅଢ଼େଇ ବର୍ଷ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଆସିଥାଏ। ଏହାର ପ୍ରଥମ ପର୍ଯ୍ୟାୟ ସେହି ରାଶି ପାଇଁ ହୁଏ ଯେଉଁଥିରେ ଶନି ଗୋଚର କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଚନ୍ଦ୍ର ରାଶିରୁ ଆରମ୍ଭ ହୁଏ ଯେଉଁଠାରେ ଶନି ଗ୍ରହଙ୍କର ଗୋଚର ହୁଏ ଏବଂ ସମାନ କ୍ରମରେ, ତୃତୀୟ ପର୍ଯ୍ୟାୟ ସେହି ରାଶିରୁ ଆରମ୍ଭ ହୁଏ ଯେଉଁ ରାଶିରୁ ଶନି ବାହାରି ଯାଉଛନ୍ତି।
ସରଳ ଶବ୍ଦରେ କହିଲେ, ଧରାଯାଉ ଶନି ମୀନ ରାଶିରେ ଗୋଚର କରିଛନ୍ତି ଏବଂ ଏପରି ପରିସ୍ଥିତିରେ, ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଶନି ସାଢ଼େ ସାତୀ 2025ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ସେହି ସମୟରେ, ମୀନ ରାଶି ଥିବା ଲୋକଙ୍କ ପାଇଁ ସାଢ଼େ ସାତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଏବଂ କୁମ୍ଭ ରାଶି ଥିବା ଲୋକଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଶେଷ ହେବା ସହିତ ସାଢ଼େ ସାତୀର ଅନ୍ତ ହୋଇଯାଏ। ଉଦାହରଣ ସ୍ଵରୂପ, ଯେବେ ଶନି ମେଷ ରାଶିରେ ଗୋଚର କରିବେ, ତେବେ କୁମ୍ଭ ରାଶି ଉପରେ ସାଢ଼େ ସାତୀର ଅନ୍ତ ହେବ।
ସାଢ଼େ ସାତୀର ପ୍ରଥମ ପର୍ଯ୍ୟାୟରେ, ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଏବଂ ରୋଗ ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି, ସାଢ଼େ ସାତୀର ଦ୍ୱିତୀୟ ପର୍ଯ୍ୟାୟକୁ ବହୁତ କଷ୍ଟକର ବୋଲି ବିବେଚନା କରାଯାଏ ଯେଉଁଠାରେ ଆପଣଙ୍କୁ ପୁଣି ଅନେକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ କାରଣ ଶନି ଦେବ ଜଣେ ଗୁରୁ ଭାବରେ ଆପଣଙ୍କୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଅନ୍ତି ଏବଂ ଆପଣଙ୍କୁ ପୂର୍ବ କର୍ମରୁ ମୁକ୍ତି ଦିଅନ୍ତି। ତୃତୀୟ ପର୍ଯ୍ୟାୟରେ କିଛି ବିଳମ୍ବର ସାମ୍ନା କରିବାକୁ ପଡ଼ିଥାଏ। ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବା ଆରମ୍ଭ ହୁଏ। ସାଢ଼େ ସାତୀ ଜୀବନର ସେହି କ୍ଷେତ୍ରକୁ ସବୁଠାରୁ ଅଧିକ ପ୍ରଭାବିତ କରେ ଯାହା ଆପଣ ସୁଧାରିବା ଆବଶ୍ୟକ।
- କୌଣସି ଲୋକର ଜନ୍ମ ଜାତକରେ ଶନିଙ୍କର ଉପସ୍ଥିତି ନିର୍ଦ୍ଧାରିତ କରେ ଯେ ଆପଣଙ୍କୁ ଜୀବନରେ ସାଢ଼େ ସାତୀର ସକାରାତ୍ମକ କିମ୍ବା ନକରାତ୍ମକ ପରିଣାମ ପ୍ରାପ୍ତ ହେବ।
- କୁଣ୍ଡଳୀରେ ଶନି ମହାରାଜ ଶୁଭ ସ୍ଥିତିରେ ଥିଲେ ଆପଣଙ୍କୁ ଶନି ସାଢ଼େ ସାତୀ ସମୟରେ କଠିନ ପରିଶ୍ରମ ଓ ପ୍ରୟାସ ପରେ ଶୁଭ ଫଳ ମିଳିବ।
- ଜାତକରେ ଶନି ମହାରାଜଙ୍କର ସ୍ଥିତି ଦୁର୍ବଳ କିମ୍ବା ଅଶୁଭ ହେବା ଦ୍ବାରା ଲୋକଙ୍କୁ ସାହାଜ୍ୟ, ସମ୍ପର୍କ ଓ କାର୍ଯ୍ୟସ୍ଥଳରେ ସମସ୍ଯା, ଭୁଲ ବୁଝାମନ ପାଇଁ ଦଣ୍ଡ ଓ କଠିନ ସମୟ ଦେଇ ଗତି କରିବାକୁ ପଡ଼ିପାରେ।
ଯେଉଁ ଲୋକଙ୍କ ଜାତକରେ ଶନି ଦେବ ଯୋଗକାରକ ଗ୍ରହ (ଏପରି ଗ୍ରହ ଯିଏ ଖ୍ୟାତି, ସମ୍ମାନ, ଧନ, ସମୃଦ୍ଧି ଏବଂ ରାଜନୈତିକ ସଫଳତା ଇତ୍ୟାଦି ପ୍ରଦାନ କରେ।), ତାଙ୍କୁ ଜୀବନରେ ଶୁଭ ପରିଣାମ ଯେପରି ପଦୋନ୍ନତି, ଦରମା ବୃଦ୍ଧି ଇତ୍ୟାଦି ମିଳିପାରେ। କିନ୍ତୁ ସର୍ତ୍ତ ହେଉଛି ଯେ ଶନି ଅସ୍ତ ହେଉ ନ ଥିବେ, ଅଶୁଭ ଗ୍ରହର ପ୍ରଭାବରେ ନ ଥିବେ, ବକ୍ରୀ କରୁ ନଥିବେ କିମ୍ବା ଅଶୁଭ ଘରେ କିମ୍ବା ତ୍ରିକୋଣ ଘରେ (ଷଷ୍ଠ, ଅଷ୍ଟମ କିମ୍ବା ଦ୍ୱାଦଶ ଘରେ) ନ ଥିବେ।
ଅନଲାଇନ ସଫ୍ଟୱେୟାରରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ଶନି ଗୋଚର 2025: ସାଢ଼େ ସାତୀ ସମୟରେ ଏହି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
ମେଷ ରାଶି
ମେଷ ରାଶିର ଲୋଜଙ୍କ ପାଇଁ ଶନି ଦେବ ଆପଣଙ୍କର ଦଶମ ଘର ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। 29 ମାର୍ଚ୍ଚ 2025ରେ ହେବାକୁ ଥିବା ଶନି ଗୋଚର ଆପଣଙ୍କର ରାଶି ଉପରେ ଶନି ସାଢ଼େ ସାତୀ ଆରମ୍ଭ କରିଦେବ। ଏହି ସମୟରେ ଆପଣଙ୍କୁ ଛାତି ସଂକ୍ରମଣ, ଫୁସଫୁସ, ନିଶ୍ବାସ ନେବାରେ ଅସୁବିଧା ପଡ଼ି ସ୍ବାସ୍ଥ୍ୟ ସମସ୍ଯା ଦେଇ ଗତି କରିବାକୁ ହେବ। ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଦେବଙ୍କର ଅଶୁଭ ପ୍ରଭାବ ଅଛି କିମ୍ବା ଏହା ଅଶୁଭ ଘରେ (ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଘରେ) ଅଛନ୍ତି, ତେବେ ଆପଣଙ୍କର ବହୁତ ଟଙ୍କା ଚିକିତ୍ସା ଏବଂ ଔଷଧ ବିଲ୍ ଉପରେ ଖର୍ଚ୍ଚ ହୋଇପାରେ।
ଏହି ଲୋକଙ୍କୁ ବିଦେଶ ଯାତ୍ରାରେ ବିଳମ୍ବ ସାମ୍ନା କରିବାକୁ ପଡ଼ିପାରେ ଯାହା ଦ୍ବାରା ଆପଣ ଚିନ୍ତିତ ରହିବେ। ଶନି ଦେବ ଦଶମ ଘରର ସ୍ବାମୀ ରୂପରେ ଆପଣଙ୍କର ଦ୍ଵାଦଶ ଘରକୁ ଯାଉଛନ୍ତି। ଏବେ ସେ ନିଜର ତୃତୀୟ ଘରକୁ ଯାଉଛନ୍ତି। ଚାକିରିରେ ଆପଣଙ୍କର ଟ୍ରାନ୍ସଫର ହୋଇପାରେ ଓ ସେଥିପାଇଁ ଆପଣ ଚିନ୍ତିତ ରହି ପାରନ୍ତି। ଏହି ସମୟ ମଧ୍ୟରେ, ଆପଣ ଚାକିରି ହରାଇବା କିମ୍ବା ବ୍ୟବସାୟରେ କ୍ଷତି ବିଷୟରେ ଚିନ୍ତିତ ହୋଇପାରନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ଅନ୍ୟ ଗ୍ରହମାନଙ୍କର ସ୍ଥିତି ଅଶୁଭ ନାହିଁ, ତେବେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ଉପରେ ଶନି ସାଢ଼େ ସାତୀ 2025ର ଅନ୍ତିମ ପର୍ଯ୍ୟାୟ ଆରମ୍ବ ହୋଇଯିବ ସେଥିପାଇଁ ଏବେ ଶୀଘ୍ର ଆପଣଙ୍କ ଖରାପ ଦିନ ଶେଷ ହେବାକୁ ଯାଉଛି। ଶନିଙ୍କ ଗୋଚର ଆପଣଙ୍କ ଧୈର୍ଯ୍ୟ ଏବଂ ଦୃଢ଼ତା ପାଇଁ ଆପଣଙ୍କୁ ପୁରସ୍କୃତ କରିବା ଆରମ୍ଭ କରିବ। ଶନି ମହାରାଜ ଆପଣଙ୍କ ଜୀବନସାଥୀଙ୍କ ସହିତ ସମ୍ପର୍କକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରିବେ ଏବଂ ଆପଣ ଦୁହେଁ ପରସ୍ପରର ନିକଟତର ହେବେ। ଏହି ସମୟ ମଧ୍ୟରେ ଆପଣ ବ୍ୟବସାୟ କ୍ଷେତ୍ରରେ କିଛି ଭଲ ଡିଲ୍ କରିବାର ଦେଖାଯିବେ। ଏହା ସହିତ, ଯଦି ଆପଣ ବ୍ୟବସାୟକୁ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣ ତାହା ବିସ୍ତାର କରିପାରିବେ।
ଏହି ସମୟରେ ଆପଣଙ୍କର କ୍ୟାରିଅର ଦ୍ରୁତ ଗତିରେ ଆଗକୁ ବଢ଼ିବ ଓ ଆପଣ ଭଲ ପଇସା ରୋଜଗାର କରିବାରେ ସଫଳ ହେବେ। ଏହି ସମୟରେ ଆପଣ ଜୀବନରେ ସକାରାତ୍ମକ ପରିସ୍ଥିତି କିମ୍ବା ପରିଣାମର ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିବେ। ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଦେବଙ୍କର ସ୍ଥିତି ଦୁର୍ବଳ ଅଛି ତେବେ ଆପଣଙ୍କୁ ମିଳିବାକୁ ଥିବା ପରିଣାମ କମ ରହିବ।
ମୀନ ରାଶି
ମୀନ ରାଶିର ଲୋକଙ୍କ ଉପରେ ଶନି ସାଢ଼େ ସାତୀର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଶନି ସାଢ଼େ ସାତୀ 2025 ଅନୁଯାୟୀ ଆପଣଙ୍କୁ ପୂର୍ବ ଜନ୍ମର କର୍ମର ଫଳ ଭୋଗିବାକୁ ପଡ଼ିପାରେ। ଏହାର ପରିଣାମସ୍ଵରୂପ, ଆପଣଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ଯେପରି କ୍ୟାରିଅର, ଆର୍ଥିକ ଜୀବନ ଓ ସମ୍ପର୍କରେ ବିଶେଷ ରୂପରେ ବଡ଼ ଭାଇ-ଭଉଣୀଙ୍କ ସହିତ କିଛି ପରିବର୍ତ୍ତନ ସାମ୍ନା କରିବାକୁ ପଡ଼ିବ।
ଜନ୍ମ କୁଣ୍ଡଳୀରେ ଶନିଙ୍କର ସ୍ଥିତି ଆଧାରରେ ଆପଣଙ୍କୁ ପରିବାରରେ ମତଭେଦ କିମ୍ବା ବିବାଦ ସାମ୍ନା କରିବାକୁ ପଡ଼ିପାରେ। ଶନି ସାଢ଼େ ସାତୀ ଦ୍ବିତୀୟ ପର୍ଯ୍ୟାୟରେ ନିଜର ଚରମରେ ଥାଏ ଓ ଯଦି ଜାତକରେ ଶନି ଦେବ, ଗୁରୁ ଦେବ କିମ୍ବା କେତୁଙ୍କର ସହିତ ଥାଆନ୍ତି କିମ୍ବା ତାଙ୍କର ନକ୍ଷତ୍ରରେ ଥାଆନ୍ତି ତେବେ ଆପଣଙ୍କୁ ଜୀବନର ମହତ୍ୱପୂର୍ଣ ଶିକ୍ଷା ମିଳିପାରେ କିମ୍ବା କର୍ମର ଫଳ ଭୋଗିବାକୁ ପଡ଼ିପାରେ ଯାହା ବ୍ଯକ୍ତିତ୍ବ ସହିତ ଜୀବନକୁ ନେଇ ଆପଣଙ୍କର ଦୃଷ୍ଟିକୋଣ ବଦଳାଇ ପାରେ।
ଏବେ ଆମେ ଆଗକୁ ବଢ଼ିବା ଓ ଜାଣିବା ଯେ ଶନି ଢୈୟାକୁ ଅଶୁଭ କାହିଁକି କୁହାଯାଏ ଓ ଏହାର ନାମ ମଧ୍ୟ ଲୋକଙ୍କୁ କାହିଁକି ଭୟଭୀତ କରେ। ଆସନ୍ତୁ ଏବେ ଆମେ ଜାଣିବା ଶନି ଢୈୟା କ’ଣ ଓ ଏହା ଆପଣଙ୍କ ଜୀବନଙ୍କୁ କିପରୋ ପ୍ରଭାବିତ କରେ। ସାଙ୍ଗରେ ଜାଣିବା ଶନି ଗୋଚର ଦ୍ବାରା ରାଶି ଉପରେ ଶନି ଢୈୟା ଆରମ୍ଭ ହୁଏ ନା ଶେଷ ହୁଏ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଶନିଙ୍କର ମୀନ ରାଶିରେ ଗୋଚର: କ’ଣ ହୋଇଥାଏ ଶନିଙ୍କର ଢୈୟା?
ବୈଦିକ ଜ୍ଯୋତିଷ ଅନୁସାରେ, ଶନି ଢୈୟା ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଚାଲେ ଯେତେବେଳେ ଶନି କୌଣସି ବ୍ୟକ୍ତିର ଜାତକରେ ଚତୁର୍ଥ ଓ ଅଷ୍ଟମ ଘରେ ପ୍ରବେଶ କରନ୍ତି। ଅଶୁଭ କୁହାଯାଉଥିବା ଏହି ଅବଧିରେ ଲୋକଙ୍କୁ ଚାପ, ସ୍ବାସ୍ଥ୍ୟ ସମସ୍ଯା ଓ ଆର୍ଥିକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଶନି ଦେବଙ୍କୁ କଠୋରତା ଏବଂ ଶୃଙ୍ଖଳାର ଗ୍ରହ କୁହାଯାଏ ଯିଏ ଆପଣଙ୍କୁ ପ୍ରତିକୂଳତା ଏବଂ ବାଧା ମଧ୍ୟରେ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଅନ୍ତି। ଶନି ଢୈୟା ସମୟରେ, ଶନି ମହାରାଜ ଆପଣଙ୍କୁ ଧର୍ଯ୍ୟବାନ ହେବା, କଠିନ ପରିଶ୍ରମ କରିବା ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଶିଖାଇଥାନ୍ତି।
ଶନି ଢୈୟାର ପ୍ରଭାବ
ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ଶନି ଢୈୟା ସବୁବେଳେ ନକରାତ୍ମକ ପରିଣାମ ଦିଏ ନାହିଁ। ଏହା ଆପଣଙ୍କୁ ପ୍ରଗତିର ସୁଯୋଗ, ଧର୍ଯ୍ୟ ଏବଂ ଅନୁଶାସନର ମହତ୍ୱପୂର୍ଣ ଶିକ୍ଷା ଓ ଭୌତିକତା ସହିତ ଅଧ୍ୟାତ୍ମିକତାର ଗମ୍ଭୀର ଶିକ୍ଷା ପ୍ରଦାନ କରେ। ଏହି ଅବଧୀରେ ଦୃଢ଼ତା, ଶିଖିବା ଓ କଠିନ ପରିଶ୍ରମ ପରୀକ୍ଷା ହୁଏ। ଏହି ସମୟରେ ଆପଣଙ୍କୁ କୌଣସି ଜିନିଷ ସହଜରେ କିମ୍ବା ବିନା ପରିଶ୍ରମରେ ମିଳିବାର ସମ୍ଭାବନା ନାହିଁ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ଶନି ଢୈୟା ଏପରି ଏକ ସମୟ ଯେତେବେଳେ ଆପଣଙ୍କୁ ନିଜର ପୂର୍ବ ଜନ୍ମର କର୍ମର ଶୁଭ-ଅଶୁଭ ଫଳ ଭୋଗିବାକୁ ପଡ଼ିଥାଏ। କୌଣସି ବ୍ୟକ୍ତିର ଜୀବନରେ ଢୈୟା ନିମ୍ନରେ ଦିଆଯାଇଥିବା କ୍ଷେତ୍ରକୁ ପ୍ରଭାବିତ କରିପାରେ ଯାହା ଫଳରେ ଲୋକଙ୍କୁ ଜୀବନରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଚାଲେ କିନ୍ତୁ ସାଢ଼େ ସାତୀ ତୁଳନାରେ ଛୋଟ ହୋଇଥାଏ।
- ଏହି ଲୋକଙ୍କୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ କିମ୍ବା ଶାରୀରିକ ଓ ମାନସିକ ରଉପରେ କ୍ଳାନ୍ତ ଅନୁଭବ ହୋଇପାରେ।
- ଆପଣଙ୍କ ଭିତରେ ଏକାପଣ ଭାବନା କିମ୍ବା ଅନ୍ୟ ଠାରୁ ଭିନ୍ନ ହେବାର ଭାବନା ସୃଷ୍ଟି ହୋଇପାରେ।
- ଢୈୟାର ଅବଧି ଭୁଲ ବୁଝମଣା ସୃଷ୍ଟି କରିପାରେ, ବିଶେଷ ଭାବରେ ପରିବାର ଓ ପ୍ରିୟଜନଙ୍କ ସହିତ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଶନି ଗୋଚର ଦ୍ବାରା ଏହି ରାଶିରେ ଆରମ୍ଭ ହେବ ଢୈୟାର ପ୍ରଭାବ
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ମୀନ ରାଶି ଅଷ୍ଟମ ଘରେ ଆସେ। ଶନି ସାଢ଼େ ସାତୀ 2025 ସମୟରେ ଆପଣଙ୍କର ରାଶି ଉପରେ ଅଢ଼େଇ ବର୍ଷ ଅବଧି ଅର୍ଥାତ ଢୈୟା ଆରମ୍ଭ କରିବ। ଆପଣଙ୍କ ପାଇଁ ଶନି ମହାରାଜ ଷଷ୍ଠ ଘର ଓ ସପ୍ତମ ଘରର ସ୍ବାମୀ ଅଟନ୍ତି ଯିଏ ଏବେ ଗୋଚର କରି ଅଷ୍ଟମ ଘରକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କୁ ଜୀବନରେ ସମସ୍ଯା, କୋର୍ଟ-କଚେରୀ ମାମଲା, କାର୍ଯ୍ୟରେ ଡେରି କିମ୍ବା ବ୍ୟବସାୟରେ ବାଧା ଡେ ଗତି କରିବାକୁ ପଡ଼ିବ।
ଢୈୟାର ଏହି ଅଢ଼େଇ ବର୍ଷ ଆପଣଙ୍କର ବୈବାହିକ ଜୀବନ ପାଇଁ କଷ୍ଟକଟ ସମୟ ଆଣି ଆସିପାରେ ଓ ଏପରି ସ୍ଥିତିରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଯୁକ୍ତି ହୋଇପାରେ ଯାହା ଫଳରେ ପରିବାରର ଶାନ୍ତି ଭଙ୍ଗ ହୋଇପାରେ। ଏହି ସମୟରେ ଆପଣଙ୍କୁ ଆର୍ଥିକ ଜୀବନରେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଆପଣଙ୍କ ଉପରେ ଚାଲିଥିବା କୌଣସି ମାମଲାର ନିଷ୍ପତି ଆସିବାରେ ବିଳମ୍ବ ହୋଇପାରେ। ଢୈୟା ସମୟରେ ଆପଣଙ୍କୁ ନିଷ୍ପତି ନ ମିଳିବାର ସମ୍ଭାବନା ଅଛି। ଜାତକରେ ଶନି ଦେବଙ୍କର ସ୍ଥିତି ଆଧାରରେ ଆପଣଙ୍କୁ ମିଳିବାକୁ ଥିବା ପରିଣାମରେ ପରିବର୍ତ୍ତନ ହୋଇପାରେ।
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଶନି ମହାରାଜଙ୍କର ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବାକୁ ଯାଉଛି। ଏହାର ପରିଣାମସ୍ଵରୂପ, ମାତାଙ୍କର ସ୍ବାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ସେଥିପାଇଁ ଆପଣଙ୍କୁ ତାଙ୍କର ଧ୍ୟାନ ରଖିବାକୁ ହେବ। ଆପଣଙ୍କ ରାଶି ପାଇଁ ଶନି ଦେବ ଦ୍ଵିତୀୟ ଓ ତୃତୀୟ ଘରର ସ୍ବାମୀ ଓ ଏହି ପ୍ରକାର, ଶନିଙ୍କର ଢୈୟା କିଛି ସମସ୍ଯା ପରେ ଆପଣଙ୍କର ଚାକିରିରେ ପରିବର୍ତ୍ତନ କିମ୍ବା ଟ୍ରାନ୍ସଫର ଆଣିପାରେ। ସେଥିପାଇଁ ଆପଣ ଚାପରେ ଥିବା ଦେଖାଯିବେ।ଶନି ସାଢ଼େ ସାତୀ 2025 ସମୟରେଯଦି ଆପଣ ପ୍ରୋମୋଶନର ଆଶା ରଖିଛନ୍ତି ତେବେ ଆପଣଙ୍କୁ ପଦୋନ୍ନତି ନ ମିଳିବାର ଆଶଙ୍କା ଅଛି। କିନ୍ତୁ ଦରମା ବୃଦ୍ଧି ଆପଣଙ୍କୁ ସନ୍ତୋଷ ଦେବ।
ବସ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହିତ ଯୁକ୍ତି ହୋଇପାରେ କାରଣ ଶନି ଗ୍ରହଙ୍କର ଦୃଷ୍ଟି ଆପଣଙ୍କର ଦଶମ ଘରେ ପଡ଼ିପାରେ। ଏହି ପ୍ରକାର ପରିସ୍ଥିତି ଆପଣଙ୍କର ଚିନ୍ତା ବଢ଼ାଇପାରେ ସେଥିପାଇଁ ଆପଣଙ୍କୁ ନିଜର ଭାବନାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଓ ଜୀବନର ପ୍ରମୁଖ କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଏହି ସମସ୍ଯା ପରେ ମଧ୍ୟ ପରିଶ୍ରମ ଜାରି ରଖନ୍ତି ତେବେ ଆପଣଙ୍କୁ ଶେଷରେ ସଫଳତା ଓ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ
ଶନିଙ୍କର ମୀନ ରାଶିରେ ଗୋଚର ସମୟରେ କରନ୍ତୁ ଏହି ପ୍ରତିକାର
- ଦାନ-ପୂଣ୍ୟ କରିବା ଓ ଗରିବ କିମ୍ବା ବୃଦ୍ଧଙ୍କର ସାହାଜ୍ୟ କରିବା ଦ୍ବାରା ଶନି ଦେବଙ୍କର ନକରାତ୍ମକ ପ୍ରଭାବରେ ହ୍ରାସ ଘଟେ।
- ଶନି ଗ୍ରହଙ୍କ ପାଇଁ କରାଯାଉଥିବା ପୂଜା କିମ୍ବା ଧାର୍ମିକ ଅନୁଷ୍ଠାନ ତାଙ୍କୁ ଶାନ୍ତ କରିବାରେ ସାହାଜ୍ୟ କରେ।
- କୌଣସି ଜ୍ଯୋତିଷଙ୍କର ପରାମର୍ଶ ନେଇ ଶନି ଦୋଷ ନିବାରଣ ପାଇଁ ନୀଲମ ରତ୍ନ ଧରଣ କରିବା ଫଳଦାୟୀ ହୋଇଥାଏ।
- ଶନି ସାଢ଼େ ସାତୀ 2025 ସମୟରେ ଶନି ଗ୍ରହ ଅଶୁଭ ପ୍ରଭାବକୁ କମ କରିବା ପାଇଁ ଆପଣ ଶନି ଗାୟତ୍ରୀ ମନ୍ତ୍ର ଜପ କରି ପାରିବେ।
- କୌଣସି ଜ୍ଯୋତିଷଙ୍କର ପରାମର୍ଶ ନେବା ପରେ 14 ମୁଖୀ ରୁଦ୍ରାକ୍ଷ ଧରଣ କରି ପାରିବେ।
- ମାଂସ- ମଦିରା ତ୍ୟାଗ କରନ୍ତୁ।
- ଘର କିମ୍ବା କାର୍ଯ୍ୟସ୍ଥଳର ମୁଖ୍ୟ ଦ୍ବାରରେ ଘୋଡ଼ାର ନାଲ ଟଙ୍ଗାନ୍ତୁ।
- ଅଭାବି ଲୋକଙ୍କୁ ଭୋଜନ କରାନ୍ତୁ ଓ ତାଙ୍କୁ ହରଡ଼ ଡାଲି କିମ୍ବା କଳା ସୋରିଷ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଶନି ସାଢ଼େ ସାତୀ କେତେ ସମୟ ପର୍ଯ୍ୟନ୍ତ ଚାଲେ?
ଶନି ସାଢ଼େ ସାତୀ ତିନୋଟି ପର୍ଯ୍ୟାୟରେ ଆସେ ଯାହା ସାଢ଼େ ସାତେ ବର୍ଷ ପର୍ଯ୍ୟନ୍ତ ଚାଲେ।
2. ଶନି ସାଢ଼େ ସାତୀ ପାଇଁ କେଉଁ ଗ୍ରହ ଦାୟୀ?
କର୍ମଙ୍କର ଗ୍ରହ ଶନି ଦେବ ସାଢ଼େ ଶତ୍ୟ ପାଇଁ ଦାୟୀ।
3. ଢୈୟା କେତେ ବର୍ଷ ପର୍ଯ୍ୟନ୍ତ ଚାଲେ?
ଶନିଙ୍କର ଢୈୟା ଅଢ଼େଇ ବର୍ଷ ପାଇଁ ଚାଲେ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025